No comments yet.
State,Education
ଦ କୁଇଭର ବ୍ୟୁରୋ :- ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ I
State
ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ସହରରେ ଟ୍ରାଫିକ ଅବ୍ୟବସ୍ଥା ସମସ୍ତଙ୍କୁ ଜଣା, ଦେଖିବାକୁ ଗଲେ ଏହା ସହରର ଏକ ମୌଳିକ ସମସ୍ୟା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ l କେଉଁଠି ରାସ୍ତାଘାଟ ଖାଲ ଖମାରେ ଭରପୁର ତ, କେଉଁଠି ନିଜ ପୈତୃକ ସମ୍ପତ୍ତି ଭଳି ରାଜ ରାସ୍ତାରେ ଗୋଡି ମାଟି ବାଲି ପକାଇ ରାସ୍ତା ଯାମ, ବିଭିନ୍ନ ଜାଗାରେ ଅନିୟନ୍ତ୍ରିତ ଅବସ୍ଥାରେ ସମସ୍ୟା ମାନ ଦେଖାଦେଉଛି l ତେଣୁ ଏସବୁର ସମାଧାନ ପାଇଁ ଵା ଦୂରୀକରଣ ପାଇଁ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମରେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସହରର ତିନୋଟି ସ୍ଥାନରେ ବିଭିନ୍ନ ଜୋନ ପାଇଁ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ଼ର ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର କମିଶନର ପ୍ରଥମେଶ ଅରବିନ୍ଦ ରାଜଶୀରକେ l ସ୍ୱତନ୍ତ୍ର ହେଲ୍ପ ଲାଇନ ଜାରି କରିବା ସହ ବିଭିନ୍ନ ଟିମ ଗଠନ କରାଯାଇ ଶୃଙ୍ଖଳିତ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ଆଗେଇଛନ୍ତି ମହାନଗର କମିଶନର l ତେବେ ଏହି ପରିପ୍ରେକ୍ଷୀରେ ନିଗମ ପରିସରରେ କମିଶନରଙ୍କ ସହ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଉକ୍ତ ଏନ୍ଫୋର୍ସମେଣ୍ଟ୍ ବାହାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡେପୁଟି କମିଶନର କଲ୍ୟାଣୀ ସଂଘ ମିତ୍ରା, ଆଶ୍ରୀବାଦ ପରିଡ଼ା, ଗୋଷ୍ଠୀ ସଂଗଠିକା ଗୀତାଞ୍ଜଳୀ ସାମନ୍ତ ରାଙ୍କ ସମେତ ବହୁ ବିଭାଗୀୟ ଅଧୂକାରୀ, ଟ୍ରାଫିକ୍ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।
Farming,State
ଭୁବନେଶ୍ୱର( ଦ କୁଇଭର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"
State
ଦ କୁଇଭର ବ୍ୟୁରୋ :- କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଦୀର୍ଘ ଦିନରୁ ଆତଙ୍କ ମଚାଇ ରଖିଥିବା ଲୁଟେରା ଗ୍ୟାଙ୍କ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l କେନ୍ଦୁଝର ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମାତିଛନ୍ତି ଲୁଟେରା l ରାସ୍ତାଘାଟ/ମନ୍ଦିର/ ବଜାର/ ଛକ ଯେଉଁଆଡେ ନାରୀ ସୁନା ପିନ୍ଧିଥିବା ଦେଖିଲେ, ଝାମ୍ପି ନେଇ ହୋଇଯାଉଛନ୍ତି ଗାଏବ l ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ ଜିଲ୍ଲାର ପୌରପାଳିକା ସହରରେ ଗୋଟିଏ ଦିନରେ ୯ଟି ସୁନା ଚେନ୍ ଚୋରି ଏବଂ ମୋବାଇଲ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା l ଚୋରମାନେ ଅଞ୍ଚଳରେ ଆତଙ୍କ ମଚାଇବା ସହ ପୋଲିସ ଆଖିରେ ଧୂଳି ପକାଇ ୭ଟି ଗାଡିରେ ଲୁଟ କରୁଥିବା ନଜିର ରହିଛି l କେନ୍ଦୁଝର ଏସପି ନୀତିନ କୁସଲକରଙ୍କ ନେତୃତ୍ୱରେ,ବହୁ ଦିନ ଧରି ଚୋର ପୋଲିସ ର ଛକା ପଞ୍ଝା ଖେଳ ମଧ୍ୟରେ ଆଜି କେନ୍ଦୁଝର ପୋଲିସଙ୍କ ହାତରେ ଧରା ପଡିଛନ୍ତି ୮ ଜଣ ଚୋର ଏବଂ ୨୧ ଟି ମୋବାଇଲ ଫୋନ୍ ସହ ୮ଟି ସୁନା ଚେନ ଓ ଟଙ୍କା ମଧ୍ୟ ପୋଲିସ ଜବତ କରିଛି ଏବଂ ସମସ୍ତ ଜନ ସାଧାରଣଙ୍କୁ ସଚେତନ ରହିବା ପାଇଁ ଅନୁରୋଧ କରିଛି l
