Banner Ad

ଜଗାଙ୍କ ପଛରେ ଜୟ

ଜଗାଙ୍କ ପଛରେ ଜୟ
Published by : Jyotshna Kumari
#State
Jul 6, 2025, 8:28 PM

ଦ କୁଇଭର ବ୍ୟୁରୋ:- : ବିଧାୟକ ଜୟନାରାୟଣ ମିଶ୍ର କହିଲେ ମୋହନ ଦୁର୍ବଳ । ସିଧା ନୁହେଁ, କିନ୍ତୁ ଏମିତି କଥା କହିଲେ ଯେ, ମୋହନ ସରକାରକୁ ଚାପୁଡ଼ା ମାରିଲା ଭଳି ହୋଇଛି । ମୋହନ ସରକାରଙ୍କ ନିଷ୍ପତି ଅନୁସାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କଲା ପୋଲିସ । ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବେ ଜେଲରେ । ଜଗାଙ୍କ ଜେଲ ଯିବାକୁ ସିଧା ବିରୋଧ କଲେଣି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ । କହିଲେଣି ଏହା ଠିକ ନୁହେଁ । ଜଗାଙ୍କ ନାଁରେ ଏତଲା ଥିଲା କି ? ଯଦି ଏତଲାରେ ତାଙ୍କ ନାଁ ନାହିଁ, କୌଣସି ପ୍ରମାଣ ବି ମିଳିନାହିଁ, ତାହାଲେ ତାଙ୍କୁ କାହିଁକି ଗିରଫ କରାଗଲା । ଏହା ଦେଖାଉଛି ସରକାରଙ୍କ ଦୁର୍ବଳତା । କେବଳ ସେତିକି ନୁହେଁ, OAS ଅଫିସର ମାନଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନଇଁଥିବା ମୋହନଙ୍କୁ ମଧ୍ୟ ସେ କଡ଼ା କଥା କହିଛନ୍ତି ।


OAS ଅଫିସର ମାନେ ଆନ୍ଦୋଳନ କଲେ ହେଲେ କେବେ ତର୍ଜମା ହେଲାକି OAS ମାନଙ୍କର ସେ ଅଧିକାର ଅଛି କି ନାହିଁ ? କୋର୍ଟ ନିର୍ଦେଶକୁ ଉଲ୍ଲଙ୍ଘନ କରି OAS ମାନେ ଆନ୍ଦୋଳନ କରିଥିଲେ । ସେ ଆନ୍ଦୋଳନରେ ମୁଣ୍ଡ ନଇଁ ଏତଲାରେ ନା ନଥିବା ଜଗାଙ୍କୁ ଗିରଫ କଲା ପୋଲିସ । ପୋଲିସ ଯଦି ଏତେ ଦମ ଦେଖାଉଛି, ତାହେଲେ ହତ୍ୟା ଅଭିଯୁକ୍ତ ବା ବିଭିନ୍ନ ମାରାତ୍ମକ ଅପରାଧରେ ଛନ୍ଦି ହୋଇଥିବା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁଙ୍କ କ୍ଷେତ୍ରରେ ପୋଲିସ ଲାଙ୍ଗୁଡ଼ ଯାକିଥିଲା କାହିଁକି ? ଏତିକି କହି ଅଫିସରମାନଙ୍କ ଉପରେ କଡ଼ା ପାହାର କରିଛନ୍ତି ଜୟନାରାୟଣ ।


ସେ କହିଛନ୍ତି, ଅଫିସରମାନଙ୍କୁ ବାସ୍ତବରେ ବିଜେଡିର ହ୍ୟାଙ୍ଗଓଭର ଛାଡି ନାହିଁ । ଆଉ ଯେଉଁ ଅଫିସର ମାନେ ଲୋକଙ୍କ କାମ କରିବେ ନାହିଁ, ରାଜନୀତି ପାଇଁ ଆଗେଇବେ, ସେହି ଅଫିସର ମାନେ ଜନ ଆକ୍ରୋଶର ଶିକାର ହେବେ । ଏହାର ଅର୍ଥ ନୁହେଁ, ସେ ଅଞ୍ଚଳର ଜନ ପ୍ରତିନିଧି ବା ଜନତାଙ୍କର ଦୁଃଖ ସୁଖ ବୁଝୁ ଥୁବା ଲୋକଙ୍କୁ ପୋଲିସ ଗିରଫ କରିବ । ଏଭଳି କିଛି କଥା କହି ସେ ଜଗା ପ୍ରଧାନଙ୍କ ସପକ୍ଷରେ କେବଳ ଛିଡା ହୋଇନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ବି ଆଙ୍ଗୁଳି ଦେଖାଇଛନ୍ତି । ଦେଖାଇଛନ୍ତି ମୋହନଙ୍କ ପଦକ୍ଷେପ ଠିକ ନୁହେଁ ।


ମୋହନଙ୍କ ବିରୁଦ୍ଧରେ ବିଜେପିର ବରିଷ୍ଠ ବିଧାୟକଙ୍କ ଏଭଳି ଆଭିମୁଖ୍ୟ ସ୍ପଷ୍ଟ କରୁଛି ସରକାରର ସ୍ଥିତି କିଛି ଭିନ୍ନ । ସେ ଯାହା ହେଉ ଆମେ ସେ ଦିଗକୁ ଯାଉନାହୁଁ । ଜଗା ପ୍ରଧାନଙ୍କ ସପକ୍ଷରେ ଜୟନାରାୟଣ ମିଶ୍ରଙ୍କର ମନ୍ତବ୍ୟ ଏବଂ ଅଫିସରମାନଙ୍କୁ ଚେତାବନୀ ବି ଅଫିସରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କଲାଣି । ସରକାର ଯଦି ଦୁର୍ନୀତି ଖୋର OAS ଅଫିସର ମାନଙ୍କ ବିରୁଦ୍ଧରେ ଲାଗିବା ଆରମ୍ଭ କରିବେ, ତାହେଲେ ସଂଘ ଛାରଖାର ହୋଇଯିବ । ମୁହଁ ଲୁଚାଇବାକୁ ଜଗା ପାଇବେନି ଦୁର୍ନୀତି ଖୋର ଅଫିସର ମାନେ । ଦେଖାଯାଉ ଜୟନାରାୟଣ କେବଳ ଜଗାଙ୍କ ସପକ୍ଷରେ କହୁଛନ୍ତି ନା ନିଜ ଓକିଲାତି ପଇଁତରାରେ ଜଗନ୍ନାଥଙ୍କୁ ବାହାରକୁ ଆଣି ଅଫିସରଙ୍କ ଫନ୍ଦି ଫିକରକୁ ବନ୍ଦ କରୁଛନ୍ତି ?



Leave a Comment

Comments

No comments yet.

Best Biofloc Fish Farming

ad
Read more

State

୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଭାରତର ସମସ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ,ତାଲୁକ କୋର୍ଟଗୁଡିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମକୁ ସଫଳ ରୂପେ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ରିଜିଓନାଲ ଜୁଡ଼ିସିଆଲ ଏକାଡେମୀର ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି l


'ଦେଶ ପାଇଁ ମଧ୍ୟସ୍ଥତା ' ଅଭିଯାନ ୧ ଜୁଲାଇ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା, ଯେଉଁଥିରେ କି ଉଭୟ ପକ୍ଷ ମଧ୍ୟସ୍ଥଙ୍କ ସହାୟତାରେ ସେମାନଙ୍କର ବିବାଦକୁ କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟରେ ସମାଧାନ କରିପାରିବେ । ମଧ୍ୟସ୍ଥତାଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି l


ଏହି ମଧ୍ୟସ୍ଥତା ଅଭିଯାନରେ ବୈବାହିକ ବିବାଦ ମାମଲା,ଦୁର୍ଘଟଣା ଦାବି ମାମଲା,ଘରୋଇ ହିଂସା ମାମଲା, ଚେକ୍ ବାଉନ୍ସ ମାମଲା, ବାଣିଜ୍ୟିକ ବିବାଦ ମାମଲା,ଫୌଜଦାରୀ ମାମଲା,ଗ୍ରାହକ ବିବାଦ ମାମଲା, ଋଣ ଆଦାୟ ମାମଲା,ବହିଷ୍କାର ମାମଲା,ଜମି ଅଧିଗ୍ରହଣ ମାମଲା,ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଗୁଡିକର ସମାଧାନ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନେକ ମଧ୍ୟସ୍ଥ ଉପସ୍ଥିତ ରହିଥିଲେ l ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷା ଉପସ୍ଥିତ ମଧ୍ୟସ୍ଥ ମାନଙ୍କୁ କିପରି ଅଧିକରୁ ଅଧିକ ମାମଲା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିବ, ସେ ଉପରେ ଆଲୋଚନା କରିଥିଲେ l

State

୬୪ ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ "ସାହାନି କପ୍- ୨୦୨୫" ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୧୬/୦୭/୨୦୨୫ ରୁ ୨୩/୦୭/୨୦୨୫ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ରେ ପ୍ରତିଷ୍ଠିତ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ "ସାହାନି କପ୍- ୨୦୨୫" ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୪.୦୦ ଟାରେ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଗ୍ରୁପ ଯଥା ଗ୍ରୁପ A ଏବଂ ଗ୍ରୁପ B ଭାବରେ ବିଭକ୍ତ କରାଯାଇଛି l ଗ୍ରୁପ A ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଥିବାବେଳେ ଗ୍ରୁପ B ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଛନ୍ତି l ସେହିପରି ୧୬ ଜୁଲାଇ ରୁ ଆରମ୍ଭ ହୋଈ ୨୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ରେ ପ୍ରତ୍ୟେକ ଦିନ ଦୁଇଟି ଜିଲ୍ଲା ମଧ୍ୟରେ ଖେଳ ଖେଳାଯିବ ଏବଂ ୨୩ ଜୁଲାଇ ଦିନ ଫାଇନାଲ ଫଳାଫଳ ଘୋଷଣା ହେବା ସହ ବିଜେତା ଟିମ ଙ୍କୁ ପୁରସ୍କୃତ କରାଯିବ l ଏ ତମାମ ବିଷୟରେ ଆଲୋଚନା ହେବା ସହ ଆଜିର ବୈଠକରେ ଟୁର୍ନାମେଣ୍ଟ ର ଜେନେରାଲ ସେକ୍ରେଟାରୀ j କାମେଶ୍ୱର ରାଓ, ତାରିଣୀ ସାମନ୍ତରାୟ,କେଦାରନାଥ ଚୌଧୁରୀ, ଦୁର୍ଗା ପଟ୍ଟନାୟକ, D ବାବୁ ରାଓ, ପ୍ରମୋଦ ମହାରଣା, ଆସିଷ୍ଟାଣ୍ଟ ସେକ୍ରେଟାରୀ ଫୁଟବଲ G ମନ୍ମଥ ବାବୁ, D ଆପା ରାଓ,j ବାପି ପାତ୍ର, ମେଚ କମିଶନର ସୁଜିତ କୁମାର ପାତ୍ର,ଡମ୍ବୁରୁଧର ଗନ୍ତାୟତ ଏବଂ ରାଜେନ୍ଦ୍ର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହିଥିଲେ l

Politics,State

ଆନ୍ଦୋଳନ ବେଳେ ବିଜେଡିର ବଡ ନେତା ଆହତ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି । ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।

State,Education,Health & lifestyle

ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।

State,Politics

ଏସ୍ପି ଙ୍କୁ ଫସାଇଲେ ନନା

Blog Thumbnail

ବାଲେଶ୍ୱର( ଦ କୁଇଭର ) :- ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘଟଣା ଦିନକୁ ଦିନ ଜଟିଳ ହେଉଛି । ଯାହା ଉପରକୁ ଦୋଷ ଯାଉଛି ସେ ଦୋଷ ଖସେଇ ଦେଉଛି ଅନ୍ୟ ମୁଣ୍ଡକୁ । ଏବେ ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀ ଓରଫ ନନା, ବାଲେଶ୍ୱର ଏସପିଙ୍କୁ ଟାଣି ଆଣିଛନ୍ତି ବିବାଦକୁ । ବିଜେଡ଼ି ଯେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ଦଲଦଲ ଭିତରକୁ ଟାଣି ଥିଲା, ସେତେବେଳେ ନନା ନିଜ ଉପରୁ ଦୋଷ ଖସେଇ ଦେଇଛନ୍ତି ଏସପିଙ୍କ ଉପରକୁ । ଏବେ ଏସପି ଆସିଲେଣି ବିବାଦକୁ ।


ଘଟଣା ହେଉଛି ଛାତ୍ରୀ ଜଣଙ୍କ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ସମ୍ପର୍କରେ ପ୍ରତାପ ଷଡ଼ଙ୍ଗୀକୁ ଜଣାଇଥିଲେ । ପ୍ରତାପ ଷଡ଼ଙ୍ଗୀ ନିରବ ରହିଲେ ବୋଲି ବିଜେଡ଼ି ଅଭିଯୋଗ କରିଛି । ଫଳରେ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ନନାଙ୍କୁ ଦାୟିତ୍ୱହୀନ ବୋଲି ବିଜେଡ଼ି କହିବା ପରେ ନନା ପୁରା ରାଗିପାଚି ଲାଲ । ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି । ଯଦି କାହାର ଦମ ଅଛି ମୋ ସାଙ୍ଗରେ ତର୍କ କର । ମୁଁ ଦୁଃଖ ପ୍ରକାଶ କରୁଛି ଛାତ୍ରୀଙ୍କ ଅବସ୍ଥା ପାଇଁ । କିନ୍ତୁ ମୁଁ ଦାୟିତ୍ୱହୀନ କାମ କରିନାହିଁ । କୌଣସି ଅଭିଯୋଗ ପାଇଲା ପରେ ଏମପି ଓ ବିଧାୟକ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ । ସେଥିପାଇଁ ପୋଲିସ ଅଛି, ବ୍ୟବସ୍ଥା ଅଛି । ଏମପି ଓ ବିଧାୟକ ମାନେ ପୋଲିସକୁ କହିବେ, ସେଥିପାଇଁ ମୁଁ ବାଲେଶ୍ୱର ଏସପିଙ୍କୁ ଏହାଉପରେ ପଦକ୍ଷେପ ନେବାକୁ କହିଥିଲି । ଏତିକି କହିଦେଇ ନନା ସିଧା ସଳଖ ବାଲେଶ୍ୱର ଏସପିଙ୍କୁ ବିବାଦୀୟ କରିଦେଇଛନ୍ତି ।


ଯଦି ଏମପି ଏସପିଙ୍କୁ ଜଣାଇଥିଲେ ଏହି ପ୍ରସଙ୍ଗରେ, ତାହେଲେ ଏସପି କାହିଁକି ନିରବ ଥିଲେ ? କାହିଁକି ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ କରିନଥିଲେ ? କାହିଁକି ପୋଲିସ ଆକ୍ସନ ନେଇନଥିଲା ? ଏହି ପ୍ରସଙ୍ଗ ପାଇଁ ଏସପିଙ୍କୁ କାହିଁକି ନିଲମ୍ବନ କରା ନ ଯିବ ? ସେ ପ୍ରଶ୍ନ ଏବେ ଉଠିଲାଣି । ଦେଖାଯାଉ ସରକାର ଏମପିଙ୍କ କଥା ଅନୁସାରେ ଏସପିଙ୍କୁ ଦଣ୍ଡ ଦେଉଛନ୍ତି ନା ନନାଙ୍କ କଥାକୁ ବେଖାତିର କରି ଘଟଣା ଉପରେ ପରଦା ପକାଇ ଦେଉଛନ୍ତି ?



State

ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍‌ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଘଟଣା ନେଇ ଏସୋସିଏସନ୍‌ର କର୍ମକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା। ବିଭିନ୍ନ ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଭାପତି କୃଷ୍ଣଚନ୍ଦ୍ର ପାଳ, ସମ୍ପାଦକ ସଂଜୟ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ ,ରାଜେଶ ସାହୁ, ପଦ୍ମ ଚରଣ ଦାସ, ବାଳକୃଷ୍ଣ ସାହୁ, ଜଟ ସାହୁ, ସୁରେଶ ବେହେରା, ହୃଷିକେଶ ପଣ୍ଡା, ଗୋପାଳକୃଷ୍ଣ ରେଡୀ, ଭି.କେ ବିଶାରଦ, ମାନସ ରଜନ ପଟନାୟକ, ରାକେଶ ପାତ୍ର, ଅଜୟ କୁମାର ସ୍ବାଇଁ, କୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତା ଉପସ୍ଥିତ ଥିଲେ ।

State

ଓମଫେଡ୍ କର୍ମଚାରୀଙ୍କ ଧର୍ମଘଟ

Blog Thumbnail

କୁକୁଡାଖଣ୍ଡି( ଦ କୁଇଭର ):- ଆଜି ସାରା ଓମଫେଡ୍ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ଓମଫେଡ୍ ଡେରି ରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି ,ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ଓମଫେଡ୍ ସଭାପତି ଦାଶରଥି ସେଠି କହିଛନ୍ତି । ଦୀର୍ଘ ୨୫ ବର୍ଷ ହେଲାଣି କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ କୌଶଳ ଦକ୍ଷତାରେ ଓମଫେଡ୍ ଡେରିରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ହୋଇନି ସ୍ଥାୟୀ ନିଯୁକ୍ତି, ଅଣକୁଶଳୀ ଶ୍ରମିକଙ୍କ ପରି ମଜୁରୀ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । ସରକାର ଘୋଷଣା କରିଥିବା ସର୍ବନିମ୍ନ ମଜୁରୀ ପ୍ରଦାନ କରୁନି ଓମଫେଡ୍ ବୋଲି କହିଛନ୍ତି କର୍ମଚାରୀ ମାନେ । ସାରା ଓଡ଼ିଶାରେ ପ୍ରାୟ ୨୦୦ ରୁ ଅଧିକ ନିଯୁକ୍ତି ଓମଫେଡ୍ ରେ ଖାଲି ଅଛି କିନ୍ତୁ ତାହା ପୂରଣ ହେଉନି । ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁଯାଇ ତାଙ୍କୁ ସ୍ଥାୟୀ ନିଯୁକ୍ତିରେ ସାମିଲ କରି ଖାଲି ପଦବୀକୁ ପୂରଣ କରାଗଲେ କିଛି କର୍ମଚାରୀ ଉପକୃତ ହୋଇପାରିବେ । ବାରମ୍ବାର କାର୍ଯ୍ୟ ବନ୍ଦ କରି ଦାବି କରିଆସୁଛନ୍ତି କର୍ମଚାରୀ କିନ୍ତୁ ଫଳ ଶୂନ l ତେଣୁ ଆଜିଠୁ ସାରା ଓଡିଶାରେ ଓମଫେଡ କର୍ମଚାରୀ ସଂଘ ନିଜର ଦାବି ଜଣାଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଥିବା ବେଳେ ଆଙ୍କୁଶପୁର ଓମଫେଡ ଅଫିସ ଆଗର ଧର୍ମଘଟ କରିଥିଲେ କର୍ମଚାରୀ l ଏ ଅବସରରେ ସମ୍ପାଦକ ସତୀଶ ମିଶ୍ର, କୋଷାଧକ୍ଷ କାଁହୁ ମହାରଣା, ଉପସଭାପତି ସନ୍ତୋଷ ପାଣିଗ୍ରାହୀ, ସହ ସମ୍ପାଦକ ଗୁରୁ ନାଥ ରାଉଳ ସମେତ ଅରୁଣ ସାହୁ, ନିଲୁ ସେଠି, ହେମନ୍ତ ମହାରଣା, ବବିତା ଗୌଡ଼, ନାଗଭୂଷଣ ଶତପଥି ସମେତ ବହୁ କାର୍ଯ୍ୟକାରୀ ସଭ୍ୟ ମାନେ ଉପସ୍ଥିତ ଥିଲେ l

State

ଫେରାର ମାନସ ଚେନ୍ନାଇରୁ ଗିରଫ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗାଁରେ ଗତ ୬ ତାରିଖ ରାତିରେ ଦିଲୀପ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଗାଁର ପୀତବାସ ସାହୁଙ୍କୁ ପୁଲିସ ଗିରଫ କରିଥିବାବେଳେ ମଙ୍ଗଳବାର ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସିଙ୍ଗାବାଡ଼ି ଗାଁର ମାନସ ଓରଫ କାମନା ଗୌଡ଼ଙ୍କୁ ଚେନ୍ନାଇରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡ଼ା ଓ ଗୋଟିଏ ମୋବାଇଲ୍ ଜବତ କରିଛି।


ସୂଚନାଯୋଗ୍ୟ ମୃତ ଦିଲୀପ ପାତ୍ର ସିଙ୍ଗାବାଡି ଗ୍ରାମରେ ହାର୍ଡୱାର୍ ବ୍ୟବସାୟ କରୁଥିବା ବେଳେ ଏକାକୀ ରହି ଆସୁଥିଲେ | ଗତ କିଛି ଦିନ ପୂର୍ବେ କନିଷି ହାଟରେ ଦିଲୀପଙ୍କ ବାଇକ୍ ସହ ପୀତବାସଙ୍କ ବାଇକ୍ ଧକ୍କା ହୋଇଥିଲା। ଏଥର ପୀତବାସଙ୍କ ଗାଡି ଭାଙ୍ଗି ଯିବା ସହ ଆଘାତ ଲାଗିଥିଲା I ପୀତବାସ କ୍ଷତି ପୂରଣ ଦାବି କରିଥିବା ବେଳେ ଦିଲୀପ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମଯରେ ପୀତବାସ କ୍ଷତି ପୂରଣ ମାଗିବାରୁ ଦିଲୀପ କୁଆଡେ ମନା କରିବାରୁ ଏଭଳି କାଣ୍ଡ ଘଟି ଥିବା ପୁଲିସ ସୂଚନା ଦେଇଛି l

State

ଗଞ୍ଜାମରେ ପୁଣି ମହିଳାଙ୍କୁ ଗଣଦୁଷ୍କର୍ମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ନିକଟ ନିମଖଣ୍ଡି ଥାନା ଅଞ୍ଚଳରେ ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନିମଖଣ୍ଡି ଥାନା ପୁଲିସ ମେଡ଼ିକାଲରେ ପିଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ମହିଳାଙ୍କ ନିଜ ସ୍ୱାମୀ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଅନ୍ୟ ମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା l ଥାନାକୁ ଅଭିଯୋଗ ଦେବା ଯିବା ରାସ୍ତାରେ ଅଚେତ ହୋଈ ପଡ଼ିଥିଲେ ପୀଡିତା, ପୋଲିସ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା ମିଳିଛି l

State,Education,National

ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଉପାଧି ପ୍ରଦାନ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ଆଜି କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍‌‍ ଉପାଧି ପ୍ରଦାନ କରିଛନ୍ତି । ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇହେଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ଵାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।


ବିଜୟଙ୍କ ପିଲାଦିନର ପରିସ୍ଥିତି ଆଜିର ସମୟ ଠାରୁ ପୂରାପୂରି ଭିନ୍ନ ଥିଲା କାରଣ ସେତେବେଳେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ଓଡ଼ିଶାରେ କୌଣସି ବିଦ୍ୟାଳୟର ବ୍ୟବସ୍ଥା ନଥିଲା। ବିଜୟ କିନ୍ତୁ ପାଠ ପଢ଼ିବା ପାଇଁ ଜିଦ୍‌‍ ଧରିଥିଲେ। ସେଥିପାଇଁ ସେ ପିତାଙ୍କ ଅନୁମତି ନେଇ ୧୯୫୭-୫୮ ମସିହାରେ କଲିକତାସ୍ଥିତ ବେହାଲା ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ କିଛି ବର୍ଷ ଅଧ୍ୟୟନ କରିବା ପରେ ସେ ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ୧୯୬୦ ମସିହା ସେପ୍ଟେମ୍ୱର ୧ ତାରିଖରେ ଦୃଷ୍ଟିହୀନଙ୍କ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳର ଓଡ଼ିଶା ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁଥଙ୍କରଙ୍କ ଉଦ୍ୟମରେ ପ୍ରାୟ ୧୦ ଏକର ଜାଗାରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେତେବେଳେ ମହୀଶୂରର ଶିକ୍ଷାବିତ୍‌‍ ଡ଼. ଏନ୍‌‍. ରତ୍ନ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଏହିଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ର ବ୍ୟବସ୍ଥା ରହିଥିଲା। ଏହାପରେ ଆଉ ଉଚ୍ଚ ଶ୍ରେଣୀ ପାଇଁ ସୁଯୋଗ ନଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ସେ ସମୟରେ ଦୃଷ୍ଟିହୀନ ପିଲାମାନେ ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଦା ସଦୃଶ, ବିଭିନ୍ନ କାରଣ ଯୋଗୁଁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜୟ ଭାରତର ରାଷ୍ଟ୍ରପତି ଭି.ଭି. ଗିରି ଓ ସମାଜ କଲ୍ୟାଣ ମନ୍ତ୍ରୀ ଆର. ଜଗନ୍ନାଥ ରାଓଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଭେଟି ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ରାଷ୍ଟ୍ରପତି ଗୁରୁତ୍ଵର ସହିତ ବିଚାର କରି ସ୍କୁଲ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପାଠ ପଢ଼ା ଚାଲିଲା। ପ୍ରଥମ ବ୍ୟାଚରେ ୬ ଜଣ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ, ଏହି ଦୃଷ୍ଟିହୀନ ପିଲାମାନେ ଅଧ୍ୟୟନ ନିମନ୍ତେ ଓଡିଶା ସ୍ଥିତ କଲେଜ ଗୁଡିକରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ବିଜୟଙ୍କ ନେତୃତ୍ଵରେ ଦୃଷ୍ଟିହୀନ ପିଲାମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳଙ୍କ ପରାମର୍ଶଦାତା କେ.ଟି. ସତାରାୱାଲା ଏହାକୁ ଗୁରୁତ୍ଵର ସହିତ ବିଚାର କରି ପ୍ରଥମ ଥର ପାଇଁ ଓଡ଼ିଶାର ୪ଟି କଲେଜରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କଲେଜ ମଧ୍ୟରେ ଖଲିକୋଟ, ରେଭେନ୍ସା, ବିଜେବି ଓ କେନ୍ଦ୍ରାପଡ଼ା କଲେଜ ଅନ୍ତର୍ଭୁକ୍ତ ଥିଲା ।


ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ଜୀବନସାରା ସେ ଦୃଷ୍ଟିହୀନ ପିଲାମାନଙ୍କୁ ଶିକ୍ଷାଦାନ ସହିତ ବିଦ୍ୟାଳୟର ଉନ୍ନତିକଳ୍ପେ ବହୁ କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ଆମ୍ୱପୁଆ ଠାରେ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବିଜୟ କୁମାର ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୃଷ୍ଟିହୀନମାନେ ଅନ୍ତତଃ ରାସ୍ତାଘାଟରେ ଭିକ୍ଷାବୃତ୍ତି ନ କରନ୍ତୁ, ଏବଂ ସେଥିପାଇଁ ସେ ଜୀବନସାରା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ଆମ୍ୱପୁଆ ଠାରେ ସେ ବୟସ୍କ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ ସେ ଏକ ଭୋକେସନାଲ୍‌‍ ଟ୍ରେନିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ ଯେଉଁଠାରେ ଦୃଷ୍ଟିହୀନ ବ୍ୟକ୍ତିମାନେ ତାଲିମ ନେଇ ଚୌକି, ଦଉଡ଼ି, ମହମବତୀ ଇତ୍ୟାଦି ତିଆରି କରିବା ପ୍ରଶିକ୍ଷଣ ନେଉଥିଲେ।


ଓଡ଼ିଶାରେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ପୁସ୍ତକ ନଥିଲା । ବିଜୟଙ୍କ ଉଦ୍ୟମରେ ବ୍ରହ୍ମପୁରରେ ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ୍‌‍ ୧୯୮୬ ମସିହା ନଭେମ୍ୱର ୧୯ ତାରିଖରେ ପ୍ରତିଷ୍ଠା ହୋଇପାରିଥିଲା । ଏହି ବ୍ରେଲ୍‌‍ ପ୍ରେସରୁ ଓଡ଼ିଶାର ୩୫ଟି ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାକୁ ପୁସ୍ତକ ଯୋଗାଇ ଦିଆଯାଉଛି । ଏହି ବ୍ରେଲ ପ୍ରେସରୁ ମଧ୍ୟ ବ୍ରେଲ କ୍ୟାଲେଣ୍ଡର, ବିଜ୍ଞାନ ଦିଗନ୍ତ ପତ୍ରିକା ଛପାଯିବା ସହିତ ୨୦୧୪ ମସିହାରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୃଷ୍ଟିହୀନଙ୍କ ପାଇଁ ଡ଼ମି ବ୍ୟାଲେଟ ପେପର ପ୍ରସ୍ତୁତ କରାଯାଉଛି ।


ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି କ୍ଷେତ୍ରରେ ବିଜୟ କୁମାର ରଥଙ୍କ ଦୁଇ ଭାଇ ବରିଷ୍ଠ ସାମ୍ୱାଦିକ ରବି ରଥ ଓ ବ୍ରହ୍ମପୁର ବ୍ରେଲ୍‌‍ ପ୍ରେସ୍‌‍ ର ପରିଚାଳକ ପ୍ରକାଶ ନାରାୟଣ ରଥ ମୁଖ୍ୟ ସହଯୋଗୀ ଭାବରେ ଅଦ୍ୟାବଧି ତାଙ୍କ ସହଯୋଗ କରୁଛନ୍ତି । ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

State

ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଦିଆଗଲା ନାଗରିକ ସମ୍ୱର୍ଦ୍ଧନା

Blog Thumbnail

ବ୍ରହ୍ମପୁର(ଦ କୁଇଭର ):- ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ଏଣୁ ସମସ୍ତେ ନିଜର ମାଁ, ମାଟି ଓ ମମତା ପାଇଁ ଆଗଭର ହୁଅନ୍ତୁ। ବ୍ରହ୍ମପୁର ସହରର ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା ।ସହରର ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡ଼ାକବଙ୍ଗଳାର ସଭା ଗୃହ ପରିସରରେ ଆୟୋଜିତ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏପରି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ନାଗରିକ ମଞ୍ଚର ସଂଯୋଜକ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି ଅଶୋକ କୁମାର ବ୍ରହ୍ମା , ଗଞ୍ଜାମ ଓକିଲ ସଂଙ୍ଘର ସଭାପତି ମନୋଜ ପଟ୍ଟନାୟକ , ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର , ୟୁନିଅନ୍ କ୍ଲବର ନବନିର୍ବାଚିତ ସଭାପତି ଭି.ସନ୍ତୋଷ କୁମାର , ମହାନ ସଂଙ୍ଘ-ବ୍ରହ୍ମପୁରର ସଭାପତି ସୁଶାନ୍ତ ସାବତ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜ ର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ଓଡିଶାବାର୍ତ୍ତାର ସଂପାଦକ ମନୋଜକାନ୍ତ ଦାଶ ଏବଂ

ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ତଥା ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ବ୍ରହ୍ମପୁର ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ , ସେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ନାଟ୍ୟକାର, ସାମ୍ୱାଦିକ , ସାହିତ୍ୟିକ ଓ ବରିଷ୍ଠ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ୱାଦିକ ଗୋପାଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମୀର ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି, ଶିବରାମ ଚୈଧୁରୀ , ନାରାୟଣ ମହାଙ୍କୁଡ,ଅସିତ୍ ପଣ୍ଡା, ଛତ୍ରପୁର ପ୍ରେସ କ୍ଳବ୍ ର ଉପସଭାପତି ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଜାନକୀ କାନ୍ତ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ବିଘ୍ନଶ୍ବର ସାହୁ ,ଉମାଶଙ୍କର ମିଶ୍ର, ଗୈରୀଶଙ୍କର ମିଶ୍ର , ସ୍ବାଧିନ ପାତ୍ର ,ମୃତ୍ୟୁଞ୍ଜୟ ସାହୁ , ଅରୁଣ କୁମାର ପଣ୍ଡାଙ୍କ ସମେତ ସହରର ବିଭିନ୍ନ ସଂଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

State

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

State

ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍‌ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।

State

ଅବସରପ୍ରାପ୍ତ କର୍ମଚାରୀଙ୍କ ମୌନ ଶୋଭାଯାତ୍ରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- କେନ୍ଦ୍ର ଓ ଓଡିଶା ସରକାର ପେନ୍ସନରମାନଙ୍କ ଦାବି ପୂରଣରେ ଅବହେଳା କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ମୌନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟ ରୁ ବାହାରି ନୂଆ BDA, ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପୋଲ୍ଲୀ ଛକ, ମାଛ ବଜାର ଓ ପରିବା ବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା ଜେ ନନ୍ଦେଶୁ ସେନାପତି,ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି ଇ.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦଳ ମହର୍ଷି ସିଂ, ସହ ସମ୍ପାଦକ ଡି ଗୁରୁମୂର୍ତ୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି, ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ନାରାୟଣ ପାଣିଗ୍ରାହୀ, ଶ୍ରୀବସ୍ଥା ପ୍ରଧାନ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ ।

Politics,Education,State

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପାଇଁ ଆଜି ବିଜେଡି ଘେରିବ ଲୋକସେବା ଭବନ,୧୭ରେ ଓଡିଶା ବନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।


ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?

State

ଚାକିରୀ କରେଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ ଦ୍ୱାରା ଦୁଇ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରେଲୱେ ରେ ଚାକିରୀ କରେଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ ଦ୍ୱାରା ଦୁଇଜଣ ଗିରଫ. ନକଲି ଡକ୍ୟୁମେଣ୍ଟସ, ନିଯୁକ୍ତିପତ୍ର, ମୋବାଇଲଫୋନ ଜବତ କରିଛି ପୁଲିସ. ସଦର ଥାନା କୁକୁଡାଖଣ୍ଡି ଶାନ୍ତିନଗର ଅଞ୍ଚଳର ଏ. ବିଘ୍ନେଶ୍ୱର ରାଓ ଦୋରା ଏବଂ ଶୁଭ ଲକ୍ଷ୍ମୀ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ.ପାଟପୁର ଥାନା ଅନ୍ତର୍ଗତ କଂସମାରି ଗ୍ରାମର ଏସ୍. ଚୈତନ୍ୟ ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି. ୧୮.୦୩.୨୦୨୩ ରେ ଅଭିଯୋଗକାରୀ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କୁ ସାକ୍ଷାତ କରି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ ବୋଲି କହି ଟଙ୍କା ନେଇଥିବା ଅଭିଯୋଗ କରିଥିଲେ ଅଭିଯୋଗକାରୀ. କିଛି ଦିନ ପରେ ଅଭିଯୁକ୍ତ ଏ ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇ ସେମାନଙ୍କୁ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଥିଲେ। ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍‌ରେ TTE ଭାବରେ କାର୍ଯ୍ୟରତ ଥିବା ନେଇ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ. ପୂର୍ବ ରେଳବାଇର ଜି. ଏମର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଗ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ 62 ଲକ୍ଷ 50 ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ. ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ତାଲିମ ପାଇଁ କୋଲକାତା ନିଆ ଯାଇଥିଲା. ସେମାନଙ୍କର ସିଆଲଦାର ବି.ଆର.ସିଂହ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା. ଟ୍ରେନିଂ ପରେ ଘରକୁ ଫେରିଥିଲେ. କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଫଳାଫଳ ପାଇଥିଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କରିଥିଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ନକାରାତ୍ମକ ଶବ୍ଦ ଶୁଣିଥିଲେ. ଠକେଇରଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଏ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ. ପି କହିଛନ୍ତି. ବିଭିନ୍ନ ନକଲି ଡକ୍ୟୁମେଣ୍ଟ, ନିଯୁକ୍ତି ପତ୍ର, କଲ ଲେଟର ପ୍ରମୁଖ ସରଞ୍ଜାମ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସ. ପି କହିଛନ୍ତି l

State

୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଅବପାତ ଦୂର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଦକ୍ଷିଣ ବିହାର ଉପରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି । ୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

