Banner Ad

ବର୍ଷାରେ ଭିଜିବ ରଥଯାତ୍ରା, ୨ ୮ଯାଏଁ ପ୍ରବଳ କାଛିବ

ବର୍ଷାରେ ଭିଜିବ ରଥଯାତ୍ରା, ୨ ୮ଯାଏଁ ପ୍ରବଳ କାଛିବ
Published by : Jyotshna Kumari
#State
Jun 24, 2025, 9:14 AM

ଦ କୁଇଭର ବ୍ୟୁରୋ:- ୨୫ରେ ଲଘୁଚାପ, ବଢ଼ିବ ବର୍ଷା । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି । ଆଜି ରାୟଗଡ଼ା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା , ପୁରୀ, ଜଗତସିଂହପୁର , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନାୟଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଥିସହ ଗଞ୍ଜାମ, ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟର କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଆଗାମୀ ୩-୪ ଦିନ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ମାନଙ୍କରେ ଭାରି ବର୍ଷା ସମ୍ଭାବନା ରହିଛି ।


ସୂଚନା ମୁତାବକ, ୨୫ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ୨୫ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅବଶିଷ୍ଟ ଓଡ଼ିଶା ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ଦିନ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିଭଳି ଭାବେ ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ଜାରି ରହିବ । ୨୫ ଓ ୨୬ ତାରିଖରେ ଓଡ଼ିଶା ଉପକୂଳ ତଥା ଏହାର ସଂଲଗ୍ନ ଅଞ୍ଚଳରେ ୩୫-୪୫ କିମିରୁ ୫୫ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ରହିଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Shree Jagannath

କାଲି ଶେଷ ଆଡ଼ପ ଦର୍ଶନ : ପହରଦିନ ବାହୁଡ଼ାଯାତ୍ରା

Blog Thumbnail

ପୁରୀ( ଦ କୁଇଭର ):- ଦିନକ ପରେ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ଆଉ ଚଳିତବର୍ଷ ପାଇଁ ଭକ୍ତ ପାଇବେ ଶେଷ ଆଡପ ଅବଢ଼ା । ଯଦି ନୀତିକାନ୍ତି ଶୃଙ୍ଖଳିତ ହୁଏ ଆସନ୍ତାକାଲି ଶୀଘ୍ର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ବ୍ୟାରିକେଡ଼ ସମ୍ପ୍ରସାରଣ କରାଯାଇଛି । ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଆଜି ଉଭୟ ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଭଳି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବାହୁଡ଼ାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ।

State

ଲଜକୁ ଡ଼ାକି ନେଇ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ : ଥାନାରେ ଆତ୍ମ ସମର୍ପଣ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ପିଲାଟି ଦିନରୁ ସାଙ୍ଗ ହୋଇ ବଢ଼ିଥିଲେ ଆଉ ପଢ଼ିଥିଲେ । ଧିରେ ଧିରେ ବଡ଼ ହେବା ସହ ଦୁହେଁ ଦୁହିଁକୁ ଭଲପାଇ ବସିଥିଲେ । ହେଲେ କିଛି ଏମିତି ଘଟଣା ଘଟିଲା ଯେ, ପ୍ରେମିକାକୁ ନିଜ ହାତରେ ଛୁରୀ ଭୁସି ହତ୍ୟା କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ଏଭଳି ଏକ ଘଟଣା ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍‌ଙ୍କ ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହୁଥିବା ୨୪ ବର୍ଷୀୟ ଅଭୟ କୁମାର ମହାରଣା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ପିଲାଟି ଦିନରୁ ସାଙ୍ଗ ପଢୁଥିଲେ । ବଡ ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଗତ ୪ ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଲ୍ୟାବ ଆସିଷ୍ଟାଣ୍ଡ ଭାବରେ କାର୍ଯ୍ୟ କରି ଆସୁଥିଲେ । ସେପଟେ ଯୁବକ ଜଣଙ୍କ ଏକ କମ୍ପାନୀରେ କାମ କରୁଥିବା ବେଳେ କିଛି ସମସ୍ୟା ଉପୁଜିବା ଯୋଗୁଁ ସେ ଚାକିରି ହରାଇ ବସିଥିଲେ । ସେପଟେ ଯୁବକ ଜଣଙ୍କ ଚାକିରି ହରାଇବା ପରେ ମାନସିକ ଅଶାନ୍ତି ଭିତରେ ରହିଥିଲେ । ଏହା ଭିତରେ ଯୁବତୀ ଜଣଙ୍କ ଯୁବକଙ୍କୁ ଅଣଦେଖା କରୁଥିଲେ । ନିଜର ଚାକିରି ନଥିବାରୁ ହୁଏତ ପ୍ରେମିକା ଅନ୍ୟ କେଉଁଆଡେ ବିବାହ କରିଦେବ ବୋଲି ଭାବି ଚିନ୍ତାରେ ରହୁଥିଲା ପ୍ରେମିକ । ଏନେଇ ପ୍ରେମିକାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଆଜି (ମଙ୍ଗଳବାର) ଦିନ ପାଖାପାଖି ୩ଟାରୁ ୩:୩୦ ଭିତରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ଠାରେ ରହିଥିବା ଏକ ଗେଷ୍ଟହାଉସକୁ ପ୍ରେମିକାକୁ ଡାକି ନେଇଥିଲେ । ସେଠାରେ କିଛି ସମୟ ପ୍ରେମିକା ସହିତ କଟାଇବା ପରେ ଶେଷରେ ସାଙ୍ଗରେ ନେଇଥିବା ଏକ ଛୁରୀରେ ପ୍ରେମିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।