State,Farming
ଦ କୁଇଭର ବ୍ୟୁରୋ :- ଡାଲଚିନ, ସମସ୍ତେ ତ ନାଁ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ l ସମସ୍ତଙ୍କ ହାଣ୍ଡିଶାଳରେ ଉପଲବ୍ଧ ଥିଵା ଏକ ମସଲା ଜାତୀୟ ଖାଦ୍ୟ ଭାବେ ବେଶ ପରିଚିତ l ତେବେ ଏହି ଡାଲଚୀନ ବୃକ୍ଷ ଦେଖିବାକୁ ଯେତିକି ଛୋଟ ତା'ଠୁ ବହୁ ଗୁଣ ଅଧିକ ତାର ଉପକାରିତା । ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯିବା ସମସ୍ତେ ଜାଣନ୍ତି,ତେବେ ଆପଣ ଜାଣନ୍ତିକି, ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇପାରିବ । ତେବେ ଆଜି ଆସନ୍ତୁ ଜାଣିବା ଡାଲଚୀନର ଆବଶ୍ୟକତା, ଉପକାରିତା ଆଉ ବ୍ୟବହାରକୁ l
ଏହା ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ସହ ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ ।
ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ ରକ୍ଷା ମିଳିଥାଏ । ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ସାମାନ୍ୟ ଗରମ ପାଣିରେ ଡାଲଚିନି ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମୁ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ସେହିପରି ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ । ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଏହାଛଡା ଡାଲଚିନିର ବ୍ୟବହାର ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଓଜନ ବୃଦ୍ଧି ଆଜିର ବ୍ୟସ୍ତବହୁଳ ସମୟରେ ଏକ ମୁଖ୍ୟ ସମସ୍ୟା l ଡାଳଚିନି ରକ୍ତକୁ ପରିଷ୍କାର ରଖିବା ସହ ଓଜନ ହ୍ରାସ କରିଥାଏ l ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି l ଥକ୍କାପଣ, ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବହୁ ରୋଗ ପାଇଁ ଡାଳଚିନିକୁ ବ୍ୟବହାର କରାଯାଏ । ଶରୀରରେ ପାଚନ ତନ୍ତ୍ରକୁ ଠିକ ରଖିବା ସହ ବିଭିନ୍ନ ରୋଗକୁ ଦୂରେଇବାରେ ଡାଳଚିନି ସାହାଯ୍ୟ କରିଥାଏ । ଏକ ଚାମ ମହୁ ସହିତ ଡାଳଚିନି ମିଶାଇ ଖାଇବା ଦ୍ୱାରା ଏସିଡିଟି, ପେଟ ଯନ୍ତ୍ରଣା ଲାଘବ ହୋଇଥାଏ । ମୁଖ ଦୁର୍ଗନ୍ଧ ଦୂର କରିବା ସହ ଚର୍ମ ସମସ୍ୟାକୁ ଦୂର କରିବାରେ ଡାଳଚିନିକୁ ଉପଯୋଗ କରାଯାଏ । ଡାଳଚିନି ପାଉଡର ଓ ମହୁକୁ ରୁଟି ସହ ମିଶାଇ ଖାଇବା ଦ୍ୱାରା ଧମନୀମାନଙ୍କରେ କୋଲେଷ୍ଟରଲ ଜମା ହୁଏ ନାହିଁ । ଏହାଫଳରେ ଶରୀରରେ ହୃଦ ସମ୍ବନ୍ଧୀୟ ରୋଗର ସମ୍ଭାବନା ହ୍ରାସ ପାଇଥାଏ । ତେବେ ପ୍ରତ୍ୟେକ ଜିନିଷ ଭଳି ଏହା ମଧ୍ୟ ଅତ୍ୟଧିକ ସେବନ ଦ୍ୱାରା ଵା ଖାଇଵା ଦ୍ୱାରା ଶରୀରକୁ ହାନି ପହଂଚାଇବା ସମ୍ଭାବନା ରହୁଛି l
State
ଗୋପାଳପୁର( ଦ କୁଇଭର ):- ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ।
- ଘଟଣାର ଆଜି ଚାର୍ଜସିଟ୍ କୋର୍ଟରେ ଦାଖଲ କଲା କ୍ରାଇମବ୍ରାଞ୍ଚ ।
- ବ୍ରହ୍ମପୁର ଜେଏମସି ରୁରାଲ କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ ଦାଖଲ ଚାର୍ଜସିଟ୍ ।
- ୫୭୪ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଟିମ ଦାଖଲ କରିଛି ।
- କ୍ରାଇମବ୍ରାଞ୍ଚ ଟିମର ତଦନ୍ତକାରୀ ଅଧିକାରୀଙ୍କ ସହ ଆଉ ଜଣେ ସହଯୋଗୀ ଅଧିକାରୀ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି ।
- ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା ଗୋପାଳପୁର ଥାନା ପୋଲିସ ।
- ଗିରଫ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିଲା ।
- ଜୁନ ୧୫ ତାରିଖ ସନ୍ଧ୍ୟାରେ ଯୁବତୀଙ୍କୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ହୋଇଥିଲା ଗଣଦୁଷ୍କର୍ମ ।
State
ଦ କୁଇଭର ବ୍ୟୁରୋ :- ବାଣିଜିକ ଜିଲ୍ଲା ତଥା ଶିକ୍ଷିତ ଜିଲ୍ଲା ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ବର୍ତ୍ତମାନ ଦୁଷ୍କର୍ମ ଜିଲ୍ଲା ଭାବରେ ଚର୍ଚ୍ଚାରେ ରହିଛି l ଜିଲ୍ଲାରେ ଗୋଟେ ପରେ ଗୋଟେ ନାବାଳିକା, ବଳତ୍କାରର ଶିକାର ହୋଇଥିବା ବେଳେ, ପୋଲିସ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚାଲିଛନ୍ତି,ତଥାପି ନାବାଳିକା ମାନଙ୍କ ସହିତ ଅତ୍ୟାଚାର କମିବାର ନାଁ ଧରୁନି,ଯାହାକୁ ନେଇ ବିରୋଧି ରାଜନୈତିକ ଦଳଗୁଡ଼ିକ ବିଜେପି ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ଆଇନସୁଙ୍ଖଳା କୋଉଠି ନା କୋଉଠି ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖାଦେଇଛି l
ସୂଚନା ପ୍ରକାରେ, ଗତ ସପ୍ତାହରେ କାଠକୋଟ ପଂଚାୟତର ଜଣେ ନାବାଳିକାକୁ ଗର୍ଭବତୀ କରାଇ ଦୁଇଭାଇ ଗିରଫ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଜଗତସିଂହପୁର ମେଡିକାଲରେ ୭ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ଯାହା ଜଗତସିଂହପୁର ତଥା କୁଜଙ୍ଗକୁ ରାଜ୍ୟସ୍ତରରେ ବେଶ୍ ଲଜ୍ଜିତ କରିଛି । ଜିଲ୍ଲାର କୁଜଙ୍ଗ ଥାନା ଗଣ୍ଡକିପୁର ଅଂଚଳର ଜନୈକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କର ରବିବାର ମଧ୍ୟରାତ୍ରୀରେ ପେଟରେ ଯନ୍ତ୍ରଣା ହୋଇଥିଲା,ପରେ ଘରଲୋକେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ, ସେଠାରେ ସେ ଗର୍ଭବତୀ ରହିଥିବା ଜଣାଡିଥିଲା l ପରେ ତାଙ୍କର ୟନ୍ତ୍ରଣା ବୃଦ୍ଧିପାଇବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀ ଜଣକ ଏକ ଅସଂପୂର୍ଣ୍ଣ ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଥିଲା ।
