Banner Ad

ଆଇପିଏଲ ୨୦୨୪: ୭୮ରନରେ ଜିତିଲା ଚେନ୍ନାଇ

ଆଇପିଏଲ ୨୦୨୪: ୭୮ରନରେ ଜିତିଲା ଚେନ୍ନାଇ
Published by : Ankita Lenka
#National
Apr 29, 2024, 1:22 PM
ଚଳିତ ଆଇପିଏଲର ୪୭ତମ ମ୍ୟାଚରେ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଛି ଚେନ୍ନାଇ। ଏହାସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ଚେନ୍ନାଇ। ରବିବାର ଏମଏ ଚିଦାମ୍ବାରମ ଷ୍ଟାଡିୟମରେ ଏହି ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ତେବେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସିଏସକେ। ୨୦ ଓଭରରେ ଦଳ ୩ ଓ୍ବିକେଟ ହରାଇ ୨୧୨ ରନ ସ୍କୋର କରିଥିଲା । ତେବେ ୨୧୩ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ। ୧୯ ଓଭର ଶେଷ ହେବା ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୩୪ ରନ କରିଥିଲା ଦଳ।

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,National

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

Blog Thumbnail

ଦ କୁଇଭର ବ୍ୟୁରୋ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।


ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।


ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

State

ନନ୍ଦନକାନନରେ ନୂଆ ଅତିଥି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।

National,State

ସରକାରୀ କର୍ମଚାରୀଙ୍କୁ ଅସମ୍ନାନ କରିବା ପଡିବ ମହଙ୍ଗା

Blog Thumbnail

ଦ କୁଇଭର ବ୍ୟୁରୋ :- ଆପଣ ଯଦି ସରକାରୀ କର୍ମଚାରୀଙ୍କୁ ଉପଯୁକ୍ତ ସମ୍ମାନ ନଦିଅନ୍ତି, ଗାଳିଗୁଲଜ କିମ୍ବା ଧମକ ଚମକ ଦେଲେ ଯାଇପାରନ୍ତି ଜେଲ୍ l ସାଧାରଣତଃ ଅଧିକାଂଶ ବ୍ୟକ୍ତି ବା ମହିଳା ନିଜର ବିଭିନ୍ନ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟ ଯାଇଥା'ନ୍ତି । ସରକାରୀ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିଙ୍କ ସମସ୍ୟାର ସମାଧାନ କରିଥା'ନ୍ତି । କିନ୍ତୁ, ବେଳେ ବେଳେ ସରକାରୀ କାର୍ଯ୍ୟାଳୟରେ ବିବାଦ ସୃଷ୍ଟିହେବା ସହିତ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥାଏ । ତଦନ୍ତ ପରେ ଅନେକ ସମୟରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ବ୍ୟବହାର କାରଣରୁ ଏଭଳି ଘଟିଥାଏ ବୋଲି ଜଣାପଡ଼ିଥାଏ । ବିଶେଷ ଭାବରେ ସରକାରୀ ଚିକିତ୍ସାଳୟ ଏବଂ ଥାନାରେ ଏଭଳି ଘଟଣା ଅଧିକ ପରିମାଣରେ ଦେଖାଯାଇଥାଏ । ଏମିତିକି ବିବାଦ ଆଗକୁ ବଢିବାପରେ ହାତାହାତି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥାଏ । ତେବେ କେତେକ କ୍ଷେତ୍ରରେ ସରକାରୀ ବାବୁଙ୍କ ଅବହେଳା କାରଣରୁ ଏମିତି ଘଟୁଥିବା ନେଇ ଚର୍ଚ୍ଚା ମଧ୍ୟ ହୁଏ l ତେବେ ଥାନାରେ ଘଟୁଥିବା ଏଭଳି ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଏବଂ ସରକାରୀ କର୍ମଚାରୀଙ୍କ ସହ ଉପଯୁକ୍ତ ବ୍ୟବହାର କରିବାକୁ ଲୋକମାନଙ୍କୁ ଚେତେଇଦେବା ପାଇଁ କମିଶନରେଟ ପୋଲିସ୍ ଭାରତୀୟ ନ୍ୟାୟ ସଂହିତାରେ ଥିବା ବିଭିନ୍ନ ଧାରା ଏବଂ ଏହାପାଇଁ କଣ ଦଣ୍ଡରହିଛି ସେ ସମ୍ପର୍କରେ ଏକ ନୋଟିସ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।


ଯେଉଁଥିରେ ଲେଖାହୋଇଛି ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।ଏଥିରେ ଲେଖାଯାଇଥିବା ୧୦ ଟି ନିୟମ ଏବଂ ଏଥିପାଇଁ ମିଳୁଥିବା ଦଣ୍ଡଗୁଡିକ ହେଲା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି- ଧାରା- ୩୫୪(BNS)- ୨ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତି ତର୍କ ଧାରା-୫୦୪ (BNS)- ୫ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା ଧାରା-୫୦୪ -ଦୁଇ ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କୁ ଧମକ- ଧାରା-୫୦୬ - ୩ ରୁ ୭ ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଧାରା-୩୩୨-୩ ରୁ ୧୦ ବର୍ଷ କଠୋର କାରାଦଣ୍ଡ। ସରକାରୀ କର୍ମଚାରୀଙ୍କୁ ବ୍ଳାକମେଲିଂ- ଧାରା ୩୮୩ ,୩୮୪ ,୩୮୬(BNS)- ୩ ରୁ ୧୦ବର୍ଷ କଠୋର କାରାଦଣ୍ଡ । ବିନା ଅନୁମତିରେ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ - ଧାରା-୪୨୦(BNS)- ୨ବର୍ଷ କଠୋର କାରାଦଣ୍ଡ । ସରକାରୀ ସମ୍ପତ୍ତି ନଷ୍ଟ କରିବା- ଧାରା-୩୭୮(BNS) - ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲ ଚୋରି କରିବା- ଧାରା ୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲକୁ କ୍ଷତି ପହଞ୍ଚାଇବା ଧାରା-୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ ।

Politics

କ୍ଷମତା କାଙ୍ଗାଳ ବିଧାୟକ

Blog Thumbnail

କେନ୍ଦ୍ରାପଡ଼ା(ଦ କୁଇଭର): କ୍ଷମତା ହାତରୁ ଖସି ଖସି ଯାଉଛି । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ବିଜେଡି ପାଖରୁ ଦୂରେଇବାରେ ଲାଗିଛି । ପଞ୍ଚାୟତ ହାତରୁ ଗଲେ ବିଜେଡିର ଘପଲତି ଧରାପଡ଼ିଯିବ । ତୃଣମୂଳ ସ୍ତରରେ ଯୋଡ଼ି ହୋଇ ରହିବା ବି କଷ୍ଟକର ହେବ । ତେଣୁ ବିଜେଡିର ଅନେକ ନେତା ବିକିଳିଆ ହୋଇ ପଡ଼ିଛନ୍ତି । ଏମିତି ସ୍ଥିତି ହେଲାଣି ଯେ, କ୍ଷମତା ଜାବୁଡ଼ି ଧରିବାକୁ ବିଷ ପିଆ ପିଇ ପର୍ଯ୍ୟନ୍ତ କଥା ଗଲାଣି । ଏମିତି ଘଟଣା ଘଟିଛି ରାଜନଗର ନିର୍ବାଚନ ମଣ୍ଡଳୀର ବାଲିସାହି ପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କୁ ଅନାସ୍ଥାରୁ ବଞ୍ଚାଇବା ପାଇଁ ଜଣେ ୱାର୍ଡ ମେମ୍ବରଙ୍କ ପୁଅ ହାତରେ ବିଷ ବୋତଲ ଧରାଇ ଦିଆଗଲା । ସେ ବିଷ ପିଇ ଏବେ ଡାକ୍ତରଖାନାରେ । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଏପରି କାଣ୍ଡ କରିଥିବା କୁହାଯାଉଛି । ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ପୋଲିସ ଉପରେ ଦୋଷ ଲଦି ଦେଇ ବିଜେଡି ସମର୍ଥକମାନେ ଖସିଯିବାକୁ ଯୋଜନା କରିଛନ୍ତି । ଫଳରେ ସ୍ଥିତି ଗୋଳମାଳିଆ ହେବାରେ ଲାଗିଛି ।

ଏବେ ଆସିବା ପ୍ରସଙ୍ଗକୁ । ବାଲିସାହି ପାଟଣା ସରପଞ୍ଚ ବିଜେଡି ସମର୍ଥିତ ଥିଲେ । ସେ କାଳେ ବ୍ୟାପକ ଦୁର୍ନୀତି କରିଥିଲେ । ତାଙ୍କ ବିରୋଧରେ ୮ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତାଙ୍କ ଉପରେ ଆସ୍ଥା ନଥିବା ଦର୍ଶାଇଥିଲେ । ହେଲେ ସରପଞ୍ଚ ବାବୁ ବିଧାୟିକ ଧ୍ରୁବ ଚରଣ ସାହୁଙ୍କ ବାହୁଛାୟା ତଳେ ରହି ଦୁର୍ନୀତି କରି ଚାଲିଥିଲେ । ଅନାସ୍ଥା ସପକ୍ଷରେ ଭୋଟ ନଦେବାକୁ ୱାର୍ଡ ସଦସ୍ୟ ମାନଙ୍କୁ ଧମକ ଚମକ ଦିଆଯାଉଥିଲା । କାଳେ ବିଧାୟକଙ୍କ ସମର୍ଥକମାନେ ଚାପ ପକାଇବେ, ତେଣୁ ସମସ୍ତ ୱାର୍ଡ ସଦସ୍ୟ ଅଞ୍ଚଳ ଛାଡ଼ି ବାହାରେ ରହୁଥିଲେ । ଇତିମଧ୍ୟରେ ୧୧ ନଂ ୱାର୍ଡ ସଦସ୍ୟ ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ସେ ନିଖୋଜ ଥିବା ମାମଲା ରୁଜୁ କରିଥିଲେ । ଆଜି ରବିନ୍ଦ୍ର ଅନାସ୍ଥା ଉପରେ ଭୋଟ ଦେବାକୁ ପଞ୍ଚାୟତ ଅଫିସ ଯିବା ବେଳେ ପୋଲିସ ତାଙ୍କୁ ଠାବ କରିଥିଲା । ପୂର୍ବ ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ ଗାଡ଼ିରେ ବସାଇ ଅନାସ୍ଥା ଭୋଟ ଦେବାକୁ ନେଇଥିଲା । ମାତ୍ର ତାକୁ ବିରୋଧ କରିଥିଲେ ତାଙ୍କ ପୁଅ । ପ୍ରଥମେ ସେମାନେ ତାଙ୍କ ବାପାଙ୍କୁ ଘରକୁ ନେବେ ବୋଲି ଜିତ କରି ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ ପୋଲିସଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ନିୟମ ଅନୁଯାୟୀ ପ୍ରଥମେ ଅନାସ୍ଥା ଓ ପରେ ଅନ୍ୟ କାମ ବୋଲି ଦର୍ଶାଇଥିଲା ପୋଲିସ ।

ଏଥିରେ ଏକମତ ହେଲେ ନାହିଁ ତାଙ୍କ ପୁଅ । ପୋଲିସ ଗାଡ଼ିରୁ ଦୌଡ଼ି ଯାଇ ବିଜେଡି ସମର୍ଥକମାନଙ୍କ ମଧ୍ୟରେ ପଶିଗଲେ । ଖାଲି ହାତରେ ଯାଇଥିବା ରବିନ୍ଦ୍ରଙ୍କ ପୁଅ ବିଜେଡି ତଥା ବିଧାୟକ ଧ୍ରୁବଙ୍କ ସମର୍ଥକ ମାନଙ୍କ ପାଖରୁ ଫେରିବା ବେଳେ ହାତରେ ବିଷ ବୋତଲ ଧରିଥିଲେ । ପୋଲିସକୁ ଧମକାଇବା ଓ ଅନାସ୍ଥା ଭୋଟ ରୋକିବାକୁ ଚେତାବନୀ ଦେଇ ଶେଷରେ ସେହି ବିଷକୁ ପିଇଥିଲେ । ତତ୍କାଳ ପୋଲିସ ତାଙ୍କୁ ହସ୍ପିଟାଲକୁ ନେଇଥିଲା । ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ପୁଅ ବିଷ ଖାଇଥିବା ନେଇ ବିଜେଡି ସମର୍ଥକମାନେ ପୋଲିସକୁ ଦାୟୀ କରିଥିଲେ । ଇତିମଧ୍ୟରେ ଅନାସ୍ଥା ଭୋଟ ସରିଥିଲା । ସରପଞ୍ଚଙ୍କ ଅନାସ୍ଥା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା । ଭୋଟ ପରେ ରବିନ୍ଦ୍ର ସିଧା ସଳଖ କହିଥିଲେ, ତାଙ୍କ ପୁଅକୁ ବିଷ ନିର୍ଦ୍ଧିଷ୍ଟ ଗୋଷ୍ଠି ପିଇବାକୁ ବାଧ୍ୟ କରିଛନ୍ତି । ଏହା ବିରୋଧରେ ସେ ଆବଶ୍ୟକ ଫୋରମକୁ ଯିବେ ।

ଏହାପରେ ରବିନ୍ଦ୍ରଙ୍କୁ ପୋଲିସ ଥାନାକୁ ନେଇ ମାମଲା ଉପରେ ତାଙ୍କ ବୟାନ ରେକର୍ଡ କରି ଛାଡ଼ିଥିଲା । ତେବେ ଅନାସ୍ଥା ପାଇଁ ଜଣେ ୱାର୍ଡ ସଦସ୍ୟଙ୍କ ପୁଅକୁ ବିଷ ଦେବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କ୍ଷମତା ଭୋକରେ ବିଜେଡି ଏତେ ବିପର୍ଯ୍ୟସ୍ତ ଦିଗକୁ ଚାଲିଯିବ ସେନେଇ ଏବେ ଟୁପୁରୁ ଟାପର ହେଲେଣି । ଦେଖାଯାଉ ବିଜେଡି ସୁପ୍ରିମୋ ଏହାକୁ ବିରୋଧ କରୁଛନ୍ତି ନା କ୍ଷମତା ପାଇଁ ସେ ବି ଅନ୍ଧ ହୋଇଯାଉଛନ୍ତି?


State,Politics

ବ୍ରହ୍ମପୁରରେ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟକୁ ଦୃଢ଼ ନିନ୍ଦା ସହ କୁଶ ପୁତ୍ତଳିକା ଦାହ କରିଛି ଜିଲ୍ଲା ବିଜେପି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟ ସାରା ଦେଶବାସୀଙ୍କ ପ୍ରତି ଅପମାନ ବୋଲି କହିଛି ବିଜେପି।ଏହା ଦ୍ୱାରା ପବିତ୍ର ଗୃହର ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ତୁରନ୍ତ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ଅନୀଲ କୁମାର l ଶୁକ୍ରବାର ସନ୍ଧ୍ୟାରେ ଏହାର ପ୍ରତିବାଦରେ ବହୁ ବିଜେପି କର୍ମୀ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉଭୟ ସୋନିଆଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ଅବସରରେ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମିନତୀ ଦାସ, ଅଶୋଲ ଶୁକ୍ଳା, ସଞ୍ଜୟ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।



National

ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ୬୦ ଆହତ

Blog Thumbnail

ପ୍ରୟାଗରାଜ( ଦ କୁଇଭର ):- ବୁଧବାର ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ମଙ୍ଗଳବାର ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଛି । ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬୦ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି ।


ତେବେ ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।

State

ରାଜ୍ୟରେ ବଢିଲା ରାସନ କାର୍ଡ ଇ-କେୱାଇସି ଅପଡେଟ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍।ଖବର ଅନୁଯାୟୀ, ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି । ଜାନୁଆରି ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

State,Politics

ଯାଜପୁର ବିଜେଡି ପାଇଁ ବବି ଅଲୋଡ଼ା

Blog Thumbnail

ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l

National,State

ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି

Blog Thumbnail

ଦ କୁଇଭର ବ୍ୟୁରୋ :- ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) l ମହାକୁମ୍ଭ ମେଳାକୁ ବସ ସେବା ବାତିଲ କରିଛି। ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ।


“ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ”, ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଆହୁରି ମଧ୍ଯ ପରବର୍ତ୍ତୀ ଅପଡେଟ୍ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ସେୟାର କରାଯିବ। ଯାତ୍ରୀମାନେ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୧୧୨୨ ଏବଂ ୭୮୪୯୦୫୨୨୦୫ (ହ୍ବାଟ୍ସଆପ୍) ମାଧ୍ୟମରେ ଯୋଗାଯୋଗ କରିପାରିବେ। ସେହିପରି ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।


ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ମେଳା ୨୦୨୫କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଚାରୋଟି ସହର – ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଭାୟା ବାରାଣସୀ ଏବଂ ପ୍ରୟାଗରାଜ ଦେଇ ଲଗଜରୀ ଭଲଭୋ ବସ୍ ସେବା ଆରମ୍ଭ କରିଥିଲେ। ତେବେ ଏହି ମହାକୁମ୍ଭ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ।

State

ଗୋଳନ୍ଥରା ଚୋରି ମାମଲାର ଖୁଲାସା ସହ ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

Blog Thumbnail

ବ୍ରହ୍ମପୁର, ଗୋଳନ୍ଥରା ( ଦ କୁଇଭର ):- ଚୋରି ମାମଲାରେ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା l ୪ ଅଭିଯୁକ୍ତ ଚି଼ହ୍ନଟ କରିବା ସହ ସୁନା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ସୂର୍ଯ୍ୟ ନାରାୟଣ ଆଚାରି ଗତ ୧୯ ଡିସେମ୍ବର ରେ ଦେଇଥିବା ଚୋରି ମାମଲାର ଆଜି ଗୋଳନ୍ଥରା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି l ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ପରିମାଣରେ ଚୋରି ସାମଗ୍ରୀ ଯଥା ସୁନା ଅଳଙ୍କାର, ମୋବାଇଲ ହ୍ୟାଣ୍ଡସେଟ, ନଗଦ ୧ଲକ୍ଷ ୪୦ ହଜାର ଟଙ୍କା, ଇନଭେଟର ବ୍ୟାଟେରୀ, ଅନେକ ଡେସ୍କଟପ କମ୍ପୁଟର ସହ ସିପିୟୁ ଏବଂ ୟୁପିଏସ, ସ୍କୁଟି ଗାଡି, ଡିଜିଟାଲ ଓଜନ ମେସିନ, ଘର ଭାଙ୍ଗିବା ଉପକରଣ, ଲୁହାବାଡି ଆଦି ଜବତ କରିଛି ଗୋଳନ୍ଥରା ପୋଲିସ l ଗିରଫ ୪ ଅଭିଯୁକ୍ତ ମଧ୍ୟରେ ୨ ଜଣ ଦିଗପହଣ୍ଡି ଅଂଚଳର ହୋଇଥିବା ବେଳେ ଜଣେ କବିସୂର୍ଯ୍ୟନଗର ଏବଂ ଅନ୍ୟଜଣେ ପାଟପୁର ବ୍ଲକର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l

National

ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌ ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କ୍ୟାପିଟାଲ ଗେନ୍‌ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ । ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।


ସେହିପରି ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବା ବେଳେ,ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଳାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ ।


ସେହିପରି ମେଡିକାଲ ଉପକରଣମୋବାଇଲ, କାର୍‌ ବ୍ୟାଟେରୀ ଇଲେକ୍ଟ୍ରିକ ଗାଡ଼ି ଏଲଇଡି ଟିଭି ଲିଥିୟମ ଆୟନ ବ୍ୟାଟେରୀ କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍‌ ବୈଦ୍ୟୁତିକ ଉପକରଣ କ୍ୟାନ୍ସର ଶସ୍ତା୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ lଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ । ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ନେଇ ଘୋଷଣା କଲେ ନିର୍ମଳା । ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ।ମେଡ଼ିକାଲ ପାଠ୍ୟକ୍ରମକୁ ଗୁରୁତ୍ବ । ୫ ବର୍ଷରେ ୭୫ ହଜାର ମେଡ଼ିକାଲ ସିଟ୍‌ ବୃଦ୍ଧି କରାଯିବ । ଆସନ୍ତାବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍‌ ବୃଦ୍ଧି ହେବ । ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ । ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା । ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯିବ ସହିତ ମାଛ ଉତ୍ପାଦନରେ ଭାରତ ଦ୍ବିତୀୟ ବୃହତ୍ତ ଦେଶ । ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍‌ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯିବ ।ଖାଇବା ତେଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହାସହ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ । ମଖାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ସେପଟେ ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ବୋଲି ଗୃହରେ ଅବଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ । ଭାରତର ଅର୍ଥନୀତି ଗତିଶୀଳ ରହିଛି । ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଲେ ଅର୍ଥମନ୍ତ୍ରୀ ।

National

ଆଜି ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ମା’ ସରସ୍ବତୀଙ୍କ ଆରଧନାର ଦିନ । ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା । ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ।ଦେବୀ ସରସ୍ବତୀ ହେଉଛନ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବିଦ୍ୟାର ଭଣ୍ଡାର । ମା’ଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ସେ ମହାବିଦ୍ୟା, ମହାବାଣୀ, ଭାରତୀ, ବାକ୍, ଆର୍ଯ୍ୟା, ବ୍ରାହ୍ମୀ, କାମଧେନୁ, ବେଦଗର୍ଭା, ଧୀଶ୍ୱରୀ, ବୁଦ୍ଧିଦାତ୍ରୀ ଆଦି ଅନେକ ନାମରେ ପରିଚିତ ।ଶାସ୍ତ୍ର ଅନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ବାଗ୍‌ବାଦୀନି ପ୍ରସନ୍ନ ହୋଇଥାନ୍ତି । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି ହୋଇଥାଏ । ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ । ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।ପୌରାଣିକ କଥା ଅନୁସାରେ ଥରେ ବ୍ରହ୍ମା ସମଗ୍ର ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ୱ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏପରି ଦେଖିବା ପରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥାକୁ ପରିପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ୱତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସିଏ ହିଁ କରିପାରିବେ । ଏହା ସହିତ ବ୍ରହ୍ମ ନିଜ କମଣ୍ଡଳରୁ ଜଳ ପୃଥିବୀପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ ।ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ୱରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ଏହା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ ସକ୍ରିୟ ହୋଇ ଉଠିଥିଲେ । ଆଉ ସେବେଠାରୁ ଏହି ବସନ୍ତ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଏ ।ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ସକଳ କ୍ଷେତ୍ରରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପାଦପଦ୍ମରେ ମନପ୍ରାଣ ଅର୍ପଣ କରିବା ଉଚିତ । ବାଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀ ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ ।ଶିକ୍ଷାନୁଷ୍ଠାନ,ଘର, କୋଚିଂ ସେଣ୍ଟର ଓ ମୂର୍ତ୍ତି କାରିଗର ମାନେ ମାଙ୍କ ଆବାହନ ପାଇଁ ବିଶେଷ ଆୟୋଜନ କରିଥାନ୍ତି । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଚଳିତଥର ସରକାରଙ୍କ କୋରୋନା ଗାଇଡଲାଇନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ପାଳନ ହେବ । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇପାରିବ ସରସ୍ବତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ବତୀ ପୂଜାକୁ ବାରଣ କରାଯାଇଛି। ଘରେ ରହି ପରିବାର ସହ ସରସ୍ବତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି ।

State

ବାଇକ ଚୋରା ରାକେଟର ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ସହ ୬ ଗିରଫ, ୫ଟି ଚୋରା ବାଇକ ଉଦ୍ଧାର

Blog Thumbnail

ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

National

ମହାକୁମ୍ଭ ଦଳଚକଟା : ମୃତକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

Blog Thumbnail

ଦ କୁଇଭର ବ୍ୟୁରୋ :- ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଧବାର ଦିନ ଭୋର୍ ସମୟରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ପ୍ରଥମ ଘୋଷଣାରେ ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବାକୁ ସିଏମ୍ ଘୋଷଣା କରିଛି। ଏହା ସହିତ ନ୍ୟାୟିକ କମିଟି ସମ୍ବନ୍ଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ୩ ସଦସ୍ୟ ବିଶିଷ୍ଟ କମିଟି ଅଧୀନରେ ସିଏମ୍ ମଧ୍ୟ ନ୍ୟାୟିକ ତଦନ୍ତ ଘୋଷଣା କରିଛନ୍ତି। ତୃତୀୟ ଘୋଷଣା ଭାବରେ ସେ ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କୁ ପୟାଗରାଜ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

State,National

ସୁଭଦ୍ରା ଯୋଜନାର ଆସିବ ୩ଟି ନୂଆ ରୂପ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାକୁ ନେଇ ଆଉ ତିନିଟି ପଦକ୍ଷେପ ନିଆଯାଇଥିବା ନେଇ ଘେଷଣା କରିଛନ୍ତି । ଉତ୍କର୍ଷ ଓଡିଶାର ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଏହି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କ ୩ଟି ପଦକ୍ଷେପ ହେଉଛି ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ । ଏହି ୩ଟି ମାଧ୍ୟମ ମହିଳାମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ । ଶୁଣ ସୁଭଦ୍ରାରେ କିଛି ସନ୍ଦେହଥିଲେ ମହିଳାମାନେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରିପାରିବେ । କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ କଲ କରି ସୁବିଧା ଅସୁବିଧା ପଚାରି ବୁଝିବ । ସୁଭଦ୍ରା ସେତୁ ଦ୍ୱାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ାଯାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ମୁଦ୍ରାରେ ସୁଭଦ୍ରା ହିତାଧିକାରୀଙ୍କୁ ଦେଖିବାକୁ ମିଳିବ । ଏହା ମାଧ୍ୟମରେ ଉଦ୍ୟୋଗୀ ବନିବା ସହ ନିଜର ଷ୍ଟାର୍ଟଅପ୍ ମଧ୍ୟ ଆରମ୍ଭ କରିପାରିବେ । ଏଥିପାଇଁ ମହିଳାଙ୍କ ବିଜିନେସ ମଡେଲ ,ମାର୍କେଟିଂ ଲିଂକେଜ ବିଷୟରେ ହିତାଧିକାରୀଙ୍କୁ ତାଲିମ ଦେବ ଆଇ.ଆଇ.ଏମ. । ୱାର୍ଲଡ ସ୍କିଲ୍ ସହ ୨ ଟି ଏମ.ଓ.ୟୁ. ହୋଇଥିବା କହିଛନ୍ତି ପ୍ରଭାତୀ ପରିଡା ।

State

ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ

Blog Thumbnail

ମୋହନା ( ଦ କୁଇଭର ):-- ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୋଡିପତର ଗାଁରେ l ମୃତକ ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ଦଳବେହେରା l ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି l କ୍ଷତିପୂରଣ ଦାବିରେ ଚାନ୍ଦିପୁଟ ରେ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ସଂଯୋଗ କରିଥିଲେ l ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା l ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ନିଜ ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ l ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ କୃଷ୍ଣ ଙ୍କ ମୃତ୍ୟୁ ଘଟିଛି l ରାସ୍ତା ଅବରୋଧ ଯୋଗୁଁ ଚାନ୍ଦିପୁଟ - ଲୁହାଗୁଡ଼ି ଯାତାୟାତ ଠପ ହୋଇଯାଇଛି l

State,National

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ମନ୍ଥର ଗତିରେ ଅର୍ଥନୀତି,

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍‌)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍‌ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ‌ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।


ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍‌ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍‌ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।

National

ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ବାତିଲ୍‌ ହେଲା ଭିଭିଆଇପି ପାସ

Blog Thumbnail

ଦ କୁଇଭର ବ୍ୟୁରୋ :- ତ୍ରିବେଣୀ ସଂଗମରେ ଗତକାଲି ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି। ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।


ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ।ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Sports

ବିଶ୍ବ ବିଜୟୀ ହେଲା ଭାରତ : ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଜିତିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।