Banner Ad

ମହୁରୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମହୁରୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Published by : Jyotshna Kumari
#State
Dec 4, 2024, 5:13 PM

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ମହୁରୀ ମହୋତ୍ସବ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ହେବାକୁ ଯାଉଛି ମହୁରୀ ମହୋତ୍ସବ। ଗଞ୍ଜାମ ର ଲୋକକଳା,ଲୋକ ସାହିତ୍ୟ,ଲୋକନାଟ୍ୟ ଏବଂ ଲୋକ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏଭଳି ମହୋତ୍ସବ ଆୟୋଜନ କରାଯାଇଥିବା ମହୋତ୍ସବ ଅଧକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହାସହିତ ମହିଳାଙ୍କ ପାଇଁ ଓଡ଼ିଆ ଙ୍କ ପାରମ୍ପରିକ ପୀଠଉ ଝୋଟି ପ୍ରତିଯୋଗିତା ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରକଳା,ପ୍ରବନ୍ଧ, ବକୃତା ପ୍ରତିଯୋଗୀତା ର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଆୟୋଜକ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

National

ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟିତ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରୁଛି। କାଶ୍ମୀରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍‌ ‘ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଏକ ଦୃଢ଼ ବାର୍ତ୍ତା ଦେଇଛି ଯେ ତାଙ୍କ ସରକାର ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଚେନାବ ସେତୁ ଉଦ୍‌ଘାଟନ କରିବାର କିଛି ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ହଲାଇ ସେତୁ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ।


ଚେନାବ ସେତୁ ୨୭୨ କିଲୋମିଟର ଦୀର୍ଘ ୟୁଏସ୍‌ବିଆର୍‌ଏଲ୍‌ ପ୍ରକଳ୍ପର ଏକ ଅଂଶ, ଯାହାର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୩୬ଟି ଟନେଲ୍‌ (୧୧୯ କିଲୋମିଟର) ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଓ ଦେଶର ବାକି ଅଞ୍ଚଳ ମଧ୍ୟରେ ସର୍ବକାଳୀନ, ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ। ୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଓ ଇଞ୍ଜିନିୟରିଂର ଚମତ୍କାର। ନଦୀଠାରୁ ୩୫୯ ମିଟର ଉଚ୍ଚ, ପ୍ୟାରିସ୍‌ ଆଇଫିଲ୍‌ ଟାୱାରଠାରୁ ୩୫ ମିଟର ଉଚ୍ଚ ଏବଂ ଦିଲ୍ଲୀ କୁତବମିନାରଠାରୁ ପ୍ରାୟ ୫ ଗୁଣ ଉଚ୍ଚ ଏହି ପୋଲରେ ୨୮,୬୬୦ ମେଗାଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଯାହା ଉଭୟ ଶୂନ୍ୟ ତାପମାତ୍ରା ଓ ଅତ୍ୟଧିକ ଉତ୍ତାପକୁ ସହ୍ୟ କରିବାରେ ସକ୍ଷମ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ପ୍ରଧାନମନ୍ତ୍ରୀ ଅଞ୍ଜି ନଦୀରେ ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ସେତୁ-ଅଞ୍ଜି ଖଡ଼ ସେତୁକୁ ଉଦ୍‌ଘାଟନ କରିଥିଲେ। ଅଞ୍ଜି ସେତୁ ନଦୀ ପତ୍ତନଠାରୁ ୩୩୧ ମିଟର ଉଚ୍ଚରେ ଥିବା ବେଳେ ଲମ୍ବ ୭୨୫ ମିଟର ରହିଛି। ଏଥିରେ ୯୬ଟି ହାଇ-ଟେନ୍‌ସିଲ (ଉଚ୍ଚ ତନ୍ୟତାଯୁକ୍ତ) କେବୁଲ ରହିଛି। ଏହି ପୋଲ ମାତ୍ର ୧୧ ମାସରେ ସମ୍ପୂର୍ଣ୍ଣ ହୋଇଥିଲା।