ତେବେ ଛାତ୍ରୀ ଜଣକ ଅସୁସ୍ଥ ଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଘଟଣା ଦିନ ଦୁଇଜଣଙ୍କୁ ଉଠାଇନେଇ ଅଟକ ରଖିଥିଲା ପୋଲିସ, ପରେ ପଚରା ଉଚରା କରି ଛାଡିଦେଇଥିବା ଜଣାପଡିଛି l ଅଭିଯୁକ୍ତ ସହ ନାବାଳିକାର ପୂର୍ବରୁ ଅନେକ ଥର ଅନୈତିକ ସମ୍ପର୍କ ରହିଥିବା ପରିବାର ଜାଣିଥିବା ସୂଚନା ମିଳିଛି l ଅଭିଯୁକ୍ତ ବୋଲାଉଥିବା ଯୁବକ, ନାବାଳିକା ର ପୁରୁଣା ବନ୍ଧୁ ବୋଲି ସୂଚନା ମିଳିଛି l ଅନ୍ୟପଟେ ନାବାଳିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଏଡିଏମ୍ ଓ ସରୋଜ କୁମାର ଜେନା ଏବଂ ପିଡିତାଙ୍କ ପରିବାର ଲୋକେ l
International,National
ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂତନ ଭାବେ ଦେୱାନୀ ବିଚାର ବିଭାଗୀୟ ଅଦାଲତ ର ଉଦଘାଟନ ଉତ୍ସବ ଭିଡିଓ କନଫେନ୍ସ ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଉଦଘାଟନ କରିଛନ୍ତିଏହା ସହ ଉଚ ନ୍ୟାୟାଳୟ ର ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହା ସହ ଦିଗପହଣ୍ଡି ଠାରେ ଗଞ୍ଜାମ ଜିଲ୍ଲା ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରଥ ଙ୍କ ସହ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହାସହ BeMC କମିଶନର ଶ୍ରୀ ପଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର SP ସରଭଣା ବିବେକ ଏମ, ସଞ୍ଜିତ କୁମାର ପାଣିଗ୍ରାହୀ, ମାନ୍ୟବର ରାଜ୍ୟ ଆଇନଜୀବି ପରିଷଦ ସଭ୍ୟ(କଟକ), ପି. ନରସିଂହ ପାତ୍ର ସରକାରୀ ଓକିଲ( ଜି .ପି)ଗଞ୍ଜାମ, ବ୍ରହ୍ମପୁର ସହ ଦିଗପହଣ୍ଡି ବାର ଆସୋସିଏସନ ର ସମସ୍ତ ଆଇନଜୀବି ଉପସ୍ଥିତ ଥିଲେ ।
State
ମାଲକାନଗିରି( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିଜିଲ୍ଲା ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିକୁ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିଛନ୍ତି। ସେ ବନ୍ୟା ସମୟରେ ବନ୍ୟାଞ୍ଚଳ ବୁଲିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ମଧ୍ୟ ଶ୍ରୀ ମାଝୀ ଯୋଗଦେଇଛନ୍ତି।
ଆକାଂକ୍ଷି ହାଟ କାର୍ଯ୍ୟକ୍ରମ ଅଭିଯାନରେ ଚମ୍ପା ଧାଙ୍ଗଡ଼ା ଆସିଥିଲେ। ସେ ବଣ୍ଡା ଘାଟିତଳର ଝିଅ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ତାଙ୍କ ସହିତ ଫଟୋ ଉଠାଇଛନ୍ତି। ତମ ବଣ୍ଡାଘାଟିକୁ ଯିବା ପାଇଁ ଚମ୍ପା ଧାଙ୍ଗଡା ମାଝୀଙ୍କୁ ମୁଁ କହିଛି। ମାଲକାନଗିରିର ତତକାଳୀନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ବଣ୍ଡାଘାଟି ଯାଇଛନ୍ତି। ବଣ୍ଡାଘାଟିରେ ରାସ୍ତାଘାଟ କେମିତି ଅଛି ସେନେଇ ଜିଲ୍ଲାପାଳଙ୍କ ଠାରୁ ଅବଗତ ହୋଇଛନ୍ତି।
ପଛୁଆ ଅଞ୍ଚଳର ବିକାଶ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିଲେ। ମୁଁ ଏହାକୁ ଗଣମାଧ୍ୟମରେ ଦେଖିଛି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରନ୍ତୁ। ଏହାକୁ ପ୍ରାଥମିକତା ଦିଆଯାଉ। ରାସ୍ତାର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛି।
State,Education
ଦ କୁଇଭର ବ୍ୟୁରୋ:- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନେଇ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଇନ୍ଫ୍ରା ଆପ୍ ‘ୱସମ୍’ (ଅଙ୍ଗନବାଡ଼ି ୱେଲଫେୟାର୍ ଆଣ୍ଡ୍ ସର୍ଭିସ୍ ଓଭର୍ସାଇଟ୍ ମନିଟରିଂ ଏଭ୍ରିହୋୟାର)କୁ ଲୋକାର୍ପଣ କରିଛନ୍ତି। ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖକୁ ସେ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ କୋ-ଅପରେସନ୍ ଆଣ୍ଡ୍ ଚାଇଲ୍ଡ ଡେଭେଲପ୍ମେଣ୍ଟ (ଏନ୍ଆଇପିସିସିଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟ ହେବ ବୋଲି ଏନ୍ଆଇପିସିସିଡିର ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି। ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ, ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଇତିଶ୍ରୀ ଦାସ ପେନ୍ସନ୍ ରୁଲ୍, ଲିଭ୍ ରୁଲ୍ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।
Business,National,State
ଦ କୁଇଭର ବ୍ୟୁରୋ :- ମହିଳାଙ୍କ ଠାରୁ ଗାରର୍ମେଣ୍ଟ ଦେବାନାରେ ଲକ୍ଷାଧିକ ଟଙ୍କା ଠକେଇ । ଠକେଇ ଅଭିଯୋଗରେ ଗୁଜୁରାଟ ସୁରତରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଫେକ ଗାରର୍ମେଣ୍ଟ ଆପ ରେ 50% ରିହାତି ରେ ପୋଷାକ ଯୋଗେଇ ଦେବେ କହି ଅଫର୍ ଦେଉଥିଲେ । ଟଙ୍କା ନେବା ପରେ ପୋଷାକ ଦେଇନଥିଲେ । ଭୁବନେଶ୍ୱରର ଜଣେ ମହିଳା ବ୍ୟବସାୟୀ ଏପ୍ରିଲ ମାସରେ ଠକେଇରେ ପଡ଼ିବ ପରେ ସାଇବର ଥାନାରେ ଅଭିଯୋଗ କରିଥଲେ । ଅଭିଯୋଗ ଥିଲା ବିଭିନ୍ନ ଉପାୟରେ 14 ଲକ୍ଷ୍ୟ 55 ହାଜର ଟଙ୍କା ପୋଷାକ ଦେବା ଠକେଇ କରିଥିଲେ ସାଇବର ଠକ ।ଟଙ୍କା ଯାଇଥିବା ଆକାଉଣ୍ଟକୁ ସାଇବର ପୋଲିସ ତଦନ୍ତ କରି ଗୁଜରାଟ ସୁରତରେ ପହଞ୍ଚିଥିଲା । ସୁରତ କାମରେଶ ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଂକ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଫେଲ । ଫେକ ଆପ ଓ whatup ଗ୍ରୁପ୍ କରି ୫୦ ପ୍ରତିଶତ କମ ଦାମରେ ଡ୍ରେସ୍ ଜଗେଇ ଦେବେ ବୋଲି କହିଥିଲେ । କିନ୍ତୁ ଟଙ୍କା ନେବାପରେ ପୋଷାକ ଦେଇନଥିଲେ । ତଦନ୍ତ ସମୟରେ 8ଟି ରାଜ୍ୟରେ ଠକେଇ ନେଇ ସୁଚନା ପାଇଛି ସାଇବର ପୋଲିସ । ଆବଶ୍ୟକ ପଡିଲେ ରିମଣ୍ଡ ରେ ଆସିବେ ଠକ ।
Politics,National
ନୂଆଦିଲ୍ଲୀ( ଦ କୁଇଭର ):- ଶାହଙ୍କ ଚେତାବନୀ । କଂଗ୍ରେସ ଆହୁରି ୨୦ ବର୍ଷ ବିରୋଧୀ ସ୍ଥାନରେ ବସିବ । ସଂସଦରେ ଅପରେସନ ସିନ୍ଦୁରର ଆଲୋଚନା ବେଳେ କଂଗ୍ରେସ ନେତାମାନଙ୍କର ହାବଭାବ ଓ ହୋହାଲ୍ଲା ଗୃହକୁ ପ୍ରଭାବିତ କରିଥିଲା । ଅପରେସନ ସିନ୍ଦୁର ସମ୍ପର୍କରେ ଆଲୋଚନା କରିବାକୁ ବିରୋଧୀଙ୍କ ଦାବି ସରକାର ମାନିଥିଲେ । ଉଭୟ ଗୃହରେ ଆଲୋଚନା ହୋଇଥିଲା । ଲୋକ ସଭାରେ ୧୬ ଘଣ୍ଟା ଏବଂ ରାଜ୍ୟସଭାରେ ୯ ଘଣ୍ଟା ଧରି ଚାଲୁଛି ଚର୍ଚ୍ଚା । ହେଲେ ଏହି ଆଲୋଚନା ବେଳେ ବିରୋଧୀମାନଙ୍କର କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ଶାସକ ଦଳର ନେତାମାନେ ।
