ପାରଳାଖେମୁଣ୍ଡି( ଦ କୁଇଭର ):-:ଅନ୍ୱେଷା ଛାତ୍ରୀ ନିବାସର ଛାତ୍ରୀ ଙ୍କୁ ନିର୍ଯାତନା କେଳେଙ୍କାରି ଘଟଣାରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ। ହଷ୍ଟେଲ ପରିଚାଳନା ଗତ ତୃଟି ସାଙ୍ଗକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ତାକୁ ଭିତ୍ତିକରି ନିଲମ୍ବନ ଆଦେଶ ଦିଆଯାଇଛି।ସୁଚନା ଥାଉକି ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ୱେସା ଛାତ୍ରଛାତ୍ରୀ ଓ ସେଠାକାର କର୍ମଚାରିଙ୍କ ଉପରେ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗକୁ ଭିତ୍ତିକରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ତ୍ୱର ହୋଇ ଉଠିଛି ପ୍ରଶାସନ ।ପ୍ରଥମେ ରାଜେନ୍ଦ୍ର ସାହୁଙ୍କୁ ଅନ୍ୱେସା ଦାୟିତ୍ବରୁ ହଟାଯାଇ ବଦଳି କରାଯାଇଥିଲା । ଏହାପରେ ଜନ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଦୁଇ ଟି ଟିମ ଗଠନ କରି ପୃଥକ ପୃଥକ ଭାବେ ବିଭିନ୍ନ ଦିଗକୁ ନେଇ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ତଦନ୍ତ କରିଥିଲେ । ଗତକାଲି ତଦନ୍ତ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।
No comments yet.
State
ଦ କୁଇଭର ବ୍ୟୁରୋ :- ଗୋଟିଏ ଦିନରେ କୋଟିଏ ଦୀପ । ଜାଳିଲେ ସୁଭଦ୍ରା ଯୋଜନାର ମହିଳାମାନେ । କୋଟିଏ ଦୀପ ଜାଳିବା ପାଇଁ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ଥିଲା ସୁଭଦ୍ରାର ସଫଳତା ପାଇଁ ସେଲିବ୍ରେସନ ବା ଉତ୍ସବ । ଅତି ନିରାଡ଼ମ୍ବର ଥିଲା, ପରମ୍ପରା ବି ରହିଲା । ଦୀପ ଜାଳି ପ୍ରଦୂଷଣ ବି ହେଲା । ବାର୍ତ୍ତା ଗଲା କୋଟିଏ ମହିଳା ଏବେ ସୁଭଦ୍ରାରେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ସବ ପାଳନ ବେଶ ଆକର୍ଷଣୀୟ । ତିଥି ନକ୍ଷେତ୍ର ନାହିଁ, କିନ୍ତୁ ଅଛି ବିଶ୍ୱ ମିହିଳା ଦିବସ । ବିଶ୍ୱ ମିହିଳା ଦିବସରେ ମହିଳା ମାନେ ସଶକ୍ତ । ସୁଭଦ୍ରା ଯୋଜନା ଦ୍ୱାରା ସେମାନେ ଆହୁରି ଅଗ୍ରଗତି କରିବେ, ଏହି ଆଭିମୁଖ୍ୟ ନେଇ ଉପମୁଖ୍ୟମନ୍ତ୍ରୀ ଦେଇଥିଲେ ଡାକରା ।
ଅନେକ ମହିଳା ବା ମହିଳା ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟକୁ ଦେଇଛି ଗୋଟେ ଭିର୍ଣ୍ଣ ବାର୍ତ୍ତା । ପୂର୍ବରୁ ନବୀନ ସରକାର ସମୟରେ ମିଶନ ଶକ୍ତି, ମା ଶକ୍ତି ଏଭଳି ଅନେକ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ଏକଜୁଟ କରାଯାଉଥୁଲା ।ସ୍ୱାବଲମ୍ବୀ କରିବା ପାଇଁ ସରକାର ଦେଉଥୁଲେ ଋଣ । ଶୁଦ୍ଧ ଛାଡ଼ ଥିଲା । କିନ୍ତୁ ଋଣର ଉପଯୋଗ ଓ ଅପଚାର କୁ ନେଇ ଆଜି ବି ବିବାଦ ରହିଛି । କେତେଜଣ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ମହିଳା। ଯଦି ଖୋଜାଯିବ ଅନେକ ପ୍ରଶ୍ନ ନବୀନ ସରକାରଙ୍କ ଉପରେ ଉଠିବ ।
ଏବେ ମୋହନ ମଝି ସରକାର । ପ୍ରତିଶୃତି ଦେଇଥିଲେ ସୁଭଦ୍ରାରେ ଦେବେ ଆର୍ଥିକ ସହାୟତା । ଦେଉଛନ୍ତି, କିନ୍ତୁ ଆର୍ଥିକ ସହାୟତା ଅତି କମ ହୋଇଯାଉଛି । ଏତିକି ସହାୟତାରେ ଜଣଙ୍କୁ ସ୍ୱାବଲମ୍ବୀ କରିବା କଷ୍ଟ ତ ନିଶ୍ଚିତ, କିନ୍ତୁ ଅସମ୍ଭବ ନୁହେଁ । ଏହି ଯୋଜନାରେ ରାଜ୍ୟରେ ଏବେ କୋଟିଏରୁ ଅଧିକ ମହିଳା ସାମିଲ ହେଲେଣି । ସେଥି ପାଇଁ ଉତ୍ସବ ପାଳନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା କୋଟିଏ ମହିଳା ଦୀପଜାଳି ନିଜକୁ ସଶକ୍ତ କରିବା ପାଇଁ ଆଉ ଗୋଟିଏପାଦ ଆଗକୁ ପକାଇଛନ୍ତି । ଦେଖାଯାଉ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଏବଂ ସୁଭଦ୍ରାର ସହଯୋଗରେ ରାଜ୍ୟର କୋଟିଏ ମହିଳା କେତେ ଶୀଘ୍ର ସ୍ୱାବଲମ୍ବୀ ହେଉଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଆଜି ଅର୍ଥାତ ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି l ପଶ୍ଚିମ ବାୟୁ ଉତ୍ତର ପଶ୍ଚିମ ଦିଗରେ ପ୍ରବାହିତ ହେବ ଏବଂ ଫଳସ୍ୱରୂପ ରାଜ୍ୟରେ ଥଣ୍ଡା ଲହରୀ ହ୍ରାସ ପାଇବ। ତାପମାତ୍ରା ବୃଦ୍ଧି ପାଇବ ଏବଂ ଓଡ଼ିଶାରେ ପ୍ରବଳ ଗରମ ହେବ।ଆଗାମୀ ଦିନରେ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଓଡ଼ିଶାର ମଧ୍ୟ ଭାଗରେ ତାପମାତ୍ରା ୩ ରୁ ୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯେତେବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଛୁଇଁବ ବୋଲି ମଧ୍ୟ ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି।
State
ଦ କୁଇଭର ବ୍ୟୁରୋ :- ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ।ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର l ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିବ ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ପଗଡି ଭିଡିବା, ଛତା ଧରି ଯିବା, ସୂତା କପଡା ପିନ୍ଧିବା, ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରିବା ନାହିଁ... ଆଦି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
Politics
ଭୁବନେଶ୍ୱର( ଦ କୁଇଭର ):- ଆଜି ବି ସରଗରମ ରହିବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ । ସେପଟେ ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼ । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।
ଅନ୍ୟପଟେ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିରୋଧୀ ବିଜେଡି ପ୍ରଶ୍ନ କରିଛି ।
State
ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନସ୍ଥ ବଲାଣି ଶାନ୍ତିନଗରସ୍ଥିତ ଏକ ଘରୁ ଲକ୍ଷାଧିକ ଟଙ୍କାର କାଠ ସହ କାଠ ନିର୍ମିତ ଫର୍ଣିଚର୍ ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ଶାନ୍ତିନଗରରେ ଥିବା ଉକ୍ତ ଘରେ ଜଣେ ବ୍ୟକ୍ତି ବେଆଇନ ଫର୍ଣିଚର୍ କାରଖାନା କରି ନିକଟସ୍ଥ ଜଙ୍ଗଲରୁ ଗଛ କାଟି ଆସବାବ ପତ୍ର ତିଆରି କରି ବିକ୍ରୀ କରୁଥିଲେ। ଏନେଇ ବନ ବିଭାଗ ଜାଣିବାକୁ ପାଇ ସେଠାରେ ଚଢାଉ କରି କାଠ ସହ ଫର୍ଣିଚର୍ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରି ବନ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଲୋକଙ୍କୁ ଖୋଜାଖୋଜି ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
State,Politics
ଛତ୍ରପୁର( ଦ କୁଇଭର ):-:ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର କଥା ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ରାଜ୍ୟରେ ୨୪ ବର୍ଷର କୁଶାସନ ଯିବା ପରେ ଏବେ ଦୁଃଶାସନ ଯୋଗୁ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି l ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା' ହେବା ଘଟଣା ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା' ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି, ଏହି ସମସ୍ତ ମାମଲାରେ ଅଧିକ ଘଟଣାର ଯାଞ୍ଚ ତଥା ପୀଡିତlଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ କୌଣସି କଠୋର ତଥା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୫ବର୍ଷ ମଧ୍ୟରେ ଓଡିଶାରେ ୩୬, ୪୨୦ ମହିଳା ଏବଂ ୮୪୦୩ ଶିଶୁ ନିଖୋଜ ହୋଇଯାଇଛନ୍ତି ଏବଂ ୪୨୧ ଜଣ ମହିଳା ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭ ବେଳେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ମହିଳା କମିଟି ସଭାପତି ସୁବାସିନୀ ପଟନାୟକ, ପୂର୍ବତନ ଏମପି ନକୁଳ ନାୟକ, ରାମଚନ୍ଦ୍ର ବେହେରା, କ୍ରିଷ୍ଣା ରେଡି, ଅଶୋକ ପଟ୍ଟନାୟକ, ରଞ୍ଜନ ପଟନାୟକ , ଗଣପତି ବାରିକ, ସlକା ସୁଜିତଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ l
State
ଗଜପତି( ଦ କୁଇଭର ):- ମୃତ୍ୟୁ ପୂର୍ବରୁ ମୋ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଦାନ କରିଦେବାକୁ ନେଇ ମାଁଙ୍କୁ ବୁଝାଇଥିଲେ, ପୁଅର କଥା ପ୍ରକାରେ ଆଜି ସେହିଦିନ ଦେଖିବାକୁ ମିଳିଛି, ପୁଅକୁ ହରାଇବା ଦୁଃଖରେ ମାଁ ହୃଦୟ ଫାଟି ପଡୁଥିଲେ ସୁଦ୍ଧା ପୁଅର ପୁଣ୍ୟ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟକି ଗୈାଡ ସାହିର ସନ୍ତୋଷ ମହାରଣା ଓରଫ୍ ନୃସିଂହ ପ୍ରସାଦ ମହାରଣାଙ୍କ ମାଁ ସୁବାସିନୀ ମହାରଣା। ଦୁଇ ଦିନ ପୂର୍ବେ ହଠାତ ମୁହଁ ବୁଲେଇ ତଳେ ପଡି ମସ୍ତିଷ୍କରେ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ ସନ୍ତୋଷ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ଶ୍ରୀକାକୁଲମ ଜେମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କର ବଞ୍ଚିବା ସମ୍ଭାବନା କମ ଥିବା ଡ଼ାକ୍ତର କହିବା ପରେ ତାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସନ୍ତୋଷ। ଶରୀରର ଦୁଇଟି ଚକ୍ଷୁ, କିଡନୀ ଦ୍ବୟ , ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ସହମତି ଜଣାଥିଲେ ସ୍ତ୍ରୀ ଓ ପରିବାର ଲୋକେ। ପରିବାର କହିଲେ ବୃଦ୍ଧାମା ସ୍ତ୍ରୀ ସହ ଛୋଟ ପୁଅଟିଏ ଓ ଝିଅ ଟିଏ। ନିଜ ବାସଗୃହ ବିକ୍ରି କରି ପିତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ ନିଜର ଘର ବା ସମ୍ପତ୍ତି ବୋଲି କିଛି ନାହଁ। ଭଡ଼ା ଘରେ ଅତିବାହିତ ହେଉଛି ଜୀବନ। ମାଁ ସୂବାସିନୀ କହନ୍ତି ସନ୍ତୋଷଙ୍କ ପିତା ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ମନରେ ରୋଗୀଙ୍କ ପ୍ରତି ଅନୁକମ୍ପା ବଢ଼ି ଥିଲା। ସ୍କୁଲରେ ପାଠ ପଢା ସମୟରୁ ଅନେକ ଥର ରକ୍ତଦାନ କରି ଆସୁଥିଲେ ସନ୍ତୋଷ। କାହାର ଦୁଃଖ ଦେଖିଲେ ସହି ପାରୁ ନଥିଲେ। ଆଜି ସେ ଅଙ୍ଗ ଦାନ କରି ଅନ୍ୟର ଜୀବନରେ ବ୍ୟବହୃତ ହୋଇ ପାରିବ। ଅଙ୍ଗ ଦାନ କରି ଏକ ଉଦାହରଣ ସୃଷ୍ଟି କରିିଛନ୍ତି ସନ୍ତୋଷ। ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ।
