Banner Ad

ମୋହନାରେ ଗୋରୁ ବୋଝେଇ ଟ୍ରକକୁ ଅଟକାଇଲେ ଗ୍ରାମବାସୀ

ମୋହନାରେ ଗୋରୁ ବୋଝେଇ ଟ୍ରକକୁ ଅଟକାଇଲେ ଗ୍ରାମବାସୀ
Published by : Jyotshna Kumari
#State
Oct 30, 2024, 12:28 PM

ଗଜପତି( ଦ କୁଇଭର ):- ଗୋରୁ ବୋଝେଇ ଟ୍ରକ କୁ ଅଟକାଇ ପୋଲିସ ର ଜିମା ଦେଲେ ଗ୍ରାମବାସୀ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ରଣ୍ଡିବା ଗାଁରେ l ଆଜି ସକାଳେ ଗୋଟିଏ ଟ୍ରକ ରେ ୨୦ ରୁ ଅଧିକ ଗୋରୁ ବୋଝେଇ ହୋଇ ଯାଉଥିଲା l ଏହି ସମୟରେ ରଣ୍ଡିବା ଗାଁ ଲୋକେ ଟ୍ରକ କୁ ଅଟକାଇ ଥିଲେ l ଟ୍ରକ ରେ ଗୋରୁ ବୋଝେଇ ହୋଇଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ l ଏହି ଗୋରୁ ଗଜପତି ଜିଲାରୁ ଆନ୍ଧ୍ର ଚାଲାଣ ହେଉଥିବା ଜଣାପଡିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଟ୍ରକ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖି ତଦନ୍ତ କରୁଛି l ଗଜପତି ଜିଲାରୁ ପ୍ରତିଦିନ ଟ୍ରକ ରେ ଗୋରୁ ଚାଲାଣ ହେଉଥିବା ନଜିର ରହିଛି l କିଛି ଦିନ ତଳେ ଆର. ଉଦୟଗିରି ନିକଟରେ ପରିବହନ ମନ୍ତ୍ରୀ ବିଭୁତି ଜେନା ଗୋରୁ ଚାଲାଣ ରୋକିବା ସହ ଗୋରୁ ଚାଲାଣ ରୋକିବାକୁ ପୋଲିସ କୁ ନିର୍ଦେଶ ଦେଇଥିଲେ l

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଆସନ୍ତା ୫ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୁହୁଡ଼ିଆ ପାଗ

Blog Thumbnail

ଦ କୁଇଭର ବ୍ୟୁରୋ :-:ବଙ୍ଗୋପ ସାଗରରେ ବାତ୍ୟା ଫେଙ୍ଗାଲ (ଫେଞ୍ଜାଲ) ପରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଆସିଛି । ଗତ ସପ୍ତାହଠାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ, କିଛି ଜିଲ୍ଲାରେ କାଉଁଳିଆ ପାଗ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଗାମୀ ୫ ଦିନ ପାଇଁ ପାଣିପାଗ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋସିଆଲ ମିଡିଆ X ଜରିଆର ଆଜି ୪ ତାରିଖଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେମିତି ରହିବ ପାଣିପାଗ, ସେନେଇ ସୂଚନା ପ୍ରଦାନ କରାଯାଇଛି ।ଗତ କିଛି ଦିନ ଧରି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୋହଲା ପାଗ ଜାରି ରହିଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୯ ତାରିଖ ସୋମବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ।ଡିସେମ୍ବର ୪ ଏବଂ ୫ ତାରିଖରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସାମ୍ବାବନା ଅଛି । ସେପଟେ ୮ ଏବଂ ୯ ତାରିଖରେ ଚିହ୍ନିତ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସାମ୍ବାବନା ଅଛି । ଅନ୍ୟପକ୍ଷରେ ୬ , ୭ ଏବଂ ୧୦ ତାରିଖରେ ପାଗ ପ୍ରାୟତଃ ଶୁଖିଲା ରହିପାରେ ।

State

କବିତା ସଂକଳନ 'ଅନ୍ତଃସ୍ଵର'ର ଉନ୍ମୋଚନ ସମାରୋହ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।


ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।

Politics,State

ବ୍ରହ୍ମପୁରର ୨୦ ଜଣ ବିଜେଡି କର୍ପୋରେଟରଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମର ୨୦ ଜଣ ବିଜେଡି କର୍ପୋରେଟର ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଯାହାକୁ ନେଇ ଏକ ହାଇ ଡ୍ରାମା ଦେଖାଦେବା ସହିତ ନାନା କଳ୍ପନା ଜଳ୍ପନା ଲାଗି ରହିଛି l ତେବେ ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ଯ୍ୟକୁ ବିରୋଧ କରି କର୍ପୋରେଟର ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାଇଁ ୬୩ଲକ୍ଷ ଟଙ୍କା ଏକ ଟ୍ରଷ୍ଟକୁ କିଭଳି ପ୍ରଦାନ କରାଯାଇଛି , ଏହା ସହିତ ମହାନଗର ନିଗମରେ ଅଧାପନ୍ତରିଆ ଭାବେ ପଡିରହିଥିବା ବିଭିନ୍ନ ପୋଖରୀର କାର୍ଯ୍ୟ କେଉଁ ପରିସ୍ଥିତିରେ ବନ୍ଦ ରହିଛି, ଏଭଳି କିଛି ସମସ୍ୟା ନେଇ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୨୦ ଜଣ କର୍ପୋରେଟର l

Education

ଏମକେସିଜି ରେ ପୁଣି ରେଗିଙ୍ଗ, ଅଭିଯୋଗ ଭିତ୍ତିହୀନ କହିଲେ ଆଣ୍ଟି ରେଗିଙ୍ଗ ସେଲ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଜଣେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ l ସିନିୟର ଡାକ୍ତରୀ ଛାତ୍ରୀ ମାନେ ଜୁନିୟର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ହୋଇଥିଲା l ଏହି ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରେଗିଙ୍ଗ ସେଲ କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଏମକେସିଜି କଲେଜରେ ଏମବିବିଏସ ପଢୁଥିବା ସିନିଅର ଛାତ୍ରୀ ଜୁନିଅର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ପରେ ୪ଜଣ ସିନିଅର ଛାତ୍ରୀଙ୍କୁ ଆଣ୍ଟି ରେଗିଙ୍ଗ ସେଲ ନୋଟିସ କରିଥିଲା l ଏନେଇ ସୋମବାର ଦିନ ଏମକେସିଜି ମେଡିକାଲ କଲେଜ ରେ ଆଣ୍ଟି ରେଗିଙ୍ଗ ସେଲ ର ସ୍ୱତନ୍ତ୍ର ବୈଠକ ବସିଥିଲା l ବୈଠକ ରେ ସମସ୍ତ ଅଭିଯୋଗ ଶୁଣିବା ପରେ ରେଗିଙ୍ଗ ର କୌଣସି ସତ୍ୟତା ନଥିବା କହିଥିଲେ ମେଡିକାଲ ଅଧ୍ୟକ୍ଷା l

State

୫ରେ ପୁଣି ଘୂର୍ଣ୍ଣିବଳୟ

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫେଙ୍ଗଲ୍‌’ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସ୍ଥଳ ଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ସହ ତୁହାକୁ ତୁହା ବର୍ଷା ଲାଗିରହିବାରୁ ଜନଜୀବନ ପ୍ରଭାବିତ ହୋଇଛି। ହଜାର ହଜାର ଘର ଭାଙ୍ଗିଛି। ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଆଜି ରିପୋର୍ଟ ଲେଖାଯିବା ବେଳକୁ ଅବପାତ ରୂପରେ ତାମିଲନାଡ଼ୁ ଭିତରେ ରହିଥିଲା । ଗୋଟିଏ ବାତ୍ୟା ଯିବା ପରେ ଆଉ ଗୋଟିଏ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।


ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବ। ଏହି ସମୟରେ ଶୀତ ବଢ଼ିବ। ତେବେ ୭ରୁ ୯ ତାରିଖ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡିସେମ୍ବର ୨, ୩ ଓ ୯ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୫ରୁ ୭ ତାରିଖ ମଧ୍ୟରେ କୁହୁଡ଼ି ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳର କେତେକ ସ୍ଥାନ ଏବଂ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବାକି ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l

Politics

ବିଜେପି ନେତାଙ୍କ ଠିକାଦାର ପୁଅ

Blog Thumbnail

ଆଳି(ଦ କୁଇଭର): ଆଳି ନିର୍ବାଚନ ମଣ୍ଡଳୀର ବାଳକାଟୀ ଠୁ କୋଳିଢ଼ିଅ ରାସ୍ତା ନିର୍ମାଣରେ କାମ କମ ଲୁଟ ଅଧିକ ଚାଲିଛି । ଏହି ଲୁଟକୁ ଆଖି ବୁଜି ଦେଉଛନ୍ତି ବିଭାଗୀୟ ଅଧିକାରୀ । ପ୍ରଶ୍ନ ପଚାରିଲେ ଅଧିକାରୀମାନେ ଠିକାଦାର ପାଇଁ ଓକିଲାତି କରିବା ସହ ନାଲି ଆଖି ଦେଖାଉଛନ୍ତି । ଖବର ବୁଝୁ ବୁଝୁ ଜଣାପଡ଼ିଲା ଯେ, କାମର ଠିକାଦାର ହେଉଛନ୍ତି ଆଳି ବିଧାନସଭାର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ । ଏବେ ବୁଝା ପଡ଼ିଲା, ଅଫିସରମାନେ କାହିଁକି ଏହି କାମରେ ଓଳିସାହି କୁକୁର ଭଳି ହେଉଛନ୍ତି । ବାପାଙ୍କ ରାଜନୈତିକ ପତିଆରାରେ ପୁଅଙ୍କର ଚାଲିଛି ଲୁଟତରାଜ । ରାସ୍ତା କାମକୁ ର.. ଠ.. କି କରିଦେଇ ବିଲ ନେଇ ପାର ହୋଇଯିବାକୁ କରିଛନ୍ତି ଯୋଜନା ।

