ଦ କୁଇଭର ବ୍ୟୁରୋ :- ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ଶ୍ରାବଣ ମାସକୁ ଅନ୍ୟତମ ପବିତ୍ର ମାସ ଭାବେ ଗଣନା କରାଯାଏ । ଏହି ମାସକୁ ଶିବଭକ୍ତମାନେ ଅନେଇ ବସିଥାନ୍ତି । କେହି କେହି ଶ୍ରାବଣ ମାସର ପ୍ରଥମ ସୋମବାର ମହାଦେବଙ୍କୁ ଜଳଲାଗି କରୁଥିବା ବେଳେ କେହି ପ୍ରତି ଶ୍ରାବଣ ସୋମବାରରେ ପାଣି ଢାଳିଥାନ୍ତି । ସେଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ, ଭାସ୍କରେଶ୍ୱର ମନ୍ଦିର, ବିଶ୍ୱେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଗଣ୍ଡମୁଣ୍ଡା ମହାକାଳେଶ୍ୱର ମନ୍ଦିର, ଧର୍ମବିହାରସ୍ଥିତ ଧର୍ମେଶ୍ୱର ମନ୍ଦିର, ସିର୍ଦ୍ଦେଶ୍ୱର ମହାଦେବ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ସମସ୍ତ ଶୈବପୀଠରେ ସୋମବାର ଭକ୍ତଙ୍କର ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶୈବପୀଠଗୁଡ଼ିକରେ ମଧ୍ୟ ଆରମ୍ଭ ହୋଇଗଲାଣି ସମସ୍ତ ପ୍ରସ୍ତୁତି । ସୋମବାର ସକାଳୁ ମହାଦେବଙ୍କର ଦୈନନ୍ଦିନ ନୀତିକାନ୍ତି ସରିଲା ପରେ ଭକ୍ତମାନେ ଦର୍ଶନ ଓ ପାଣି ଲାଗି କରିବେ ।
No comments yet.
State
ଗଞ୍ଜାମ( ଦ କୁଇଭର ):- ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ କଂଗ୍ରେସର ବନ୍ଦ ଡାକରା । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରହିଛି । FM ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ସବୁଠି ଅଖ-ଚକ ବନ୍ଦ । ଯାତ୍ରୀ ହନ୍ତସନ୍ତ ।
ସେହିପରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା । କଂଗ୍ରେସ କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ବାହାରିଥିବା ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରାଙ୍କ ସମେତ, ନଗର କଂଗ୍ରେସ୍ ସଭାପତି ପ୍ରମୋଦ ଜେନା, ଯୁବ କଂଗ୍ରେସ ସଭାପତି ବିକାଶ ନାୟକଙ୍କ ସମେତ କଂଗ୍ରେସର କର୍ମକର୍ତ୍ତା ମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରିଥିବା ଦେଖାଯାଇଛି ।
National,Politics,State
ଦ କୁଇଭର ବ୍ୟୁରୋ :- ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ ଗାନ୍ଧୀ । ନିଜେ ଟ୍ବିଟ କରି ସୂଚନା ଦେଲେ ରାହୁଲ । ଯାହା ଘଟିଥିଲା ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି କହିଲେ ରାହୁଲ ଗାନ୍ଧୀ। ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ। ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ତେବେ ବାଲେଶ୍ୱର ଘଟଣା ପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି ।
ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
Politics,State
ଭୁବନେଶ୍ୱର ( ଦ କୁଇଭର ):- ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି । ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟ ସରକାର କ୍ୟାବିନେଟ୍ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା।ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ। ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ।ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଆଦର୍ଶ ବିଦ୍ୟାଳୟରେ ରେଣ୍ଟ ମୁକ୍ତ କରିଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି ପାଇଁ ସରକାର ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି। ସ୍ଥାୟୀ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ କ୍ଷମତା ପ୍ରଦାନ କରିବେ। ରାଜ୍ୟ ସରକାର ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭାଜନ କରିଛନ୍ତି। ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ। ରାଜ୍ୟ ସରକାର ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ଦେଇଛନ୍ତି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ସେହିପରି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।
ଅନ୍ୟପଟେ ଛକ ଛକ ସ୍ଥାନରେ ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ । ଗାଡି ଚଳାଚଳ ଠପ । ଚାଲି ଚାଲି ଯାଉଛନ୍ତି ଅନେକ ଯାତ୍ରୀ । । ଖାଁ ଖାଁ ରାଜ୍ୟର ପ୍ରାୟ ବସଷ୍ଟାଣ୍ଡ । ଗାଡି ଚଳାଚଳ କରୁନଥିବାରୁ ନିରାଶ ଯାତ୍ରୀ l ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l
State
ବ୍ରହ୍ମପୁର( ଦ କୁଇଭର ):- ବାଘଲଟି ଗ୍ରାମର ବଳରାମ ଗୌଡ଼ ଏକ ସାମାନ୍ଯ ଶଡକ ଦୃଘଟଣାରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିବା ବେଳେ ଡାକ୍ତର ଦିଲ୍ଲୀପ ପ୍ରଧାନ ତାଙ୍କୁ ପ୍ରବର୍ତ୍ତାଇ ବ୍ରହ୍ମପୁର ରେ କୋର୍ଟ ପେଟା ଛକ ଠାରେ ଥିବା ଏକ ଘରୋଇ ବିନାୟକ ନାମକ ହସ୍ପିଟାଲକୁ ନେବାକୁ କହିଥିଲେ। ଏପରିକି ବିନାୟକ ନାମକ ଘରୋଇ ମେଡିକାଲ ରେ ଗୋଡର ଭୁଲ ଚିକିତ୍ସା କରି ହତ୍ଯା କରା ଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକ ଙ୍କ ପରିବାର ଲୋକେ ଡାକ୍ତର ଦିଲ୍ଲୀପ ପ୍ରଧାନ ଓ ବିନାୟକ ମେଡିକାଲ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଆଜି ବାଘଲଟିଗ୍ରାମ ବାସି ଏକ ଶୋଭାଯାତ୍ରା ରେ କମାପଲ୍ଲୀଛକ ଠାରୁ ବାହାରି ବ୍ରହ୍ମପୁର ଏସପିଙ୍କକାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରହ୍ମପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଦକ୍ଷିଣାଞ୍ଚଳରାଜସ୍ବ କମିଶନର କାର୍ଯ୍ୟାଳୟ ଓ ବ୍ରହ୍ମପୁର ଏମକେସିଜି ସୁପରଟେଣ୍ଟ କାର୍ଯ୍ୟଳୟ ଠାରେପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଗୋଇଲୁଣ୍ଡି ସ୍ଥିତ ବିନାୟକହସ୍ପିଟାଲ ଠାରେ ପହଞ୍ଚି ନିରବ ପ୍ରାଥନାକରାଯାଇଥିଲା। ଏହି ସଭାଯାତ୍ରା ରେ ବହୁସମାଜ ସେବି ସହ ବାଘଲଟି ଗ୍ରାମର ବହୁ ଜନ ସାଧାରଣ ଯୋଗ ଦେଇଥିଲେ।
National
ଦ କୁଇଭର ବ୍ୟୁରୋ :- ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲ୍କୁ ଯିବାରୁ ବଞ୍ଚିତ ହୁଅନ୍ତି। ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲ୍କୁ ଯାଇପାରନ୍ତି ନାହିଁ। ହେଲେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ । ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ l
State
ବ୍ରହ୍ମପୁର ( ଦ କୁଇଭର ):- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ତାଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅବଞ୍ଛନୀୟ ଆଚରଣ ବିରୋଧରେ ନ୍ୟାୟ ଦାବି କରି ଆତ୍ମହୁତି କରିଥିବା ଘଟଣା ଦୁଃଖଦ, ନିନ୍ଦନୀୟ ଓ ରାଜ୍ୟର ଶିକ୍ଷା, ଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।ଏହି ଘଟଣା ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସ ତରଫରୁ ଜୋରଦାର ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଈଛି। ଏହି ଆନ୍ଦୋଳନର ଅଂଶ ଭାବେ ମଙ୍ଗଳବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଉଦ୍ବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ପରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଶାନ୍ତିପୂର୍ଣ୍ଣ ରାଲି ନେଇ ଛାତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତ୍ୱରିତ ଓ ନିଷ୍ପକ୍ଷ ତଦନ୍ତ,ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପରିବାର ପାଇଁ ଅର୍ଥିକ ସହାୟତା ଓ ପୁନଃସ୍ଥାପନ ସମର୍ଥନ ଓ ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିଶୁ-ନାରୀ ସୁରକ୍ଷା ପାଇଁ ସୁଦୃଢ଼ ନିତି ଓ ଆଇନ ନିର୍ମାଣ କରିବା ପାଇଁ ଯୁବ ଓ ଛାତ୍ର କଂଗ୍ରେସ ଦାବି କରିଛନ୍ତି l
ଯୁବ କଂଗ୍ରେସ ଅଧ୍ୟକ୍ଷ ବିକାଶ ନାୟକ କହିଛନ୍ତି ଯେ,ବିଜେପି ନେତୃତ୍ୱରେ ରାଜ୍ୟ ସରକାର ଏକ ରିମୋଟ କଣ୍ଠେଇ ସରକାର ଭାବରେ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାମମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି, ଯେଉଁଠାରେ ମନ୍ତ୍ରୀମାନେ ଅନେକ ଅନୁଚିତ ଅର୍ଥସଂଗ୍ରହ କାର୍ଯ୍ୟରେ ଲିପ୍ତ ଓ ପୋଲିସ ନୀରବ ଦର୍ଶକ ସାଜିଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ବଢ଼ୁଥିବା ଅପରାଧ ଦର ଏହି ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି l ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ଓ ତାଙ୍କ ନେତାମାନେ ଅପରାଧୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ବାଲି, ଖଣି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ସେମାନେ ଲିପ୍ତ ଥିବାର ଦାବି ମଧ୍ୟ କରାଯାଇଛି। ବ୍ରହ୍ମପୁର ସାଂସଦଙ୍କ ନାଁ ଉଠାଇ ସେ କହିଛନ୍ତି ଯେ ସେ ଏହି ସବୁ ପଛର ନିର୍ଦ୍ଦେଶକ ବୋଲି କଡା ଭାଷାରେ ବର୍ତମାନର ସରକାରଙ୍କୁ ନିନ୍ଦା କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ନରେଶ ଘଡେ଼ଇ, ଅତିଶ ଦଳେଇ, ଜିତେନ୍ଦ୍ର ଘଡେ଼ଇ, ନୀଳମାଧବ ସାହୁ (ଭବାନୀ), ରୁଦ୍ର ପ୍ରସାଦ ଖଟୁଆ ଓ ଅନ୍ୟାନ୍ୟ ଯୁବ ଓ ଛାତ୍ରମାନେ ଯୋଗଦାନ କରିଥିଲେ ।
State
ବ୍ରହ୍ମପୁର( ଦ କୁଇଭର ):- ବାଲେଶ୍ବରର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜେପି ସରକାରଙ୍କୁ ଦାୟୀ କରିଛି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ । ଆଜି ଯୁବ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସହ ହୋଇଥିବା ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ବିଜେପି ସରକାର ହିଁ ଦାୟୀ ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ବିଜେପି ସରକାରଙ୍କୁ ଦୋଷ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ କଂଗ୍ରେସ କର୍ମୀ ମାନେ । ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ । ଯଦି ଖୁବଶୀଘ୍ର ଏନେଇ ସରକାର ଆଖିଦୃଷ୍ଟିଆ ପଦକ୍ଷେପ ନ ନେବା ସହିତ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛି ଯୁବ କଂଗ୍ରେସ । ଏହି ପ୍ରତିବାଦରେ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Sports,State
ବ୍ରହ୍ମପୁର( ଦ କୁଇଭର ):- ଆଜି ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ "ସାହାଣୀ କପ ୨୦୨୫" ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନରେ ଉଦଘାଟିତ ହୋଇଛି। ଉଦଘାଟନ ର ପ୍ରଥମ ମ୍ୟାଚ ନବରଙ୍ଗପୁର ଜିଲ୍ଲା ସହ ଭୁବନେଶ୍ୱର ଜିଲ୍ଲା ମଧ୍ୟରେ ହୋଇଥିଲା। ନବରଙ୍ଗପୁର ଦଳ ୦ ଗୋଲ କରିଥିବା ବେଳେ ଭୁବନେଶ୍ୱର ଦଳ ୩ ଗୋଲ କରି ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ନିତ୍ୟାନନ୍ଦ ମେହେର, ଲକ୍ସମନ ସେଠ, ସୁଜିତ ରାଜହଂସ, ଦିଗବିଜୟ ଦାସ ଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲା ମଧ୍ୟରେ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କୋଣସି ଗୋଲ କରିପାରିନଥିଲେ ଏବଂ ଏଥି ସହ ଖେଳ ଅମିମାନାସିତ ରହିଲା। ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ଶ୍ରୀ ଶିବ ଶଙ୍କର ପଣ୍ଡା, ଶିବ ପ୍ରସାଦ ସାମନ୍ତରାୟ, ଶିବ ଦେଉରି, ସୁନୀଲ ବେହେରା ଏବଂ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର।ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡିଶା ଫୂଟବଲ ସଙ୍ଘ (ଫାଓ) କୋଷାଧକ୍ଷ ଶ୍ରୀ ଭକ୍ତ ବାଲହବ୍ ଦାସ, ଓଡିଶା ଫୂଟବଲ ସଙ୍ଘ ସଦସ୍ୟ ଶ୍ରୀ ନବକିଶୋର ମିଶ୍ର, ମ୍ୟାଚ ନିରୀକ୍ଷକ ଶ୍ରୀ ଗୋପବନ୍ଧୁ ସାହୁ ଓ ଶ୍ରୀ ମାନସ ସାମଲ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଏବଂ ଅନ୍ୟାନ୍ୟ ଅତିଥିଭାବେ ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜେନ୍ଦ୍ର ଗନ୍ତାୟତ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।
ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l
Politics,Education,State
ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।
ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?
State
ଦ କୁଇଭର ବ୍ୟୁରୋ :- ଭଙ୍ଗା ଦଦରା ଖୁଣ୍ଟି, ଛିଣ୍ଡା ଯୋଡ଼ା ତାରରେ ଚାଲିଛି ଟାଟା ପାୱାରର ବିଜୁଳି ଯୋଗାଣ । ଦରଦରା ବ୍ୟବସ୍ଥାରେ ବିଜୁଳି ଦେଇ ଭିଡୁଛି ପୁରା ବିଲ । ଟଙ୍କାଟିଏ ବି ବିଲ ଛାଡ଼ୁନି । ସେ ଗରିବ ହେଉ କି ଚାଷୀ ବିଲ ନ ଦେଲେ ସିଧା ତାର କଟ । ଭିର୍ତ୍ତିଭୂମି ନ ସଜାଡ଼ି ପଇସା ଆଦାୟ କରି ଦେଖାଉଛି ମାଫିଆ ଗିରି । ମନ୍ତ୍ରୀ ତ ମନ୍ତ୍ରୀ ପୁରା ସରକାରଟା ଟାଟା ଆଗରେ ବିକ୍ରି ହୋଇଯାଇଛି । ମୁଣ୍ଡ ବିକିଦେଲା ଭଳି ଗରିବଙ୍କ ଶୋଷଣକୁବି ଆଖିବୁଜି ଦେଉଛି । ଏଭଳି ସ୍ଥିତି ହେଉଛି ଟାଟାର ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ।
ଟିକେ ନଜର ପକେଇବା ବ୍ରହ୍ମଗିରି ବିଜୁଳି ବ୍ୟବସ୍ଥା ଉପରେ । କିଭଳି ଭିର୍ତ୍ତିଭୂମିରେ ଟାଟା ଯୋଗାଉଛି ବିଜୁଳି । ବିଲ କମ ନେଉନି । ୟୁନୁଟି ଚାର୍ଜ ପ୍ରାୟ ପ୍ରତିବର୍ଷ ବଢୁଛି । ସବୁ ତ ନେଲା, ସେବା ଯୋଗେଇଲା ବେଳକୁ କୁନ୍ଥଉଛି ଟାଟା । ଅନେକ ଜାଗାରେ ସୋଇପଡିଲାଣି ଖୁଣ୍ଟି । କେଉଁଠି ବଙ୍କୀ ଯାଇଛି ତ ଆଉ କେଉଁଠି ଅଧା ଖାଇ ଗଲାଣି ଖୁଣ୍ଟ । ତାର ଓହଳି ରହୁଛି । କେତେବେଳେ ଛିଣ୍ଡୁଛି, କେତେବେଳେ ଚାଷ ଜମିରେ ପଡ଼ି ରହୁଛି କେହି କହିପାରିବେ ନାହିଁ । କେଉଁଠି ଚାଷୀ ମଲାଣି ତ ଆଉ କେଉଁଠି ରାସ୍ତାରେ ଜାଉଥୁବା ଲୋକଙ୍କ ଉପରେ ଛିଣ୍ଡି ପଡ଼ିଲାଣି ତାର ।
ଏମିତି ଘଟକୁଡି ଗ୍ରାମର ଜଣେ ବାଇକ ଆରୋହୀଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ତାଙ୍କ ଜୀବନ ବିପଦରେ । ସୂଚନା ଅନୁସାରେ ଘଟକୁଡି ଗ୍ରାମର ବିଜୟ ମହାପାତ୍ର ପ୍ରତିଦିନ ଭଳି ଗନ୍ତବ୍ୟ ସ୍ଥଳରୁ ନିଜ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ଗଉଡ଼ିଆଘାଇ ନିକଟରେ ତାଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ବିଜୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ବିଜୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଇଞ୍ଜୁଡ଼ ହେବାସହ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ମାତ୍ର ଆଶ୍ଚର୍ଯ୍ୟର କଥା କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମରାମତି କାର୍ଯ୍ୟ ସାରି ଫେରିଥିଲେ ସିନା ମେଡିକାଲକୁ ଲାଗିରହିଥିବା ବିଦ୍ୟୁତ କାର୍ଯ୍ୟାଳୟର କୌଣସି ବି ଅଧିକାରୀ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ ବିଜୟଙ୍କ ପାଖରେ ।
କେବଳ ଏହି ଗୋଟେ ଘଟଣା ନୁହେଁ । ଏହାପୂର୍ବରୁ ସତ୍ୟବାଦୀରେ ବି ଦୁଇଜଣଙ୍କ ଜୀବନ ଯାଇଛି । ଅବହେଳା ହେଉଛି ଟାଟାର, ଭିର୍ତ୍ତିଭୂମି ସଜାଡୁନି । ଅସଜଡ଼ା ଭିର୍ତ୍ତିଭୂମିକୁ ନେଇ ପଇସା ଆଦାୟ କରିଚାଲିଛି । ଟାଟା ଲାଭ ତ କଲାନି କିନ୍ତୁ ତା ସହ ଦୁର୍ବଳ ଭିର୍ତ୍ତିଭୂମିରେ ଲୋକଙ୍କୁ ମାରୁଛି । ଲୋକଙ୍କ ଜୀବନ ନେଇ ଲାଭ କରୁଛି ଟାଟା । ଆଉ ବିଭାଗୀୟ ମନ୍ତ୍ରୀ, ଅଫିସର ଏବଂ ସରକାର ବି ଟାଟା ଆଗରେ ଚୁପ । ପ୍ରଶ୍ନ ବି କରୁନାହାନ୍ତି ଭିର୍ତ୍ତିଭୂମି କେବେ ସଜାଡ଼ିବ । ଖାଲି ସହରାଞ୍ଚଳରେ ସଜାଡ଼ି ଦେଲେ ହେବ ନାହିଁ, ସହରର ତଳି ଅଞ୍ଚଳ ବି ବଡ଼ ଅବ୍ୟବସ୍ଥାରେ ଅଛି । ଗାଁ କଥା ତ ନ କହିଲେ ଭଲ । ଏଭଳି ସ୍ଥିତି ଶକ୍ତିମନ୍ତ୍ରୀଙ୍କ ଆଖିକୁ ଦେଖାଯିବ ନାହିଁ । ଶକ୍ତିମନ୍ତ୍ରୀ କେବଳ ଦେଖିବେ ବିଜୁଳି ବିଲ କେମିତି ଜଲ୍ଦୀ ଆଦାୟ ହେବ ଆଉ ଟାଟା ଭଲ ଦି ପଇସା ଆୟ କରିବ ।
ଟ୍ରାନ୍ସଫର୍ମର ଅବସ୍ଥା ତ ବଡ଼ ଦୟନୀୟ । ନା ଚାରିପଟେ ଅଛି କିଛି ବାଡ଼ ନା ଅଛି ଆକଟ । କେତେବେଳେ ଗାଈ ଲାଗିଯାଉଛି ତ ଆଉ କେତେବେଳେ ଆଉ କିଏ । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଟାଟା ପାଖରେ କାଳେ ଟଙ୍କା ନାହିଁ । ଏପଟେ ଟାଟାର ବାଲାନ୍ସ ସିଟି କହୁଛି ଯେ ଟାଟା ପାୱାର ଓଡ଼ିଶାରେ ଲାଭ କଲାଣି । ଲାଭ ନେଇ ନିଜ ପକେଟରେ ମାଡି ଦେଇ ଓଡ଼ିଶା ଲୋକଙ୍କ ଜୀବନ ନେଉଥିବା ଟାଟା ବିରୁଦ୍ଧରେ ସରକାର ପଦକ୍ଷେପ ନ ନେଲେ ଆଗକୁ ସରକାରଙ୍କ ବିରୁଦ୍ଧରେ ତେଜିବ ଆନ୍ଦୋଳନ ।
Politics,State
ଦ କୁଇଭର ବ୍ୟୁରୋ :- ବିଜେଡ଼ିକୁ ତାରି ଚାଲରେ ଫସେଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ସରକାରରେ ପ୍ରତି ବିବାଦୀୟ ଅପରାଧ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରି ବିରୋଧୀଙ୍କୁ ଜବାବ ଦେଉଥିବା ବିଜେଡିକୁ ସେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଛନ୍ଦିଛନ୍ତି ମୋହନ । ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ମୋହନ ।
ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲାକୁ ନେଇ ବିଜେଡି ଆକ୍ରାମକ ହୋଇଛି । ବନ୍ଦ ଡାକରା ଦେଇ ହୁଲୁସ୍ତୁଲ କରୁଛି । ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି । ପୂରା ହାଙ୍ଗାମା କରୁଛି । ଏଭଳି ସ୍ଥିତିରେ ମୋହନ ସରକାର ବିଜେଡି ମୁହଁକୁ ଶକ୍ତ ଚାପୁଡ଼ାଟିଏ ମାରିଛନ୍ତି । ମନେ ପକାଇ ଦେଇଛନ୍ତି ନବୀନଙ୍କ ଏକଛତ୍ରବାଦ କଥା । ଏହିଠାରେ କହି ରଖୁଛୁ, ନବୀନ ସରକାରଙ୍କ ସମୟରେ ଅନେକ ବିବାଦୀୟ ଅପରାଧ ମାମଲା ହୋଇଥିଲା । ବିରୋଧୀ ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ଦାବି କରନ୍ତି ।ଆନ୍ଦୋଳନ ବି କରନ୍ତି, ହେଲେ ନବୀନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ବିରୋଧୀଙ୍କୁ ଲଲିପପ ଧରାଇ ଦିଅନ୍ତି । ସେ ପିହୁ ହେଉ କି ପରୀ, କୁନ୍ଦୁଲି ହେଉ କି ବେବିନା... ସବୁ ମାମଲାରେ କ୍ରାଇମବ୍ରାଞ୍ଚକୁ ନେଇ ଆସିଛନ୍ତି । ଏପରିକି ନବ ଦାସ ହତ୍ୟା କାଣ୍ଡ ବି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ।
କ୍ରାଇମବ୍ରାଞ୍ଚକୁ ଢାଲ କରି ବିଜେଡି ସରକାର ଅନେକ ଅପରାଧ ମାମଲାରେ ଆଜି ବି ବିବାଦରେ ଛନ୍ଦି ହୋଇଛନ୍ତି । ଏବେ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି କୁ ନେଇ ଚାଲିଛି ରାଜନୀତି । ବିଜେପି ସରକାରକୁ ଚାରିପଟୁ ଘେରି ଗଲେଣି । ଆଜି ବିଜେଡି ଘେରିଛି, କାଲି ରାସ୍ତାକୁ ଓଲ୍ହେଇବ କଂଗ୍ରେସ । ସବୁ ବନ୍ଦ କରିଦେବ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଇଛନ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ।
ବିଜେଡିର କ୍ରାଇମବ୍ରାଞ୍ଚ ଚାଲ ବିଜେଡି ଉପରେ ହିଁ ପକାଇଛନ୍ତି । ଘୋଷଣା କରିଛନ୍ତି ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ । ଏହାର ତଦନ୍ତ କରିବା ପାଇଁ ଡିଏସପିଙ୍କୁ ଦେଇଛନ୍ତି । ଏଣେ ମହିଳା ଥାନା IIC ତାଙ୍କୁ ସହଯୋଗ କରିବ । ଏବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା । ତଦନ୍ତ ପରେ ଯାହା ହେବ । ସରକାର ଏବେ ସ୍ପଷ୍ଟ କଲେ ଯେ ସରକାର କଠୋର ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଅଭିଯୁକ୍ତ ଆଧ୍ୟାପ ଓ ଅଧ୍ୟକ୍ଷଙ୍କୁ ଜେଲରେ ପୁରାଇ ସାରିଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ଦେଖାଯାଉ ଏହି ମାମଲା ଆଗକୁ କି ରୂପ ନେଉଛି ?
Politics,State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ସମ୍ବେଦନଶୀଳ ଘଟଣା ଘଟିଲା। ସରକାର ପ୍ରୋଆକ୍ଟିଭ ହୋଇ ସବୁ ପଦକ୍ଷେପ ନେଲେ। ଦୁଇ ଜଣ ନିଲମ୍ବିତ ହେଲେ ଆଉ ଗିରଫ ହେଲେ। ଆଗକୁ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି। କିନ୍ତୁ ସବୁ କଥାରେ ରାଜନୈତିକ ରୁଟି ନ ସେକିବା ସୁସ୍ଥ ମାନସିକତା। କିନ୍ତୁ ସବୁ ଘଟଣାରେ ଶାଗୁଣା ପରି ଝାମ୍ପି ପଡିବା ଠିକ୍ ନୁହେଁ। ସେଥିରୁ ନିବୃତ ରହିବା ଆବଶ୍ୟକତା ଅଛି।ସୌମ୍ୟାଶ୍ରୀଙ୍କ ବାପାମାଙ୍କ ବାରଣ ସତ୍ତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରିବା,ଝିଅ ବଞ୍ଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସଙ୍ଗ କି ଗ୍ରହଣୀୟ ନୁହେଁ। ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ୍ ଅଛି, ସମସ୍ତଙ୍କୁ ତଦନ୍ତ ପରିସକୁ ଅଣାଯିବ। ସେ ଆହୁରି କହିଛନ୍ତି, ବିରୋଧୀ ଦଳ ଭୁଲ ବାଟରେ ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ସାରୁ ଖୋଳୁ ଖୋଳୁ ମହାଦେବ ଭଳି ଦୁନିଆ କଥା ଆସିବ। କିଏ କେଉଁ ଦଳ ସହ ସମ୍ପୃକ୍ତ ଥିଲେ। ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ।
State,Health & lifestyle
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ବଡ ଡାକ୍ତର ଖାନା ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ମଙ୍ଗଳବାର ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରୁଥିରାଜ୍ ସିଂହ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ରାଲି ବାହାରି ମେଡିକାଲ ଅଞ୍ଚଳ ପରିକ୍ରମା କରି ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ ର ଆବଶ୍ୟକତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଠାରେ ପ୍ଲାଷ୍ଟିକ ସର୍ଜରୀ ଦିବସ ସମ୍ପର୍କ ରେ ବିଭାଗୀୟ ମୂଖ୍ୟ ପ୍ରଫେସର ସିଂହ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ କେକ କଟା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ତନ୍ମୟ କୁମାର ମହାପାତ୍ର, ଡ଼ା ଜସ୍ମିନ କୁମାର୍ ପାଣିଗ୍ରାହୀ, ଡ଼ା ଶିବରାମ କ୍ରିଷ୍ଣା , ଡ଼ା ଜ୍ୟୋତି ରଞ୍ଜନ ପ୍ରଧାନ ଡ଼ା ଲିପ୍ସା ସ୍ୱାଇଁ , ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଶି ଙ୍କ ସମେତ ବହୁ ଡାକ୍ତର ଛାତ୍ରଛାତ୍ରୀ, ସେବିକା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବହୁ ଗୁରୁତ୍ଵ ପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଉଛି । ଗ୍ରହଣ ଖଣ୍ଡିଆ, ସ୍ତନ କର୍କଟ, ମୁଖ ରୋଗ କର୍କଟ ଚିକିତ୍ସା, ଦୁର୍ଘଟଣା ଜନିତ କ୍ଷତ , ମୁଖ ରେ ଲୋମ ଉଠିବା, ଏପରି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଜନସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଥିଲା।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।
Education,National
ଦ କୁଇଭର ବ୍ୟୁରୋ :- ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ଆଉ ରାମାୟଣ । ଏହି ଗୀତା ଓ ରାମାୟଣ ଭଳି ଗ୍ରନ୍ଥକୁ ସାମିଲ କରି ଛୋଟ ଛୋଟ ପିଲାମାନଙ୍କୁ ଆଧ୍ୟାତ୍ମିକତା ଏବଂ ରାମାୟଣ ଓ ଗୀତାରେ ଥିବା ଜ୍ଞାନ ତାଙ୍କ ଭିତରେ ଦିବ୍ୟଜ୍ଞାନକୁ ଉଜ୍ଜୀବିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଭଳି ନିଷ୍ପତି ନେଇଛନ୍ତି ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତ ।
ଉତ୍ତରାଖଣ୍ଡରେ ଥିବା ୧୭ ହଜାର ସରକାରୀ ବିଦ୍ୟାଳୟରେ ରାମାୟଣ ଏବଂ ଗୀତା ପଢ଼ାଯିବ । ଏନେଇ NCERT କୁ ମଧ୍ୟ କହିଛନ୍ତି ସେଠାକାର ଶିକ୍ଷାମନ୍ତ୍ରୀ । ବର୍ତ୍ତମାନ ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଜ୍ଞାନ ବା ସକରାତ୍ମକ ଜ୍ଞାନ ଓ ମାନସିକତା କମିଯାଉଥିବା ବଡ଼ ସମସ୍ୟାର କାରଣ ହେଲାଣି । ସାମାଜିକ ଅଧୋପତ୍ତନ ପ୍ରଭାବରେ ନକରାତ୍ମକ ମନଭାବ ବଢ଼ୁଥୁବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ରାମାୟଣରେ ଥିବା ଉଦାରତା, କର୍ତ୍ତବ୍ୟନିଷ୍ଠ ଭାବନା, ତ୍ୟାଗ ଓ ଦାୟିତ୍ୱବାନ ଭାବନା ତଥା ସକରାତ୍ମକ ଦିଗକୁ ପିଲାମାନେ ଜାଣିଲେ ସେମାନଙ୍କ ଜୀବନଚର୍ଯ୍ୟା ବି ଶୃଙ୍ଖଳିତ ହୋଇପାରିବ । ଏହା ଭିତରେ ଗୀତାର ଅନେକ ବାଣୀ ଅଛି ଯାହା ବିଜ୍ଞାନ ସମ୍ବଦ୍ଧ । ବିଜ୍ଞାନ ଗୀତା ଠୁ ସୃଷ୍ଟି, ଏକଥା ବିଦେଶରେ ପ୍ରମାଣିତ । ଆମର ଧର୍ମଗ୍ରନ୍ଥକୁ ନେଇ ଜାପାନ, ଜର୍ମାନ ଏବଂ ରୁଷିଆ ଭଳି ଦେଶ ବେଶ ଅଗ୍ରଗତି କରିଛନ୍ତି । ତାହାକୁ ଲକ୍ଷ କରି ଏବେ ପାଠ୍ୟକ୍ରମରେ ଆମର ପବିତ୍ର ଧର୍ମଗ୍ରନ୍ଥକୁ ସ୍ଥାନିତ କରିବା ପାଇଁ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି ।
ଟିକେ ନଜର ପକେଇନେବା ଭାରତର ବର୍ତ୍ତମାନ ନକରାତ୍ମକ ଟ୍ରେଣ୍ଡ ଉପରେ । ଭାରତରେ ଆତ୍ମହତ୍ୟା ବଢୁଛି । ବିଶେଷ କରି ପିଲାମାନଙ୍କ ମଧ୍ୟରେ । ଅନେକ ଜାଗାରେ ପଥଭ୍ରଷ୍ଟ ହେଉଛନ୍ତି କିଶୋର କିଶୋରୀ ଓ ଯୁବାବର୍ଗ । ଦୁଷ୍କର୍ମ ସଂଖ୍ୟା ବି ବଢ଼ି ବଢ଼ି ଯାଉଛି । ସାମାଜିକ ପ୍ରଭାବ ଏତେ ନକରାତ୍ମକ ଦିଗକୁ ଗଲାଣି ଯେ, ଲୋକେ ଅଣନିଶ୍ୱାସୀ ହୋଇଗଲେଣି । ଏଭଳି ସ୍ଥିତିରେ ଗୀତା ହିଁ ଉପଯୁକ୍ତ ମାର୍ଗଦର୍ଶନ କରିବ ବୋଲି ଅନେକ ଜ୍ଞାନୀଗୁଣୀ କହୁଛନ୍ତି । ଦେଖାଯାଉ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଏହି ଉଦ୍ୟମ ସାମାଜିକ ପରିବର୍ତ୍ତନରେ କେତେ ସାହାୟକ ହେଉଛି ?
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।