Sports
ଦ କୁଇଭର ବ୍ୟୁରୋ :- ଦୀର୍ଘ ୧୨ ବର୍ଷ ପରେ ବିଜେତା ଏବଂ ୨୫ ବର୍ଷର ପ୍ରତିଶୋଧ ନେଇ ଦୁବାଇରେ ଦମ୍ ଦେଖାଇ ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟନ ଭାରତ ହେବା ପରେ ପଡିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଚିତ୍ର । ଖୁସିର ସୀମା ଡେଇଁଥିଲା, ଶୁଭେଚ୍ଛା ସାରା ବିଶ୍ବରୁ ଛୁଟୁଥିଲା ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଗୋଟି ଗୋଟି ଖୁସିର ମୁହୂର୍ତ୍ତ ଦେଖି ଆମ ଛାତି ଖୁସିରେ କୁଣ୍ଢେ ମୋଟ ହେଉଥିଲା । ବିଜୟୀ ଟିମ୍ ଧଳା କୋଟ୍ ପିନ୍ଧିବାର ନଜର ଆସିଥିଲେ । ଧଳା କୋଟ୍ ପିନ୍ଧି ସମସ୍ତେ ଫଟୋ ସେସନରେ ସାମିଲ ହୋଇଥିଲେ ଠିକ୍ ୨୦୨୩ରେ ଧୋନୀଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଜିତିବା ପରେ ଧଳା କୋଟ୍ ପିନ୍ଧିବା ପରି । ସେହି ସମୟର ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି ।
ତେବେ ସୂଚନା ପ୍ରକାରେ,୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା l ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା l ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ,ତେଣୁ ଧଳାକୁ ଗୁରୁତ୍ବ ମିଳୁଛି ଆଉ ସବୁ ବିଜେତା ଟିମଙ୍କୁ ପିନ୍ଧାଯାଉଛି l ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି ଯେଉଁମାନଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ l ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକ ଠାରୁ ଭିନ୍ନ କରିଥାଏ l ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ ଅଫିସରେ ରଖାଯାଏ କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତି ଖେଳାଳିଙ୍କ ପାଖରେ ରହିଥାଏ l
State
କେନ୍ଦୁଝର( ଦ କୁଇଭର ):- ପୋଲିସ ପରିଚୟରେ ଚୋରି କରୁଥିବାବେଳେ ଚୋରକୁ ଅଟକ ରଖି ପୋଲିସ୍ ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିଆପାଲା ନିକଟରୁ ପୋଲିସ ପରିଚୟ ଦେଇ ଚୋରି କରୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ି ପୋଲିସ୍ ଦ୍ୱାରା ଗିରଫ ହେଇଛନ୍ତି ନିତ୍ୟାନନ୍ଦ ସିଂ ତେବେ ତାଙ୍କ ସହଯୋଗୀ ଫେରାର ହେବାରେ ସକ୍ଷମ ହେଇଛନ୍ତି। ଗତ ବିଳମ୍ବିତ ରାତିରେ ନିତ୍ୟାନନ୍ଦ ତାଙ୍କ ଜଣେ ସହଯୋଗୀ ସହିତ ପୋଲିସ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ଗାଡ଼ିରେ ନିଜକୁ ପୋଲିସ ପରିଚୟ ଦେଇ ଅନ୍ୟ ଏକ ଗାଡିରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାକୁ ଗିରଫ କରିବା ସହ ଗାଡିଟିକୁ ଜବତ କରିଛି । ତେବେ ତା ସହଯୋଗୀ ଫେରାର ହୋଇଥିବା ସୂଚନା ରହିଛି।
Sports
