ଦ କୁଇଭର ବ୍ୟୁରୋ :- ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା lଉପାନ୍ତରୁ ଉପକୂଳ ହେଉ କି ଉତ୍ତରରୁ ଦକ୍ଷିଣ, କୌଣସି ଅଞ୍ଚଳ ବି ଏଥିରୁ ବାଦ୍ ପଡ଼ୁନି। ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ତତଲା ତାୱାରେ ଭାଜି ହେଉଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହର କଥା ନ କହିବା ଭଲ। ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି। ପୃଥିବୀର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧୩.୬ ଡିଗ୍ରି ଛୁଇଁବା ଚିନ୍ତାର କାରଣ ପାଲଟିଛି। ଏବର୍ଷ ଲଗାତାର ୧୫ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ସେଥିରୁ ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ୍ ରହିଥିଲା। ଲଗାତାର ଗୁରୁଚାପ ବଳୟ ଓଡ଼ିଶା ଉପକୂଳକୁ କବ୍ଜାରେ ରଖିବା ଦ୍ବାରା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନର ଅବରୋଧ ତଥା ପଶ୍ଚିମାଝଡ଼ର ବାରମ୍ବାର ଆଗମନ ଏଭଳି ସ୍ଥିତିକୁ ପ୍ରଶମିତ କରିଛି। ଚଳିତବର୍ଷ ବଡ଼ କଥା ହେଉଛି ଯେ ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ବର ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବାରୁ ୨୦୨୪ରେ ବିଶ୍ବର ହାରହାରି ତାପମାତ୍ରା ପ୍ରଥମ ଥର ୧.୫ ଡିଗ୍ରି ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ୩୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଏବଂ ଚଳିତବର୍ଷ ଜାନୁଆରି ଅଧାରୁ ଶୀତ ଗାଏବ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ। ସେହିପରି ସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଦିନ ତୁଳନାରେ ତିନି ଗୁଣ ଅଧିକ ରହିବା ଚିନ୍ତାର କାରଣ ପାଲଟିଛି।
No comments yet.
Education,State
ଦ କୁଇଭର ବ୍ୟୁରୋ :- ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ନେଇ ରାଜ୍ୟ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ଣ ଭୋଜନ କରିବେ। ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମଧ୍ୟାହ୍ଣ ଭୋଜନ କରୁଥିଲେ। କିନ୍ତୁ ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହି ବଡ଼ ଘୋଷଣା କରିଛନ୍ତି।
Health & lifestyle
ବ୍ରହ୍ମପୁର( ଦ କୁଇଭର ):-:ମହାଧନ ଏଗ୍ରିଟେକ ଲିମିଟେଡ଼ ପକ୍ଷରୁ ଏକ ମାଗଣା ସ୍ୱସ୍ଥ୍ୟ ସେବା ଓ ସଚେତନତା ଶିବିର ଏମକେସିଜି ମେଡିକାଲ କଲେଜ ର ସୁନାମଧନ୍ୟ ଡାକ୍ତରଙ୍କ ଦ୍ୱାରା କାଲିପଲି ଗ୍ରାମରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦୩ ଜଣ ରୋଗୀ ଙ୍କୁ ମେଡିସନ, ଏଣ୍ଡକୋଲୋଜିଷ୍ଟ, ସ୍ତ୍ରୀ ରୋଗ ଓ ଦାନ୍ତ ବିଶେସଜ୍ଞ ଯୋଗ ଦେଇ ଚିକିତ୍ସା ସହ ଔଷଧ ବିତରଣ କରିଥିଲେ l କାଲିପଲି ଗ୍ରାମ ସରପଞ୍ଚ ଓ ଯୁବକ ମାନେ ସୁନ୍ଦର ଭାବେ ପରିଚାଳନା କରିବା ସହ ଚକ୍ଷୁ ଓ ରକ୍ତ ଦାନ ଶିବିର ଆୟୋଜନ ନିମନ୍ତେ ଅନୁରୋଧ କରିଥିଲେ l
Education
ପାରଳାଖେମୁଣ୍ଡି( ଦ କୁଇଭର ):-:ଅନ୍ୱେଷା ଛାତ୍ରୀ ନିବାସର ଛାତ୍ରୀ ଙ୍କୁ ନିର୍ଯାତନା କେଳେଙ୍କାରି ଘଟଣାରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ। ହଷ୍ଟେଲ ପରିଚାଳନା ଗତ ତୃଟି ସାଙ୍ଗକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ତାକୁ ଭିତ୍ତିକରି ନିଲମ୍ବନ ଆଦେଶ ଦିଆଯାଇଛି।ସୁଚନା ଥାଉକି ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ୱେସା ଛାତ୍ରଛାତ୍ରୀ ଓ ସେଠାକାର କର୍ମଚାରିଙ୍କ ଉପରେ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗକୁ ଭିତ୍ତିକରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ତ୍ୱର ହୋଇ ଉଠିଛି ପ୍ରଶାସନ ।ପ୍ରଥମେ ରାଜେନ୍ଦ୍ର ସାହୁଙ୍କୁ ଅନ୍ୱେସା ଦାୟିତ୍ବରୁ ହଟାଯାଇ ବଦଳି କରାଯାଇଥିଲା । ଏହାପରେ ଜନ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଦୁଇ ଟି ଟିମ ଗଠନ କରି ପୃଥକ ପୃଥକ ଭାବେ ବିଭିନ୍ନ ଦିଗକୁ ନେଇ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ତଦନ୍ତ କରିଥିଲେ । ଗତକାଲି ତଦନ୍ତ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।
State
ଦ କୁଇଭର ବ୍ୟୁରୋ :- ଫେବୃଆରୀରେ ଟାଇଁ ଟାଇଁ ଖରା l ଆସନ୍ତା ୩ ଦିନ ପରେ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିବା ବେଳେ ଦିନରେ ଡହ ଡହ ଖରାରେ ସିଝୁଛନ୍ତି ଲୋକେ । ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ନୂଆପଡା, ଗଜପତି ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ସମେତ ଅନୁଗୋଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି । ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି । ଗୁରୁବାର ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
State
ନୂଆପଡା( ଦ କୁଇଭର ):- ଓଡିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦିନିକିଆ ଗସ୍ତରେ ଆସି ଗୁରୁକୂଳ ଆଶ୍ରମ ଆମସେନା ର ୫୮ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିଛନ୍ତି। ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ପ୍ଲେନ ରେ ଗୌତମା ଏୟାର ଷ୍ଟ୍ରୀପ ରେ ଅବତରଣ କରି ସଡ଼କ ପଥରେ ସେ ଆମସେନା ଠାରେ ଯୋଗ ଦେଇଥିଲେ। ଗତ ତିନିଦିନ ବ୍ୟାପୀ ଅନୁଷ୍ଠିତ ୨୦୧ କୁଣ୍ଡିଅ ଯଜ୍ଞ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ଦ୍ଵାରା ଏହି ଯଜ୍ଞ ଓ ସମ୍ମିଳନୀ ର ପୂର୍ଣ୍ଣାହୁତି ହୋଇଥିଲା l ଏହି ଉପଲକ୍ଷେ ଏକ ଛାତ୍ରା ବାସ ଭୂମିପୂଜନ ହୋଇଅଛି। ସ୍ବାମୀ ଧର୍ମାନନ୍ଦ ସରସ୍ବତୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଙ୍କ ୨୦୧ ତମ ଜନ୍ମ ବାର୍ଷିକୀ, ବିଦ୍ୱାନ ସମ୍ମିଳନୀ ମହିଳା ଆଚାର୍ଯ୍ୟ ସମ୍ମିଳନୀ ଓ ଧର୍ମ ସଂସ୍କୃତିର ଉତଥାନ ପାଇଁ ୨୦୧ କୁଣ୍ଡିୟ ସମାବେଶ ରେ ଉପସ୍ଥିତ ଅତିଥି ମାନେ ଗୁରୁକୁଳ ଆଶ୍ରମ ହେଉଛି ମଣିଷ ତିଆରି କାରଖାନା, ଏଥିରେ ହିନ୍ଦୁ ସନାତନ ଧର୍ମ ର ନୈତିକ ଶିକ୍ଷା ସହ ଆଧୁନିକ ଶିକ୍ଷା ପ୍ରଦାନ କରି ଏକ ସୁନ୍ଦର ଭାରତ ଗଠନ ର ଉଦ୍ଦେଶ୍ୟ ରଖା ଯାଇଛି । ବିଶେଷ କରି ଆର୍ଯ୍ୟ ସମାଜ ର ନୀତି ଆଦର୍ଶ ରେ ଏହି ଆଶ୍ରମ ରେ ପରିଚାଳିତ ହେଉଥିବା ବେଳେ ଅସହାୟ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର , ମାଁ ବାପା ଛେଉଣ୍ଡ ପିଲା ମାନେ ଭବିଷ୍ୟତ ଗଢ଼ିବା ରେ ଗୁରୁକୁଳ ଆଶ୍ରମ ଏକ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷ ରେ ଆଗାମୀ ଦିନ ରେ ସରକାରୀ ସ୍ତରରେ ସବୁ ପ୍ରକାର ସାମ୍ଭାବ୍ୟ ସୁବିଧା ସୁଯୋଗ ଏହି ଆଶ୍ରମ କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଅତିଥି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାରଙ୍କ ଦୃଷ୍ଟି ଆଡୁଆଳରେ ବାରୁସିଂ ଗ୍ରାମ। ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ ତେଣୁ ଶବକୁ ୯ କି.ମି କାନ୍ଧରେ ବୋହି ନେଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ଅଧିନସ୍ଥ ବାରୁସିଂ ଗ୍ରାମର ରାଜେଶ ରଈତ (୨୫)ଙ୍କ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ରବିବାର ରାଜେଶଙ୍କ ଅକାଳ ମୃତ୍ୟୁ ହୋଇଥିଲା, ତାଙ୍କ ପରିବାର କହିଲେ ସ୍ତ୍ରୀ ସେବତୀ ରଈତ ଏବଂ ୮ମାସର ଛୁଆ ଥିବା ଜଣାପଡ଼ିଛି। ରାଜେଶଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ହାଇଦ୍ରାବାଦ ଠାରୁ ଗାଁକୁ ଅଣାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।ଯାହା ଫଳରେ ୯କିମି ଦୂରରେ ଅଟକି ରହିଲା ଶବ। ଶେଷରେ ଗ୍ରାମବାସୀ କାନ୍ଧରେ ଭାର କରି ମୃତଦେହକୁ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ଦୀର୍ଘ ୯ କିମି ରାସ୍ତା ଅତିକ୍ରମ କରି ଗାଁକୁ ନେଇଥିଲେ। ପକ୍କା ରାସ୍ତା ଖଣ୍ଡେ ପାଇଁ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଭିନ୍ନ ଜନ ଅଭିଯୋଗ ଶୁଣାଣୀରେ ବାରୁସିଂ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ କର୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଦିସ ରଈତ,ଏବି ରଈତ,ଏଜିକେଲ ରଈତ,ବିଶ୍ୱନାଥ ରଈତ,ପ୍ରେମାନନ୍ଦ ରଈତ,ଏସକିନ ରଈତ ଓ ସମିତି ସଭ୍ୟ ବୁଲୁ ରଈତ। ତେବେ ଖବର ଜାଣିବା ପରେ ପାରଳା ବିଧାୟକ ଈ.ରୂପେଶ କୁମାର ପାଣିଗ୍ରାହୀ ଦୁଃଖ ପ୍ରକାଶ କରିବା ସହ ବାରୁସିଂ ଗ୍ରାମର ରାସ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି l
State,Education
ଦ କୁଇଭର ବ୍ୟୁରୋ :- ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।ଏଥର ପୁରୁଣା ଢାଞ୍ଚା ନୁହେଁ, ବରଂ CBSE ପାର୍ଟନରେ ହେବ ପରୀକ୍ଷା। ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦେଇଛି CHSE। ଏପରିକି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ସାମ୍ପୁଲ୍ ପ୍ରଶ୍ନପତ୍ର ପ୍ରକାଶ ପାଇବ ବୋଲି କହିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହେଲେ ଏଯାଏ କିନ୍ତୁ ସାମ୍ପୁଲ ପ୍ରଶ୍ନପତ୍ର ପ୍ରକାଶ ପାଇପାରିଲା ନାହିଁ। ଯାହାକୁ ନେଇ ଅଡୁଆରେ ପରୀକ୍ଷା ହଲରେ ବସିବାକୁ ଯାଉଥିବା