ଏବେ ଆସିବା ପ୍ରସଙ୍ଗକୁ । କଟକ-ଚାନ୍ଦବାଲି ରାସ୍ତାର ବାଳକାଟୀ ଠାରୁ ଖଣ୍ଡିଆପାଟଣା ଦେଇ କୋଳିଢ଼ିଅ ଗାଁକୁ ଥିବା ୫ କିଲୋମିଟର ରାସ୍ତାର ମରାମତି ପାଇଁ ଦାବି କରିଥିଲେ ଲୋକେ । ନିର୍ବାଚନ ପୂର୍ବରୁ ଦାବି ଯୋଗୁ ଏହି କାମ ପାଇଁ ୪କୋଟି ଟଙ୍କା ମଞ୍ଜୁରୀ ହୋଇଥିଲା । କିନ୍ତୁ ନିର୍ବାଚନ ଆଚରଣ ବିଧି ଯୋଗୁ କାମ ବନ୍ଦ ରହିଥିଲା । ଏବେ ୧ମାସ ହେବ କାମ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥିବା ଏହି ରାସ୍ତା କାମ ଅତି ନିମ୍ନମାନର ହେଉଛି । କାମକୁ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି । ବନ୍ଧ ତଳୁ ମାଟି ଉଠାଇ ରାସ୍ତାରେ ପକାଉଥିବାରୁ ବନ୍ଦ ମରାମତି ହେବ କ’ଣ ଦୁର୍ବଳ ହେଉଥିବା ଲୋକେ କହୁଛନ୍ତି । କାମ ପାଇଁ କ’ଣ ରହିଛି ନିଦେ୍ର୍ଦଶନାମା ଓ କି ପ୍ରକାର କାମ ହେଉଛି ସେନେଇ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିଥିଲେ । କାମର ମାନ ଓ ଉପଯୁକ୍ତ ତଥ୍ୟ ଦେବା ପରିବର୍ତ୍ତେ ଠିକାଦାର ସପକ୍ଷରେ ଓକିଲାତି କରିଥିଲେ । ବେଶି ପ୍ରଶ୍ନ କରୁଥିବା ଲୋକଙ୍କୁ ନାଲି ଆଖି ବି ଦେଖାଇଥିଲେ ।

କନିଷ୍ଠଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବା କଥା କହିବା ପରେ ଯନ୍ତ୍ରୀ ଜଣକ ନିଜର ଅସହାୟତା ଦର୍ଶାଇଥିଲେ । ତାଙ୍କ କଥା ଠିକାଦାର ଶୁଣୁ ନଥିବା ଓ କ୍ଷମତା ଦେଖାଇ କାମ କରୁଥିବା କହିଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ କାଳେ ନୀରବ ରହିବାକୁ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଠିକାଦାରଙ୍କ ପାଇଁ ବିଜେପିର ଲବି ରହିଛି ନା ଅଫିସରମାନେ ବିଜେପିକୁ ବଦନାମ କରିବାକୁ ଏପରି କରୁଛନ୍ତି । ଏଦିଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନଜର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦେଖାଯାଉ ଏହି କାମ ନେଇ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଏପରି ଲୁଟକୁ ସୁଯୋଗ ଦିଆଯାଉଛି?


State

୪୦ ଟଙ୍କାରୁ ଅଧିକ ଦରରେ ବିକିଲେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ମନା କରିବା ପରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତିରେ ଯେପରି କଳାବଜାରୀ ନବଢେ ସେନେଇ ସୋମବାର ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପରିବା ହାଟରେ ଚଢ଼ାଉ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି । ୪ ନମ୍ବର ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୧ ନମ୍ବର ହାଟରେ ଏହି ୩ଟି ଟିମ୍‌ ଜୋରଦାର ଚଢ଼ାଉ କରିଛନ୍ତି । ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି । ସେହିପରି ଆଳୁ କିଣାର ବିଲ୍‌ ଦେଖାଇ ପାରିନଥିବା କିଛି ବ୍ୟବସାୟୀକୁ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ସେପଟେ ବେପାରୀଙ୍କ କହିବା ଅନୁସାରେ, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।


ଏନେଇ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, "କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍‌ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି । ଆଜି ୩ ଜଣଙ୍କୁ ନୋଟିସ୍‌ କରାଯାଇଛି । ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି । କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି । ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ୩ଟି ଟିମ୍‌ ଭୁବନେଶ୍ବରରେ ଯାଞ୍ଚ କରୁଛନ୍ତି ।" ସେପଟେ ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଯଦି କୌଣସି ବ୍ୟବସାୟୀ ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବ ।

State,National

ଦିନକ ପରେ ନୌସେନା ଦିବସ

Blog Thumbnail

ପୁରୀ ( ଦ କୁଇଭର ):- ଭାରତୀୟ ନୌସେନା ଦିବସ-୨୦୨୪’ ପାଳନ ଆସନ୍ତା କାଲି ହେବାକୁ ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ ୧୫ ଟି ଯୁଦ୍ଧପୋତ ଓ ୪୦ ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।


ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍‌ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍‌ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (୪ ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

State

ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ। ଚିକିଟି ବିଧାୟକ ଚିନ୍ତାମଣି ଧ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଟ୍ରିଟ କୁ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ଚିକିଟି ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ସୁନାପୂର ବେଳାଭୂମିରେ ୫ଟି ପ୍ରିମିୟମ ରୁମ୍ ସହିତ ୨୨ ଟି ସାଧାରଣ ରୁମ୍ ପର୍ଯ୍ୟଟକ ଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ପର୍ଯ୍ୟଟକ ଙ୍କୁ ସ୍ଥାନୀୟ ବାସିନ୍ଦା କିଭଳି ଆତିଥ୍ୟ ପ୍ରଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆ ଯିବ ବୋଲି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ।

State

ମହୁରୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ମହୁରୀ ମହୋତ୍ସବ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ହେବାକୁ ଯାଉଛି ମହୁରୀ ମହୋତ୍ସବ। ଗଞ୍ଜାମ ର ଲୋକକଳା,ଲୋକ ସାହିତ୍ୟ,ଲୋକନାଟ୍ୟ ଏବଂ ଲୋକ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏଭଳି ମହୋତ୍ସବ ଆୟୋଜନ କରାଯାଇଥିବା ମହୋତ୍ସବ ଅଧକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହାସହିତ ମହିଳାଙ୍କ ପାଇଁ ଓଡ଼ିଆ ଙ୍କ ପାରମ୍ପରିକ ପୀଠଉ ଝୋଟି ପ୍ରତିଯୋଗିତା ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରକଳା,ପ୍ରବନ୍ଧ, ବକୃତା ପ୍ରତିଯୋଗୀତା ର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଆୟୋଜକ ।

National

ଜନ୍ମ ନିୟନ୍ତ୍ରଣ ଭୟଙ୍କର ହେବ

Blog Thumbnail

ନାଗପୁର(ଦ କୁଇଭର): ଏବେ ଚାଲିଥିବା ଜନ୍ମ ନିୟନ୍ତ୍ରଣ ଆଗକୁ ଭୟଙ୍କର ହେବ । ଶାସ୍ତ ହେଉ କି ଜନସଂଖ୍ୟା ବିଜ୍ଞାନ ସବୁ ଦୃଷ୍ଟିରୁ ଏହା ବିପଦଜନକ ହେବାକୁ ଯାଉଛି । ଜନ୍ମ ନିୟନ୍ତ୍ରଣ ଦ୍ୱାରା ମାନବ ସମାଜ ନିଶ୍ଚିହ୍ନ ହୋଇଯିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ମହାରାଷ୍ଟ୍ରର ନାଗପୁର ଠାରେ ଏକ ଜନସଭାରେ ଭାଗବତ କହିଲେ, ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଆମେ ଏତେ ଅନ୍ଧ ହୋଇଗଲେଣି ଯେ, ଆମର ଜନସଂଖ୍ୟା କମିଲାଣି । ଜନସଂଖ୍ୟା ବିଜ୍ଞାନ ମତରେ ଆମେ ଆମ ହାତରେ ଆମ ସମାଜର ତଣ୍ଟି ଚିପି ଦେଉଛେ । ଏଥିରୁ ବଞ୍ଚିବା ପାଇଁ ଆମକୁ ୨ ରୁ ୩ ବା ତାହାଠୁ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ ହେଲାଣି ।

ଏବେ ସିଙ୍ଗଲ ଚାଇଲ୍ଡ ଭାବଧାରାକୁ ନେଇ ମୋହନ କହିଲେ, ଦେଶର ଜନସଂଖ୍ୟା ଦୃତ ଗତିରେ ଖସୁଛି । ଜନସଂଖ୍ୟା ବୃଦ୍ଧିର ହାର ୨.୧ ତଳକୁ ରହିବା କଥା ନୁହେଁ । ଏହା ହେଲେ ସମାଜରୁ ମାନବ ଜାତି ଲୋପ ପାଇଯିବ । ଏକଥା ଶାସ୍ତ୍ର ବି କହୁଛି ଓ ଜନସଂଖ୍ୟା ବିଜ୍ଞାନ ବି ଦର୍ଶାଉଛି । ଭାରତର ଜନସଂଖ୍ୟା ବୃଦ୍ଧି ଏବେ ୦.୮କୁ ଖସି ଆସିଲାଣି । ସିଙ୍ଗଲ ଚାଇଲ୍ଡ ଭାବଧାରାରେ ଜନସଂଖ୍ୟାକୁ ଚାପି ଦିଆଗଲାଣି ।

ସ୍ୱାଧୀନତା ପରର ସ୍ଥିତିକୁ ନଜର ପକାଇବା । ୧୯୫୧ରେ ଜନସଂଖ୍ୟା ବୃଦ୍ଧି ହାର ଥିଲଶ ୧.୩ ପ୍ରତିଶତ । ୧୯୬୧ରେ ଏହା ୨ପ୍ରତିଶତରେ ପହଞ୍ଚିଥିଲା । ୧୯୭୧ ରୁ ୯୧ ମଧ୍ୟରେ ଏହି ହାର ଥିଲା ୨.୨ପ୍ରତିଶତ । ଯାହା ସୁସ୍ଥକର ଥିଲା । ମାତ୍ର ଏହାପରେ ଛୋଟ ପରିବାର ସୁଖି ପରିବାର ସ୍ଲୋଗାନ ସବୁ କିଛି ବିଗାଡ଼ି ଦେଇଛି । ୨୦୧୧ରେ ଜନସଂଖ୍ୟା ବୃଦ୍ଧି ହାର ଭାରତରେ ୧.୬ପ୍ରତିଶତକୁ ଖସି ଆସିଲା । ୨୦୧୮ରେ ଏହା ୧.୦୯ ପ୍ରତିଶତ, ୨୦୧୯ରେ ୧.୦୩ ପ୍ରତିଶତ, ୨୦୨୦ରେ ୦.୯୬ପ୍ରତିଶତ, ୨୦୨୧ରେ ୦.୮ପ୍ରତିଶତ, ୨୦୨୨ରେ ସବୁଠୁ କମ ୦.୬୮ପ୍ରତିଶତ ବୃଦ୍ଧି ହୋଇଥିଲା । ବୁଦ୍ଧିଜୀବୀ ମାନଙ୍କ ଉଦବେଗ ପରେ ଏବେ ଜନସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ବୃଦ୍ଧି ହାର ୦.୮କୁ ବଢ଼ିଛି । ଏହା ଅତି ନଗଣ୍ୟ । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବା କଥା ଅଭିବୃଦ୍ଧି ହାର ୨.୧ ଉପରେ ରହିବା କଥା ବୋଲି ମୋହନ ଭାଗବତ କହିଥିଲେ । ଜନସଂଖ୍ୟା ହ୍ରାସ ଆଗକୁ ମାନବସମ୍ବଳରେ ବଡ଼ ଅସନ୍ତୁଳନ ସୃଷ୍ଟି କରିବ ବୋଲି ସେ କହିଥିଲେ ।

ଜନସଂଖ୍ୟା ହ୍ରାସ ନେଇ ଭାଗବତ ଉଦବେଗ ପ୍ରକାଶ କରିବା ସହ ସମାଜର ସୁରକ୍ଷା ପାଇଁ ଏଦିଗରେ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ । ଦେଖାଯାଉ ଏଦିଗରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଜନସଂଖ୍ୟା ହ୍ରାସର ବିପର୍ଯ୍ୟୟ ପାଇଁ ଦ୍ୱାର ଖୋଲାଯାଉଛି ।


International,National

ବିଶ୍ବ ଦେଖିଲା ଭାରତୀୟ ନୌସେନାର ବଳ

Blog Thumbnail

ପୁରୀ( ଦ କୁଇଭର ):- ବିଶ୍ବ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ଶହରୁ ଊର୍ଦ୍ଧ୍ବ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର୍-ଇନ୍-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର୍ ପରେ, କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ । ସମୁଦ୍ରର ଘୋ ଘୋ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ । ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ବଜା। ନୌସେନାର ଶକ୍ତି ପ୍ରଦର୍ଶନ ଯେତେ ଆଗଉଥିଲା, ସେତିକି ଉତ୍ତଙ୍ଗ ହେଉଥିଲା ସମୁଦ୍ରର ସୁଉଚ୍ଚ ଜୁଆର। ସର୍ବସମ୍ମୁଖକୁ ଆସି ସାମରିକ ଦକ୍ଷତା ଦେଖାଇଥିଲା ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ବ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ। ଆଉ ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ୍ କମାଣ୍ଡୋ- ମାର୍କସ୍‌ଙ୍କ ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ।

State

ଠାକୁରମୁଣ୍ଡା ଠାରେ ୨୮ କୁଇଣ୍ଟାଲ୍ ପୋଚ ନଷ୍ଟ ସହିତ ୬୦ ଲିଟର ମହୁଲି ମଦ ଜବତ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ସରାଷପୋଶି ଗ୍ରାମ ନିକଟ ଦେଇ ଯାଇଥିବା ଝରଣା କୂଳରେ ଆଜି ସକାଳେ କୌଣସି ସୂତ୍ରରୁ ସେଠାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତି ନିମନ୍ତେ ଥିବା ପୋଚ ନଷ୍ଟ କରିବା ସହିତ ମହୁଲି ମଦ କୁ ଜବତ କରିଛନ୍ତି ।ଏହି ଗ୍ରାମ ମଧ୍ୟ ଦେଇ ଯାଇଥିବା ଝରଣା କୂଳରେ ମହୁଲି ମଦ ପ୍ରସ୍ତୁତ କରି ଚୋରା ରେ ମଦ ବିକ୍ରି ହେଉଥିବା ର ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା। ଅବକାରୀ ଥାନା ଓଆଇସି ଭାରତୀ ନାଏକ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଝରଣା କୁଳ ରେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ସ୍ଥାନ ଉପରେ ଚଢ଼ାଉ କରିଥିଲେ।ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ଦେଖି ଚୋରା ବେପାରୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ।ଘଟଣାସ୍ଥଳ ରେ ମିଳିଥିବା ୨୮ କୁଇଣ୍ଟାଲ୍ ମହୁଲ ପୋଚକୁ ବିଭାଗ କର୍ମଚାରୀ ମାନେ ନଷ୍ଟ କରିଥିବା ବେଳେ ୬୦ ଲିଟର ମହୁଲି ମଦକୁ ଜବତ କରିଥିଲେ।ଏଥି ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ।ଏନେଇ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ୧୫୦/୨୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଠାକୁରମୁଣ୍ଡା ଠାରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଦେଶୀ ମଦ ଜବତ୍ ହେଲେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ନହୋଇ ଫେରାର ହୋଇଯାଇଥିବା ରୁ ଅବକାରୀ ବିଭାଗକୁ ନେଇ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।




State

ବଢିପାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ । ବିଧାୟକ ପାଣ୍ଠି ୩ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ସବୁ ଦଳର ସଦସ୍ୟ । ବିଜେଡି ଓ କଂଗ୍ରେସ ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ବିଧାୟକ ମାନେ ମଧ୍ୟ ଦାବିକୁ ସମର୍ଥନ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ସୁରମା ପାଢୀ । ବିଧାୟକଙ୍କ ଦରମା ୨ ଲକ୍ଷ ୫୦ ହଜାର ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ ଏକ କମିଟି ସୁପାରିଶ କରିସାରିଛନ୍ତି । ଦରମା ବୃଦ୍ଧି ନେଇ ମଙ୍ଗଳବାର କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିରେ ବିଧାୟକ ଭାସ୍କର ମଢେଇ ଅଧ୍ୟକ୍ଷ ରହିବେ । କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ବିଧାୟକ ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ l ଏବେ ନୂଆ ସରକାର ଆସିବା ନୂଆ କମିଟି ଗଠନ ହୋଇଛି । ଦରଦାମ ବୃଦ୍ଧି ପାଇଁ ଦରମା ଓ ପେନସନ ବଢାଇବା ଦାବି ଉଠିଛି ।

Politics,State

ଗୃହରେ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଆଜି ବିଧାନସଭାରେ ବେଶ ଧୂଆଁଧାର ବ୍ୟାଟିଂ କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଫିଲ୍ମରେ ଭିଲେନଙ୍କୁ ଧୋଇଲା ଭଳି ତାମିଲ ଲୁଟେରାଙ୍କ କଛା ଖୋଲିଦେଇଛନ୍ତି । ମାଟିତଳୁ ବାହାର କରିଛନ୍ତି ତାମିଲ ବାବୁ ମାନଙ୍କ ଲୁଟର ନମୂନା । ଏକଥା ଶୁଣିବା ପରେ ବିଭାଗୀୟ ମନ୍ତ୍ରୀଙ୍କର ବି ପାଟି ଚୁପ । କେବଳ ଅଫିସର ଦେଇଥିବା କାଗଜ ପଢ଼ି ଚୁପ ବସି ପଡ଼ିଛନ୍ତି ।

ଓଡ଼ିଶାରୁ ତାମିଲ କେତେ ଲୁଟିଛନ୍ତି ତାହା ଧିରେ ଧିରେ ଖୋଲୁଛି । ସେ ତାମଲ ଅଫିସର ହୁଅନ୍ତୁ କି ଠିକାଦାର ବା ବେପାରୀ । ସମସ୍ତଙ୍କ ଲୁଟ ଏବେ ପଦାକୁ ଆସିଲାଣି । ଏମିତି କିଛି ତାମିଲଙ୍କ ଲୁଟକୁ ଆଜି ଖୋଳିଛନ୍ତି ଅଭିନେତାରୁ ନେତା ପାଲଟିଥିବା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ତାମିଲଙ୍କ ଲୁଟକୁ ଖୋଳି ନାହାନ୍ତି, ନବୀନଙ୍କ ମିଛ ସଚ୍ଚୋଟତାକୁ ଭୂଷା ମରିଛନ୍ତି । ଗୃହରେ ବହୁ ବଡ଼ କଥା କହିଛନ୍ତି ସିଦ୍ଧାନ୍ତ ।

ଗୃହରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଖର୍ଚ୍ଚ ଦାବି ଉପରେ ଆଲୋଚନା ଚାଲିଥିଲା । ବିଧାୟକ ସିଦ୍ଧାନ୍ତ ମନ୍ତ୍ରୀ ରବି ନାୟକଙ୍କୁ ପ୍ରଶ୍ନ କଲେ, କହିଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କେବେ ସରିବ? କେବେ ଗାଁକୁ ପାଣି ମିଳିବ? ପ୍ରକଳ୍ପ କାର୍ଯ୍ୟକାରୀ ଠିକ ହେଉଛି ତ? ଯାହା ଗାଇଡଲାଇନ ଅଛି ତାହା ଅନୁଯାୟୀ କାମ ହେଉଛି ତ? ଯେତିକି ଲୋକଙ୍କୁ ପାଣି ଯୋଗାଯିବ, ଉତ୍ସରୁ ସେତିକି ପାଣି ଉଠିବ ତ? ପାଇପ ଯେତିକି ଗଭୀରରେ ଯିବା କଥା ସେତିକି ଯାଇନି ତ? ଏମିତି ଏତେ ପ୍ରଶ୍ନ କଲେ ଯେ, ତାମିଲ ଠିକାଦାରଙ୍କ ପୂରା ଅନ୍ତନାଡ଼ି ପଦାକୁ ଆଣି ଥୋଇ ଦେଲେ । ବୁଝିବା ଲୋକେ ଠିକ ବୁଝୁଥିଲେ । ବିଜେଡି ବାଲାଏ ତ ମୁରୁକି ହସୁଥିଲେ । କି ବ୍ୟାଟିଂ କଲେ ସିଦ୍ଧାନ୍ତ ବୋଲି କେହି କେହି ପଚାରୁଥିଲେ । ଏମିତି ମାରିଲେ ଯେ, ତାମିଲ ଠିକାଦାରଙ୍କ ପାଞ୍ଜି ପଳାଇ ଆସିଲା ।

ଆଉ କେହି କେହି କହୁଥିଲେ, କେବଳ ଠିକାଦାର କାହିଁକି, ଏସବୁ କାମ ୫ଟି ଅଧିନରେ ହେଉଥିଲା । ତେଣୁ ୫ଟି ଦାୟିତ୍ୱରେ ଥିବା ତାମିଲ ବାବୁଙ୍କ କାରନାମା ବି ପଦାକୁ ଆଣି ଥୋଇ ଦେଲେ ସିଦ୍ଧାନ୍ତ । ଏହାପରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନେକ ବିଧାୟକ ପ୍ରଶ୍ନ କଲେ । ବିଚରା ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଗଲା । କହିବେ କ’ଣ? ଅଫିସରମାନେ ଯାହା ଲେଖି ଦେଇଥିଲେ, ସେତିକି ପଢ଼ିଦେଇ ବସିଗଲେ । ନିଶ୍ୱାସ ଟେ ମାରିଲେ । କହିଲେ ଓ ସିଦ୍ଧାନ୍ତ ଭାଇ ହୀରୋ ଭଳି ଝାଳ କାଢ଼ି ଦେଲେ । ଏମିତି ମାରିଲେ ଯେ, ତାମିଲ ଭିଲେନ ମାନଙ୍କ ମଞ୍ଜି କାଢ଼ି ଦେଲେ । ଏବେ ମନ୍ତ୍ରୀ ଯଦି ନଦରାଣ୍ଡିବେ, ପ୍ରକଳ୍ପ ଆରମ୍ଭ ହେଉ ହେଉ ଫେଲ ମାରିବ ଓ ଦୁର୍ନୀତିକୁ ସମର୍ଥନ କଲେ ବୋଲି ଜଣାପଡ଼ିବ । ଯଦି ଦରାଣ୍ଡିବେ, ତାମିଲ ଭିଲେନ ସବୁ ପଦାରେ ପଡ଼ିବେ । ଦେଖାଯାଉ ମନ୍ତ୍ରୀ ସିଦ୍ଧାନ୍ତଙ୍କ ଧୂଆଁଧାର ବ୍ୟାଟିଂରେ ତାମିଲ ଭିଲେନ ମାନଙ୍କୁ ଆଉଟ କରୁଛନ୍ତି ନା ନିଜେ କ୍ୟାଚ ଧରି ସିଦ୍ଧାନ୍ତଙ୍କୁ ଚୁପ କରିଦେଉଛନ୍ତି?


State

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଡିସେମ୍ୱର ୮ ତାରିଖ ଯାଏଁ ମାଓବାଦୀଙ୍କ ତରଫରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ତେବେ ଓଡ଼ିଶାରେ ଏନେଇ ଆନ୍ଧ୍ର ଓଡ଼ିଶା ସୀମାରେ କୌଣସି ମାଓ ପୋଷ୍ଟର ଦେଖିବାକୁ ମିଳି ନ ଥିବା ବେଳେ ଛତିଶଗଡ ଜୋନାଲ ସବ୍ ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରା ଯାଇ ଗାଁ ଗାଁରେ ଉତ୍ସାହର ସହ ୨୪ ତମ ପିଏଲଜିଏ ସପ୍ତାହ ପାଳନ କରିବା ଲାଗି ଆହ୍ୱାନ ଦିଆଯାଇଛି । ଛତିଶଗଡ ସରକାର ପକ୍ଷରୁ ଜାରି ରହି ଥିବା ଅପରେସନକୁ ବିରୋଧ କରିବା ଲାଗି ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ମାଓ ସଙ୍ଗଠନ ପକ୍ଷରୁ ଜନସାଧାରଣକୁ ନିବେଦନ କରା ଯାଇ ଥିବା ବେଳେ ଆରଏସ୍ଏସ୍ ଓ ବିଜେପି ସରକାରକୁ ବିରୋଧ କରିଛି ମାଓ ସଙ୍ଗଠନ।

State

ଚାଷ ବିଲରେ ନୌସେନା ବିମାନ : ଜରୁରୀକାଳୀନ ଅବତରଣ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ଅଚାନକ ଜରୁରୀକାଳୀନ ଭାବେ ବିଲ ଭିତରେ ଅବତରଣ କଲା ନୌସେନା ହେଲିକପ୍ଟର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତ ଅମରଦା ଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀମାନେ ଧାନ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଧାନକୁଟା ଉଡିବାରୁ ସେଠାରେ ଅବତରଣ ନ କରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକେପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକେପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକେପ୍ଟର ଦେଖିବାକୁ ଭିଡ଼ ଜମିଥିଲା ।



National,Shree Jagannath,State

ଆଜି ନୌସେନା ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ନୌସେନା ଦିବସ । ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ନୌବୀର । ବିଶ୍ବ ଦେଖିବ ଭାରତର ଦମ । କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଜଭବନରେ ରାତ୍ରୀ ଯାପନ ପରେ ଆଜି ସକାଳୁ ପୁରୀ ଯିବେ ମହାମହିମ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍‌ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି।ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଭାରତର ତିନି ସେନା, ସ୍ଥଳସେନା, ବାୟୁସେନା ଏବଂ ନୌସେନା ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ। ଭାରତୀୟ ସେନାର ନାଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି।

State

ଦୂର ହେବ ଆଳୁ ସଂକଟ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଆଳୁ ସଙ୍କଟ । ଉତ୍ତରପ୍ରଦେଶରେ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଟ୍ରକ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ରାଜ୍ୟର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଦେଇ ପାରିବେ । ଏ ନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯେଉଁ ବେପାରୀମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ଗଚ୍ଛିତ ରଖିଛନ୍ତି, ଯଦି ସେମାନେ ରପ୍ତାନି କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ବାଭାବିକ । ସେପଟେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।