ଦ କୁଇଭର ବ୍ୟୁରୋ - ଆଃ ଥୁ.... କି ଲଜ୍ଜା.... ବେକାର କଥା.... ଏପରି କହୁଥିବା ସଭିଙ୍କ ପ୍ରିୟର ମଣିଷ ଟିଏ ହେଉଛନ୍ତି ନିଜକୁ ରାଜନୀତି ପ୍ରତି ସମର୍ପଣ ଦେଇଥିବା ସୁର ରାଉତରାୟ l ସର୍ବଦା ସତ୍ୟ କହି ଚର୍ଚ୍ଚାରେ ରୁହନ୍ତି, ଆଉ ସମସ୍ତଙ୍କ ଭୁଲ କୁ ରୋକ ଠୋକ କହିଦିଅନ୍ତି l କୁହାଯାଏ, ରାଜନୀତିର ABCD ସବୁ ସେ ଜାଣନ୍ତି, ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିଧାନସଭା ର ସେ ଜଣେ ବରିଷ୍ଠ ସଦସ୍ୟ ଯିଏ କଂଗ୍ରେସ ପ୍ରତି ନିଜକୁ ପୂର୍ଣ୍ଣ ସମର୍ପଣ ଦେଇଛନ୍ତି, ସୁର ରାଉତରାୟ l
ଗତ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ କଥା କଥାକେ କହିଥିଲେ ଯେ, ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ଓଡିଶା ମାଟିକୁ ଭଲ ପା'ନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କୁ ଭଲପାନ୍ତି ବୋଲି ଆମେରିକା ନ ଯାଇ ଓଡିଶା ଆସିଲେ l ଏକଥାକୁ କଟାକ୍ଷ କରିଛନ୍ତି ସୁର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଲାଯୁଗ ବୋଲି କହିଛନ୍ତି l
ସେହିପରି ଜୁଲାଇ ୧୧ ତାରିଖଦିନ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ l ଆଉ ସେ ମଧ୍ୟ ଶ୍ରୀ ଜଗନ୍ନାଥ ବିରୋଧୀ କଥା କହିଥିବା ସୁର ରାଉତରାୟ କହିଛନ୍ତି ଯାହାକୁ ସେ ତିବ୍ର ନିନ୍ଦା କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି l
No comments yet.
State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୧୬/୦୭/୨୦୨୫ ରୁ ୨୩/୦୭/୨୦୨୫ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ରେ ପ୍ରତିଷ୍ଠିତ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ "ସାହାନି କପ୍- ୨୦୨୫" ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୪.୦୦ ଟାରେ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଗ୍ରୁପ ଯଥା ଗ୍ରୁପ A ଏବଂ ଗ୍ରୁପ B ଭାବରେ ବିଭକ୍ତ କରାଯାଇଛି l ଗ୍ରୁପ A ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଥିବାବେଳେ ଗ୍ରୁପ B ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଛନ୍ତି l ସେହିପରି ୧୬ ଜୁଲାଇ ରୁ ଆରମ୍ଭ ହୋଈ ୨୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ରେ ପ୍ରତ୍ୟେକ ଦିନ ଦୁଇଟି ଜିଲ୍ଲା ମଧ୍ୟରେ ଖେଳ ଖେଳାଯିବ ଏବଂ ୨୩ ଜୁଲାଇ ଦିନ ଫାଇନାଲ ଫଳାଫଳ ଘୋଷଣା ହେବା ସହ ବିଜେତା ଟିମ ଙ୍କୁ ପୁରସ୍କୃତ କରାଯିବ l ଏ ତମାମ ବିଷୟରେ ଆଲୋଚନା ହେବା ସହ ଆଜିର ବୈଠକରେ ଟୁର୍ନାମେଣ୍ଟ ର ଜେନେରାଲ ସେକ୍ରେଟାରୀ j କାମେଶ୍ୱର ରାଓ, ତାରିଣୀ ସାମନ୍ତରାୟ,କେଦାରନାଥ ଚୌଧୁରୀ, ଦୁର୍ଗା ପଟ୍ଟନାୟକ, D ବାବୁ ରାଓ, ପ୍ରମୋଦ ମହାରଣା, ଆସିଷ୍ଟାଣ୍ଟ ସେକ୍ରେଟାରୀ ଫୁଟବଲ G ମନ୍ମଥ ବାବୁ, D ଆପା ରାଓ,j ବାପି ପାତ୍ର, ମେଚ କମିଶନର ସୁଜିତ କୁମାର ପାତ୍ର,ଡମ୍ବୁରୁଧର ଗନ୍ତାୟତ ଏବଂ ରାଜେନ୍ଦ୍ର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହିଥିଲେ l
State
ବ୍ରହ୍ମପୁର(ଦ କୁଇଭର ):- ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ଏଣୁ ସମସ୍ତେ ନିଜର ମାଁ, ମାଟି ଓ ମମତା ପାଇଁ ଆଗଭର ହୁଅନ୍ତୁ। ବ୍ରହ୍ମପୁର ସହରର ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା ।ସହରର ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡ଼ାକବଙ୍ଗଳାର ସଭା ଗୃହ ପରିସରରେ ଆୟୋଜିତ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏପରି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ନାଗରିକ ମଞ୍ଚର ସଂଯୋଜକ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି ଅଶୋକ କୁମାର ବ୍ରହ୍ମା , ଗଞ୍ଜାମ ଓକିଲ ସଂଙ୍ଘର ସଭାପତି ମନୋଜ ପଟ୍ଟନାୟକ , ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର , ୟୁନିଅନ୍ କ୍ଲବର ନବନିର୍ବାଚିତ ସଭାପତି ଭି.ସନ୍ତୋଷ କୁମାର , ମହାନ ସଂଙ୍ଘ-ବ୍ରହ୍ମପୁରର ସଭାପତି ସୁଶାନ୍ତ ସାବତ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜ ର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ଓଡିଶାବାର୍ତ୍ତାର ସଂପାଦକ ମନୋଜକାନ୍ତ ଦାଶ ଏବଂ
ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ତଥା ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ବ୍ରହ୍ମପୁର ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ , ସେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ନାଟ୍ୟକାର, ସାମ୍ୱାଦିକ , ସାହିତ୍ୟିକ ଓ ବରିଷ୍ଠ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ୱାଦିକ ଗୋପାଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମୀର ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି, ଶିବରାମ ଚୈଧୁରୀ , ନାରାୟଣ ମହାଙ୍କୁଡ,ଅସିତ୍ ପଣ୍ଡା, ଛତ୍ରପୁର ପ୍ରେସ କ୍ଳବ୍ ର ଉପସଭାପତି ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଜାନକୀ କାନ୍ତ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ବିଘ୍ନଶ୍ବର ସାହୁ ,ଉମାଶଙ୍କର ମିଶ୍ର, ଗୈରୀଶଙ୍କର ମିଶ୍ର , ସ୍ବାଧିନ ପାତ୍ର ,ମୃତ୍ୟୁଞ୍ଜୟ ସାହୁ , ଅରୁଣ କୁମାର ପଣ୍ଡାଙ୍କ ସମେତ ସହରର ବିଭିନ୍ନ ସଂଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
State,Education,Politics
ଦ କୁଇଭର ବ୍ୟୁରୋ :- ବାଲେଶ୍ୱର ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାର ସହ ଭେଟିଲି।ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରକୁ ସମବେଦନା ଦେଲି। ଏବେ ସମସ୍ୟା ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା। ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି।ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁଠି ପହଞ୍ଚିଲାଣି ତାହା ଚିନ୍ତାର ବିଷୟ। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ , ସ୍ପଷ୍ଟ ଓ କୋଠର ଆଭିମୁଖ୍ୟ ଦେଖାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ନିଜର ଦାୟିତ୍ବ ନେଇଛନ୍ତି। ଯାହା ଉଚିତ୍ ପଦକ୍ଷେପ ହେବ ମୋର ଆଶା ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଶିକ୍ଷା ଜଗତରେ ଏବେ ଯେଉଁ ପ୍ରଶ୍ନ ଉଠିଛି ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ। ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନ ଦେବା ମୁଁ ଉଚିତ୍ ମନେ କରୁଛି। ଏବେ ଝିଅ ଯେଉଁ ଅବସ୍ଥାରେ ଅଛି ଆମର ପ୍ରଥମ ଦାୟିତ୍ବ ତାକୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟିତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର ମଧ୍ୟ l
State
ବ୍ରହ୍ମପୁର ( ଦ କୁଇଭର ):- ଭାରତର ସମସ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ,ତାଲୁକ କୋର୍ଟଗୁଡିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମକୁ ସଫଳ ରୂପେ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ରିଜିଓନାଲ ଜୁଡ଼ିସିଆଲ ଏକାଡେମୀର ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି l
'ଦେଶ ପାଇଁ ମଧ୍ୟସ୍ଥତା ' ଅଭିଯାନ ୧ ଜୁଲାଇ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା, ଯେଉଁଥିରେ କି ଉଭୟ ପକ୍ଷ ମଧ୍ୟସ୍ଥଙ୍କ ସହାୟତାରେ ସେମାନଙ୍କର ବିବାଦକୁ କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟରେ ସମାଧାନ କରିପାରିବେ । ମଧ୍ୟସ୍ଥତାଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି l
ଏହି ମଧ୍ୟସ୍ଥତା ଅଭିଯାନରେ ବୈବାହିକ ବିବାଦ ମାମଲା,ଦୁର୍ଘଟଣା ଦାବି ମାମଲା,ଘରୋଇ ହିଂସା ମାମଲା, ଚେକ୍ ବାଉନ୍ସ ମାମଲା, ବାଣିଜ୍ୟିକ ବିବାଦ ମାମଲା,ଫୌଜଦାରୀ ମାମଲା,ଗ୍ରାହକ ବିବାଦ ମାମଲା, ଋଣ ଆଦାୟ ମାମଲା,ବହିଷ୍କାର ମାମଲା,ଜମି ଅଧିଗ୍ରହଣ ମାମଲା,ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଗୁଡିକର ସମାଧାନ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନେକ ମଧ୍ୟସ୍ଥ ଉପସ୍ଥିତ ରହିଥିଲେ l ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷା ଉପସ୍ଥିତ ମଧ୍ୟସ୍ଥ ମାନଙ୍କୁ କିପରି ଅଧିକରୁ ଅଧିକ ମାମଲା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିବ, ସେ ଉପରେ ଆଲୋଚନା କରିଥିଲେ l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ନିକଟ ନିମଖଣ୍ଡି ଥାନା ଅଞ୍ଚଳରେ ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନିମଖଣ୍ଡି ଥାନା ପୁଲିସ ମେଡ଼ିକାଲରେ ପିଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ମହିଳାଙ୍କ ନିଜ ସ୍ୱାମୀ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଅନ୍ୟ ମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା l ଥାନାକୁ ଅଭିଯୋଗ ଦେବା ଯିବା ରାସ୍ତାରେ ଅଚେତ ହୋଈ ପଡ଼ିଥିଲେ ପୀଡିତା, ପୋଲିସ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା ମିଳିଛି l
State
ବ୍ରହ୍ମପୁର ( ଦ କୁଇଭର ):- ଅନ୍ତଃ ଜିଲ୍ଲା ବାଇକ ଲୁଟେରାକୁ କାବୁ କରିଲା ବ୍ରହ୍ମପୁର ଟାଉନ ପୁଲିସ. ୬ ଲୁଟେରାଙ୍କୁ ଗିରଫ କରିବା ସହ ୧୦ ଟି ବାଇକକୁ ପୁଲିସ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ଉଦ୍ଧାର ହୋଇଥିବା ୧୦ଟି ମୋଟର ସାଇକେଲ ମଧ୍ୟରୁ ୭ଟି ମୋଟର ସାଇକେଲ ସମ୍ପର୍କରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ୩ଟି ମୋଟର ସାଇକେଲରୁ ଇଞ୍ଜିନ କିମ୍ବା ଚେସିସ ନମ୍ବର ଲିଭାଇ ଦେଇଛନ୍ତି। ବାକି ବାଇକ୍ଗୁଡ଼ିକର ମାଲିକାନା ନିର୍ଣ୍ଣୟ କରାଯାଉଛି। ସମସ୍ତ ଅଭିଯୁକ୍ତ ଏକ ସଂଗଠିତ ଗ୍ୟାଙ୍ଗରେ କାମ କରୁଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ପୁଲିସ ଖୋଜୁଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ମୋଟର ସାଇକେଲ ଚୋରି ଗ୍ୟାଙ୍ଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଥିବା ଏସ. ପି ସୂଚନା ଦେଇଛନ୍ତି।
State,Education,Health & lifestyle
ଭୁବନେଶ୍ୱର( ଦ କୁଇଭର ):- ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।
State
ବ୍ରହ୍ମପୁର( ଦ କୁଇଭର ):- କେନ୍ଦ୍ର ଓ ଓଡିଶା ସରକାର ପେନ୍ସନରମାନଙ୍କ ଦାବି ପୂରଣରେ ଅବହେଳା କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ମୌନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟ ରୁ ବାହାରି ନୂଆ BDA, ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପୋଲ୍ଲୀ ଛକ, ମାଛ ବଜାର ଓ ପରିବା ବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା ଜେ ନନ୍ଦେଶୁ ସେନାପତି,ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି ଇ.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦଳ ମହର୍ଷି ସିଂ, ସହ ସମ୍ପାଦକ ଡି ଗୁରୁମୂର୍ତ୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି, ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ନାରାୟଣ ପାଣିଗ୍ରାହୀ, ଶ୍ରୀବସ୍ଥା ପ୍ରଧାନ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ଭଙ୍ଗା ଦଦରା ଖୁଣ୍ଟି, ଛିଣ୍ଡା ଯୋଡ଼ା ତାରରେ ଚାଲିଛି ଟାଟା ପାୱାରର ବିଜୁଳି ଯୋଗାଣ । ଦରଦରା ବ୍ୟବସ୍ଥାରେ ବିଜୁଳି ଦେଇ ଭିଡୁଛି ପୁରା ବିଲ । ଟଙ୍କାଟିଏ ବି ବିଲ ଛାଡ଼ୁନି । ସେ ଗରିବ ହେଉ କି ଚାଷୀ ବିଲ ନ ଦେଲେ ସିଧା ତାର କଟ । ଭିର୍ତ୍ତିଭୂମି ନ ସଜାଡ଼ି ପଇସା ଆଦାୟ କରି ଦେଖାଉଛି ମାଫିଆ ଗିରି । ମନ୍ତ୍ରୀ ତ ମନ୍ତ୍ରୀ ପୁରା ସରକାରଟା ଟାଟା ଆଗରେ ବିକ୍ରି ହୋଇଯାଇଛି । ମୁଣ୍ଡ ବିକିଦେଲା ଭଳି ଗରିବଙ୍କ ଶୋଷଣକୁବି ଆଖିବୁଜି ଦେଉଛି । ଏଭଳି ସ୍ଥିତି ହେଉଛି ଟାଟାର ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ।
ଟିକେ ନଜର ପକେଇବା ବ୍ରହ୍ମଗିରି ବିଜୁଳି ବ୍ୟବସ୍ଥା ଉପରେ । କିଭଳି ଭିର୍ତ୍ତିଭୂମିରେ ଟାଟା ଯୋଗାଉଛି ବିଜୁଳି । ବିଲ କମ ନେଉନି । ୟୁନୁଟି ଚାର୍ଜ ପ୍ରାୟ ପ୍ରତିବର୍ଷ ବଢୁଛି । ସବୁ ତ ନେଲା, ସେବା ଯୋଗେଇଲା ବେଳକୁ କୁନ୍ଥଉଛି ଟାଟା । ଅନେକ ଜାଗାରେ ସୋଇପଡିଲାଣି ଖୁଣ୍ଟି । କେଉଁଠି ବଙ୍କୀ ଯାଇଛି ତ ଆଉ କେଉଁଠି ଅଧା ଖାଇ ଗଲାଣି ଖୁଣ୍ଟ । ତାର ଓହଳି ରହୁଛି । କେତେବେଳେ ଛିଣ୍ଡୁଛି, କେତେବେଳେ ଚାଷ ଜମିରେ ପଡ଼ି ରହୁଛି କେହି କହିପାରିବେ ନାହିଁ । କେଉଁଠି ଚାଷୀ ମଲାଣି ତ ଆଉ କେଉଁଠି ରାସ୍ତାରେ ଜାଉଥୁବା ଲୋକଙ୍କ ଉପରେ ଛିଣ୍ଡି ପଡ଼ିଲାଣି ତାର ।
ଏମିତି ଘଟକୁଡି ଗ୍ରାମର ଜଣେ ବାଇକ ଆରୋହୀଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ତାଙ୍କ ଜୀବନ ବିପଦରେ । ସୂଚନା ଅନୁସାରେ ଘଟକୁଡି ଗ୍ରାମର ବିଜୟ ମହାପାତ୍ର ପ୍ରତିଦିନ ଭଳି ଗନ୍ତବ୍ୟ ସ୍ଥଳରୁ ନିଜ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ଗଉଡ଼ିଆଘାଇ ନିକଟରେ ତାଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ବିଜୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ବିଜୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଇଞ୍ଜୁଡ଼ ହେବାସହ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ମାତ୍ର ଆଶ୍ଚର୍ଯ୍ୟର କଥା କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମରାମତି କାର୍ଯ୍ୟ ସାରି ଫେରିଥିଲେ ସିନା ମେଡିକାଲକୁ ଲାଗିରହିଥିବା ବିଦ୍ୟୁତ କାର୍ଯ୍ୟାଳୟର କୌଣସି ବି ଅଧିକାରୀ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ ବିଜୟଙ୍କ ପାଖରେ ।
କେବଳ ଏହି ଗୋଟେ ଘଟଣା ନୁହେଁ । ଏହାପୂର୍ବରୁ ସତ୍ୟବାଦୀରେ ବି ଦୁଇଜଣଙ୍କ ଜୀବନ ଯାଇଛି । ଅବହେଳା ହେଉଛି ଟାଟାର, ଭିର୍ତ୍ତିଭୂମି ସଜାଡୁନି । ଅସଜଡ଼ା ଭିର୍ତ୍ତିଭୂମିକୁ ନେଇ ପଇସା ଆଦାୟ କରିଚାଲିଛି । ଟାଟା ଲାଭ ତ କଲାନି କିନ୍ତୁ ତା ସହ ଦୁର୍ବଳ ଭିର୍ତ୍ତିଭୂମିରେ ଲୋକଙ୍କୁ ମାରୁଛି । ଲୋକଙ୍କ ଜୀବନ ନେଇ ଲାଭ କରୁଛି ଟାଟା । ଆଉ ବିଭାଗୀୟ ମନ୍ତ୍ରୀ, ଅଫିସର ଏବଂ ସରକାର ବି ଟାଟା ଆଗରେ ଚୁପ । ପ୍ରଶ୍ନ ବି କରୁନାହାନ୍ତି ଭିର୍ତ୍ତିଭୂମି କେବେ ସଜାଡ଼ିବ । ଖାଲି ସହରାଞ୍ଚଳରେ ସଜାଡ଼ି ଦେଲେ ହେବ ନାହିଁ, ସହରର ତଳି ଅଞ୍ଚଳ ବି ବଡ଼ ଅବ୍ୟବସ୍ଥାରେ ଅଛି । ଗାଁ କଥା ତ ନ କହିଲେ ଭଲ । ଏଭଳି ସ୍ଥିତି ଶକ୍ତିମନ୍ତ୍ରୀଙ୍କ ଆଖିକୁ ଦେଖାଯିବ ନାହିଁ । ଶକ୍ତିମନ୍ତ୍ରୀ କେବଳ ଦେଖିବେ ବିଜୁଳି ବିଲ କେମିତି ଜଲ୍ଦୀ ଆଦାୟ ହେବ ଆଉ ଟାଟା ଭଲ ଦି ପଇସା ଆୟ କରିବ ।
ଟ୍ରାନ୍ସଫର୍ମର ଅବସ୍ଥା ତ ବଡ଼ ଦୟନୀୟ । ନା ଚାରିପଟେ ଅଛି କିଛି ବାଡ଼ ନା ଅଛି ଆକଟ । କେତେବେଳେ ଗାଈ ଲାଗିଯାଉଛି ତ ଆଉ କେତେବେଳେ ଆଉ କିଏ । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଟାଟା ପାଖରେ କାଳେ ଟଙ୍କା ନାହିଁ । ଏପଟେ ଟାଟାର ବାଲାନ୍ସ ସିଟି କହୁଛି ଯେ ଟାଟା ପାୱାର ଓଡ଼ିଶାରେ ଲାଭ କଲାଣି । ଲାଭ ନେଇ ନିଜ ପକେଟରେ ମାଡି ଦେଇ ଓଡ଼ିଶା ଲୋକଙ୍କ ଜୀବନ ନେଉଥିବା ଟାଟା ବିରୁଦ୍ଧରେ ସରକାର ପଦକ୍ଷେପ ନ ନେଲେ ଆଗକୁ ସରକାରଙ୍କ ବିରୁଦ୍ଧରେ ତେଜିବ ଆନ୍ଦୋଳନ ।
State
ବ୍ରହ୍ମପୁର ( ଦ କୁଇଭର ):- ରେଲୱେ ରେ ଚାକିରୀ କରେଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ ଦ୍ୱାରା ଦୁଇଜଣ ଗିରଫ. ନକଲି ଡକ୍ୟୁମେଣ୍ଟସ, ନିଯୁକ୍ତିପତ୍ର, ମୋବାଇଲଫୋନ ଜବତ କରିଛି ପୁଲିସ. ସଦର ଥାନା କୁକୁଡାଖଣ୍ଡି ଶାନ୍ତିନଗର ଅଞ୍ଚଳର ଏ. ବିଘ୍ନେଶ୍ୱର ରାଓ ଦୋରା ଏବଂ ଶୁଭ ଲକ୍ଷ୍ମୀ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ.ପାଟପୁର ଥାନା ଅନ୍ତର୍ଗତ କଂସମାରି ଗ୍ରାମର ଏସ୍. ଚୈତନ୍ୟ ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି. ୧୮.୦୩.୨୦୨୩ ରେ ଅଭିଯୋଗକାରୀ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କୁ ସାକ୍ଷାତ କରି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ ବୋଲି କହି ଟଙ୍କା ନେଇଥିବା ଅଭିଯୋଗ କରିଥିଲେ ଅଭିଯୋଗକାରୀ. କିଛି ଦିନ ପରେ ଅଭିଯୁକ୍ତ ଏ ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇ ସେମାନଙ୍କୁ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଥିଲେ। ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍ରେ TTE ଭାବରେ କାର୍ଯ୍ୟରତ ଥିବା ନେଇ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ. ପୂର୍ବ ରେଳବାଇର ଜି. ଏମର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଗ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ 62 ଲକ୍ଷ 50 ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ. ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ତାଲିମ ପାଇଁ କୋଲକାତା ନିଆ ଯାଇଥିଲା. ସେମାନଙ୍କର ସିଆଲଦାର ବି.ଆର.ସିଂହ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା. ଟ୍ରେନିଂ ପରେ ଘରକୁ ଫେରିଥିଲେ. କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଫଳାଫଳ ପାଇଥିଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କରିଥିଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ନକାରାତ୍ମକ ଶବ୍ଦ ଶୁଣିଥିଲେ. ଠକେଇରଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଏ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ. ପି କହିଛନ୍ତି. ବିଭିନ୍ନ ନକଲି ଡକ୍ୟୁମେଣ୍ଟ, ନିଯୁକ୍ତି ପତ୍ର, କଲ ଲେଟର ପ୍ରମୁଖ ସରଞ୍ଜାମ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସ. ପି କହିଛନ୍ତି l
Politics,Education,State
ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।
ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?
Politics,State
ଭୁବନେଶ୍ୱର ( ଦ କୁଇଭର ):- ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି । ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।
Politics,State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ସମ୍ବେଦନଶୀଳ ଘଟଣା ଘଟିଲା। ସରକାର ପ୍ରୋଆକ୍ଟିଭ ହୋଇ ସବୁ ପଦକ୍ଷେପ ନେଲେ। ଦୁଇ ଜଣ ନିଲମ୍ବିତ ହେଲେ ଆଉ ଗିରଫ ହେଲେ। ଆଗକୁ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି। କିନ୍ତୁ ସବୁ କଥାରେ ରାଜନୈତିକ ରୁଟି ନ ସେକିବା ସୁସ୍ଥ ମାନସିକତା। କିନ୍ତୁ ସବୁ ଘଟଣାରେ ଶାଗୁଣା ପରି ଝାମ୍ପି ପଡିବା ଠିକ୍ ନୁହେଁ। ସେଥିରୁ ନିବୃତ ରହିବା ଆବଶ୍ୟକତା ଅଛି।ସୌମ୍ୟାଶ୍ରୀଙ୍କ ବାପାମାଙ୍କ ବାରଣ ସତ୍ତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରିବା,ଝିଅ ବଞ୍ଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସଙ୍ଗ କି ଗ୍ରହଣୀୟ ନୁହେଁ। ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ୍ ଅଛି, ସମସ୍ତଙ୍କୁ ତଦନ୍ତ ପରିସକୁ ଅଣାଯିବ। ସେ ଆହୁରି କହିଛନ୍ତି, ବିରୋଧୀ ଦଳ ଭୁଲ ବାଟରେ ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ସାରୁ ଖୋଳୁ ଖୋଳୁ ମହାଦେବ ଭଳି ଦୁନିଆ କଥା ଆସିବ। କିଏ କେଉଁ ଦଳ ସହ ସମ୍ପୃକ୍ତ ଥିଲେ। ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।
State,Politics,National
ଭୁବନେଶ୍ୱର(ଦ କୁଇଭର): ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣାରେ ବିଜେଡି ଓ କଂଗ୍ରେସ ତାଙ୍କ ସ୍ୱରକୁ ଏକ କରିଛନ୍ତି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧା ସିଧା ବିଜେପି ସରକାରୀ ବ୍ୟବସ୍ଥା ଉପରେ ଦୋଷ ଲଦି ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଉଭୟ ଦଳ ବିଜେପି ବିରୋଧରେ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ଆସନ୍ତା ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ଏହାକୁ ନୀରବ ସମର୍ଥନ କରୁଛି ।
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବଡ଼ ବିବାଦୀୟ ହୋଇ ପଡ଼ିଛି । ଜଣେ ଛାତ୍ରୀ ନ୍ୟାୟ ପାଇଁ ପୂରା ବ୍ୟବସ୍ଥାର କବାଟ ବାଡ଼େଇଥିଲା । ସବୁଠିକୁ ଗୁହାରୀ କରିଥିଲା । ବିଜେପି ସଂଗଠନର ଅଂଶ ହୋଇ ଏମପିଙ୍କ ଦୁଆରେ ଯାଇ ଭେଟିଥିଲା । ଲଢ଼ିଥିଲା ନିଜର ସମ୍ମାନ ଓ ମର୍ଯ୍ୟାଦା ପାଇଁ । ହେଲେ ସମସ୍ତେ କାନରେ ହାତ ଦେଇଦେଲେ । କେହି ଶୁଣିଲେନି ନ୍ୟାୟ ପାଇଁ ତାଙ୍କ ଆକୁଳ ଚିକ୍ରାର । ବ୍ୟବସ୍ଥା କାଲ ପାଲଟିଥିବା ବେଳେ ନିର୍ଯାତନାକାରୀମାନେ ଦାନ୍ତ ଦେଖାଇ ଅଟ୍ଟହାସ୍ୟ କରୁଥିଲେ । ଏପରି କ୍ରୁର ସ୍ଥିତି ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରିଥିଲା ।
ଅକାଳରେ ଛାତ୍ରୀ ତ ମରିଗଲେ । ହେଲେ ବ୍ୟବସ୍ଥା ଓ ସରକାରଙ୍କ ଉପରେ ଛାଡ଼ିଗଲେ ଅନେକ ପ୍ରଶ୍ନ । ଛାଡ଼ିଗଲେ ନାରୀ ମର୍ଯ୍ୟାଦା ରକ୍ଷା ପାଇଁ ସରକାରୀ ବ୍ୟବସ୍ଥା କେତେ ସବଳ । ନିଜ ଭୁଲକୁ ସରକାର ମାନିବା ପରିବର୍ତ୍ତେ ନାଟକ କରି ଘଟଣାରେ ରାଜନୀତି କଲେ । ଯାହା ବିରୋଧୀଙ୍କୁ ସୁଯୋଗ ଦେଲା । ବିରୋଧୀ ଏବେ ବଳ ପାଇ ମାଡ଼ିଲେଣି । ବିରୋଧୀଙ୍କୁ ଆହୁରି ବଳ ଦେଲା, ଲୁଚାଚୋରା କାମ । ଏହାକୁ ବିରୋଧ ବି କଲେଣି । ସୌମ୍ୟାଶ୍ରୀଙ୍କ ମୃତୁ୍ୟ ମୃତୁ୍ୟ ନୁହେଁ, ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି ନବୀନ । ଏକ୍ସରେ ନିଜର ମତ ଦେଇ ଏପରି କଡ଼ା ସମାଲୋଚନା କରିଛନ୍ତି ।
ସମାନ କଥା ବି କହିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି । ସେ କହିଛନ୍ତି, ଓଡ଼ିଶାରେ ଜଣେ ଛାତ୍ରୀ ନ୍ୟାୟ ପାଇଁ ଲଢ଼ି ଲଢ଼ି ମରିଯାଇଛନ୍ତି । ଏହା ମୃତୁ୍ୟ ନୁହେଁ ବିଜେପି ସରକାରର ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଏହାକୁ ଉପର ଠାଉରିଆ ଭାବେ ନେଇ ଗଲେ ହେବ ନାହିଁ । କଂଗ୍ରେସ ଏହା ବିରୋଧରେ ଲଢ଼େଇ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହାପରେ ବିଜେଡି ମଧ୍ୟ ନୀରବ ସମର୍ଥନ ଦେବ ବୋଲି ସୂଚନା ମିଳୁଛି । ଦେଖାଯାଉ ରାହୁଲ ନବୀନଙ୍କ ମିଳିତ ସ୍ୱର ବିଜେପି ସରକାରଙ୍କ ଉପରେ କି ପ୍ରଭାବ ପକାଉଛି?
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗାଁରେ ଗତ ୬ ତାରିଖ ରାତିରେ ଦିଲୀପ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଗାଁର ପୀତବାସ ସାହୁଙ୍କୁ ପୁଲିସ ଗିରଫ କରିଥିବାବେଳେ ମଙ୍ଗଳବାର ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସିଙ୍ଗାବାଡ଼ି ଗାଁର ମାନସ ଓରଫ କାମନା ଗୌଡ଼ଙ୍କୁ ଚେନ୍ନାଇରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡ଼ା ଓ ଗୋଟିଏ ମୋବାଇଲ୍ ଜବତ କରିଛି।
ସୂଚନାଯୋଗ୍ୟ ମୃତ ଦିଲୀପ ପାତ୍ର ସିଙ୍ଗାବାଡି ଗ୍ରାମରେ ହାର୍ଡୱାର୍ ବ୍ୟବସାୟ କରୁଥିବା ବେଳେ ଏକାକୀ ରହି ଆସୁଥିଲେ | ଗତ କିଛି ଦିନ ପୂର୍ବେ କନିଷି ହାଟରେ ଦିଲୀପଙ୍କ ବାଇକ୍ ସହ ପୀତବାସଙ୍କ ବାଇକ୍ ଧକ୍କା ହୋଇଥିଲା। ଏଥର ପୀତବାସଙ୍କ ଗାଡି ଭାଙ୍ଗି ଯିବା ସହ ଆଘାତ ଲାଗିଥିଲା I ପୀତବାସ କ୍ଷତି ପୂରଣ ଦାବି କରିଥିବା ବେଳେ ଦିଲୀପ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମଯରେ ପୀତବାସ କ୍ଷତି ପୂରଣ ମାଗିବାରୁ ଦିଲୀପ କୁଆଡେ ମନା କରିବାରୁ ଏଭଳି କାଣ୍ଡ ଘଟି ଥିବା ପୁଲିସ ସୂଚନା ଦେଇଛି l
Health & lifestyle,State
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ବଡ ଡାକ୍ତର ଖାନା ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ମଙ୍ଗଳବାର ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରୁଥିରାଜ୍ ସିଂହ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ରାଲି ବାହାରି ମେଡିକାଲ ଅଞ୍ଚଳ ପରିକ୍ରମା କରି ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ ର ଆବଶ୍ୟକତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଠାରେ ପ୍ଲାଷ୍ଟିକ ସର୍ଜରୀ ଦିବସ ସମ୍ପର୍କ ରେ ବିଭାଗୀୟ ମୂଖ୍ୟ ପ୍ରଫେସର ସିଂହ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ କେକ କଟା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ତନ୍ମୟ କୁମାର ମହାପାତ୍ର, ଡ଼ା ଜସ୍ମିନ କୁମାର୍ ପାଣିଗ୍ରାହୀ, ଡ଼ା ଶିବରାମ କ୍ରିଷ୍ଣା , ଡ଼ା ଜ୍ୟୋତି ରଞ୍ଜନ ପ୍ରଧାନ ଡ଼ା ଲିପ୍ସା ସ୍ୱାଇଁ , ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଶି ଙ୍କ ସମେତ ବହୁ ଡାକ୍ତର ଛାତ୍ରଛାତ୍ରୀ, ସେବିକା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବହୁ ଗୁରୁତ୍ଵ ପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଉଛି । ଗ୍ରହଣ ଖଣ୍ଡିଆ, ସ୍ତନ କର୍କଟ, ମୁଖ ରୋଗ କର୍କଟ ଚିକିତ୍ସା, ଦୁର୍ଘଟଣା ଜନିତ କ୍ଷତ , ମୁଖ ରେ ଲୋମ ଉଠିବା, ଏପରି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଜନସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଥିଲା।
State
ବ୍ରହ୍ମପୁର( ଦ କୁଇଭର ):- ଜମି ଜାଲିଆତି କରି ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସହରର ଆଗ ଧାଡ଼ିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ରାଜନୀତି ପରିବାରରୁ ଆସିଥିବା ତଥା ସ୍ବର୍ଗତ ଅଲେଖ ଚୋଧୁରୀଙ୍କ ସୁପୁତ୍ର ଚେତନ ଚୌଧୁରୀ।
ସୂଚନା ପ୍ରକାରେ,ଲାଞ୍ଜିପାଲିର ଏ. ସନ୍ତୋଷ କୁମାର ପାତ୍ରୋ, ଗୋସାନିନୁଗାଁ ଥାନାରେ ଏକ ଅଭିଯୋଗ କରିଛନ୍ତି ଯେ ସେ ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସ, ଗୋସାନିନୁଆଗାଁ ପାଇଁ ଜଣେ ଆକାଉଣ୍ଟାଣ୍ଟ ଏବଂ ମାର୍କେଟିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ସେ ଏବଂ ତାଙ୍କ ଅଫିସ୍ କର୍ମଚାରୀମାନେ ବିଭିନ୍ନ ଅଫିସ୍ କର୍ମଚାରୀଙ୍କ ମାଧ୍ୟମରେ ଏବଂ ବ୍ୟକ୍ତିଗତ ଭାବରେ ମାସିକ ବୀମା ଜମା ରାଶି ସଂଗ୍ରହ କରିଥିଲେ ଏବଂ ସମସ୍ତ ଟଙ୍କା କାର୍ଯ୍ୟାଳୟ ମାଲିକ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ପାଖରେ ଜମା କରୁଥିଲେ l ଏହା ଏକ ପ୍ଲଟ୍ ଆବଣ୍ଟନ ଯୋଜନା ପାଇଁ ଥିଲା ଯାହା ଅଗଷ୍ଟ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର ୨୦୨୧ ରେ ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇଥିଲା କିନ୍ତୁ ପରେ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ସମୟ ଆସିଲା, ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସର ମାଲିକ ଗ୍ରାହକମାନଙ୍କ ଦ୍ୱାରା କୌଣସି ଜମା ଗ୍ରହଣ କରାଯାଇଥିବା କଥାକୁ ଅସ୍ୱୀକାର କରିଥିଲେ। ଅଭିଯୋଗ କାରୀ ଜଣେ ଏଜେଣ୍ଟ ହୋଇଥିବାରୁ, ତାଙ୍କୁ ହଇରାଣ କରାଯାଉଥିଲା ଏବଂ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କଠାରୁ ଧମକ ମଧ୍ୟ ମିଳୁଥିଲା।ଟଙ୍କା ଜମା କରିଥିବା ଗ୍ରାହକମାନେ ଟଙ୍କା ରସିଦ ଧରି ଆସିଥିଲେ ଏବଂ ସେମାନଙ୍କ ଜମି ଦାବି କରିଥିଲେ l ଏତେ ସବୁ ପରେ ମଧ୍ୟ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ଯେ ପ୍ରଦାନ କରାଯାଇଥିବା ରସିଦଗୁଡ଼ିକ ନକଲି ଏବଂ ସେ ଏ ବିଷୟରେ କିଛି ଜାଣିନାହାନ୍ତି l ଆକାଉଣ୍ଟିଂ ବହି ସମ୍ପର୍କିତ ସମସ୍ତ ରେକର୍ଡ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ହେପାଜତରେ ରଖାଯାଇଛି। ତେବେ ତଦନ୍ତରୁ ଜଣାପଡିଛି ଯେ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଏକ ବିସ୍ତୃତ ମାସିକ ମୁଦ୍ରା ନିବେଶ ଯୋଜନା ମାଧ୍ୟମରେ ଆବାସିକ ପ୍ଲଟ ଦେବା ବାହାନାରେ ୨୦୦ ଗ୍ରାହକଙ୍କଠାରୁ ୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି।
ଏସବୁ ଅଭିଯୋଗ ପରେ ଚେତନ କୁମାର ଚୌଧୁରୀଙ୍କ ବିରୁଦ୍ଧରେ ଗୋସାନିନୁଗାଁ ଥାନା ଏବଂ ବଡ଼ବଜାର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଚେତନ ଚୌଧୁରୀକୁ ରବିବାର ଗିରଫ କୋର୍ଟ ଚାଲାଣ କରାଯାଇଥିବା ଗୋଶାଣୀ ନୂଆ ଗାଁ ଥାନା ପକ୍ଷରୁ ସୂଚନା ମିଳିଛି l
State,Politics,National
ଦ କୁଇଭର ବ୍ୟୁରୋ :- ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ ଗାନ୍ଧୀ । ନିଜେ ଟ୍ବିଟ କରି ସୂଚନା ଦେଲେ ରାହୁଲ । ଯାହା ଘଟିଥିଲା ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି କହିଲେ ରାହୁଲ ଗାନ୍ଧୀ। ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ। ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ତେବେ ବାଲେଶ୍ୱର ଘଟଣା ପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି ।
ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।