ଦ କୁଇଭର ବ୍ୟୁରୋ: ଚଳିତ ବର୍ଷ ଆଇପିଏଲ୍ରେ କ୍ରମାଗତ ପରାଜୟ ବରଣ କରିଛି ୫ ଥର ଆଇପିଏଲ ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ବେଳେ ଶୁକ୍ରବାର ୬ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି ଚେନ୍ନାଇ।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମନ୍ଥର ବ୍ୟାଟିଂ କାରଣରୁ ଏହି ଦଳ ୧୬୫ ରନ୍ କରିଥିବା ବେଳେ ହାଇଦ୍ରାବାଦଠାରୁ ୬ ୱିକେଟରେ ହାରିଛି। ଘରୋଇ ଗ୍ରାଉଣ୍ଡରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ହାଇଦ୍ରାବାଦ। ସୁପର କିଙ୍ଗସ୍ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଏବଂ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ।
ସେହିପରି ଟାର୍ଗେଟକୁ ପିଛା କରି ରାଇଜର୍ସ ଟିମ୍ ସହଜ ବିଜୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଏଡେନ ମାକ୍ରମ ସର୍ବାଧିକ ୫୦(୩୬) ରନ୍ କରିଥିବା ବେଳେ ୧୨ ବଲରେ ୩୭ ରନ୍ କରି ବିସ୍ଫୋରକ ବ୍ୟାଟିଂ ପାଇଁ ଅଭିଷୋକ ଶର୍ମାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ୍ ୩୧(୨୪), ଶେହବାଜ ଅହମଦ ୧୮(୧୯), ହେନରିଚ କ୍ଲାସେନ ୧୦(୧୧), ନିତିଶ ରଡ୍ଡି ୧୪(୮) ରନ୍ କରି ଅପରାଜିତ ରହିଥିଲେ।
No comments yet.
Health & lifestyle
କୁକୁଡାଖଣ୍ଡି ( ଦ କୁଇଭର ):- କୁକୁଡ଼ାଖଣ୍ଡି ଠାରେ ଏସପି ଡେଣ୍ଟାଲ୍ କେର୍ ନାମକ ଏକ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତ ନିମନ୍ତେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏମ.କେ.ସି.ଜି ମେଡ଼ିକାଲ କଲେଜର ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ନିହାର ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ରିବନ୍ କାଟି ଉଦଘାଟନ କରିଥିଲେ ।ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଆଧୁନିକ ଡେଣ୍ଟାଲ୍ କ୍ଲିନିକ ସ୍ଥାପନ ଜନସାଧାରଣଙ୍କ ନିମନ୍ତେ ଖୁବ୍ ଉପଯୋଗ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।କ୍ଲିନିକର ପ୍ରତିଷ୍ଠାତା ଡ଼ଃ ପ୍ରିତୀ ପାତ୍ରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏହି କ୍ଲିନିକରେ ଆଧୁନିକ ଦନ୍ତ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତି ।ଉକ୍ତ ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ରିଟାଏଡ଼ ଭେଷଜ ପ୍ରଫେସର ଡ଼ଃ ଶିବରାମ ପଣ୍ଡା,ଶିଳ୍ପପତି ବିଜୟ କୁମାର ଦାସ,ରିଟାଏଡ଼ ଇଂଜିନିୟର ନରସିଂହ ପାତ୍ର,ମହିଳା ସ୍ୱାସ୍ଥ୍ୟ କର୍ମୀ କେ କ୍ରିଷ୍ଣା କୁମାରୀ,ଲୋକେଶ ପାତ୍ର, ଅଜିତ କୁମାର ପାତ୍ର,ଭିନ୍ନକ୍ଷମ ନେତା କେ ମଣି ବାବୁ,ଶ୍ରୀବାସ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
National
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ସାରା ଦେଶରେ ସପ୍ତମ ପଯ୍ୟାୟ ଭୋଟ । ଶେଷ ଭୋଟ ପୂର୍ବେ ଧ୍ୟାନମୁଦ୍ରାରେ କନ୍ୟାକୁମାରୀରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁ କନ୍ୟାକୁମାରୀ ର ପ୍ରସିଦ୍ଧ ବିବେକାନନ୍ଦ ରକ ରେ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିଥିଲେ ମୋଦି, ସୂର୍ୟ୍ୟ ପୂଜା ପରେ ଆଜି ଧ୍ୟାନରୁ ଉଠିଛନ୍ତି ମୋଦି, ଧ୍ୟାନରୁ ଉଠିବା ପରେ ସ୍ୱାମୀ ବିବେକାନନ୍ଦଙ୍କ ପୁଜା ମଧ୍ୟ କରିଥିଲେ । ଆଜି ଦ୍ୱିତୀୟ ଦିନରେ ଧ୍ୟାନ ସମ୍ଫନ୍ନ ହେବା ପରେ ସେ ଉଠିଥିଲେ ।
State
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣିଥରେ ଜାରି ହୋଇଥିବା ବେଳେ ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଗରମ ଅନୁଭୂତ ହେଉଛି । ତେବେ ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅପରପକ୍ଷରେ ମୃତ୍ୟୁର କାରଣ ଅଂଶୁଘାତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ୧.୩୦ରୁ ରାତି ୮ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରୁ ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ । ଅନ୍ୟପଟେ ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେମାନଙ୍କର ହିଟ୍ୱେଭ୍ କାରଣରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ମୃତକଙ୍କ ଶରୀରର ତାପମାତ୍ରା ୧୦୨ ଡିଗ୍ରିରୁ ଅଧିକ ଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଉରକେଲା RGHରେ ୨୩ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଗୁରୁତର ଅନ୍ୟ ୧୦ଜଣଙ୍କୁ ଏକ ଘରୋଇ ହସପିଟାକୁ ସ୍ଥାନାନ୍ତର କରାଯାଇଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏବେ ଯାଏ ସରକାରୀ ଭାବେ ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ କରାଯାଉଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଅସ୍ୱାଭାବିକ ମୃତ୍ୟୁକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରକାଶ କରିଛନ୍ତି।
National,State,Politics
ଦ କୁଇଭର ବ୍ୟୁରୋ :- ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉତ୍ତରାଧିକାରୀ ତଥା ରାଜନୈତିକ ଭବିଷ୍ୟତ ବିଷୟରେ ଅନେକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରାଜନୀତିରେ ସକ୍ରିୟ ରହିବେ।ନ୍ୟୁଜ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନଙ୍କ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପାଣ୍ଡିଆନ୍ ଏପର୍ଯ୍ୟନ୍ତ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି। ଯେତେବେଳେ ନବୀନ ପଟ୍ଟନାୟକଙ୍କୁ ପଚରାଗଲା ଯେ, ବର୍ତ୍ତମାନ ଆପଣଙ୍କ ତରଫରୁ ଭି.କେ ପାଣ୍ଡିଆନ୍ ସମସ୍ତ ନିଷ୍ପତ୍ତି ନେଉଥିବାର ବିରୋଧୀ ଦଳ ତଥା ଆପଣଙ୍କ ଦଳର ପୂର୍ବତନ ନେତାମାନେ ଅଭିଯୋଗ କରିଛନ୍ତି, ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ହାସ୍ୟାସ୍ପଦ ଏବଂ ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ, ଏହା ଏକ ପୁରୁଣା ଅଭିଯୋଗ ଏବଂ ଏହାର କୌଣସି ଆଧାର ଏବଂ ମହତ୍ତ୍ୱ ନାହିଁ।
State
ଦ କୁଇଭର ବ୍ୟୁରୋ: ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ସ୍ଥିତ ବୈଦରାଜ ସାହିରେ ଥିବା ପୈତୃକ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ମାଗୁଣି ରୋଗାଗ୍ରସ୍ତ ଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଶନିବାର ଭୋର ସମୟରେ ମାଗୁଣି କୁଅଁର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ୧୯୫୫ ମସିହାରେ ମାତ୍ର ୫ ଜଣ ସହାୟକ ଓ ୪ ଟଙ୍କା ପୁଞ୍ଜିକୁ ଆଧାର କରି ବିଶ୍ବକର୍ମା କଳାକୁଞ୍ଜ ନାମକ ସଂସ୍ଥା ଗଠନ କରିଥିଲେ ମାଗୁଣି ଚରଣ। ଏଠାରେ ସେ ଆଧୁନିକ ଢଙ୍ଗରେ କାଠି କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ । ତେବେ ମାଗୁଣି ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ବାରା କାଠି କଣ୍ଢେଇ ନୃତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ବେଳେ ଏହି କଳା ପାଇଁ ସେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରାକରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ପାଇଥିଲେ। ନିଜର ଅନନ୍ୟ ପ୍ରତିଭା ପାଇଁ ୨୦୨୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଗୁଣି କୁଅଁରଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ତେବେ ମାଗୁଣୀ କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ପକ୍ଷରୁ ମାଗୁଣିଙ୍କୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ଜଣାପଡିଛି।
State,Politics
ମୟୁରଭଞ୍ଜ ( ଦ କୁଇଭର ):- ରାତିରେ ଅନ୍ଧାରି ବିଜେ କରିଥିଲା ବିଜେଡି, ଗାଁ ରେ ଟଙ୍କା ବାଣ୍ଟିବା ପାଇଁ ଭୁବନେଶ୍ୱର ରୁ ମହିଳା ପହଞ୍ଚି ଗାଁ ରେ ବାଣ୍ଟୁଥିଲେ ଟଙ୍କା, ମାଡି ବସିଲା ପୋଲିସ। ପୋଲିସ ଧରିବା ପରେ ସାମ୍ନାକୁ ଆସିଥିଲା ସତ, ଟଙ୍କା ବାଣ୍ଟୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗାଡିର ହୋଇଥିଲା ତଲାସି। ଗାଡି ତଲାସି ହେବା ପରେ ଗାଡି ରୁ ବାହାରିଲା ବିଜେଡି ଚିହ୍ନର ବେନିଆନ ଏବଂ ଟଙ୍କା। ଖାମରେ ଟଙ୍କା ଭର୍ତ୍ତି କରି ବଣ୍ଟାଯାଇଥିଲା, ପ୍ରାୟ ୫୦ ରୁ ଅଧିକ ଖାମରେ ୨ ହଜାର ଲେଖାଏଁ ଟଙ୍କା ଭର୍ତ୍ତି ହୋଇଥିଲା। ଯାହାକି ଭୁବନେଶ୍ୱର ରୁ ଆସିଥିବା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ନାଲି ରଙ୍ଗର ଭ୍ୟାନୀଟିରୁ ଟଙ୍କା ଭର୍ତ୍ତି ଖାମ ମିଳିବା ସହିତ ଅନ୍ୟ ୨ ଗୋଟି ବ୍ୟାଗ ରୁ ମଧ୍ୟ ଖାମ ବାହାରିଥିଲା। ପୋଲିସ ଖାମ ଚିରିବା ପରେ ପ୍ରତି ୨ ହଜାର ଟଙ୍କା ଲେଖାଏଁ ବାହାର କରିଥିଲା, ଯାହାକି ୧ ଲକ୍ଷ ୯୧ ହଜାର ଟଙ୍କା ପୋଲିସ ଜବତ କରିଛି। ଏହା ସହିତ ୨ ଗୋଟି କାର ମଧ୍ୟ ଜବତ ହୋଇଛି। ଗାଡି ରୁ ମିଳିଥିବା ବିଜେଡି ବେନିଆନ ରେ ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଙ୍କ ଫୋଟ ବି ରହିଛି। ପୋଲିସ ଏହି ଘଟଣାରେ ଭୁବନେଶ୍ୱର ରୁ ଆସିଥିବା ମହିଳା ବିଜୟଲକ୍ଷ୍ମୀ ମହାପାତ୍ର, ଉଦଳା ବିଜେଡି କର୍ମୀ ଦିବ୍ୟଜ୍ୟୋତି ଜେନାଙ୍କୁ ଗିରଫ କରିବା ସହିତ ୨ ଡ୍ରାଇଭର ମଧ୍ୟ ଅଟକ ରହିଥିବା ସୂଚନାମିଳିଛି।
Politics
ବାଲେଶ୍ୱର ( ଦ କୁଇଭର ):- ନିଆରା ଢଙ୍ଗରେ ଆସି ଭୋଟ୍ ଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ l ବାଲେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ମତଦାନ ଅଧିକାରେ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବାପରେ ସେ କହିଛନ୍ତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର, କର୍ତ୍ତବ୍ୟ ଏବଂ ଦାୟିତ୍ବ ଅଟେ। ଏହି ମୁହୂର୍ତ୍ତଗୁଡିକ ମୋତେ ଖୁସି ଦେଇଥାଏ, ଲୋକମାନେ ବାହାରକୁ ଆସି ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍।
