Banner Ad

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ଡି.ଏମ.ଏଲ.ଟି ଏବଂ ଡି.ଏମ.ଆର.ଟି ବିଭାଗର ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ଡି.ଏମ.ଏଲ.ଟି ଏବଂ ଡି.ଏମ.ଆର.ଟି ବିଭାଗର ବାର୍ଷିକ ଉତ୍ସବ  ପାଳିତ
Published by : Jyotshna Kumari
#State
Jul 28, 2024, 1:08 PM
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ବଡ଼ ମେଡିକାଲ ଅଧ୍ୟକ୍ଷା ଡ଼ଃ ସୁଚିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପରିବହନ ଖଣିଜ ସମ୍ପଦ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବଡ଼ ମେଡ଼ିକାଲର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସମସ୍ତେ ଉଦ୍ୟମ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତାକୁ କହିଥିଲେ ।ସଂମ୍ମାନୀତ ଅତିଥି ଭାବେ, ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ଡି.ଏମ.ଏଲ.ଟି ପ୍ରଫେସର ଡା. ସନ୍ତୋଷ ମିଶ୍ର, ଉପାଧକ୍ଷ ଡ଼ଃ ଦୁର୍ଗା ମାଧବ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଏସିଡ ମାଡ଼ରେ ଗାଈ ମୃତ ଅଭିଯୋଗ,ପୁଲିସ କାର୍ଯ୍ୟନୁଷ୍ଠାନରେ ବିଳମ୍ବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦିନକୁ ଦିନ ବଢିବାରେ ଲାଗିଛି ଗାଈ ଉପରକୁ ଏସିଡ ମାଡ ଘଟଣା।ଗୋଟିଏ ସପ୍ତାହରେ ଦୁଇଟି ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ ମାନବିକତା ହଜିଯାଉଥିବା ଦେଖିବାକୁ ମିଳୁଛି। ଆଜି ମଧ୍ୟାହ୍ନ ସମୟରେ ବିଜିପୁର କେନାଳ ସାହି ବାସିନ୍ଦା ରୁନୁ ସେଠୀ ଏସିଡ ମାଡ଼ରେ ଗାଈ ମୃତ ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ କ୍ରମେ ଗତ ଏକ ମାସହେବ କିଛି ଗାଈ ବାଛୁରୀକୁ ନେଇ ଏକ ଫାର୍ମ କରିଛନ୍ତି।ପ୍ରତ୍ୟେକ ଦିନପରି ସମସ୍ତ ଗାଈର ଯତ୍ନ ନେବା ସହ ସ୍ଵାଭାବିକ ଚାଲିଥିଲା। କିଛି ଦିନତଳେ ଗାଈ ଚରିବା ପାଇଁ ମାରୁତି ବିହାର ଅଞ୍ଚଳକୁ ଯାଇଥିବା ବେଳେ ,ସେଠାରୁ ଆସିବା ପରେ ଗୋଟିଏ ଗାଈ ଶରୀରରେ କିଛି କ୍ଷତ ଦେଖିବାକୁ ମିଳିଥିଲା। ଏହା ପରେ ପଶୁ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ପରେ ବି ତାହା ଭଲ ହୋଇନଥିଲା। ପରବର୍ତ୍ତୀ ସମୟରେ ମୃତ୍ୟ ହୋଇଛି। ମାଲିକଙ୍କ କହିବା ମୁତାବକ ମାରୁତି ବିହାର ଅଞ୍ଚଳର ଜୈନିକ ବ୍ୟକ୍ତି ଏପରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରୁଛନ୍ତି।


ତେବେ କିଛି ଦିନ ପୂର୍ବେ ଗାନ୍ଧୀ ନଗର ନିକଟସ୍ଥ ମାରୁତି ବିହାର ତୃତୀୟ ଗଳି ବାସିନ୍ଦା ଏମ. ରାମକ୍ରିଷ୍ଣା ରାଓଙ୍କ ଚାରୋଟି ଗାଈ ଉପରକୁ ଏସିଡ ମାଡ ହୋଇଥିବା ଟାଉନ ଥାନାରେ ସେହି ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ । ଏହା ପରେ ସ୍ଥାନୀୟ ବାସିନ୍ଦା ଏସିଡ ମାଡ ଘଟଣା ନେଇ ଥାନାରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି।ସେଠାରେ କିଛି କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏସପିଙ୍କ ନିକଟକୁ ଯାଇଥିଲେ। ଏସପିଙ୍କ କହିବା ମୁତାବକ ଗାଈ ଉପରକୁ ଏସିଡ ମାଡ ଘଟଣାକୁ ପୁଲିସ ସମ୍ବେଦନଶୀଳ ସହ ନେଇ ଯେଁଉ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି ତାଙ୍କ ନିକଟକୁ ନୋଟିସ ଜାରି କରିଛି ଏହାସହ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ପଶୁଙ୍କ ଉପରେ ଅତ୍ୟାଚାର ହେଲେ ଯେଉଁ ଧାରା ରହିଛି ସେହି ଅନୁଯାୟୀ କାର୍ଯ୍ୟନୁଷ୍ଠାନ କରାଯିବ ବୋଳି ପ୍ରତିକ୍ରିୟା ରଖିଛନ୍ତି।