ତେବେ "ଯୁବକ ଜଣଙ୍କ ପ୍ରେମିକାକୁ ହତ୍ୟା କରିବା ଭିତରେ ଛୁରୀ ବାଜି ନିଜେ ମଧ୍ୟ ଆହତ ହୋଇଥିଲା । ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ସହରର ନଗର ହସ୍ପିଟାଲକୁ ଯାଇ ଚିକିତ୍ସା କରାଇଥିଲେ ଅଭିଯୁକ୍ତ । ଏହାପରେ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଯାଇ ଆତ୍ମସମର୍ପଣ କରିଥିଲା" ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି ଡା.ଶ୍ରର୍ବଣା ବିବେକ ଏମ୍ । ଯୁବତୀଙ୍କୁ ହତ୍ୟା କରିବା ଘଟଣା ଜଣାପଡିବା ପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛନ୍ତି । ନିଜେ ଖୋଦ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ୍ ଏମ୍ ଏବଂ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନୀତି ଶେଖର । ଗୋଟିଏ ପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି । ଘଟଣାରେ ସାଇଣ୍ଟିଫିକ୍ ଟିମର ତଦନ୍ତ ରିପୋର୍ଟ ସହିତ ବ୍ୟବଚ୍ଛେଦ ପୂର୍ବରୁ ପୋଲିସ ପକ୍ଷରୁ ମୃତଦେହର ପଞ୍ଚନାମା କରାଯିବା ସହିତ ପ୍ରେମିକ ଜଣଙ୍କ ଯୁବତୀଙ୍କ ଶରୀରର କେଉଁ କେଉଁ ସ୍ଥାନକୁ ଆକ୍ରମଣ କରିଥିଲେ ତାହା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

State

ଲଜରେ ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କଲା ପ୍ରେମିକ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l

State,Politics

ଡିସିପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚିଛନ୍ତି। ପୁଲିସ ସହିତ କଥା ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ନହେଉ। ସରକାର ବଦନାମ ନହୁଅନ୍ତୁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟକୁ ଆସିଛନ୍ତି। ଜଗନ୍ନାଥ ପ୍ରଧାନ ଗତକାଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି।


ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନଥିଲେ। ଶ୍ରୀ ସାମଲ କେବଳ କହିଥିଲେ, ବିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆ‌ଗରେ କହିବା ଠିକ୍‌ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।

ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।


ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି।ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।

State

ବାଲେଶ୍ୱରରେ ବନ୍ୟା : ବନ୍ୟାଜଳରେ ଭାସି ଗଲାଣି ୨ ଜୀବନ

Blog Thumbnail

ଦ କୁଇଭର ବ୍ୟୁରୋ :- ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବୃଦ୍ଧି ଯୋଗୁଁ ଉତ୍ତର ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଉପୁଜିଛି। ଚାରିଟି ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଶିଛି ବନ୍ୟା ପାଣି। ବନ୍ୟପାଣିରେ ଭାସିଯାଇ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବସ୍ତା ବ୍ଲକ ବାସି ଚକୁରାଇ ପଞ୍ଚାୟତରେ ଜଳକା ନଦୀରେ ଗତକାଲି ବନ୍ୟା ପାଣିରେ ଭାସି ଯାଇଥିବା କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣିଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ୍। ହାଟ ସାରି ଫେରିବା ସମୟରେ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ରାତି ସାରା ପରିବାର ପକ୍ଷରୁ ଖୋଜାଖୋଜି କରି ତାଙ୍କର କୌଣସି ଖବର ପାଇ ନଥିଲେ। ହେଲେ ଆଜି NDRF, ଅଗ୍ନିଶମ ଏବଂ ପୋଲିସ ପହଂଚି ୨୦ ଫୁଟ ଗଭୀର ନଦୀ ଭିତରୁ ଶବକୁ ଉଦ୍ଧାର କରିଥିଲେ। ସେହିପରି ଅନ୍ୟଜଣେ ବୃଦ୍ଧଙ୍କର ନଦୀ ଜଳରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ବସ୍ତା ବିଧାୟିକା ସୁବାଶିନୀ ଜେନା ପ୍ରଶାସନକୁ ଦୋଷ ଦେବାସହ ଦାୟିତ୍ୱରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷଜମି ବୁଡ଼ି ରହିଛି। ଏବେ ତଳା ପକାଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ ସହାୟତା କେବଳ ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ସାତ ଦିନର ବ୍ୟବଧାନରେ ଦୁଇଥର ବନ୍ୟାକୁ ସାମ୍ନା କରିଥିବା ଉତ୍ତର ବାଲେଶ୍ୱରବାସୀ ଏବେ ଦୁର୍ଦ୍ଦିନରେ ଥିବା ଦେଖିବାକୁ ମିଳିଛି। ବନ୍ୟାରେ ଜିଲ୍ଲାର ୫୩ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୩୬୫୬ ଜଣଙ୍କୁ ପ୍ରଶାସନ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲା। ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚାଷୀମାନଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ପାଇଁ ବସ୍ତା ବିଧାୟିକା ସୁବାଶିନୀ ଜେନା ଦାବି କରିଛନ୍ତି। ସେହିପରି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୟ ଦାସ ମହାପାତ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଏବଂ ଜଳବାହିତ ରୋଗ ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହି ଟିମ୍ ମଧ୍ଯ ତୃଣମୂଳ ସ୍ତରରେ ଯେପରି ସୂଚନା-ଶିକ୍ଷା-ସଂଚାର ମାଧ୍ୟମରେ ଜନସଚେତନତା ସୃଷ୍ଟିକରାଯାଇ ପାରିବ ତାହା ସୁନିଶ୍ଚିତ କରୁଛନ୍ତି। ସାପକାମୁଡା ଜନିତ ଜନସଚେତନତା ଓ ଚିକିତ୍ସା ବିଷୟରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସାପକାମୁଡ଼ା ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ORS, ହ୍ୟାଲୋଜେନ୍ ଟ୍ୟାବଲେଟ୍ ଆଦି ମହଜୁଦ ରଖୁବା ଉପରେ ଗୁରୁତ୍ବ ଦିଆଯାଉଛି।ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ନିରାପଦ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସମନ୍ବିତ ଭାବରେ କାର୍ଯ୍ୟ କରୁଛି ଓ ସମସ୍ତ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି l

State

ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିବା ପରେ ଜେଲ ଗଲା ପ୍ରେମିକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁରରେ ଘଟିଥିଲା ପ୍ରିୟା ମହାରଣା ହତ୍ୟା ଘଟଣା, ସାରା ସହରବାସୀଙ୍କୁ କରି ଦେଇଥିଲା ସ୍ତବ୍ଧ। ପ୍ରେମିକ ସାଜିଥିଲା ସଇତାନ । ପିଲାଟି ଦିନରୁ ଭଲ ପାଇ ଆସୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବରେ ୨୦ ଥର ଛୁରୀ ଭୂଷି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁହିଁଙ୍କ ଫୋନକୁ ପୋଖରୀ ରେ ଫିଙ୍ଗି ଦେଇ ନିଜେ ଗୋଶାଣୀନୂଆଗାଁ ଥାନାରେ କରିଥିଲା ଆତ୍ମସମର୍ପଣ । ତେବେ ଆଜି ସେହି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ନେଇ ହୋଟେଲ ଯାଇ ଗତକାଲି ଘଟଣାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ l କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ,ଉଭୟଙ୍କ ମଧ୍ୟରେ କ'ଣ ହୋଇଥିଲା ଘଟଣା ଓ ଛୁରୀରେ କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା,ଛୁରୀରେ ପ୍ରିୟାର ଶରୀରର କେତୋଟି ସ୍ଥାନକୁ ଓ କିଭଳି ଛୁରୀ ମାଡ଼ କରିଥିଲା ସେ ନେଇ ସବୁ ତଥ୍ୟ ବଖାଣିଥିଲା ଅଭିଯୁକ୍ତ ପ୍ରେମିକ ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ଏବଂ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି l


ଅନ୍ୟପଟେ ଆଜି ପ୍ରେମିକା ପ୍ରିୟା ମହାରଣା ର ବ୍ୟବଚ୍ଛେଦ ହୋଇ ଶରୀର କୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l

State

ବିଷ୍ଣୁପଦ ସେଠୀଙ୍କୁ ଆଶ୍ବସ୍ତି, ହାଇକୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ଆଇଏଏସଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଗିରଫ ସମ୍ଭାବନା ଥିବାରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବିଷ୍ଣୁପଦ । ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ବିଷ୍ଣୁପଦ । ତାଙ୍କର ତିନି ଜଣ କର୍ମଚାରୀ ତଥା ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି‌ । ଗତ ସାତ ତାରିଖରେ ବିଷ୍ଣୁପଦ କେଉଁଠି ଥିଲେ ସେନେଇ କାରଣ ଖୋଜୁଥିଲା ସିବିଆଇ । ତେବେ ସେ ଘଟଣା ପରେ ସେପଟେ ବିଷ୍ଣୁପଦଙ୍କୁ ରାଜ୍ୟ ସରକାର ତାଙ୍କର ଯେଉଁ ବିଭାଗର ସଚିବ ଭାବେ ଦାୟିତ୍ବ ଦେଇଥିଲେ ସେ ଦାୟିତ୍ବରୁ ଅପସାରଣ କରି ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

State

ଗଞ୍ଜାମରେ ୨ ଦିନରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ପୁଣି ଗଞ୍ଜାମରେ ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ଘଟଣା। ଗୋଳନ୍ଥରା ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁନ ୩୦ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ତଦନ୍ତ କରି ପୀଡ଼ିତାଙ୍କ ମାମୁଁ ପୁଅକୁ ଗିରଫ କରିଛି । ଗୋଳନ୍ଥରା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୧ ବର୍ଷିୟ ନାବାଳିକାକୁ ତାଙ୍କ ସଂପର୍କୀୟ ମାମୁଙ୍କ ପୁଅ ଘରୁ ଡାକି ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ଯୁବକ ଏହା ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରେ ପୀଡିତାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପୀଡିତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଇଛି । ଏହା ଏହାସହ ଦୁଷ୍କର୍ମ ଅଭିଯୁକ୍ତ ଭୁବନ ପ୍ରଧାନକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ । ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, " ଗୋଳନ୍ଥରା ଥାନା ଅଞ୍ଚଳର ଗୋଟିଏ ଗାଁରେ ନାବାଳିକାଙ୍କ ମାମୁଁ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ ଚାଇଲ୍ଡ ଓ୍ବେଲଫେୟାର କମିଟିକୁ ହସ୍ତାନ୍ତର କରାଯାଇଛି । କାଉସିଲିଂ ପରେ ତାଙ୍କ ପରିବାର ଲୋକଙ୍କ ପାଖରେ ସେ ଅଛନ୍ତି । ପୀଡିତା ବୟାନ ଦେଇଛନ୍ତି, ଏହା କେତେଦୂର ସତ ତାହା ତଦନ୍ତ କରିବୁ । "


ସେହିପରି ମଙ୍ଗଳବାର ଦିଗପହଣ୍ଡି ଥାନାରେ ଉକ୍ତ ଅଞ୍ଚଳର ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ମୁରଲୀ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ପରିବାର ଲୋକେ ଗୋଟିଏ ରୁମରେ ଶୋଇଥିବା ବେଳେ ନାବାଳିକା ଜଣକ ଅନ୍ୟ ଏକ ରୁମରେ ଶୋଇଥିଲେ | ଏହି ସମୟରେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।


ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ସମ୍ପର୍କୀୟ ନାବାଳିକ ଭଉଣୀଙ୍କୁ ଗଣ ଦୁଷ୍କର୍ମ ଏବଂ ପାଟପୁର ଥାନା ଅଞ୍ଚଳରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶାସନ କଣ ଜାଣିଶୁଣି ନଜର ଆନ୍ଦାଜ କରୁଛି ନା ଦୋଷୀକୁ ଠିକ ଦଣ୍ଡ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ l

State

ମଧ୍ୟସ୍ଥତା ଦ୍ୱାରା ସଫଳ ହୋଇଛି ବିବାଦର ସମାଧାନ

Blog Thumbnail

ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା'ସହିତ ପଶ୍ଚାତାପ ମଧ୍ୟ l


କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ... ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ l


ଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l


ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା'ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l

State

ହତ୍ୟା ଘଟଣାର ଆଜି ରି-କ୍ରୀୟସନ୍

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପ୍ରେମିକ ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣାର ଆଜି ହୋଇଛି ରି କ୍ରୀୟସନ୍ l ଅଭିଯୁକ୍ତ ଅଭୟ ମହାରଣା କୁ ଧରି କ୍ରାଇମ୍ ସିନ ରି କ୍ରୀୟସନ୍ କଲା ପୋଲିସ। ଲଜ କୁ ନେଇ ହତ୍ୟା କିଭଳି କରିଥିଲା ତାହାର କରିଥିଲା ରୂପାନ୍ତର । ପ୍ରିୟାକୁ କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଦେଖାଇଲା ଅଭିଯୁକ୍ତ ଅଭୟ l ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ମଙ୍ଗଳବାର ପ୍ରେମିକ, ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣା ଏବଂ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା ନିଜେ ଅଭିଯୁକ୍ତ ପ୍ରେମିକ , ଯାହାର ଆଜି ପୋଲିସ କ୍ରାଇମ୍ ସିନ ରି କ୍ରୀୟସନ୍ କରିଛି l ଅଭିଯୁକ୍ତ କୁ ପୁଣି ପୁଷ୍ପାଞ୍ଜଳି ଗେଷ୍ଟ ହାଉସର ୧୧୨ ନମ୍ବର ରୁମରେ ନେଇ କ୍ରାଇମ ରି କ୍ରୀୟସନ୍ କରିଛି l

State

ଆସନ୍ତା ୫ ଯାଏଁ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି,ଆହୁରି ବର୍ଷିବ । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏଥିସହ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

State

ଅତରିକ୍ତ କମିସନରଙ୍କୁ ମାଡ଼ ମାମଲା : ନେଲାଣି ଭିନ୍ନ ମୋଡ

Blog Thumbnail

ଦ କୁଇଭର ବ୍ୟୁରୋ,:- ଭୁବନେଶ୍ୱର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଆକ୍ରମଣ ଘଟଣାରେ ଆହୁରି ପ୍ରତିକ୍ରିୟାଶିଳ ହୋଇଛନ୍ତି ଓଏଏସ ସଂଘ । କାର୍ଯ୍ୟରେ ଯୋଗ ନଦେଇ ଜିଦରେ ଅଟଳ ରହିଛି । ଓଏଏସ ସଂଘ ମେଳି କରି ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ସିଧା ସିଧା ଚରମବାଣୀ ଶୁଣାଇଛନ୍ତି । ସରକାରଙ୍କ ପାଖରେ ୩ଟି ଦାବି ରଖିଛି ସଂଘ,ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଅଫିସରଙ୍କୁ ସୁରକ୍ଷା ଦିଆଯାଉ,ମାଡ଼ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରନ୍ତୁ l ସବୁ ଭିତରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି, କିନ୍ତୁ ବନ୍ୟା ଅଂଚଳ ଓ ରଥଯାତ୍ରା କାର୍ଯ୍ୟରେ ସାମିଲ ରହିବେ ଓଏଏସ ଅଫିସର । ସଂଘର ସଭାପତି କହିଛନ୍ତି ତିନି ଦିନ ଭିତରେ ତଦନ୍ତ ସାରି ସରକାର ଆକ୍ସନ ନେବା ଦରକାର । ଜିଦରେ ଅଟଳ ଥିବା ଅଫିସର ସଂଘକୁ ଲଗାତର ଭାବେ ବୁଝାଇ ଚାଲିଛନ୍ତି ସରକାର । କିନ୍ତୁ ନଝୋଡବନ୍ଧା ସଂଘ । ଅଫିସର କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ପୁଣି ଥରେ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Health & lifestyle

ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅରେ ଫସିଲା ଆମ୍ବୁଲାନ୍ସ

Blog Thumbnail

ମାଲକାନଗିରି( ଦ କୁଇଭର):- ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଗୋଟିଏ ପଟେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଏପଟେ ଆମ୍ବୁଲାନ୍ସର ଏଭଳି ଅବସ୍ଥା । ଏଥିରୁ ଅନୁମାନ କରିହେବ ଯେ ଉପାନ୍ତ ଆଉ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ଦୁର୍ଦ୍ଦଶା ରେ ଜୀବନ କାଟୁଛନ୍ତି । ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସି ଯିବା ପରେ ଟାଣିଲା ଟ୍ରାକ୍ଟର ।ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ ରାସ୍ତାରେ ପହଞ୍ଚାଇଥିଲେ । ପରେ ଗୁରୁତର ପ୍ରସବ ମହିଳାକୁ ମେଡିକାଲ ରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ । କିନ୍ତୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସମାଧାନ ପାଁ ଦାବି କରିଛନ୍ତି ଗାଁ ଲୋକେ l

State

କାହାରିକୁ ଛଡ଼ା ଯିବନି : ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ କାହାରିକୁ ବି ଛଡା ଯିବନି । ଯିଏ ବି ଏ କାଣ୍ଡ କରେଇଛି ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଲୋକସେବା ଭବନରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ସମୂହ ଛୁଟି ନେଲେ ବିଭିନ୍ନ ବିଭାଗରେ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

State,Shree Jagannath

ପୁରୀରେ ତନାଘନା କଲେ ମୁଖ୍ୟମନ୍ତ୍ରୀ

Blog Thumbnail

ପୁରୀ( ଦ କୁଇଭର ):- ଯାହା ଘଟିଲା ଅତ୍ୟନ୍ତ ଦୁଃଖଦାୟକ। ଆଗକୁ ଯାହା ନୀତି ଅଛି ସେସବୁ କିଭଳି ଶୃଙ୍ଖଳିତ ହେବ, ତାହାକୁ ପ୍ରାଥମିକତା ଦିଆଯାଇଛି। ବିଶୃଙ୍ଖଳାର ପୁନରାବୃତ୍ତି ନ ହେବା ଲାଗି ଗୁରୁତ୍ବ ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସେବକ ଭାବେ ସେବା କରିବେ। କୌଣସି ସେବାୟତ ଅନଧିକୃତ ନୁହନ୍ତି। ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳା ପ୍ରସଙ୍ଗରେ ଆଜି ପୁରୀ ସର୍କିଟ୍‌ ହାଉସ୍‌ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ନୀତିକାନ୍ତିକୁ ନେଇ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟଙ୍କ ସହ ଦଫା ଦଫାରେ ଆଲୋଚନା କରିଛନ୍ତି। ସୁରକ୍ଷାର ତିନିଟି ଦିଗ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ‘ଭକ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା। ସବୁ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେବାୟତଙ୍କ ସହ ହୋଇଥିବା ଆଲୋଚନାରେ ସେମାନଙ୍କର ଅସୁବିଧା ବିଷୟରେ ସେମାନେ ଲିଖିତ ଭାବେ ଅବଗତ କରାଇଛନ୍ତି। ଏହାର ସମାଧାନ ପାଇଁ ଆମ ସରକାର ପ୍ରସ୍ତୁତ ଅଛି। ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ହେବ ବୋଲି ଆମେ ଆଶା ରଖିଛୁ। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ସୁନାବେଶରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ତିନିଟି ବଡ ଉତ୍ସବକୁ ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଯୋଜନା ହୋଇଛି। ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଏସ୍‌ଓପି ରହିଛି। ଏହି ଏସ୍‌ଓପି ଯେଭଳି କଡ଼ାକଡ଼ି ପାଳନ ହେବ ତାହା ଅଧିକାରୀମାନେ ନିଶ୍ଚିତ କରିବେ। ଗହଳି କମ କରିବା ପାଇଁ କର୍ଡନ୍‌ ପାସକୁ କାଣ୍ଟଛାଣ୍ଟ କରାଯିବ। ମହାରଣା ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ, ରଥଟଣା ନୀତି କରାଯିବ। ଉପରୋକ୍ତ ତିନିଟି ଉତ୍ସବରେ ବେଳାଭୂମିରେ ଶହଶହ ଭକ୍ତ ସମୟ ଅତିବାହିତ କରିବେ। ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ କହିଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ। ଭକ୍ତଙ୍କ ପାଇଁ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିବା କହିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ଦେଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ.ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ରଥଯାତ୍ରା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ଦିଗ ଉପରେ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର, ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ ଥିଲେl

Business

କମିଲା ଏଲପିଜି ସିଲିଣ୍ଡର ଦର

Blog Thumbnail

ଦ କୁଇଭର ବ୍ୟୁରୋ:- କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । ୧୯କେଜି କମର୍ସିଆଲ ଗ୍ୟାସ ଦର ପ୍ରାୟ ୬୦ ଟଙ୍କା ଶସ୍ତା ହୋଇଛି । ଘରୋଇ ସିଲିଣ୍ଡର ଅର୍ଥାତ ୧୪ କିଲୋ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଓସିଏଲ ୱେବସାଇଟ୍ ମୁତାବକ, ଜୁଲାଇ ୧ତାରିଖରୁ ୧୭୨୩ ଟଙ୍କା ୫୦ ପଇସା ଥିବା କମର୍ସିଆଲ ଏଲପିଜି ସିଲିଣ୍ଡର କମି ୧୬୬୫ ଟଙ୍କା ହୋଇଛି । ଏହି ହିସାବରେ କମ୍ପାନୀ ସିଲିଣ୍ଡର ପ୍ରତି ୫୮.୫୦ ପଇସା କମ୍ ହୋଇଛି । ନୂଆ ଦାମ୍ ଅନୁସାରେ କୋଲକାତାରେ ୧୦ କେଜି ଏଲପିଜି ଦର ୧୮୨୬ ଟଙ୍କାରୁ କମି ୧୭୬୯ ହୋଇଛି । ମୁମ୍ବାଇରେ ୧୬୭୪.୫୦ ଟଙ୍କାରୁ ୧୬୧୬.୫୦ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ୧୮୮୧ ଟଙ୍କାରୁ ୧୮୩୨.୫୦ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ୍ରେ ଏଲପିଜି ସିଲିଣ୍ଡର ଦର ୨୪ ଟଙ୍କା କମିଥିଲା । ତେବେ ୧୯ କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର କମିବା ପରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟ ବ୍ୟବସାୟିକ ସଂସ୍ଥାକୁ ଆଶ୍ୱସ୍ତି ମିଳିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୨୦୨୫ ଏପ୍ରିଲ ୮ ପରଠୁ ବଦଳିନାହିଁ । ଲଗାତାର ୪ର୍ଥ ମାସରେ ମଧ୍ୟ କର୍ମସିଆଲ ସିଲିଣ୍ଡର ଦାମ୍ କମିଛି ।

State,Shree Jagannath

ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ

Blog Thumbnail

ପୁରୀ( ଦ କୁଇଭର ):- ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମ୍ କୁ ଶକ୍ତ କରଯାଇଛି ।ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ ଟି ଵିମ୍ ମରାମତି କରାଯାଇଅଛି । ପର୍ଯାୟକ୍ରମେ ରତ୍ନ ଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ମରାମତି କାମ କରିଛନ୍ତି। ଶ୍ରୀମନ୍ଦିରର ସମସ୍ତ ରୂପା ଦ୍ୱାରକୁ ପରିଷ୍କାର ସହ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯାଉଛି l ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ଷ୍ଟେନଲେସ ଷ୍ଟିଲର କନକ ମୁଣ୍ଡି ଲଗାଯାଉଅଛି ।

State

ନାବାଳିକା ବଳାତ୍କାର ମାମଲା : ସମ୍ପର୍କୀୟ ଭାଇ ଗିରଫ

Blog Thumbnail

ଗଞ୍ଜାମ, ଗୋଳନ୍ଥରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାରେ ଅପରାଧ ଥମିବାର ନା ନେଉନି l ବାରମ୍ବାର ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଥିବା ବେଳେ ପିଶାଚ ରୁପି ଅପରାଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜଣେ ୧୧ ବର୍ଷ ର ଝିଅକୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବା, ପୁଣି ଏବେ ସାମ୍ନାକୁ ଆସିଛି l ଘଟଣାଟି ଘଟିଛି ଗୋଳନ୍ଥରା ଥାନା ଅଞ୍ଚଳରେ l


ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ସମୟ ପ୍ରାୟ ୧୧.୦୦ ଟା ସମୟରେ, ନାବାଳିକା ଜଣକ ନିଜ ଭଉଣୀଙ୍କ ପଛ ପାର୍ଶ୍ୱ ଘରକୁ କିଛି ଗୁଆ ଆଣିବା ପାଇଁ ଯାଇଥିଲା।ତାଙ୍କ ଗାଁର ଅଭିଯୁକ୍ତ ଭୁବନା ପ୍ରଧାନ, ଯିଏକି ପୀଡିତାଙ୍କ ସମ୍ପର୍କୀୟ ଭାଇ, ସେଠାରେ ପହଞ୍ଚିଥିଲେ ଏବଂ ମନରେ ଯୌନ ଉଦ୍ଦେଶ୍ୟ ରଖି ପୀଡିତାଙ୍କୁ ସ୍କୁଲକୋଠାର ପାଇଖାନା କୋଠରୀ ପାଖରେ ନେଇ ତାଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନ କରିଥିଲେ।ତାଙ୍କ ଚିତ୍କାର ଶୁଣି ତାଙ୍କ ସହ ଗ୍ରାମ ବାସୀ ଭଗବାନ ପ୍ରଧାନ ସେଠାରେ ପହଞ୍ଚିଥିଲେ। ଭଗବାନ ପ୍ରଧାନ ସେଠାରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଭୁବନା ପ୍ରଧାନ ନାବାଳିକା ପୀଡିତାଙ୍କୁ ସେଠାରେ ଛାଡି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ପୀଡିତା ଘରକୁ ଆସି ତାଙ୍କ ବାପା ମା ଙ୍କୁ ସବୁ କଥା ଜଣାଇଥିଲେ ଏବଂ ମା ଯାଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ l ଏଠି କହି ରଖୁଛୁ ଯେ ପୀଡିତାଙ୍କ ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି ଏବଂ ସେମାନେ ପ୍ରତିଦିନ ଘରୁ କାମ ଉଦ୍ଦେଶ୍ୟରେ ବାହାରିଯାନ୍ତି ଯାହାର ଫାଇଦା ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି l ତେବେ ଅଭିଯୋଗ ପରେ ପୋଲିସ ନାବାଳିକା ଝିଅଙ୍କ ଡାକ୍ତରୀ ପରୀକ୍ଷା କରି କାଉନସେଲିଂ ପାଇଁ CWC ସମ୍ମୁଖରେ ହାଜର କରାଇଛି। ଅନ୍ୟ ପଟେ ଅଭିଯୁକ୍ତକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

State

ଖଣି ଅତଡା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ, ୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

Blog Thumbnail

କେନ୍ଦୁଝର( ଦ କୁଇଭର ):-

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।