Politics
ଖୋର୍ଦ୍ଧା ( ଦ କୁଇଭର ):- ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ନାମାଞ୍ଜୁର ହୋଇଛି। ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଜାମିନ ପ୍ରଶାନ୍ତଙ୍କ ଆବେଦନ ଖାରଜ କରିଛନ୍ତି। ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥରେ ଇଭିଏମ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ ପଠାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପିତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରଜନୀ ପଟ୍ଟନାୟକ।
National
ଦ କୁଇଭର ବ୍ୟୁରୋ :- ଲୋକସଭା ନିର୍ବାଚନ ୨୦୨୪ ର ଚୂଡ଼ାନ୍ତ ପର୍ଯ୍ୟାୟରେ ଆଜି ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୭ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆଜି ହେବ । ୧୦.୦୬ କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।
Shree Jagannath
ପୁରୀ ( ଦ କୁଇଭର ):- ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଂଚିଛି । ତେବେ ଜଣେ ପରେ ଜଣେ ଆହତଙ୍କ ମୃତ୍ୟୁର ଖବର ପହଂଚିବା ପରେ ଯେମିତି ସ୍ତବ୍ଧ ହୋଇଯାଉଛି ସାରା ଅଂଚଳ ।ଶୋକାକୂଳ ପରିବେଶ । ଭିଜିଲା ଆଖି, ସୁଖିଲା ମୁହଁ । କେଉଁ ଅବେଳା, ଡାକି ଆଣିଥିବା ଅଘଟଣ, ସମଗ୍ର ଅଂଚଳକୁ ସ୍ତବ୍ଧ କରି ଦେଇଛି । ଗୋଟିଏ ପରେ ଗୋଟିଏ ମୃତ୍ୟୁର ଖବର ଆସୁଛି । କିଏ କୁନି ଝିଅକୁ ହରାଇଛି, ତ ଆଉ କିଏ ବଢ଼ିଲା ପୁଅ ହରାଇଛି । ପୁରୀ ଦେବୀଘାଟ ଓ ଖଣ୍ଡିଆବନ୍ଧ ଅଂଚଳରେ ଯେମିତି ୨ ଦିନ ହେଲାଣି କାହା ପେଟକୁ ଦାନା ଯାଇନି । ଆଖି ବୁଜି ଦେଇଥିବା ପିଲାଙ୍କ କଥା ବାହୁନି ବାହୁନି କେବଳ ଲୁହ ଗଡୁଛି । ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଘଟଣର କାରଣ ଖୋଜୁଛି ପୁଲିସ୍ । ଅନ୍ୟପଟେ ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ହସ୍ପିଟାଲରେ ଏବେ ବି ପ୍ରାୟ ୨୪ ଜଣଙ୍କର ଚିକିତ୍ସା ଚାଲିଛି । ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଘଟଣାର ପୁନରାବୃତି ଯେମିତି ନହେବ, ସେଥିପାଇଁ ସଜାଗ ରହିବାକୁ ପ୍ରଶାସନ ତତ୍ପର ରହିଛି ବୋଲି ସୂଚନା ଦିଆଯାଇଛି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି ।
State
ଗତ କିଛି ଦିନର ବ୍ୟବଧାନରେ ପୁଣି ଅନୁଭୂତ ହେଲାଣି ଅସହ୍ୟ ତାତି। ଗୁରୁବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଜଳୁଛି ପଶ୍ଚିମ ଓଡିଶା। ତେବେ ସକାଳ ୮.୩୦ ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ଏହାସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀର ୩୭.୪ ଡିଗ୍ରୀ, ସୋନପୁର ଓ ଝାରସୁଗୁଡାରେ ୩୬.୬ ଡିଗ୍ରୀ, ହୀରାକୁଦ ୩୬.୪, ସମ୍ବଲପୁରରେ ୩୬.