State,Farming

ମା'ର ଚାଷ ଜମିରେ ପୁଅ ପକାଇଛି ବିଷାକ୍ତ ଔଷଧ

Blog Thumbnail

କୁକୁଡାଖଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ମା ର ଚାଷଜମି (ତୈଳି କିଆରୀ)ରେ ସାନ ପୁଅ ବିଷାକ୍ତ ଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନାମୁତାବକ ନଳିହାଡ ଗ୍ରାମର ସୁଦଷ୍ଣା ବିଷୋୟୀଙ୍କ ସାନ ପୁଅ ବାବୁଲା ବିଷୋୟୀ ନିଜ ମା ଉପରେ ରାଗ ହିଂସା ରଖି ମା ର ତୈଳି କିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ତଥା ମଞ୍ଜୁଳା ବିଷୋୟୀ,ନମିତା ଗୌଡ଼, ବୁଦ୍ଧିଆ ପଳେଇ, ସୁଶାନ୍ତ ଜେନା ସହ ବହୁ ମହିଳା ଦେଖିଥିଲେ । ଖବର ପାଇ ସୁଦଷ୍ଣା ଘଟଣା ସ୍ଥଳରେ ପହଞ୍ଚି ଦେଖିବା ପରେ ଘଟଣାକୁ ନେଇ ତୁରନ୍ତ ସାନ ପୁଅ ବାବୁଲାଙ୍କ ବିରୋଧରେ ସଦର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳବାର ସକାଳେ ସଦର ଥାନା ପୁଲିସ ଏଏସ୍ ଆଇ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଦିର୍ଘ ୨୫ବର୍ଷ ଧରି ସାନପୁଅ ବାବୁଲା ମାଁ ସୁଦଷ୍ଣା ଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡ଼ିଛି । ପୁଅ ବାବୁଲା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଆ ସୁଦଷ୍ଣା ପୁଲିସ ନିକଟରେ ଦାବି କରିଥିବା ଜଣାପଡ଼ିଛି।




State

ହାଣ୍ଡିଘର ଗ୍ରାମରେ ଯୁବକଙ୍କ ଆତଙ୍କ

Blog Thumbnail

ଦ କୁଇଭର ବ୍ୟୁରୋ :- ରବିବାର ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ହାଣ୍ଡିଘର ଗ୍ରାମର କିଛି ଦୁର୍ଦ୍ଦାନ୍ତ ଯୁବକ ଆତଙ୍କରାଜ ଚଳାଇ ଗାଁ ଲୋକଙ୍କୁ ଭୟଭୀତ କରାଇବା ସହ ତିନି ଜଣ ବ୍ୟକ୍ତିଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗ୍ରାମର କାହ୍ନୁ ଚରଣ ମହାନ୍ତି, ଗୋପାଳ ମହାନ୍ତି ଓ ଭାଗିରଥି ମହାନ୍ତି ଗୁରୁତର ଆହତ ହୋଇ ବର୍ତ୍ତମାନ ବିଶାଖାପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ କରି କିଛି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛି।

State

ଶିମିଳିପାଳରେ ମେଲାନିଷ୍ଟିକ ବାଘର ପ୍ରଜାନନ ପାଇଁ ଗୁରୁତ୍ଵ

Blog Thumbnail

ଦ କୁଇଭର ବ୍ୟୁରୋ :- ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ନାହାନ୍ତି ମହାବଳ ବାଘ । ଦେବ୍ରିଗଡ ବାଘ ପକଳ୍ପକୁ ଆଗକୁ ବଢାଇବା ପାଇଁ ଯୋଜନା କରାଯାଉଛି । କେବଳ ଶିମିଳିପାଳ ବାଘ ଅଭୟାରଣ୍ୟ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି । ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସମୟରେ ଏଠାରେ ହାତଗଣତି ବିରଳ କଳା ବାଘ ରହିଥିବା ବେଳେ ମହାବଳ ସଂଖ୍ୟା ବୃଦ୍ଧି ହେଲାଣି । ଯମୁନା ଓ ଜୀନତ ଦୁଇ ବାଘୁଣୀର ଯୋଜନା ସଫଳ ହେଲେ ଆସନ୍ତା ବର୍ଷକୁ ଆହୁରି ବାଘ ଆସିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, "ଶିମିଳିପାଳକୁ ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ସମୟରେ ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆସିବା ନେଇ ଯୋଜନା କରାଯାଉଛି । ଯେହେତୁ ଯମୁନା ଓ ଜୀନତ ଦୁଇ ବାଘୁଣୀ ରହିଛନ୍ତି, ସେମାନଙ୍କର ବ୍ୟବହାର ଓ ପରିବେଶ ସହିତ କିପରି ଖାପ ଖୁଆଇଲା ଭଳି ଆଚରଣ କରୁଛନ୍ତି ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ବାଘଙ୍କୁ ଦେଖି ଆଗକୁ ଆହୁରି ଶିମିଳିପାଳକୁ ବାଘ ଆସିବାର ମଧ୍ୟ ଯୋଜନା କରାଯାଉଛି । ଯଦି ଏହା ସଫଳ ହୁଏ ତେବେ ପ୍ରାଥମିକ ପକ୍ରିୟାରେ ଆସନ୍ତା ବର୍ଷ ଗୋଟିଏ ମାତ୍ର ପୁରୁଷ ବାଘ ଆସିବା ନେଇ ଯୋଜନା ରହିଛି । ଏହି ବାଘ ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଉତ୍ତରାଖଣ୍ଡରୁ ଆସିବା ନେଇ ଯୋଜନା କରାଯାଉଛି ।"

International,National

ପହଲଗାମର ଜବାବ : ମା‌ଷ୍ଟରମାଇଣ୍ଡ୍‌ ମୁସା ନିପାତ

Blog Thumbnail

ଦ କୁଇଭର ବ୍ୟୁରୋ :- ଏପ୍ରିଲ ୨୨ ତାରିଖର ଜଘନ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ୯୭ ଦିନ ବିତିଛି। ୯୭ ଦିନ ପରେ ଭାରତୀୟ‌ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁ‌ଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍‌ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-‌ସୋନମାର୍ଗ ରାଜପଥରେ ଏକ ଟନେଲ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୭ ଜଣ ଲୋକଙ୍କ ହତ୍ୟା ଘଟଣାରେ ମଧ୍ୟ ମୁସା ସମ୍ପୃକ୍ତ ଥିଲା l ଜମ୍ମୁ କାଶ୍ମୀର ପୁଲିସ, ସିଆର୍‌ପିଏଫ୍‌ ଓ ସେନାର ଏକ ମିଳିତ ବାହିନୀ ଆଜି ସକାଳେ ‘ଅପରେସନ୍‌ ମହାଦେବ’ ଆରମ୍ଭ କରିଥିଲେ। ୩ ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇବା ପରେ ମହାଦେବ ପର୍ବତ ନିକଟସ୍ଥ ଶ୍ରୀନଗରର ଦଚିଗାମ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଜବରବନରୁ ମହାଦେବ ପର୍ବତମାଳା ମଧ୍ୟରେ ଏହି ଅପରେସନ୍‌ କରାଯାଇଥିବାରୁ ଏହାର ନାଁ ଦିଆଯାଇଛି ‘ଅପରେସନ୍‌ ମହାଦେବ’। ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ଟି ରାଇଫଲ୍‌ ଗ୍ରେନେଡ୍‌, ଗୋଟିଏ ଏମ୍‌୪ କାରବାଇନ୍‌, ୨ଟି ଏକେ-୪୭ ରାଇଫଲ୍‌ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।


ସୂଚନାନୁଯାୟୀ ଜୁଲାଇ ଆରମ୍ଭରେ ଦଚିଗାମ୍‌ ଜଙ୍ଗଲରେ ସେନା ଏକ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ଲସ୍କର ଏବଂ ‌ଜୈସ୍‌ ଆତଙ୍କବାଦୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଟ୍ରାକ୍‌ କରାଯାଇଥିଲା। ତେବେ ସ୍ଥାନୀୟ କିଛି ଯାଯାବର ଲୋକଙ୍କ ସୂଚନା‌ ଆଧାରରେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିଲା। ଏହାପରେ ଏକାଧିକ ସେନା ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋମବାର ପୂର୍ବାହ୍‌ଣ ପ୍ରାୟ ୧୧ଟା ୩୦ ସମୟରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ସ୍ପେସାଲ ଫୋର୍ସ କମାଣ୍ଡୋକୁ ନେଇ ଏକ ଟିମ୍‌ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରି ନିପାତ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଆତଙ୍କବାଦୀମାନେ ବିଶ୍ରାମ ନେଉଥିବାବେଳେ ଧରା ପଡ଼ିଥିଲେ। ତେବେ ଔପଚାରିକ ଭାବେ ଏ ନେଇ କିଛି ଘୋଷଣା କରାଯାଇନି। ଜମ୍ମୁ କାଶ୍ମୀର ପୁଲିସ ଅନୁଯାୟୀ ଅପରେସନ୍‌ ଏବେ ବି ଜାରି ରହିଛି ଏବଂ ଏହା ଶେଷ ହେବାପରେ ଏନେଇ ବିବୃତି ଜାରି କରାଯିବ। ଗୋଟିଏ ପଟେ ସଂସଦରେ ଆଜି ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ସେନାକୁ ଶ୍ରୀନଗରରେ ଏହି ସଫଳତା ମିଳିଛି।

State

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ କୀର୍ତ୍ତିଭାସନ ପ୍ରଥମେ ମାଁ ତାରାତାରିଣୀଙ୍କ ଦର୍ଶନ ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜକିଶୋର, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଭାରପ୍ରାପ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଂସଦାଙ୍କ ସମେତ ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜିର ଏହି ଶିବିରରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ରାଜସ୍ୱ, ଭତ୍ତା, ଶ୍ରମିକ କାର୍ଡ ଓ ରେସନ୍ କାର୍ଡ୍ ବିଷୟରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ୧୧୨ ଅଭିଯୋଗ ମଧ୍ୟରେ ୯୫ଟି ବ୍ୟକ୍ତିଗତ ୮ଟି ଗ୍ରାମ ଭିତ୍ତିକ ସମେତ ୫ଟି ର ସମାଧାନ କରାଯିବା ସହ ୪ ଜଣଙ୍କୁ ରେଡକ୍ରସ୍ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନେ ମିଳିମିଶି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସମ୍ମିଳିତ ଉଦ୍ୟମ ରହିଛି ବୋଲି ମତବ୍ୟକ୍ତ କରିଥିଲେ।

State

ଦିଗପହଣ୍ଡିରେ ନୂତନ ଦେୱାନୀ ବିଚାର ବିଭାଗୀୟ ଅଦାଲତ ସ୍ଥାପନ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂତନ ଭାବେ ଦେୱାନୀ ବିଚାର ବିଭାଗୀୟ ଅଦାଲତ ର ଉଦଘାଟନ ଉତ୍ସବ ଭିଡିଓ କନଫେନ୍ସ ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଉଦଘାଟନ କରିଛନ୍ତିଏହା ସହ ଉଚ ନ୍ୟାୟାଳୟ ର ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହା ସହ ଦିଗପହଣ୍ଡି ଠାରେ ଗଞ୍ଜାମ ଜିଲ୍ଲା ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରଥ ଙ୍କ ସହ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହାସହ BeMC କମିଶନର ଶ୍ରୀ ପଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର SP ସରଭଣା ବିବେକ ଏମ, ସଞ୍ଜିତ କୁମାର ପାଣିଗ୍ରାହୀ, ମାନ୍ୟବର ରାଜ୍ୟ ଆଇନଜୀବି ପରିଷଦ ସଭ୍ୟ(କଟକ), ପି. ନରସିଂହ ପାତ୍ର ସରକାରୀ ଓକିଲ( ଜି .ପି)ଗଞ୍ଜାମ, ବ୍ରହ୍ମପୁର ସହ ଦିଗପହଣ୍ଡି ବାର ଆସୋସିଏସନ ର ସମସ୍ତ ଆଇନଜୀବି ଉପସ୍ଥିତ ଥିଲେ ।

State

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସିରିଜ ଚୋରି

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଦୀର୍ଘ ଦିନରୁ ଆତଙ୍କ ମଚାଇ ରଖିଥିବା ଲୁଟେରା ଗ୍ୟାଙ୍କ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l କେନ୍ଦୁଝର ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମାତିଛନ୍ତି ଲୁଟେରା l ରାସ୍ତାଘାଟ/ମନ୍ଦିର/ ବଜାର/ ଛକ ଯେଉଁଆଡେ ନାରୀ ସୁନା ପିନ୍ଧିଥିବା ଦେଖିଲେ, ଝାମ୍ପି ନେଇ ହୋଇଯାଉଛନ୍ତି ଗାଏବ l ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ ଜିଲ୍ଲାର ପୌରପାଳିକା ସହରରେ ଗୋଟିଏ ଦିନରେ ୯ଟି ସୁନା ଚେନ୍ ଚୋରି ଏବଂ ମୋବାଇଲ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା l ଚୋରମାନେ ଅଞ୍ଚଳରେ ଆତଙ୍କ ମଚାଇବା ସହ ପୋଲିସ ଆଖିରେ ଧୂଳି ପକାଇ ୭ଟି ଗାଡିରେ ଲୁଟ କରୁଥିବା ନଜିର ରହିଛି l କେନ୍ଦୁଝର ଏସପି ନୀତିନ କୁସଲକରଙ୍କ ନେତୃତ୍ୱରେ,ବହୁ ଦିନ ଧରି ଚୋର ପୋଲିସ ର ଛକା ପଞ୍ଝା ଖେଳ ମଧ୍ୟରେ ଆଜି କେନ୍ଦୁଝର ପୋଲିସଙ୍କ ହାତରେ ଧରା ପଡିଛନ୍ତି ୮ ଜଣ ଚୋର ଏବଂ ୨୧ ଟି ମୋବାଇଲ ଫୋନ୍ ସହ ୮ଟି ସୁନା ଚେନ ଓ ଟଙ୍କା ମଧ୍ୟ ପୋଲିସ ଜବତ କରିଛି ଏବଂ ସମସ୍ତ ଜନ ସାଧାରଣଙ୍କୁ ସଚେତନ ରହିବା ପାଇଁ ଅନୁରୋଧ କରିଛି l



State,Politics

ମନ୍ତ୍ରୀଙ୍କ ଇଙ୍ଗିତରେ ଫ୍ଲାଏଆସ ବେପାର

Blog Thumbnail

ଝାରସୁଗୁଡା( ଦ କୁଇଭର ):- ବେଲପାହାଡ଼ରେ ଚାଲିଛି ଫ୍ଲାଏ ଆସ ଡମ୍ପିଂ । ନା ଅଛି ସରକାରୀ ଅନୁମତି ନା ଟେଣ୍ଡର ନିୟମରେ ସେମିତି କିଛି ଅଛି ? ଠିକାଦାର ଟଙ୍କା ପାଇବ କମ୍ପାନୀ ମୁଣ୍ଡରୁ ବୋଝ ଯିବ । ସେଥିପାଇଁ କାଳେ ସ୍ଥାନୀୟ ନେତାଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ରାସ୍ତା ତିଆରିରେ ଲଗେଇ ଦିଆଯାଉଛି ଫ୍ଲାଏ ଆସ । ଏହାକୁ ବିରୋଧ କଲେଣି ସ୍ଥାନୀୟ ଲୋକ । ସେଥିପାଇଁ ବେଲପାହାଡ଼ର ରାଜନୈକ ସ୍ଥିତି ଏବେ ସରଗରମ ହେଉଛି ।


ସର୍ବସାଧାରଣ ସ୍ଥାନରେ ଏହି ପାଉଁଶକୁ ପକାଇବାକୁ କେଉଁ ନେତା ନିର୍ଦେଶ ଦେଇଛନ୍ତି ସେହି ନେତାଙ୍କୁ ସ୍ଥାନୀୟ ପ୍ରତିନିଧି ମାନେ ଖୋଜୁଛନ୍ତି । ଦିନ ହେଉ କି ରାତି, ସେ ବିଧାୟକ ହୁଅନ୍ତୁ ବା ମନ୍ତ୍ରୀ ତାଙ୍କୁ ଟାଣି ଆଣି ପଦାରେ ଥୋଇବା ପାଇଁ ଅଣ୍ଟା ଭିଡିଛନ୍ତି ପଞ୍ଚାୟତ ଓ ପୌର ସ୍ତରର ଜନପ୍ରତିନିଧି ମାନେ । ଯାହାକୁ ନେଇ ବେଲପାହାଡ଼ ରାଜନୀତି ସରଗରମ ହେଲାଣି ।


ବେଲପାହାଡ଼ କୋଲ କରିଡ଼ର ନିର୍ମାଣ ଚାଲିଛି । ଖଣିରୁ ସିଧାସଳଖ ସଂଯୋଗ କରିବ ଏହି ରାସ୍ତା । ଏହି ରାସ୍ତା ତିଆରି ପାଇଁ ଫ୍ଲାଏ ଆସ ବ୍ୟବହାର ହେବାକୁ କୌଣସି ନିର୍ଦେଶ ନାହିଁ । ତଥାପି ଫ୍ଲାଏଆସ ବ୍ୟବହାର କରୁଛନ୍ତି ଠିକା ସଂସ୍ଥା । ରାତିରେ ଆଣି ଶହ ଶହ ଟନର ଫ୍ଲାଏ ଆସ ଗଦା କରୁଛନ୍ତି । ଯାହା ଆଖପାଖ ଚାଷଜମି, ଗାଡ଼ିଆ, ପୋଖରୀରେ ଫ୍ଲାଏଆସ ଭରିଯାଉଛି । ଲୋକଙ୍କ ଘରଦ୍ୱାରରେ ପସିଲାଣି । ଯାହା ଲାକଙ୍କୁ କଲବଲ କଲାଣି ଲୋକଙ୍କୁ । ଏହାକୁ ବିରୋଧ କରି ବେଲପାହାଡ଼ ପୌର ସଂସ୍ଥାର ପ୍ରତିନିଧି ଏବଂ ନଗର ପାଳ ଆନ୍ଦୋଳନ ବି କଲେଣି । ସେମାନଙ୍କର ସିଧା ନହେଲେ ବି ବୁଲେଇ ବଙ୍କେଇ ଅଭିଯୋଗ କାଳେ ସ୍ଥାନୀୟ ପାୱାର ଫୁଲ ନେତାଙ୍କ ଇଙ୍ଗିତରେ ଏ ସବୁ ଚାଲିଛି । ଝାରସୁଗୁଡ଼ାରେ କେଉଁ ନେତ୍ରୀ କାଳେ ଏହାକୁ କରାଉଛନ୍ତି ।


କମ୍ପାନୀଙ୍କୁ ଫ୍ଲାଏ ଆସ ପଠେଇବା ଦାଇତ୍ୱ ନେଇଛନ୍ତି ରାଜନେତା ମାନେ ତାଙ୍କ ଲାଭ ପାଇବାକୁ ଏଭଳି କାମ କରୁଛନ୍ତି । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି । ଯଦି ଏହି ଫ୍ଲାଏଆସ ରାସ୍ତାରେ ପକାଇବା ବନ୍ଦ ନ ହୁଏ, ତାହେଲେବ୍ୟବସ୍ଥାକୁ ପୁରା ଅଚଳ କରିଦେବେ ବୋଲି ଧମକ ଦେଲେଣି ଜନପ୍ରତିନିଧି ମାନେ । ଦେଖାଯାଉ ଏହାକୁ ଝାରସୁଗୁଡ଼ା ଜିଲ୍ଲାପାଳ ନଜର ଦେଇ ଫ୍ଲାଏ ଆସକୁ ବନ୍ଦ କରୁଛନ୍ତି ନା ଏଭଳି ଅବୈଧ ଫ୍ଲାଏ ଆସ ଡମ୍ପିଂକୁ ସୁଯୋଗ ଦେଇ ଅଞ୍ଚଳକୁ ପ୍ରଦୂଷିତ କରିବା ସହ ରାଜନେତାଙ୍କୁ ଲାଭ ଦେଉଛନ୍ତି ।



State

ଗିରଫ ହୋଇପାରନ୍ତି ବିଷ୍ଣୁପଦ ସେଠୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ସହ, ହାଇକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଅତି ସାଙ୍ଘାତିକ । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ତେଣୁ ଜାମିନ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଦେଇଥିବା ରାୟର ନକଲ କପିରେ କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଦୁର୍ନୀତିର କ୍ଷମତା ଛାଇ ପରି । କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହୋଇଥିବାରୁ ସେ ଖୁବ୍‌ କ୍ଷମତାଶାଳୀ ।


ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଆବେଦନକାରୀ ଉଚ୍ଚ ପଦବୀରେ ଥିବାରୁ ଅଧିକ ଉତ୍ତରଦାୟୀ ହେବା ଉଚିତ । ଏଭଳି ଗୁରୁତର ମାମଲାରେ ଆବେଦନକାରୀଙ୍କୁ ଆଗୁଆ ଜାମିନ ମିଳିପାରିବନି । ୧୦ ଲକ୍ଷ ଲାଞ୍ଚ କାରବାରରେ ଆବେଦନକାରୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି । ଆବେଦନକାରୀଙ୍କ ଝିଅ ଓ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଛନ୍ତି ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର । ବିଷ୍ଣୁପଦଙ୍କ ଝିଅ ମାକ୍‌ ବୁକ୍ ଓ ଲଗଜୁରି ଘଣ୍ଟା ଉପହାରରେ ନେଇଥିବା ସିବିଆଇ କହିଛି । ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍‌ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟସ୍‌ଆପ୍‌ ବ୍ୟବହାର କରିଛନ୍ତି । ଅଭିଯୁକ୍ତ ଚଞ୍ଚଲ୍‌ ମୁଖାର୍ଜୀଙ୍କ ଫୋନରୁ ଦେବଦତ୍ତଙ୍କୁ କଲ୍‌ କରିଥିଲେ ବିଷ୍ଣୁପଦ ସେଠୀ । ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି । ସିଏଫ୍‌ଏସ୍‌ଏଲ୍‌ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି ।୨୦୨୪ ଡିସେମ୍ବର ୭ ତାରିଖ ରାତିରେ ରାଜଧାନୀର ଏକ ତାରକା ହୋଟେଲ୍‌ ସମ୍ମୁଖ ରାସ୍ତାରେ ସିବିଆଇ ଟିମ୍‌ ଦୁଇଟି ଗାଡ଼ିକୁ ଅଟକାଇଥିଲା । ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌ର ଜେନେରାଲ୍‌ ମ୍ୟାନେଜର୍‌ ଚଞ୍ଚଲ୍‌ ମୁଖାର୍ଜୀ, ସ୍ପେଶାଲ୍‌ କ୍ଲାସ୍‌ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଠିକାଦାର ଦେବଦତ୍ତଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ସେହି ଗାଡ଼ିରେ ଥିଲେ ଚଞ୍ଚଲ୍‌ ମୁଖାର୍ଜୀ । ନୂଆ ଠିକା କାମ ଓ ପୁରୁଣା କାମର ବିଲ୍‌ ପାସ୍‌ କରାଇବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ମାଡ଼ି ବସିଥିଲା ସିବିଆଇ । ବିଷ୍ଣୁପଦ ସେଠୀଙ୍କ ନିର୍ଦ୍ଦେଶରେ ଏହି ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛି ସିବିଆଇ ।

State

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପରେ ପ୍ରତାରଣା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ସାମ୍ନାକୁ ଆସିଲା ପ୍ରେମ ପ୍ରତାରଣା ଚିତ୍ର । ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ପ୍ରେମ, ପରେ ଶାରୀରିକ ସଂପର୍କ ରଖି ପ୍ରତାରଣା କଲେ ଯୁବକ । ଶେଷରେ ନ୍ୟାୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଭୋକ ଉପବାସରେ ୩ ଦିନ ହେବ ଧାରଣାରେ ବସିଛନ୍ତି ଯୁବତୀ । କଥା ଦେଇଥିଲେ ସାଥି ହୋଇ ଜୀବନ କାଟିବେ ବୋଲି । ଆଜି ଅଧା ବାଟରେ ଛାଡ଼ି ଦେଇ ଫେରାର ହୋଇ ଯାଇଛନ୍ତି । କେତେ ପ୍ରତିଶୃତି କେତେ ସ୍ବପ୍ନ ଦେଖାଇ ପ୍ରେମ କରିଥିଲେ । ଆଜି ସେସବୁ ମିଛ ହୋଇଗଲା । ଏବେ ଯଦି ନ୍ୟାୟ ନମିଳେ ତାହେଲେ ଯୁବତୀ ଜଣଙ୍କ ଏପରି କିଛି କରି ବସିବେ ବୋଲି ଚେତାବନୀ ଦେଇଛନ୍ତି ।


ବ୍ରାହ୍ମଣୀଗାଁ ଥାନା ଗୁଡ଼ିକିଆ ଗାଁ ର ତ୍ରିନାଥ ନାୟକଙ୍କ ପୁଅ ଟିଟୁ ନାୟକ ଦୀର୍ଘ ବର୍ଷ ହେବ କିରାମାହା ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ଟିଟୁ । ଏପରିକି ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଘରକୁ ନେଇଥିଲେ । ଟିଟୁ ପରିବାର ଲୋକେ ରାଜି ନହେବା ଯୋଗୁଁ ଯୁବତୀଙ୍କୁ ନିଜ ଘରେ ଛାଡ଼ି ଦେଇ ଅନ୍ୟ କୁଆଡେ ଚାଲି ଯାଇଥିବା ବେଳେ ଟିଟୁଙ୍କ ମା ଯୁବତୀଙ୍କୁ ଘରୁ ବାହାର କରି ଦେଇଛନ୍ତି । ସେ ମଧ୍ୟ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଫଳରେ ଯୁବତୀ ଜଣକ ଘର ବାହାରେ ୩ ଦିନ ହେବ ରହିଥିବା ଦେଖିବାକୁ ମିଳିଛି ।ବର୍ତମାନ ଯୁବତୀ ୩ ଦିନ ହେବ ଭୋକ ଉପବାସରେ ଘର ଆଗରେ ଧାରଣାରେ ବସିଛନ୍ତି । ନ୍ୟାୟ ପାଇବା ପାଇଁ ଆଶା ରଖିଛନ୍ତି । ଏନେଇ ଯୁବତୀଙ୍କ ବାପା ଅଜୟ ନାୟକ ଶୁକ୍ରବାର ଦିନ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ପୁଲିସ ଏତଲା ରଖିବାକୁ ମନା କରିଥିଲେ । ଝିଅ ଆସି ଏତଲା ଦେଲେ ହିଁ ଏତଲା ରଖା ଯିବ ବୋଲି ପୋଲିସ କହିଥିଲେ । ଫଳରେ ନିରାଶ ହୋଇ ଫେରିଥିଲେ ଅଜୟ ନାୟକ ।ତେବେ ଝିଅ ମାନସିକ ସ୍ତରରେ ଚାପରେ ରହିଥିବା ବେଳେ କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ । ସେଥିପାଇଁ ଯୁବତୀଙ୍କ ପରିବାର ଲୋକ ଚିନ୍ତାରେ ରହିଥିବା ବେଳେ ପୋଲିସ ଏଥି ପ୍ରତି ଗୁରୁତ୍ବ ଦେଇ ଝିଅକୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

State

ବଣ୍ଡାଘାଟି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ମାଲକାନଗିରି( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିଜିଲ୍ଲା ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିକୁ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିଛନ୍ତି। ସେ ବନ୍ୟା ସମୟରେ ବନ୍ୟାଞ୍ଚଳ ବୁଲିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ମଧ୍ୟ ଶ୍ରୀ ମାଝୀ ଯୋଗଦେଇଛନ୍ତି।

ଆକାଂକ୍ଷି ହାଟ କାର୍ଯ୍ୟକ୍ରମ ଅଭିଯାନରେ ଚମ୍ପା ଧାଙ୍ଗଡ଼ା ଆସିଥିଲେ। ସେ ବଣ୍ଡା ଘାଟିତଳର ଝିଅ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ତାଙ୍କ ସହିତ ଫଟୋ ଉଠାଇଛନ୍ତି। ତମ ବଣ୍ଡାଘାଟିକୁ ଯିବା ପାଇଁ ଚମ୍ପା ଧାଙ୍ଗଡା ମାଝୀଙ୍କୁ ମୁଁ କହିଛି। ମାଲକାନଗିରିର ତତକାଳୀନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ବଣ୍ଡାଘାଟି ଯାଇଛନ୍ତି। ବଣ୍ଡାଘାଟିରେ ରାସ୍ତାଘାଟ କେମିତି ଅଛି ସେନେଇ ଜିଲ୍ଲାପାଳଙ୍କ ଠାରୁ ଅବଗତ ହୋଇଛନ୍ତି।


ପଛୁଆ ଅଞ୍ଚଳର ବିକାଶ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିଲେ। ମୁଁ ଏହାକୁ ଗଣମାଧ୍ୟମରେ ଦେଖିଛି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରନ୍ତୁ। ଏହାକୁ ପ୍ରାଥମିକତା ଦିଆଯାଉ। ରାସ୍ତାର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛି।

State

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଭି.କୀର୍ତ୍ତୀ ଭାସନ୍‌

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ  ଭି.କୀର୍ତ୍ତୀ ଭାସନ୍‌ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ୨୦୧୮ ବ୍ୟାଚର ଆଇଏଏସ ଅଫିସର, ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ଆଇଏଏସ ପ୍ରୋବେସନାଲ ରହିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି | ଜିଲ୍ଲାରେ ସବଡ଼ିଭିଜନ ସ୍ତରୀୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେଉଛି, ଏଣିକି ବ୍ଲକ ସ୍ତରରେ ମଧ୍ୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେବ ବୋଲି ସେ ଖବରଦାତା ମାନଙ୍କୁ ସୂଚନା ଦେଇଛନ୍ତି, ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି| | ଜ଼ିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବl ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଵା ଉପରେ ଅଧିକ ଫୋକସ ରହିବ ବୋଲି ଜ଼ିଲ୍ଲାପାଳ ଶ୍ରୀ ଭାସନ୍ କହିଛନ୍ତି | ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଦର୍ଶନ ଓ ଆଶ୍ରିବାଦ ନେଇଥିଲେ | ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା | ନୂତନ ଜିଲ୍ଲାପାଳ ଆଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ l 

State

୨ ଦିନ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା 2 ଦିନ ଓଡ଼ିଶାରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 5 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସୁବ ଜିଲ୍ଲାରେ ଝଟକା ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବ ।

State

ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Blog Thumbnail

ଦ କୁଇଭର ବ୍ୟୁରୋ :- କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l

State

ମାଟିତଳୁ ମା-ଝିଅଙ୍କ ମୃତହେଦ ଉଦ୍ଧାର କଲା ପୋଲିସ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ସେ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା ପରେ ମାଟି ତଳେ ପୋତିଦେଇଛି। ମୃତ ମା’ ଓ ଝିଅ ହେଲେ ସୋନାଲି ଦଳେଇ (୨୩) ଓ ସୁମତି ଦଳେଇ (୫୫)। ଅଭିଯୁକ୍ତ ଦେବାଶିଷ ପାତ୍ରକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା ପରେ ଗାତ ଖୋଳି ୨ଟି ଶବକୁ ପୋତି ଦେଇଛି ଏବଂ ଏହାରି ଉପରେ କଦଳୀ ଗଛ ଲଗାଇ ଦେଇଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖି ପୁଲିସ ହତବାକ ହୋଇଯାଇଛି।


ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର ଆମ୍ବଡୁବି ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ସୋନାଲି ଦଳେଇଙ୍କୁ ଦ୍ୱିତୀୟ ବିବାହ କରିଥିଲେl ତାଙ୍କର ଗୋଟିଏ ଏକବର୍ଷର ପୁତ୍ର ସନ୍ତାନ ଅଛି l ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବ୍‌ସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତିl ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦେବାଶିଷ ଓ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନେଇ କୋର୍ଟରେ ମାମଲା ଚାଲିଛି। ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣ ପାଇଁ ନିଜ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଘର ପଛପାର୍ଶ୍ବରେ ଥିବା l ବଗିଚା ପଛପଟରେ ଦୁଇ ମୃତଦେହକୁ ପୋତି ଦେଇଥିଲା। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀ ସନ୍ଦେହ ହୋଇଥିଲା। କିଛି ଗ୍ରାମବାସୀ ଦେବାଶିଷଙ୍କ ଘରପଛରେ ଥିବା ବାଡ଼ିରେ ମାଟି ଚିହ୍ନ ଦେଖି ଅଧିକ ସନ୍ଦେହ କରିଥିଲେ। ଏଠାରେ ଗାତ ଖୋଳା ଯାଇଥିବାର ଦେଖି ସେମାନେ ଅଧିକ ସନ୍ଦେହ କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ମଧୁମିତା ମହାନ୍ତି, ମାଜିଷ୍ଟ୍ରେଟ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତିl ଅଭିଯୁକ୍ତ ପୁଲିସ ଆଗରେ ହତ୍ୟା କରି ପୋତି ଦେଇଥିବା କଥା ସ୍ୱୀକାର କରିଛିl ପୁଲିସ ଅଭିଯୁକ୍ତକୁ ଗିରଫ କରିଛିl ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁl

State

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆଜି ଭୁବନେଶ୍ବରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ନୂଆ ପ୍ରକୋଷ୍ଠରେ ହୋଇଛି ଅଭିଯୋଗ ଶୁଣାଣି । ୟୁନିଟ ୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଏଥର ଅଭିଯୋଗ ଶୁଣାଣ ଆୟୋଜିତ ହୋଇଛି। ଆଜିର ଶୁଣାଣି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି। ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୋଗ ଶୁଣୁଛନ୍ତି। ପ୍ରଥମେ ଦିବ୍ୟାଙ୍ଗଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

State,Education

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ I

State

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାର୍ଜସିଟ ଦାଖଲ

Blog Thumbnail

ଗୋପାଳପୁର( ଦ କୁଇଭର ):- ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ।

- ଘଟଣାର ଆଜି ଚାର୍ଜସିଟ୍ କୋର୍ଟରେ ଦାଖଲ କଲା କ୍ରାଇମବ୍ରାଞ୍ଚ ।

- ବ୍ରହ୍ମପୁର ଜେଏମସି ରୁରାଲ କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ ଦାଖଲ ଚାର୍ଜସିଟ୍ ।

- ୫୭୪ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଟିମ ଦାଖଲ କରିଛି ।

- କ୍ରାଇମବ୍ରାଞ୍ଚ ଟିମର ତଦନ୍ତକାରୀ ଅଧିକାରୀଙ୍କ ସହ ଆଉ ଜଣେ ସହଯୋଗୀ ଅଧିକାରୀ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି ।

- ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା ଗୋପାଳପୁର ଥାନା ପୋଲିସ ।

- ଗିରଫ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିଲା ।

- ଜୁନ ୧୫ ତାରିଖ ସନ୍ଧ୍ୟାରେ ଯୁବତୀଙ୍କୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ହୋଇଥିଲା ଗଣଦୁଷ୍କର୍ମ ।