ଦ କୁଇଭର ବ୍ୟୁରୋ :-:୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି ୧୪୦ କୋଟି ଭାରତୀୟ । ଟିମ୍ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି । ମ୍ୟାଚ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, '' ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଅବସର ନେଉନାହିଁ । ଦୟାକରି କେହି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ ।'' ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଶେଷ ହେବା ପରେ ରୋହିତ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । କାହିଁକିନା ଟି-20 ବିଶ୍ବକପ ଭାରତ ଜିତିବା ପରେ ରୋହିତ ସେହି ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।
ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । ୨ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ ୨ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ICC ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ l ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି । ରୋହିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା ।
Shree Jagannath
ପୁରୀ(ଦ କୁଇଭର): ପୁରୀର ପ୍ରସିଦ୍ଧ ମଟନ ହୋଟେଲ ଜୟାରେ ପ୍ରାୟ ସମସ୍ତେ ଖାଇଛନ୍ତି । ମଟନ ନାମରେ ଗୋମାଂସ ମିଶା ଭୋଜନ ଚାଲୁଥିବା ଅଭିଯୋଗ ହେବା ପରେ ଏବେ ସେହି ହୋଟେଲରେ ଖାଇଥିବା ହିନ୍ଦୁ କି ପ୍ରାୟଶ୍ଚିତ କରିବେ? ନା ଗୋମାଂସ ମିଶା ମଟନ ଖାଇ ହଜମ କରିଦେବେ । ଏମାନଙ୍କ ମଧ୍ୟରୁ ବି କିଛି ସେବକ ଓ ତାଙ୍କ ପରିବାରର ମହିଳା ରହିଥିବା କୁହାଯାଉଛି । ସେମାନେ କ’ଣ କରିବେ? ମହାପ୍ରଭୁଙ୍କ ସେବା କରିବେ ନା ଛାଡ଼ି ଦେବେ? ବଡ଼ ଦେଉଳକୁ ଯିବେ ନା ଦୂରେଇ ରହିବେ । ନା ଗୋମାଂସ ମିଶା ମଟନ ଖାଇ ବି ସତୀ ହୋଇ ସବୁ କରିବେ?
ଗାଈଙ୍କୁ ହିନ୍ଦୁ ଧର୍ମରେ ମାଆର ସ୍ଥାନ ଦିଆଯାଇଛି । ହିନ୍ଦୁମାନେ ପୂଜା କରନ୍ତି । ସାମାନ୍ୟ ଗୋଡ଼ ବାଜିଲେ, ମୁଣ୍ଡିଆ ମାରନ୍ତି । ଓଲେଇ ଗାଈର ବେକରେ ବାଉଁଶ ବା କାଠ ଓହଳାଇ ଦେଇଥାନ୍ତି । ସଂଧ୍ୟା ବେଳକୁ ସେଥିପାଇଁ କ୍ଷମା ମାଗି ମୁଣ୍ଡିଆ ବି ମାରନ୍ତି । ଗାଈର ମର୍ଯ୍ୟାଦା ହିନ୍ଦୁ ମାନଙ୍କ ପାଖରେ ଏତେ ଅଧିକ ରହିଛି । ସେହି ହିନ୍ଦୁ ମାନଙ୍କୁ ଗୋମାଂସ ଖୋଇ ଦେବାକୁ ସବୁ ବ୍ୟବସ୍ଥା କରାଯାଇଥିଲା । ପୁରୀ ଭଳି ପବିତ୍ର କ୍ଷେତ୍ରର ଗୋମାଂସକୁ ମଟନ କରି ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏପରିକି ପୁରୀର ଜୟା ହୋଟେଲକୁ ଗୋମାଂସ ଚାଲାଣ କରୁଥିବା ଚାଲାଣକାରୀ ଯୁବକ କହିଛନ୍ତି ।
ପୁରୀର ଜୟା ହୋଟେଲ ହେଉଛି ଏକ ପ୍ରସିଦ୍ଧ ହୋଟେଲ । ସେଠାରେ ପ୍ରାୟ ସମସ୍ତେ ଯାଇ ମଟନ ଖାଇଥାନ୍ତି । ସେ ସେବାୟତ ଘରର ପିଲା ହୁଅନ୍ତୁ କି ବୟସ୍କ ବା ମହିଳା, ସମସ୍ତେ ମଟନ ଖାଇବାକୁ ଯାଇଥାନ୍ତି । ଅତି ଶସ୍ତାରେ ମଟନ ବିରିୟାନି ବି ମିଳିଥାଏ । ସେ ସବୁକୁ ବେଶ ଆନନ୍ଦରେ ଖାଇ ଆସିଥାନ୍ତି । ଜୟା ହୋଟେଲର ଡିମାଣ୍ଡ ବେଶ ରହିଥିଲା । ମଟନ କହିଲେ ସେହି ହୋଟେଲକୁ ସମସ୍ତେ ଜାଆନ୍ତି । ମନଭରି ଖାଆନ୍ତି ଆଉ ଫେରନ୍ତି । ଏବେ ସେହି ହୋଟେଲରେ ମଟନରେ ଗୋମାଂସ ମିଶୁଥିବା କୁହାଯାଉଛି । ଗୋମାଂସ ମିଶା ମଟନ ଖାଇଥିବା ହିନ୍ଦୁମାନେ ଏବେ କି ପ୍ରାୟଶ୍ଚିତ କରିବେ?