୨ଡିଗ୍ରୀ, ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅପରପକ୍ଷରେ ଗୁରୁବାର ସକାଳ ୫.୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୮୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଗାମୀ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବ ବୋଲି ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଗୁରୁବାର ସିଭିୟର ହିଟ୍ ଓ୍ବେଭ୍ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ୪ଟି ସହରରେ ତାପମାତ୍ରା ୪୬ ଡିଗ୍ରୀ ଟପିଥିବା ବେଳେ ବଲାଙ୍ଗୀରରେ ୪୬.୩ ଡିଗ୍ରୀ, ସୋନପୁରରେ ୪୬.୨ଡିଗ୍ରୀ, ଟିଟଲାଗଡ ଓ ଝାରସୁଗୁଡାରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
Politics
ବ୍ରହ୍ମପୁର ( ଦ କୁଇଭର ):- ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାରିବା ଘଟଣା I ଗୋଶାଣୀ ନୂଆଗାଁ ପୋଲିସକୁ ତଥ୍ୟ ମାଗିଛନ୍ତି ହାଇକୋର୍ଟ I ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ସହିତ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କର ହାତାହାତି ହୋଇଥିଲା I ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗୋଶାଣୀ ନୂଆଗାଁ ପୋଲିସ I ତେବେ ଶିବଶଙ୍କର ଦାସଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଗୋଶାଣୀ ନୂଆଗାଁ ପୋଲିସକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ I
Health & lifestyle
ବ୍ରହ୍ମପୁର ( ଦ କୁଇଭର ):- ମଙ୍ଗଳବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଖଲାସି ସାହିର ଟୁନା ଦାସ । ଟୁନା ଜଣେ ଦୁର୍ଦାନ୍ତ ଅପରାଧୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାର ପୁଲିସ ତଦନ୍ତ କରି ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିଛି। ସେମାନେ ହେଲେ ଆର. ମୋହନ ରାଓ (୨୨), ପାପୁନ କୁମାର ନାୟକ (୨୨), ବଂଶୀଧର ସାହୁ (୨୩), ଆର, ରବି ରାଓ (୨୧), ସୁରଜ୍ କୁମାର (୨୦) କୁ ପୁଲିସ ଗିରଫ କରିଥିବା ନେଇ ଏସପି ପ୍ରେସ ଇସ୍ତାହାର ଦ୍ବାରା ସୂଚନା ପ୍ରଦାନ କରିଛନ୍ତି।ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ହୋଇଥିବା ନେଇ ପୋଲିସ୍ କହିଛି। ସୂଚନା ପ୍ରକାରେ ଚଳିତ ମାସ ୨୮ ତାରିଖ ରେ ଗୋଷାଣୀନୂଆଗାଁ ଥାନା ଅଂଚଳରେ ଏକ ଟାଟୁ ଦୋକାନରେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ସନ୍ଧ୍ୟା ସାଢେ ୮ ଟା ବେଳେ ଟୁନା ସେହି ଟାଟୁ ଦୋକାନ ଭିତରେ ଥିବା ବେଳେ ୪ଜଣ ଯୁବକ ସେଠାରେ ପହଞ୍ଚି ହଠାତ ତାଙ୍କୁ ଲୁହା ଛଡ ସହ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଟୁନା ଗୁରୁତର ହୋଇ ତଳେ ପଡିଯାଇଥିଲେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଦୋକାନ ଭିତରଟି ପୁରା ରକ୍ତରେ ଭିଜି ଯାଇଥିଲା l ସେହିପରି ଆକ୍ରମଣ ଯୋଗୁ ଦୋକାନର ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଯାଇଥିଲା ।ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଟୁନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ପୁଲିସ କେସ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତକ୍ଷେପ କରିଥିଲେ। ଏହି ଘଟଣା ପରେ ମୃତ ଟୁନା ଙ୍କ ଭାଈ ମୁନା ଦାସ (୩୪) ଗୋଷାଣୀ ନୂଆଗାଁ ଥାନାରେ ଅଭିଯୁକ୍ତଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ ଏହାର ତଦନ୍ତ କରି ପାଞ୍ଚଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ହୋଇଥିବା ନେଇ ପୋଲିସ୍ କହିଛି l
