ଦ କୁଇଭର ବ୍ୟୁରୋ :- ଓଡ଼ିଶା ର ଏକ ନିଜସ୍ୱ ପାରମ୍ପାରିକ ପର୍ବ ହେଉଛି ଦ୍ୱିତୀୟା ଓଷା।ଦ୍ୱିତୀୟା ଓଷା କଥାପଡିଲେ ଘାଣ୍ଟ ତରକାରୀ କଥା ମନେ ପଡିଥାଏ। ଯାହାକି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା ପାଳନ କରାଯାଏ। ମହିଳା ମାନେ ନିର୍ଜଳା ଉପବାସ କରି ପୁଅ ମାନଙ୍କର ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା ପାଳନ କରିଥାନ୍ତି। ଏହି ପର୍ବ ପାଳନ କରିବା ସହିତ ପ୍ରତ୍ୟେକ ଓଡ଼ିଆ ଘରେ ଘାଣ୍ଟ ତରକାରୀ କରାଯାଇଥାଏ। ଯାହାକି ନିଜ ନିଜ ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରାଯାଏ। ସବୁ ପ୍ରକାରର ପନିପରିବା ମିଶାଇ ଘାଣ୍ଟତରକାରୀ ରାନ୍ଧିବା ପରେ ସମସ୍ତ ଏକାଠି ବସି ଖାଇବା ସହିତ ପଡିଶା ଘରଠାରୁ ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ବଣ୍ଟା ଯାଇଥାଏ। ଯାହାକି ଦ୍ୱିତୀୟା ଓଷା ର ଘାଣ୍ଟ ତରକାରୀ ରୁପେ ପରିଚିତ। ଓଡ଼ିଶା ର ସଂସ୍କୃତି ଓ ପରମ୍ପରା ରେ ଏହି ଘାଣ୍ଟତରକାରୀର ସ୍ୱତନ୍ତ୍ର ମହକଥାଏ। ଏହି ଅବସରରେ ପାଖରେ ହେଉ ଅବା ଦୁରବାଟରେ ରହିଥିବା ନିଜର ବିବାହିତ ଝିଅ ଘରକୁ ପନିପରିବା ଦେବାର ପରମ୍ପରା ମଧ୍ୟ ରହିଛି। କାରଣ ଏହି ମାସଟି ବର୍ଷା ଋତୁ ହୋଇଥିବାରୁ ପ୍ରତେକ ବାଡି ବଗିଚାରେ ପ୍ରଚୁର ପରିମାଣର ପନିପରିବା ଫଳିଥାଏ। ଯାହା କି ବର୍ତ୍ତମାନ ସମୟରେ ଦେଖା ଯାଉନାହିଁ। ଏହି ବର୍ଷା ଋତୁରେ ସବୁ ପ୍ରକାର ର ପନିପରିବା ମିଳୁଥିବାରୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ଥାଏ। ଯାହା ଫଳରେ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ରହିଥାଏ। ଏହି ଦ୍ୱିତୀୟା ଓଷା ବା ଘାଣ୍ଟ ତରକାରୀ ଦିବସଟି ଏକ ମହତ ପୂର୍ଣ ଉଦ୍ଦେଶ୍ୟ କୁ ବୁଝାଇଥାଏ।
No comments yet.
Sports
ଦ କୁଇଭର ବ୍ୟୁରୋ:- ସର୍ବାଧିକ ପାଞ୍ଚ ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ଚଳିତ IPLରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଲିଗର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଦେଇଛି।
ଚେନ୍ନାଇର ଏହା ୧୦ମ ମ୍ଯାଚରୁ ହ୍ୟାଟ୍ରିକ ସହ ୮ମ ପରାଜୟ ଥିଲା। ଅନ୍ୟପଟେ ୧୦ମ ମ୍ୟାଚର ଷଷ୍ଠ ବିଜୟ ସହ ପଞ୍ଜାବ ୧୩ ପଏଣ୍ଟ ପାଇଁ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଛି। ୧୯୧ ରନର ଚ୍ୟାଲେଞ୍ଜିପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ ରୋମାଞ୍ଚକ ଭାବେ ୨ଟି ବଲ୍ ଓ ୪ଟି ୱିକେଟ ବଳକା ଥାଇ ବିଜୟୀ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ ପଞ୍ଜାବ କିଙ୍ଗସର ଯୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ ସଫଳତା ପାଇଛନ୍ତି। ଏହାପୂର୍ବରୁ ୨୦୨୨ରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା କୋଲକାତା ବିପକ୍ଷରେ ପ୍ରଥମଥର ହ୍ୟାଟ୍ରିକ ନେଇଥିଲେ। ଆଇପିଏଲରେ ଦୁଇ ଥର ହ୍ୟାଟ୍ରିକ ୱିକେଟ୍ ନେବାରେ ଯୁବରାଜ ସିଂହଙ୍କ ସହ ଚହଲ ସମକକ୍ଷ ହୋଇଛନ୍ତି। ଆଇପିଏଲରେ ଏହା ୨୩ତମ ହ୍ଯାଟ୍ରିକ। ଆଜି ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ।
State
ଦ କୁଇଭର ବ୍ୟୁରୋ:- ରୁପେଲି ପରଦାରେ ଓଡ଼ିଆ କଥାଚିତ୍ର’; ୮୯ ବର୍ଷ ତଳେ ଏ ପରିକଳ୍ପନା କୌଣସି ବିସ୍ମୟଠାରୁ କମ୍ ନଥିଲା। କିନ୍ତୁ ଏହାକୁ ସାକାର ରୂପ ଦେଇଥିଲେ ସେତେବେଳର ରାସ ମାଷ୍ଟ୍ରେ ମୋହନସୁନ୍ଦର ଦେବଗୋସ୍ବାମୀ। ଐତିହ୍ୟ ମାଟି ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଇତିହାସର ଯାତ୍ରା। କିନ୍ତୁ ପାଖରେ ଅର୍ଥ ନଥିଲା। ମୋହନ ଗୋସେଇଁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଶୁଣି ଅନେକ ଟାହିଟାପରା କଲେ। କିନ୍ତୁ ନିଷ୍ପତ୍ତିରେ ଅଟଳ ଥିଲେ ଗୋସେଇଁ। ମରିଚିକୋଟରେ ଥିବା ଜମି ବିକିଦେଲେ। ଚଳଚ୍ଚିତ୍ର ନିର୍ମାଣ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ। ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍ ସିନେମା ହଲ୍ରେ ‘ସୀତା ବିବାହ’ ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ ଏହାର ପ୍ରିଣ୍ଟ ମଧ୍ୟ ସଂରକ୍ଷିତ ରଖାଯାଇପାରିଲା ନାହିଁ। ଯେଉଁ ଲକ୍ଷ୍ମୀ ଟକିଜ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ସେ ପ୍ରେକ୍ଷାଳୟ ବି କାଳର କରାଳ ଗତିରେ ମୁହଁ ମାଡ଼ି ପଡ଼ିବା ପରେ କେହି ହାତ ବଢ଼େଇ ଉଠାଇବାକୁ ଆଗେଇ ଆସିଲେ ନାହିଁ। ସୀତା ବିବାହ’ ଚଳଚ୍ଚିତ୍ର ୧୨ ରିଲ୍ ବିଶିଷ୍ଟ ଥିଲା। ଏଥିପାଇଁ ମୋଟ ୨୯ ହଜାର ୭୮୧ ଟଙ୍କା ଦଶ ଅଣା ଖର୍ଚ୍ଚ ହୋଇଥିଲା। ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା ପାଉଣା ବାବଦରେ ନେଇଥିଲେ। ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ନେଇଥିଲେ ୧୫୦ ଟଙ୍କା। ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା ନେଇଥିଲେ। କିଛି କଳାକାର କେବଳ ଯିବାଆସିବା ଖର୍ଚ୍ଚ ବାବଦ ପାରିଶ୍ରମିକ ନେଇଥିଲେ। ମୋହନ ଗୋସେଇଁଙ୍କ ନାତି ତଥା ଗୋଆ ଇଂଜିନିୟରିଂ କଲେଜର ପୂର୍ବତନ ପ୍ରାଧ୍ୟାପକ ନଟରାଜ ଦେବଗୋସ୍ବାମୀ ଜୀବିତ ଥିବା ଅବସ୍ଥାରେ ମିଳିଥିବା ସୂଚନା ମୁତାବକ, ଏହି ଚଳଚ୍ଚିତ୍ର ପାଇଁ ମରିଚିକୋଟସ୍ଥିତ ଜମି ବିକ୍ରି ହୋଇଥିଲା, ଯାହାକୁ ସେ ପୁନଃ କ୍ରୟ କରିଥିଲେ।ଲକ୍ଷ୍ମୀ ଟକିଜ୍ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବା ଆଗରୁ କୋଲାକାତାର ବହୁ ବଜାରରେ ଏହା ପ୍ରଦର୍ଶିତ ହୋଇଥିଲା। ଲକ୍ଷ୍ମୀ ଟକିଜ୍ରେ ମୁକ୍ତିଲାଭ ପରେ ଏହି ପ୍ରଥମ କଥାକୁହା ଓଡ଼ିଆ ଛବି ଦୁଇମାସ ପରେ କଟକରେ ମୁକ୍ତିଲାଭ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଯଥାଯଥ ଗବେଷଣା ହୋଇପାରିନାହିଁ।
State
ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲାରେ ଏକ ବୀଭତ୍ସ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ବାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ତଥା ସାନଖେମୁଣ୍ଡି ବ୍ଲକ୍ର ଖଲିଙ୍ଗି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଶିଶୁକନ୍ୟାର କ୍ଷତାକ୍ତ ମୃତଦେହକୁ ଆଜି ଭୋରରେ ଉଦ୍ଧାର କରାଯାଇଛି। ମୃତକ ହେଲେ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଝିଅ। ପାଟପୁର ଥାନା ପୁଲିସ ମୃତ ଦେହ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି। ମୃତକଙ୍କ ମାମୁ ଚନ୍ଦନ ନାହାକ ପାଟପୁର ଥାନାରେ ଦେଇଥିବା ଏତଲା ଆଧାରରେ କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ମହାନଳାର ଅଶୋକ ଖଲିଙ୍ଗି ଚନ୍ଦନନଗରର ରାଧା ନାହାକଙ୍କ ଝିଅକୁ ବିବାହ କରିଛନ୍ତି। ଗତ ୧୯ ତାରିଖରୁ ଚାଲିଥିବା ମନ୍ଦିରପ୍ରତିଷ୍ଠା ଯାତ୍ରା ଦେଖିବାକୁ ଅଶୋକଙ୍କ ପତ୍ନୀ ଝିଅକୁ ନେଇ ଅଜା ଘରକୁ ଆସିଥିଲେ। ଶୁକ୍ରବାର ଥିଲା ଯାତ୍ରାର ଉଦ୍ଯାପନୀ ଦିବସ। ସନ୍ଧ୍ୟାରେ ଶିଶୁକନ୍ୟାଟି ଘର ଆଗରେ ଖେଳୁଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିଲା। ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।ଯାତ୍ରା କମିଟି ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଇଥିଲା। ପତ୍ତା ନମିଳିବାରୁ ପାଟପୁର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ରାତିସାରା ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ। ଗ୍ରାମର କିଛି ବ୍ୟକ୍ତି ସକାଳେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର କରିଥିଲେ। ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ସ୍କ୍ବାଡ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅମାନବୀୟ ଲୋମହର୍ଷଣକାରୀ ହତ୍ୟାଘଟଣାର ତୁରନ୍ତ ପର୍ଦ୍ଦାଫାସ୍ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଶବ ବ୍ୟବଚ୍ଛେଦ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଠାବ କରି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ଉଠିଛି l
State
ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ବସବାସ କରିବା ସହିତ ରାସନ କାର୍ଡ ହାତେଇଛନ୍ତି । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ବିଦେଶୀ ନାଗରିକଙ୍କ ରାସନ କାର୍ଡ କଟାଯିବ। ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ତାଲିକାରୁ ନାମ କାଟିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏସବୁ ବିଦେଶୀ ସୁଯୋଗ ଦେଖି ଓଡିଶାରେ ଅନୁପ୍ରବେଶ କରି ସମସ୍ତ ସରକାର ସୁବିଧା ହାସଲ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ରାସନ କାର୍ଡ କଟିବାପରେ ପ୍ରକୃତ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି କୁହାଯାଇଛି। ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆସିକା ବିଧାୟକଙ୍କ କଥା ପସନ୍ଦ ଆସୁନି କି.... ଆସିକା ବିଧାୟକ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଶୁଣିବାକୁ ଚାହୁଁନାହାନ୍ତି କି... ଏମିତି କ'ଣ କହିଲେ ବିଧାୟକ ଯେ ମୁଖ୍ୟମନ୍ତ୍ରୀ ସିଧା ତାଙ୍କ ହାତକୁ ଟାଣିଦେଲେ... ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଆସିକା ବିଧାୟକଙ୍କୁ ଜାଣିଶୁଣି କୋଣଠେସା କରୁନାହାନ୍ତି ତ... ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲିଛି l
ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ପହଞ୍ଚି ମା'ଙ୍କ ଆଶୀର୍ବାଦ କାମନା କରିଥିଲେ l ସମଗ୍ର ରାଜ୍ୟ ତଥା ଜିଲ୍ଲାବାସୀଙ୍କ ଶୁଭ ମନାସି ପୂଜା କରିବା ସହ ପାରମ୍ପରିକ ପ୍ରସିଦ୍ଧ ବେଶ ବାଘ ନାଚ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ l ସାଙ୍ଗରେ ଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବିଧାୟକ ଏବଂ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ବାଘ ବେଶ ଧାରୀ ତଥା ମାନସିକଧାରୀ ବାଘ ବେଶ ପଡ଼ିଥିବା ଭକ୍ତମାନେ ନୃତ୍ୟ ପରିବେଶଣ କରୁଥିବା ସମୟରେ ହଟାତ କିଛି କହିବାକୁ ଚେଷ୍ଟା କରୁଥିଲେ ହାତ ଦେଖାଇ, ଠିକ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରୋଜ ବାବୁଙ୍କ କଥା ନ ଶୁଣି ଓଲଟା ତାଙ୍କ ହାତକୁ ପଛ ଆଡୁ ଟାଣି ନେଇଥିଲେ l ଯାହାକି ପ୍ରବଳ ଜନ ସମାଗମ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ହୋଇଥିବା ପରିଲକ୍ଷିତ ହୋଇଥିଲା l ଜଣେ ରାଜ୍ୟର ମୁଖିଆ, ନିଜ ଦଳୀୟ ବିଧାୟକଙ୍କୁ ଏମିତି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି ପ୍ରକାର ବ୍ୟବହାର କରିବା... ଅନେକେ ସହ୍ୟ କରିପାରୁନାହାନ୍ତି ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି l
ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଆସିକା ବିଧାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଣଠେସା କରିବା ନଜିର ରହିଛି l ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କିଛି କାର୍ଯ୍ୟ ସମାଜକୁ ଅନ୍ୟ ଦିଗକୁ ପ୍ରେରିତ କରିଥିବା ଲୋକ ଅଭିଯୋଗ କରୁଛନ୍ତି l ତେବେ ଏମିତି ବ୍ୟବହାର ନ ରଖି ସମସ୍ତଙ୍କୁ ନିଜର କରି ଏକ କରି ଆଗକୁ ବଢିବାପାଇଁ ଜନ ସମାଜ ରେ ଦାବି ଉଠୁଛି l
State,Education
ଦ କୁଇଭର ବ୍ୟୁରୋ:- ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ । ତେବେ ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ।
State
ଭୁବନେଶ୍ୱର( ଦ କୁଇଭର):- ବହୁ ବର୍ଷର ଲଢ଼େଇ ପରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୯୫୩୭ ଜଣ ଜମାକାରୀଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମେ’ ୧୫, ୨୦୧୫ରେ ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ସମାପନ ହୋଇ ଯାଇଥିବାରୁ ଏହି ତାରିଖ ସୁଦ୍ଧା ଯେଉଁ ଜମାକାରୀଙ୍କର ବ୍ୟାଙ୍କରେ ସୁଧ ମୂଳ ମିଶାଇ ଯେତିକି ଟଙ୍କା ଥିଲା ସେତିକି ଟଙ୍କା ଫେରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍ ମେ’ ୧୫, ୨୦୧୫ରୁ ଆଜି ପର୍ଯ୍ୟନ୍ତ (ପ୍ରାୟ ୧୦ବର୍ଷ) ବ୍ୟାଙ୍କରେ ଥିବା ଟଙ୍କା ଉପରେ ଜମାକାରୀଙ୍କୁ କୌଣସି ସୁଧ ମିଳିବନି। ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଜଣ ଜମାକାରୀଙ୍କୁ ପ୍ରତୀକାତ୍ମକ ଚେକ୍ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୧୧୭ଜଣ ଜମାକାରୀଙ୍କୁ ୨କୋଟି ୮୦ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ବ୍ୟାଙ୍କର ଜମା ଅର୍ଥ ବାବଦକୁ ସମବାୟ ବିଭାଗ ପାଖରେ ଏବେ ପ୍ରାୟ ୧୩କୋଟି ଟଙ୍କା ଥିବାରୁ ପର୍ଯ୍ୟାୟକ୍ରମେ ମୋଟ୍ ୯୫୩୭ ଜଣ ଜମାକାରୀଙ୍କୁ ୨୦କୋଟି ୯୬ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକର ମଧ୍ୟ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ। ଏହି ୪ଟି ବ୍ୟାଙ୍କର ୧୭,୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଦୀର୍ଘ ଦିନର ପରିଚାଳନାଗତ ତ୍ରୁଟି ଏବଂ ଅଧିକ ଋଣ ଭାର ଯୋଗୁ ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା। ୨୦୧୫ରେ ବ୍ୟାଙ୍କ ବନ୍ଦ ହେବା ବେଳକୁ ୧୧,୬୭୩ ଜଣ ଜମାକାରୀଙ୍କ ୩୩ କୋଟି ୮୭ ଲକ୍ଷ ଟଙ୍କା ଫେରସ୍ତ ହେବାର ଥିଲା। ଇତିମଧ୍ୟରେ ୨୭୦୯ ଜଣ ଜମାକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୨ କୋଟି ୭୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରିନଥିଲେ। ଏନେଇ ଜମାକାରୀମାନେ ମୋତେ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ। ଏନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ସମବାୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲି। ଆଜିଠାରୁ ତାହା କାର୍ଯ୍ୟକାରୀ ହେଲା। ପୂର୍ବ ସରକାର ଅମଳରେ ଅଳ୍ପ ଅଳ୍ପ ଟଙ୍କା ଫେରସ୍ତ କରାଯାଇଥିଲା। ଏବେ କିନ୍ତୁ ସମସ୍ତଙ୍କୁ ଏକସଙ୍ଗେ ଟଙ୍କା ଫେରାଯିବ।
ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ମଧୁ ବାବୁ ଓଡ଼ିଶାରେ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଓଡ଼ିଶାରେ ଏବେ ପ୍ରାୟ ୫୦ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନ ସହିତ ଜଡ଼ିତ। ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ସହିତ ଯୋଡ଼ିବା ଆମର ଲକ୍ଷ୍ୟ। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ପାକ୍ସ, ଲ୍ୟାମ୍ପ୍ସ ଗଠନ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି। ରାଜ୍ୟରେ ୨୭୧୧ଟି ପାକ୍ସ ଥିବାବେଳେ ବର୍ତ୍ତମାନ ଆଉ ୧୫୪୨ଟି ନୂଆ ପାକ୍ସ ଗଠନ କରାଯାଇଛି। ଏଇ ନୂଆ ପାକ୍ସଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳ ପୁଞ୍ଜି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଭାରତୀୟ ସଂସ୍କୃତିର ଚିନ୍ତାଧାରା ‘ବହୁଜନ ହିତାୟ, ବହୁଜନ ସୁଖାୟ’ର ମୌଳିକ ଆଦର୍ଶରେ ସମବାୟଗୁଡ଼ିକ ଗଠନ କରାଯାଇଛି। ପୂର୍ବ ସରକାର ଜମାକାରୀଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରିନଥିଲେ। ତେବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଏକ ଦରଦୀ ହୃଦୟର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜମାକାରୀଙ୍କ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଜି ସେହି ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଠକରେ ବିଭାଗୀୟ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ଗୁଜୁରାଟ ଆନନ୍ଦସ୍ଥିତ ତ୍ରିଭୂବନ ସମବାୟ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇର୍ମା ସ୍କୁଲ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ନିବନ୍ଧକ ସିଦ୍ଧାର୍ଥ ଦାସ ଏବଂ ଇର୍ମା ସ୍କୁଲର ନିର୍ଦ୍ଦେଶକ ଉମାକାନ୍ତ ଦାଶ ଏମ୍ଓୟୁ ସ୍ୱାକ୍ଷର କରିଥିଲେ। ସମବାୟ ସଂସ୍ଥାଗୁଡ଼ିକର ସୁପରିଚାଳନା ପାଇଁ ଏହା ଏକ ନଲେଜ୍ ପାର୍ଟନର ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ ପରେ କେତେକ ଜମାକାରୀ କହିଛନ୍ତି, ଆମକୁ ସରକାର ଏବେ ମୂଳ ଟଙ୍କା ଫେରାଇଛନ୍ତି।
Education,State
ଦ କୁଇଭର ବ୍ୟୁରୋ:- ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ । ତେବେ ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ।
International
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡରେ ଅଛନ୍ତି ଭାରତ ସରକାର । ଏହାରି ମଧ୍ୟରେ ସୋମବାର ଭାରତ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ଏହି ଚ୍ୟାନେଲରେ ଉତ୍ତେଜନାମୂଳକ, ସାମ୍ପ୍ରଦାୟିକ, ସମ୍ବେଦନଶୀଳ ବିଷୟବସ୍ତୁ ସହ ମିଥ୍ୟା ଓ ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ବିସ୍ତାର କରାଯାଉଥିଲା । ଏ ନେଇ ଗୃହ ମନ୍ତ୍ରଣାଳୟର ସୁପାରିଶ ଆସିବା ପରେ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବ୍ୟାନ୍ ତାଲିକାରେ ପାକିସ୍ତାନର ମିଡିଆ ସଂସ୍ଥା ଯେପରିକି ଡନ୍, ସାମା ଟିଭି, ARY ନ୍ୟୁଜ୍, ଜିଓ ନ୍ୟୁଜ୍ , ରାଜି ନାମା, GNN ଓ ଇର୍ସାଦ ଭାଟ୍ଟି ସାମିଲ । ସରକାରୀ ସୂତ୍ରରୁ କୁହାଯାଇଛି, "ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଜମ୍ମୁ କାଶ୍ମୀରେ ଘଟିଥିବା ଦୁଃଖଦ ପହଲଗାମ ଆତଙ୍କବାଦୀ ଘଟଣାରେ ଭାରତ ଏହାର ସେନା ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାମୂଳକ ତଥା ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ତଥା ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ପ୍ରଚାର କରିବା ପାଇଁ ଡନ୍ ନ୍ୟୁଜ୍, ସାମା ଟିଭି, ଏଆଇୱାଇ ନ୍ୟୁଜ୍, ଜିଓ ନ୍ୟୁଜ୍ ସମେତ ୧୬ ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତ ସରକାର ବ୍ୟାନ୍ କରିଛନ୍ତି ।" ବ୍ୟାନ୍ ହେବା ପରେ ଏହି ଚ୍ୟାନେଲଗୁଡ଼ିକର ଭିଡିଓ ଭାରତରେ ଷ୍ଟ୍ରିମିଂ ହେବା ବନ୍ଦ ହେବ । ଭାରତ ସରକାର ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ X ଆକାଉଣ୍ଟକୁ ମଧ୍ୟ ଭାରତ ବ୍ଲକ୍ କରିଥିଲା । ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲକୁ ଫଲୋ କରୁଥିବା ଭାରତୀୟ ୟୁଜରଙ୍କୁ ଏକ ବାର୍ତ୍ତା ଦିଆଯାଇଥିଲା ଯେଉଁଥିରେ ଲେଖାଥିଲା ଯେ ଆଇନଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ @GovtofPakistan ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ।
National,International
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ପାଇଁ ଅସୁବିଧା ବଢ଼ି ବଢ଼ି ଚାଲିଛି । ପାଣି ପରେ ଏବେ ଔଷଧ ଚିନ୍ତା । ଭାରତ ସହ ସବୁ ପ୍ରକାର ବାଣିଜ୍ୟିକ କାରବାର ବନ୍ଦ ପରେ ଏବେ ପାକିସ୍ତାନରେ ଭାଳେଣି ପଡ଼ିଛି। ପାକିସ୍ତାନୀ ଗଣମାଧ୍ୟମ ଜିଓ ନିଓଜ୍ ଖବର ପ୍ରସାରଣ କରିଛି ଯେ, ଔଷଧ ଯୋଗାଣ ପାଇଁ ପାକିସ୍ତାନ ସରକାର ଲାଗିପଡ଼ିଛନ୍ତି। ପାକିସ୍ତାନର ଔଷଧ ନିୟନ୍ତ୍ରକ ସଂସ୍ଥା ଡିଆରଏପି କହିଛି ଯେ, କିପରି ଦେଶରେ ଔଷଧ ଯୋଗାଣ ବ୍ୟାହତ ହେବନି, ସେଥିପ୍ରତି ଧ୍ୟାନ ଦିଆଯାଉଛି । ଭାରତରୁ ବହୁ ଔଷଧ ପାକିସ୍ତାନକୁ ଯାଇଥାଏ । ହେଲେ ଏବେକାର ସ୍ଥିତିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବନ୍ଦ ହୋଇଯାଇଛି ।
National,International
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ଉପରେ ଭାରତର ଦ୍ବିତୀୟ ଡିଜିଟାଲ ଷ୍ଟ୍ରାଇକ । ଭାରତରେ ବ୍ୟାନ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ । ପାକିସ୍ତାନ ସୁପରଷ୍ଟାର ଅଭିନେତ୍ରୀ ହାନିଆ ଅମିର, ମାହିରା ଖାନ, ସଜଲ ଅଲ୍ଲୀ, ସିଙ୍ଗର ଓ ଅଭିନେତା ଅଲ୍ଲୀ ଜାଫର, ସନମ ସଇଦ, ବିଲାଲ ଆବାସ, ଇକରା ଅଜିଜ, ଆଏଜା ଖାନ, ଇମରାନ ଖାନ, ଇମରାନ ଆବାସ ଆଦିଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି । ଏହି ସବୁ ଅଭିନେତା ଅଭିନେତ୍ରୀ ଓ ସିଙ୍ଗର ଭାରତରେ ଘରେ ଘରେ ଲୋକପ୍ରିୟ ଏବଂ ସେମାନଙ୍କୁ ଭାରତରେ ବହୁ ଯୁବପିଢୀ ଅନୁସରଣ କରିଥାନ୍ତି । ପୂର୍ବରୁ ବଲିଉଡ ଫିଲ୍ମରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏମାନଙ୍କ ଡ୍ରାମା ଭାରତରେ ଖୁବ ଲୋକପ୍ରିୟ । ସେଲିବ୍ରିଟିମାନଙ୍କ ଇନଷ୍ଟା ଆକାଉଣ୍ଟ ବ୍ୟାନ ସହ ଲୋକପ୍ରିୟ ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି ।ଜିଓ ଟିଭି, ହମ୍ ଟିଭି ଏବଂ ଆର୍ଯ୍ୟା ଡିଜିଟାଲକୁ ଭାରତରେ ଦେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ପହଲଗ୍ରାମ ଆତଙ୍କୀ ହମଲାକୁ ନିନ୍ଦା କରି ଅଭିନେତ୍ରୀ ମାହିରା ଖାନ ନିଜ ଇନଷ୍ଟା ଆଇଡିରେ ପୋଷ୍ଟ କରିଥିଲେ । କିନ୍ତୁ କିଛି ସମୟ ପରେ ଏହାକୁ ହଟାଇ ଦେଇଥିଲେ । ପହଲଗାମ ଆତଙ୍କୀ ହମଲା ପରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର ।
State
ଦ କୁଇଭର ବ୍ୟୁରୋ:- ମେ' ୧ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟାକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ସାରା ରାଜ୍ୟରେ କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁଖ୍ୟତଃ ଅପରାହ୍ନ ପରେ ପରେ କୁଆପଥର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ମାତ୍ରା ଅଧିକ ରହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୁଆପଥର, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୫୦ ରୁ ୬୦ କିମି ରହିବ । ଯାହାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୨୯ ତାରିଖରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟକ ପବନ ଓ କୁଆପଥର ବର୍ଷିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୩୦ ତାରିଖରେ ଯଦିଓ ବର୍ଷାର ପରିମାଣ କମିବ ମାତ୍ର, କିଛି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦଗରଡ଼, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପବନର ବେଗ ୫୦ ରୁ ୬୦ କିମି ରହିବ l
ମେ' ମାସ ପହିଲାରୁ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧ ତାରିଖରେ କୋରାପୁଟ,ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ସେପଟେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ସହ ପବନର ବେଗ ୪୦ ରୁ ୫୦ କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
International
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରହାର ଆରମ୍ଭ କରିଛି ଭାରତ । ଯାହାକୁ ନେଇ ଛାନିଆ ହୋଇ ପଡି ଚୀନର ଶରଣ ପଶିଛି ପାକ । ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଚୀନକୁ ଅବଗତ କରାଇଛି ଶତୃଦେଶ ପାକିସ୍ତାନ । ପାକ୍ ବୈଦେଶିକ ମନ୍ତ୍ରୀ ଇଶାକ ଦର ଚୀନ ବୈଦେଶୀକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା,ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଏକପାଖିଆବାଦ ଏବଂ ହେଜମୋନିକ୍ ନୀତିକୁ ମିଳିତ ଭାବରେ ବିରୋଧ କରିବା ପାଇଁ ପାକିସ୍ତାନ ଏବଂ ଚୀନ୍ ଦୃଢ ସଂକଳ୍ପକୁ ଦୋହରାଇଛନ୍ତି। ରେଡିଓ ପାକିସ୍ତାନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବାର୍ତ୍ତାଳାପ ସମୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ଅଞ୍ଚଳର ସାମ୍ପ୍ରତିକ ଆଞ୍ଚଳିକ ପରିସ୍ଥିତି ସମ୍ପର୍କରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ପାକ୍ ବୈଦେଶିକ ମନ୍ତ୍ରୀ । ଚୀନ୍ର ନିରନ୍ତର ତଥା ଅତୁଟ ସମର୍ଥନ ପାଇଁ ପ୍ରଶଂସା କରି ପାକିସ୍ତାନ-ଚୀନ୍ ବନ୍ଧୁତା ପାଇଁ ପାକିସ୍ତାନର ଦୃଢ ପ୍ରତିବଦ୍ଧତା ଏବଂ ସର୍ବମୌସମ ରଣନୀତି ସହଯୋଗୀ ସହଭାଗୀତାର ସହଭାଗୀ ଦୃଷ୍ଟିକୋଣକୁ ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଶାନ୍ତି, ନିରାପତ୍ତା ଏବଂ ନିରନ୍ତର ବିକାଶର ସହଭାଗୀ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ସବୁ ସ୍ତରରେ ଘନିଷ୍ଠ ଯୋଗାଯୋଗ ଏବଂ ରକ୍ଷା କରିବାକୁ ସହମତ ହୋଇଥିଲେ। ବିଦେଶୀ ଗଣମାଧ୍ୟମର ପ୍ରତିନିଧୀଙ୍କ ସହ କଥାବାର୍ତ୍ତା କରି ପାକିସ୍ତାନ ସୂଚନା ମନ୍ତ୍ରୀ ଅଟ୍ଟୁଲ୍ଲା ତାରାର କହିଛନ୍ତି ଯେ, ପାକିସ୍ତାନ ଭାରତର କୌଣସିବି ଦୁଃସାହାସିକ କାର୍ଯ୍ୟକୁ ଜବାବଦେବାକୁ ପ୍ରସ୍ତୁତ ।ଭାରତ ଆମର କଥାକୁ ଦୁର୍ବଳ ଭାବିବା ଉଚିତ ନୁହଁ । ପାକିସ୍ତାନ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଛି । ଯାହା ଦର୍ଶାଉଛି “ଆମର ହାତ ପରିଷ୍କାର” । ଆତଙ୍କବାଦ ବିରୋଧରେ ପାକିସ୍ତାନର ଯୁଦ୍ଧ ଜାରି ରହିବ ।
ଅନ୍ୟପଟେ ସିନ୍ଧୁ ଜଳ ଚୁକ୍ତିକୁ ଭାର ସ୍ଥଗିତ ରଖିବା ପରେ ଗତକାଲି ଝେଲମ ନଦୀରୁ ପାଣି ଛଡିଦିଆଯାଇଛି । ଯାହା ଫଳରେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପିଓକେରେ କିଛି ଗ୍ରାମ ପାଣି ଘେରକୁ ଚାଲିଯାଇଛି । ପାକିସ୍ତାନକୁ ଅବଗତ ନକରି ଭାରତ ଏପରି କରିଥିବା ଅଭିଯୋଗ ହୋଇଛି । ମୁଜାଫରରେ ପାଣି ମାଡି ଯାଇଥିବାରୁ ଜୁରୁରୀକାଳୀନ ପରିସ୍ଥିତିଘୋଷଣା କରାଯାଇଛି ।
State
ଦ କୁଇଭର ବ୍ୟୁରୋ:- ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ, ଏନେଇ ରାୟ ଶୁଣାଇଛନ୍ତି କଟକ ଜେଏମ୍ଏଫ୍ସି କୋର୍ଟ । ବାହାଘର କିଛି ବର୍ଷ ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । କୋର୍ଟରେ ଏନେଇ ମାମଲା ହୋଇଥିଲା କିନ୍ତୁ ଦୀର୍ଘ ଦିନ ଶୁଣାଣି ପରେ ମଧ୍ୟ କୋର୍ଟରେ ଏନେଇ ପ୍ରମାଣ ଦେଇପାରି ନାହାନ୍ତି ବର୍ଷା । ଏବେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ଭରଣପୋଷଣ ମାମଲା ସମ୍ପର୍କରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସ୍ବାମୀଙ୍କ ସମ୍ପତି ଦେଖି ଭରଣପୋଷଣ ମାଗି ପାରିବେନି ପତ୍ନୀ । ଭରଣପୋଷଣକୁ ସ୍ବାମୀଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଇ ପାରିବ ନାହିଁ ।
Sports
ଦ କୁଇଭର ବ୍ୟୁରୋ:- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଶାନଦାର ବିଜୟ । ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଦିଲ୍ଲୀ ଓ ବେଙ୍ଗାଲୁରୁ ମ୍ୟାଚରେ ୬ ୱିକେଟରେ ଜିତିଲା ଆରସିବି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ୮ ୱିକେଟରେ ୧୬୨ ରନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଟାର୍ଗେଟକୁ ପିଛା କରି କୃଣାଳ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦମଦାର ଜିତ ହାସଲ କରିଛି ଆରସିବି । ଦିଲ୍ଲୀର ପ୍ରଦର୍ଶନ ଆରମ୍ଭରୁ ଏତେଟା ଭଲ ନଥିଲା । ଚତୁର୍ଥ ଓଭରରେ ଅଭିଷେକ ପୋରେଲ ଆଉଟ ହୋଇଯାଇଥିଲେ । ଏହା ପରେ ତା ପର ଓଭରରେ କରୁଣ ନାୟରଙ୍କ ୱିକେଚ ପତନ ହୋଇଥିଲା । ନାୟର ମାତ୍ର ୪ ରନ କରିଥିଲେ । ଏହା ପରେ ଫାଫ ଓ କେଏଲ ରାହୁଲ ମଧ୍ୟରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ୧୦ ଓଭରରେ କୃଣାଳଙ୍କ ବଲର ଶିକାର ହୋଇଥିଲେ ଫାଫ୍ । ଫାଫ ୨୨ ରନ କରିଥିଲେ । ଏହାପରେ ଅକ୍ଷର ପଟେଲ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ୧୪ ଓଭରରେ ତାଙ୍କର ୱିକେଟ ପତନ ହୋଇଥିଲା । କେଏଲ ରାହୁଲଙ୍କ କିଛି ବଡ ରନ କରିବେ ବୋଲି ଭାବୁଥିଲେ ଦର୍ଶକ । ହେଲେ ୩୯ ବଲରେ ସେ କେବଳ ୪୧ ରନ କରିଥିଲେ । ୨୦ ଓଭରରେ ଦିଲ୍ଲୀ ୧୬୩ ରନ ଟାର୍ଗେଟ ଦେଇଥିଲା ଆରସିବିକୁ । ଏହି ବିଜୟ ପରେ ଆରସିବି ଟେବୁଲ ଟପ୍ରେ ଟପରେ ପହଞ୍ଚି ଯାଇଛି ଆରସିବି । ୧୦ଟି ମ୍ୟାଚରୁ ୭ଟି ମ୍ୟାଚ ଜିତି ଯାଇଛି ଆରସିବି ।
Shree Jagannath
ପୁରୀ( ଦ କୁଇଭର):- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବୁଧବାର ଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । କଳି ଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ନୌକା ବିହାର କରିଥାନ୍ତି ।
ତେବେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରେ ଦ୍ଵି ପ୍ରହର ଧୂପ ସରିବା ପରେ ଠାକୁରମାନେ ବିମାନକୁ ବିଜେ କରିଥିଲେ । ଅପରାହ୍ନ ୪ଟାରେ ରଥ ଖଳାକୁ ଆଜ୍ଞାମାଳ ବିଜେ ସହ ବିମାନ ଉଠିଥିଲା । ତିନି ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ଖଳାରେ ପହଁଚିବା ପରେ ତିନି ରଥର ତିନି ମୁଖ୍ୟ ବିଶ୍ବକର୍ମାଙ୍କୁ ପ୍ରଦାନ କରିଥିଲେ । ଏହାପରେ ସୁବର୍ଣ୍ଣ ବେଣ୍ଟ ଯୁକ୍ତ କୁରାଢି ଦ୍ଵାରା ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏସପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗ ମହାନାୟକ , ବରିଷ୍ଠ ସେବାୟତ ଉପସ୍ଥିତ ରହି ରଥ କାଠ ନିକଟରେ ପ୍ରଣିପାତ କରିଥିଲେ । ରଥ ଖଳାରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ରଥ ନିର୍ମାଣ ଅନୁକୂଳ ପରେ ବାଦ୍ୟ, କାହାଳୀ, ସଙ୍କୀର୍ତ୍ତନ ଓ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥିଲେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରିଥିଲେ।ଚନ୍ଦନ ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାରୁ ଜୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ। ଏହାରି ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ । ମଣିଷଙ୍କ ପରି ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି । ପ୍ରତ୍ୟେକ ଦିନ ଦୁଇ ଥର ଅର୍ଥାତ୍ ଥରେ ଦିନ ଚାପ ଓ ଥରେ ରାତି ଚାପ ହୋଇଥାଏ । ନୌକା ବିହାର କରି ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ ମନ୍ସ ଓ କୁଣ୍ଡରେ ପୁନଃ ସ୍ନାନ କରି ଜଳକ୍ରୀଡା କରିଥାନ୍ତି । ପରେ ମାଣ୍ଡୁଅ,କାକରା , ନାନମାଳ ବା କେଳି , ରସାବଳି ପଟ ଇତ୍ୟାଦି ଭୋଗ କରାଯାଇଥାଏ ।
ଅକ୍ଷୟ ତୃତୀୟା ତିଥିରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ତଥା ଚନ୍ଦନ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡ଼ିଥିଲା । ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଲୋକ ମହାପ୍ରଭୁଙ୍କ ନୌକା ବିହାର ଦେଖିବା ପାଇଁ ଏକତ୍ରିତ ହୋଇଥିଲେ । ତିଥି ଅନୁଯାୟୀ ଦିନ ଚାପ ଓ ଜଳକ୍ରୀଡା ପରେ ମଦନ ମୋହନ ବିଭିନ୍ନ ବେଶ ଅର୍ଥାତ୍ ନଟବର, ରାଜାଧିରାଜ,ନଟବର, ନାବକେଳୀ, ରାସ ମଣ୍ଡଳୀ ଇତ୍ୟାଦି ବେଶ ହୋଇଥାନ୍ତି । ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚଳଚଞ୍ଚଳ ହେଲାଣି ରଥ ଖଳା । ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣରେ ଲାଗିପଡ଼ିଲେଣି ରଥ ନିର୍ମାଣକାରୀ ସେବକ ।
State
ଗଞ୍ଜାମ( ଦ କୁଇଭର):- ରବିବାର ଗଞ୍ଜାମ ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପ୍ରଥମେ ବ୍ରହ୍ମପୁର ମା' ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ରେ ପହଞ୍ଚି ମା'ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ଶୁଭମନାସି ଥିଲେ l ପରେ ବାଘ ନାଚ ଦେଖିବା ସମୟରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ ଅଣଦେଖା କରିବା ନଜର ଆସିଥିଲା l ପରେ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଦ୍ୟାଳୟ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଅପମାନ କରୁଥିବା ପରିଲକ୍ଷିତ ହୋଇଛି l ନିଜେ ମୁଖ୍ୟମନ୍ତ୍ରୀ, ନିଜ ଦଳୀୟ ନେତା ତଥା ଚିକିଟି ବିଧାୟକଙ୍କ ନାମକୁ ଠିକ ଭାବରେ ଉଚ୍ଚାରଣ ନ କରି ଅନ୍ୟ ପ୍ରକାରେ ବିଧାୟକଙ୍କ ନାମକୁ କହିଥିଲେ,ତଥା ବିଧାୟକ ଙ୍କ ନାମକୁ ନେଇ ବ୍ୟଙ୍ଗ କରିବା, ଆଉ ସେହି ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି l ଯାହାକୁ ଦେଖିବା ମାତ୍ରେ ଯେ କେହି ଭି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଡାକିବା ଶୈଳୀ କୁ ନାପସନ୍ଦ କରିବା ସହ ଦୃଢ଼ ନିନ୍ଦା କରୁଛନ୍ତି, ବିଶେଷ କରି ଚିକିଟି ବାସୀ ଦୃଢ଼ ନିନ୍ଦା କରୁଛନ୍ତି। ମୁର୍ଖ ମୁଖ୍ୟମନ୍ତ୍ରୀ ହାଏ ହାଏ ବୋଲି ଚିକିଟି ଅଞ୍ଚଳ ରେ ନାରାବାଜି ହୋଇଥିବା ପରିଲକ୍ଷିତ ହୋଇଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବା ପରିଲକ୍ଷିତ ହୋଇଛି l ତେବେ ଏନେଇ ଚିକିଟି ବିଧାୟକଙ୍କ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରିନାହିଁ l
International
ଦ କୁଇଭର ବ୍ୟୁରୋ:- ଇତି ମଧ୍ୟରେ ପହଲଗାମ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ମାରଥନ ବୈଠକ କରିଛନ୍ତି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରି ପାକିସ୍ତାନକୁ ପାନେ ଦେବା ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ତିନି ସେନା ମୁଖ୍ୟଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ଜଳ, ସ୍ଥଳ, ଆକାଶ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ନିର୍ଦ୍ଦେଶ ଆସିବା ପରେ କିଛି ଗୋଟେ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଭାରତର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଭୟଭୀତ ହୋଇପଡିଛି । ଭାରତ ଯଦି କୌଣସି ଆକ୍ରମଣ କରେ ସେଥିରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ପାକିସ୍ତାନ । ସୀମାରେ ତ ଲଗାତାର ୫ ଦିନ ଧରି ଗୁଳିମାଡ କରୁଛନ୍ତି ପାକ୍ ସେନା । ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଭାରତର ଏୟାରଷ୍ଟ୍ରାଇକ ନେଇ ଆଗୁଆ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସୀମାରେ ନିଜର ରାଡାର ମୂତୟନ କରିଛି । ଫିରୋଜପୁରକୁ ଲାଗି ରହିଥିବା ଅଂଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୂତୟନ କରାଯାଇଛି । ପୂର୍ବରୁ ଭାରତ-ପାକ୍ ସୀମାଠାରୁ ପ୍ରାୟ ୫୮ କିଲୋମିଟର ଦୂର ସ୍ଥାନରେ ଟିପିଏସ- ୭୭ ରାଡାରକୁ ମୂତୟନ କରିଥିଲା ପାକ୍ ସେନା । ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ପଣ କରିଛି ଭାରତ। ଆତଙ୍କବାଦୀ ଓ ସେମାନଙ୍କୁ ବର୍ଷ ବର୍ଷ ଧରି ପାଳି ଆସୁଥିବା ପାକିସ୍ତାନ ବିରୋଧରେ କଡା ଆକ୍ସନ ନେବାକୁ ସାରାଦେଶରୁ ଦାବି ଉଠୁଛି । ଦଳ ମତ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଦାବି ହେଉଛି ।ପାକିସ୍ତାନକୁ ଭାରତର ଭୟ ଘାରିଥିବା ବେଳେ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ ।
State
ଗଞ୍ଜାମ, କୋଦଳା ( ଦ କୁଇଭର):- ଜେଲ୍ରେ ବିବାହ କରିଛନ୍ତି ଜଣେ କଏଦୀ ନିଜ ପ୍ରେମିକା କୁ, ଯାହାଙ୍କ ପାଇଁ ସେ ଆଜି ଜେଲରେ ଅଛନ୍ତି l ଅଜବ ଲାଗୁଥିଲେ ମଧ୍ୟ କଥାଟା ନିରାଟ ସତ୍ୟ, ଆଉ ଏଭଳି ଘଟଣା ଘଟିଛି କୋଦଳା ସବ ଜେଲ ପରିସରରେ l ଏହା ଥିଲା ଏକ ଭିନ୍ନ ବିବାହ। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିଛନ୍ତି ଅଭିଯୁକ୍ତ।
ଗଞ୍ଜାମ ଜିଲ୍ଲା କୋଦଳା ସବଜେଲ ପରିସର ହନୁମାନ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି। ବର ଥିଲେ ବନ୍ଦୀ ଓ ବରଯାତ୍ରୀ ଥିଲେ ଅନ୍ୟ ବନ୍ଦୀମାନେ। କନ୍ୟାକୁ ନେଇ କନ୍ୟା ପକ୍ଷ ଜେଲକୁ ଆସିଥିଲେ। ବଡ ଧୁମଧାମରେ ବିବାହ ପରେ କନ୍ୟା ଶ୍ଵଶୁର ଘରକୁ ଯାଇଥିବା ବେଳେ ବର ଜେଲରେ ହିଁ ରହିଥିବା ସୂଚନା ମିଳିଛି l ତେବେ ଭିନ୍ନ ପ୍ରକାର ଥିଲା ଏହି ବାହାଘର ଏବଂ ଜଣେ ସଚେତନ ନାଗରିକ ଭାବରେ ଯେ କେହି ଭି ଏକଥା କୁ ସହମତ ହୋଉଛନ୍ତି l