Join Us To Make A Difference

The Drops💧

ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ମଗାଜିନରେ ସ୍ଥାନ ପାଇଲା ମୟୂରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ

ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ମଗାଜିନରେ ସ୍ଥାନ ପାଇଲା ମୟୂରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ କଭରରେ ଶିମିଳିପାଳର ବିରଳ କଳା ବାଘ । ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଥିବା ବେଳେ କଳା ବାଘ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏନେଇ ଖୁସି ଜାହିର କରିଛନ୍ତି । ଶିମିଳିପାଳର ବିରଳ କଳା ବାଘ ନ୍ୟାସନାଲ ଜିଓଗ୍ରାଫି ମାଗାଜିନର ଅକ୍ଟୋବର ୨୦୨୫ ସଂସ୍କରଣରେ ସ୍ଥାନ ପାଇଛି । ଭାରତୀୟ ଫୋଟଗ୍ରାଫର ପ୍ରସନ୍ନଜିତ ଯାଦବ (Prasenjeet Yadav) ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ଫଟୋଟି ଉତ୍ତୋଳନ କରିଥିଲେ । ଶିମିଳିପାଳରେ କେବଳ ଏହି ମେଲାନଷ୍ଟିକ ପ୍ରଜାତିର ବିରଳ କଳା ବାଘ ଦେଖିବାକୁ ମିଳିଥାଏ । ବାଘଙ୍କ ସୁରକ୍ଷା ଓ କଳାବାଘ ପାଇଁ ଶିମିଳିପାଳ ସ୍ବତନ୍ତ୍ର ପରିଚୟକୁ ଅତୁଟ ରଖିଛି । ୨୦୦୮ ମସିହାରୁ କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା । ସମୟକ୍ରମେ କଳାବାଘର ବଂଶ ବୃଦ୍ଧି ହୋଇଥିଲା । ଶିମିଳିପାଳରେ ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଲଗାଇବା ପରେ ବିରଳ ମେଲାନିଷ୍ଟିକ ପ୍ରଜାତିର କଳାବାଘର ଗତିବିଧି ଉପରେ ନଜର ରଖୁଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ବିଚରଣ କରୁଥିବା ସହିତ ଶିକାର କରୁଥିବାର ଟ୍ରାପ କ୍ୟାମେରାରେ କଏଦ କରାଯାଉଛି । ଶିମିଳିପାଳର ଘଞ୍ଚ ଜଙ୍ଗଲ ସହିତ ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିବାରୁ ବାଘଙ୍କ ପାଇଁ ଶିମିଳିପାଳ ଏକ ପ୍ରକୃଷ୍ଟ ସ୍ଥାନ ଅଟେ । ଶିମିଳିପାଳ ଅଭୟାରଣ୍ୟ ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଥିବା ବେଳେ ଏହାକୁ ନେଇ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇଁ ବିଶ୍ବର ପ୍ରଥମ କଳାବାଘ ସଫାରୀ ଶିମିଳିପାଳ ଅଭୟାରଣ୍ୟରେ ହେବାକୁ ଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ ପ୍ରଜାତିର କଳାବାଘ ଦେଖିବାକୁ ମିଳିଥିବା ବେଳେ ସେବେ ଠାରୁ ଏହା ଉପରେ ଅନେକ ଗବେଷଣା ସହ ବଂଶବୃଦ୍ଧି ଓ ସୁରକ୍ଷାକୁ ନେଇ ଅଧିକ ପଦକ୍ଷେପ ଗ୍ରହଣ ଜାରି ରହିଛି । ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Shree Jagannath

୧୯ରୁ ଆରମ୍ଭ ହବିଷିଆଳିଙ୍କ ପଞ୍ଜୀକରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି କାର୍ତ୍ତିକ l ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ l ଧର୍ମର ମାସ ମହା କାର୍ତିକରେ ମାସ ସାରା ହବିଶିଆଳିଙ୍କ ପୂଜା ଭଜନ ଜଣାଣ ଜପ ତପ ବିଭିନ୍ନ ଜାଗାରେ ଦେଖିବାକୁ ମିଳିବ l ପୂର୍ବରୁ ଅନେକ ହବିଶିଆଳି ମା ମାନେ ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପାଖରେ ହବିଷ କରୁଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଏହି ବ୍ୟବସ୍ଥାକୁ ପ୍ରଶାସନ ନିଜ ହାତକୁ ନେଇଛି l ତେଣୁ ବଡ଼ ଜୋର ସୋର ରେ ଚଳିତ ବର୍ଷ ମଧ୍ୟ ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଥର ୨୫ ଶହ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ୪ଟି ସ୍ଥାନରେ ହେବ ହବିଷିଆଳି କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଥମ କରି ଆବେଦନ କରିଥିବା ମାଆ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯିବ । ହବିଷିଆଳିଙ୍କ ରହଣି, ପ୍ରସାଦ ସେବନ ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ, ଶୁକ୍ରବାର ପୂର୍ବାହ୍ନ ୧୦ ଠାରୁ ହବିଷିଆଳିଙ୍କ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। https://edistrict.odisha.gov.inରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା'ମାନେ ହିଁ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।


ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା , ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା’ ମାନଙ୍କର ରହଣିର ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ଦେଇଛନ୍ତି l

City,Politics

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ବୁଧବାର ବ୍ରହ୍ମପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମହିଳା ବିଜେଡି ଦଳ ।


ବାଲେଶ୍ବରରେ ଛାତ୍ରୀ ଆତ୍ମାହୂତୀ ଦେବା ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି l ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୧୫ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି l ଏଣୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ତରଫରୁ ତୀବ୍ର ବିରୋଧ ସହ ଦାବି କରାଯାଇଛି। ତେବେ ଆଇଜି କିମ୍ବା ବ୍ରହ୍ମପୁର ଏସ୍.ପି. ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ପରେ ଆଇଜି ନୀତି ଶେଖର ପହଞ୍ଚିବା ପରେ ସ୍ମାରକପତ୍ର ଗ୍ରହଣ କରିଥିଲେ l


ଏହି କାର୍ଯ୍ୟକ୍ରମର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳେଇ ନେତୃତ୍ବ ନେଇଥିବା ବେଳେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାସ ବେହେରା, ରଞ୍ଜିତା ସାହୁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମମତା କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Sports

୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିଆ କପର ଦଶମ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିଲା ।

National

ଆଜି ମୋଦୀ ଙ୍କ ଜନ୍ମଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ, ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ।ବିଜେପି ତାଙ୍କ ଜନ୍ମଦିନକୁ 'ସେବା ପକ୍ଷ' ଭାବରେ ପାଳନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ, ଏହାର ବିଷୟବସ୍ତୁ 'ସୁସ୍ଥ ମହିଳା, ସଶକ୍ତ ପରିବାର' ରଖାଯାଇଛି । ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ଭାଡନଗରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତି ପାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଛି, ତାହା ଅର୍ଥନୈତିକ କ୍ଷେତ୍ର ହେଉ, ଅନ୍ତର୍ଜାତୀୟ କୂଟନୀତି, ସାମରିକ ସଶକ୍ତିକରଣ କିମ୍ବା ଡିଜିଟାଲ୍ ବିପ୍ଳବ। ଆଜି ସକାଳ ଠାରୁ ସମର୍ଥକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି।

International

ଭାରତ ଉପରେ ପୁଣି ଅପବାଦ ଲଦିଲେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ପାକିସ୍ତାନ, ଚୀନ୍ ସମେତ ୨୩ଟି ଦେଶକୁ ତାଲିକାଭୁକ୍ତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକ ବେଆଇନ ନିଶାଦ୍ରବ୍ୟ ଓ ଆନୁଷଙ୍ଗିକ ରାସାୟନିକ ପଦାର୍ଥର ଉତ୍ପାଦନ କରି ଆମେରିକା ଓ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହି ତାଲିକାରେ ଆଫଗାନିସ୍ତାନ, ବାହାମା, ବର୍ମା, ଚୀନ୍, ବେଲିଜ୍, ବଲିଭିଆ, କଲମ୍ବିଆ, କୋଷ୍ଟାରିକା, ଡୋମିନିକାନ୍ ରିପବ୍ଲିକ୍, ଇକ୍ୱେଡର୍, ଏଲ୍ ସାଲଭାଡୋର, ଭାରତ, ଗୁଆଟେମାଲା, ହାଇତି, ହଣ୍ଡୁରାସ୍, ଜାମାଇକା, ଲାଓସ୍, ମେକ୍ସିକୋ, ନିକାରାଗୁଆ, ପାକିସ୍ତାନ, ପାନାମା, ପେରୁ ଓ ଭେନେଜୁଏଲା ରହିଛନ୍ତି।ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ତାଲିକାଭୁକ୍ତ ଏହି ଦେଶଗୁଡ଼ିକ ଆମେରିକାରେ ପ୍ରବେଶ କରୁଥିବା ଅବୈଧ ଡ୍ରଗ୍ସ ପାଇଁ ପ୍ରମୁଖ ଉତ୍ସ କିମ୍ବା ଗମନାଗମନ ମାର୍ଗ ଭାବରେ କାର୍ଯ୍ୟ କରୁଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ, ବଲିଭିଆ, ବର୍ମା, କଲମ୍ବିଆ ଓ ଭେନେଜୁଏଲା ଭଳି ପାଞ୍ଚଟି ଦେଶ ନିଶାଦ୍ରବ୍ୟ ଉତ୍ପାଦନ ଓ ଚୋରା ଚାଲାଣକୁ ରୋକିବା ପାଇଁ ପ୍ରୟାସ କରିବାରେ ବିଫଳ ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ଦର୍ଶାଇଛି ଯେ ଭୌଗୋଳିକ ଓ ଅର୍ଥନୈତିକ ଅବସ୍ଥା ଔଷଧ ଉତ୍ପାଦନ କିମ୍ବା ପରିବହନକୁ ସମ୍ଭବ କରିଥାଏ ଏବଂ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କ ସହଯୋଗର ଅଭାବକୁ ପ୍ରତିନିଧିତ୍ୱ କରେ ନାହିଁ। ଟ୍ରମ୍ପ ଚୀନ୍‌କୁ ଫେଣ୍ଟାନିଲ୍ ଉତ୍ପାଦନରେ ବ୍ୟବହୃତ ରାସାୟନିକ ପଦାର୍ଥର ସର୍ବବୃହତ୍ ଉତ୍ସ ବୋଲି କହି ସମାଲୋଚନା କରିଛନ୍ତି।

Weather,National

ଉତ୍ତରାଖଣ୍ଡରେ ପୁଣି ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁ ଟୋନ୍ସ ଓ ତମସା ନଦୀ ଫୁଲିବା ଫଳରେ ତପୋବନ‌ରେ ଅନେକ ଘର ବୁଡ଼ି ଯାଇଛି ଏବଂ ବ୍ୟାପକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିଛି। ଅନେକ ଘର, ଦୋକାନ ବଜାର ଏବଂ ଗାଡ଼ି ମୋଟର ଭାସିଯାଇଛି। ଏକ ପ୍ରମୁଖ ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଛି। ଟୋନ୍ସ ନଦୀରେ ଅନେକ ଶ୍ରମିକ ଭାସି ଯାଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲାପାଳ, ଏସ୍‌ଡିଏମ୍‌ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସହିତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଡେରାଡୁନର ମାଳଦେବତା ଓ କେଶରୱାଲା ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଟି ଅଞ୍ଚଳ ବନ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଡେରାଡୁନରେ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ ସହ ଧାମୀ ଯୋଗାଯୋଗରେ ଥିବା ଏବଂ ବ୍ୟକ୍ତିଗତ ଭାବେ ସ୍ଥିତି ସମୀକ୍ଷା କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। କଥାବାର୍ତ୍ତା ସମୟ‌ରେ ଧାମୀ ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଧାମୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଗୃହ‌ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଡେରାଡୁନରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଡେରାଡୁନର ପୌଣ୍ଡା ଅଞ୍ଚଳରେ ଦେବଭୂମି ଶିକ୍ଷାନୁଷ୍ଠାନ ପରିସର ଜଳବନ୍ଦି ହୋଇଯାଇଥିବା ବେଳେ ସେଠାରୁ ପ୍ରାୟ ୨୦୦ ଛାତ୍ରଙ୍କୁ ଏସ୍‌ଡିଆର୍‌ଏଫ୍‌ ଦ୍ବାରା ଉଦ୍ଧାର କରାଯାଇଛି।