Shree Jagannath

ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

Blog Thumbnail

ପୁରୀ( ଦ କୁଇଭର):- ପୁରୀରେ ୨୭ ଜୁନ୍, ୨୦୨୫ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରଥଯାତ୍ରାର ପ୍ରସ୍ତୁତି ପାଇଁ, ସୋମବାର କଟକର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ସୁଗମ ଏବଂ ସୁରକ୍ଷିତ ଭାବରେ ସମ୍ପନ୍ନ ହେବା ପାଇଁ ବ୍ୟାପକ ସୁରକ୍ଷା ଏବଂ ପ୍ରଭାବଶାଳୀ ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଡିଜିପି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନିରନ୍ତର ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।


ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ପ୍ରମୁଖ ରୀତିନୀତିଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ସମୀକ୍ଷା କରାଯାଇଥିଲା:

ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା

ଜୁନ୍ ୨୬ରେ ନବ ଯୌବନ ଦର୍ଶନ

ଜୁନ୍ ୨୭ ତାରିଖରେ ରଥଯାତ୍ରା

ଜୁଲାଇ ୧ ରେ ହେରା ପଞ୍ଚମୀ

ଜୁଲାଇ ୪ ରେ ସନ୍ଧ୍ୟା ଦର୍ଶନ

ଜୁଲାଇ ୫ ରେ ବାହୁଡା ଯାତ୍ରା

ଜୁଲାଇ ୬ ରେ ସୁନାବେଶ

୭ ଜୁଲାଇରେ ଅଧର ପଣା

ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ

ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ।


ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ। ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିୟୋଜନ, ରଣନୈତିକ ସ୍ଥାନରେ ସିସି କ୍ୟାମେରା ସ୍ଥାପନ ଏବଂ ରାସ୍ତା ଡିଭାଇଡର୍, ଡେଲିନେଟର ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ସହିତ ଟ୍ରାଫିକ୍ ପରିଚାଳନା ଯୋଜନା ସମେତ ବିଭିନ୍ନ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ପୁଲିସ ନିୟମିତ ବେଳାଭୂମି ପାଟ୍ରୋଲିଂ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଇଛି। ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଭଳି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବିଘ୍ନ ସୁରକ୍ଷା କଭରେଜ ପାଇଁ ଆରପିଏଫ ସହିତ ଘନିଷ୍ଠ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ହୋଇଥିବା ଅତିରିକ୍ତ ସୁରକ୍ଷା ପଦକ୍ଷେପ ମଧ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ହୋଟେଲ ଏବଂ ଲଜ୍ ଯାଞ୍ଚ, କେ-୯ ସ୍କ୍ୱାଡ୍ ମୁତୟନ ଏବଂ ଦଳାଚକଟା ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଭିଆଇପିଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ବ୍ୟବସ୍ଥା, ପୁଲିସ କର୍ମଚାରୀଙ୍କ ପାଇଁ ରହିବା ସୁବିଧା, ବ୍ୟାରିକେଡିଂ, ଶୃଙ୍ଖଳିତ ଯାନବାହାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।


ଏହି ବୈଠକରେ ନିର୍ଦ୍ଦେଶକ ଆରପି କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସକେ ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା, ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଏଡିଜି ରାଜେଶ କୁମାର, ଆଇଜି ଏସ. ପ୍ରବୀଣ କୁମାର, ଆଇଜି ଡକ୍ଟର ଦୀପକ କୁମାର, ଆଇଜି ଅନୁପ କୁମାର ସାହୁ, ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଚରଣ ସିଂହ ମୀନା, ଡିଆଇଜି ଡକ୍ଟର କନୱର ବିଶାଲ ସିଂହ, ଡିଆଇଜି ପିନାକ ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍‌ପି ବିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

State

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।


ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।


National,State

ଜୁନ ୧୨ ନୁହଁ ୨୦ ରେ ଓଡିଶା ଆସିବେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ତାରିଖ । ଆସନ୍ତା ଜୁନ୍‌ ୧୨ ତାରିଖ ନୁହଁ ବରଂ ଜୁନ୍‌ ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର । ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଜୁନ୍‌ ୨୦ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । କିନ୍ତୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଭୁବନେଶ୍ୱର ଜନତା ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ । ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରେ ଆସିବାର ଥିଲା, କିନ୍ତୁ ସେ ୨୦ ତାରିଖରେ ଆସିବେ । ସେହି ଦିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । କେଉଁ ସ୍ଥାନରେ ତାହା ହେବ ସେନେଇ ସ୍ଥିର ହୋଇନାହିଁ । ଲକ୍ଷାଧିକ ଲୋକେ ବିରାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ସରକାରରେ ଗୋଟିଏ ବର୍ଷ ପୂରଣ ହେବ । ସେହି କାର୍ଯ୍ୟକ୍ରମରେ ଆମେ ରିପୋର୍ଟକାର୍ଡ ଦେବୁ । " ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ୨୦ ତାରିଖରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେବ । ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବେ । କେଉଁ ସ୍ଥାନରେ ହେବ, କାର୍ଯ୍ୟକ୍ରମ କିପରି ହେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ୧୩ ତାରିଖରେ ମହିଳା ସମାବେଶ, ୧୮ ତାରିଖରେ ଜନଜାତି ଲୋକଙ୍କ ସମାବେଶ, ୧୯ ତାରିଖରେ କୃଷକ ମାନଙ୍କର ଓ ୨୧ ରେ ଯୁବକ ମାନଙ୍କର ଏକତା କରାଯିବ । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ । ସେନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । "

State

୨୦୨୭ ମାର୍ଚ୍ଚ ପହିଲାରୁ ହେବ ଜନଗଣନା

Blog Thumbnail

ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୫ ବର୍ଷ ର ବ୍ୟବଧାନ ପରେ ୧ ମାର୍ଚ୍ଚ ୨୦୨୭ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜାତିଗତ ଗଣନା କରାଯିବ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଜନଗଣନା ଆଇନ-୧୯୪୮ ଏବଂ ଜନଗଣନା ନିୟମ-୧୯୯୦ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଗତ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଜାତିଗତ ଜନଗଣନାରେ ସ୍ୱଚ୍ଛତା ଏବଂ ନିରନ୍ତରତା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଏ ବାବଦ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ରାଜ୍ୟ ପୂର୍ବରୁ ସ୍ୱଚ୍ଛ ପ୍ରକ୍ରିୟାରେ ଜାତିଗତ ସର୍ଭେ କରିଛନ୍ତି, କିନ୍ତୁ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ। ଏହି ଅସଙ୍ଗତି ସନ୍ଦେହ ସୃଷ୍ଟି କରିଛି ଏବଂ ସାମାଜିକ ସଦ୍‌‌ଭାବନାକୁ ଖରାପ କରିବା ଆଶଙ୍କା ଥିବାରୁ ଏ ଦିଗରେ ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ଜାତିଗତ ଜନଗଣନା କରାଯିବାକୁ ବୈଷ୍ଣବ ଗୁରୁତ୍ବାରୋପ କରିଥିଲେ।


