Banner Ad

ସାଇବର କ୍ରାଇମ ପୋଲିସର ପରିଚୟ ଦେଇ କୋଟିଏରୁ ଉର୍ଦ୍ଧ୍ଵ ଠକେଇ: ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ସାଇବର କ୍ରାଇମ ପୋଲିସର ପରିଚୟ ଦେଇ କୋଟିଏରୁ ଉର୍ଦ୍ଧ୍ଵ ଠକେଇ: ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
Published by : Jyotshna Kumari
#State
Nov 29, 2024, 8:25 AM

କଟକ( ଦ କୁଇଭର ):- ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ (୩୩) । ପୋଲିସ ଅଭିଯୁକ୍ତ ଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ।



ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ । ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ । ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ । ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକ ମାନେ ତାଙ୍କୁ whatsapp ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ । ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର ଆକାଉଣ୍ଟକୁ ଦୁଇଥରରେ ୧ କୋଟି ଟଙ୍କା ଜମା କରିଥିଲେ ।



ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଅଭିଯୁକ୍ତ ସଲିମ ୯ ମାସ ପାଇଁ ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ବିଚିତ୍ର ପାଣିପାଗ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ଆଜି ରାଜ୍ୟର ପାଣିପାଗ ବଡ଼ ବିଚିତ୍ର । ଏକସଙ୍ଗେ କୁହୁଡ଼ି ପଡ଼ିଛି, ଶୀତର ପ୍ରକୋପ ବଢ଼ିଛି ଆଉ ଝିପି ଝିପି ବର୍ଷା ବି ହେଉଛି । ପ୍ରକୃତିର ତିନିଟି ପ୍ରଭାବ ପୂରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଛି । ମଣିଷ ତ ଥର ଥର କମ୍ପୁଛି, ପଶୁପକ୍ଷୀ ବି ରହି ପାରୁ ନାହାନ୍ତି । ପନି ପରିବା ଓ ଧାନ ଭଳି ଫସଲ ନଷ୍ଟ ହେଲାଣି । ଏଭଳି ସ୍ଥିତି ପୂରା ଓଡ଼ିଶାକୁ ଦୋହଲାଇ ଦେଲାଣି ।

ଅଜବ ପାଣିପାଗ । ପାଣିପାଗ ପରିବର୍ତ୍ତନର ସବୁଠୁ ବଡ଼ ପ୍ରଭାବ ଏହିବର୍ଷ ଦେଖାଯାଇଛି ଓଡ଼ିଶାରେ । ଏକ ସମୟରେ ଥଣ୍ଡା ଓ ବର୍ଷା ଲାଗି ରହିଛି । ପୂର୍ବରୁ ଶୀତଦିନେ ବର୍ଷା ହେଲେ ଥଣ୍ଡା କମିଯାଏ । ମାତ୍ର ଏଥର ବର୍ଷା ଲାଗି ରହିଥିବା ବେଳେ ଥଣ୍ଡା ବି କମ ନାହିଁ । ଉପକୂଳରେ ଶୀତ ଜୋର ରହିଛି । ରାତିର ତାପମାତ୍ରା ୧୪/୧୫କୁ ଖସି ଆସୁଛି । ଦିନରେ ତାପମାତ୍ରା ୨୪ରୁ ଉପରକୁ ଉଠୁନାହିଁ । ଶୀତର ପ୍ରକୋପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜୋର ରହିଛି । ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଉଛି । ପୂରା ଥରାଉଛି ଶୀତ ।

ସେପଟେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି । ଗତ ୫ଦିନ ଧରି ପାଗ କୋହଲା ରହିବା ସହ ବର୍ଷା ହେଉଛି । ଏହି ସ୍ଥିତି ଆହୁରି ଦୁଇଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି । କୋହଲା ପାଗ, ବର୍ଷା ଓ ଶୀତ ପୂରା ସ୍ଥିତିକୁ ବିଗାଡ଼ି ଦେଲାଣି । ଏହାବାଦେ ବୁଧବାର ସକାଳୁ ଘନ କୁହୁଡ଼ି ସ୍ଥିତିକୁ ଆହୁରି ସଂଗୀନ କରିଦେଇଛି । ବର୍ଷା ଯୋଗୁ ଧାନ କ୍ଷତି ହୋଇଛି । ଲଗାତର ବର୍ଷା ଯୋଗୁ ଏବେ ପନି ପରିବା ବି ନଷ୍ଟ ହେଲାଣି । ମାଟିରେ ଉପଯୁକ୍ତ ଶକ୍ତି ନଥିବାରୁ ସ୍ଥିତି ଗମ୍ଭୀର ହେଲାଣି । କେବଳ ସେତିକି ନୁହେଁ, ମାଛ ଚାଷ ବି ପ୍ରଭାବିତ ହେଲାଣି । ଖରା ନଥିବାରୁ ମାଛ ପୋଖରୀ ଗୁଡ଼ିକରେ ଅମ୍ଳଯାନ ହ୍ରାସ ପାଉଛି । ମାଛ ମଡ଼କ ଆଡ଼କୁ ଆଗଉଛି ସ୍ଥିତି । ଏହାବ୍ୟତୀତ ପଶୁପକ୍ଷୀ ବି ପ୍ରଭାବିତ ହେଲେଣି । ପାଣିପାଗର ବିଚିତ୍ରତା ପୂରା ରାଜ୍ୟକୁ ଥରାଇ ଦେଇଛି । ଦେଖାଯାଉ ପାଣିପାଗ ପରିବର୍ତ୍ତନ ଆଗକୁ କି ପ୍ରକାର ସ୍ଥିତି ସୃଷ୍ଟି କରୁଛି ।


State

କିଛି ସମୟ ପରେ ଧରାପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆଉ କିଛି ମୁହୂର୍ତର ଅପେକ୍ଷା ପରେ ଧରାପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁ l ଏଥି ପାଇଁ ଖ୍ରୀଷ୍ଟିଆନ ଧର୍ମ ଅଵଲମ୍ବି ମଧ୍ୟ୍ୟରେ ବେଶ ଉତତ୍ସାହ ପରିଲକ୍ଷିତ ହେଲାଣି। ଏଥି ପାଇଁ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଚର୍ଚ୍ଚରେ ସାଜସଜା ହେଲାଣି। ମଧ୍ୟ ରାତ୍ରିରେ ଯେତେ ବେଳେ ଧରା ଅବତରଣ କରିବେ ସେହି ସମୟରେ ବାଇବେଲ ପାଠ ସାଙ୍ଗ କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଚର୍ଚ୍ଚ ଫାଦର ସୂଚନା ଦେଇଛନ୍ତି l

National

ଆଉ ନାହାନ୍ତି ମନମୋହନ

Blog Thumbnail

ଦ କୁଇଭର ବ୍ୟୁରୋ :- କଂଗ୍ରେସର ବରିଷ୍ଠ ନେତା, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କର ଦେହାନ୍ତ ହୋଇଛି । ୯୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିବା କଥା ଶୁଣିବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି ।

Politics

ବିଜେଡିକୁ ଭାଙ୍ଗିବେ ସୁଶାନ୍ତ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ବିଜେଡିରେ ବଡ଼ କଣା କରୁଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ତାଙ୍କର ଆକ୍ସନ ରାଜଧାନୀ ବିଜେଡିକୁ ଖଣ୍ଡଖଣ୍ଡ କରିବାକୁ ବସିଲାଣି । ରାଜଧାନୀର ଗୋଟେ ବଡ଼ ଗୋଷ୍ଠୀ ବିଜେପି ଦୁଆର ମୁହଁରେ ପହଞ୍ଚିଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁରକ୍ଷା ପାଇଁ ରାଜଧାନୀ ବିଜେଡିକୁ ଭାଙ୍ଗି ଦେବାକୁ ଯୋଜନା କରାଯାଇଛି । ବୁନୁ ଓ ଅଶୋକଙ୍କ ସପକ୍ଷରେ ଯାଇ ଦଳର ଏକ ପ୍ରମୁଖ ଗୋଷ୍ଠୀଙ୍କୁ କୈଫିୟତ ମାଗି ସେମାନଙ୍କୁ ଦଳ ଠାରୁ ଦୂରେଇଥିବା କୁହାଯାଉଛି । ଏହା ପଛରେ ବିଜେଡିକୁ ଦୁର୍ବଳ କରି ବିଜେପିକୁ ବଳ ଯୋଗାଇବା ଚାଲ ଓ ତାହା ବଦଳରେ ବେଆଇନ ରିୟଲ ଇଷ୍ଟେଟ ବେପାରର ସୁରକ୍ଷା ଯୋଜନା ଥିବା ଚର୍ଚ୍ଚା ହେଉଛି ।

ବିଜେଡିରେ ବାଦ ବିବାଦ ପ୍ରାୟ ସବୁଠି ରହିଛି । ଅନେକ ସ୍ଥାନରେ ଗଡ଼ାତଡ଼ା ତ ଲାଗିଲେଣି । କିଛି ଦଳ ଛାଡ଼ି ବିଜେପିକୁ ଡେଇଁ ପଡ଼ିଲେଣି । ସେହିଭଳି ବିବାଦ ରାଜଧାନୀ ବିଜେଡିରେ ରହିଛି । ରାଜଧାନୀ ବିଜେଡିରେ ବୁନୁ ଓ ଅଶୋକ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ଅପର ଗୋଷ୍ଠୀରେ ରହିଛନ୍ତି ଅମରେଶ ଜେନା ଓରଫ ବାଇଁଆ ଓ ତାଙ୍କ ସହଯୋଗୀମାନେ । ସେମାନେ ଖୋଲାଖୋଲି ବୁନୁ ଓ ଅଶୋକଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ଅଶୋକ କାଳେ ଅଣ ବିଜେଡି ନେତାଙ୍କୁ ଧରି ଶଙ୍ଖ ଭବନ ପଶିଥିଲେ । ସେଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଏହାପରେ ଭୁବନେଶ୍ୱର ବିଜେଡି ସଭାପତି ବିଧାୟକ ସୁଶାନ୍ତ ରାଉତ କେବଳ ବାଇଁଆ ଗୋଷ୍ଠୀଙ୍କୁ ନୋଟିସ ଜାରି କରିଥିଲେ । କୈଫିୟତ ମାଗିଥିଲେ । ହେଲେ ବୁନୁ ଓ ଅଶୋକଙ୍କ ଗୋଷ୍ଠୀଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ପଛରେ ନିଶ୍ଚିତ ଦଳର ନିଦେ୍ର୍ଦଶ ଥାଇ ପାରେ । ମାତ୍ର ଦଳରୁ ବାଇଁଆ ଗୋଷ୍ଠୀ ଅଲଗା ହେଉଥିବା ସ୍ପଷ୍ଟ ଦିଶୁଥିଲା । ହେଲେ କୌଣସି ପ୍ରକାର ଏକଥାକୁ ପ୍ୟାଚ ପକାଇ ରଖାଯାଇଥିଲା । କୌଣସି ସ୍ଥିତିରେ ଏକଥା ପଦାକୁ ନଆସୁ ବୋଲି ଚହୁଁଥିଲେ ସମସ୍ତେ । ଦଳ ବାଇଁଆଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାରୁ ବାଇଁଆ ବି ବିଜେପି ମୁହାଁ ହୋଇଛନ୍ତି ।

ଇତିମଧ୍ୟରେ ବାଇଁଆ ଏକ ସଭାରେ ବିଜେପି ବିଧାୟକ ବାବୁ ସିଂଙ୍କ ସହ ଏକ ହୋଇଛନ୍ତି । ତାଙ୍କ ସମର୍ଥକ ଗୋଷ୍ଠୀ ବି ସାମିଲ ହୋଇଛନ୍ତି । ଏହିଠାରୁ ବାଇଁଆଙ୍କର ବିଜେପି ପ୍ରବେଶ ରାସ୍ତା ଖୋଲିଯାଇଛି । ବାଇଁଆ ଆଗକୁ ତାଙ୍କ ଗୋଷ୍ଠୀ ସହ ବିଜେପି ମୁହାଁ ହେବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ବାଇଁଆ ତାଙ୍କ ସମର୍ଥକଙ୍କ ସହ ବିଜେପିକୁ ଗଲେ ରାଜଧାନୀରେ ବିଜେଡିର ସ୍ଥିତି ପୁଣି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଗଲେ ରାଜଧାନୀ ବିଜେଡି ଧୂଳିସାତ ହୋଇଯିବ ବୋଲି ସୂଚନା ମିଳିଛି । ବାଇଁଆଙ୍କ ଦଳ ଛାଡ଼ିବା ପଛରେ ସୁଶାନ୍ତ ଦାୟୀ ବୋଲି କୁହାଯାଉଛି ।


State

ବଡ଼ଦିନକୁ ଧୋଇଦେଲା ବର୍ଷା, ଆହୁରି ୨୪ ଘଣ୍ଟା ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଆହୁରି ୨୪ ଘଣ୍ଟା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଲି ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ ।ସେପଟେ ଆସନ୍ତା ୩ ଘଣ୍ଟା ପାଇଁ ୧୫ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ରାୟଗଡାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।


ଅନ୍ୟପଟେ ବର୍ଷା ଯୋଗୁ ବଡ଼ ଦିନ ମାହୋଲ କିଛିଟା ଫିକା ପଡ଼ିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଆସିପାରିନଥିଲେ । ଛତା ଧରି ଓ ରେନକୋଟ ପିନ୍ଧି ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଆସିଛନ୍ତି । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ରଙ୍ଗୀନ ଆଲୋକମାଳାରେ ଝଲସୁଛି । ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

National

୭୫୦ ଫୁଟ ଗଭୀର ଗାତ ତଳେ ଜୀବନ-ମରଣ ସଂଘର୍ଷ କରୁଛି ୩ବର୍ଷର ଚେତନା

Blog Thumbnail

ରାଜସ୍ଥାନ ( ଦ କୁଇଭର ):- ଘର ବାହାରେ ହସଖୁସିରେ ଖେଳୁଥିଲା ୩ ବର୍ଷର ଶିଶୁ କନ୍ୟା। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ। ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା । ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି। ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା। ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ସେମାନେ ପୁଲିସ୍‌ ଓ ପ୍ରଶାସନକୁ ଖବର ଦେଇଥିଲେ, ଅନେକ ସମୟ ବିତିଗଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ ।

Politics,National,State

ମିଶନ ଶେଷ, ବିଦାୟ ନେଲେ ରଘୁବର

Blog Thumbnail



ଭୁବନେଶ୍ୱର(ଦ କୁଇଭର): ସରିଲା ମିଶନ, ତେଣୁ ବିଦାୟ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ତାଙ୍କ ଭଳି ଜଣେ ଅନୁଭବି ବିଜେପି ନେତାଙ୍କୁ ଓଡ଼ିଶାର ରାଜ୍ୟପାଳ କରାଯିବା, ତାହା ପୁଣି ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ତାଙ୍କୁ ଅପସାରଣ କରିନିଆଯିବା ପ୍ରସଙ୍ଗକୁ ନେଇ ଏପରି ଚର୍ଚ୍ଚା ଜୋର ଧରିଛି । ରଘୁବର ରାଜ୍ୟପାଳ କମ ଥିଲେ, ପୂର୍ବତନ ବିଜେଡି ବା ନବୀନ ସରକାରଙ୍କ ପତ୍ତନର ସୂତ୍ରଧର ଥିଲେ । ତାଙ୍କ ମାଧ୍ୟମରେ ବିଜେପିର ସୂତ୍ର କାମ କରିଗଲା । ଆଉ ଦୀର୍ଘବର୍ଷର ବିଜେଡି ଦୁର୍ଗ ଛାରଖାର ହୋଇଗଲା । ଏବେ ବିଜେଡି ନିଜ ସୁରକ୍ଷାରେ ଲାଗିଛି । ବିଜେପି ସରକାର ଗଢ଼ି ଶାସନ ଆରମ୍ଭ କରିଦେଲା । କଂଗ୍ରେସ ପରେ ବିଜେପି ଏକାକୀ ଓଡ଼ିଶାରେ ଶାସନ କରିବା କଷ୍ଟକର ଥିଲା । ହେଲେ ୨୦୨୪ ବିଜେପିର ସମନ୍ୱିତ ରଣନୀତି ହିଁ ସେଥିରେ ଆଣି ଦେଇଛି ସଫଳତା ।

ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜେପିର ଜଣେ ଦକ୍ଷ ନେତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଅକ୍ଟୋବର ୨୦୨୩ରେ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ତାଙ୍କ କାର୍ଯ୍ୟ । ହଠାତ ରାଜ୍ୟପାଳଙ୍କ ମଧ୍ୟରେ ଏତେ ସକ୍ରିୟତା କେହି ଦେଖି ନଥିଲେ । ରାଜ୍ୟପାଳ ଭାବେ ରାଜଭବନରେ ପହଞ୍ଚିବା ପରେ ପ୍ରଥମେ ରାଜ୍ୟ ବିଷୟରେ ଜାଣିଲେ । ମାତ୍ର ଦିନ କେତେଟାରେ ରଘୁବର ବାହାରିଲେ ରାଜ୍ୟ ଭ୍ରମଣ ।

ଦେଖାଇ ଦେଲେ ସେ ଓଡ଼ିଶାର ରାଜା । ଦୀର୍ଘ ୨୪ବର୍ଷ ଧରି ନିରଙ୍କୁଶ ଶାସନ କରୁଥିବା ଓ ବିକାଶ ପୁରୁଷ ଭାବେ ଗଣା ଯାଉଥିବା ନବୀନଙ୍କ ଦୋଷ ଦୁର୍ବଳତା ଗାଁ ଗଣ୍ଡାରୁ ବାହାର କରି ହାଟ ବଜାରରେ ଥୋଇ ଦେଲେ । ନବୀନ ସରକାର ଆକଟ କରିବାକୁ ବହୁତ ଚାହିଁଲେ, ମାତ୍ର ଏତେ ଦୁର୍ନୀତି ଓ ବିଫଳତା ରହିଛି ଯେ, ରଘୁବର ଜୁଆଡ଼େ ଗଲେ ସେଠୁ ଅନେକ କଥା ଧରି ଆଣିଲେ । ଗାଁ ଗଣ୍ଡାରେ ସରକାରୀ ଯୋଜନା କିପରି ବାଟବଣା ହୋଇଛି, କେନ୍ଦ୍ରର ବିକାଶ ଯୋଜନା କିପରି ହରିଲୁଟ ହୋଇଛି ତାହା ଦେଖାଇ ଦେଲେ ରଘୁବର । ଲୋକଙ୍କ ମଧ୍ୟରେ ଏକ ବାର୍ତ୍ତା ଦେଲେ । ଗଣମାଧ୍ୟମ ବି ରାଜ୍ୟପାଳଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଚାର କଲା । ଯୋଜନାବଦ୍ଧ ଭାବେ ଲାଗି ଗଲେ ।

ରଘୁବର ସମସ୍ୟା ଦେଖୁଥିଲେ, ନା ନବୀନ ସରକାରଙ୍କ ବିରୋଧରେ ଥିବା ପ୍ରତିକ୍ରିୟା ପରଖୁଥିଲେ ତାହା ତ ବଡ଼ ପ୍ରଶ୍ନ । କିନ୍ତୁ ଏହି ସମୟରେ ହିଁ ବିଜେପି ଖେଳିଲା ବଡ଼ ଚାଲ । ବିଜେପି ବିଜେଡିକୁ ମେଣ୍ଟ ମେଣ୍ଟ କହି ଝୁଲାଇ ଦେଲା । ଲୋକେ ବିଜେଡିର ଅସହାୟତା ଓ ବିଜେପି ସହ ମେଣ୍ଟ କରି କ୍ଷମତାରେ ରହିବାକୁ ଚାହୁଁଥିବା କଥାକୁ ନେଇ ଚର୍ଚ୍ଚା କଲେ । ଯାହା ବିଜେପିକୁ ସୁହାଇଲା । ସାରା ରାଜ୍ୟ ବିଜେଡିର ମେଣ୍ଟ ଆଗ୍ରହକୁ ନେଇ ଚର୍ଚ୍ଚା କରୁଥିବା ବେଳେ ରାଜ୍ୟ ବିଜେପି ନେତାଏ ମେଣ୍ଟ ନକରିବାକୁ ଅଡ଼ି ବସିଲେ । କେନ୍ଦ୍ର ନେତୃତ୍ୱ ବି ବୁଝିଗଲେ । ମେଣ୍ଟ ଭାଙ୍ଗିଗଲା । ଏମିତି ସମୟରେ ଭାଙ୍ଗିଲା ଯେ, ବିଜେଡି ନା ଘରକା ନା ଘାଟକା । ଏଥିରେ କାଳେ ଅନ୍ୟତମ ସୂତ୍ରଧର ଥିଲେ ରଘୁବର ।

ପୂରା ସ୍ଥିତି ପରଖି ବିଜେପି ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଣକ୍ୟ ଅମିତ ଶାହଙ୍କୁ ରିପୋର୍ଟ ଦେଲେ । ସେହି ରିପୋର୍ଟ ଓ ରାଜ୍ୟ ନେତାଙ୍କ ଦାବିକୁ ନେଇ ନିର୍ବାଚନ ଲଢ଼ିଲା ବିଜେପି । ଆଉ ଶେଷରେ ବାଜି ମାରିନେଲା । ବହୁ ବର୍ଷର ଅପେକ୍ଷାର ଅନ୍ତ ହେଲା । ମିଶନ ୨୦୨୪ ସଫଳ ହେବା ପରେ ରଘୁବର ଏବେ ଫେରିଲେ ତାଙ୍କ ନିଜ ସ୍ଥାନକୁ । ଏଥର ରଘୁବରଙ୍କ ମିଶନ ଝାଡ଼ଖଣ୍ଡ । ୨୦୨୯ରେ ଝାଡ଼ଖଣ୍ଡ ହାତେଇବାକୁ ବିଜେପି କରିଛି ପ୍ଲାନ । ଦେଖାଯାଉ ମିଶନ ଓଡ଼ିଶା ପରେ ମିଶନ ଝାଡ଼ଖଣ୍ଡରେ ରଘୁବର ସଫଳ ହେଉଛନ୍ତି ନା ସୋରେନଙ୍କ ଠୁ ମାଡ଼ ଖାଉଛନ୍ତି?


Farming

ହକ ପାଇଁ ରାଜରାସ୍ତାରେ ଆଦିବାସୀ

Blog Thumbnail

ନୂଆପଡା( ଦ କୁଇଭର ):- ନୂଆପଡା ଜିଲ୍ଲା ଦୁର୍ନୀତି ର ଗନ୍ତା ଘର ସାଜି ସାଜିଥିବାବେଳେ ସାଧାରଣ ଅଭିଯୋଗ କାରୀ କେବଳ ବିକ୍ଷୋଭ ଓ ଆନ୍ଦୋଳନ କୁ ଏକ ମାଧ୍ୟମ ଭାବି ନେଇଛନ୍ତି । ହେଲେ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଜିଲ୍ଲା ରେ ଅଶାନ୍ତ ଦେଖା ଦେଉଥିବା ବେଳେ ବିଶେଷ କରି ଶିକ୍ଷା ବିଭାଗର ଏଫ୍.ଏଲ୍. ଏନ ପାଣ୍ଠି ରୁ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ପ୍ରଶାସନ ର ନିରବତା ବିଶେଷକରି ଆଦିବାସୀ ମାନଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ବାରମ୍ୱାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ଆଦିବାସୀ ସଂଘ । ଏଫ୍.ଏଲ.ଏନ ଦୁର୍ନୀତି ସହ ଆହୁରି ଏକୋଇଶି ଦଫା ଦାବି ନେଇ ମଙ୍ଗଳବାର ଜିଲ୍ଲା ଆଦିବାସୀ ସଂଘ୍ ରାଜ ରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି ।


ନୂଆପଡ଼ା ଜିଲ୍ଲା ରେ ଶିକ୍ଷା ବିଭାଗ ର ଏଫ୍.ଏଲ. ଏନ. ଦୁର୍ନୀତି ହାଟରେ ପଡି ଦାଣ୍ଡ ରେ ଗଡୁଛି। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଘଣ୍ଟ ଗୋଡ଼ାଇ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହା ସହ ବିଶେଷ କରି ଆଦିବାସୀ ଙ୍କ ବିଭିନ୍ନ ହକ ଓ ଅଧିକାର ପାଇଁ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ନୂଆପଡ଼ା ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଓ ଜିଲ୍ଲା ସଭାପତି ଭାନୁପ୍ରତାପ ମାଝୀ ଙ୍କ ନେତୃତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ହଜାର ଆଦିବାସୀ ଯୋଗ ଦେଇଥିଲେ । ଏଫ୍.ଏଲ.ଏନ ରେ ଚାରି କୋଟି ଟଙ୍କା ର ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ର ତିନି ମାସ ବିତି ଯାଇଥିଲେ ହେଁ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ । ଯଦି ଏହାର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନ କାରି ଆଦିବାସୀ ମାନେ ଚେତବନୀ ଦେଇଛନ୍ତି ।


ହକ ଓ ଅଧିକାର ପାଇଁ ମାନେ ଆଦିବାସୀ ବାରମ୍ୱାର ରାଜରାସ୍ତାରେ, ହେଲେ ପ୍ରଶାସନ ନୀରବଦ୍ରଷ୍ଟା । ମଙ୍ଗଳବାର ଆୟୋଜିତ ଆନ୍ଦୋଳନ ରେ ବାଇଶି ହଜାର ଆଦିବାସୀ ଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ରାଜସ୍ବ ମାଓ ପ୍ରବଣ ଗାଁ ମାନଙ୍କ ର ବନ୍ଦ ଥିବା ସ୍କୁଲ ଗୁଡ଼ିକ ପୁନଃ ଖୋଲା ଯାଉ, ଆଦିବାସୀ ବହୁଳ ନୂଆପଡ଼ା ବିଧାନସଭା ମଣ୍ଡଳୀ ରେ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି ତେଣୁ ନୂଆପଡ଼ା ବିଧାନସଭା କୁ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ କରାଯାଉ, ନୂଆପଡ଼ା ଆଦିବାସୀ ବହୁଳ ଗାଁ ମାନଙ୍କୁ ପେଶା ଆଇନ ଲାଗୁ କରାଯାଉ ବୋଲି ଦୀର୍ଘ ସମୟ ଧରି ଅଡି ବସିଥିଲେ । ଏମିତି କି ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଏମିତି କି ନୂଆପଡ଼ା ଏସପି ନିଜ କାର୍ଯ୍ୟାଳୟ ରୁ ବାସଭବନ ଯାଉଥିବା ସମୟ ରେ ଆଦିବାସୀ ଏସପିଙ୍କ ଗାଡ଼ି ତଳେ ଶୋଇ ପଡି ବିକ୍ଷୋଭ ପ୍ରଦର୍ଶନ କରି ଏସପି ଙ୍କୁ ଫେରିବା ପାଇଁ ବାଧ୍ୟ କରିଦେଇଥିଲେ । ଶେଷ ରେ ନୂଆପଡ଼ା ଏସପି ମଧ୍ୟ ବାଧ୍ୟ ହୋଇ ଫେରିବା ପାଇଁ ବାଧ୍ୟ ହୋଇଥିଲେ । ଦୀର୍ଘ ପାଞ୍ଚ ଘଣ୍ଟା ପରେ ଆନ୍ଦୋଳନ ସ୍ଥଳ କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଆଦିବାସୀ ମାନଙ୍କ ସହ ଆଲୋଚନା କରି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ଏଫ୍.ଏଲ. ଏନ. ଦୁର୍ନୀତି ଅଭିଯୋଗ ର ତଦନ୍ତ ଚାଲିଛି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଅନ୍ୟ ଦାବି ସମୂହ କୁ ରାଜ୍ୟ ସରକାର ଙ୍କୁ ଜଣାଇ ଦିଆଯିବ ବୋଲି ଉଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।


ଜିଲ୍ଲା ଆଦିବାସୀ ମହାସଂଘ ର ବାରମ୍ଵାର ଆନ୍ଦୋଳନ ହେଉଥିଲେ ହେଁ ପ୍ରଶାସନ କେବଳ ପ୍ରତିଶ୍ରୁତି ହିଁ ଏକ ମାଧ୍ୟମ ପାଲଟିଛି । ବର୍ତ୍ତମାନ ର ଆନ୍ଦୋଳନ ରେ ମଧ୍ୟ ଦୀର୍ଘ ପାଞ୍ଚ ଘଣ୍ଟା ର ଆନ୍ଦୋଳନ ସାଙ୍ଗ କୁ ନୂଆପଡ଼ା ଏସପି ହଟହଟା ହେବା ଘଟଣା ପରେ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି ସତ ହେଲେ ପ୍ରତିଶ୍ରୁତି କେବେ ପୂରଣ ହୋଇ ଆଦିବାସୀ ଙ୍କୁ ନିଜ ଅଧିକାର ମିଳୁଛି ସେ ଉପରେ ରହିଛି ସମସ୍ତଙ୍କ ନଜର।

National

କେନ୍ଦ୍ରରୁ ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ

Blog Thumbnail

ଦକୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ଅଣତିରିଶ (୨୯) ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ଦ୍ୱାରା ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ। (କ) ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ, ଏବଂ ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ। ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।

National,State

ବଦଳିଲେ ୫ରାଜ୍ୟର ରାଜ୍ୟପାଳ

Blog Thumbnail

ଦ କୁଇଭର ବ୍ୟୁରୋ :- ବଦଳିଲେ ୫ ରାଜ୍ୟର ରାଜ୍ୟପାଳ । ଓଡ଼ିଶା ସମେତ ୪ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି । ମିଜୋରାମ, କେରଳ, ବିହାର, ଓଡ଼ିଶା ଓ ମଣିପୁରର ରାଜ୍ୟପାଳଙ୍କ ବଦଳି ହୋଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଡକ୍ଟର ହରିବାବୁ କାମ୍ଭମପତିଙ୍କୁ ନିଯୁକ୍ତି ଦିଆଯାଇଛି । ମିଜୋରାମର ରାଜ୍ୟପାଳ ଭାବେ ଡକ୍ଟର ବିଜୟ କୁମାର ସିଂଙ୍କୁ ନିଯୁକ୍ତ କରାଯାଇଛି । ସେହିପରି କେରଳ ପାଇଁ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର, ବିହାର ପାଇଁ ଶ୍ରୀ ଆରିଫ୍‌ ମହମ୍ମଦ ଖାନ ଓ ମଣିପୁର ପାଇଁ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତ କରାଯାଇଛି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ହରିବାବୁ କାମ୍ଭମପତି । ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କାମ୍ଭମପତି ।

State

ମଧୁରାଆମ୍ବ ନିକଟରେ ବାରିଆ ପୋଲ ଧକା ରେ କାର ଦୁର୍ଘଟଣା,ଜଣେ ଗୁରୁତର

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ନିକଟ ମଧୁରାଆମ୍ବ ନିକଟ ରେ ବାରିଆ ପୋଲ ଧକା ରେ କାର ଦୁର୍ଘଟଣା ଗସ୍ତ ହୋଇଛି l ଏଥିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି l କାର ରେ ପାଞ୍ଚ ଜଣ ରାୟଗଡା ଜିଲ୍ଲା ପଟୁ ନିଜ ଘର ବ୍ରହ୍ମପୁର ଫେରିବା ବେଳେ ଝିପି ଝିପି ବର୍ଷା ରେ ବାରିଆ ପୋଲ ରାସ୍ତା ପାର କରୁଥିବା ବେଳେ ଦୁର୍ଘଟଣା ଟି ଘଟିଛି, ଜଣେ ଗୁରୁତର ଙ୍କୁ ମୋହନା ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ କୁ ଡାକ୍ତର ପଠାଇଥିବା ସୂଚନା ମିଳିଛି l

National

ଆଜି ବଡ଼ଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲା ବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ଏହି ଉତ୍ସବ ୧୨ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ।ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।

State

ଓଡ଼ିଶାର ନୂଆ ରାଜ୍ୟପାଳ କେ ହରିବାବୁ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମା ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ |ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି | ସେହିପରି ଜେନେରାଲ ଭିକେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ସେହିପରି ଅଜୟ କୁମାର ଭଲଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |

Politics

କରଞ୍ଜିଆ ଠାରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

Blog Thumbnail

କରଞ୍ଜିଆ ( ଦ କୁଇଭର ):- ୧୯୯୭ ମସିହାରେ ଗଠନ ହୋଇଥିଲା ପାର୍ଟି । ୨୦୦୦ ମସିହାରୁ ଦଳ ସରକାରରେ ରହି ଆସିଥିଲା । ଆଜି ଡିସେମ୍ବର ୨୬ ଦଳକୁ ୨୭ ପୂରି ୨୮ ଚାଲିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ନବୀନଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ।ପ୍ରଥମ ଥର ପାଇଁ ସରକାରରୁ ହଟିିବା ପରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ୨୭ ବର୍ଷର ସେବା ଦେଇଥିବା ବିଜେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପାରିପେଖିରେ କରଞ୍ଜିଆ ନିର୍ବାଚନ ମଣ୍ଡଳ ସ୍ତରୀୟ ୨୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଦିବା ୧୧ଘଟିକା ୩୦ମିନିଟ୍ ସମୟରେ କରଞ୍ଜିଆ ଏନ୍ଏସି କଲ୍ୟାଣୀ ମଣ୍ଡପ ଠାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ପ୍ରଥମେ ଅତିଥି ଗଣ ପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ର ଏବଂ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପୋ ଦିପୋ ଦେଇ ସଭା ଆରମ୍ଭ କରିଥିଲେ। ଆଜି କରଞ୍ଜିଆ NAC କଲ୍ୟାଣୀ ମଣ୍ଡପ ଠାରେ ଯେଉଁ ସମାବେଶ ଅନୁଷ୍ଠିତ ହୋଇଥିଲା ଏହି ସମାବେଶରେ ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା । ତେବେ ସମାବେଶର ଆୟୋଜନ ସହିତ ସଭାମଞ୍ଚରେ ଉପସ୍ଥିତ ନେତାମାନଙ୍କ ଭାଷଣ ବିଜେଡି କର୍ମୀମାନଙ୍କୁ ବେଶ ଉତ୍ସାହିତ କରିଥିଲା ।



State

ବଜ୍ରକାପ୍ତା କାତି ଜବତ, ତିନି ଶିକାରୀ ଗିରଫ

Blog Thumbnail

ଖଡ଼ିଆଳ( ଦ କୁଇଭର ):- ପୁଣି ଖଡ଼ିଆଳ ବନ ବିଭାଗକୁ ସଫଳତା । ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ଖଡ଼ିଆଳ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ ଗଠନ କରି ସୋମବାର ସନ୍ଧ୍ୟା ସମୟ ରେ କିରକିଟା ପଞ୍ଚାୟତ ର ଜୁନାପାନି ଛକ ଠାରେ ବଜ୍ରକାପ୍ତା କୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ତିନିଜଣ ଙ୍କୁ ଗିରଫ କରିଥିଲା ବନ ବିଭାଗ । ସେମାନଙ୍କ ଠାରୁ ୧କେ. ଜି ୮୦୦ଗ୍ରାମ ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପଚରା ଉଚରା ସହ ଆଜି ସିନ ର କ୍ରିଏସନ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଲନି ଜରିଆରେ ଖଡ଼ିଆଳ DFO ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଛି ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମ ର ଜଣେ ବ୍ୟକ୍ତି ବୋଲି ଜଣାପଡଛି l ତଦନ୍ତ ଚାଲିଥିବା ରୁ ଅଭିଯୁକ୍ତ ଙ୍କ ନାମ ଗୋପନ ରଖା ଯାଇଥିବା ଖଡ଼ିଆଲ DFO ଅଜିଜ ଖାନ କହିଛନ୍ତି ।


State

ଆଜି ପୁଣି ରାଜ୍ୟରେ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା, ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର। ଆହୁରି ଚିନ୍ତାଜନକ ବିଷୟ ହେଉଛି ପୁଣି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବ ସରିବା ପରେ ପୁଣି ବଢିବ ଶୀତ ।

State

ଡବଲ ଇଞ୍ଜିନରେ କଳାବଜାରୀ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଡବଲ ଇଞ୍ଜିନ ସରକାରରେ ଜୋରସୋର ହେଲାଣି ଖାଉଟୀ ଶୋଷଣ । ଖୋଲାଖୋଲି ଲୁଟ କରୁଛନ୍ତି ଗ୍ୟାସ ବିତରକମାନେ । ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଗ୍ୟାସ ସଟେଜ ନାମରେ ଗ୍ରାହକଙ୍କୁ ଭୂଆଁ ବୁଲାଉଛନ୍ତି । ଅଧିକ ମୂଲ୍ୟ ନେଇ ଗ୍ୟାସ ବିକୁଛନ୍ତି । ଅନ୍ୟଥା ଘର ଦୂଆରେ ଗ୍ୟାସ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଖାଉଟୀଙ୍କୁ ଗୋଦାମରୁ ଯାଇ ଆଣିବାକୁ ବାଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଗ୍ୟାସ ବୁକିଂର ୪/୫ଦିନ ଯାଏ ଗ୍ୟାସ ନଦେଇ ଖାଉଟୀଙ୍କୁ ହନ୍ତସନ୍ତ କରୁଛନ୍ତି । ପ୍ରଶ୍ନ କଲେ ଲୋଡ଼ ଆସିନାହିଁ, ଗ୍ୟାସ ସଟେଜ ଏମିତି ନାନା ବାହାନା ଦେଖାଉଛନ୍ତି । ଭୁବନେଶ୍ୱର ଯୋଗାଣ ବିଭାଗର ବାବୁମାନେ ଗ୍ୟାସ ବିତରକମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଗ୍ରାହକ ଶୋଷଣ ପାଇଁ ବାଟ ଖୋଲିଥିବା ଅଭିଯୋଗ ହେଉଛି । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗ ବୋଲା ଯୋଗାଣ ମନ୍ତ୍ରୀଙ୍କ ନୀରବତା ତାଙ୍କ ସାଧୁତା ନେଇ ପ୍ରଶ୍ନ ଉଠାଇଲାଣି ।

ନିଳାଦ୍ରୀ ବିହାର ସ୍ଥିତ ବୀରସଚି ଗ୍ୟାସ ବିତରକଙ୍କ ନିକଟରେ ଗତ ଶୁକ୍ରବାରରୁ ଗ୍ୟାସ ବୁକିଂ ହୋଇଥିଲା । ନିୟମ ଅନୁଯାୟୀ ରବିବାର ମଧ୍ୟରେ ଏହି ଗ୍ୟାସ ସିଲିଣ୍ଡର ଦିଆଯିବା କଥା । ମାତ୍ର ମଙ୍ଗଳବାର ଯାଏ ଗ୍ୟାସ ମିଳିଲା ନାହିଁ । ଏନେଇ ବିତରକ ନିବେଦିତା ମଲ୍ଲିକଙ୍କୁ ଯୋଗାଯୋଗ କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବିତରକଙ୍କର ଅଭିଯୋଗ ତାଙ୍କ ପାଖକୁ ଲୋଡ଼ ଆସୁନାହିଁ । ହେଲେ ଯେଉଁ ଗ୍ରାହକ ଅଧିକ କିଛି ପଇସା ଦେଉଛନ୍ତି, ତାଙ୍କୁ ଗ୍ୟାସ ମିଳୁଛି କେମିତି? ଗୋଦାମରୁ ଯାଇ ଆଣିବାକୁ କୁହାଯାଉଛି କେମିତି?

ଇଏ ତ ଗଲା ଇଣ୍ଡେନ ଗ୍ୟାସ କଥା । ସେହିପରି ଏଚପି ଗ୍ୟାସରେ ମଧ୍ୟ ସମାନ ଶୋଷଣ । ଖଣ୍ଡଗିରିରେ ଥିବା ଲିଙ୍ଗରାଜ ଗ୍ୟାସ ଏଜେନ୍ସିରେ ଗ୍ୟାସ ବୁକ କରିବାର ୭ ଦିନ ପର୍ଯ୍ୟନ୍ତ ଗ୍ୟାସ ମିଳୁନାହିଁ । ପ୍ରଶ୍ନ କଲେ ଉତ୍ତର ମିଳୁଛି, ଗ୍ୟାସ ଲୋଡ଼ ଆସୁନାହିଁ । ଏଥିରୁ ସ୍ପଷ୍ଟ ଯେ, ବାସ୍ତବରେ ଗ୍ୟାସ ଲୋଡ଼ ବିତରକଙ୍କୁ ଦିଆଯାଉ ନାହିଁ । ଯାହାଦ୍ୱାରା ଶୋଷଣ ବଢ଼ୁଛି । କେନ୍ଦ୍ରୀୟ କମ୍ପାନୀ ଗୁଡ଼ିକ ଗ୍ୟାସ ଯୋଗାଣରେ ମନମାନୀ କରୁଥିବାରୁ ଶୋଷଣ ବଢ଼ିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରୁନାହିଁ ।

ଗ୍ୟାସ କମ୍ପାନୀର ଏହି କଳାବଜାରୀକୁ ଦେଖିବା ଦାୟିତ୍ୱ ଯୋଗାଣ ବିଭାଗର । ମାତ୍ର ଏହି ବିଭାଗ ଆଳୁ ଓ ଚାଉଳ ଭିତରେ ରହିଛି । ତେଣେ ହଜାର ହଜାର ଗ୍ରାହକ ହନ୍ତସନ୍ତ ହୁଅନ୍ତୁ ସେଥିରୁ ଯାଏ କେତେ ନା ଆସେ କେତେ? ବିଭାଗୀୟ ମନ୍ତ୍ରୀ ପ୍ରତି ଦିନ ଆଳୁ ନହେଲେ ଚାଉଳ କଥା କହୁଛନ୍ତି, ସରକାରୀ ବାବୁମାନେ ବି ସେଥିରେ ବୁଲୁଛନ୍ତି । ଏପଟେ ଗ୍ୟାସ ବିତରକଙ୍କ ଠାରୁ ଚାନ୍ଦା ନେଇ ସରକାରୀ ବାବୁମାନେ ବସିଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରୁନଥିବାରୁ ସମସ୍ୟା ସାଧାରଣ ଖାଉଟୀର ହେଉଛି । ଦେଖାଯାଉ ଯୋଗାଣ ବିଭାଗ ଗ୍ୟାସ ବିତରକ ମାନଙ୍କ ମନମାନୀକୁ ରୋକି ପାରୁଛି ନା ଶୋଷଣକୁ ପ୍ରୋତ୍ସାହିତ କରୁଛି ।


Politics

ବିଜେଡିକୁ ଭାଙ୍ଗିବେ ସୁଶାନ୍ତ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ବିଜେଡିରେ ବଡ଼ କଣା କରୁଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ତାଙ୍କର ଆକ୍ସନ ରାଜଧାନୀ ବିଜେଡିକୁ ଖଣ୍ଡଖଣ୍ଡ କରିବାକୁ ବସିଲାଣି । ରାଜଧାନୀର ଗୋଟେ ବଡ଼ ଗୋଷ୍ଠୀ ବିଜେପି ଦୁଆର ମୁହଁରେ ପହଞ୍ଚିଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁରକ୍ଷା ପାଇଁ ରାଜଧାନୀ ବିଜେଡିକୁ ଭାଙ୍ଗି ଦେବାକୁ ଯୋଜନା କରାଯାଇଛି । ବୁନୁ ଓ ଅଶୋକଙ୍କ ସପକ୍ଷରେ ଯାଇ ଦଳର ଏକ ପ୍ରମୁଖ ଗୋଷ୍ଠୀଙ୍କୁ କୈଫିୟତ ମାଗି ସେମାନଙ୍କୁ ଦଳ ଠାରୁ ଦୂରେଇଥିବା କୁହାଯାଉଛି । ଏହା ପଛରେ ବିଜେଡିକୁ ଦୁର୍ବଳ କରି ବିଜେପିକୁ ବଳ ଯୋଗାଇବା ଚାଲ ଓ ତାହା ବଦଳରେ ବେଆଇନ ରିୟଲ ଇଷ୍ଟେଟ ବେପାରର ସୁରକ୍ଷା ଯୋଜନା ଥିବା ଚର୍ଚ୍ଚା ହେଉଛି ।

ବିଜେଡିରେ ବାଦ ବିବାଦ ପ୍ରାୟ ସବୁଠି ରହିଛି । ଅନେକ ସ୍ଥାନରେ ଗଡ଼ାତଡ଼ା ତ ଲାଗିଲେଣି । କିଛି ଦଳ ଛାଡ଼ି ବିଜେପିକୁ ଡେଇଁ ପଡ଼ିଲେଣି । ସେହିଭଳି ବିବାଦ ରାଜଧାନୀ ବିଜେଡିରେ ରହିଛି । ରାଜଧାନୀ ବିଜେଡିରେ ବୁନୁ ଓ ଅଶୋକ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ଅପର ଗୋଷ୍ଠୀରେ ରହିଛନ୍ତି ଅମରେଶ ଜେନା ଓରଫ ବାଇଁଆ ଓ ତାଙ୍କ ସହଯୋଗୀମାନେ । ସେମାନେ ଖୋଲାଖୋଲି ବୁନୁ ଓ ଅଶୋକଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ଅଶୋକ କାଳେ ଅଣ ବିଜେଡି ନେତାଙ୍କୁ ଧରି ଶଙ୍ଖ ଭବନ ପଶିଥିଲେ । ସେଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଏହାପରେ ଭୁବନେଶ୍ୱର ବିଜେଡି ସଭାପତି ବିଧାୟକ ସୁଶାନ୍ତ ରାଉତ କେବଳ ବାଇଁଆ ଗୋଷ୍ଠୀଙ୍କୁ ନୋଟିସ ଜାରି କରିଥିଲେ । କୈଫିୟତ ମାଗିଥିଲେ । ହେଲେ ବୁନୁ ଓ ଅଶୋକଙ୍କ ଗୋଷ୍ଠୀଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ପଛରେ ନିଶ୍ଚିତ ଦଳର ନିଦେ୍ର୍ଦଶ ଥାଇ ପାରେ । ମାତ୍ର ଦଳରୁ ବାଇଁଆ ଗୋଷ୍ଠୀ ଅଲଗା ହେଉଥିବା ସ୍ପଷ୍ଟ ଦିଶୁଥିଲା । ହେଲେ କୌଣସି ପ୍ରକାର ଏକଥାକୁ ପ୍ୟାଚ ପକାଇ ରଖାଯାଇଥିଲା । କୌଣସି ସ୍ଥିତିରେ ଏକଥା ପଦାକୁ ନଆସୁ ବୋଲି ଚହୁଁଥିଲେ ସମସ୍ତେ । ଦଳ ବାଇଁଆଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାରୁ ବାଇଁଆ ବି ବିଜେପି ମୁହାଁ ହୋଇଛନ୍ତି ।

ଇତିମଧ୍ୟରେ ବାଇଁଆ ଏକ ସଭାରେ ବିଜେପି ବିଧାୟକ ବାବୁ ସିଂଙ୍କ ସହ ଏକ ହୋଇଛନ୍ତି । ତାଙ୍କ ସମର୍ଥକ ଗୋଷ୍ଠୀ ବି ସାମିଲ ହୋଇଛନ୍ତି । ଏହିଠାରୁ ବାଇଁଆଙ୍କର ବିଜେପି ପ୍ରବେଶ ରାସ୍ତା ଖୋଲିଯାଇଛି । ବାଇଁଆ ଆଗକୁ ତାଙ୍କ ଗୋଷ୍ଠୀ ସହ ବିଜେପି ମୁହାଁ ହେବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ବାଇଁଆ ତାଙ୍କ ସମର୍ଥକଙ୍କ ସହ ବିଜେପିକୁ ଗଲେ ରାଜଧାନୀରେ ବିଜେଡିର ସ୍ଥିତି ପୁଣି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଗଲେ ରାଜଧାନୀ ବିଜେଡି ଧୂଳିସାତ ହୋଇଯିବ ବୋଲି ସୂଚନା ମିଳିଛି । ବାଇଁଆଙ୍କ ଦଳ ଛାଡ଼ିବା ପଛରେ ସୁଶାନ୍ତ ଦାୟୀ ବୋଲି କୁହାଯାଉଛି ।

National

ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ

Blog Thumbnail

ଦକୁଇଭର ବ୍ୟୁରୋ :- ଆସନ୍ତା ୨୮ ତାରିଖରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପହଞ୍ଚିବା ପରେ ମା’ ସମଲେଇଙ୍କ ଦର୍ଶନ କରିବେ । ବିଏମ୍ କଲେଜ ଅଡିଟୋରିୟମ୍‌ରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ କରିବେ । କିଛି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି l