Banner Ad

ବାରବାଟୀରେ ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି

ବାରବାଟୀରେ ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି
Published by : Jyotshna Kumari
#Sports
Feb 3, 2025, 8:12 AM

କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍‌ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍‌ ୪ହଜାର ଟିକଟ୍‌ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ କ୍ରିକେଟପ୍ରେମୀ ଟିକେଟ୍‌ ବୁକ୍‌ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌ ବ୍ରାଉଜରରେ zomato.in ଲଗ୍‌ ଇନ କରି ଟିକଟ୍‌ ବୁକ୍‌ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

National

ମହାକୁମ୍ଭରେ ପୁଣି ଲାଗିଲା ନିଆଁ

Blog Thumbnail

ଦ କୁଇଭର ବ୍ୟୁରୋ :- ମହାକୁମ୍ଭର ସେକ୍ଟର- ୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ପାଉଁଶ ହୋଇ ଯାଇଛି । ତେବେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ କୌଣସି ଜୀବନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପୋଲିସ ଅଧିକାରୀମାନେ ଶାନ୍ତି ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରୁଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୫ଟି ପେଣ୍ଡାଲ ତମ୍ବୁ ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଅବଗତ କରାଯାଇଥିଲା । ତେବେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ରାସ୍ତାନ ଥିବାରୁ ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ କୌଣସି ମତେ ଠିକ୍ ସମୟରେ ପହଞ୍ଚି କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲା ।

Politics,State

ପୁଣି ଫେରିଲେ ବିଜେଡିର ପରାଜିତ ନେତା

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି l ଗତ ନିର୍ବାଚନରେ ବିଜେଡି ହାରିଥିବା ଆସନ ମଧ୍ୟରୁ ୨୭ଟି ଆସନ ବିଷୟରେ ଚିନ୍ତା କରୁଛି ଦଳ । ଏହି ୨୭ଟି ଆସନରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଗତ ନିର୍ବାଚନରେ ଜିତିଥିବା ନେତା । ଅନ୍ୟମାନେ ନିର୍ବାଚନରେ ଜିତି ପାରିନଥିଲେ । ଗତ ନିର୍ବାଚନରେ ବିଜେଡି ୯୬ଟି ଆସନରେ ପରାଜିତ ହୋଇଥିଲେ ମଧ୍ୟ ୨୭ଟି ଆସନରେ ଦଳକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନେଇଛି ।


ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତେଲକୋଇ, ପାଟଣା, ଚମ୍ପୁଆ, ପାରାଦୀପ ଓ ହିନ୍ଦୋଳ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ବିଜୟ କୁମାର ନାୟକ ସହାୟତା କରିବେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକ - ବାରବାଟୀ, କଟକ – ସଦର ଓ ନିଆଳି କଥା ବୁଝିବେ । ନିମାପଡ଼ା, ପିପିଲି ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର କାର୍ଯ୍ୟକ୍ରମକୁ ଆଗେଇ ନେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ଆସନ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବେ । ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ବଣେଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭଟଲିରେ ସଂଗଠନକୁ ସକ୍ରିୟ କରିବେ । ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବୁଝିବାକୁ କୁହାଯାଇଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।

State

ନନ୍ଦନକାନନରେ ନୂଆ ଅତିଥି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।

National

ମହାକୁମ୍ଭରେ ବସନ୍ତୀ ପଞ୍ଚମୀରେ ଅମୃତସ୍ନାନ : ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ସାଧୁ ସନ୍ଥ

Blog Thumbnail

ପ୍ରୟାଗରାଜ( ଦ କୁଇଭର ):- ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଇଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର l ସେପଟେ ମହାକୁମ୍ଭରେ ଦଳାଚକଟା ପରେ ସତର୍କ ହୋଇଛନ୍ତି ଯୋଗୀ ସରକାର l ଏଥର ଭିଡ ନିୟନ୍ତ୍ରଣ ପାଇଁ ଅପରେସନ ଇଲେଭେନ ନାଁରେ ସ୍ୱତନ୍ତ୍ର ଯୋଜନା କରିଛନ୍ତି l ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି। ଯେପରି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାରେ ମହାସ୍ନାନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି ଓ ବ୍ୟରିକେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ବସନ୍ତ ପଞ୍ଚମୀ ମହାସ୍ନାନ ପୂର୍ବରୁ କେବଳ ରବିବାର ୧ କୋଟି ୨୯ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ l ସେହିପରି ରବିବାର ସୁଦ୍ଧା ୩୫କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାନ୍ୟତା ଅନୁସାରେ ମହାକୁମ୍ଭ ବସନ୍ତ ପଞ୍ଚମୀର ଅମୃତସ୍ନାନ ୧୪୪ ବର୍ଷ ପରେ ପଡିଛି ଏହି ସଂଯୋଗ । ମହାକୁମ୍ଭ ଅମୃତସ୍ନାନରେ ବୁଡ଼ ପକାଇଲେ ମତା ସରସ୍ୱତୀଙ୍କ ବରଦାନ ପାଇବା ସହ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Sports

ଟି-୨୦ ସିରିଜ୍ ଜିତିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ମାଟିରେ ମାଟି କାମୁଡ଼ିଲା ଇଂଲଣ୍ଡ ଟିମ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଉପରେ ଭାରତର କବଜା । ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଆଉ ଟିମ୍ ଇଣ୍ଡିଆର ବୋଲର ରବି ବିଷ୍ଣୋୟୀ ଓ ହର୍ଷିତ ରାଣାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍ ପୂରାପୁରି ଘାଇଲା ହୋଇଗଲା । ଉଭୟ ରବି ବିଷ୍ଣୋୟୀ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ପକ୍ଷରୁ ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।

Politics

କ୍ଷମତା କାଙ୍ଗାଳ ବିଧାୟକ

Blog Thumbnail

କେନ୍ଦ୍ରାପଡ଼ା(ଦ କୁଇଭର): କ୍ଷମତା ହାତରୁ ଖସି ଖସି ଯାଉଛି । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ବିଜେଡି ପାଖରୁ ଦୂରେଇବାରେ ଲାଗିଛି । ପଞ୍ଚାୟତ ହାତରୁ ଗଲେ ବିଜେଡିର ଘପଲତି ଧରାପଡ଼ିଯିବ । ତୃଣମୂଳ ସ୍ତରରେ ଯୋଡ଼ି ହୋଇ ରହିବା ବି କଷ୍ଟକର ହେବ । ତେଣୁ ବିଜେଡିର ଅନେକ ନେତା ବିକିଳିଆ ହୋଇ ପଡ଼ିଛନ୍ତି । ଏମିତି ସ୍ଥିତି ହେଲାଣି ଯେ, କ୍ଷମତା ଜାବୁଡ଼ି ଧରିବାକୁ ବିଷ ପିଆ ପିଇ ପର୍ଯ୍ୟନ୍ତ କଥା ଗଲାଣି । ଏମିତି ଘଟଣା ଘଟିଛି ରାଜନଗର ନିର୍ବାଚନ ମଣ୍ଡଳୀର ବାଲିସାହି ପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କୁ ଅନାସ୍ଥାରୁ ବଞ୍ଚାଇବା ପାଇଁ ଜଣେ ୱାର୍ଡ ମେମ୍ବରଙ୍କ ପୁଅ ହାତରେ ବିଷ ବୋତଲ ଧରାଇ ଦିଆଗଲା । ସେ ବିଷ ପିଇ ଏବେ ଡାକ୍ତରଖାନାରେ । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଏପରି କାଣ୍ଡ କରିଥିବା କୁହାଯାଉଛି । ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ପୋଲିସ ଉପରେ ଦୋଷ ଲଦି ଦେଇ ବିଜେଡି ସମର୍ଥକମାନେ ଖସିଯିବାକୁ ଯୋଜନା କରିଛନ୍ତି । ଫଳରେ ସ୍ଥିତି ଗୋଳମାଳିଆ ହେବାରେ ଲାଗିଛି ।

ଏବେ ଆସିବା ପ୍ରସଙ୍ଗକୁ । ବାଲିସାହି ପାଟଣା ସରପଞ୍ଚ ବିଜେଡି ସମର୍ଥିତ ଥିଲେ । ସେ କାଳେ ବ୍ୟାପକ ଦୁର୍ନୀତି କରିଥିଲେ । ତାଙ୍କ ବିରୋଧରେ ୮ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତାଙ୍କ ଉପରେ ଆସ୍ଥା ନଥିବା ଦର୍ଶାଇଥିଲେ । ହେଲେ ସରପଞ୍ଚ ବାବୁ ବିଧାୟିକ ଧ୍ରୁବ ଚରଣ ସାହୁଙ୍କ ବାହୁଛାୟା ତଳେ ରହି ଦୁର୍ନୀତି କରି ଚାଲିଥିଲେ । ଅନାସ୍ଥା ସପକ୍ଷରେ ଭୋଟ ନଦେବାକୁ ୱାର୍ଡ ସଦସ୍ୟ ମାନଙ୍କୁ ଧମକ ଚମକ ଦିଆଯାଉଥିଲା । କାଳେ ବିଧାୟକଙ୍କ ସମର୍ଥକମାନେ ଚାପ ପକାଇବେ, ତେଣୁ ସମସ୍ତ ୱାର୍ଡ ସଦସ୍ୟ ଅଞ୍ଚଳ ଛାଡ଼ି ବାହାରେ ରହୁଥିଲେ । ଇତିମଧ୍ୟରେ ୧୧ ନଂ ୱାର୍ଡ ସଦସ୍ୟ ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ସେ ନିଖୋଜ ଥିବା ମାମଲା ରୁଜୁ କରିଥିଲେ । ଆଜି ରବିନ୍ଦ୍ର ଅନାସ୍ଥା ଉପରେ ଭୋଟ ଦେବାକୁ ପଞ୍ଚାୟତ ଅଫିସ ଯିବା ବେଳେ ପୋଲିସ ତାଙ୍କୁ ଠାବ କରିଥିଲା । ପୂର୍ବ ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ ଗାଡ଼ିରେ ବସାଇ ଅନାସ୍ଥା ଭୋଟ ଦେବାକୁ ନେଇଥିଲା । ମାତ୍ର ତାକୁ ବିରୋଧ କରିଥିଲେ ତାଙ୍କ ପୁଅ । ପ୍ରଥମେ ସେମାନେ ତାଙ୍କ ବାପାଙ୍କୁ ଘରକୁ ନେବେ ବୋଲି ଜିତ କରି ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ ପୋଲିସଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ନିୟମ ଅନୁଯାୟୀ ପ୍ରଥମେ ଅନାସ୍ଥା ଓ ପରେ ଅନ୍ୟ କାମ ବୋଲି ଦର୍ଶାଇଥିଲା ପୋଲିସ ।

ଏଥିରେ ଏକମତ ହେଲେ ନାହିଁ ତାଙ୍କ ପୁଅ । ପୋଲିସ ଗାଡ଼ିରୁ ଦୌଡ଼ି ଯାଇ ବିଜେଡି ସମର୍ଥକମାନଙ୍କ ମଧ୍ୟରେ ପଶିଗଲେ । ଖାଲି ହାତରେ ଯାଇଥିବା ରବିନ୍ଦ୍ରଙ୍କ ପୁଅ ବିଜେଡି ତଥା ବିଧାୟକ ଧ୍ରୁବଙ୍କ ସମର୍ଥକ ମାନଙ୍କ ପାଖରୁ ଫେରିବା ବେଳେ ହାତରେ ବିଷ ବୋତଲ ଧରିଥିଲେ । ପୋଲିସକୁ ଧମକାଇବା ଓ ଅନାସ୍ଥା ଭୋଟ ରୋକିବାକୁ ଚେତାବନୀ ଦେଇ ଶେଷରେ ସେହି ବିଷକୁ ପିଇଥିଲେ । ତତ୍କାଳ ପୋଲିସ ତାଙ୍କୁ ହସ୍ପିଟାଲକୁ ନେଇଥିଲା । ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ପୁଅ ବିଷ ଖାଇଥିବା ନେଇ ବିଜେଡି ସମର୍ଥକମାନେ ପୋଲିସକୁ ଦାୟୀ କରିଥିଲେ । ଇତିମଧ୍ୟରେ ଅନାସ୍ଥା ଭୋଟ ସରିଥିଲା । ସରପଞ୍ଚଙ୍କ ଅନାସ୍ଥା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା । ଭୋଟ ପରେ ରବିନ୍ଦ୍ର ସିଧା ସଳଖ କହିଥିଲେ, ତାଙ୍କ ପୁଅକୁ ବିଷ ନିର୍ଦ୍ଧିଷ୍ଟ ଗୋଷ୍ଠି ପିଇବାକୁ ବାଧ୍ୟ କରିଛନ୍ତି । ଏହା ବିରୋଧରେ ସେ ଆବଶ୍ୟକ ଫୋରମକୁ ଯିବେ ।

ଏହାପରେ ରବିନ୍ଦ୍ରଙ୍କୁ ପୋଲିସ ଥାନାକୁ ନେଇ ମାମଲା ଉପରେ ତାଙ୍କ ବୟାନ ରେକର୍ଡ କରି ଛାଡ଼ିଥିଲା । ତେବେ ଅନାସ୍ଥା ପାଇଁ ଜଣେ ୱାର୍ଡ ସଦସ୍ୟଙ୍କ ପୁଅକୁ ବିଷ ଦେବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କ୍ଷମତା ଭୋକରେ ବିଜେଡି ଏତେ ବିପର୍ଯ୍ୟସ୍ତ ଦିଗକୁ ଚାଲିଯିବ ସେନେଇ ଏବେ ଟୁପୁରୁ ଟାପର ହେଲେଣି । ଦେଖାଯାଉ ବିଜେଡି ସୁପ୍ରିମୋ ଏହାକୁ ବିରୋଧ କରୁଛନ୍ତି ନା କ୍ଷମତା ପାଇଁ ସେ ବି ଅନ୍ଧ ହୋଇଯାଉଛନ୍ତି?


State

ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ

Blog Thumbnail

ମୋହନା ( ଦ କୁଇଭର ):-- ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୋଡିପତର ଗାଁରେ l ମୃତକ ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ଦଳବେହେରା l ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି l କ୍ଷତିପୂରଣ ଦାବିରେ ଚାନ୍ଦିପୁଟ ରେ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ସଂଯୋଗ କରିଥିଲେ l ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା l ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ନିଜ ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ l ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ କୃଷ୍ଣ ଙ୍କ ମୃତ୍ୟୁ ଘଟିଛି l ରାସ୍ତା ଅବରୋଧ ଯୋଗୁଁ ଚାନ୍ଦିପୁଟ - ଲୁହାଗୁଡ଼ି ଯାତାୟାତ ଠପ ହୋଇଯାଇଛି l

State

ଗଞ୍ଜାମରେ ଚାଲିଛି କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲାର ୩ ଟି ବନଖଣ୍ଡରେ ଏକକାଳୀନ ହୋଇଛି, କୃଷ୍ଣସାର ମୃଗ ଗଣନା କାର୍ଯ୍ୟ । ସେହି କ୍ରମରେ ଗଂଜାମ ର ଗୈାରବ କୁହାଯାଉଥିବା, ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୪-୨୫ ବର୍ଷ ନିମନ୍ତେ ଶେଷ ହୋଇଛି । ୨୦୧୫ ମସିହା ପର ଠାରୁ, ଏହି ବନଖଣ୍ଡରେ ଦେଖା ଦେଇଥିବା ଏହି ବନ୍ୟପ୍ରାଣୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସେହି ଅନୁସାରେ ଗତ ମୃଗ ଗଣନା ଅନୁଯାୟୀ ଏହି ବନଖଣ୍ଡରେ ୩୫୦ ରୁ ଉର୍ଦ୍ଧ୍ବ କୃଷ୍ଣସାର ମୃଗ ରହିଥିବା ଜଣା ପଡିଥିଲା । ଚଳିତବର୍ଷ ଗଣନା ତଥ୍ୟ ପ୍ରକାଶ ପାଇନଥିବା ବେଳେ, ତଥାପି ଚଳିତବର୍ଷ ଏମାନଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଛି, ବନବିଭାଗ । ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ, ଏମାନଙ୍କ ସଂଖ୍ୟା । ଏହି ବନଖଣ୍ଡର ୧୮ ଟି ଟିମ୍ ଜରିଆରେ ଗଣନା ହୋଇଥିବା ବେଳେ, ୧୦୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ ନନ୍ଦନକାନନରୁ ଆସିଥିବା zoo volunteer ମାନେ ସାମିଲ୍ ହୋଇଥିଲେ ।

State

ଫେବୃଆରୀରେ ଉପରମୁହାଁ ପାରଦ, ତାପମାତ୍ରା ୩୫ ଡିଗ୍ରୀ ପାର୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।

State

ରାଜ୍ୟରେ ବଢିଲା ରାସନ କାର୍ଡ ଇ-କେୱାଇସି ଅପଡେଟ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍।ଖବର ଅନୁଯାୟୀ, ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି । ଜାନୁଆରି ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

State

ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- 'ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଫେବ୍ରୁଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍‌ କରିପାରିବେ । ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

State,Politics

ବ୍ରହ୍ମପୁରରେ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟକୁ ଦୃଢ଼ ନିନ୍ଦା ସହ କୁଶ ପୁତ୍ତଳିକା ଦାହ କରିଛି ଜିଲ୍ଲା ବିଜେପି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟ ସାରା ଦେଶବାସୀଙ୍କ ପ୍ରତି ଅପମାନ ବୋଲି କହିଛି ବିଜେପି।ଏହା ଦ୍ୱାରା ପବିତ୍ର ଗୃହର ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ତୁରନ୍ତ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ଅନୀଲ କୁମାର l ଶୁକ୍ରବାର ସନ୍ଧ୍ୟାରେ ଏହାର ପ୍ରତିବାଦରେ ବହୁ ବିଜେପି କର୍ମୀ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉଭୟ ସୋନିଆଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ଅବସରରେ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମିନତୀ ଦାସ, ଅଶୋଲ ଶୁକ୍ଳା, ସଞ୍ଜୟ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।



State

ବାଇକ ଚୋରା ରାକେଟର ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ସହ ୬ ଗିରଫ, ୫ଟି ଚୋରା ବାଇକ ଉଦ୍ଧାର

Blog Thumbnail

ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

State

ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା। ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ଯା ଥିଲା। ଯଦିଓ ଓଡ଼ିଆ ଭାଷା ଓ ସାହିତ୍ଯକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା। କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା। ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି। ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ୧୮୯୫ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା l ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି। ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍‍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ।

State,Politics

ଯାଜପୁର ବିଜେଡି ପାଇଁ ବବି ଅଲୋଡ଼ା

Blog Thumbnail

ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l

National

ଆଜି ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ମା’ ସରସ୍ବତୀଙ୍କ ଆରଧନାର ଦିନ । ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା । ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ।ଦେବୀ ସରସ୍ବତୀ ହେଉଛନ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବିଦ୍ୟାର ଭଣ୍ଡାର । ମା’ଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ସେ ମହାବିଦ୍ୟା, ମହାବାଣୀ, ଭାରତୀ, ବାକ୍, ଆର୍ଯ୍ୟା, ବ୍ରାହ୍ମୀ, କାମଧେନୁ, ବେଦଗର୍ଭା, ଧୀଶ୍ୱରୀ, ବୁଦ୍ଧିଦାତ୍ରୀ ଆଦି ଅନେକ ନାମରେ ପରିଚିତ ।ଶାସ୍ତ୍ର ଅନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ବାଗ୍‌ବାଦୀନି ପ୍ରସନ୍ନ ହୋଇଥାନ୍ତି । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି ହୋଇଥାଏ । ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ । ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।ପୌରାଣିକ କଥା ଅନୁସାରେ ଥରେ ବ୍ରହ୍ମା ସମଗ୍ର ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ୱ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏପରି ଦେଖିବା ପରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥାକୁ ପରିପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ୱତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସିଏ ହିଁ କରିପାରିବେ । ଏହା ସହିତ ବ୍ରହ୍ମ ନିଜ କମଣ୍ଡଳରୁ ଜଳ ପୃଥିବୀପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ ।ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ୱରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ଏହା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ ସକ୍ରିୟ ହୋଇ ଉଠିଥିଲେ । ଆଉ ସେବେଠାରୁ ଏହି ବସନ୍ତ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଏ ।ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ସକଳ କ୍ଷେତ୍ରରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପାଦପଦ୍ମରେ ମନପ୍ରାଣ ଅର୍ପଣ କରିବା ଉଚିତ । ବାଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀ ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ ।ଶିକ୍ଷାନୁଷ୍ଠାନ,ଘର, କୋଚିଂ ସେଣ୍ଟର ଓ ମୂର୍ତ୍ତି କାରିଗର ମାନେ ମାଙ୍କ ଆବାହନ ପାଇଁ ବିଶେଷ ଆୟୋଜନ କରିଥାନ୍ତି । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଚଳିତଥର ସରକାରଙ୍କ କୋରୋନା ଗାଇଡଲାଇନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ପାଳନ ହେବ । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇପାରିବ ସରସ୍ବତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ବତୀ ପୂଜାକୁ ବାରଣ କରାଯାଇଛି। ଘରେ ରହି ପରିବାର ସହ ସରସ୍ବତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି ।

Sports

ବିଶ୍ବ ବିଜୟୀ ହେଲା ଭାରତ : ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଜିତିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।

State

ଗୋଳନ୍ଥରା ଚୋରି ମାମଲାର ଖୁଲାସା ସହ ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

Blog Thumbnail

ବ୍ରହ୍ମପୁର, ଗୋଳନ୍ଥରା ( ଦ କୁଇଭର ):- ଚୋରି ମାମଲାରେ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା l ୪ ଅଭିଯୁକ୍ତ ଚି଼ହ୍ନଟ କରିବା ସହ ସୁନା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ସୂର୍ଯ୍ୟ ନାରାୟଣ ଆଚାରି ଗତ ୧୯ ଡିସେମ୍ବର ରେ ଦେଇଥିବା ଚୋରି ମାମଲାର ଆଜି ଗୋଳନ୍ଥରା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି l ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ପରିମାଣରେ ଚୋରି ସାମଗ୍ରୀ ଯଥା ସୁନା ଅଳଙ୍କାର, ମୋବାଇଲ ହ୍ୟାଣ୍ଡସେଟ, ନଗଦ ୧ଲକ୍ଷ ୪୦ ହଜାର ଟଙ୍କା, ଇନଭେଟର ବ୍ୟାଟେରୀ, ଅନେକ ଡେସ୍କଟପ କମ୍ପୁଟର ସହ ସିପିୟୁ ଏବଂ ୟୁପିଏସ, ସ୍କୁଟି ଗାଡି, ଡିଜିଟାଲ ଓଜନ ମେସିନ, ଘର ଭାଙ୍ଗିବା ଉପକରଣ, ଲୁହାବାଡି ଆଦି ଜବତ କରିଛି ଗୋଳନ୍ଥରା ପୋଲିସ l ଗିରଫ ୪ ଅଭିଯୁକ୍ତ ମଧ୍ୟରେ ୨ ଜଣ ଦିଗପହଣ୍ଡି ଅଂଚଳର ହୋଇଥିବା ବେଳେ ଜଣେ କବିସୂର୍ଯ୍ୟନଗର ଏବଂ ଅନ୍ୟଜଣେ ପାଟପୁର ବ୍ଲକର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l

National,State

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ମନ୍ଥର ଗତିରେ ଅର୍ଥନୀତି,

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍‌)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍‌ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ‌ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।


ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍‌ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍‌ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।