ଯୁକ୍ତ ଦୁଇର ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ। ତେବେ ଏହି ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ, ସେନେଇ ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଲାଗି CHSE ସାଂପୁଲ ପ୍ରଶ୍ନପତ୍ର ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରୀକ୍ଷାକୁ ମଝିରେ ଆଉ ମାତ୍ର ୪ ଦିନ ଥିବା ବେଳେ ଏଯାଏ ସାମ୍ପୁଲ ପ୍ରଶ୍ନପତ୍ର ବାହାର କରିପାରିନି CHE। ଯାହାକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ। ସେପଟେ ଶିକ୍ଷକ କହିଛନ୍ତି, ବୋର୍ଡ ପକ୍ଷରୁ ଆଗୁଆ ଯେଉଁ ବିଜ୍ଞପ୍ତି ଆସିଥିଲା ସେହି ଆଧାରରେ ପିଲାଙ୍କୁ ପଢାଯାଇଛି।
Education
ଦ କୁଇଭର ବ୍ୟୁରୋ :-:ଚଳିତ ବର୍ଷର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ । ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍ମିଟ୍ କାର୍ଡ ୱେବସାଇଟରୁ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ www.bseodisha.ac.in ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡ୍ମିଟ୍ କାର୍ଡ ପାଇପାରିବେ।
State
ଦ କୁଇଭର ବ୍ୟୁରୋ :- ତାତିରୁ ମିଳିବ ଆସ୍ବସ୍ତି । ଗତ କିଛିଦିନ ହେବ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପାରଦ ତଳମୁହାଁ ହୋଇଛି । ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି । ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଗରମ ମଧ୍ୟ କମ ହେବ ।
National
ପ୍ରୟାଗରାଜ( ଦ କୁଇଭର ):- ମହାକୁମ୍ଭରେ ପ୍ରବଳ ଭିଡ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ସମସ୍ତେ । ଟ୍ରାଫିକ ଜାମ୍ ପୂରା ପ୍ରୟାଗରାଜକୁ ଅଚଳ କରିଦେଇଛି । ସହରର ସବୁ ଗଳି କନ୍ଦିରେ ଗହଳି, ଭିଡର ଭୟଙ୍କର ସ୍ଥିତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଭିଡର ସାମ୍ନା କରୁଛନ୍ତି ଆଉ ନାହିଁ ନଥିବା ଦଶା ଭୋଗୁଛନ୍ତି । ଭୁଶୁଡି ପଡିଛି ପ୍ରୟାଗରାଜର ଟ୍ରାଫିକ ବ୍ୟବସ୍ଥା । ଯିଏ ଯୁଆଡେ ପାରୁଛି ପଳାଉଛି, ଗାଡି ପୂରାଇ ଦେଉଛି । ସଙ୍ଗମ ସ୍ଥଳ ପାଇଁ ରାସ୍ତା ଅଲଗା, ଅନ୍ୟ ସ୍ଥାନକୁ ଯିବାକୁ ଦିଗ ଅଲଗା କରାଯାଇଥିଲେ ବି ନିୟମ ମାନିବାକୁ ନାରାଜ ସମସ୍ତେ । ଅଳ୍ପରେ ସୁବିଧାରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ ସେପନ୍ଥା ଆପଣାଉଛନ୍ତି ଲୋକେ ଆଉ ଏଭଳି ଘଟଣା ପାଇଁ ଉପୁଜିଛି ଉତ୍କଟ ଟ୍ରାଫିକ୍ ସମସ୍ୟା ।
ତେବେ ମହାକୁମ୍ଭର ଏହି ମହାଜାମ୍ ଦେଖି ତାତି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ପୋଲିସ ଅଫିସରଙ୍କ ଉପରେ ରାଗିଛନ୍ତି । ୨ ଆଇପିଏସ ଅଫିସରଙ୍କ ଉପରେ ଖପ୍ପା ହୋଇଛନ୍ତି ଯୋଗୀ । କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ବ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନମାନଙ୍କରେ ଆପଣ ଦାୟିତ୍ବହୀନ ଭାବେ କାମ କରିଛନ୍ତି ଯାହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସାରା ଦେଇଥନ୍ତି ମୁଖ୍ୟମନ୍ତ୍ରୀ । ତାସହ ମହାକୁମ୍ଭର ବଡ ବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଧାସିଧା ଶୁଣାଇ ଦେଇଛନ୍ତି ଯୋଗୀ । ତେବେ ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏମିତି ହେଉଛି ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି ।
State
ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ। କନ୍ୟା ସନ୍ତାନକୁ ପ୍ରୋତ୍ସାହନ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ମିଳିବ। ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହା ଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ।
State,National
ଭୁବନେଶ୍ୱର( ଦ କୁଇଭର ):- ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଥିଲା ବଜେଟ ଅଧିବେଶନର ପ୍ରଥମ ଦିନ। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖିଥିଲେ। ‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, ଓଡ଼ିଆ ଅସ୍ମିତା ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ହୋଇ ରହିଛି। ଓଡ଼ିଶା ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ।‘ମୋ ସରକାର ଧାନର ଏମଏସପି ୮୦୦ ଟଙ୍କା ବଢ଼ାଇଛନ୍ତି। ୧.୩୬ ଲକ୍ଷ ପଞ୍ଜିକୃତ କୃଷକଙ୍କ ପାଇଁ ଚାଷବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି। ଏଣେ ‘ସୁଭଦ୍ରା’ଯୋଜନାରେ କୋଟିଏ ମହିଳା ଲାଭବାନ ହୋଇଛନ୍ତି।ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।
State
ଦ କୁଇଭର ବ୍ୟୁରୋ :- ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି କରିବେ। ଏହା ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ। ୨ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି। ବିଦ୍ୟୁତ୍ ଦର ବଢ଼ାଇବାକୁ କେତେକ କମ୍ପାନୀ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି
Politics,National
ଦ କୁଇଭର ବ୍ୟୁରୋ :- ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି। ସବୁ ଦାୟିତ୍ବ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।
State
ଗଜପତି( ଦ କୁଇଭର ):- ଶିଶୁଙ୍କୁ ଘରୁ ଆଣିବା ଓ ଛାଡିବା ଦାଇତ୍ୱ ହେଉଛି ଅଙ୍ଗନବାଡି ଦିଦି ଏବଂ ସହାୟିକାଙ୍କର l କିନ୍ତୁ ତାହା ନ କରି ଶିଶୁଙ୍କୁ ମନ ଇଚ୍ଛା କେନ୍ଦ୍ରରୁ ଛାଡିଦେଇଥିବାରୁ ଶିଶୁ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବା ଜଣାପଡିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବ୍ଲକ ନିକଟରେ ଥିବା ମାଣିକେଶ୍ବରୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ରେ ପିଲା ମାନେ ଖାଇବା ପରେ ଅଙ୍ଗନବାଡି ଦିଦି ଶିଶୁ ମାନଙ୍କୁ ଛାଡି ଦେଇଥିଲେ, ଯାହା ଦ୍ୱାରା ୩ବର୍ଷ ର ଶିଶୁ କନ୍ୟା ଘରକୁ ଚାଲି ଯିବା ବେଳେ ଅଜଣା ବାଇକ ଧକ୍କା ଦେଇଥିଲା,ସ୍ଥାନୀୟ ଅଗ୍ନିଶମ ବିଭାଗ ଦେଖି ରକ୍ତାକ୍ତ ଶିଶୁ କନ୍ୟାକୁ ମୋହନା ମେଡିକାଲରେ ଭର୍ତ୍ତୀ କରିଛନ୍ତି,ଶିଶୁ କନ୍ୟାଟି କଥା କହିପାରୁନି କି ତାକୁ ଶୁଣା ଯାଉନଥିବା ଡାକ୍ତର ସୂଚନା ଦେଇଛନ୍ତି l ସାମାନ୍ୟ ଅଙ୍ଗନବାଡି ଦିଦିଙ୍କ ଭୁଲ ପାଇଁ ଶିଶୁଟି ଏଭଳି ଦୁର୍ଘଟଣା ର ଶିକାର ହେଲା ବୋଲି ଅଭିଭାବକ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଥାନା ଅଧିକାରୀ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି l
State
ଶିମିଳିପାଳ( ଦ କୁଇଭର ):- ଶିମିଳିପାଳ ସୀମା ଡେଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ, ଏବେ ସ୍ୱତନ୍ତ୍ର ଏନକ୍ଲୋଜର୍ରେ ରହିଛି। ଜିନ୍ନତ ଦେହରେ ଲାଗିଥିବା କଲାର ଡିଭାଇସ୍ ଓ ଏନକ୍ଲୋଜର୍ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ତା ଗତିବିଧି ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ବନ ବିଭାଗ। ଏନକ୍ଲୋଜର ପରିସୀମାକୁ ବଢ଼ାଇ ଶିମିଳିପାଳର ଜଳବାୟୁ ସହିତ ଜିନ୍ନତକୁ ଖାପ ଖୁଆଇବା ପାଇଁ ଉଦ୍ୟମ କରାଯାଇଛି। ୧ ଏକର ବିଶିଷ୍ଟ ଏନ୍କ୍ଲୋଜର ପରିସୀମା ୮ ଏକର କରାଯିବ। ଜୀନ୍ନତକୁ କେବେ ଏନକ୍ଲୋଜର୍ ବାହାରକୁ ଛଡ଼ାଯିବ ତାହା ଏନ୍ଟିସିଏ ଏବଂ ମନିଟରିଂ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଶିମିଳପାଳରେ ମହାବଳଙ୍କ ବଂଶ ବୃଦ୍ଧି ଏବଂ ଜେନେଟିକ୍ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ରରୁ ଜିନ୍ନତ ଓ ଯମୁନାକୁ ଅଣାଯାଇଥିଲା।
Sports
ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି। ଏଥି ସହିତ ଭାରତୀୟ ଟମ୍ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି। ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା।
National
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ମାଘ ମାସର ପୂର୍ଣ୍ଣିମା ବା ମାଘ ପୂର୍ଣ୍ଣିମା l ସେଥିପାଇଁ ପ୍ରୟାଗରାଜ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ମହାକୁମ୍ଭରେ ଏଯାଏଁ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି ଆସ୍ଥାର ବୁଡ ପକାଇବାକୁ। ଜନସମୁଦ୍ର ପାଲଟିଛି ପ୍ରୟାଗରାଜ। ଅନ୍ୟପକ୍ଷରେ ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍। ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ହସପିଟାଲ ଗୁଡିକୁ ହାଇଆଲର୍ଟରେ ରଖାଯାଇଛି।ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା୭ଟି ଆମ୍ବୁଲାନ୍ସ ଏବଂ ଗୋଟିଏ ଏୟାର ଆମ୍ବୁଲାନ୍ସ ସମେତ ମୋଟ ୧୩୩ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ପ୍ରୟାଗରାଜ ସଙ୍ଗମ ଷ୍ଟେସନ ଏବଂ ଦାରାଗଞ୍ଜ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି।
Education
ଗଜପତି( ଦ କୁଇଭର ):- ଅନ୍ବେଷା ଛାତ୍ରୀବାସରୁ ଆସିଛି ସାଙ୍ଘାତିକ ଅଭିଯୋଗ , ଅନ୍ତେବାସୀଙ୍କୁ ଅସଦାଚରଣ ଭଳି ଦାୟିତ୍ଵରେ ଥିବା ସୁପରିନଟେଣ୍ଡେଣ୍ଟଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଛାତ୍ରୀଙ୍କୁ ନିଜ କୋଠରୀକୁ ଡ଼ାକି ଅସଦାଚରଣ କରିବା ପୁଣି ଅଧିକାଂଶ ସମୟରେ ମଦ ପିଇ ପିଲାଙ୍କୁ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳି ଗୁଲଜ ଓ ଦୁର୍ବ୍ୟବହାର କରି ଆସୁଥିବା ନେଇ ସମ୍ପୃକ୍ତ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି l
ସରକାରୀ ଛାତ୍ରୀ ବାସର ଦାୟିତ୍ଵରେ ଥିବା ଅଧିକାରୀ ଯଦି ନିର୍ଯ୍ୟାତନା ଦେବେ , ତେବେ ଅଭିଭାବକ ଭରସା କରିବେ କାହାକୁ। ଛାତ୍ରୀ ବାସରେ ସୁରକ୍ଷିତ ନାହାଁନ୍ତି ଛାତ୍ରୀ ତେବେ ପିଲା ପଢ଼ିବେ କେଉଁଠି। ସୁରକ୍ଷା ଦେବ କିଏ ? ଛାତ୍ରୀ ବାସ ଏକ ଦଣ୍ଡମୁକ୍ତ ଓ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ଵେ ଏଠି ଅନ୍ତେବାସୀ ମାନସିକ ଓ ଶାରିରୀକ ଅତ୍ୟାଚାରର ଶିକାର ହେଉଛନ୍ତି , ଯାହା ଏବେ ଅଭିଭାବକଙ୍କ ଚିନ୍ତାକୁ ବଢାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡାରେ ଥିବା ଅନ୍ଵେଷା ହଷ୍ଟେଲ ଭିତରେ ହେଉଥିବା ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ କିଛି ଦିନ ତଳେ ଏହି ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ମାଡ ମାରିବା ସହ ଧମକ ଦେଇ ଅସଦ୍ ବ୍ୟବହାର କରାଯାଇଥିବା ନେଇ ହୋଷ୍ଟେଲ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବ ଆଇନଜୀବୀ ମୋଜେଶ ଦଳ ବେହେରା । ଏଥିସହ ଗତ କିଛିଦିନ ପୂର୍ବେ ସୁପରିନଟେଣ୍ଡେଣ୍ଟଙ୍କ ନିର୍ଯ୍ୟାତନା ସହ୍ୟ କରି ନପାରି ଚାକିରି ଛାଡ଼ି ଚାଲି ଆସିଥିବା ମହିଳା ଓ୍ବାଡେନ ଜଣକ ମଧ୍ୟ ହୋଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କ କାରନାମାର ଖୁଲାସା କରିଛନ୍ତି। ଏନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତର ରିପୋର୍ଟ ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ସୁପରିଟେଣ୍ଡେଣ୍ଟ ଦୀର୍ଘବର୍ଷ ଧରି ସେଠାରେ କାର୍ଯ୍ୟ କରି ଆସୁଥିଲେ । ଏତେଦିନ ଧରି ପୁଣି ଜଣେ ପୁରୁଷ କର୍ମଚାରୀ ଛାତ୍ରୀବାସର ସୁପରିନଟେଣ୍ଡେଣ୍ଟ ଦାୟିତ୍ଵରେ ଗୋଟିଏ ଜାଗାରେ କିପରି ରହିଲେ ? ଏହା ଏବେ ସବୁଠାରୁ ବଡ ପ୍ରଶ୍ନ ।
ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ ଓ ଦୁର୍ବ୍ୟବହାର କରିଆସୁଛନ୍ତି। ଏ ନେଇ ଯେଉଁମାନେ ପ୍ରତିବାଦ କରୁଥିଲେ ସେମାନଙ୍କୁ ହୋଷ୍ଟଲରୁ ବାହାର କରିଦେବାର ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଆଇନଜୀବୀ । ତେବେ ପ୍ରାଥମିକ ସ୍ତରରେ ତଦନ୍ତର ଦିଗ ଆରମ୍ଭ ହେବା ପୂର୍ବରୁ ରାଜେନ୍ଦ୍ରଙ୍କୁ ସେହି ହୋଷ୍ଟଲ ଦାୟିତ୍ବରୁ ହଟାଇ ଦିଆଯାଇଥିବା ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଗଜପତି ଜିଲ୍ଲାରେ ପୂର୍ବରୁ ଅନେକଥର ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ର , ଛାତ୍ରୀଙ୍କୁ ଅସାଦ ଆଚରଣ କିମ୍ବା ଦୃବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜେଲ ପଠାଇବା ମଧ୍ୟ ନଜର ରହିଛି , ତେବେ ଏ କ୍ଷେତ୍ରରେ ପ୍ରଶାସନ ଘଣ୍ଟା ଘୋଡଉଚୁ ନାଁ ଜେଲ ପଠାଉଛି ତାହା ଦେଖିବାର କଥା |