ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି,ମହିଳାଙ୍କ ରୋଜଗାର ବଢ଼ାଇବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆମ ସୁବାହକ’ ଯୋଜନା । ଏହି ଯୋଜନାରେ 1100 ଜଣ ମହିଳାଙ୍କୁ କାର୍(ଟ୍ୟାକ୍ସି) କିଣିବାକୁ 10 ଲକ୍ଷ ଋଣ ଦେବେ ସରକାର । ଯେଉଁଥିରେ ଲୋନରେ କାର କିଣିବେ ମହିଳା, ସୁଧ ସୁଝିବେ ସରକାର । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହି ଯୋଜନାରେ ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇଦେବେ ସରକାର ।ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ,ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ ।ରାଜ୍ଯରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ମହିଳା ଡ୍ରାଇଭରଙ୍କ ସମେତ ସୁଭଦ୍ରା ହିତାଧିକାରୀ, କ୍ରୁଟ, ବସ୍ ଡ୍ରାଇଭର, SHG ସଦସ୍ୟାଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ସର୍ବାଧିକ 10 ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ଯୋଗାଇବେ ସରକାର । ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ଯରେ ଥିବା 4ଟି ଡ୍ରାଇଭିଂ ଟ୍ରେନିଂ ପ୍ରତିଷ୍ଠାନରେ 6216 ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇସାରିଛନ୍ତି lସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ lପ୍ରଥମ ବର୍ଷରେ 200, ଦ୍ବିତୀୟ ବର୍ଷରେ 250, ତୃତୀୟ ବର୍ଷରେ 300 ଏବଂ ଚତୁର୍ଥ ବର୍ଷରେ 350 ଜଣ ମହିଳାଙ୍କୁ କାର୍ କିଣିବାକୁ 10 ଲକ୍ଷ ଟଙ୍କାର ଋଣ ଦିଆଯିବ lଯେଉଁ ମାନଙ୍କର ବୟସ 21 ରୁ 40 ହେଇଥିବ ଏବଂ ବାର୍ଷିକ ଆୟ ଯାହାର 3 ଲକ୍ଷ ଥିବ ସେମାନେ ଲାଭ ଉଠାଇ ପାରିବେ l ସେହିପରି ଯେଉଁମାନେ କ୍ରୁଟ କିମ୍ବା OSRTCରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ l ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ମାନଙ୍କୁ ଅଗ୍ରାଧିକାର ମଧ୍ୟରେ ସୁଯୋଗ ଦିଆଯିବ lସରକାର ତରଫରୁ ତିନି ଜଣ ସୁବାହକଙ୍କୁ ଜାପାନ ପଠାଯିବ lରାଜ୍ୟରେ ମହିଳା ବାହକ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି lଯେଉଁ ମହିଳା ଡ୍ରାଇଭର ମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଳାଇବାରେ ପ୍ରତିଶ୍ରୁତିବଦ୍ଧ ହେବେ ସେମାନଙ୍କୁ ଜାପାନ ପଠାଯିବ ।ତେବେ ଏହି ଯୋଜନାରେ ଗାଡି କିଣା ବାବଦକୁ 110 କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି l