ଦକୁଇଭର ବ୍ୟୁରୋ :- ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଲେ ସୂଚନା l ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।
No comments yet.
State
ଦ କୁଇଭର ବ୍ୟୁରୋ :- ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ହେବ । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘନ କୁହୁଡ଼ିକୁ ନେଇ ଆଗାମୀ ୪୮ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୪ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଜି ଠାରୁ ଆଗାମୀ ୨ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଯାହାକୁ ନେଇ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
National,Education
ଝାଡଖଣ୍ଡ ( ଦ କୁଇଭର ):- ଝାଡଖଣ୍ଡର ଏକ ଘରୋଇ ସ୍କୁଲରେ ଘଟିଛି ଲଜ୍ଜାଜନକ ଘଟଣା । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ୍ । ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ ୮୦ ଜଣ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ, ଶେଷରେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିଲେ ଛାତ୍ରଛାତ୍ରୀ । ଗୁରୁବାର ଦିନ ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ଏକ ଜଣାଶୁଣା ଘରୋଇ ସ୍କୁଲରେ ଏପରି ଘଟଣା ଘଟିବା ପରେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ।ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ଆଗକୁ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗୁରୁବାର ଶେଷ ଦିନ ଥିଲା । ସେହି ଦିନକୁ ସ୍ମରଣୀୟ କରିବାକୁ ଦଶମ ଶ୍ରେଣୀର ଛାତ୍ରୀମାନେ ପେନ ଡେ ପାଳନ କରୁଥିଲେ। ସମସ୍ତ ପରସ୍ପରର ସାର୍ଟରେ ବିଦାୟକାଳୀନ ମେସେଜ ଲେଖୁଥିଲେ । କିନ୍ତୁ ଏହା ସ୍କୁଲର ପ୍ରିନ୍ସିପାଲ୍ ଏମ୍ ଦେବଶ୍ରୀଙ୍କୁ ପସନ୍ଦ ଆସିନଥିଲା। ଏହା ପରେ ପ୍ରଥମେ ସମସ୍ତ ଛାତ୍ରୀଙ୍କୁ ଏକ କ୍ଲାସକୁ ନେଇଥିଲେ । ୮୦ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ । ଖାଲି ଏତିକି ନୁହେଁ, ସାର୍ଟ ଖୋଲିବା ପରେ କୌଣସି ଛାତ୍ରୀଙ୍କୁ ସାର୍ଟ ପିନ୍ଧିବାକୁ ଅନୁମତି ମଧ୍ୟ ଦେଇନଥିଲେ କେବଳ ବ୍ଲେଜର ପିନ୍ଧିବାକୁ ଅନୁମତି ଦିଆଯାଇଥିଲା। ଏନେଇ ସ୍କୁଲ ଆଡମିନିଷ୍ଟ୍ରେସନକୁ ଜଣାଇଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଶେଷରେ ବିନା ସାର୍ଟିରେ କେବଳ ବ୍ଲେଜର ପିନ୍ଧି କାନ୍ଦି କାନ୍ଦି ଘରକୁ ଫେରିଥିଲେ ସମସ୍ତ ଛାତ୍ରୀ । ପିତାମାତାଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । ଛାତ୍ରୀ ମାନେ ଏବେ ଏହି ପେନ ଡେକୁ ଦିବସକୁ ଏକ ଆଘାତ ଦିବସ ବୋଲି କହୁଛନ୍ତି l
ଘଟଣା ସମ୍ପର୍କରେ ଛାତ୍ର ମାନଙ୍କ ଅଭିଭାବକ ଜାଣିବା ମାତ୍ରେ କ୍ରୋଧିତ ହୋଇ ଆଜି ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ ମଧ୍ୟ ଅଭିଭାବକଙ୍କ ସହିତ ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଭାବକ ଏବଂ ବିଧାୟକ ରାଗିଣୀ ସିଂହ ଡିସି ମାଧବୀ ମିଶ୍ରଙ୍କ ସହ କଥା ହୋଇଥିଲେ। ଅଭିଭାବକମାନେ କହିଛନ୍ତି ଯେ, ଡିସି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ।ଜିଲ୍ଲା ପ୍ରଶାସନ ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛି। ଏହି ଘଟଣାର ତଦନ୍ତ ପାଇଁ ଏକକମିଟି ଗଠନ କରାଯାଇଛି। ତଦନ୍ତ କମିଟି ସ୍କୁଲକୁ ଯାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ। ସେମାନଙ୍କ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
State
ଦ କୁଇଭର ବ୍ୟୁରୋ :- ଏଥର ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଡାନ୍ସର । ମଙ୍ଗଳବାର ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଖଣ୍ଡଗିରି ଥାନା ପରିସରରେ ମଙ୍ଗଳବାର ଏନେଇ ବିଭିନ୍ନ କମିଟି ସହ ପୋଲିସ ପ୍ରଶାସନର ବୈଠକ ବସିଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରାଜଗତକୁ କଳଙ୍କିତ କରୁଥିଲେ କିଛି ଆଇଟମ ଡାନ୍ସର । ଆଇଟମ ଡ୍ୟାନ୍ସ ନାଁରେ ଓଡ଼ିଆ ସଂସ୍କୃତି ଅପମାନିତ ହେଉଥିଲା । ଅଶ୍ଳୀଳତାର ମାତ୍ରା ଏତେ ହୋଇଥିଲା ଯେ, ସପରିବାର ଯାତ୍ରା ଦେଖିବା ମଧ୍ୟ ସମ୍ଭବ ହେଉନଥିଲା । ବରିଷ୍ଠ କଳାପ୍ରେମୀମାନେ ଏନେଇ ଯାତ୍ରା ଓ ମଞ୍ଚ ଅଭିନୟରୁ ମୁହଁ ଫେରିବାରେ ଲାଗିଥିଲେ । ଏହି ପ୍ରସଙ୍ଗ ଗଣମାଧ୍ୟମରେ ମଧ୍ୟ ବିତର୍କର ବିଷୟ ହୋଇଥିଲା । କେବଳ ଖଣ୍ଡଗିରି ଯାତ୍ରା ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରେ ଏପରି ଅଶ୍ଳୀଳ ନୃତ୍ୟର ଅଭିଯୋଗ ଆସିବାରେ ଲାଗିଥିଲା । କିଛି ସ୍ଥାନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏପରି ଲଗାମଛଡା ପ୍ରଦର୍ଶନ ଉପରେ ରୋକ ଲାଗିବା ପାଇଁ କଳାପ୍ରେମୀ ଓ ବୁଦ୍ଧିଜୀବୀମହଲରେ ବାରମ୍ବାର ଦାବି ଉଠୁଥିଲା । ସରକାର ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ ବୁଦ୍ଧିଜୀବୀ ।
ତେବେ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଯାତ୍ରା କମିଟି ଓ ପ୍ରଶାସନ ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହିତ ସ୍ବେଛାସେବୀ ନିୟୋଜିତ କରିବା ଭଳି ଦିଗ ଉପରେ ଆଲୋଚନା ହୋଇଛି ।
Politics
ଭୁବନେଶ୍ୱର(ଦ କୁଇଭର): ନକହି ନକହି ମରମ କଥା କହିଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏମିତି ମାରିଛନ୍ତି ଯେ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ମଞ୍ଜକୁ ବାଜିଛି । ମନ୍ତ୍ରୀ ଦେଖାଇ ଦେଇଛନ୍ତି କ୍ଷମତା ଆଗରେ ଦୀପାଳୀଙ୍କ ପାଇଁ ବାପାଙ୍କ ହତ୍ୟା ବି କିଛି ନୁହେଁ । କ୍ଷମତା ଲୋଭ ତାଙ୍କୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବ କରିଦେଇଥିଲା । ଏବେ କ୍ଷମତା ଯିବାରୁ ସେ ବିଳବିଳେଇ ହେଉଛନ୍ତି । ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ତତ୍ପର ରହିଛନ୍ତି । ଯାହା ଭଲ ହେବ, ସେହି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥାକୁ ନେଇ ତାତିଥିଲେ ପୂର୍ବତନ ବିଧାୟିକା ଦୀପାଳୀ ଦାସ । କେବଳ ସେ ନୁହନ୍ତି, ତାଙ୍କ ଭାଇ ବିଶାଲ ଦାସ ବି ତାତିଲେ । ପୋଲିସର ପଦକ୍ଷେପକୁ ନିନ୍ଦା କରିବା ସହ ତାଙ୍କ ବାପାଙ୍କୁ ୨୦୨୩ ଡିସେମ୍ବରରେ ପୋଲିସ ହତ୍ୟା କରିଥିବାରୁ ତାଙ୍କର ପୋଲିସ ଉଭରେ ଭରସା ନଥିବା କହିଥିଲେ । ଏହା କହି ରାଜ୍ୟ ପୋଲିସ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଏହାର କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
ମନ୍ତ୍ରୀ ବାଇଟ--- ଯେତିକି ଆବଶ୍ୟକ
ପୃଥିରାଜ ନକହି ନକହି ମରମ କହିଦେଲେ । ସେ କହିଲେ, ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିଲା । ସେତେବେଳେ ସରକାର ତାଙ୍କର ଥିଲା, ଶାସନ ତାଙ୍କର ଥିଲା, ପୋଲିସ ବି ତାଙ୍କର ଥିଲେ । ତେଣୁ ସେ ସେତେବେଳେ କହିଲେ ନାହିଁ? ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିବାରୁ ପୋଲିସ ଉପରେ ଭରସା ନଥିବା ସେତେବେଳେ କହିଲେ ନାହିଁ କାହିଁକି? ସେତେବେଳେ ବାପାଙ୍କ ପରେ ତାଙ୍କୁ କ୍ଷମତା ମିଳିବାର ଥିଲା । କ୍ଷମତା ଲୋଭରୁ ସେ ନୀରବ ଥିଲେ । ଏବେ କହୁଛନ୍ତି । ଏବେ କହିଲେ କ’ଣ ହେବ? ଆମ ସରକାର ଏଦିଗରେ ଆଇନକୁ ତର୍ଜମା କରି ସମସ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଲେ । ମନ୍ତ୍ରୀଙ୍କ କଥାରେ ଦୀପାଳୀ ବି କିଛି କହିନାହାନ୍ତି । ପୂର୍ବରୁ ବିଜେପି ବିଧାୟକ ବାବୁ ସିଂ କହିଥିଲେ, ଦୀପାଳୀ ଅଭିଯୋଗ ଦାଖଲ କରନ୍ତୁ, ମୋହନ ସରକାର କଠୋର ପଦକ୍ଷେପ ନେବେ । ହେଲେ କ୍ଷମତା ପାଇଁ ବାପାଙ୍କ ହତ୍ୟାକାଣ୍ଡରେ ନୀରବ ରହିଥିବା କହି ମନ୍ତ୍ରୀ ଦୀପାଳୀଙ୍କ ସ୍ଥିତିକୁ ପ୍ରଶ୍ନ କରି ଦେଇଛନ୍ତି । ଦୀପାଳୀ ଏହା ଉପରେ ତାଙ୍କର ମତ ସ୍ପଷ୍ଟ ନକଲେ, ମନ୍ତ୍ରୀଙ୍କ କଥା ସତ ଓ ଦୀପାଳୀ କ୍ଷମତା ଲୋଭରେ ବାପାଙ୍କ ହତ୍ୟାକୁ ବି ଆଡ଼େଇ ଦେଇଥିବା ସ୍ପଷ୍ଟ ହୋଇଯିବ । ଦେଖାଯାଉ ଦୀପାଳୀ ମନ୍ତ୍ରୀଙ୍କୁ ଜବାବ ଦେଉଛନ୍ତି ନା ମନ୍ତ୍ରୀଙ୍କ କଥା ସତ ବୋଲି ସ୍ୱୀକାର କରୁଛନ୍ତି?
