Banner Ad

ରାଜ୍ୟ ବିଜେପି ସଭାପତି ନିର୍ବାଚନ : ୭ରେ ନାମାଙ୍କନ, ୮ରେ ନିର୍ବାଚନ ଓ ଫଳାଫଳ

ରାଜ୍ୟ ବିଜେପି ସଭାପତି ନିର୍ବାଚନ : ୭ରେ ନାମାଙ୍କନ, ୮ରେ ନିର୍ବାଚନ ଓ ଫଳାଫଳ
Published by : Jyotshna Kumari
#Politics
Jul 6, 2025, 9:14 AM

ଦ କୁଇଭର ବ୍ୟୁରୋ:- ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ଆଉ ୪୮ ଘଣ୍ଟା ବାକି। ମନମୋହନ ସାମଲ ରିପିଟ ହେବେ ନା ନୂଆ ଚେହେରା ମଙ୍ଗ ସମ୍ଭାଳିବେ ତାକୁ ନେଇ ସସପେନସ ଜାରି ରହିଛି। ମହିଳା ନେତୃତ୍ବ ମଧ୍ୟ ମଙ୍ଗ ସମ୍ଭାଳିବା ଚର୍ଚ୍ଚା ଚାଲିଛି। ୭ତାରିଖରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା। ଯଦି ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ସେହିଦିନ ହିଁ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ।ଦିନକ ପରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ । କାଲି ପ୍ରକାଶ ପାଇବ ଅନ୍ତରୀଣ ଭୋଟର ଲିଷ୍ଟ ପ୍ରକାଶ । ୭ରେ ହେବ ନାମାଙ୍କନ ଦାଖଲ ଓ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ୮ରେ ନିର୍ବାଚନ ଓ ଫଳାଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ୭ରେ ହିଁ ସଭାପତିଙ୍କ ନାଁ ଘୋଷଣା ହେବ । ଏଥିପାଇଁ ଆଗାମୀ ୪୮ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ । ନୂଆ ରାଜ୍ୟ ସଭାପତି ୩ବର୍ଷ ପାଇଁ ଦାୟିତ୍ବ ତୁଲାଇବେ ।ରାଜ୍ୟ ସରକାରଙ୍କ ସହ ଦଳ ମଧ୍ୟରେ ସମନ୍ବୟ ରକ୍ଷା ଓ ରାଜ୍ୟ ରାଜନୀତିରେ ନୂଆ ସଭାପତିଙ୍କ ଭୂମିକା ରହିବ । ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବ ତାଳମେଳ ରଖି ଫଳପ୍ରଦ କାର୍ଯ୍ୟ କରିଛନ୍ତି । ଯଦି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ହୁଅନ୍ତି, ତେବେ ଏହି ଧାରା ବଜାୟ ରହିବ । ୨୦୨୩ ମାର୍ଚ୍ଚ ୨୪ରେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନେଇଥିଲେ ମନମୋହନ ସାମଲ । ଯଦି ନିର୍ବାଚନରେ ବିଜେପିର ରାଜ୍ୟ ମୁଖିଆ ବଦଳିବେ ତେବେ ନୂଆ ସମୀକରଣ ସୃଷ୍ଟି ହେବ । ରାଜ୍ୟର ପ୍ରଭାବଶାଳୀ ନେତୃତ୍ବଙ୍କ ସହ ନୂଆ ସଭାପତିଙ୍କ ଘନିଷ୍ଠତା ଚର୍ଚ୍ଚାକୁ ଆସିବ । ନୂଆ ସମୀକରଣରେ କିପରି କାର୍ଯ୍ୟ ହେବ ତା ଉପରେ ପର୍ଯ୍ୟବେକ୍ଷକଙ୍କ ନଜର ରହିବ ।


ମନମୋହନ ସାମଲ ପୁଣି ରାଜ୍ୟ ସଭାପତି ରହିବେ ନା ନୂଆ ଚେହେରାଙ୍କୁ ମିଳିବ ଦାୟିତ୍ବ? ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ନା ସହମତିରେ ହେବେ ରାଜ୍ୟ ସଭାପତି ନିର୍ବାଚିତ? ସେହିପରି ରାଜ୍ୟ ବିଜେପିକୁ ମହିଳା ନେତୃତ୍ବ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଜେପି ଜାତୀୟ ସଭାପତି ରେସରେ ମହିଳା ନେତୃତ୍ବ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।ଡି. ପୁରନ୍ଦେଶ୍ବରୀ, ନିର୍ମଳା ସୀତାରମଣ, ଭନତୀ ଶ୍ରୀନିବାସନଙ୍କ ନାଁ ରେସରେ ଥିବା ଜଣାପଡ଼ିଛି। ଛଅଟି ରାଜ୍ୟର ବିଜେପି ସଭାପତି ଘୋଷଣା ହେବା ପରେ ଏବେ ଜାତୀୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଜୋର ଧରିଛି। ଏହି ଫର୍ମୂଲାରେ ରାଜ୍ୟ ବିଜେପିକୁ ମିଳିବ କି ମହିଳା ନେତୃତ୍ବ ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ,ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଜୁନ ୨୯ ତାରିଖରୁ ଆରମ୍ଭ ହେବାର ଥିଲା ରାଜ୍ୟ ବିଜେପି ନିର୍ବାଚନ ପ୍ରକ୍ରିୟା। କିନ୍ତୁ ପୁରୀ ଦଳାଚକଟା ଘଟଣା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟରେ ବିଜେପିର ସମୀକରଣ ବଜାୟ ରହିବ ନାଁ ଆଭ୍ୟନ୍ତରୀଣ କ୍ଷମତା କେନ୍ଦ୍ର ଓ ରାଜନୈତିକ ରଣନୀତି ବଦଳିବ ଏବେ ତା ଉପରେ ନଜର।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍‌ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।

