Join Us To Make A Difference

The Drops💧

ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ : ଶନିବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ନଡ୍ଡା ଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

Comments

Leave a Comment

Comments

No comments yet.

National,State

ସଭାସ୍ଥଳରେ ନକଲି ମୋଦୀ

Blog Thumbnail

ଝାରସୁଗୁଡା( ଦ କୁଇଭର ):- ଶନିବାର ଝାରସୁଗୁଡା ଅମଲୀପାଲି ସ୍ଥିତ ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଦିନ ସାଢେ ୧୧ଟାରେ ରହିଥିବାବେଳେ ପୂର୍ବରୁ ସଭାସ୍ଥଳରେ ମୋଦୀଙ୍କ ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭ୍ରମ ସୃଷ୍ଟି ହୋଇଛି। ତେଵେ ମୋଦିଙ୍କ ଅବିକଳ ଭଳି ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ l ସେହି ଦିନଠାରୁ ସେ ମୋଦୀଙ୍କ ବେଶରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଖବର ମିଳୁଛି l ସେପଟେ ସଦାନନ୍ଦଙ୍କୁ ଦେଖି ତାଙ୍କ ସହ ସେଲ୍ଫି ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି l

Weather

ଫିକା ପଡ଼ିବ ଦୁର୍ଗା ପୂଜା : ବୁଧବାରରୁ ଛେଚିବ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- କଲବଲ କରୁଛି ଲେଉଟାଣି ମୌସୁମୀ । ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ କେନ୍ଦ୍ର । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ ଅକ୍ଟୋବର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି । ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଆଜି କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ପୁଣି ୧ରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୩୦ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Business,National

୫.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

Blog Thumbnail

ଦ କୁଇଭର ବ୍ୟୁରୋ :- ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । 5.5 ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଘୋଷଣା କଲେ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ଏହାସହିତ ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି, ଟାରିଫ ମାଡରେ ଖସିପାରେ ବିକାଶ ଦର । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ଶେଷ ହେବା ପରେ, ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ବଡ ଘୋଷଣା କରିଛନ୍ତି । RBI ଗଭର୍ଣ୍ଣର କହିଛନ୍ତି ରେପୋ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେଣୁ, ରେପୋ ରେଟ 5.5 ପ୍ରତିଶତରେ ଅପରିବର୍ତ୍ତିତ ରହିବ ।ବୈଠକ ପରେ, RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, " ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ GST 2.0 ଅର୍ଥାତ ଡିଏସଟିରେ ସଂସ୍କାର ସାହାଯ୍ୟ କରିବ ।" ତେବେ ସେ ପୁଣି କହିଛନ୍ତି, ଅଗଷ୍ଟ ମୁଦ୍ରା ନୀତି ପରଠାରୁ ଦେଶରେ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନ ବଦଳି ଯାଇଛି । ଅନ୍ୟପକ୍ଷରେ, ଅତ୍ୟଧିକ ଟାରିଫ ଅର୍ଥାତ ଶୁଳ୍କ (ଆମଦାନୀ ଏବଂ ରପ୍ତାନି ଉପରେ ବର୍ଦ୍ଧିତ ଶୁଳ୍କ) ରପ୍ତାନିକୁ ମନ୍ଥର କରିପାରେ । ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ, RBIର ମୁଦ୍ରା ନୀତି କମିଟି (MPC) ଫେବୃଆରୀ 2025 ଠାରୁ ରେପୋ ହାର ଏକ ପ୍ରତିଶତ ହ୍ରାସ କରିଛି ।


ଶୁଳ୍କ ସମ୍ବନ୍ଧୀୟ ଘଟଣାଗୁଡ଼ିକ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଭିବୃଦ୍ଧିକୁ ହ୍ରାସ କରିବାର ସମ୍ଭାବନା ଅଛି," ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଦ୍ରା ନୀତି କମିଟି (MPC)ର ବୈଠକ ସୋମବାରଠୁ ଆରମ୍ଭ ହୋଇଥିଲା । ତିନି ଦିନିଆ ବୈଠକର ଶେଷ ଦିନରେ, କମିଟି ଅଧ୍ୟକ୍ଷ ଏବଂ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଉପସ୍ଥାପନ କରିଥିଲେ । ତଥାପି, ଫଳାଫଳ ବିଶେଷଜ୍ଞଙ୍କ ପୂର୍ବାନୁମାନ ସହିତ ସମାନ ଥିଲା । ଅଧିକାଂଶ ବିଶ୍ଳେଷକ ରେପୋ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରିଥିଲେ । କେନ୍ଦ୍ରୀୟ ବ୍ୟାଙ୍କ କୌଣସି ପରିବର୍ତ୍ତନ ବିନା ରେପୋ ହାରକୁ 5.5% ରେ ରଖିଥିଲା ।ଫେବୃଆରୀ ଏବଂ ଏପ୍ରିଲରେ 25 ବେସିସ୍ ପଏଣ୍ଟ ଲେଖାଏଁ ହ୍ରାସ କରାଯାଇଥିଲା । ତା’ପରେ ଜୁନରେ ରେପୋ ହାରରେ 50 ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ସୁଧ ହାର ହ୍ରାସ କରି, RBI ଭାରତୀୟ ଅର୍ଥନୀତିରେ ଋଣକୁ ଶସ୍ତା କରିବାକୁ ଏବଂ ଚାହିଦାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛି।

Crime

ଧରାପଡ଼ିଲା SI ପରୀକ୍ଷାରେ ବଡ଼ କେଳେଙ୍କାରୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି । ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍‌ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି । ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ନେଇ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା । ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି । ଭବିଷ୍ୟତରେ ଯେଭଳି ଏ ପ୍ରକାର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି ।


ସୂଚନାଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ପକ୍ଷରୁ ପୁଲିସ ଏସ୍‌ଆଇ ସମେତ ପୁଲିସ ଏସ୍‌ଆଇ(ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍‌ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ। ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍‌ବି ପକ୍ଷରୁ କରାଯାଇଥାନ୍ତା। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍‌ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା। ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା। ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି। ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି। ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି।


ଅନ୍ୟପଟେ ଘଟଣା ପ୍ରଘଟ ହେବା ପରେ ପୁଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହ ସୂଚନା ଓ ଅଭିଯୋଗ ପାଇଁ ଏକ ହେଲ୍‌ପଲାଇନ୍‌ ନମ୍ବର (୯୦୪୦୪ ୯୩୨୨୩) ଜାରି କରିଛି। ଯଦି କେହି କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ। ସେମାନଙ୍କ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଏକ ବଡ଼ଧରଣର ଜାଲିଆତି ପ୍ରଘଟ ହେବା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି, ପୁଲିସ ନିଯୁକ୍ତି ପରୀକ୍ଷା ପୂର୍ବରୁ ମଧ୍ୟ ବାତିଲ ହୋଇଥିଲା। ଏହି ପଦବି ନିମନ୍ତେ ୨୦୨୫ ଜାନୁଆରି ମାସରେ ଆବେଦନ ଆହ୍ୱାନ କରାଯାଇଥିଲା। ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଦିନକ ଆଗରୁ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଥିଲା।

State,National

ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ : ଶନିବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ନଡ୍ଡା ଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

State

ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦଶହରା ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଗସ୍ତରେ ଆସି ୬୦,୦୦୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।ଏହି ଅବସରରେ ମୋଦି କହିଛନ୍ତି,"ବର୍ତ୍ତମାନ ନବରାତ୍ର ପର୍ବ ଚାଲିଛି, ଏହି ସମୟରେ ମା' ସମଲେଶ୍ବରୀ ଓ ରାମଚଣ୍ଡୀଙ୍କ ଭୂଇଁରେ ପାଦ ଦେଇ ମୁଁ ଭାଗ୍ୟବାନ ମନେ କରୁଛି । ବିକଶିତ ଓଡ଼ିଶାର ସଂକଳ୍ପ ନେଇ ଆପଣମାନେ ଡବଲ ଇଞ୍ଜିନ ସରକାର ଗଢ଼ିଛନ୍ତି । ଯେଉଁ ସରକାର ଜନତାଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଆଜି ଅନେକ ବର୍ଗଙ୍କ ସ୍ବପ୍ନ ପୁରଣ ହେବ । ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରେ ପ୍ରବେଶ କରିବେ ଏବଂ ରୋଜଗାର ଯୋଗାଇବେ ।ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।"


ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ଦେଢ଼ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପ ଥିଲା ବିକଶିତ ଭାରତର । ଆଜି ମୁଁ ଦେଖିଛି ଓଡ଼ିଶା ଡବଲ ଇଞ୍ଜିନ ସ୍ପିଡ଼ରେ ଆଗକୁ ବଢୁଛି । ଆଜି ଓଡ଼ିଶା ଏବଂ ଦେଶ ପାଇଁ ହଜାର ହଜାର କୋଟିର କାମ ଆରମ୍ଭ ହୋଇଛି । ଆଜି ବିଏସଏନଏଲ 4ଜି ଶୁଭାରମ୍ଭ ହେଲା । ଆଇଆଇଟି ଭିତ୍ତିଭୂମି ସମ୍ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁର ସୁରଟ ଆଧୁନିକ ଅମୃତ ଭାରତକୁ ଶୁଭରମ୍ଭ କରାଯାଇଛି। ସୁରତ ସହ ଓଡ଼ିଶାର ଯୋଡିବା ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗ ପରେ ଗୁଜୁରାଟ ସୁରଟରେ ଅଧିକ ଓଡ଼ିଆ ଲୋକ ରୁହନ୍ତି । ବିଜେପି ସରକାର ଗରିବଙ୍କ ସେବା ଏବଂ ସଶକ୍ତ କରିବା ସରକାର । ଆମ ସରକାର ୪ କୋଟିରୁ ଅଧିକ ପରିବାରକୁ ପକ୍କା ଘର ଦିଆଯାଇଛି। ପକ୍କା ଘର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଟିମ ପ୍ରଶଂସନୀୟ କାମ କରୁଛନ୍ତି । ଅନ୍ୟପଟେ ବ୍ରହ୍ମପୁର ଠାରୁ ଉଦାନ କୁ ରେଳ ଉଦ୍ଘାଟନ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଓ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳ, ଏସପି, କମିଶନର, ରେଲୱେ ର ବରିଷ୍ଠ ପ୍ରଶାସକ ଉପସ୍ଥିତରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭାଷି ଯୋଗେ ଶୁଭାରମ୍ଭ କରିଥିଲେ l


ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିଛନ୍ତି । ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହାସହ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର-ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।


ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନତି କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ,ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ ।