ବାରିପଦା(ଦ କୁଇଭର): ଶିମୁଳିପାଳ ଅଭୟାରଣ୍ୟ କଡ଼ରେ ରହିଛି ଆଉଏକ ଡଙ୍କାରୀର କାହାଣୀ । ଏଠି ଅଣଓଡ଼ିଆ ଠିକାଦାର ଓ ଅଫିସରମାନେ ହଜାର ହଜାର କୋଟିର ଲଘୁ ଖଣିଜ ଲୁଟ କରୁଛନ୍ତି । ଶିମିଳିପାଳ ଜାତୀୟ ଉଦ୍ୟାନ ଓ କୁଲଡିହା ଜଙ୍ଗଲ ମଝିରେ ଥିବା ଶାରିଶୂଆ ପାହାଡ଼କୁ କାଟି ଖିନଭିନ କରିଦେଲେଣି । ସରକାରୀ ଭାବେ ୯୭ଟି ପଥର କ୍ୱାରୀ ନିଲାମ ଦିଆଯାଇଥିବା ବେଳେ ବେସରକାରୀ ଭାବେ ଆହୁରି ୨୦୦ଟି କ୍ୱାରୀ ଚାଲିଛି । ବାହାର ରାଜ୍ୟର ମାଫିଆମାନେ ଆସି ଏଠାରୁ ଲୁଟ କରୁଛନ୍ତି । ୨୦୧୫ ମସିହାରୁ ଚାଲିଥିବା ଏହି ଲୁଟ ପାଇଁ କାଳେ ମୟୁରଭଞ୍ଜର ଜିଲ୍ଲାପାଳଙ୍କ ଠାରୁ ବିଜେଡିର ବଡ଼ପଣ୍ଡାମାନେ ହଜାରେ କୋଟିର କିକବ୍ୟାକ୍ କରିଛନ୍ତି । ଏବେ ଏହି ପାହାଡ଼ ଏବଂ ବନ୍ୟଜନ୍ତୁ କରିଡର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଲୋକେ ।
ବିଜେଡି ସମୟରେ ଚାଲିଥିଲା ସମ୍ପଦ ଲୁଟ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡଙ୍କାରୀ ପାହାଡ଼ର କଳା କାରନାମା କାହାକୁ ଅଛପା ଅଛି । ବିଜେଡି ନେତା ଓ ଅଣଓଡ଼ିଆ ଠିକାଦାର ଏବଂ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିମିଶି ଏମିତି ଲୁଟ କରିଛନ୍ତି ଯେ, ପାହାଡ଼ ଏବେ ଅତିଗଭୀର ପୋଖରୀ ହୋଇଯାଇଛି । ହଜାର ହଜାର କୋଟିର ଲଘୁ ଖଣିଜ ଲୁଟି ନେଇଛନ୍ତି । ନେତାମାନେ ବେଶ ମାଲେମାଲ ହୋଇଛନ୍ତି । ଯାହାକୁ ନେଇ ଏବେବି ଯାଜପୁରିଆ ନେତାଙ୍କର ଛାତି ଧଡ଼ ଧଡ଼ ହେଉଛି । କାଳେ ତଦନ୍ତରେ ଏମାନଙ୍କୁ ଟାଣି ନେବେ କି ସରକାର, ସେଥିପାଇଁ ଡରୁଛନ୍ତି । ଏତେ ଲୁଟ କରିଛନ୍ତି ଯେ, ଡଙ୍କାରୀ କଥା ପଡ଼ିଲେ ଏମାନଙ୍କର ଛନକା ପଶିଯାଉଛି ।
ଏପଟେ ସମସ୍ତେ ଡଙ୍କାରୀ ଉପରେ ନଜର କରିଥିବା ବେଳେ ସେପଟେ ଶାରିଶୂଆ ପାହାଡ଼କୁ ଲୁଟ କରିଛନ୍ତି ବିଜେଡି ସମର୍ଥକ ଓ ଅଣଓଡ଼ିଆ ଠିକାଦାର ବୋଲି ଅଭିଯୋଗ ହୋଇଛି । ଏପରିକି ଏଥିରେ ଯାଜପୁରିଆ ନେତାଙ୍କର ବି ବଡ଼ ହାତ ଅଛି । ପୂର୍ବରୁ ବିଜେଡିର କାର୍ପଟଦାର ଥିବା ଅଫିସର ମାନେ ବି ବେଶ ଲାଭ ପାଇଛନ୍ତି । ଏମାନଙ୍କ ନିଦେ୍ର୍ଦଶରେ ଜିଲ୍ଲାପାଳ ଓ ଏସପିମାନେ ବି କମ ଲୁଟ କରିନାହାନ୍ତି ବୋଲି ଲୋକେ କହୁଛନ୍ତି ପାହାଡ଼ ପରେ ପାହାଡ଼ ଗିଳି ଦେଇଛନ୍ତି । ଶିମିଳିପାଳ ଓ କୁଲଢ଼ିଆ ଜଙ୍ଗଲ ମଝିରେ ଥିବା ହାତୀ କରିଡର ଉପରେ ରହିଛି ଶାରିଶୂଆ ପାହାଡ଼ । ସେହି ପାହାଡ଼ର କଳା ପଥର ବେଶ ଉଚ୍ଚ ମାନର । ୨୦୧୫ ଠାରୁ ସେଠାରୁ ନିୟମିତ ଲୁଟ ଚାଲିଛି । ପ୍ରତିଦିନ ଶହଶହ ଟ୍ରକ ଲଗାଇ ମାଲ ଲୁଟ ହୋଇଥିଲା । ଏଠାରେ ଖଇରା ତହସିଲ ପକ୍ଷରୁ ମାତ୍ର ୯୭ଟି ପଥର କ୍ୱାରୀ ନିଲାମ ଦିଆଯାଇଛି । ହେଲେ ସେଠାରେ ୩୧୨ଟି ପଥର କ୍ୱାରୀ ଚାଲିଛି ଏହା କେମିତି?
ଏକଥା ସମସ୍ତେ ଜାଣନ୍ତି । ମାତ୍ର ଟଙ୍କା ନେଇ ସମସ୍ତେ ନୀରବ ରହୁଥିବାରୁ ଏଠାରେ ବି ହଜାର ହଜାର କୋଟିର ଲଘୁ ଖଣିଜ ପଦାର୍ଥ ଲୁଟ ହୋଇଛି । ଗୁଣ୍ଡାଙ୍କ ବଳୟ ଭିତରେ ରହି ହେଉଥିବା ଏହି ଲୁଟ ସମ୍ପର୍କରେ ସରକାର କି ପୋଲିସ ଶୁଣୁ ନଥିଲେ । ଏନେଇ ଏବେ ତତ୍ପରତା ପ୍ରକାଶ ପାଇଛି । ମୋହନ ସରକାର ଆସିବା ପରେ କାଳେ ବିଜେଡି ସମର୍ଥିତ ଗୁଣ୍ଡା ଓ ଅଫିସର ମାନଙ୍କର ଆଉ ଚାଲୁ ନାହିଁ । ତେଣୁ ଏହି ଲୁଟକୁ ବିରୋଧ କରାଗଲାଣି । ଦେଖାଯାଉ ଏହି ହଜାର ହଜାର କୋଟି ଦୁର୍ନୀତି ସମ୍ପର୍କରେ ସରକାର ଜାଣି କିଛି ପଦକ୍ଷେପ ନେଉଛନ୍ତି ନା ଏମିତି ଛାଡ଼ି ଦେଉଛନ୍ତି?
No comments yet.
State
ବ୍ରହ୍ମପୁର ( ଦ କୁଇଭର ):; ଆଜି ସକାଳ ପ୍ରାୟ ୬ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଛକ ନିକଟରେ ଜଣେ ମହିଳା ମୋର୍ନିଂ ୱାର୍କ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ସମ୍ପୃକ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚାଲିଯାଇଥିବା ସୂଚନା ରହିଛି । ପୂର୍ବରୁ ମଧ୍ୟ ଆମ୍ବପୁଆ ସ୍ଥିତ ଇନ୍ କମ୍ ଟେକ୍ସ ଅଫିସ୍ ସମ୍ମୁଖରେ ଆମ୍ବପୁଆ ଅଞ୍ଚଳର ଜଣେ ମହିଳା ମର୍ଣିଂ ୱାକରେ ଯାଉଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ସମ୍ପୃକ୍ତ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ । ଏହି ଘଟଣାର ଅଭିଯୁକ୍ତକୁ ପୁଲିସ ଧରିପାରିନଥିବା ବେଳେ ଏବେ ଆଉ ଏକ ଲୁଟ୍ ପୁଲିସର ଚିନ୍ତା ବଢାଇବା ସହ ଲୁଟେରାମାନେ ପୁଲିସକୁ ଅପେନ୍ ଚାଲେଞ୍ଜ ଦେଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘଟଣାର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରାଙ୍କ ଫୋଟ କଏଦ ହୋଇଥିବା ଜଣାପଡିଛି । ଲୁଟେରାମାନେ ଲୁଟ୍ କରିବା ପରେ ଦ୍ରୁତଗତିରେ ଯାଉଥିବା ସିସିଟିଭି ଭିଡ଼ିଓରୁ ଜଣାପଡ଼ିଛି ।
State
ଦ କୁଇଭର ବ୍ୟୁରୋ :- ରବିବାର ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ହାଣ୍ଡିଘର ଗ୍ରାମର କିଛି ଦୁର୍ଦ୍ଦାନ୍ତ ଯୁବକ ଆତଙ୍କରାଜ ଚଳାଇ ଗାଁ ଲୋକଙ୍କୁ ଭୟଭୀତ କରାଇବା ସହ ତିନି ଜଣ ବ୍ୟକ୍ତିଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗ୍ରାମର କାହ୍ନୁ ଚରଣ ମହାନ୍ତି, ଗୋପାଳ ମହାନ୍ତି ଓ ଭାଗିରଥି ମହାନ୍ତି ଗୁରୁତର ଆହତ ହୋଇ ବର୍ତ୍ତମାନ ବିଶାଖାପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ କରି କିଛି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛି।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ଭୁବନେଶ୍ବରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ନୂଆ ପ୍ରକୋଷ୍ଠରେ ହୋଇଛି ଅଭିଯୋଗ ଶୁଣାଣି । ୟୁନିଟ ୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଏଥର ଅଭିଯୋଗ ଶୁଣାଣ ଆୟୋଜିତ ହୋଇଛି। ଆଜିର ଶୁଣାଣି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି। ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୋଗ ଶୁଣୁଛନ୍ତି। ପ୍ରଥମେ ଦିବ୍ୟାଙ୍ଗଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଭି.କୀର୍ତ୍ତୀ ଭାସନ୍ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ୨୦୧୮ ବ୍ୟାଚର ଆଇଏଏସ ଅଫିସର, ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ଆଇଏଏସ ପ୍ରୋବେସନାଲ ରହିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି | ଜିଲ୍ଲାରେ ସବଡ଼ିଭିଜନ ସ୍ତରୀୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେଉଛି, ଏଣିକି ବ୍ଲକ ସ୍ତରରେ ମଧ୍ୟ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି ହେବ ବୋଲି ସେ ଖବରଦାତା ମାନଙ୍କୁ ସୂଚନା ଦେଇଛନ୍ତି, ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି| | ଜ଼ିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବl ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଵା ଉପରେ ଅଧିକ ଫୋକସ ରହିବ ବୋଲି ଜ଼ିଲ୍ଲାପାଳ ଶ୍ରୀ ଭାସନ୍ କହିଛନ୍ତି | ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଦର୍ଶନ ଓ ଆଶ୍ରିବାଦ ନେଇଥିଲେ | ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା | ନୂତନ ଜିଲ୍ଲାପାଳ ଆଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ l
State,National,Business
ଦ କୁଇଭର ବ୍ୟୁରୋ :- ମହିଳାଙ୍କ ଠାରୁ ଗାରର୍ମେଣ୍ଟ ଦେବାନାରେ ଲକ୍ଷାଧିକ ଟଙ୍କା ଠକେଇ । ଠକେଇ ଅଭିଯୋଗରେ ଗୁଜୁରାଟ ସୁରତରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଫେକ ଗାରର୍ମେଣ୍ଟ ଆପ ରେ 50% ରିହାତି ରେ ପୋଷାକ ଯୋଗେଇ ଦେବେ କହି ଅଫର୍ ଦେଉଥିଲେ । ଟଙ୍କା ନେବା ପରେ ପୋଷାକ ଦେଇନଥିଲେ । ଭୁବନେଶ୍ୱରର ଜଣେ ମହିଳା ବ୍ୟବସାୟୀ ଏପ୍ରିଲ ମାସରେ ଠକେଇରେ ପଡ଼ିବ ପରେ ସାଇବର ଥାନାରେ ଅଭିଯୋଗ କରିଥଲେ । ଅଭିଯୋଗ ଥିଲା ବିଭିନ୍ନ ଉପାୟରେ 14 ଲକ୍ଷ୍ୟ 55 ହାଜର ଟଙ୍କା ପୋଷାକ ଦେବା ଠକେଇ କରିଥିଲେ ସାଇବର ଠକ ।ଟଙ୍କା ଯାଇଥିବା ଆକାଉଣ୍ଟକୁ ସାଇବର ପୋଲିସ ତଦନ୍ତ କରି ଗୁଜରାଟ ସୁରତରେ ପହଞ୍ଚିଥିଲା । ସୁରତ କାମରେଶ ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଂକ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଫେଲ । ଫେକ ଆପ ଓ whatup ଗ୍ରୁପ୍ କରି ୫୦ ପ୍ରତିଶତ କମ ଦାମରେ ଡ୍ରେସ୍ ଜଗେଇ ଦେବେ ବୋଲି କହିଥିଲେ । କିନ୍ତୁ ଟଙ୍କା ନେବାପରେ ପୋଷାକ ଦେଇନଥିଲେ । ତଦନ୍ତ ସମୟରେ 8ଟି ରାଜ୍ୟରେ ଠକେଇ ନେଇ ସୁଚନା ପାଇଛି ସାଇବର ପୋଲିସ । ଆବଶ୍ୟକ ପଡିଲେ ରିମଣ୍ଡ ରେ ଆସିବେ ଠକ ।
Politics,National
ନୂଆଦିଲ୍ଲୀ( ଦ କୁଇଭର ):- ଶାହଙ୍କ ଚେତାବନୀ । କଂଗ୍ରେସ ଆହୁରି ୨୦ ବର୍ଷ ବିରୋଧୀ ସ୍ଥାନରେ ବସିବ । ସଂସଦରେ ଅପରେସନ ସିନ୍ଦୁରର ଆଲୋଚନା ବେଳେ କଂଗ୍ରେସ ନେତାମାନଙ୍କର ହାବଭାବ ଓ ହୋହାଲ୍ଲା ଗୃହକୁ ପ୍ରଭାବିତ କରିଥିଲା । ଅପରେସନ ସିନ୍ଦୁର ସମ୍ପର୍କରେ ଆଲୋଚନା କରିବାକୁ ବିରୋଧୀଙ୍କ ଦାବି ସରକାର ମାନିଥିଲେ । ଉଭୟ ଗୃହରେ ଆଲୋଚନା ହୋଇଥିଲା । ଲୋକ ସଭାରେ ୧୬ ଘଣ୍ଟା ଏବଂ ରାଜ୍ୟସଭାରେ ୯ ଘଣ୍ଟା ଧରି ଚାଲୁଛି ଚର୍ଚ୍ଚା । ହେଲେ ଏହି ଆଲୋଚନା ବେଳେ ବିରୋଧୀମାନଙ୍କର କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ଶାସକ ଦଳର ନେତାମାନେ ।
ବିରୋଧୀ ଆଲୋଚନା କମ, କିନ୍ତୁ ଆଲୋଚନାକୁ ପ୍ରଭାବିତ କରିବାକୁ ବା ବିଭ୍ରାଟ କରିବାକୁ ଅନେକ ଉଦ୍ୟମ କରୁଥିଲେ । ହୋହାଲ୍ଲା, ଦାବି ଓ ସ୍ଲୋଗାନରେ କମ୍ପୁଥିଲା ଲୋକସଭା ଓ ରାଜ୍ୟସଭା । ବାରମ୍ବାର ସେମାନଙ୍କୁ ବୁଝାଉଥିଲେ ବାଚସ୍ପତି ଓମ ବିର୍ଲା । ଲୋକସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇଙ୍କୁ ବାରମ୍ବାର କହୁଥିଲେ, ଯେ ଆପଣଙ୍କ ଦଳର ନେତାମାନଙ୍କୁ ସମ୍ଭାଳନ୍ତୁ । ମାତ୍ର କଂଗ୍ରେସର ସଦସ୍ୟ ମାନେ ନିୟନ୍ତ୍ରଣ ବାହାରକୁ ଯାଉଥିଲେ । ଗୃହ ତ ଥରେ ଦୁଇଥର ମୁଲତବୀ ବି ହୋଇଥିଲା । ଏମାନଙ୍କ କାର୍ଯ୍ୟରେ ଅତିଷ୍ଠ ଥିଲା ବିଜେପି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆଲୋଚନା ବେଳେ ବିରୋଧୀଙ୍କ ହୋହାଲ୍ଲାଙ୍କୁ ନେଇ ହଠାତ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଠିଥିଲେ । ବାଚସ୍ପତିଙ୍କ ଅନୁମତି ନେଇ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ଜୟଶଙ୍କର ତାଙ୍କର ଉକ୍ତିକୁ କିଛି ସମୟ ପାଇଁ ବନ୍ଦ ରଖିଥିଲେ । ଅମିତ ଶାହ କଂଗ୍ରେସ ଏବଂ ତାଙ୍କ ସହଯୋଗୀ ଦଳର କାର୍ଯ୍ୟରେ ଏତେ ଉକ୍ଷିପ୍ତ ହୋଇଥିଲେ ଯେ କହିଥିଲେ ଏମାନଙ୍କର ଏହି କାର୍ଯ୍ୟ ପାଇଁ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଏମାନେ ସେହି ବିରୋଧୀ ସ୍ଥାନରେ ବସିବେ । କାରଣ ଏମାନଙ୍କର ଦେଶ ବାଛିଥିବା ବୈଦେଶିକ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ । ଏମାନେ ବିଦେଶୀଙ୍କ କଥାରେ ବେଶ ଆନନ୍ଦିତ ହେଉଛନ୍ତି । କଂଗ୍ରେସର ଏଜେଣ୍ଡା ତ ବିଦେଶୀ ଚିନ୍ତା ଧାରାକୁ ଭାରତ ଉପରେ ଥୋପିବା । ନିଜ ଦଳର ଚିନ୍ତା ଧାରାକୁ ସଂସଦକୁ ନ ଆଣନ୍ତୁ ବୋଲି ଶାହ ଚେତାବନୀ ଦେଇଥିଲେ ।
State,Farming
କୁକୁଡାଖଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ମା ର ଚାଷଜମି (ତୈଳି କିଆରୀ)ରେ ସାନ ପୁଅ ବିଷାକ୍ତ ଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନାମୁତାବକ ନଳିହାଡ ଗ୍ରାମର ସୁଦଷ୍ଣା ବିଷୋୟୀଙ୍କ ସାନ ପୁଅ ବାବୁଲା ବିଷୋୟୀ ନିଜ ମା ଉପରେ ରାଗ ହିଂସା ରଖି ମା ର ତୈଳି କିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ତଥା ମଞ୍ଜୁଳା ବିଷୋୟୀ,ନମିତା ଗୌଡ଼, ବୁଦ୍ଧିଆ ପଳେଇ, ସୁଶାନ୍ତ ଜେନା ସହ ବହୁ ମହିଳା ଦେଖିଥିଲେ । ଖବର ପାଇ ସୁଦଷ୍ଣା ଘଟଣା ସ୍ଥଳରେ ପହଞ୍ଚି ଦେଖିବା ପରେ ଘଟଣାକୁ ନେଇ ତୁରନ୍ତ ସାନ ପୁଅ ବାବୁଲାଙ୍କ ବିରୋଧରେ ସଦର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳବାର ସକାଳେ ସଦର ଥାନା ପୁଲିସ ଏଏସ୍ ଆଇ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଦିର୍ଘ ୨୫ବର୍ଷ ଧରି ସାନପୁଅ ବାବୁଲା ମାଁ ସୁଦଷ୍ଣା ଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡ଼ିଛି । ପୁଅ ବାବୁଲା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଆ ସୁଦଷ୍ଣା ପୁଲିସ ନିକଟରେ ଦାବି କରିଥିବା ଜଣାପଡ଼ିଛି।
State,Education
ଦ କୁଇଭର ବ୍ୟୁରୋ :- ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ I
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ କୀର୍ତ୍ତିଭାସନ ପ୍ରଥମେ ମାଁ ତାରାତାରିଣୀଙ୍କ ଦର୍ଶନ ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜକିଶୋର, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଭାରପ୍ରାପ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଂସଦାଙ୍କ ସମେତ ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜିର ଏହି ଶିବିରରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ରାଜସ୍ୱ, ଭତ୍ତା, ଶ୍ରମିକ କାର୍ଡ ଓ ରେସନ୍ କାର୍ଡ୍ ବିଷୟରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ୧୧୨ ଅଭିଯୋଗ ମଧ୍ୟରେ ୯୫ଟି ବ୍ୟକ୍ତିଗତ ୮ଟି ଗ୍ରାମ ଭିତ୍ତିକ ସମେତ ୫ଟି ର ସମାଧାନ କରାଯିବା ସହ ୪ ଜଣଙ୍କୁ ରେଡକ୍ରସ୍ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନେ ମିଳିମିଶି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସମ୍ମିଳିତ ଉଦ୍ୟମ ରହିଛି ବୋଲି ମତବ୍ୟକ୍ତ କରିଥିଲେ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ସେ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା ପରେ ମାଟି ତଳେ ପୋତିଦେଇଛି। ମୃତ ମା’ ଓ ଝିଅ ହେଲେ ସୋନାଲି ଦଳେଇ (୨୩) ଓ ସୁମତି ଦଳେଇ (୫୫)। ଅଭିଯୁକ୍ତ ଦେବାଶିଷ ପାତ୍ରକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା ପରେ ଗାତ ଖୋଳି ୨ଟି ଶବକୁ ପୋତି ଦେଇଛି ଏବଂ ଏହାରି ଉପରେ କଦଳୀ ଗଛ ଲଗାଇ ଦେଇଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖି ପୁଲିସ ହତବାକ ହୋଇଯାଇଛି।
ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର ଆମ୍ବଡୁବି ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ସୋନାଲି ଦଳେଇଙ୍କୁ ଦ୍ୱିତୀୟ ବିବାହ କରିଥିଲେl ତାଙ୍କର ଗୋଟିଏ ଏକବର୍ଷର ପୁତ୍ର ସନ୍ତାନ ଅଛି l ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବ୍ସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତିl ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦେବାଶିଷ ଓ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନେଇ କୋର୍ଟରେ ମାମଲା ଚାଲିଛି। ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣ ପାଇଁ ନିଜ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଘର ପଛପାର୍ଶ୍ବରେ ଥିବା l ବଗିଚା ପଛପଟରେ ଦୁଇ ମୃତଦେହକୁ ପୋତି ଦେଇଥିଲା। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀ ସନ୍ଦେହ ହୋଇଥିଲା। କିଛି ଗ୍ରାମବାସୀ ଦେବାଶିଷଙ୍କ ଘରପଛରେ ଥିବା ବାଡ଼ିରେ ମାଟି ଚିହ୍ନ ଦେଖି ଅଧିକ ସନ୍ଦେହ କରିଥିଲେ। ଏଠାରେ ଗାତ ଖୋଳା ଯାଇଥିବାର ଦେଖି ସେମାନେ ଅଧିକ ସନ୍ଦେହ କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ମଧୁମିତା ମହାନ୍ତି, ମାଜିଷ୍ଟ୍ରେଟ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତିl ଅଭିଯୁକ୍ତ ପୁଲିସ ଆଗରେ ହତ୍ୟା କରି ପୋତି ଦେଇଥିବା କଥା ସ୍ୱୀକାର କରିଛିl ପୁଲିସ ଅଭିଯୁକ୍ତକୁ ଗିରଫ କରିଛିl ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁl
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ଗତକାଲି ସନ୍ଧ୍ୟାରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ, ଝିଅ, ବୋହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳରେ ଡାକସେବା କରିଥିବା ଦୁର୍ଯୋଧନ ନାୟକ ମୃତ୍ୟୁ ପରେ ନିଜର ଶରୀର ଦାନ କରି ସମାଜର କାମରେ ଲାଗିବାକୁ ଜୀବିତ ଥିବା ସମୟରେ ଇଛା ପ୍ରକାଶ କରିଥିଲେ । ତାଙ୍କର ଇଛାକୁ ସମ୍ମାନ ଜଣାଇ ତାଙ୍କର ପରିବାର ବର୍ଗ ଗତକାଲି ରାତିରେ ତାଙ୍କର ମୃତ୍ୟୁ ପରେ ମରଶରୀରକୁ ନିଜ ଗାଁରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ଆନାଟୋମୀ ବିଭାଗକୁ ଆଣିଥିଲେ । ପ୍ରଥମେ ଚକ୍ଷୁ ବିଭାଗର ଡାକ୍ତରମାନଙ୍କ ଦ୍ଵାରା ତାଙ୍କର ଚକ୍ଷୁଦାନ କରାଯିବା ପରେ ମୃତ ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ତଥା ଭେଷଜ ଗବେଷଣା ପାଇଁ ପ୍ରଦାନ କରାଯାଇଥିଲା । ଆନାଟୋମୀ ବିଭାଗ ପକ୍ଷରୁ ପ୍ରଫେସର ରାଜଲକ୍ଷ୍ମୀ ପଣ୍ଡା ମରଶରୀରକୁ ଗ୍ରହଣ କରି ପ୍ରାପ୍ତି ସ୍ଵୀକାରର ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏମକେସିଜି ମେଡିକାଲ କଲେଜରେ ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଶରୀରଦାନ ଅଭିଯାନରେ ଏହା ୩୦ ତମ ଦାନ ଅଟେ । ରାଜ୍ୟରେ ସବୁଠାରୁ ଅଧିକ ଶରୀରଦାନ କରାଇ ବ୍ରହ୍ମପୁର ଓ ଏମକେସିଜି ମେଡିକାଲ କଲେଜ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ନିଜର ଆବଶ୍ୟକତା ପୂରଣ ହେବା ସହ ରାଜ୍ୟର ଅନ୍ୟ ମେଡିକାଲ କଲେଜକୁ ବି ମରଶରୀର ଦେବାରେ ସକ୍ଷମ ହୋଇପାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ଦଶ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଗୋଟିଏ ମରଶରୀର ଦରକାର ପଡ଼ୁଥିବା ବେଳେ ବର୍ତ୍ତମାନ ବହୁତ କମ୍ ମରଶରୀର ଉପଲବ୍ଧ ହେଉଛି ।
ଶରୀରଦାନ ସମୟରେ ମୃତ ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବବାଦୀ ହେତୁବାଦୀ ସଗଠନର ଜିଲ୍ଲା ସମ୍ପାଦକ କେ ନାନ୍ଦେଶୁ ସେନାପତି, ଲେଖିକା ଡଃ ବିଧୂପ୍ରଭା ରଥ, କିଶୋର ମିଶ୍ର, ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା, ଆଇଏଫଟିୟୁ ସଭାପତି ତଥା କର୍ମଚାରୀ ନେତା ପ୍ରତାପ ପ୍ରଧାନ, ସାମାଜିକ କର୍ମୀ ଆଦିତ୍ୟ ରଥ, ବାସବରାଜୁ, ଜାମୁଲା ସୁରେଶ, ଯୁବନେତା ଧରମବୀର, ଉଲ୍ଲା ନାୟକ, ଛାତ୍ରନେତା କାହ୍ନୁ ପ୍ରଧାନ, ପ୍ରଦୀପ ପ୍ରଧାନ, ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଳବର ସଭାପତି ସତ୍ୟକାମ ପାତ୍ର, ଉପ ସଭାପତି ପି . ଶ୍ରୀନିବାସ ରାଓ, ପି କିରଣ କୁମାର, କେ ପୁରୁଷୋତ୍ତମ ସୁବୁଦ୍ଧି, ମେଡିକାଲ ସିକ୍ୟୁରିଟୀ କର୍ମଚାରୀ ୟୁନିଅନର ନେତୃତ୍ୱ ତଥା ପରିବାରର ଅନେକ ସଦସ୍ୟ ଯୋଗ ଦେଇଥିଲେ ।
State,Politics
ଝାରସୁଗୁଡା( ଦ କୁଇଭର ):- ବେଲପାହାଡ଼ରେ ଚାଲିଛି ଫ୍ଲାଏ ଆସ ଡମ୍ପିଂ । ନା ଅଛି ସରକାରୀ ଅନୁମତି ନା ଟେଣ୍ଡର ନିୟମରେ ସେମିତି କିଛି ଅଛି ? ଠିକାଦାର ଟଙ୍କା ପାଇବ କମ୍ପାନୀ ମୁଣ୍ଡରୁ ବୋଝ ଯିବ । ସେଥିପାଇଁ କାଳେ ସ୍ଥାନୀୟ ନେତାଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ରାସ୍ତା ତିଆରିରେ ଲଗେଇ ଦିଆଯାଉଛି ଫ୍ଲାଏ ଆସ । ଏହାକୁ ବିରୋଧ କଲେଣି ସ୍ଥାନୀୟ ଲୋକ । ସେଥିପାଇଁ ବେଲପାହାଡ଼ର ରାଜନୈକ ସ୍ଥିତି ଏବେ ସରଗରମ ହେଉଛି ।
ସର୍ବସାଧାରଣ ସ୍ଥାନରେ ଏହି ପାଉଁଶକୁ ପକାଇବାକୁ କେଉଁ ନେତା ନିର୍ଦେଶ ଦେଇଛନ୍ତି ସେହି ନେତାଙ୍କୁ ସ୍ଥାନୀୟ ପ୍ରତିନିଧି ମାନେ ଖୋଜୁଛନ୍ତି । ଦିନ ହେଉ କି ରାତି, ସେ ବିଧାୟକ ହୁଅନ୍ତୁ ବା ମନ୍ତ୍ରୀ ତାଙ୍କୁ ଟାଣି ଆଣି ପଦାରେ ଥୋଇବା ପାଇଁ ଅଣ୍ଟା ଭିଡିଛନ୍ତି ପଞ୍ଚାୟତ ଓ ପୌର ସ୍ତରର ଜନପ୍ରତିନିଧି ମାନେ । ଯାହାକୁ ନେଇ ବେଲପାହାଡ଼ ରାଜନୀତି ସରଗରମ ହେଲାଣି ।
ବେଲପାହାଡ଼ କୋଲ କରିଡ଼ର ନିର୍ମାଣ ଚାଲିଛି । ଖଣିରୁ ସିଧାସଳଖ ସଂଯୋଗ କରିବ ଏହି ରାସ୍ତା । ଏହି ରାସ୍ତା ତିଆରି ପାଇଁ ଫ୍ଲାଏ ଆସ ବ୍ୟବହାର ହେବାକୁ କୌଣସି ନିର୍ଦେଶ ନାହିଁ । ତଥାପି ଫ୍ଲାଏଆସ ବ୍ୟବହାର କରୁଛନ୍ତି ଠିକା ସଂସ୍ଥା । ରାତିରେ ଆଣି ଶହ ଶହ ଟନର ଫ୍ଲାଏ ଆସ ଗଦା କରୁଛନ୍ତି । ଯାହା ଆଖପାଖ ଚାଷଜମି, ଗାଡ଼ିଆ, ପୋଖରୀରେ ଫ୍ଲାଏଆସ ଭରିଯାଉଛି । ଲୋକଙ୍କ ଘରଦ୍ୱାରରେ ପସିଲାଣି । ଯାହା ଲାକଙ୍କୁ କଲବଲ କଲାଣି ଲୋକଙ୍କୁ । ଏହାକୁ ବିରୋଧ କରି ବେଲପାହାଡ଼ ପୌର ସଂସ୍ଥାର ପ୍ରତିନିଧି ଏବଂ ନଗର ପାଳ ଆନ୍ଦୋଳନ ବି କଲେଣି । ସେମାନଙ୍କର ସିଧା ନହେଲେ ବି ବୁଲେଇ ବଙ୍କେଇ ଅଭିଯୋଗ କାଳେ ସ୍ଥାନୀୟ ପାୱାର ଫୁଲ ନେତାଙ୍କ ଇଙ୍ଗିତରେ ଏ ସବୁ ଚାଲିଛି । ଝାରସୁଗୁଡ଼ାରେ କେଉଁ ନେତ୍ରୀ କାଳେ ଏହାକୁ କରାଉଛନ୍ତି ।
କମ୍ପାନୀଙ୍କୁ ଫ୍ଲାଏ ଆସ ପଠେଇବା ଦାଇତ୍ୱ ନେଇଛନ୍ତି ରାଜନେତା ମାନେ ତାଙ୍କ ଲାଭ ପାଇବାକୁ ଏଭଳି କାମ କରୁଛନ୍ତି । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି । ଯଦି ଏହି ଫ୍ଲାଏଆସ ରାସ୍ତାରେ ପକାଇବା ବନ୍ଦ ନ ହୁଏ, ତାହେଲେବ୍ୟବସ୍ଥାକୁ ପୁରା ଅଚଳ କରିଦେବେ ବୋଲି ଧମକ ଦେଲେଣି ଜନପ୍ରତିନିଧି ମାନେ । ଦେଖାଯାଉ ଏହାକୁ ଝାରସୁଗୁଡ଼ା ଜିଲ୍ଲାପାଳ ନଜର ଦେଇ ଫ୍ଲାଏ ଆସକୁ ବନ୍ଦ କରୁଛନ୍ତି ନା ଏଭଳି ଅବୈଧ ଫ୍ଲାଏ ଆସ ଡମ୍ପିଂକୁ ସୁଯୋଗ ଦେଇ ଅଞ୍ଚଳକୁ ପ୍ରଦୂଷିତ କରିବା ସହ ରାଜନେତାଙ୍କୁ ଲାଭ ଦେଉଛନ୍ତି ।
International,National
ଦ କୁଇଭର ବ୍ୟୁରୋ :- ଏପ୍ରିଲ ୨୨ ତାରିଖର ଜଘନ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ୯୭ ଦିନ ବିତିଛି। ୯୭ ଦିନ ପରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-ସୋନମାର୍ଗ ରାଜପଥରେ ଏକ ଟନେଲ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୭ ଜଣ ଲୋକଙ୍କ ହତ୍ୟା ଘଟଣାରେ ମଧ୍ୟ ମୁସା ସମ୍ପୃକ୍ତ ଥିଲା l ଜମ୍ମୁ କାଶ୍ମୀର ପୁଲିସ, ସିଆର୍ପିଏଫ୍ ଓ ସେନାର ଏକ ମିଳିତ ବାହିନୀ ଆଜି ସକାଳେ ‘ଅପରେସନ୍ ମହାଦେବ’ ଆରମ୍ଭ କରିଥିଲେ। ୩ ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇବା ପରେ ମହାଦେବ ପର୍ବତ ନିକଟସ୍ଥ ଶ୍ରୀନଗରର ଦଚିଗାମ ଅଞ୍ଚଳରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା। ଜବରବନରୁ ମହାଦେବ ପର୍ବତମାଳା ମଧ୍ୟରେ ଏହି ଅପରେସନ୍ କରାଯାଇଥିବାରୁ ଏହାର ନାଁ ଦିଆଯାଇଛି ‘ଅପରେସନ୍ ମହାଦେବ’। ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ଟି ରାଇଫଲ୍ ଗ୍ରେନେଡ୍, ଗୋଟିଏ ଏମ୍୪ କାରବାଇନ୍, ୨ଟି ଏକେ-୪୭ ରାଇଫଲ୍ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ସୂଚନାନୁଯାୟୀ ଜୁଲାଇ ଆରମ୍ଭରେ ଦଚିଗାମ୍ ଜଙ୍ଗଲରେ ସେନା ଏକ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ଲସ୍କର ଏବଂ ଜୈସ୍ ଆତଙ୍କବାଦୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଟ୍ରାକ୍ କରାଯାଇଥିଲା। ତେବେ ସ୍ଥାନୀୟ କିଛି ଯାଯାବର ଲୋକଙ୍କ ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିଲା। ଏହାପରେ ଏକାଧିକ ସେନା ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ ସମୟରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ସ୍ପେସାଲ ଫୋର୍ସ କମାଣ୍ଡୋକୁ ନେଇ ଏକ ଟିମ୍ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରି ନିପାତ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଆତଙ୍କବାଦୀମାନେ ବିଶ୍ରାମ ନେଉଥିବାବେଳେ ଧରା ପଡ଼ିଥିଲେ। ତେବେ ଔପଚାରିକ ଭାବେ ଏ ନେଇ କିଛି ଘୋଷଣା କରାଯାଇନି। ଜମ୍ମୁ କାଶ୍ମୀର ପୁଲିସ ଅନୁଯାୟୀ ଅପରେସନ୍ ଏବେ ବି ଜାରି ରହିଛି ଏବଂ ଏହା ଶେଷ ହେବାପରେ ଏନେଇ ବିବୃତି ଜାରି କରାଯିବ। ଗୋଟିଏ ପଟେ ସଂସଦରେ ଆଜି ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ସେନାକୁ ଶ୍ରୀନଗରରେ ଏହି ସଫଳତା ମିଳିଛି।
State
ଦ କୁଇଭର ବ୍ୟୁରୋ :- ପୁଣି ସାମ୍ନାକୁ ଆସିଲା ପ୍ରେମ ପ୍ରତାରଣା ଚିତ୍ର । ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ପ୍ରେମ, ପରେ ଶାରୀରିକ ସଂପର୍କ ରଖି ପ୍ରତାରଣା କଲେ ଯୁବକ । ଶେଷରେ ନ୍ୟାୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଭୋକ ଉପବାସରେ ୩ ଦିନ ହେବ ଧାରଣାରେ ବସିଛନ୍ତି ଯୁବତୀ । କଥା ଦେଇଥିଲେ ସାଥି ହୋଇ ଜୀବନ କାଟିବେ ବୋଲି । ଆଜି ଅଧା ବାଟରେ ଛାଡ଼ି ଦେଇ ଫେରାର ହୋଇ ଯାଇଛନ୍ତି । କେତେ ପ୍ରତିଶୃତି କେତେ ସ୍ବପ୍ନ ଦେଖାଇ ପ୍ରେମ କରିଥିଲେ । ଆଜି ସେସବୁ ମିଛ ହୋଇଗଲା । ଏବେ ଯଦି ନ୍ୟାୟ ନମିଳେ ତାହେଲେ ଯୁବତୀ ଜଣଙ୍କ ଏପରି କିଛି କରି ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ବ୍ରାହ୍ମଣୀଗାଁ ଥାନା ଗୁଡ଼ିକିଆ ଗାଁ ର ତ୍ରିନାଥ ନାୟକଙ୍କ ପୁଅ ଟିଟୁ ନାୟକ ଦୀର୍ଘ ବର୍ଷ ହେବ କିରାମାହା ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ଟିଟୁ । ଏପରିକି ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଘରକୁ ନେଇଥିଲେ । ଟିଟୁ ପରିବାର ଲୋକେ ରାଜି ନହେବା ଯୋଗୁଁ ଯୁବତୀଙ୍କୁ ନିଜ ଘରେ ଛାଡ଼ି ଦେଇ ଅନ୍ୟ କୁଆଡେ ଚାଲି ଯାଇଥିବା ବେଳେ ଟିଟୁଙ୍କ ମା ଯୁବତୀଙ୍କୁ ଘରୁ ବାହାର କରି ଦେଇଛନ୍ତି । ସେ ମଧ୍ୟ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଫଳରେ ଯୁବତୀ ଜଣକ ଘର ବାହାରେ ୩ ଦିନ ହେବ ରହିଥିବା ଦେଖିବାକୁ ମିଳିଛି ।ବର୍ତମାନ ଯୁବତୀ ୩ ଦିନ ହେବ ଭୋକ ଉପବାସରେ ଘର ଆଗରେ ଧାରଣାରେ ବସିଛନ୍ତି । ନ୍ୟାୟ ପାଇବା ପାଇଁ ଆଶା ରଖିଛନ୍ତି । ଏନେଇ ଯୁବତୀଙ୍କ ବାପା ଅଜୟ ନାୟକ ଶୁକ୍ରବାର ଦିନ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ପୁଲିସ ଏତଲା ରଖିବାକୁ ମନା କରିଥିଲେ । ଝିଅ ଆସି ଏତଲା ଦେଲେ ହିଁ ଏତଲା ରଖା ଯିବ ବୋଲି ପୋଲିସ କହିଥିଲେ । ଫଳରେ ନିରାଶ ହୋଇ ଫେରିଥିଲେ ଅଜୟ ନାୟକ ।ତେବେ ଝିଅ ମାନସିକ ସ୍ତରରେ ଚାପରେ ରହିଥିବା ବେଳେ କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ । ସେଥିପାଇଁ ଯୁବତୀଙ୍କ ପରିବାର ଲୋକ ଚିନ୍ତାରେ ରହିଥିବା ବେଳେ ପୋଲିସ ଏଥି ପ୍ରତି ଗୁରୁତ୍ବ ଦେଇ ଝିଅକୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
State
ମାଲକାନଗିରି( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିଜିଲ୍ଲା ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିକୁ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିଛନ୍ତି। ସେ ବନ୍ୟା ସମୟରେ ବନ୍ୟାଞ୍ଚଳ ବୁଲିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ମଧ୍ୟ ଶ୍ରୀ ମାଝୀ ଯୋଗଦେଇଛନ୍ତି।