State

ଓମଫେଡ୍ କର୍ମଚାରୀଙ୍କ ଧର୍ମଘଟ

Blog Thumbnail

କୁକୁଡାଖଣ୍ଡି( ଦ କୁଇଭର ):- ଆଜି ସାରା ଓମଫେଡ୍ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ଓମଫେଡ୍ ଡେରି ରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି ,ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ଓମଫେଡ୍ ସଭାପତି ଦାଶରଥି ସେଠି କହିଛନ୍ତି । ଦୀର୍ଘ ୨୫ ବର୍ଷ ହେଲାଣି କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ କୌଶଳ ଦକ୍ଷତାରେ ଓମଫେଡ୍ ଡେରିରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ହୋଇନି ସ୍ଥାୟୀ ନିଯୁକ୍ତି, ଅଣକୁଶଳୀ ଶ୍ରମିକଙ୍କ ପରି ମଜୁରୀ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । ସରକାର ଘୋଷଣା କରିଥିବା ସର୍ବନିମ୍ନ ମଜୁରୀ ପ୍ରଦାନ କରୁନି ଓମଫେଡ୍ ବୋଲି କହିଛନ୍ତି କର୍ମଚାରୀ ମାନେ । ସାରା ଓଡ଼ିଶାରେ ପ୍ରାୟ ୨୦୦ ରୁ ଅଧିକ ନିଯୁକ୍ତି ଓମଫେଡ୍ ରେ ଖାଲି ଅଛି କିନ୍ତୁ ତାହା ପୂରଣ ହେଉନି । ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁଯାଇ ତାଙ୍କୁ ସ୍ଥାୟୀ ନିଯୁକ୍ତିରେ ସାମିଲ କରି ଖାଲି ପଦବୀକୁ ପୂରଣ କରାଗଲେ କିଛି କର୍ମଚାରୀ ଉପକୃତ ହୋଇପାରିବେ । ବାରମ୍ବାର କାର୍ଯ୍ୟ ବନ୍ଦ କରି ଦାବି କରିଆସୁଛନ୍ତି କର୍ମଚାରୀ କିନ୍ତୁ ଫଳ ଶୂନ l ତେଣୁ ଆଜିଠୁ ସାରା ଓଡିଶାରେ ଓମଫେଡ କର୍ମଚାରୀ ସଂଘ ନିଜର ଦାବି ଜଣାଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଥିବା ବେଳେ ଆଙ୍କୁଶପୁର ଓମଫେଡ ଅଫିସ ଆଗର ଧର୍ମଘଟ କରିଥିଲେ କର୍ମଚାରୀ l ଏ ଅବସରରେ ସମ୍ପାଦକ ସତୀଶ ମିଶ୍ର, କୋଷାଧକ୍ଷ କାଁହୁ ମହାରଣା, ଉପସଭାପତି ସନ୍ତୋଷ ପାଣିଗ୍ରାହୀ, ସହ ସମ୍ପାଦକ ଗୁରୁ ନାଥ ରାଉଳ ସମେତ ଅରୁଣ ସାହୁ, ନିଲୁ ସେଠି, ହେମନ୍ତ ମହାରଣା, ବବିତା ଗୌଡ଼, ନାଗଭୂଷଣ ଶତପଥି ସମେତ ବହୁ କାର୍ଯ୍ୟକାରୀ ସଭ୍ୟ ମାନେ ଉପସ୍ଥିତ ଥିଲେ l

Politics,State

ନିଜ ଚାଲରେ ଫସିଲା ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡ଼ିକୁ ତାରି ଚାଲରେ ଫସେଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ସରକାରରେ ପ୍ରତି ବିବାଦୀୟ ଅପରାଧ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରି ବିରୋଧୀଙ୍କୁ ଜବାବ ଦେଉଥିବା ବିଜେଡିକୁ ସେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଛନ୍ଦିଛନ୍ତି ମୋହନ । ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ମୋହନ ।


ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲାକୁ ନେଇ ବିଜେଡି ଆକ୍ରାମକ ହୋଇଛି । ବନ୍ଦ ଡାକରା ଦେଇ ହୁଲୁସ୍ତୁଲ କରୁଛି । ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି । ପୂରା ହାଙ୍ଗାମା କରୁଛି । ଏଭଳି ସ୍ଥିତିରେ ମୋହନ ସରକାର ବିଜେଡି ମୁହଁକୁ ଶକ୍ତ ଚାପୁଡ଼ାଟିଏ ମାରିଛନ୍ତି । ମନେ ପକାଇ ଦେଇଛନ୍ତି ନବୀନଙ୍କ ଏକଛତ୍ରବାଦ କଥା । ଏହିଠାରେ କହି ରଖୁଛୁ, ନବୀନ ସରକାରଙ୍କ ସମୟରେ ଅନେକ ବିବାଦୀୟ ଅପରାଧ ମାମଲା ହୋଇଥିଲା । ବିରୋଧୀ ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ଦାବି କରନ୍ତି ।ଆନ୍ଦୋଳନ ବି କରନ୍ତି, ହେଲେ ନବୀନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ବିରୋଧୀଙ୍କୁ ଲଲିପପ ଧରାଇ ଦିଅନ୍ତି । ସେ ପିହୁ ହେଉ କି ପରୀ, କୁନ୍ଦୁଲି ହେଉ କି ବେବିନା... ସବୁ ମାମଲାରେ କ୍ରାଇମବ୍ରାଞ୍ଚକୁ ନେଇ ଆସିଛନ୍ତି । ଏପରିକି ନବ ଦାସ ହତ୍ୟା କାଣ୍ଡ ବି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ।


କ୍ରାଇମବ୍ରାଞ୍ଚକୁ ଢାଲ କରି ବିଜେଡି ସରକାର ଅନେକ ଅପରାଧ ମାମଲାରେ ଆଜି ବି ବିବାଦରେ ଛନ୍ଦି ହୋଇଛନ୍ତି । ଏବେ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି କୁ ନେଇ ଚାଲିଛି ରାଜନୀତି । ବିଜେପି ସରକାରକୁ ଚାରିପଟୁ ଘେରି ଗଲେଣି । ଆଜି ବିଜେଡି ଘେରିଛି, କାଲି ରାସ୍ତାକୁ ଓଲ୍ହେଇବ କଂଗ୍ରେସ । ସବୁ ବନ୍ଦ କରିଦେବ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଇଛନ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ।


ବିଜେଡିର କ୍ରାଇମବ୍ରାଞ୍ଚ ଚାଲ ବିଜେଡି ଉପରେ ହିଁ ପକାଇଛନ୍ତି । ଘୋଷଣା କରିଛନ୍ତି ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ । ଏହାର ତଦନ୍ତ କରିବା ପାଇଁ ଡିଏସପିଙ୍କୁ ଦେଇଛନ୍ତି । ଏଣେ ମହିଳା ଥାନା IIC ତାଙ୍କୁ ସହଯୋଗ କରିବ । ଏବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା । ତଦନ୍ତ ପରେ ଯାହା ହେବ । ସରକାର ଏବେ ସ୍ପଷ୍ଟ କଲେ ଯେ ସରକାର କଠୋର ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଅଭିଯୁକ୍ତ ଆଧ୍ୟାପ ଓ ଅଧ୍ୟକ୍ଷଙ୍କୁ ଜେଲରେ ପୁରାଇ ସାରିଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ଦେଖାଯାଉ ଏହି ମାମଲା ଆଗକୁ କି ରୂପ ନେଉଛି ?



State

ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ : ଚକୋଲେଟ୍ ଦେଇ ବନ୍ଦ‌ ପାଇ ନିବେଦନ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।



ଅନ୍ୟପଟେ ଛକ ଛକ ସ୍ଥାନରେ ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ । ଗାଡି ଚଳାଚଳ ଠପ । ଚାଲି ଚାଲି ଯାଉଛନ୍ତି ଅନେକ ଯାତ୍ରୀ । । ଖାଁ ଖାଁ ରାଜ୍ୟର ପ୍ରାୟ ବସଷ୍ଟାଣ୍ଡ । ଗାଡି ଚଳାଚଳ କରୁନଥିବାରୁ ନିରାଶ ଯାତ୍ରୀ l ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l

Education,National

ପଥଭ୍ରଷ୍ଟଙ୍କୁ ସଜାଡିବ ଗୀତା ଓ ରାମାୟଣ

Blog Thumbnail

ଦ କୁଇଭର ବ୍ୟୁରୋ :- ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ଆଉ ରାମାୟଣ । ଏହି ଗୀତା ଓ ରାମାୟଣ ଭଳି ଗ୍ରନ୍ଥକୁ ସାମିଲ କରି ଛୋଟ ଛୋଟ ପିଲାମାନଙ୍କୁ ଆଧ୍ୟାତ୍ମିକତା ଏବଂ ରାମାୟଣ ଓ ଗୀତାରେ ଥିବା ଜ୍ଞାନ ତାଙ୍କ ଭିତରେ ଦିବ୍ୟଜ୍ଞାନକୁ ଉଜ୍ଜୀବିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଭଳି ନିଷ୍ପତି ନେଇଛନ୍ତି ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତ ।