State

ଅନ୍ତଃ ଜିଲ୍ଲା ବାଇକ ଲୁଟେରାକୁ କାବୁ କରିଲା ବ୍ରହ୍ମପୁର ଟାଉନ ପୁଲିସ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅନ୍ତଃ ଜିଲ୍ଲା ବାଇକ ଲୁଟେରାକୁ କାବୁ କରିଲା ବ୍ରହ୍ମପୁର ଟାଉନ ପୁଲିସ. ୬ ଲୁଟେରାଙ୍କୁ ଗିରଫ କରିବା ସହ ୧୦ ଟି ବାଇକକୁ ପୁଲିସ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ଉଦ୍ଧାର ହୋଇଥିବା ୧୦ଟି ମୋଟର ସାଇକେଲ ମଧ୍ୟରୁ ୭ଟି ମୋଟର ସାଇକେଲ ସମ୍ପର୍କରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ୩ଟି ମୋଟର ସାଇକେଲରୁ ଇଞ୍ଜିନ କିମ୍ବା ଚେସିସ ନମ୍ବର ଲିଭାଇ ଦେଇଛନ୍ତି। ବାକି ବାଇକ୍‌ଗୁଡ଼ିକର ମାଲିକାନା ନିର୍ଣ୍ଣୟ କରାଯାଉଛି। ସମସ୍ତ ଅଭିଯୁକ୍ତ ଏକ ସଂଗଠିତ ଗ୍ୟାଙ୍ଗରେ କାମ କରୁଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ପୁଲିସ ଖୋଜୁଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ମୋଟର ସାଇକେଲ ଚୋରି ଗ୍ୟାଙ୍ଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଥିବା ଏସ. ପି ସୂଚନା ଦେଇଛନ୍ତି।

State

ଏଫଏମ ଛାତ୍ରୀ ଆତ୍ମହୁତି ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସର ପ୍ରତିବାଦ ଓ ଦାବି

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ତାଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅବଞ୍ଛନୀୟ ଆଚରଣ ବିରୋଧରେ ନ୍ୟାୟ ଦାବି କରି ଆତ୍ମହୁତି କରିଥିବା ଘଟଣା ଦୁଃଖଦ, ନିନ୍ଦନୀୟ ଓ ରାଜ୍ୟର ଶିକ୍ଷା, ଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।ଏହି ଘଟଣା ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସ ତରଫରୁ ଜୋରଦାର ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଈଛି। ଏହି ଆନ୍ଦୋଳନର ଅଂଶ ଭାବେ ମଙ୍ଗଳବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଉଦ୍ବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ପରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଶାନ୍ତିପୂର୍ଣ୍ଣ ରାଲି ନେଇ ଛାତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତ୍ୱରିତ ଓ ନିଷ୍ପକ୍ଷ ତଦନ୍ତ,ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପରିବାର ପାଇଁ ଅର୍ଥିକ ସହାୟତା ଓ ପୁନଃସ୍ଥାପନ ସମର୍ଥନ ଓ ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିଶୁ-ନାରୀ ସୁରକ୍ଷା ପାଇଁ ସୁଦୃଢ଼ ନିତି ଓ ଆଇନ ନିର୍ମାଣ କରିବା ପାଇଁ ଯୁବ ଓ ଛାତ୍ର କଂଗ୍ରେସ ଦାବି କରିଛନ୍ତି l


ଯୁବ କଂଗ୍ରେସ ଅଧ୍ୟକ୍ଷ ବିକାଶ ନାୟକ କହିଛନ୍ତି ଯେ,ବିଜେପି ନେତୃତ୍ୱରେ ରାଜ୍ୟ ସରକାର ଏକ ରିମୋଟ କଣ୍ଠେଇ ସରକାର ଭାବରେ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାମମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି, ଯେଉଁଠାରେ ମନ୍ତ୍ରୀମାନେ ଅନେକ ଅନୁଚିତ ଅର୍ଥସଂଗ୍ରହ କାର୍ଯ୍ୟରେ ଲିପ୍ତ ଓ ପୋଲିସ ନୀରବ ଦର୍ଶକ ସାଜିଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ବଢ଼ୁଥିବା ଅପରାଧ ଦର ଏହି ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି l ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ଓ ତାଙ୍କ ନେତାମାନେ ଅପରାଧୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ବାଲି, ଖଣି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ସେମାନେ ଲିପ୍ତ ଥିବାର ଦାବି ମଧ୍ୟ କରାଯାଇଛି। ବ୍ରହ୍ମପୁର ସାଂସଦଙ୍କ ନାଁ ଉଠାଇ ସେ କହିଛନ୍ତି ଯେ ସେ ଏହି ସବୁ ପଛର ନିର୍ଦ୍ଦେଶକ ବୋଲି କଡା ଭାଷାରେ ବର୍ତମାନର ସରକାରଙ୍କୁ ନିନ୍ଦା କରିଛନ୍ତି l


ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ନରେଶ ଘଡେ଼ଇ, ଅତିଶ ଦଳେଇ, ଜିତେନ୍ଦ୍ର ଘଡେ଼ଇ, ନୀଳମାଧବ ସାହୁ (ଭବାନୀ), ରୁଦ୍ର ପ୍ରସାଦ ଖଟୁଆ ଓ ଅନ୍ୟାନ୍ୟ ଯୁବ ଓ ଛାତ୍ରମାନେ ଯୋଗଦାନ କରିଥିଲେ ।