Crime

ଶୁଭମିତ୍ରା ହତ୍ୟାକାଣ୍ଡର ପ୍ରକୃତ ଘଟଣା

Blog Thumbnail

ଦ କୁଇଭର ବ୍ୟୁରୋ :- ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ପୁଲିସ ସେବାଭବନ ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିବା ପୂର୍ବତନ କନେଷ୍ଟବଳ ଦୀପକ ରାଉତ(୩୯)କୁ କୋର୍ଟ ଚାଲାଣ କରିଛି। ଏଥିସହିତ କିଛି ଟଙ୍କା ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏକ ସଙ୍ଗିନ ହତ୍ୟା ମାମଲାକୁ ଚାପିଦେବା ଲାଗି ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ଦୀପକର ମାଉସୀ ପୁଅ ଭାଇ ବିନୋଦ ଭୂୟାଁ ଓରଫ ପପୁ(୩୮) ଓ ଶମ୍ଭୁନାଥ ମହାନ୍ତ ଓରଫ ଜଟିଆ(୨୩)କୁ ମଧ୍ୟ କୋର୍ଟ ଚାଲାଣ କରିଛି। ପରେ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଆଜି ଡିସିପି ଜଗମୋହନ ମୀନା ଅଭିଯୁକ୍ତ କନେଷ୍ଟବଳ ଦୀପକକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୀପକର ଘର ଯାଜପୁରଜିଲ୍ଲା ଟମକା ଥାନା ବାଙ୍ଗରପତାରେ, ମାଉସୀ ପୁଅ ପପୁର ଘର କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ କୁସୁନପୁରରେ ଏବଂ ଜଟିଆର ଘର କୁସୁନପୁର ନିକଟରେ। ଜେରା ବେଳେ ଦୀପକ କହିଛି ଯେ ୨୦୨୪ ଜୁଲାଇ ୨୩ ତାରିଖରେ ସେ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍‌ କରିଥିଲେ। ରାଜଧାନୀରେ ଏକ ଜମି ଓ ଫ୍ଲାଟ୍‌ କିଣିବା ପାଇଁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ସେ ଶୁଭମିତ୍ରାଙ୍କଠାରୁ ଅଗଷ୍ଟ ମାସରେ ୧୩ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି କି ଘର ନ କିଣିବାରୁ ଶୁଭମିତ୍ରା, ଦୀପକକୁ ଟଙ୍କା ଫେରସ୍ତ ମାଗିଥିଲେ। ୧୩ ଲକ୍ଷ ଟଙ୍କା ସହ ବାହାଘର ପ୍ରସ୍ତୁତି ପାଇଁ ୭ ଲକ୍ଷ ଏମିତି ସେ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା। ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ଦୀପକ ବି ଆଉ ଟଙ୍କା ‌ନ ଫେରାଇବାକୁ ସ୍ଥିର କରିବା ସହ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ଉପରେ ବି ଦୀପକ ନଜର ପକାଇଥିଲା। ଯୋଜନା ମୁତାବକ ଗତ ୬ ତାରିଖ ଦିନ ଉଭୟେ ସାଢ଼େ ୨ଟା ସମୟରେ ଖାଇବା ପାଇଁ ଏକାଠି ଅଫିସ୍‌ରୁ ବାହାରିଥି‌ଲେ। ବାଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା। ଦୀପକ ରାଜଭବନ ଛକ ନିକଟ ରାସ୍ତାକଡ଼ରେ ଏକ ଜାମୁଗଛ ନିକଟରେ ଗାଡ଼ିକୁ ଅଟକାଇ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ କାର୍‌କୁ ନେଇ ମହତାବ ରୋଡ୍‌ରେ ଥିବା ଭାଇ ଭାଉଜଙ୍କ ଘର ନିକଟରେ ରଖି ଘୋଡ଼ାଇ ଦେଇଥିଲା ଏବଂ ପପୁକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲା। ଘଟଗାଁରେ ଶବକୁ ଲୁଚାଇବାରେ ସହଯୋଗ କଲେ କିଛି ଟଙ୍କା ଦେବାକୁ କହିଥିଲା। ଯୋଜନା ମୁତାବକ ପପୁ ଓ ଜଟ ଘଟଗାଁରେ ପାଇଖାନା ଟାଙ୍କି ଖୋଳିବାକୁ କହି ଏକ ଜେସିବି ଡକାଇଥିଲେ। ରାତିରେ ଟାଙ୍କି ଖୋଳା ହୋଇଥିଲା। ଭୋର ୫ଟାରେ ଦୀପକ କାର୍‌ରେ ଶବକୁ ନେଇ ସାଢ଼େ ୮ଟା ସମୟରେ ଘଟଗାଁର ପହଞ୍ଚିବା ପରେ ୩ଜଣ ମିଶି ଶବକୁ ପୋତିଥିଲେ।


ସେପଟେ ପଟିଆ ରେଳ ଷ୍ଟେସନ୍ ପ୍ଲାଟ୍‌ଫର୍ମ-୧ରେ ଟ୍ରେନ୍‌ରୁ ଓହ୍ଲାଇବା ବେଳେ ଅସାବଧାନତାରୁ ଏକ ଦମ୍ପତି ଭୟାନକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ପତ୍ନୀଙ୍କର ଜୀବନ ଚାଲିଯାଇଥିଲା ବେଳେ ସ୍ବାମୀ ଗୁରୁତର ଅଛନ୍ତି। ଏହି ଦମ୍ପତ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ସମ୍ପର୍କୀୟ। ଶୁଭମିତ୍ରାଙ୍କୁ ଶେଷ ଦର୍ଶନ କରି ଫେରିବା ବେଳେ ଏହି ଅଘଟଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନ୍‌ ପଟିଆ ରେଳ ଷ୍ଟେସନରେ ଲାଗିଥିଲା। ଏଥିରୁ ପ୍ରଫୁଲ ପଟ୍ଟନାୟକ (୫୨) ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ(୫୦) ପ୍ଲାଟ୍‌ଫର୍ମର ଓହ୍ଲାଇ ଥିଲେ। ତେବେ ଅସାବଧାନତା କାରଣରୁ ସେମାନେ ପ୍ଲାଟଫର୍ମର ଭୁଲ ଦିଗରେ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ କଟକ ଦିଗରୁ ଆସୁଥିବା ଖଡ଼ଗପୁର‌-ଭିଲିପୁରମ୍ ଏକ୍ସପ୍ରେସ୍ ସମ୍ମୁଖରେ ପଡ଼ିଯାଇଥିଲେ। ଏଥିରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ପ୍ରଫୁଲ୍ଲଙ୍କୁ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଆର୍‌ପି ଓ ଇନ୍‌ଫୋସିଟି ଥାନା ପୁଲିସ୍ ଚିକିତ୍ସାପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆସନ୍ତାକାଲି କ୍ୟାପିଟାଲ୍‌ ହସପିଟାଲରେ ଅନ୍ନପୂର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ କରାଯିବ।


ପ୍ରଥମ ପତ୍ନୀଙ୍କ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି ଦୀପକର ପ୍ରଥମ ପତ୍ନୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୨୦୧୮ ଏପ୍ରିଲ୍‌ ୨୫ରେ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ। ୨୦୨୨ ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତା‌ଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଦୀପକ ଷଡ୍‌ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ପରିବାର ଦାବି କରିଛନ୍ତି।

Entertainment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌; ବଲିଉଡ୍‌ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍‌କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍‌ର ମଉଡ଼ମଣି। ସେ ଆଜି ଅସୁସ୍ଥ ‌ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

Crime,City

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ କଲେ ଦୁର୍ବୁତ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୁରୁବାର ରାତିରେ ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ନିବାସୀ ତଥା ୯ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ୩ଜଣ ଦୁର୍ବୁତ୍ତ ଗୋଟିଏ ବୁଲେଟ ଗାଡ଼ିରେ ଆସି ଏହି ବୋମାମାଡ଼ କରିଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତା ଓ ବ୍ୟବସାୟକ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏହି ଘଟଣାରେ ବହୁ ପୁରୁଣା ଅପରାଧୀଙ୍କ ହାତ ରହିଛି । ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରଫ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ।

Education

ମାଗଣାରେ ବସରେ ଯିବେ ଛାତ୍ରଛାତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଛାତ୍ରଛାତ୍ରୀଙ୍କ ଏକ ବଡ଼ ଖୁସି ଖବର l ଏଣିକି ମାଗଣାରେ ବସରେ ଯିବେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡ଼ିବ ନାହିଁ ବସ ଭଡ଼ା । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସ୍କୁଲ ପିଲାଙ୍କ ସମୟକୁ ନଜରରେ ରଖି ବସ ଚଳାଚଳ ସମୟ ପରିବର୍ତ୍ତନ କରାଯିବ । ରୁଟରେ ମଧ୍ୟ ପରିବର୍ତ୍ତନ କରିବାକୁ OSRTCକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିବହନ ବିଭାଗକୁ ଚିଠି ଲେଖା ଯାଇଛି । ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏବେ ଏହି ନିଷ୍ପତ୍ତି ଉପରେ ସରକାରୀ ମୋହର ବାଜିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ 17 ତାରିଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତଥା କମିଶନ ଶାଳୀନି ପଣ୍ଡିତ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।


ଗଣଶିକ୍ଷା ବିଭାଗର ସଚିବ ପରିବହନ ବିଭାଗକୁ ଚିଠି ଲେଖି କହିଛନ୍ତି, ‘ସରକାରୀ ସ୍କୁଲରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ମାଗଣାରେ ବସ ସେବା ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ସର୍ବାଧିକ ସଂଖ୍ୟକ ସ୍କୁଲକୁ ସାମିଲ କରିବା ପାଇଁ OSRTC ବସ ରୁଟ ଏବଂ ସମୟ ସଂଶୋଧନ କରିବା ଦରକାର ।' ଏଥି ସହିତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ରୁଟ ପୁନଃମ୍ୟାପିଂ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପରିବହନ ଅଧିକାରୀ ଓ OSRTCର ମ୍ୟାନେଜରଙ୍କୁ ସ୍କୁଲ ବାବଦରେ ସୂଚନା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁୁ କୁହାଯାଇଛି । ଏହି ମାଗଣା ବସ ସେବା ପାଇଁ OSRTCର ଯେଉଁ ରାଜସ୍ୱ କ୍ଷତି ହେବ ତାହାକୁ ଭରଣା କରିବା ପାଇଁ ପରିବହନ ବିଭାଗ ବଜେଟ ବ୍ୟୟ ବରାଦ କରିବ ।

Entertainment,Health & lifestyle

ଭେଣ୍ଟିଲେଟର୍‌ରୁ ବାହାରିଲେ ମେଲୋଡି କିଙ୍ଗ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ପାର୍ବଣ ପୂର୍ବରୁ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସିର ଖବର । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ । ଭେଣ୍ଟିଲେଟର୍‌ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍‌ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା । ପୂର୍ବରୁ ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । ଏବେ ଡାକ୍ତରୀ ଚିକିତ୍ସାଠାରୁ ବି ଯଦି କିଛି ବେଶି ଜରୁରି ହୋଇପଡ଼ିଛି ତାହା ହେଉଛି ଶୁଭେଚ୍ଛୁଙ୍କ ‌ସ୍ନେହ ଓ ଭଲପାଇବା । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି ।

Politics

କଂଗ୍ରେସର ଅନାସ୍ଥା,ଭାଙ୍ଗିବ କି ମୋହନ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ, ଏବେ ଚର୍ଚ୍ଚା ହେଉଛି ଏହି ଅନାସ୍ଥା ଆଣିଲେ ସତରେ କଣ ମୋହନ ସରକାରକୁ ବିପଦ ହେବ? ସଂଖ୍ୟା ଗଣିତ ଦୃଷ୍ଟିରୁ ବିଧାନସଭାରେ ଏବେ ବି ବିଜେପି ସବୁଠୁ ବଡ଼ ଦଳ । ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ସେତେଟା ପ୍ରଭାବ ପକାଇନପାରେ । ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି । ଯାହା ଭିତରୁ ବିଜେପିର ହେଉଛନ୍ତି ୭୮ ବିଧାୟକ । ଏହାସହ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ । ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ, ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ୩ ।


ଯଦି କଂଗ୍ରେସକୁ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିସାରିଛନ୍ତି । ଯାହାଫଳରେ ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି । ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଜଣାଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ । ଯାହାକି ମ୍ୟାଜିକ୍ ନମ୍ବରଠାରୁ ବହୁତ ଦୂରରେ l ରାଜ୍ୟ ବିଧାନସଭାରେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସେମାନେ ବିଜେପି ସପକ୍ଷରେ ଯିବା ଏକପ୍ରକାର ପକ୍କା । ଅନାସ୍ଥା ପ୍ରସ୍ତାବ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ବର୍ତ୍ତମାନ ସମୟରେ କଂଗ୍ରେସ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଜେଡିର ୫୦ ଜଣ ବିଧାୟକ କାହାକୁ ସମର୍ଥନ କରିବେ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ରେଜଲ୍ଟ କଣ ହେବ ସ୍ପଷ୍ଟ ଜଣାପଡୁଛି l


ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି ଲୋକେ କହୁଥିବା ସହ ୱାନ ଟେନ୍ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା। ଅନାସ୍ଥା ପ୍ରସ୍ତାବ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତାପରେ ବି ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ତେବେ କେବଳ ନିଜେ ହିଁ ଲୋକ ହସା ହେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l


ଅନ୍ୟପଟେ ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସୁରୁଖୁରୁରେ ଅଧିବେଶନ ଚଲାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ବିଧାନସଭା । ଚଳିତ ଅଧିବେଶନରେ 7ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ସମୟରେ କଡା ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା । ବୁଧବାର ପୋଲିସ କମିଶନର ଓ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି । 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ଓ 150 ପୋଲିସ ଅଫିସର ରହିବେ । ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ 5ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲରୁମ୍‌ ଖୋଲାଯାଇଛି ।

State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

City

ଜାଭିୟର୍ସ ହାଇ ସ୍କଲରେ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବୃକ୍ଷ ରୋପଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା'ପ୍ରତି ସମ୍ମାନ ଓ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡାଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା,ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ସେହିପରି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

State

୨୭ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ସେହିଦିନ ସକାଳ ୧୧ଟାରେ ବ୍ରହ୍ମପୁରରେ ଜାତୀୟସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦ୍‌ଘାଟନ କରିବେ। ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁରୂପେ ସମ୍ପାଦନ କରିବା, ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା କର୍ମୀଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ୱାସ୍ଥ୍ୟ, ପୁଲିସ, ପାଣି-ବିଦ୍ୟୁତ୍‌, ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେବା ପର୍ବ’ କାର୍ଯ୍ୟକ୍ରମରେ ଦେଶର ୮ଟି ଆଇଆଇଟିରେ ଦକ୍ଷତା ସଂପ୍ରସାରଣ, କୋରାପୁଟ-ବାଇଗୁଡ଼ା, ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନ୍‌ ଡବଲିଂ, ସମ୍ବଲପୁର-ସରଲା ଫ୍ଲାଏଓଭର ଉଦ୍‌ଘାଟନ, ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ଦେଶବ୍ୟାପୀ ସ୍ୱଦେଶୀ ୪ଜି ନେଟ୍‌ୱର୍କ ସେବାର ଲୋକାର୍ପଣ, ଏମ୍‌କେସିଜି, ଭିମ୍‌ସାର ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସୁପର ସ୍ପେସାଲିଟି ମାନ୍ୟତା ଘୋଷଣା, ଦେଶବ୍ୟାପୀ ଦକ୍ଷତା ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଓ ଅନ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ।


ଏହି ବୈଠକରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ।

Shree Jagannath

ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର

Blog Thumbnail

ପୁରୀ( ଦ କୁଇଭର ):-. ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏଥି ପାଇଁ ଅମୃତ ବେଳା ସ୍ଥିର କରାଯାଇଛି। ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ଅଳଙ୍କାର ସ୍ଥାନାନ୍ତରିତ ହେବ। ଏଥି ପାଇଁ କେବଳ ପାଳିଆ ସେବାୟତ ନିୟୋଜିତ ହେବେ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ। ଅଳଙ୍କାର ସ୍ଥାନାନ୍ତର ସମୟରେ ନାଟ ମଣ୍ଡପ ବନ୍ଦ ରଖାଯିବ। କିନ୍ତୁ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ସ୍ଥାନାନ୍ତର ନସରିଲେ ସେପ୍ଟେମ୍ବର ୨୪ରେ ମଧ୍ୟ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ସମୟରେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ରତ୍ନଭଣ୍ଡାରରେ ଅଳଙ୍କାର ରଖା ସରିଲା ପରେ ତାଲା ପଡ଼ିବ। ଏହାର ଚାବି ଟ୍ରେଜେରିରେ ରଖାଯିବ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ।

State,Weather

କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

District,State

ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଶୁଭାରମ୍ଭ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନ ର ଉଦଘାଟନ କରିଥିଲେ l ସମସ୍ତ ତୀର୍ଥଯାତ୍ରୀ ଙ୍କୁ ମା ଅଧିଷ୍ଠାତ୍ରୀ ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ,ବାରାଣସୀର ଶୈବ ପୀଠ ,ଗଙ୍ଗା ଆଳତି ,କାଶୀ ବିଶ୍ଵନାଥ ପରିଦର୍ଶନ କରିବେ l ଶ୍ରୀ ରାମ ଲାଲ ଙ୍କ ସାନ୍ନିଧ୍ୟ ଲାଭ କରି ନିଜର ମନସ୍କାମନା ପୁରଣ କରି ଫେରିବେ ବୋଲି କହିଥିଲେ l ୫ ରାତି ଓ ଛଅ ଦିନ ଯାତ୍ରା ର ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ଠାରେ କାମନା କରିଥିଲେ l ସାଥିରେ ଯାଉଥିବା ଏକ୍ସକର୍ଟ ଅଧିକାରୀ ମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l


ବ୍ରହ୍ମପୁର ରେଳ ଷ୍ଟେସନ ରୁ ଏହାର ଶୁଭାରମ୍ଭ କରାଯାଇଥିଲା l ଗଞ୍ଜାମ,ଗଜପତି, ବୌଦ୍ଧ,ନୟାଗଡ଼ ଓ କନ୍ଧମାଳ ର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨ ,ନୟାଗଡ଼ ରୁ ୧୧୯, କନ୍ଧମାଳରୁ ୯୧ , ବୌଦ୍ଧ ରୁ ୫୫ ଓ ଗଞ୍ଜାମ ରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି l ବ୍ରହ୍ମପୁର ରେ ଗୁରୁବାର ରାତ୍ରି ରେ ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲ ରେ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ , ଭୋଜନ ସନ୍ଧ୍ୟା ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ସ୍ବାଗତ ଭାଷଣ ରେ ତୀର୍ଥର ଆନନ୍ଦ ଉଠାଇ ମନ ଓ ଶରୀରକୁ ପ୍ରଫୁଲିତ ରଖିବାକୁ ପରାମର୍ଶ ଦେଇଥିଲେ ଏବଂ ଯାତ୍ରା ର ଶୁଭକାମନା କରିଥିଲେ l ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍,ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ,ପର୍ଯଟନ ବିଭାଗର ଅତିରିକ୍ତ ଶାସନ ସଚିବ ଡ଼ ରୁଦ୍ର ନାରାୟଣ ଦାସ,ଜିଲ୍ଲା ସଭାପତି ସରୋଜ ସାବତ ମଞ୍ଚାସୀନ ଥିଲେ l ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଂସଦା ଧନ୍ୟବାଦ୍ ଅର୍ପଣ କରିଥିଲେ l