ଉତ୍ତରାଖଣ୍ଡରେ ଥିବା ୧୭ ହଜାର ସରକାରୀ ବିଦ୍ୟାଳୟରେ ରାମାୟଣ ଏବଂ ଗୀତା ପଢ଼ାଯିବ । ଏନେଇ NCERT କୁ ମଧ୍ୟ କହିଛନ୍ତି ସେଠାକାର ଶିକ୍ଷାମନ୍ତ୍ରୀ । ବର୍ତ୍ତମାନ ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଜ୍ଞାନ ବା ସକରାତ୍ମକ ଜ୍ଞାନ ଓ ମାନସିକତା କମିଯାଉଥିବା ବଡ଼ ସମସ୍ୟାର କାରଣ ହେଲାଣି । ସାମାଜିକ ଅଧୋପତ୍ତନ ପ୍ରଭାବରେ ନକରାତ୍ମକ ମନଭାବ ବଢ଼ୁଥୁବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।


ରାମାୟଣରେ ଥିବା ଉଦାରତା, କର୍ତ୍ତବ୍ୟନିଷ୍ଠ ଭାବନା, ତ୍ୟାଗ ଓ ଦାୟିତ୍ୱବାନ ଭାବନା ତଥା ସକରାତ୍ମକ ଦିଗକୁ ପିଲାମାନେ ଜାଣିଲେ ସେମାନଙ୍କ ଜୀବନଚର୍ଯ୍ୟା ବି ଶୃଙ୍ଖଳିତ ହୋଇପାରିବ । ଏହା ଭିତରେ ଗୀତାର ଅନେକ ବାଣୀ ଅଛି ଯାହା ବିଜ୍ଞାନ ସମ୍ବଦ୍ଧ । ବିଜ୍ଞାନ ଗୀତା ଠୁ ସୃଷ୍ଟି, ଏକଥା ବିଦେଶରେ ପ୍ରମାଣିତ । ଆମର ଧର୍ମଗ୍ରନ୍ଥକୁ ନେଇ ଜାପାନ, ଜର୍ମାନ ଏବଂ ରୁଷିଆ ଭଳି ଦେଶ ବେଶ ଅଗ୍ରଗତି କରିଛନ୍ତି । ତାହାକୁ ଲକ୍ଷ କରି ଏବେ ପାଠ୍ୟକ୍ରମରେ ଆମର ପବିତ୍ର ଧର୍ମଗ୍ରନ୍ଥକୁ ସ୍ଥାନିତ କରିବା ପାଇଁ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି ।


ଟିକେ ନଜର ପକେଇନେବା ଭାରତର ବର୍ତ୍ତମାନ ନକରାତ୍ମକ ଟ୍ରେଣ୍ଡ ଉପରେ । ଭାରତରେ ଆତ୍ମହତ୍ୟା ବଢୁଛି । ବିଶେଷ କରି ପିଲାମାନଙ୍କ ମଧ୍ୟରେ । ଅନେକ ଜାଗାରେ ପଥଭ୍ରଷ୍ଟ ହେଉଛନ୍ତି କିଶୋର କିଶୋରୀ ଓ ଯୁବାବର୍ଗ । ଦୁଷ୍କର୍ମ ସଂଖ୍ୟା ବି ବଢ଼ି ବଢ଼ି ଯାଉଛି । ସାମାଜିକ ପ୍ରଭାବ ଏତେ ନକରାତ୍ମକ ଦିଗକୁ ଗଲାଣି ଯେ, ଲୋକେ ଅଣନିଶ୍ୱାସୀ ହୋଇଗଲେଣି । ଏଭଳି ସ୍ଥିତିରେ ଗୀତା ହିଁ ଉପଯୁକ୍ତ ମାର୍ଗଦର୍ଶନ କରିବ ବୋଲି ଅନେକ ଜ୍ଞାନୀଗୁଣୀ କହୁଛନ୍ତି । ଦେଖାଯାଉ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଏହି ଉଦ୍ୟମ ସାମାଜିକ ପରିବର୍ତ୍ତନରେ କେତେ ସାହାୟକ ହେଉଛି ?



Politics,State

ଆନ୍ଦୋଳନ ବେଳେ ବିଜେଡିର ବଡ ନେତା ଆହତ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି । ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।

State

ବଳରାମ ଗୌଡ଼ଙ୍କୁ କ୍ଷତି ପୂରଣ ଓ ବିନାୟକ ହସ୍ପିଟାଲ ବିରୋଧ ରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ଦାବି କଲେ ଗ୍ରାମବାସି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବାଘଲଟି ଗ୍ରାମର ବଳରାମ ଗୌଡ଼ ଏକ ସାମାନ୍ଯ ଶଡକ ଦୃଘଟଣାରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିବା ବେଳେ ଡାକ୍ତର ଦିଲ୍ଲୀପ ପ୍ରଧାନ ତାଙ୍କୁ ପ୍ରବର୍ତ୍ତାଇ ବ୍ରହ୍ମପୁର ରେ କୋର୍ଟ ପେଟା ଛକ ଠାରେ ଥିବା ଏକ ଘରୋଇ ବିନାୟକ ନାମକ ହସ୍ପିଟାଲକୁ ନେବାକୁ କହିଥିଲେ। ଏପରିକି ବିନାୟକ ନାମକ ଘରୋଇ ମେଡିକାଲ ରେ ଗୋଡର ଭୁଲ ଚିକିତ୍ସା କରି ହତ୍ଯା କରା ଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକ ଙ୍କ ପରିବାର ଲୋକେ ଡାକ୍ତର ଦିଲ୍ଲୀପ ପ୍ରଧାନ ଓ ବିନାୟକ ମେଡିକାଲ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଆଜି ବାଘଲଟିଗ୍ରାମ ବାସି ଏକ ଶୋଭାଯାତ୍ରା ରେ କମାପଲ୍ଲୀଛକ ଠାରୁ ବାହାରି ବ୍ରହ୍ମପୁର ଏସପିଙ୍କକାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରହ୍ମପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଦକ୍ଷିଣାଞ୍ଚଳରାଜସ୍ବ କମିଶନର କାର୍ଯ୍ୟାଳୟ ଓ ବ୍ରହ୍ମପୁର ଏମକେସିଜି ସୁପରଟେଣ୍ଟ କାର୍ଯ୍ୟଳୟ ଠାରେପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଗୋଇଲୁଣ୍ଡି ସ୍ଥିତ ବିନାୟକହସ୍ପିଟାଲ ଠାରେ ପହଞ୍ଚି ନିରବ ପ୍ରାଥନାକରାଯାଇଥିଲା। ଏହି ସଭାଯାତ୍ରା ରେ ବହୁସମାଜ ସେବି ସହ ବାଘଲଟି ଗ୍ରାମର ବହୁ ଜନ ସାଧାରଣ ଯୋଗ ଦେଇଥିଲେ।

State

୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଭାରତର ସମସ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ,ତାଲୁକ କୋର୍ଟଗୁଡିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମକୁ ସଫଳ ରୂପେ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ରିଜିଓନାଲ ଜୁଡ଼ିସିଆଲ ଏକାଡେମୀର ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି l


'ଦେଶ ପାଇଁ ମଧ୍ୟସ୍ଥତା ' ଅଭିଯାନ ୧ ଜୁଲାଇ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା, ଯେଉଁଥିରେ କି ଉଭୟ ପକ୍ଷ ମଧ୍ୟସ୍ଥଙ୍କ ସହାୟତାରେ ସେମାନଙ୍କର ବିବାଦକୁ କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟରେ ସମାଧାନ କରିପାରିବେ । ମଧ୍ୟସ୍ଥତାଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି l


ଏହି ମଧ୍ୟସ୍ଥତା ଅଭିଯାନରେ ବୈବାହିକ ବିବାଦ ମାମଲା,ଦୁର୍ଘଟଣା ଦାବି ମାମଲା,ଘରୋଇ ହିଂସା ମାମଲା, ଚେକ୍ ବାଉନ୍ସ ମାମଲା, ବାଣିଜ୍ୟିକ ବିବାଦ ମାମଲା,ଫୌଜଦାରୀ ମାମଲା,ଗ୍ରାହକ ବିବାଦ ମାମଲା, ଋଣ ଆଦାୟ ମାମଲା,ବହିଷ୍କାର ମାମଲା,ଜମି ଅଧିଗ୍ରହଣ ମାମଲା,ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଗୁଡିକର ସମାଧାନ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନେକ ମଧ୍ୟସ୍ଥ ଉପସ୍ଥିତ ରହିଥିଲେ l ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷା ଉପସ୍ଥିତ ମଧ୍ୟସ୍ଥ ମାନଙ୍କୁ କିପରି ଅଧିକରୁ ଅଧିକ ମାମଲା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିବ, ସେ ଉପରେ ଆଲୋଚନା କରିଥିଲେ l

State

ଆଜି ଓଡ଼ିଶା ବନ୍ଦ: ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁକୁ ନେଇ ବିରୋଧୀ ସରକାରଙ୍କୁ ଲଗାତାର ଟାର୍ଗେଟ୍‌ କରୁଥିବା ବେଳେ ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳିବେ ୮ ବିରୋଧୀ ଦଳ। ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ଅଦାଲତ, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ତେବେ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଓ ରୋଗୀଙ୍କ ଚିକିତ୍ସା ଆଦି ବନ୍ଦରୁ ବାଦ ରହିବ। ଏ ନେଇ ସହଯୋଗପୂର୍ବକ ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣ, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଓ ସମାଜର ସମସ୍ତ ବର୍ଗଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ। ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଆଠଟି ବିରୋଧୀ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରଙ୍କ କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ଲୋକଙ୍କ ବନ୍ଦ ହେଉ ବୋଲି ବିରୋଧୀମାନେ କହିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, ବାଲେଶ୍ୱର ସଦର ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଦୃଢ଼ ଦାବି କରଯାଇଛି। ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ବିରୋଧରେ ମଧ୍ୟ ତ୍ୱରିତ୍‌ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୋକଙ୍କ ଧନଜୀବନ ବିପନ୍ନ ହୋଇ ଆଇନର ଶାସନ ଭୁଶୁଡ଼ି ପଡିଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ରବର ବୁଲେଟ୍‌ ଚାଳନା, ପାଣି ମାଡ଼ ଭଳି ଅମାନୁଷିକ ଆକ୍ରମଣକୁ ମିଳିତ ବିରୋଧୀ ଦଳ ତୀବ୍ର ନିନ୍ଦା କରିଛି। ଲାଠି, ଗୁଳି, ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍ ଚାଳନାରେ ଶାସନ ଚାଲେ ନାହିଁ ବୋଲି ବିରୋଧୀ ଦଳ ନେତାମାନେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି। ରାଜ୍ୟରେ ମୋହନ ମାଝୀ ସରକାର ଶାସନ କରିବା ପାଇଁ ତାଙ୍କର ସମସ୍ତ ନୈତିକ ଅଧିକାର ହରାଇଛନ୍ତି। ରାଜ୍ୟରେ ନାରୀ ସୁରକ୍ଷା ଓ ଆଇନର ଶାସନ ପ୍ରତିଷ୍ଠା ପାଇଁ ମିଳିତ ବିରୋଧୀ ଦଳ ପ୍ରସଙ୍ଗଭିତ୍ତିକ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରାଯାଇଥିଲା।ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇଏମ୍‌ଏଲ୍‌ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍‌ସିପିର ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସ୍‌ପିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ ଓ ଆର୍‌ଜେଡିର ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।

Politics,Education,State

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପାଇଁ ଆଜି ବିଜେଡି ଘେରିବ ଲୋକସେବା ଭବନ,୧୭ରେ ଓଡିଶା ବନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।


ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?

State

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା।ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ। ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ।ରାଜ୍ୟ ସରକାର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଆଦର୍ଶ ବିଦ୍ୟାଳୟରେ ରେଣ୍ଟ ମୁକ୍ତ କରିଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି ପାଇଁ ସରକାର ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି। ସ୍ଥାୟୀ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ କ୍ଷମତା ପ୍ରଦାନ କରିବେ। ରାଜ୍ୟ ସରକାର ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭାଜନ କରିଛନ୍ତି। ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍‌ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ। ରାଜ୍ୟ ସରକାର ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ଦେଇଛନ୍ତି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ସେହିପରି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।

State

ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍‌ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଘଟଣା ନେଇ ଏସୋସିଏସନ୍‌ର କର୍ମକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା। ବିଭିନ୍ନ ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଭାପତି କୃଷ୍ଣଚନ୍ଦ୍ର ପାଳ, ସମ୍ପାଦକ ସଂଜୟ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ ,ରାଜେଶ ସାହୁ, ପଦ୍ମ ଚରଣ ଦାସ, ବାଳକୃଷ୍ଣ ସାହୁ, ଜଟ ସାହୁ, ସୁରେଶ ବେହେରା, ହୃଷିକେଶ ପଣ୍ଡା, ଗୋପାଳକୃଷ୍ଣ ରେଡୀ, ଭି.କେ ବିଶାରଦ, ମାନସ ରଜନ ପଟନାୟକ, ରାକେଶ ପାତ୍ର, ଅଜୟ କୁମାର ସ୍ବାଇଁ, କୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତା ଉପସ୍ଥିତ ଥିଲେ ।

National,Politics,State

ଏଫଏମ୍ କଲେଜ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

Blog Thumbnail

ଦ କୁଇଭର ବ୍ୟୁରୋ :- ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ ଗାନ୍ଧୀ । ନିଜେ ଟ୍ବିଟ କରି ସୂଚନା ଦେଲେ ରାହୁଲ । ଯାହା ଘଟିଥିଲା ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି କହିଲେ ରାହୁଲ ଗାନ୍ଧୀ। ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ। ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ତେବେ ବାଲେଶ୍ୱର ଘଟଣା ପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି ।


ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

State,Education,National

ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଉପାଧି ପ୍ରଦାନ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ଆଜି କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍‌‍ ଉପାଧି ପ୍ରଦାନ କରିଛନ୍ତି । ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇହେଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ଵାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।


ବିଜୟଙ୍କ ପିଲାଦିନର ପରିସ୍ଥିତି ଆଜିର ସମୟ ଠାରୁ ପୂରାପୂରି ଭିନ୍ନ ଥିଲା କାରଣ ସେତେବେଳେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ଓଡ଼ିଶାରେ କୌଣସି ବିଦ୍ୟାଳୟର ବ୍ୟବସ୍ଥା ନଥିଲା। ବିଜୟ କିନ୍ତୁ ପାଠ ପଢ଼ିବା ପାଇଁ ଜିଦ୍‌‍ ଧରିଥିଲେ। ସେଥିପାଇଁ ସେ ପିତାଙ୍କ ଅନୁମତି ନେଇ ୧୯୫୭-୫୮ ମସିହାରେ କଲିକତାସ୍ଥିତ ବେହାଲା ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ କିଛି ବର୍ଷ ଅଧ୍ୟୟନ କରିବା ପରେ ସେ ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ୧୯୬୦ ମସିହା ସେପ୍ଟେମ୍ୱର ୧ ତାରିଖରେ ଦୃଷ୍ଟିହୀନଙ୍କ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳର ଓଡ଼ିଶା ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁଥଙ୍କରଙ୍କ ଉଦ୍ୟମରେ ପ୍ରାୟ ୧୦ ଏକର ଜାଗାରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେତେବେଳେ ମହୀଶୂରର ଶିକ୍ଷାବିତ୍‌‍ ଡ଼. ଏନ୍‌‍. ରତ୍ନ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଏହିଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ର ବ୍ୟବସ୍ଥା ରହିଥିଲା। ଏହାପରେ ଆଉ ଉଚ୍ଚ ଶ୍ରେଣୀ ପାଇଁ ସୁଯୋଗ ନଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ସେ ସମୟରେ ଦୃଷ୍ଟିହୀନ ପିଲାମାନେ ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଦା ସଦୃଶ, ବିଭିନ୍ନ କାରଣ ଯୋଗୁଁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜୟ ଭାରତର ରାଷ୍ଟ୍ରପତି ଭି.ଭି. ଗିରି ଓ ସମାଜ କଲ୍ୟାଣ ମନ୍ତ୍ରୀ ଆର. ଜଗନ୍ନାଥ ରାଓଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଭେଟି ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ରାଷ୍ଟ୍ରପତି ଗୁରୁତ୍ଵର ସହିତ ବିଚାର କରି ସ୍କୁଲ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପାଠ ପଢ଼ା ଚାଲିଲା। ପ୍ରଥମ ବ୍ୟାଚରେ ୬ ଜଣ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ, ଏହି ଦୃଷ୍ଟିହୀନ ପିଲାମାନେ ଅଧ୍ୟୟନ ନିମନ୍ତେ ଓଡିଶା ସ୍ଥିତ କଲେଜ ଗୁଡିକରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ବିଜୟଙ୍କ ନେତୃତ୍ଵରେ ଦୃଷ୍ଟିହୀନ ପିଲାମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳଙ୍କ ପରାମର୍ଶଦାତା କେ.ଟି. ସତାରାୱାଲା ଏହାକୁ ଗୁରୁତ୍ଵର ସହିତ ବିଚାର କରି ପ୍ରଥମ ଥର ପାଇଁ ଓଡ଼ିଶାର ୪ଟି କଲେଜରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କଲେଜ ମଧ୍ୟରେ ଖଲିକୋଟ, ରେଭେନ୍ସା, ବିଜେବି ଓ କେନ୍ଦ୍ରାପଡ଼ା କଲେଜ ଅନ୍ତର୍ଭୁକ୍ତ ଥିଲା ।


ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ଜୀବନସାରା ସେ ଦୃଷ୍ଟିହୀନ ପିଲାମାନଙ୍କୁ ଶିକ୍ଷାଦାନ ସହିତ ବିଦ୍ୟାଳୟର ଉନ୍ନତିକଳ୍ପେ ବହୁ କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ଆମ୍ୱପୁଆ ଠାରେ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବିଜୟ କୁମାର ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୃଷ୍ଟିହୀନମାନେ ଅନ୍ତତଃ ରାସ୍ତାଘାଟରେ ଭିକ୍ଷାବୃତ୍ତି ନ କରନ୍ତୁ, ଏବଂ ସେଥିପାଇଁ ସେ ଜୀବନସାରା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ଆମ୍ୱପୁଆ ଠାରେ ସେ ବୟସ୍କ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ ସେ ଏକ ଭୋକେସନାଲ୍‌‍ ଟ୍ରେନିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ ଯେଉଁଠାରେ ଦୃଷ୍ଟିହୀନ ବ୍ୟକ୍ତିମାନେ ତାଲିମ ନେଇ ଚୌକି, ଦଉଡ଼ି, ମହମବତୀ ଇତ୍ୟାଦି ତିଆରି କରିବା ପ୍ରଶିକ୍ଷଣ ନେଉଥିଲେ।


ଓଡ଼ିଶାରେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ପୁସ୍ତକ ନଥିଲା । ବିଜୟଙ୍କ ଉଦ୍ୟମରେ ବ୍ରହ୍ମପୁରରେ ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ୍‌‍ ୧୯୮୬ ମସିହା ନଭେମ୍ୱର ୧୯ ତାରିଖରେ ପ୍ରତିଷ୍ଠା ହୋଇପାରିଥିଲା । ଏହି ବ୍ରେଲ୍‌‍ ପ୍ରେସରୁ ଓଡ଼ିଶାର ୩୫ଟି ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାକୁ ପୁସ୍ତକ ଯୋଗାଇ ଦିଆଯାଉଛି । ଏହି ବ୍ରେଲ ପ୍ରେସରୁ ମଧ୍ୟ ବ୍ରେଲ କ୍ୟାଲେଣ୍ଡର, ବିଜ୍ଞାନ ଦିଗନ୍ତ ପତ୍ରିକା ଛପାଯିବା ସହିତ ୨୦୧୪ ମସିହାରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୃଷ୍ଟିହୀନଙ୍କ ପାଇଁ ଡ଼ମି ବ୍ୟାଲେଟ ପେପର ପ୍ରସ୍ତୁତ କରାଯାଉଛି ।


ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି କ୍ଷେତ୍ରରେ ବିଜୟ କୁମାର ରଥଙ୍କ ଦୁଇ ଭାଇ ବରିଷ୍ଠ ସାମ୍ୱାଦିକ ରବି ରଥ ଓ ବ୍ରହ୍ମପୁର ବ୍ରେଲ୍‌‍ ପ୍ରେସ୍‌‍ ର ପରିଚାଳକ ପ୍ରକାଶ ନାରାୟଣ ରଥ ମୁଖ୍ୟ ସହଯୋଗୀ ଭାବରେ ଅଦ୍ୟାବଧି ତାଙ୍କ ସହଯୋଗ କରୁଛନ୍ତି । ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

State

ଗଞ୍ଜାମରେ ପୁଣି ମହିଳାଙ୍କୁ ଗଣଦୁଷ୍କର୍ମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ନିକଟ ନିମଖଣ୍ଡି ଥାନା ଅଞ୍ଚଳରେ ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନିମଖଣ୍ଡି ଥାନା ପୁଲିସ ମେଡ଼ିକାଲରେ ପିଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ମହିଳାଙ୍କ ନିଜ ସ୍ୱାମୀ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଅନ୍ୟ ମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା l ଥାନାକୁ ଅଭିଯୋଗ ଦେବା ଯିବା ରାସ୍ତାରେ ଅଚେତ ହୋଈ ପଡ଼ିଥିଲେ ପୀଡିତା, ପୋଲିସ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା ମିଳିଛି l

Politics,State

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ଆଇନ ମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ସମ୍ବେଦନଶୀଳ ଘଟଣା ଘଟିଲା। ସରକାର ପ୍ରୋଆକ୍ଟିଭ ହୋଇ ସବୁ ପଦକ୍ଷେପ ନେଲେ। ଦୁଇ ଜଣ ନିଲମ୍ବିତ ହେଲେ ଆଉ ଗିରଫ ହେଲେ। ଆଗକୁ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି। କିନ୍ତୁ ସବୁ କଥାରେ ରାଜନୈତିକ ରୁଟି ନ ସେକିବା ସୁସ୍ଥ ମାନସିକତା। କିନ୍ତୁ ସବୁ ଘଟଣାରେ ଶାଗୁଣା ପରି ଝାମ୍ପି ପଡିବା ଠିକ୍ ନୁହେଁ। ସେଥିରୁ ନିବୃତ ରହିବା ଆବଶ୍ୟକତା ଅଛି।ସୌମ୍ୟାଶ୍ରୀଙ୍କ ବାପାମାଙ୍କ ବାରଣ ସତ୍ତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରିବା,ଝିଅ ବଞ୍ଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସଙ୍ଗ କି ଗ୍ରହଣୀୟ ନୁହେଁ। ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ୍ ଅଛି, ସମସ୍ତଙ୍କୁ ତଦନ୍ତ ପରିସକୁ ଅଣାଯିବ। ସେ ଆହୁରି କହିଛନ୍ତି, ବିରୋଧୀ ଦଳ ଭୁଲ ବାଟରେ ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ସାରୁ ଖୋଳୁ ଖୋଳୁ ମହାଦେବ ଭଳି ଦୁନିଆ କଥା ଆସିବ। କିଏ କେଉଁ ଦଳ ସହ ସମ୍ପୃକ୍ତ ଥିଲେ। ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ।

State

ପୁରୀ କଟକ ମେମୁ ଟ୍ରେନକୁ ଅଟକାଇ ବିକ୍ଷୋଭ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।



ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l

State

୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଅବପାତ ଦୂର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଦକ୍ଷିଣ ବିହାର ଉପରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି । ୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

State

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।