୨୦୧୧ ପରେ ଭାରତ ଏବେ ପ୍ରଥମ ଜନଗଣନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାତିଗତ ଜନଗଣନା ଘୋଷଣା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଶେଷ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା- ଏପ୍ରିଲରୁ ସେପ୍ଟେମ୍ବର ୨୦୧୦ ପର୍ଯ୍ୟନ୍ତ ଗୃହ ତାଲିକାକରଣ ଓ ଗୃହ ଜନଗଣନା ଏବଂ ଫେବୃଆରି ୨୦୧୧ରୁ ଜନସଂଖ୍ୟା ଗଣନା ହୋଇଥିଲା। ୨୦୨୧ ଜନଗଣନା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଆଗାମୀ ଜନଗଣନାରେ ଜାତିଗତ ତଥ୍ୟକୁ ଅନ୍ତର୍ଭୁକ୍ତ କରିବା ଏକ ଐତିହାସିକ ପଦକ୍ଷେପ ‌ହେବ। ବିଶେଷକରି ଭାରତରେ ଶେଷ ବ୍ୟାପକ ଜାତିଭିତ୍ତିକ ଗଣନା ୧୮୮୧ରୁ ୧୯୩୧ ମଧ୍ୟରେ ବ୍ରିଟିସମାନେ କରିଥିଲେ। ୟୁପିଏ ସରକାରଙ୍କ ଅଧୀନରେ ୨୦୧୧ରେ ହୋଇଥିବା ସାମାଜିକ-ଅର୍ଥନୈତିକ ଓ ଜାତିଗତ ଜନଗଣନା (ଏସ୍‌ଇସିସି)ରେ ଜାତିଗତ ତଥ୍ୟ ସଂଗ୍ରହ କରାଯାଇଥିଲା, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କିମ୍ବା ବ୍ୟବହାର କରାଯାଇ ନଥିଲା। ଆଗାମୀ ଜନଗଣନାରେ ସ୍ବତନ୍ତ୍ର ଭାବେ ଜାତିଗତ ସ୍ତମ୍ଭ ମଧ୍ୟ ରହିବ। ପ୍ରତ୍ୟେକ ଘରେ ପହଞ୍ଚିବା ପରେ ଜନଗଣନା କର୍ମୀମାନେ ସମସ୍ତଙ୍କ ଜାତି ପଚାରିବେ। ତୁଷାରପାତ ହେଉଥିବା ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବରରୁ ଜନଗଣନା ଆରମ୍ଭ ହେବ। ବାକି ରାଜ୍ୟ ଗୁଡ଼ିକରେ ଏହା ୨୦୨୭ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ।

Sports

ଆଇପିଏଲ ବିଜୟ ଉତ୍ସବ ବେଳେ ଦଳାଚକଟା, ବର୍ତ୍ତମାନ ସୁଦ୍ଧା ୧୧ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇପିଏଲ ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । କାଲି IPLରେ ଦମଦାର ବିଜୟ ପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ । ଆଇପିଏଲ ବିଜେତା RCB ଟିମ୍‌କୁ ସ୍ବାଗତ କରିବା ପାଇଁ ପ୍ରବଳ ଉତ୍ସାହ । ବେଙ୍ଗାଲୁରୁରେ ବିଧାନସୌଧ ଆଗରେ କ୍ରିକେଟ ପ୍ରେମୀ ମାନେ ଭିଡ଼ ଜମାଇଛନ୍ତି


ସୂଚନା ପ୍ରକାରେ ଆରସିବି ୧୮ ବର୍ଷ ପରେ IPL ଟ୍ରଫି ଜିତିବାର ଉତ୍ସବ ପାଳନ କରିବାକୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଭିଡ ଜମାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିଜୟ ସେଲିବ୍ରେସନ ବେଳେ ଷ୍ଟାଡିୟମ ବାହାରେ ଅଚାନକ ଭିଡ଼ ବେକାବୁ ହୋଇପଡିଥିଲା । ଯାହାଫଳରେ ଭୟଙ୍କର ଦଳାଚକଟା ଘଟି ବହୁସଂଖ୍ୟାକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନ୍‌ ବନ୍ଦ କରାଯାଇଛି । ତେବେ ପ୍ରଥମ ଥର ଆଇପିଏଲରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ଦମଦାର ବିଜୟ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

Education

ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ।ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ।ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।


ଏ ନେଇ ଆଣ୍ଟି ରେଗିଙ୍ଗ ସେଲ ରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କତୃପକ୍ଷ ଆଜି ଅପରାହ୍ନ ରେ ଏକ ଜରୁରୀ ବୈଠଜ ଡ଼ାକି ନେଇଛନ୍ତି ପଦକ୍ଷେପ।ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଅଧକ୍ଷ ତଥା ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର ।ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ ।ବୈଠକରେ କମିଟି ସଦସ୍ୟ ଯୋଗଦେଇ ତର୍ଜମା କରିବା ସହିତ ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।


State,National

ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟିତ : ୭୫୦ କୋଟିର ୧୦ ପ୍ରକଳ୍ପ ଉଦ୍‌ଘାଟନ

Blog Thumbnail

କନ୍ଧମାଳ( ଦ କୁଇଭର ):- ଶନିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲବାଣୀଠାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି। ଏହାସହ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ୭୫୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମେଡିକାଲ କଲେଜ ଲୋକାର୍ପିତ ହେବା ଫଳରେ ଜିଲ୍ଲାବାସୀଙ୍କର ବହୁଦିନର ସ୍ବପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ‌କନ୍ଧମାଳ ମେଡିକାଲ କଲେଜ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ତାହା ନୁହେଁ, ବରଂ ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। କନ୍ଧମାଳ ରରୋଗୀ ଆଉ କଷ୍ଟ କରି ବ୍ରହ୍ମପୁର, ଭୁବନେଶ୍ବର କିମ୍ବା କଟକ ଯିବେ ନାହିଁ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯାଇଛି। ଏହାଦ୍ବାରା ଓଡ଼ିଶାର ସାଢେ ୩ କୋଟି ଲୋକ ଦେଶର ୨୯ ହଜାର ବେସରକାରୀ ମେଡିକାଲ କଲେଜରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ପାଇପାରିବେ। ଏହା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ତିନିଟି ସ୍ବାସ୍ଥ୍ୟସେବା ଯୋଜନା ଦ୍ବାରା ରାଜ୍ୟର ୮୦ ପ୍ରତିଶତ ସାଧାରଣ ଜନତା ସୁବିଧା ପାଇ ପାରିବେ। ଗତ ୨୪ ବର୍ଷରେ ବିଶ୍ବସ୍ତରୀୟ ସେବା ନାମରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଚଳିତ ବଜେଟ୍‌ରେ ସରକାର କେବଳ ସ୍ବାସ୍ଥ୍ୟସେବା ପାଇଁ ୨୩,୬୩୫ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ କରୋନେସନ୍‌ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜିଲ୍ଲାର ବିକାଶ ପାଇଁ ୭୫୦ କୋଟି ଟଙ୍କାର ୧୦ଟି ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହିସବୁ ପ୍ରକଳ୍ପ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତୀକରଣ, ପର୍ଯ୍ୟଟନର ବିକାଶ, ସଡ଼କ ନିର୍ମାଣ, ମିସନ୍‌ ଶକ୍ତି ବଜାର, ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ପ୍ରକଳ୍ପ ସାମିଲ। କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ତାଙ୍କର ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଅନେକ ଶିଳ୍ପ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦାରିଙ୍ଗିବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୮ କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେହିଭଳି ପୁତୁଡ଼ି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ ଲାଭ କରିଛି। ଅଗାମୀ ଦିନରେ ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

State

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ମିଳିଲା ଅନୁମୋଦନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି l ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିକଶିତ ଓଡ଼ିଶା@ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ବ ଅଭିବୃଦ୍ଧି କରାଯିବ। ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।


ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି। ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ l ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଆଗାମୀ ୫ ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ସର୍ବମୋଟ ୬୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ଏଥି ପାଇଁ ଆଗାମୀ ୫ବର୍ଷରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ୍ ଓ ସ୍ପଲ ୱେ ନିର୍ମାଣ ପାଇଁ ୧୫୧ କୋଟି ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୬୨୬୦ ଏକର ଜମି ଜଳସେଚନ ହୋଇପାରିବ। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ମଂଜୁରୀ ହୋଇଛି।

State

ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ : ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜସ୍ବ ଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ । ଜମି ଜମା ସମସ୍ୟାର ସମାଧାନ ଅଫିସ୍‌ ହେଉଛି ତହସିଲ୍‌ । ତହସିଲ୍‌ସ୍ତରରେ ସମାଧାନ ହୋଇ ନ ପାରିବାରୁ ଅଦାଲତରେ ମାମଲା ବଢ଼ୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା, ତେବେ କେହି ଭୁବନେଶ୍ୱର ଆସୁନଥାନ୍ତେ । ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ । " ଆଜି ଲୋକସେବା ଭବନରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରାଜସ୍ୱ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଲୋକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଅ । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର । ମ୍ୟାଚ୍ ନୁହେଁ, ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । ୫୧ ଟି ବିଭାଗର ମେରୁଦଣ୍ଡ ରାଜସ୍ୱ ବିଭାଗ । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । କୌଣସି ତହସିଲରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ । ଏବେବି ଜମି ଡିମାର୍କେସନ ପାଇଁ ମୋ ପାଖକୁ ମାଲକାନଗିରିରୁ ଲୋକ ଆସୁଛନ୍ତି । ଏବେ ସେବା ଆରମ୍ଭ ହେଲାଣି । ଯେବେ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ୱ ସେବା ଠିକ୍ ଭାବେ ଚାଲିଛି ।"

State

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।


ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।



Sports

ଚାମ୍ପିୟନ୍‌ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

Blog Thumbnail

ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆର୍‌ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍‌ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ । ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍‌ ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍‌ ମାରିଛି ପଞ୍ଜାବ ଦଳ । ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଙ୍ଗାଲୁରୁ ଦଳର ଓପନିଂ ଯୋଡ଼ି ଦଳ ପାଇଁ ୧୮ ରନ୍‌ କରିଥିଲେ । ଫିଲ୍‌ ସଲ୍ଟ ପ୍ରଥମେ ନିଜ ୱିକେଟ୍‌ ହରାଇଥିଲେ । ଏହାପରେ ମୟଙ୍କ ଅଗ୍ରାୱାଲ୍ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ତେବେ ୫୬ ରନ୍‌ ଦଳୀୟ ସ୍କୋର୍‌ ବେଳେ ମୟଙ୍କ ଅଗ୍ରୱାଲ ନିଜ ୱିକେଟ୍‌ ହରାଇଥିଲେ । ମୟଙ୍କଙ୍କ ୱିକେଟ୍‌ ପରେ ରଜତ ପଟିଦାର ଓ ବିରାଟଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଯାହା ବଡ଼ ସ୍କୋର୍‌ କରିବାରେ ସହାୟକ ହୋଇଥିଲା । ଏହାରି ମଧ୍ୟରେ ବିରାଟ କୋହଲି ୪୩ ରନ୍‌ କରି ନିଜ ୱିକେଟ ହରାଇଥିଲେ । ପାଳି ଶେଷ ବେଳକୁ ରୋମାରିଓ ସେଫର୍ଡ ୯ ବଲ୍‌ରୁ ୧୭ ରନ୍‌ କରିଥିବା ବେଳେ ଜିତେଶ ଶର୍ମା ୧୦ ବଲ୍‌ରେ ୨୪ ରନ୍‌ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋର୍‌ ୧୯୦ ରନ୍‌ରେ ପହଞ୍ଚି ପାରିଥିଲା । ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ ଦଳ । ଶଶାଙ୍କ ସିଂ ୬୧ ରନ୍‌ର ପାଳି ଖେଳି ଦଳକୁ ବିଜୟ ଦେବାକୁ ସମସ୍ତ ପ୍ରୟାସ କରିଥିଲେ । ଆର୍‌ସିବି ବୋଲର ଆଜି ଜବରଦସ୍ତ ବୋଲିଂ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଯଶ ଦୟାଲ, ଜୋସ ହେଜେଲଉଡ୍‌ ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ଆର୍‌ସିବିକୁ ଚାମ୍ପିୟନ କରାଇଛନ୍ତି ।

National

ଚେନାବ ରେଳ ସେତୁର ଲୋକାର୍ପଣ କରିବେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏହି କାରଣରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଜି ଜମ୍ମୁ କାଶ୍ମୀରରେ ବିକାଶ ଏବଂ ସଂଯୋଗୀକରଣର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଏବଂ ଦେଶର ପ୍ରଥମ କେବୁଲ-ଷ୍ଟେ ଅଞ୍ଜି ସେତୁର ଉଦଘାଟନ କରିବେ। ଚମତ୍କାର ସ୍ଥାପତ୍ୟର ନିଦର୍ଶନ ଚେନାବ ରେଲ୍ ବ୍ରିଜ୍। ଯାହାକୁ ଆଜି ମୋଦି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସେତୁ ସହିତ, ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୧ ଟା ସୁଦ୍ଧା ବିଶ୍ୱର ସବୁଠାରୁ ଉଚ୍ଚ ସେତୁର ଉଦଘାଟନ କରିବେ। ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ। ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁର ଉଦଘାଟନ କରିବାର ଗୋଟିଏ ଘଣ୍ଟା ପରେ, ଅର୍ଥାତ୍ ଦିନ ୧୨ଟାରେ ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏନେଇ ରେଳବାଇ କହିଛି ଯେ, ଉଦୟପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ମୋଟ୍ ଲମ୍ବ ପ୍ରାୟ ୨୭୨ କିଲୋମିଟର। ଏବଂ ଏହାକୁ ନିର୍ମାଣ କରିବାରେ ୪୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ ୩୬ଟି ସୁଡ଼ଙ୍ଗ ଏବଂ ୯୪୩ ଟି ସେତୁ ମଧ୍ୟ ଅନ୍ତର୍ଭୁକ୍ତ।


ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଚେନାବ ନଦୀ ଉପରେ ନିର୍ମିତ ୧ କିଲୋମିଟରରୁ ଅଧିକ ଲମ୍ବା ରେଳ ସେତୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ନିର୍ମିତ, ଯାହା ଏଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ସେ କହିଛନ୍ତି ଯେ, ଏହି ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ପବନ ଏବଂ ଭୂକମ୍ପ ଜୋନ୍-V ସହ୍ୟ କରିପାରିବ। ଡିଆରଡିଓ ସହାୟତାରେ ଏହି ବ୍ରିଜ୍ କୁ ବ୍ଲାଷ୍ଟ ପ୍ରୁଫ୍ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୨୭ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହାର ଲମ୍ବ ୧୩୧୫ ମିଟର ଏବଂ ଏହି ପ୍ରକଳ୍ପ ଅଗଷ୍ଟ ୨୦୦୪ରେ ଆରମ୍ଭ ହୋଇଥିଲା।

State

ଗଞ୍ଜାମରେ ଲଜ୍ଜା : ବରଯାତ୍ରୀ ଶୋଭାଯାତ୍ରାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ ଘଟିଛି ଦୁଷ୍କର୍ମ । ୪ ତାରିଖରେ ଥାନାରେ ଏତଲା ହୋଇଛି । ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବାବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ଯାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି I


ସୂଚନାନୁଯାୟୀ, ନାବାଳିକାଦ୍ବୟ ବୁଧବାର ରାତିରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ଵୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ନାବାଳିକାଦ୍ବୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି l ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି।

State

ଦିନରେ ଗୁଳୁଗୁଳି, ଅପରାହ୍ଣରେ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ସହ ଦିନରେ ଗରମ, ଅପରାହ୍ଣରେ ବର୍ଷା ଦେଖିବାକୁ ମିଳୁଛି । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।

State,Farming

ଦେବଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ : କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

Blog Thumbnail

ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଦେବଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି । ଏଥିସହିତ ଦେବଗଡ଼ ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଆମ ସରକାର ଆସିବା ପରେ ଆମେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ’’। ସେ ଆହୁରି ମଧ୍ୟ କହିଛନ୍ତି, "ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଆମ ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ l


କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଛନ୍ତି ।

National,Health & lifestyle

କରୋନା ଦେଶରେ ୪ହଜାର ପାର,୨୪ ଘଣ୍ଟାରେ ୪ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।


ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।

State

ରାଜ୍ୟରେ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍‌ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।

State

ତିନି ବୁଲେଟ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ୟାଙ୍କର

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ l ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲେଟ୍‌ରେ ଯାଉଥିବା ୩ ଜଣଙ୍କୁ ଧକ୍କା ମାରିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଦୁଇ ଭାଣିଜୀଙ୍କୁ ନେଇ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ବୁଲେଟରେ ଯାଉଥିଲେ। ଦିଗପହଣ୍ଡି ଏନ୍‌ଏସି ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଲେଟ୍‌ରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।