ଯଦି ସେବକମାନେ ଖାଇ ଆସିଥିବେ, ତେବେ କ’ଣ କରିବେ । ଗୋମାଂସ ଖାଇ ଦିଅଁ ସେବା କରିବେ ତ? ଏତେବଡ଼ ପାପ ପରେ ସେବା ପୂଜା ପାଇଁ ତାଙ୍କର ଶରୀର ଯିବ ତ? ଏମିତି ପ୍ରଶ୍ନ ଜୟା ହୋଟେଲରେ ମଟନ ଖାଇଥିବା ଲୋକଙ୍କୁ ଆନେ୍ଦାଳିତ କରିଲାଣି । ଦେଖାଯାଉ ମଟନ ନାମରେ ଗୋମାଂସ ଖାଇଥିବା ଲୋକେ କି ପ୍ରାୟଶ୍ଚିତ କରୁଛନ୍ତି?
Politics
ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।
ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।
ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l
Politics
ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Politics
ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।
Sports
ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ଜୋରଦାର୍ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରି ନେଇଛନ୍ତି। ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହାଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି। ଏଭଳି ସ୍ଥିତିରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍ସଣ୍ଡେରେ ସୁପର୍ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭେଟା ଭେଟି ହେବା ରବିବାରର ମୁକାବିଲାକୁ ଆହୁରି ସ୍ବତନ୍ତ୍ର ତଥା ରୋଚକ କରିଛି। ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ; ସବୁ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାଠୁ କମ୍ ନଥିବାରୁ ରବିବାର ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି। ଭାରତ ପଞ୍ଚମ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ଥର ଲାଗି ବିଜେତା ହେବାକୁ ଚେଷ୍ଟା କରିବେ।
Politics,State
ଭୁବନେଶ୍ୱର(ଦ କୁଇଭର): ଏବେ ହଠାତ ତେଜିଛି ରାଜ୍ୟ କଂଗ୍ରେସ । ଗୋଟିଏ ଦିନରେ ଆଜି ପୂରା ହଙ୍ଗାମା କରିଦେଲାଣି । ବିଧାନସଭାରେ ଦଳୀୟ ବିଧାୟକ ମାନଙ୍କ ଗର୍ଜନ ସାଙ୍ଗକୁ ରାସ୍ତାରେ ଯୁବ କଂଗ୍ରେସର ଆନେ୍ଦାଳନ ଆଉ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଏବଂ ଦଳର ପ୍ରଭାରୀଙ୍କ ସରକାର ବିରୋଧୀ ଯୁକ୍ତି କଂଗ୍ରେସ ସଜୀବ ଥିବା ସ୍ପଷ୍ଟ କରୁଛି । ରାଜ୍ୟରେ କଂଗ୍ରେସ ପୂରା ଶୋଇ ପଡ଼ିଛି । ସୋର ଶବ୍ଦ ବି ଶୁଭୁନି । କେବଳ ଜଣେ ଦୁଇଜଣ ବିଧାୟକ କାଁ ଭାଁ କିଛି କହୁଛନ୍ତି । ଗ୍ରାମାଞ୍ଚଳ ଠୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ନୀରବତା । ଇତିମଧ୍ୟରେ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସ ନିଯୁ୍କ୍ତି ପାଇଛନ୍ତି । ଏହାପରେ କଂଗ୍ରେସରେ ଟିକେ ହଲଚଲ ଆରମ୍ଭ ହୋଇଛି ।