Sports
ଦ କୁଇଭର ବ୍ୟୁରୋ :- ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡକୁ ମିଳିଲା ନୂଆ ସମ୍ପାଦକ । ଜୟ ଶାହଙ୍କ ପରେ ଦେବଜିତ୍ ସାଇକିଆ ହେଲେ ନୂଆ ସମ୍ପାଦକ । ସାଇକିଆଙ୍କୁ ରବିବାର ନିଯୁକ୍ତି ଦେଇଛି ବିସିସିଆଇ । ଆସାମର ପୂର୍ବତନ କ୍ରିକେଟର୍ ହେଉଛନ୍ତି ଦେବଜିତ୍ । ବିସିସଆଇର ଏହି ପଦବୀ ପ୍ରାୟ ଏକ ମାସ ହେବ ଖାଲିପଡିଥିଲା । ଜୟ ଶାହ ଗତ ଡିସେମ୍ବର ୧ ରେ ଆଇସିସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ବିସିସିଆଇ ସମ୍ପାଦକ ହେବା ପରେ ସାଇକିଆ ତାଙ୍କର ପ୍ରଥମ କାର୍ଯ୍ୟ ଭାବେ ବିସିସିଆଇ ସଭାପତି ରୋଜର ବିନିଙ୍କ ସହ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ନେଇ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଆସାମର ଦେବଜିତ ସାଇକିଆ ଓକିଲ, ପୂର୍ବତନ କ୍ରିକେଟର ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି । ସେ ଜଣେ ପୂର୍ବତନ ଫ୍ଲାଷ୍ଟକ୍ଲାସ କ୍ରିକେଟର ଥିଲେ, ଯିଏ ୧୯୯୦ ରୁ ୧୯୯୧ ମଧ୍ୟରେ ୱିକେଟକିପର ଭାବରେ ଚାରୋଟି ମ୍ୟାଚ୍ ଖେଳିଥିଲେ । କ୍ରିକେଟ କ୍ୟାରିୟର ପରେ ସାଇକିଆ ଓକିଲାତି କ୍ଷେତ୍ରରେ ପାଦ ରଖିଥିଲେ । ସେ ୨୮ ବର୍ଷ ବୟସରେ ଗୌହାଟି ହାଇକୋର୍ଟରେ ଜଣେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କର ଆଇନଗତ କ୍ୟାରିୟର ପରେ, ସେ ଖେଳ କୋଟା ମାଧ୍ୟମରେ ରେଳବାଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ରେ ମଧ୍ୟ ଚାକିରି ପାଇଥିଲେ । ସାଇକିଆଙ୍କ କ୍ରିକେଟ ପ୍ରଶାସନ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ହେମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଆସାମ କ୍ରିକେଟ ଆସୋସିଏସନର ଛଅ ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ଥିଲେ । ପରେ ସେ ୨୦୧୯ ମସିହାରେ ଏସିଏ ର ସଚିବ ହୋଇଥିଲେ ।
National
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା। କାରଣ ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଥିପାଇଁ MoU ସ୍ୱାକ୍ଷରିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ମିଳିବ ସ୍ୱାସ୍ଥ୍ୟସେବା।
ଉଲ୍ଲେଖ ଯୋଗ୍ୟ, ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ।
ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯,୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯୪୯ ପ୍ରକାର ମେଡିକାଲ ସେବାର ସୁବିଧା ରହିଛି।
ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟାନ୍ତ ମଧ୍ୟ ନିଦାନ ଓ ମେଡିସିନ ସୁବିଧା ରହିଛି। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ରାଜ୍ୟରେ ଉଭୟ ଯୋଜନାର ମିଶ୍ରଣ ହେଲେ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଏବଂ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ।
Sports
କଟକ( ଦ କୁଇଭର ):- ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ୭୧ ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ ୨୦ ରୁ ୨୩ ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ l
ତେବେ ୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା । ଏହାକୁ ଦୃଷ୍ଟିରେ ରଖି କବାଡି ଫେଡେରେସନ୍ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି । ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
State
କେନ୍ଦୁଝର ( ଦ କୁଇଭର ):- ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ l
ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ବାସଭବନରେ ପହଂଚି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l
Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?
ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।
ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?
State
ବରଗଡ଼( ଦ କୁଇଭର ):- ୭୭ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ବଡ଼ ଘୋଷଣା କରି କହିଛନ୍ତି ଯେ , " ଧନୁଯାତ୍ରାର ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଏହି ରାଶି ୧୦ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ତା' ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଂସ ମହାରାଜଙ୍କ ମଞ୍ଚରୁ ଉଦ୍ବୋଧନ ଦେଇ କହିଛନ୍ତି, ବରଗଡ଼ ସହରରେ ଚିତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ କରାଯିବ । ଏଥି ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହେବ । ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରାଯିବ। ସେହିପରି ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜନଶୁଣାଣି କେବଳ ଭୁବନେଶ୍ବରରେ ସୀମତି ରହିବ ନାହିଁ l ଭୁବନେଶ୍ବର ଭଳି ସମ୍ବଲପୁର ଓ ବରଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆୟୋଜନ ହେବ " l ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି।
State,National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍ । ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ଆଜିଠୁ ଓଡ଼ିଶାରୁ ଗଡ଼ିଛି ୮ଟି ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିଛି ବସ୍ । ବ୍ରହ୍ମପୁରରୁ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ଓଏସଆରଟିସି କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବସରେ ୪୨ ଜଣ ଯାତ୍ରୀ ବସି ଅଯୋଧ୍ୟାକୁ ଯାଇପାରିବେ । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍ଆରଟିସି ।
National
ଦ କୁଇଭର ବ୍ୟୁରୋ :- ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ଆଜି ଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍ଦାର୍ ସ୍ବାଗତ କରିଛନ୍ତି। ଏହି ବିଶାଳ ଧାର୍ମିକ ସମାଗମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ମହାକୁମ୍ଭ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବିଶ୍ୱାସର ପ୍ରତୀକ । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ ।
ବିଶ୍ୱାସ ରହିଛି ଯେ ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ । ପବିତ୍ର ମହାକୁମ୍ଭ ଅବସରରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ। ହଜାର ହଜାର ନାଗା ସାଧୁଙ୍କ ଆଗମନ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ସଂସାରର ସମସ୍ତ ଜିନିଷ ତ୍ୟାଗ କରି ପବିତ୍ରତା ଓ ସାଧନାର ଉଦାହରଣ ସୃଷ୍ଟି କରିଥିବା ଏହି ସାଧୁମାନଙ୍କୁ ନେଇ ବିଶ୍ବବ୍ୟାପୀ ଉତ୍ସୁକତା ଦେଖିବାକୁ ମିଳିଛି। ଚଳିତ ମହାକୁମ୍ଭରେ ୪୦ରୁ ୪୫ କୋଟି ଲୋକଙ୍କ ସମାଗମ ସମ୍ଭାବନା ରହିଥିବାରୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଂଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ମେଗା କାର୍ଯ୍ୟକ୍ରମ ପାଇଁ ୧୨ ହଜାର ୬୭୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।
State,National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ମେଳା ୨୦୨୫କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ ।
ତେବେ ପ୍ରୟାଗରାଜକୁ ଓଡିଶାରୁ ଯାତାୟାତ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ମଧ୍ୟରେ ' ଭୁବନେଶ୍ୱର -ତୁଣ୍ଡଲା- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ', ' ପୁରୀ -ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍', 'ଟିଟିଲାଗଡ- ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍', ' ବିଶାଖାପାଟନମ୍- ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ତିରୁପତି - ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍', 'ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍' ଆଦି ଟ୍ରେନ ଗୁଡିକ ଓଡିଶା ଦେଇ ପ୍ରୟାଗରାଜରେ ଅନୁଷ୍ଠିତ ହୋଉଥିବା ମହାକୁମ୍ଭ ଉପଲକ୍ଷେ ଯାତ୍ରା କରିବ l
ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁମ୍ଭ ଓ୍ବାର ରୁମ୍ ଉଦଘାଟନ କରାଯାଇଛି । ଏହା ୨୪ ଘଣ୍ଟା କାର୍ଯ୍ୟ କରିବ । ଅନ୍ୟପଟେ ୯ଟି ରେଳ ଷ୍ଟେସନରେ ୧ ହଜାର ୧୭୬ଟି ସିସିଟିଭି ଲଗାଯାଇଛି । ଏହି ଓ୍ବାର ରୁମରୁ ସିସିଟିଭିଗୁଡିକ ଯାଞ୍ଚ କରାଯିବ ।
Politics
ଝାରସୁଗୁଡ଼ା(ଦ କୁଇଭର): ବାପା ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବେଳେ ଚୁପ ରହିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳୀ ଦାସ । ହେଲେ ଭାଇ ବିଶାଲ ଦାସଙ୍କୁ ପୋଲିସ ଅଟକ ରଖିଦେଲା ବୋଲି ବିଳାପ କଲେ । ଝାରସୁଗୁଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଆସି ତୁହାକୁ ତୁହା ସରକାରଙ୍କୁ ଗାଳି ଦେଲେ । ପୋଲିସକୁ ବି ନିନ୍ଦିଲେ । ବାପାଙ୍କୁ ହତ୍ୟା ବେଳେ ଚୁପ ଆଉ ଭାଇଙ୍କୁ ଅଟକ ବେଳେ ତତ୍ପର କାହିଁକି? ଦୀପାଳୀଙ୍କ ଏପରି ଭୂମିକାକୁ ନେଇ ଏବେ ଝାରସୁଗୁଡ଼ା କେବଳ ନୁହେଁ, ସାରା ରାଜ୍ୟ ପଚାରିଲାଣି ପ୍ରଶ୍ନ । ଦୀପାଳୀଙ୍କ ଏହି ଭୂମିକା ପଛରେ କ’ଣ ରହିଛି ରହସ୍ୟ?
୨୦୨୩ ମସିହା ଜାନୁୟାରୀ ୨୯ ତାରିଖ ପୋଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଲା । ଏହା ପଛରେ ଯେଉଁ କାରଣ ଦର୍ଶାଗଲା ତାହା କେବଳ ଭେଳିକି ଥିବା ଚର୍ଚ୍ଚା ହେଲା । ନବଙ୍କ ହତ୍ୟା ପଛରେ ବଡ଼ କାରଣ ଥିଲା । ନବଙ୍କ ପ୍ରଭାବରେ କାଳେ ପ୍ରବଳରୁ ଅତି ପ୍ରବଳ ଚାନ୍ଦା କମ୍ପାନୀ ମାନଙ୍କ ଠାରୁ ଆଦାୟ ହେଉଥିଲା । ଟ୍ରାନ୍ସପୋର୍ଟ ବେପାର ଚାଲିଥିଲା । ଫ୍ଲାଏ ଆସ ବେପାର ବି ଥିଲା । ଏଥିସହ ପ୍ରତିଟି କ୍ଷେତ୍ରରୁ ଚାନ୍ଦା ଆଦାୟ ହେଉଥିଲା । ଏପରିକି ବିଜେଡିର ଖାସ ଅଫିସରଙ୍କ ସମ୍ପର୍କୀୟମାନେ କରୁଥିବା ଠିକା ବେପାରରୁ ବି କାଳେ ନବଙ୍କର ଚାନ୍ଦା ଥିଲା । ଯାହା ଅଫିସରଙ୍କର ହଜମ ହେଉନଥିଲା । ବିଜେଡିକୁ ଚଳାଉଥିବା ଅଫିସର କୋଟେରୀ, ଛାମୁଆ ନେତା ଓ ନବୀନଙ୍କ ପାଇଁ ବି ନିରାପଦ ସ୍ଥିତି ରହିଲା ନାହିଁ । ପୂରା ପଶ୍ଚିମ ଓଡ଼ିଶାର ବିଜେଡିକୁ ନିୟନ୍ତ୍ରଣ କରି ସେ ଏକଚାଟିଆ ଶାସନ କରିବେ ବୋଲି ଲାଗିଥିଲେ । ତେଣୁ ପୋଲିସ ଲଗାଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଲା ।
ଏତେସବୁ କାରଣରୁ କାଳେ ନବଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିଲେ ମଧ୍ୟ ନୀରବ ରହିଲେ ଝିଅ ଦୀପାଳୀ ଓ ପୁଅ ବିଶାଲ । ଦୀପାଳୀ ଟିକେଟ ପାଇବା ଏବଂ ବିଶାଲ ଅନୈତିକ ବେପାରର ସୁରକ୍ଷା ପାଇଁ ବାପାଙ୍କ ହତ୍ୟାର ଅସଲ କାରଣ ବି ଖୋଜିବାକୁ କାଳେ ପ୍ରସ୍ତୁତ ହେଲେ ନାହିଁ । ଯାହା ତୃତୀୟ ମହଲାରୁ ନିଦେ୍ର୍ଦଶ ଗଲା ତାହା ହିଁ ସେମାନେ ମାନିଲେ । ପ୍ରଶ୍ନ ଉଠାଇଲେ ବିପଦ ଆସିବ ଓ ଚୁପ ରହିଲେ, ସବୁ ପ୍ରକାର ସହାୟତା ଓ ସୁରକ୍ଷା ମିଳିବ ବୋଲି ବି କୁହାଯାଇଥିବା ଚର୍ଚ୍ଚା ହେଲା । ସେଥିପାଇଁ ଉଭୟ ଦୀପାଳୀ ଓ ତାଙ୍କ ଭାଇ ବିଶାଲ ଚୁପ ରହିଲେ । ଯାହାର ଫଳ ସ୍ୱରୂପ ଦୀପାଳୀ ହେଲେ ବିଧାୟିକା ଆଉ ବିଶାଲଙ୍କ ପାଉଁଶ ଠୁ ଟ୍ରାନ୍ସପୋର୍ଟ ବେପାର ସବୁ ଚାଲିଲା ।
ଏବେ ଲୋକେ ଦୀପାଳୀଙ୍କୁ ହଟାଇ ଦେଲେ । ଫଳରେ ସବୁ କିଛି ଗଣିତ ଓଲଟପାଲଟ ହୋଇଗଲା । ହଜାର ହଜାର କୋଟିର ବେପାର ମାଡ଼ ଖାଇବାକୁ ଯାଉଥିବାରୁ ଦୀପାଳୀ ଓ ଭାଇ ବିଶାଲ କାଳେ ବିବ୍ରତ । ନବୀନ କୋଟେରୀ କାଳେ ସୁରକ୍ଷା ଦେଇ ପାରୁ ନାହାନ୍ତି । ବିଶାଲ ବେପାରକୁ ବଞ୍ଚାଇବା ପାଇଁ ଲାଗିଛନ୍ତି । ବିଶାଲ ଫସିଲେ, ଦୀପାଳୀ ବି ହଇରାଣ ହେବେ ବୋଲି କୁହାଯାଉଛି । ତେଣୁ ଛତିଶଗଡ଼ ପୋଲିସ ବିଶାଲଙ୍କୁ ଅଟକାଇ ଦେବାରୁ ବିଳାପ କଲେ ଦୀପାଳୀ । ଝାରସୁଗୁଡ଼ାରେ ଗଣମାଧ୍ୟମକୁ ଡାକି ନାନା କଥା କହିଲେ । ସେଥିରେ ହେଲା ନାହିଁ, ରାଜଧାନୀ ଆସି ଏଠାରେ ବି ଗଣମାଧ୍ୟମକୁ ମନଇଚ୍ଛା କଥା କହିଲେ । ଏହାକୁ ଦେଖି ଅନେକେ ପ୍ରଶ୍ନ କରୁଛନ୍ତି, ଦୀପାଳୀ ଏବେ ଭାରି ଆକ୍ଟିଭ । ଏହି ତତ୍ପରତା ଯଦି ବାପାଙ୍କ ହତ୍ୟା ବେଳେ ଦେଖାଇଥାନ୍ତେ, ହୁଏତ ଆଜି ହାରିବାକୁ ପଡ଼ି ନଥାନ୍ତା । ସେତେବେଳେ ଚୁପ କାହିଁକି ରହିଲେ ଦୀପାଳୀ? ଏପର୍ଯ୍ୟନ୍ତ ବି ବାପାଙ୍କ ହତ୍ୟାକାଣ୍ଡକୁ ନେଇ ନୀରବ ରହିଛନ୍ତି । ପୋଲିସ ଉପରେ ଦୋଷ ଲଦୁଛନ୍ତି, ସେହି ପୋଲିସର ତଦନ୍ତ ଉପରେ ପ୍ରଶ୍ନ କାହିଁକି ଉଠାଉ ନାହାନ୍ତି ଦୀପାଳୀ? ନବଙ୍କ ହତ୍ୟା ପଛର କୌଣସି କାରଣ ଏବେ ପର୍ଯ୍ୟନ୍ତ ପଦାକୁ ଆସିନାହିଁ? ବାସ୍ତବ କାରଣ ଜାଣିବାକୁ ଚାହୁଁ ନାହାନ୍ତି କି ଦୀପାଳୀ ଓ ବିଶାଲ? ନା ସେକଥା ଉଠାଇ ରାବଣର ଲଙ୍କାରେ ନିଆଁ ଲଗାଇବାକୁ ଡରୁଛନ୍ତି? ଏହାର ଉତ୍ତର ଦେବେ ତ ଦୀପାଳୀ ଓ ବିଶାଲ ନା ଚୁପ ରହିଯିବେ?
Education
ଦ କୁଇଭର ବ୍ୟୁରୋ :- ଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । ଜାନୁଆରି ୧୫ ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
International,National
ଦ କୁଇଭର ବ୍ୟୁରୋ :- ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସଙ୍ଗମ ନଗରୀ ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାପର୍ବ। ଶୁଭ ସୋମବାରରେ ମହାକୁମ୍ଭର ଶୁଭାରମ୍ଭ। ଏହି ମହାମେଳଣ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ୟାପକ ପ୍ରସ୍ତୁତି। ସାଧୁସନ୍ଥଙ୍କ ବେଦଧ୍ବନିରେ ମୁଖରିତ ଗଗନ ପବନ। ମହାକୁମ୍ଭରେ ସାହି ସ୍ନାନ ପାଇଁ ବିଭିନ୍ନ ଆଖଡ଼ା ପକ୍ଷରୁ ଲକ୍ଷ ଲକ୍ଷ ସାଧୁ ଆସିଥିବା ବେଳେ, ଚର୍ଚ୍ଚାରେ ଅଛନ୍ତି ଭଳି କି ଭଳି ବେଶ ଓ ନାମ ଧାରୀ ବାବା। କାଲି ଅର୍ଥାତ ୧୩ ତାରିଖରୁ ମହାକୁମ୍ଭ ଆରମ୍ଭ ହେଉଥିବା ବେଳେ, ପବିତ୍ର ମକର ସଂକ୍ରାନ୍ତି ୧୪ ତାରିଖରେ ପ୍ରଥମ ଶାହି ସ୍ନାନ। ଗୋଟିଏ ବୁଡ଼ରେ ମୋକ୍ଷପ୍ରାପ୍ତିର ମହାସୁଯୋଗ। ଜନ୍ମ ଜନ୍ମର ପାପ ଧୋଇବାକୁ ପ୍ରସ୍ତୁତ ରହିଛି ପବିତ୍ର ତ୍ରିବେଣୀ ସଂଗମ। ଖାଲି ଏତିକି ନୁହେଁ, ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିଲେ ବି, କୁହାଯାଉଛି ଏଥର ୧୪୪ ବର୍ଷ ପରେ ଆସିଛି ପୁଷ୍ୟା ନକ୍ଷତ୍ରର ବିରଳ ସଂଯୋଗ। ତେଣୁ ଏଭଳି ଶୁଭକ୍ଷଣରେ ଶୁଭସ୍ନାନର ସୌଭାଗ୍ୟ ଲଭିବାକୁ, ଉତ୍ତରପ୍ରଦେଶ ପ୍ରୟାଗରାଜରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ମହାସମାଗମ। ଚଳିତ ମହାକୁମ୍ଭରେ ୧୩ଟି ଆଖଡ଼ାରୁ ୪୦ କୋଟି ସାଧୁସନ୍ଥଙ୍କ ଆଗମନ ଆଶା କରାଯାଉଛି । ମହାକୁମ୍ଭରେ ସାମିଲ ହେବାକୁ ବିଦେଶରୁ ବି ଆସିଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ତେବେ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବିଶ୍ବର ଏହି ସର୍ବବୃହତ ଆଧାତ୍ମିକ ମେଳା ମହାକୁମ୍ଭ ।
Politics,State
ବ୍ରହ୍ମପୁର(ଦ କୁଇଭର): ଟାଟା ପାୱାର ଗ୍ରାହକ ଶୋଷଣ ବା ଲୁଟ ପାଇଁ ନୂଆ ରାସ୍ତା ବାହାର କରିଛି । ଡିଜିଟାଲ ମିଟର ଠିକ ଥିଲେ ମଧ୍ୟ ଖରାପ କରିଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ୨ ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ବିଜୁଳୀ ସମାନ ଜାଳିବେ, ହେଲେ ବିଲ ଦେବେ ଅଧିକ । ଏହାକୁ ଲୋକେ ବିରୋଧ କରୁଛନ୍ତି । ହେଲେ ଟାଟା ପାୱାର କାଳେ ରାଜ୍ୟ ବିଜେପି ସରକାର ସହ ଚୁକ୍ତି କରିଛି ଏହି ଲୁଟ ପାଇଁ । ତେଣୁ ରାଜ୍ୟ ସରକାର ଚୁପ ବସିଛନ୍ତି ଆଉ ଟାଟା ଲୁଟ ଆରମ୍ଭ କରିଛି । ଏପରି ଲୁଟକୁ ସାନଖେମୁଣ୍ଡିରେ ବିରୋଧ କରାଯାଇଛି । ଟାଟା ଅଧିକାରୀ ମାନଙ୍କୁ ଘେରାଉ କରି ରଖାଯାଇଥିଲା । ସେହିପରି ପୂର୍ବରୁ ପୁରୀ ଜିଲ୍ଲା ଗୋପରେ ମଧ୍ୟ ଗୋଡ଼େଇଥିଲେ । ପୁରୀରେ ଟାଟା ଅଧିକାରୀ ମାନଙ୍କୁ ଚପଲରେ ମାଡ଼ ଦେବାକୁ ବି କୁହାଯାଇଥିଲା । ତଥାପୀ ସେମାନେ ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକଙ୍କୁ ଲୁଟିବାକୁ ଲାଗି ପଡ଼ିଛନ୍ତି ।
ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାରଙ୍କ ଭିତ୍ତିଭୂମିକୁ ନେଇ ଟାଟା ପାୱାର ବିଜୁଳୀ କର ଆଦାୟରେ ଲାଗିଛି । ପୂର୍ବରୁ ଥିବା ମିଟରରେ ବିଜୁଳୀ ଚୋରୀ ହେଉଥିବାରୁ ଡିଜିଟାଲ ମିଟର ଲାଗିଲା । ସେହି ମିଟର ବେଶ ଭଲ କାମ କରୁଛି । ପ୍ରାୟତଃ ଚୋରୀର ଅଭିଯୋଗ ନାହିଁ । ଏହାବାଦେ ଟାଟା ପାୱାର ଯଦି ମାସେ କି ଦୁଇମାସ ବିଜୁଳୀ ବିଲ ବାକି ରହିଲା, ବିଜୁଳୀ କାଟି ଦେଉଛନ୍ତି । ସେଥିପାଇଁ ବିଜୁଳୀ ବିଲ ଆଦାୟ ବି ଠିକ ହେଉଛି । ହେଲେ ସେବା ମିଳୁନାହିଁ । ଆଜି ବି ପୂରୁଣା ଭିତ୍ତିଭୂମିରେ ସେବା ଦେଉଛି ଟାଟା । ଯେଉଁଥିରେ ବିଜୁଳୀ ପରିବହନ କ୍ଷତି ବଢ଼ୁଛି ଓ ସେହି କ୍ଷତି ଗ୍ରାହକଙ୍କ ମୁଣ୍ଡରେ ବୋଳୁଛି ।
ସେଥିରେ ମନ ଭରିଲାନି ଟାଟାର । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଲାଗି ପଡ଼ିଲାଣି । ଏହା ହେଲେ ଗ୍ରାହକମାନେ ଲୁଟର ଶୀକାର ହେବେ । ସ୍ମାର୍ଟ ମିଟର ବାବଦରେ ତ ଟଙ୍କା ଦେବେ, ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଜୁଳୀ ବିଲ ଲୁଟ ହୋଇ ପାରିବ । ବିଲ ରିଡର ମାନେ କାରସାଦି କରି ସବୁ ବିଗାଡ଼ି ଦେବେ । ଯାହାକୁ ନେଇ ଏବେ ବିରୋଧ ବଢ଼ିଲାଣି । ଯଦି ଡିଜିଟାଲ ମିଟର ଠିକ ଅଛି, ତେବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ କଲେଣି । ପୂର୍ବରୁ ଡିଜିଟାଲ ମିଟର ଲଗାଇବା ବାବଦକୁ ପ୍ରତିମାସ ୪୦ ଟଙ୍କା ଲେଖାଏ ୬୦ମାସ ନେଇଛନ୍ତି । ଏବେ ସ୍ମାର୍ଟ ମିଟର ମୂଲ୍ୟ ୭ହଜାର ଟଙ୍କା । ଡିଜିଟାଲ ମିଟର ଠିକ ଥିବା ବେଳେ ସ୍ମାର୍ଟ ମିଟର ବାବଦରେ ଗ୍ରାହକଙ୍କ ଉପରେ ୭ହଜାର ଟଙ୍କା ବୋଝ ପକାଇବ । ଏହାଦ୍ୱାରା ଟାଟା ପାୱାର ରାଜ୍ୟରୁ ପ୍ରାୟ ୧୫ଶହ କୋଟି ଟଙ୍କା ଲୁଟିନେବ । ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଲ ଶୋଷଣ ବି ସୁବିଧା ହେବ । ଏକଥାକୁ ନେଇ ଆମ ଆଦମୀ ପାର୍ଟି ତାର ଅଭିଯାନ ଚଳାଇଛି । ଟାଟା ବିରୋଧରେ ଆପର ଏହି ଅଭିଯାନ ଦ୍ୱାରା ଲୋକେ ତାତିଲେଣି । ଟାଟା ସିଧା ସଳଖ ଲୁଟ କରୁଛି । ଏହି ଲୁଟ ପଛରେ ବିଜେପି ସରକାରଙ୍କ ହାତ ଥିବା କୁହାଯାଉଛି । ପ୍ରତିମାସ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ କହି ସରକାରକୁ ଆସିଥିବା ବିଜେପି ମାଗଣା ନଦେଉ ପଛେ ଶୋଷଣ ତ ନକରୁ ବୋଲି ଲୋକେ କହୁଛନ୍ତି । ଦେଖାଯାଉ ବିଜେପି ସରକାର ଟାଟାକୁ ନିୟନ୍ତ୍ରଣ କରୁଛି ନା ଲୋକେ ଟାଟା ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି?
State,Politics
ଭୁବନେଶ୍ୱର(ଦ କୁଇଭର): ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ନେଇ ନାନା କଥା କହୁଛନ୍ତି ବିଜେପି ନେତାମାନେ । ନିର୍ବାଚନ ପୂର୍ବରୁ ଆରମ୍ଭ କରି ଏଯାଏ ପ୍ରତି କଥାରେ ପାଣ୍ଡିଆନଙ୍କୁ ଟାଣି ଗାରୁ ଗାରୁ ହେଉଛନ୍ତି । ପାଣ୍ଡିଆନ ଅମୁକ କଲେ, ସମୁକ କଲେ ବୋଲି କହୁଛନ୍ତି । ପାଣ୍ଡିଆନଙ୍କ ନାମରେ କାଳେ ଗଦା ଗଦା ଦୁର୍ନୀତି ଅଛି, ସେ ସବୁ ଲୁଟ କରିଦେଇଛନ୍ତି । ଏମିତି କେତେ କ’ଣ କହୁଛନ୍ତି । ଯଦି ଏତେ କ୍ଷତି କରିଛନ୍ତି ପାଣ୍ଡିଆନ, ମୋହନ ସରକାର ୭ମାସ ମଧ୍ୟରେ ଗୋଟିଏ ବି ଫାଇଲ ଖୋଲି ପାରିଲେ ନାହିଁ । ଯଦି ନିର୍ବାଚନ ପୂର୍ବରୁ ଓ ପରେ ବିଜେପିର ନେତାମାନେ ଗଦା ଗଦା ଅଭିଯୋଗ ଆଣୁଛନ୍ତି, ଏଯାଏ ଗୋଟିଏ ବି ଅଭିଯୋଗରେ ପାଣ୍ଡିଆନଙ୍କୁ ନୋଟିସ ଟିଏ ବି କରିପାରିଲେ ନାହିଁ । ଏହା ମୋହନ ସରକାରଙ୍କ ଅପାରଗତା ନା ମୋହନଙ୍କୁ କିଏ ଅଟକାଉଛି? ଯଦି ଏହା ଭୂଲ, ତେବେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ପାଉନି କି ମୋହନ ସରକାର ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନ ଅଫିସର ବେଳରୁ କାଳେ ଦୁର୍ନୀତି କରୁଥିଲେ । କ୍ଷମତାର ଦୂରୁପଯୋଗ କରି ହେଲିକ୍ୟାପ୍ଟରରେ ବୁଲୁଥିଲେ । ପରେ ଚାକିରୀ ଛାଡ଼ି ୫ଟିର ଅଧ୍ୟକ୍ଷ ହେବା ପରେ ବି ସେମିତି ବୁଲିଲେ । ସେଭଳି ବିଭାଗ ସରକାରଙ୍କର ନଥିବା ବେଳେ ସରକାରୀ ଅର୍ଥ ଶ୍ରାଦ୍ଧ କରିଥିଲେ । ସେତିକିରେ ରହିନଥିଲା ତାଙ୍କ କାରନାମା । ସେ କାଳେ ଅନେକ ଦୁର୍ନୀତି କରିଥିଲେ । ୫ଟିରେ ଟଙ୍କା ବଣ୍ଟାରେ ଦୁର୍ନୀତି କଥା ବି ଉଠାଇଥିଲେ ବିରୋଧୀ । ଖଣି ଖାଦାନରୁ ଲୁଟ କରିଥିଲେ । ଅଣଓଡ଼ିଆ ଠିକାଦାର ମାନଙ୍କୁ ଡାକି କମିଶନ ବଳରେ କାମ ଦେଉଥିବା ବି ଅଭିଯୋଗ ଥିଲା । ଏମିତି ଗଦା ଗଦା ଅଭିଯୋଗ ଆସିଥିଲା । ବିଜେଡିର ପାଣ୍ଠି ବି କାଳେ ସେ ପରିଚାଳନା କରୁଥିଲେ ।
ବିଜେପି ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ଆଜି ବି ବିଜେପି କହୁଛି । ଏପରିକି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଥିବା ନେଇ ବିଜେପିର ଅନେକ ନେତା କହିଲେ । ଏହାର ତଦନ୍ତ କରିବାକୁ ବି କହିଥିଲେ ବିଜେପି ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ କେତେ ଯେ ଅଭିଯୋଗ ଆଣିଥଲେ ନିର୍ବାଚନ ପୂର୍ବରୁ ତାହା ସମସ୍ତେ ଶୁଣି ଅବାକ ହୋଇଥିଲେ । ଏବେ ବି ପାଣ୍ଡିଆନ ପାଣ୍ଡିଆନ ଭଜି ହେଉଛି ବିଜେପି । ନାନା ଦୁର୍ନୀତିର ଅଭିଯୋଗ ଆଣୁଛି । ହେଲେ ସରକାର ୭ମାସ ମଧ୍ୟରେ ଗୋଟେ ହେଲେ ଅଭିଯୋଗର ପ୍ରମାଣ ପାଇ ପାରିଲା ନାହିଁ କେମିତି? ପାଣ୍ଡିଆନଙ୍କ ବିରୋଧରେ ଏତେ ଅଭିଯୋଗର ତଦନ୍ତ କରୁନାହିଁ କାହିଁକି ମୋହନ ସରକାର । କାହିଁକି ତାଙ୍କୁ ଆଇନ ପରିସରକୁ ଟାଣିନାହାନ୍ତି ସରକାର? ଏମିତି ଅନେକ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ମୋହନଙ୍କ ଆଡ଼କୁ ଉଠିଲାଣି ।
ପର୍ଯ୍ୟାପ୍ତ ଅଭିଯୋଗ ସତ୍ତ୍ୱେ ସରକାର ୭ମାସ ଧରି ନୀରବ ରହିବା ପଛରେ କାଳେ ତାଙ୍କରି ଦଳର ନେତାଙ୍କ ଚାପ ରହିଥିବା କୁହାଯାଉଛି । ପାଣ୍ଡିଆନଙ୍କ ସହ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କର ଭଲ ସମ୍ପର୍କ ରହିଛି । ଏହାବ୍ୟତୀତ ପ୍ରଭାକରନଙ୍କ କମ୍ପାନୀକୁ ପାଣ୍ଡିଆନଙ୍କ ସମୟରେ ଖଣି ଲୁଟର କାଳେ ଖୋଲା ଅନୁମତି ମିଳିଥିଲା । ପ୍ରଭାକରନ କମ୍ପାନୀରେ ଅଶ୍ୱିନୀ ଜଣେ ସହଯୋଗୀ ଥିଲେ । ପ୍ରକାକରନ ଜୟ ଶଙ୍କ ସହ ମିଶି ବ୍ୟବସାୟ କରୁଥିବା ଚର୍ଚ୍ଚା ବି ହୁଏ । ତେଣୁ ପ୍ରଭାକରନଙ୍କ ମାଧ୍ୟମରେ ପାଣ୍ଡିଆନଙ୍କୁ ବିଜେପିର ସୁରକ୍ଷା ମିଳିଛି । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଣ୍ଡିଆନଙ୍କର କାଳେ ଭିତିରି ସମ୍ପର୍କ ରହିଛି । ବିଜେଡି ସରକାର ସମୟରେ ଧର୍ମେନ୍ଦ୍ର ଓ ତାଙ୍କ ସମର୍ଥକ ମାନଙ୍କୁ ପାଣ୍ଡିଆନ ଅନେକ ସହାୟତା ଦେଇଥିଲେ । ତେଣୁ ତାହାର ଉପକାର ସ୍ୱରୂପ ପାଣ୍ଡିଆନଙ୍କୁ ସୁରକ୍ଷା ମିଳୁଛି ।
ଏକଥା ଲୋକେ କାଳେ ଧରିବେ, ତେଣୁ ବିଜେପିର ରାଜ୍ୟ ସଂଗଠନ ନେତାମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି । ତାଙ୍କ ନାମରେ ଅନେକ ଅଭିଯୋଗ ଆଣୁଛନ୍ତି । ଯଦି ଅଭିଯୋଗ ଅଛି, ମୁଖ୍ୟମନ୍ତ୍ରୀଙ୍କୁ କହି ତଦନ୍ତ କରାଅ ବୋଲି ବିଜେଡି ସମର୍ଥକମାନେ ଆହ୍ୱାନ ଦେଲେଣି । ଯଦି ସରକାର ପଦକ୍ଷେପ ନେଉ ନାହାନ୍ତି, ତେବେ ସରକାରୀ ଦଳ ପାଣ୍ଡିଆନଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ନହେଲେ ପାଣ୍ଡିଆନଙ୍କ ବିରୋଧରେ କିଛି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ ହେଉଛି । ଦେଖାଯାଉ ପାଣ୍ଡିଆନଙ୍କୁ ନେଇ ବିଜେପିର ମୋହନ ସରକାର କିଛି ପଦକ୍ଷେପ ନେଉଛନ୍ତି ନା ଏମିତି ପ୍ରହସନ କରୁଛନ୍ତି?
State,Education
ଦ କୁଇଭର ବ୍ୟୁରୋ :-:ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା । ଦିନକୁ ଦିନ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ଆତ୍ମହତ୍ୟାରେ ଯେତିକି ଜୀବନ ଯାଉନି ତାଠୁ ବେଶୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଆମ ସମାଜ ଉପରେ ସାମାଜିକ, ଭାବନାତ୍ମକ ଓ ଅର୍ଥନୈତିକ ପ୍ରଭାବ ପକାଉଛି । ବୟସ୍କଙ୍କ ତୁଳନାରେ କିଶୋର କିଶୋରୀଙ୍କ ଆତ୍ମହତ୍ୟା ହାର ବେଶୀ । ଅଧିକାଂଶ ଟିନ ଏଜ୍ ବା ୧୩ ରୁ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ମଧ୍ୟରେ ପୁଅଙ୍କ ଠାରୁ ଝିଅଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ।
ଆତ୍ମହତ୍ୟା ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କିଏ ବେକରେ ରଶି ଦେଇ ? କିଏ ଅସ୍ତ୍ରଶସ୍ତ୍ର ଦ୍ୱାରା ନିଜକୁ ଆଘାତ ଦଉଛି ତ ଆଉ କିଏ ଛାତରୁ ଡେଇଁ ପଡ଼ି କିମ୍ବା ରେଳଧାରଣାରେ ଶୋଇ ନିଜ ଜୀବନ ହାରୁଛି । ଏହାର କାରଣକୁ ନେଇ ଭିନ୍ନ ମତ ଆସୁଛି କିନ୍ତୁ ସାମାଜିକ, ପାରିବାରିକ ସମସ୍ୟା ଅଧିକ ।
ଏକାକୀପଣ ଏହାର ପ୍ରଥମ ସମସ୍ୟା । ଆଗରୁ ସମସ୍ତେ ଯୌଥ ପରିବାରରେ ମିଳିମିଶି ରହୁଥିଲେ ତେଣୁ ପିଲାମାନେ ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇ ପାରୁଥିଲେ କିନ୍ତୁ ଆଜିକାଲି ଏକକ ପରିବାରକୁ ସମସ୍ତେ ଆପଣେଇ ନେଲେଣି ଯେଉଁଥିରେ କେବଳ ବାପା,ମାଆ ଓ ଛୁଆ ରହୁଛନ୍ତି । ବାପା ମାଆ ମଧ୍ୟ ନିଜ ବୃତ୍ତିକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ଛୁଆ ପାଇଁ ବି ସେମାନଙ୍କ ପାଖେ ସମୟ ନାହିଁ । ପିଲାର ସବୁ ଆବଶ୍ୟକତାକୁ ପୂରଣ ତ କରିଦେଉଛନ୍ତି କିନ୍ତୁ ବାପା ମାଆଙ୍କ ସ୍ନେହ ପିଲାମାନେ ପାଇପାରୁ ନାହାଁନ୍ତି । କାହାର ସ୍ନେହ ନପାଇ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଯେଉଁଥିପାଇଁ ସେମାନଙ୍କ ମନରେ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ଆସୁଛି ଆଉ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।
ଦ୍ୱିତୀୟତଃ ଏକାଡେମିକ ବିଫଳତା । ଆଜିକାଲି ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଅନଲାଇନ କ୍ଲାସ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀ ଠିକ ଭାବେ ପାଠ ବୁଝିପାରୁ ନାହାଁନ୍ତି କି କ୍ଲାସ ବି ଠିକ ସେ କରୁ ନାହାଁନ୍ତି ଯେଉଁଥିପାଇଁ ସେମାନଙ୍କର ପାଠ ପ୍ରତି ଆଗ୍ରହ ଧିରେ ଧିରେ କମିଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ କରିବା ବାହାନାରେ ଗେମ୍ ଖେଳୁଛନ୍ତି, ମୁଭି ଦେଖୁଛନ୍ତି ଏବଂ ସୋସିଆଲ ମିଡିଆରେ ଲିପ୍ତ ରହି ସମୟ ନଷ୍ଟ କରୁଛନ୍ତି । ପାଠପଢ଼ାରେ ଅନିୟମିତତା ଯୋଗୁଁ ପରୀକ୍ଷାରେ କମ ନମ୍ବର ଆଣୁଛନ୍ତି ଆଉ ସେଥିପାଇଁ ଉଦାସରେ ରହି ମାନସିକ ଚାପ ପାଇ ଶେଷରେ ଆତ୍ମହତ୍ୟା କରୁଛନ୍ତି ।
ତୃତୀୟତଃ ଅପବ୍ୟବହାର । ପିତାମାତାଙ୍କ ନକରାତ୍ମକ ବ୍ୟବହାର ଏବଂ ଅସଦାଚରଣ ପାଇଁ ପିଲାଙ୍କ ସହିତ ସେମାନଙ୍କର ଉଚ୍ଚ ବିବାଦ, ନିମ୍ନ ଘନିଷ୍ଠତା ସୃଷ୍ଟି ହେଉଛି । ସାଙ୍ଗସାଥୀ କିମ୍ବା ଅନ୍ୟ କୈାଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ଅପବ୍ୟବହାର ପାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଦୁରେଇ ରହୁଛନ୍ତି । ଫଳରେ ମାନସିକ ଆଘାତ ପାଇ ନିଜକୁ ଏକାକୀ ରଖୁଛନ୍ତି । ଏକାକୀପଣ କାରଣରୁ ସେମାନଙ୍କ ମନକୁ ଅନେକ ଭୁଲ ଚିନ୍ତାଧାରା ଆସିଥାଏ ଏବଂ ଶେଷରେ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି ।
ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ । ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଖରାପ ସାଙ୍ଗମାନଙ୍କ ସହ ମିଶି ନିଶାସକ୍ତ ଅବସ୍ଥାରେ ଅନେକ ଅସାମାଜିକ, ଅପରାଧମୂଳକ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଲୋକନିନ୍ଦା ଓ ସାମାଜିକ ଗଣମାଧ୍ୟମରୁ ନିଜକୁ ବଞ୍ଚାଇବା ପାଇଁ ଅନେକେ ଆତ୍ମହତ୍ୟା କରୁଛନ୍ତି ।
ଯେତେବେଳେ କୈାଣସି ସମସ୍ୟା ପାଇଁ ସେମାନେ ଚାରିଆଡ଼ୁ ନିରାଶ ହୋଇଯାନ୍ତି ମାନସିକ ଚାପରେ ରହି ଆତ୍ମହତ୍ୟାକୁ ହିଁ ଶେଷ ସମାଧାନ ଭାବେ ବାଛି ନିଅନ୍ତି ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି, ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ କାହାର ଜୀବନ ଚାଲିଯାଏ । ତେବେ କାହିଁକି ଏଭଳି ଚିନ୍ତାଧାରା ପିଲାଙ୍କ ମନକୁ ଆସୁଛି ? ପାଠ ପଢ଼ି ନିଜ କ୍ୟାରିଅର ଗଢ଼ିବା ବୟସରେ ସେମାନେ ନିଜ ଜୀବନ ହିଁ ହାରି ଦେଉଛନ୍ତି । ଅତ୍ୟଧିକ ବାହ୍ୟଜ୍ଞାନ ଉପରେ ଧ୍ୟାନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉନି ତ ? ନା ବାପାମାଆଙ୍କ ଅବହେଳା ପାଇଁ ଏପରି ହେଉଛି ।