ବିରୋଧୀ ଆଲୋଚନା କମ, କିନ୍ତୁ ଆଲୋଚନାକୁ ପ୍ରଭାବିତ କରିବାକୁ ବା ବିଭ୍ରାଟ କରିବାକୁ ଅନେକ ଉଦ୍ୟମ କରୁଥିଲେ । ହୋହାଲ୍ଲା, ଦାବି ଓ ସ୍ଲୋଗାନରେ କମ୍ପୁଥିଲା ଲୋକସଭା ଓ ରାଜ୍ୟସଭା । ବାରମ୍ବାର ସେମାନଙ୍କୁ ବୁଝାଉଥିଲେ ବାଚସ୍ପତି ଓମ ବିର୍ଲା । ଲୋକସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇଙ୍କୁ ବାରମ୍ବାର କହୁଥିଲେ, ଯେ ଆପଣଙ୍କ ଦଳର ନେତାମାନଙ୍କୁ ସମ୍ଭାଳନ୍ତୁ । ମାତ୍ର କଂଗ୍ରେସର ସଦସ୍ୟ ମାନେ ନିୟନ୍ତ୍ରଣ ବାହାରକୁ ଯାଉଥିଲେ । ଗୃହ ତ ଥରେ ଦୁଇଥର ମୁଲତବୀ ବି ହୋଇଥିଲା । ଏମାନଙ୍କ କାର୍ଯ୍ୟରେ ଅତିଷ୍ଠ ଥିଲା ବିଜେପି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆଲୋଚନା ବେଳେ ବିରୋଧୀଙ୍କ ହୋହାଲ୍ଲାଙ୍କୁ ନେଇ ହଠାତ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଠିଥିଲେ । ବାଚସ୍ପତିଙ୍କ ଅନୁମତି ନେଇ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ଜୟଶଙ୍କର ତାଙ୍କର ଉକ୍ତିକୁ କିଛି ସମୟ ପାଇଁ ବନ୍ଦ ରଖିଥିଲେ । ଅମିତ ଶାହ କଂଗ୍ରେସ ଏବଂ ତାଙ୍କ ସହଯୋଗୀ ଦଳର କାର୍ଯ୍ୟରେ ଏତେ ଉକ୍ଷିପ୍ତ ହୋଇଥିଲେ ଯେ କହିଥିଲେ ଏମାନଙ୍କର ଏହି କାର୍ଯ୍ୟ ପାଇଁ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଏମାନେ ସେହି ବିରୋଧୀ ସ୍ଥାନରେ ବସିବେ । କାରଣ ଏମାନଙ୍କର ଦେଶ ବାଛିଥିବା ବୈଦେଶିକ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ । ଏମାନେ ବିଦେଶୀଙ୍କ କଥାରେ ବେଶ ଆନନ୍ଦିତ ହେଉଛନ୍ତି । କଂଗ୍ରେସର ଏଜେଣ୍ଡା ତ ବିଦେଶୀ ଚିନ୍ତା ଧାରାକୁ ଭାରତ ଉପରେ ଥୋପିବା । ନିଜ ଦଳର ଚିନ୍ତା ଧାରାକୁ ସଂସଦକୁ ନ ଆଣନ୍ତୁ ବୋଲି ଶାହ ଚେତାବନୀ ଦେଇଥିଲେ ।
State
ଦ କୁଇଭର ବ୍ୟୁରୋ :- ଆସନ୍ତା 2 ଦିନ ଓଡ଼ିଶାରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 5 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସୁବ ଜିଲ୍ଲାରେ ଝଟକା ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବ ।
Health & lifestyle,State
ହିଞ୍ଜିଳିକାଟୁ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ୧୧ ନମ୍ବର ସୁନା ଡିମ୍ବିରା ସାହିର ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଏହି ଅଘଟଣ ହୋଇଛି । ସୂଚନା ଅନୁସାରେ ଲାଇଟ୍ ସ୍ଵିଚ ଲଗାଇବା ବେଳେ ହଠାତ ହୋଇଥିଲା ବିସ୍ଫୋରଣ ।ତେବେ ଏହି ଦୁର୍ଘଟଣାରେ ବିପ୍ର ମହାରଣା ଓ ସ୍ତ୍ରୀ ସଂଯୁକ୍ତା ମହାରଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି କେବଳ ସେତିକି ନୁହେଁ ଦୁଇ ଝିଅ ପ୍ରିୟା,ପ୍ରାଚୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ଗତକାଲି ସନ୍ଧ୍ୟାରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ, ଝିଅ, ବୋହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳରେ ଡାକସେବା କରିଥିବା ଦୁର୍ଯୋଧନ ନାୟକ ମୃତ୍ୟୁ ପରେ ନିଜର ଶରୀର ଦାନ କରି ସମାଜର କାମରେ ଲାଗିବାକୁ ଜୀବିତ ଥିବା ସମୟରେ ଇଛା ପ୍ରକାଶ କରିଥିଲେ । ତାଙ୍କର ଇଛାକୁ ସମ୍ମାନ ଜଣାଇ ତାଙ୍କର ପରିବାର ବର୍ଗ ଗତକାଲି ରାତିରେ ତାଙ୍କର ମୃତ୍ୟୁ ପରେ ମରଶରୀରକୁ ନିଜ ଗାଁରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ଆନାଟୋମୀ ବିଭାଗକୁ ଆଣିଥିଲେ । ପ୍ରଥମେ ଚକ୍ଷୁ ବିଭାଗର ଡାକ୍ତରମାନଙ୍କ ଦ୍ଵାରା ତାଙ୍କର ଚକ୍ଷୁଦାନ କରାଯିବା ପରେ ମୃତ ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ତଥା ଭେଷଜ ଗବେଷଣା ପାଇଁ ପ୍ରଦାନ କରାଯାଇଥିଲା । ଆନାଟୋମୀ ବିଭାଗ ପକ୍ଷରୁ ପ୍ରଫେସର ରାଜଲକ୍ଷ୍ମୀ ପଣ୍ଡା ମରଶରୀରକୁ ଗ୍ରହଣ କରି ପ୍ରାପ୍ତି ସ୍ଵୀକାରର ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏମକେସିଜି ମେଡିକାଲ କଲେଜରେ ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଶରୀରଦାନ ଅଭିଯାନରେ ଏହା ୩୦ ତମ ଦାନ ଅଟେ । ରାଜ୍ୟରେ ସବୁଠାରୁ ଅଧିକ ଶରୀରଦାନ କରାଇ ବ୍ରହ୍ମପୁର ଓ ଏମକେସିଜି ମେଡିକାଲ କଲେଜ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ନିଜର ଆବଶ୍ୟକତା ପୂରଣ ହେବା ସହ ରାଜ୍ୟର ଅନ୍ୟ ମେଡିକାଲ କଲେଜକୁ ବି ମରଶରୀର ଦେବାରେ ସକ୍ଷମ ହୋଇପାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ଦଶ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଗୋଟିଏ ମରଶରୀର ଦରକାର ପଡ଼ୁଥିବା ବେଳେ ବର୍ତ୍ତମାନ ବହୁତ କମ୍ ମରଶରୀର ଉପଲବ୍ଧ ହେଉଛି ।
ଶରୀରଦାନ ସମୟରେ ମୃତ ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବବାଦୀ ହେତୁବାଦୀ ସଗଠନର ଜିଲ୍ଲା ସମ୍ପାଦକ କେ ନାନ୍ଦେଶୁ ସେନାପତି, ଲେଖିକା ଡଃ ବିଧୂପ୍ରଭା ରଥ, କିଶୋର ମିଶ୍ର, ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା, ଆଇଏଫଟିୟୁ ସଭାପତି ତଥା କର୍ମଚାରୀ ନେତା ପ୍ରତାପ ପ୍ରଧାନ, ସାମାଜିକ କର୍ମୀ ଆଦିତ୍ୟ ରଥ, ବାସବରାଜୁ, ଜାମୁଲା ସୁରେଶ, ଯୁବନେତା ଧରମବୀର, ଉଲ୍ଲା ନାୟକ, ଛାତ୍ରନେତା କାହ୍ନୁ ପ୍ରଧାନ, ପ୍ରଦୀପ ପ୍ରଧାନ, ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଳବର ସଭାପତି ସତ୍ୟକାମ ପାତ୍ର, ଉପ ସଭାପତି ପି . ଶ୍ରୀନିବାସ ରାଓ, ପି କିରଣ କୁମାର, କେ ପୁରୁଷୋତ୍ତମ ସୁବୁଦ୍ଧି, ମେଡିକାଲ ସିକ୍ୟୁରିଟୀ କର୍ମଚାରୀ ୟୁନିଅନର ନେତୃତ୍ୱ ତଥା ପରିବାରର ଅନେକ ସଦସ୍ୟ ଯୋଗ ଦେଇଥିଲେ ।
State
ବ୍ରହ୍ମପୁର ( ଦ କୁଇଭର ):; ଆଜି ସକାଳ ପ୍ରାୟ ୬ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଛକ ନିକଟରେ ଜଣେ ମହିଳା ମୋର୍ନିଂ ୱାର୍କ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ସମ୍ପୃକ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚାଲିଯାଇଥିବା ସୂଚନା ରହିଛି । ପୂର୍ବରୁ ମଧ୍ୟ ଆମ୍ବପୁଆ ସ୍ଥିତ ଇନ୍ କମ୍ ଟେକ୍ସ ଅଫିସ୍ ସମ୍ମୁଖରେ ଆମ୍ବପୁଆ ଅଞ୍ଚଳର ଜଣେ ମହିଳା ମର୍ଣିଂ ୱାକରେ ଯାଉଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ସମ୍ପୃକ୍ତ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ । ଏହି ଘଟଣାର ଅଭିଯୁକ୍ତକୁ ପୁଲିସ ଧରିପାରିନଥିବା ବେଳେ ଏବେ ଆଉ ଏକ ଲୁଟ୍ ପୁଲିସର ଚିନ୍ତା ବଢାଇବା ସହ ଲୁଟେରାମାନେ ପୁଲିସକୁ ଅପେନ୍ ଚାଲେଞ୍ଜ ଦେଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘଟଣାର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରାଙ୍କ ଫୋଟ କଏଦ ହୋଇଥିବା ଜଣାପଡିଛି । ଲୁଟେରାମାନେ ଲୁଟ୍ କରିବା ପରେ ଦ୍ରୁତଗତିରେ ଯାଉଥିବା ସିସିଟିଭି ଭିଡ଼ିଓରୁ ଜଣାପଡ଼ିଛି ।
State
ଦ କୁଇଭର ବ୍ୟୁରୋ:- ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ସହ, ହାଇକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଅତି ସାଙ୍ଘାତିକ । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ତେଣୁ ଜାମିନ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଦେଇଥିବା ରାୟର ନକଲ କପିରେ କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଦୁର୍ନୀତିର କ୍ଷମତା ଛାଇ ପରି । କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିବାରୁ ସେ ଖୁବ୍ କ୍ଷମତାଶାଳୀ ।
ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଆବେଦନକାରୀ ଉଚ୍ଚ ପଦବୀରେ ଥିବାରୁ ଅଧିକ ଉତ୍ତରଦାୟୀ ହେବା ଉଚିତ । ଏଭଳି ଗୁରୁତର ମାମଲାରେ ଆବେଦନକାରୀଙ୍କୁ ଆଗୁଆ ଜାମିନ ମିଳିପାରିବନି । ୧୦ ଲକ୍ଷ ଲାଞ୍ଚ କାରବାରରେ ଆବେଦନକାରୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି । ଆବେଦନକାରୀଙ୍କ ଝିଅ ଓ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଛନ୍ତି ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର । ବିଷ୍ଣୁପଦଙ୍କ ଝିଅ ମାକ୍ ବୁକ୍ ଓ ଲଗଜୁରି ଘଣ୍ଟା ଉପହାରରେ ନେଇଥିବା ସିବିଆଇ କହିଛି । ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟସ୍ଆପ୍ ବ୍ୟବହାର କରିଛନ୍ତି । ଅଭିଯୁକ୍ତ ଚଞ୍ଚଲ୍ ମୁଖାର୍ଜୀଙ୍କ ଫୋନରୁ ଦେବଦତ୍ତଙ୍କୁ କଲ୍ କରିଥିଲେ ବିଷ୍ଣୁପଦ ସେଠୀ । ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି । ସିଏଫ୍ଏସ୍ଏଲ୍ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି ।୨୦୨୪ ଡିସେମ୍ବର ୭ ତାରିଖ ରାତିରେ ରାଜଧାନୀର ଏକ ତାରକା ହୋଟେଲ୍ ସମ୍ମୁଖ ରାସ୍ତାରେ ସିବିଆଇ ଟିମ୍ ଦୁଇଟି ଗାଡ଼ିକୁ ଅଟକାଇଥିଲା । ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜେନେରାଲ୍ ମ୍ୟାନେଜର୍ ଚଞ୍ଚଲ୍ ମୁଖାର୍ଜୀ, ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଠିକାଦାର ଦେବଦତ୍ତଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ସେହି ଗାଡ଼ିରେ ଥିଲେ ଚଞ୍ଚଲ୍ ମୁଖାର୍ଜୀ । ନୂଆ ଠିକା କାମ ଓ ପୁରୁଣା କାମର ବିଲ୍ ପାସ୍ କରାଇବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ମାଡ଼ି ବସିଥିଲା ସିବିଆଇ । ବିଷ୍ଣୁପଦ ସେଠୀଙ୍କ ନିର୍ଦ୍ଦେଶରେ ଏହି ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛି ସିବିଆଇ ।