ଆକାଂକ୍ଷି ହାଟ କାର୍ଯ୍ୟକ୍ରମ ଅଭିଯାନରେ ଚମ୍ପା ଧାଙ୍ଗଡ଼ା ଆସିଥିଲେ। ସେ ବଣ୍ଡା ଘାଟିତଳର ଝିଅ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ତାଙ୍କ ସହିତ ଫଟୋ ଉଠାଇଛନ୍ତି। ତମ ବଣ୍ଡାଘାଟିକୁ ଯିବା ପାଇଁ ଚମ୍ପା ଧାଙ୍ଗଡା ମାଝୀଙ୍କୁ ମୁଁ କହିଛି। ମାଲକାନଗିରିର ତତକାଳୀନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ବଣ୍ଡାଘାଟି ଯାଇଛନ୍ତି। ବଣ୍ଡାଘାଟିରେ ରାସ୍ତାଘାଟ କେମିତି ଅଛି ସେନେଇ ଜିଲ୍ଲାପାଳଙ୍କ ଠାରୁ ଅବଗତ ହୋଇଛନ୍ତି।
ପଛୁଆ ଅଞ୍ଚଳର ବିକାଶ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିଲେ। ମୁଁ ଏହାକୁ ଗଣମାଧ୍ୟମରେ ଦେଖିଛି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରନ୍ତୁ। ଏହାକୁ ପ୍ରାଥମିକତା ଦିଆଯାଉ। ରାସ୍ତାର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛି।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂତନ ଭାବେ ଦେୱାନୀ ବିଚାର ବିଭାଗୀୟ ଅଦାଲତ ର ଉଦଘାଟନ ଉତ୍ସବ ଭିଡିଓ କନଫେନ୍ସ ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଉଦଘାଟନ କରିଛନ୍ତିଏହା ସହ ଉଚ ନ୍ୟାୟାଳୟ ର ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହା ସହ ଦିଗପହଣ୍ଡି ଠାରେ ଗଞ୍ଜାମ ଜିଲ୍ଲା ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରଥ ଙ୍କ ସହ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହାସହ BeMC କମିଶନର ଶ୍ରୀ ପଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର SP ସରଭଣା ବିବେକ ଏମ, ସଞ୍ଜିତ କୁମାର ପାଣିଗ୍ରାହୀ, ମାନ୍ୟବର ରାଜ୍ୟ ଆଇନଜୀବି ପରିଷଦ ସଭ୍ୟ(କଟକ), ପି. ନରସିଂହ ପାତ୍ର ସରକାରୀ ଓକିଲ( ଜି .ପି)ଗଞ୍ଜାମ, ବ୍ରହ୍ମପୁର ସହ ଦିଗପହଣ୍ଡି ବାର ଆସୋସିଏସନ ର ସମସ୍ତ ଆଇନଜୀବି ଉପସ୍ଥିତ ଥିଲେ ।
State
ଦ କୁଇଭର ବ୍ୟୁରୋ :- ଆସନ୍ତା 2 ଦିନ ଓଡ଼ିଶାରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 5 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସୁବ ଜିଲ୍ଲାରେ ଝଟକା ପବନର ଘଣ୍ଟାପ୍ରତି ବେଗ 30-40 କିମି ରହିବ ।
State
ଦ କୁଇଭର ବ୍ୟୁରୋ :- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।
ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ‘ବନକଲାଗି ନୀତି’ କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ‘ଦତ୍ତମହାପାତ୍ର’ କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ମୁଖ ଶୃଙ୍ଗାର କରିବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ ‘ବନକଲାଗି ନୀତି’ରେ ବ୍ୟବହାର ହୁଏନାହିଁ । ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତରବେଢାର ଉତ୍ତର ପାର୍ଶ୍ବରେ ଏକ ବିଶେଷ କୋଠରୀ ମଧ୍ୟ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।
State
ଦ କୁଇଭର ବ୍ୟୁରୋ :- ଆଇଏଏସ ଅଫିସର ବିଷ୍ନୁପଦ ସେଠୀଙ୍କ ଲାଗି ବଢିଲା ଅଡୁଆ l ବିଷ୍ନୁପଦଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ ଆବେଦନ କରିଥିଲେ ବିଷ୍ନୁପଦ । ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଫେଇଥିଲେ ଏବଂ ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା ।ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ହୁଏତ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି । ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ ସେଠୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସି.ବି.ଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ ।କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ । ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଯାହା ଆଜି ଖାରଜ ହୋଇଯାଇଛି ।