Join Us To Make A Difference

The Drops💧

ବଡଦାଣ୍ଡରେ ସଡ଼କ ଦୁର୍ଘଟଣା

ବଡଦାଣ୍ଡରେ ସଡ଼କ ଦୁର୍ଘଟଣା
Published by:Jyotshna Kumari
#shree jagannath

ପୁରୀ ( ଦ କୁଇଭର ):-:ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ, ପୁରୀ ମେଡ଼ିକାଲ ଛକ ପଟୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇଯିବା ସହ ଆହତ ହୋଇଥିଲେ ।ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ବେହାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ହେଲେ ଶ୍ରେୟାଂଶ ଦେ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ପୁରୀ ବଳଗଣ୍ଡି ଛକରେ ରାସ୍ତାରୋକ କରାଯାଇଛି । ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ରହିଛି l


Comments

Leave a Comment

Comments

No comments yet.

International,National

୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ

Blog Thumbnail

ଦ କୁଇଭର ବ୍ୟୁରୋ :- ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ ଋଷ ସଫଳତାର ସହ ଚନ୍ଦ୍ରରୁ ନମୂନା ସଂଗ୍ରହ କରିଥିବା ବେଳେ ଭାରତ ନିଜର ଚନ୍ଦ୍ରଯାନ-୪ ମିଶନରେ ଏହି ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଛି । ଏହି ମିଶନରେ ଆଡଭାନ୍ସଡ ଲ୍ୟାଣ୍ଡିଂ, ଯିବା ଓ ଫେରିବା ପ୍ରକ୍ରିୟା ରହିବ । ସେହିପରି ଚଳିତ ଆର୍ଥିକ ବର୍ଷରେ ୭ଟି ନୂଆ ମିଶନ ଲଂଚ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୦୨୭ ବେଳକୁ ଭାରତର ଗଗନାୟାନ ମିଶନ ଲଂଚ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ।

City

ଅରୂପା ତରଫରୁ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ବାଣିଜ୍ୟ ମେଳା-୨୦୨୫

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍‌ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍‌ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍‌ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Weather

ଆଉ ୪ ଦିନ ଘନ କୁହୁଡ଼ି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଶୀତ ସହ କଲବଲ କରୁଛି ଘନ କୁହୁଡ଼ି । ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦୁଶୁନି । ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୭.୫ ଡିଗ୍ରି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ ଆଗକୁ ବି ଶୀତ ଜାରି ରହିବ ।ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । କୁହୁଡି ଯୋଗୁ ବିମାନ ଚଳାଚଳ ବି ପ୍ରଭାବିତ ହେଉଛି । ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଦିନ ୧୧ଟା ଯାଏ ବନ୍ଦ ରହିବ ଡଙ୍ଗା ଚଳାଚଳ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।

City

ଫାଷ୍ଟକ୍ରାଇ ଇଣ୍ଟେଲିଟଟ ପ୍ରୀସ୍କୁଲର ବାର୍ଷିକ ଉତ୍ସଵ

Blog Thumbnail

ବ୍ରହ୍ମପୁର (ଦ କୁଇଭର ):- ସିଦ୍ଧାର୍ଥ ନଗର ଠାରେ ଥିବା ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି-ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଆଇ.ଟି.ଆଇ ଅଡିଟୋରିଅମରେ ପାଳିତ ହୋଇଯାଇଛି। ଏଠାରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରି ସ୍କୁଲର ନିର୍ଦ୍ଦେଶିକା ଡ଼ଃ ମିତ୍ରବିନ୍ଦା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ମୁଖ୍ୟବକ୍ତା ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ତମ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡ଼ଃ ବନ୍ଦିତା ପଣ୍ଡା, ଗବେଷଣା ଓ ବିକାଶ ନିର୍ଦ୍ଦେଶକ ଡ଼ଃ ତପନ କୁମାର ବାରିକ ଯୋଗ ଦେଇଥିଲେ। ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି ସ୍କୁଲର ଇଷ୍ଟର୍ନ୍ ଜୋନାଲ ଏକାଡେମୀକ୍ ହେଡ୍ ସାୟାନି ମୁଖାର୍ଜୀ ଏବଂ ଏକାଡେମୀକ୍ ଅପରେସନାଲ୍ ମ୍ୟାନେଜର୍ ପ୍ରଜ୍ଞା ପରମିତା ପଣ୍ଡା ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରିସ୍କୁଲ୍ ଫ୍ରାଞ୍ଚାଇଜି ପାର୍ଟନର୍ ଡ଼ଃ ସ୍ୱତୀ ଦାଶ, ଫିଟ୍ ବ୍ଲୁ ଚେୟାରମ୍ୟାନ୍ ସଚିନ୍ଦ୍ର ପ୍ରସାଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଓ ଦେବହରି ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

District

ଇନର ହ୍ୱିଲ୍ କ୍ଲବ୍(ଇଷ୍ଟ) ଏବଂ ସେବା ର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଇନର ହୁଇଲ କ୍ଲବ, ବ୍ରହ୍ମପୁର ଇଷ୍ଟ ଏବଂ ସେବା ର ମିଳିତ ଆନୁକୂଲ୍ୟରେ , ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ପରିସରରେ ରବିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସାରା ବିଶ୍ୱକୁ ଅରେଞ୍ଜ କରନ୍ତୁ - ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରନ୍ତୁ" ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଶିବିରରେ ବାଲ୍ୟ ବିବାହ, ବିଭିନ୍ନ ପ୍ରକାରର ହିଂସା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବା ଆଇନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋଚାପଡା ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ ସହିତ ଶାରୀରିକ, ଭାବପ୍ରବଣ, ଯୌନ, ଆର୍ଥିକ ହିଂସା ଆଦି ବିଷୟରେ ଶିକ୍ଷା ଲାଭ କରିଥିଲେ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଘରୋଇ ହିଂସା ଆଇନ ୨୦୦୫ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖୋଲାଖୋଲି କଥାବାର୍ତ୍ତା କରିବାକୁ, ପ୍ରଶ୍ନ ପଚାରିବାକୁ ଏବଂ ହିଂସା ବିଷୟରେ କିପରି ରିପୋର୍ଟ କରିବେ ଏବଂ ସାହାଯ୍ୟ ଲୋଡିବେ ତାହା ବୁଝିବାକୁ ଉତ୍ସାହିତ କରିଥିଲା। ସମସ୍ତ ମହିଳା ଏବଂ ଝିଅମାନଙ୍କ ପ୍ରତି ସୁରକ୍ଷା, ସମାନତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିଶ୍ରୁତି ସହିତ ମହିଳା ହେଲ୍ପ ଲାଇନ ନଂ-୧୮୧, ଶିଶୁ ହେଲ୍ପ ଲାଇନ ନଂ-୧୦୯୮, ପୋଲିସ ହେଲ୍ପ ଲାଇନ ନଂ- ୧୧୨ ଆଦି ବିଷୟରେ କାର୍ଯ୍ୟକ୍ରମରେ ସୁଚାରୁରୂପେ ଆଲୋଚନା ହୋଇଥିଲା l


କାର୍ଯ୍ୟକ୍ରମରେ 'ସେବା' ମୁଖ୍ୟ ଅଳକା ସାହୁ,ଇନର ହୁଇଲ କ୍ଲବ ବ୍ରହ୍ମପୁର ଇଷ୍ଟ ସଭାପତି ଅନ୍ନପୂର୍ଣ୍ଣା ବେହେରା, କୁକୁଡାଖଣ୍ଡି ବିପିଏମ ସଞ୍ଜୁ ସାହୁ,ଲୋଚାପଡା ସରପଞ୍ଚ ମୋହନ ଦାସ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ବହୁ ଅଙ୍ଗଡ଼ବାଡ଼ି କର୍ମୀ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁର ଇନର ହୁଇଲ କ୍ଲବ, ଇଷ୍ଟ ର ସମସ୍ତ ସଦସ୍ୟା, ସେବା ର ସଦସ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

Education,State

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଳନ ହେଲା ୬୦ତମ ପ୍ରତିଷ୍ଠା ଦିବସ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ର ଶୈକ୍ଷିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ଆଜି ୬୦ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଇତିହାସ ସାକ୍ଷୀ ଅଛି ୨ ଜାନୁୟାରୀ ୧୯୬୭ ରେ ପ୍ରତିଷ୍ଠିତ ହୋଇଥିଲା ଶିକ୍ଷାନୁଷ୍ଠାନ ।ଗଞ୍ଜାମ ଜିଲ୍ଲା ର ଶ୍ରେଷ୍ଠ କବି ଉପନ୍ଦ୍ର ଭଞ୍ଜ ଙ୍କୁ ସମ୍ମାନ ଦେଇ ତଥା ତାଙ୍କ ସ୍ମୃତି କୁ ଚିରସ୍ଥାୟୀ କରିବା ପାଇଁ ସେ କ୍ୟାମ୍ପସ କୁ ଭଞ୍ଜ ବିହାର ଭାବରେ ନାମିତ କରାଯାଇଛି । ଶିକ୍ଷା ର ପ୍ରଗତି କୁ ପାଥେୟ କରି ଇତି ମଧ୍ୟରେ ଅତିକ୍ରାନ୍ତି କରିଛି ଛଅ ଦଶନ୍ଧି ର ଯାତ୍ରା। ଆଜିର ଏ ପୂଜ୍ୟ ପୂଜା ସମାରୋହ ରେ ଅଧ୍ଯକ୍ଷତା କରିଥିଲେ ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ ମୁଖ୍ୟ ଅତିଥୂ ଭାବେ ଯୋଗ ଦେଇଥିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହା ନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ତତ୍ ସହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଆଇଜର ର ନିର୍ଦେଶକ ଅଶୋକ କୁମାର ଗାଙ୍ଗୁଲି ତତ୍ ସଙ୍ଗେ ସଙ୍ଗେ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି । ପ୍ରତିବର୍ଷ ଭଳି ଜ୍ଞାନୀ ବିଦ୍ବାନ ବ୍ୟକ୍ତି କୁ ବିଭିନ୍ନ ସମ୍ମାନ ରେ ସମ୍ମାନୀତ କରାଗଲା।ସମ୍ମାନୀତ ବ୍ୟକ୍ତି ଙ୍କ ମଧ୍ୟରୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରାପ୍ତ କରିବେ ଶ୍ରୀ ହୃଷିକେଶ ପାଣିଗ୍ରାହୀ ଏବଂ ଶ୍ରୀ ଜଗଦୀଶ ପାଣିଗ୍ରାହୀ ତତ୍ ସହିତ ଅଙ୍ଗବସ୍ତୁ ସମ୍ମାନ ରେ ସମ୍ମାନୀତ ହେଇଥିଲେ ଡ଼ା ରାଜେନ୍ଦ୍ର ପାଢ଼ୀ ଏବଂ ଡ଼ା ସୁରେନ୍ଦ୍ର ନାଥ ପାଣିଗ୍ରାହି ଏବଂ ପୂର୍ବ ଛାତ୍ର ସମ୍ମାନ ରେ ସମ୍ମାନୀତ ହେଇଥିଲେ ପ୍ରଫେସର୍ ୟୁ. ଟି ରାଓ ତତ୍ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କୁ ପ୍ରଦାନ କରାଗଲା ମିଳିଥିବା ସୂଚନା ଅନୁଯାୟୀ ସ୍ନାତ୍ତୋକର ପରିଷଦ ର ଅଧ୍ଯକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥୁ ପରିଚୟ ପ୍ରଦାନ କରିଥିଲେ ପରେ ବିଶ୍ବବିଦ୍ୟାଳୟ ‌ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବିଶ୍ବବିଦ୍ୟାଳୟ ର ପ୍ରଗତୀ ବିବରଣୀ ପାଠ କରିଥିଲେ ପରିଶେଷ ରେ ସାମ୍ବାଦିକ ଓ ଗଣ ଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ଭଞ୍ଜବିହାର ଖବର ଉନ୍ମୋଚନ ହେଲା ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଗଲା ସଭା ଶେଷରେ କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।