ବେଶ କିଛିଦିନ ନୀରବ ରହିଥିବା କଂଗ୍ରେସ ଆଜି ଗୃହରେ ତୁମ୍ବି ତୁଫାନ କରିଛି । ନାରି ସୁରକ୍ଷାକୁ ନେଇ ଗୃହରେ ବିଧାୟକମାନେ ପୋଡ଼ିୟମ ଉପରକୁ କୁଦିଛନ୍ତି । ନାରାବାଜି ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେପଟେ ଯୁବ କଂଗ୍ରେସ ବି ତାତିଛି । ରାସ୍ତାରେ ଆନେ୍ଦାଳନ କରିଛି । ସରକାରଙ୍କୁ ଟାର୍ଗେଟ କରି ତୁମ୍ବି ତୁଫାନ କରିଛି । ଆନେ୍ଦାଳନକୁ ଜାରି ରଖିବ ବୋଲି ବି ଚେତାବନୀ ଦେଇଛି ।
ଅନ୍ୟପକ୍ଷରେ ପିସିସି ସଭାପତି ମଧ୍ୟ ସରକାରଙ୍କୁ କେଞ୍ଚିଛନ୍ତି । ନାରୀ ସୁରକ୍ଷା ନେଇ ସରକାରଙ୍କୁ ଘେରିଛନ୍ତି । ଆଉ କିଛି ଘଣ୍ଟା ପରେ ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସ ପୂର୍ବରୁ ନାରୀ ସୁରକ୍ଷାର ନାରା ଦେଇ ତେଜିଛି କଂଗ୍ରେସ । ହେଲେ କାହିଁକି? କଂଗ୍ରେସ ରାଜ୍ୟରେ ତାର ପରିଚୟ ହଜାଇ ବସିଥିବାରୁ ଏବେ ସେହି ଚିନ୍ତା ଦଳକୁ ଘାରିଛି କି? ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ ଶୂନ ହେଉଛି । ଓଡ଼ିଶାରେ ବି ସେଭଳି ସ୍ଥିତି ହେବା ଆଶଙ୍କାରେ ଦଳ ଏବେ ତାର ପରିଚୟ ରଖିବାକୁ ଏହା ଆରମ୍ଭ କରିଛି କି? ନା ନୂଆ ପିସିସି ସଭାପତି ଆସିବା ପରେ ଦଳ ଜୀବତ ଥିବା ଦେଖାଇବାକୁ ଏହା ଚାଲିଛି? ଏମିତି ପ୍ରଶ୍ନ ଏବେ ସବୁଠି । ଦେଖାଯାଉ କଂଗ୍ରେସ ତାର ଏହି ସକ୍ରିୟ ଆଭିମୁଖ୍ୟକୁ କେତେଦିନ ଜାରି ରଖୁଛି?
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବଢୁଛି ପାରଦର ସ୍ତର ତାପମାତ୍ରା ବୃଦ୍ଧି ସହ ଅସମ୍ଭାଳ ତାତି ଦେଖୁବାକୁ ମିଳୁଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଥିବା ବେଳେ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଟାଇଁ ଟାଇଁ ଖରା । ମଙ୍ଗଳବାର ଠାରୁ ତାତି ବଢୁଥିବା ବେଳେ ଆଗାମୀ ୫ ଦିନରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଚଳିତ ସପ୍ତାହରେ ୩ ଦିନର ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ । ୧୩, ୧୪ ଓ ୧୫ ତାରିଖ ୩ ଦିନ ହିଟୱେଭ ବିଭାଗ ଜାରି କରିଥିବା ବେଳେ ପଶ୍ଚିମ ଓଡିଶା ବା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ । ୩ ଦିନ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଥିବା ବେଳେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲା ପାଇଁ ସତର୍କତା ଜାରି କରିଛି କେନ୍ଦ୍ର। ୧୩ ତାରିଖ ରେ ୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ କୁ ୟେଲୋ ୱାର୍ଣିଂ ଜାରି । ୧୪ ତାରିଖ ଓ ୧୫ ତାରିଖ ରେ ପ୍ରବଳ ଖରା ନେଇ ୮ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଅନୁଗୁଳ ଓ ବରଗଡ଼ କୁ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି," ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକା ମନୋରମା ମହାନ୍ତି ।