Politics
ବ୍ରହ୍ମପୁର ( ଦ କୁଇଭର ):-:ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଘଣ୍ଟେଶ୍ୱରି ମଣ୍ଡଳରେ ବିଜେଡି ମୁଣ୍ଡ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ଗତକାଲି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବଂସଡା ଅଞ୍ଚଳରେ ବିଜେଡି ଗୁଣ୍ଡା ମାନଙ୍କ ସହ ଗୋଷ୍ଠୀ ଆକ୍ରମଣର ଶିକାର ହୋଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ବର୍ତ୍ତମାନ ସୁଦ୍ଧା ଦୃଢ଼ ଏବଂମୁଖ୍ୟ ଅଭିଯୁକ୍ତ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବାରମ୍ବାର ରାଜ୍ୟ ପୋଲିସ,ଭଦ୍ରକ ଏସପି ଙ୍କର ଆଶ୍ଵସନା ମିଳୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ରେ ଶୁନ୍ ଯାହାଫଳ ସ୍ୱରୂପ ସାରା ରାଜ୍ୟରେ ଯୁବ ଆକ୍ରୋଶ ଦେଖିବାକୁ ମିଳିଲାଣି , ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ହେବାର ୫ ଦିନ ହୋଇଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇ ଅଭିଯୋଗୀ ଫେରାର ଅଛନ୍ତି କିନ୍ତୁ ପୋଲିସ ପ୍ରଶାସନ ହାତ ଉପରେ ହାତ ବାନ୍ଧି ବସିଛି। କାହା ଚାପରେ ଆଜି ପୋଲିସ ପ୍ରଶାସନ ଚୁପ୍ ତାହା ସାଧାରଣରେ ପ୍ରଶ୍ନବାଚୀ? ଦେଖାଯାଉଛି ଯେ ପୋଲିସ ପ୍ରଶାସନ ନିର୍ବାଚନ ପୂର୍ବରୁ ଆତଙ୍କରାଜ ଖେଳାଇ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ଦଳର ହାତ ବାରିଶି ସାଜିଛି ଯାହା ଫଳରେ ଶାନ୍ତିପୂର୍ଣ୍ଣ ଓଡ଼ିଶାର ବାତାବରଣ ବିହାର ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାର ପୁଷ୍ଠଭୂମି ହେବାରେ ଲାଗିଛି, ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଜନକ । ବର୍ତ୍ତମାନ ସୁଦ୍ଧା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କର ଆସୁ ଆରୋଗ୍ୟ ଚିକିତ୍ସା ମଧ୍ୟ ଭଲରେ ହୋଇ ପାରିଲା ନାହିଁ ବାସୁଦେବପୁର ରୁ SCB ଚିକିତ୍ସାଳୟରେ ରାଜ୍ୟ ସରକାର ଙ୍କ ବିଶ୍ବସ୍ତରୀୟ ସେବା କଥା କହୁଛନ୍ତି ସେଠୀ ସିଟିସ୍କାନ ବି ହୋଇ ପାରିଲା ନାହିଁ । ଶେଷରେ ଏମ୍ସ କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଲା ଯାହାକି ଉଚ୍ଚ କତୃପକ୍ଷଙ୍କ ନଜର ରେ ଥିଲେ ମଧ୍ୟ ରାଜନୈତିକ ଚାପ ର ବଶବର୍ତ୍ତୀ ହେବା ଦୁର୍ଭାଗ୍ୟଜନକ। ଏହି ଭଳି ଭାବରେ ଯଦି ପ୍ରଶାସନ ମୁକ ହୋଇ ଚାଲେ ତାହାଲେ ଆଗାମୀ ଦିନରେ ରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଯୁବମୋର୍ଚ୍ଚା ତରଫ ରୁ କୁହାଯାଇଛି। ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ ଙ୍କ ଆହ୍ବାନ ରେ ଏହି ଭିକ୍ଷୋଭରେ ରାଜ୍ୟ ସମ୍ପାଦକ ତୁତୁନ ପାତ୍ର ଜିଲ୍ଲା ଉପ ସଭାପତି ବାପି ପ୍ରଧାନ , କେ ଚନ୍ଦ୍ରଶେଖର ଦାସ , ଜଗମୋହନ ପାତ୍ର , ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର , ରବି ରାଓ , ବନିତା ସାହୁ , କିଶୋର କୁମାର ସାହୁ , ଗୋପୀ ମହାରଣା , ରବିନ୍ଦ୍ର ସାହୁଏବଂ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଅମର ସାହୁ , ଶକ୍ତି ପଟ୍ଟନାୟକ, ଦେବୁନ ପଟ୍ଟନାୟକ, ଆକାଶ ଗଉଡ , ସିରିଡ଼ି ବିକ୍ରମ , ଆଶିଷ ଦାସ , ଅଜିତ ଦଳେଇ , ସୁମିତ୍ ପାତ୍ର, ନାରାୟଣ ଶରାବ , ନାରାୟଣ ରେଡ୍ଡୀ , ଶ୍ରୀ ନିବାସ ମଣ୍ଡଳ , ସଞ୍ଜୀବ ପାତ୍ର , ସୁନିଲ ନାୟକ , ରଜତ ପାତ୍ର , ଚୀନ ରାଜା ରାଓ , ବାଲିଆ ନାୟକ , ସାଗର ନାୟକ , ରୋହିତ ରେଡ୍ଡୀ , ସୂର୍ୟ ପାତ୍ର , ନିଖିଲ ପାତ୍ର , ଅଜିତ ବେହେରା , ଅଂଶୁମାନ ପଣ୍ଡା ସହ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ଜିଲ୍ଲା ଉପ ସଭାପତି ଗଙ୍ଗାଧର ଶତପଥୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ , ପୀତବାସ ପଣ୍ଡା , ଚଣ୍ଡୀ ଚରଣ ସାହୁ , ରାମ କୁମାର ପାତ୍ର, ଚିନ୍ମୟାନନ୍ଦ ଦାସ , କୃଷ୍ଣ ଚୌଧୁରୀ ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ ।
State
ଦ କୁଇଭର ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜଣେ ଏସିଏମ ରାଙ୍କର ମହିଳା ହାର୍ଡକୋର ନକ୍ସଲ କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁକୁମା ପୋଲିସ । ଉକ୍ତ ମହିଳା ନକ୍ସଲଙ୍କୁ ବହୁ ମାଓ ବିସ୍ପୋରକ ସାମଗ୍ରୀ ସହିତ ଗିରଫ କରାଯାଇଛି। ସେହି ମହିଳା ନକ୍ସଲମାଓବାଦୀଙ୍କ ମାଲେଙ୍ଗା ଏରିଆ କମିଟିରେ ଡକ୍ଟର ଭାବରେ କାର୍ଯ୍ୟ ତୁଲାଉଥିବା ସୂଚନା ମିଳିଛି। ତେବେ କୁମ୍ବିଂ ଅପରେସନ ସମୟରେ ପୋଲିସ କୁ ମିଳିଛି ଏହି ସଫଳତା। ମହିଳା ନକ୍ସଲଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ତରଫରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସୂଚନା ଅନୁଯାୟୀ, ଗିରଫ ମହିଳା ନକ୍ସଲ ଗତ ୫-୬ ବର୍ଷ ଧରି ନକ୍ସଲ ସଂଗଠନରେ ସକ୍ରିୟ ରହିଥିବା ବେଳେ ଜଙ୍ଗଲ ଭିତରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବିଫଳ ହୋଇଥିଲା। ତେବେ ଜିଲ୍ଲା ପୋଲିସ, ସୁକୁମା ଡିଆରଜି, ବସ୍ତର ଡିଆରଜି ସହିତ କୋବ୍ରା ୨୦୬ ବାହିନୀକୁ ମିଳିଛି ଏହି ସଫଳତା। ଏନେଇ ସୁକୁମା ଏସପି କିରଣ ଚୈହାନ ପକ୍ଷରୁ ସୂଚନା ଦିଆଯାଇଛି।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପାଳିତ ହେଉଛି ଅଧିଷ୍ଠାତ୍ରୀ ମା' ବୁଢ଼ୀ ସଆନ୍ତାଣୀ ଠାକୁରାଣୀଙ୍କ ଘଟ ଯାତ୍ରା । ଗତକାଲି ଘଟ ପରିକ୍ରମାର ପ୍ରଥମ ଦିନରେ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ବ ଘଟ ବିରାଟ ପଟୁଆରରେ ଅସ୍ଥାୟୀ ମଣ୍ଡପରୁ ବାହାରି ନିଜ ବାପ ଘରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ରାଜଭୋଗ କରାଯାଇଥିଲା । ଏହି ଯାତ୍ରା ଦୀର୍ଘ ୧୦ଦିନ ଧରି ଆୟୋଜିତ ହେଉଛି। ମା' ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରାରେ ଆରମ୍ଭ ହେଲା ଘଟ ପରିକ୍ରମା, ପ୍ରଥମ ଦିନରେ ମା ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରାର ଘଟ ପରିକ୍ରମାର ପ୍ରଥମ ଦିନରେ ମା' ନିଜ ବାପ ଘର କୁହାଯାଉଥିବା ଅସ୍ଥାୟୀ ମନ୍ଦିରରୁ ବାହାରିବା ପରେ ସୁଣ୍ଡି ସାହି ସ୍ଥିତ ବାପ ଘରକୁ ଯାଇଥିଲେ। ସେଠାରେ ରାଜଭୋଗ ଲାଗି ହୋଇଥିଲା ଏବଂ ପରେ ଭଣ୍ଡାରୀ ସାହି, କୁମ୍ଭାର ସାହି ଓ ହରିଜନ ସାହି ପରିକ୍ରମା କରିଥିଲେ । ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଘଟ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଏହି ଯାତ୍ରାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ନିମଖଣ୍ଡି ଥାନା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଗତକାଲି ମା'ଙ୍କ ଘଟ ପରିକ୍ରମା ସମୟରେ ପୋଲିସ, ମନ୍ଦିର ସେବାୟତ,କମିଟି ବୃନ୍ଦ ଉପସ୍ଥିତ ରହି ଘଟ ପରିକ୍ରମାରେ ସହଯୋଗ କରିଥିଲେ । ଏହା ବ୍ୟତୀତ ଏହି ଯାତ୍ରାକୁ ଆକର୍ଷଣ କରିବା ପାଇଁ ଆସନ୍ତା ୩ ତାରିଖରୁ ପିଲା ମାନଙ୍କ ମନୋରଞ୍ଜନ ପାଇଁ ରାମଦୋଳି, ମୀନା ବଜାର,ଭୋଜନ ସମାରୋହ ସମେତ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Politics,State
ଦ କୁଇଭର ବ୍ୟୁରୋ :- ଚଳିତ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଏବେ ବିଜେଡି-ବିଜେପିକୁ ନିଜ ଗଡ଼ ସମ୍ଭାଳିବା ଚିନ୍ତା ଘାରିଥିବା କୁହାଯାଉଛି। ଦୁଇ ଦଳ ବିଜେଡି-ବିଜେପି ଏବେ ସରକାର ଗଢ଼ିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କହୁଥିଲେ ହେଁ ବାସ୍ତବରେ ଏହି ପର୍ଯ୍ୟାୟରେ ହାସଲ କରିବାକୁ ଥିବା ସିଟ୍ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ସେନେଇ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ବୋଲି କୁହାଯାଉଛି। ୨୦୧୯ର ଫଳାଫଳ ଦେଖିଲେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡ଼ିନଥିଲା। ବିଜେଡି ୩୩ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। ଆଉ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। ତେବେ ବିଜେଡି ଗଡ଼ରେ ବିଜେପି ତା’ର ରଣନୀତିରେ ସଫଳ ହେବ ନା ବିଜେଡି ତା’ର ପୂର୍ବ ରଣନୀତି ଭଳି ଏଥର ବି ବିଜେପିକୁ ଚିତ୍ପଟାଙ୍ଗ ମାରିବାକୁ ବାଧ୍ୟ କରିବ ତାହା ଏହି ୪୨ଟି ଆସନର ମତଦାତା ନିଷ୍ପତ୍ତି ନେବାକୁ ଯାଉଛନ୍ତି।
Health & lifestyle,State
ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟରେ ପୁଣି ତାପମାତ୍ରା ବଢିବାରେ ଲାଗିଛି । ଏ ନେଇ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ରହିଛି। ସେହିଭଳି ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି ।ସେହିପରି ଟିଟଲାଗଡରେ ୩୮ ଡିଗ୍ରି ତାପମାତ୍ରା, ବଲାଙ୍ଗୀର ୩୭.୪ ଡିଗ୍ରି, ସୋନପୁର ଓ ଝାରସୁଗୁଡାରେ ତାପମାତ୍ରା ୩୬.୬ ଡିଗ୍ରି, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ବୌଦ୍ଧ ୩୬ ଡିଗ୍ରି ରହିଛି। ଏହା ସହିତ ରାଉରକେଲା ଓ ବରଗଡ ତାପମାତ୍ରା ୩୫.୪ ଡିଗ୍ରୀ, ତାଳଚେର ୩୪.୪, ସୁନ୍ଦରଗଡ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ଅପରପକ୍ଷରେ ଭୁବନେଶ୍ବରରେ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡା, ସମ୍ବଲପୁର ଓ ସୋନପୁର ପାଇଁ ଚେତାବନୀ ଜାରି ହୋଇଛି। ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
State
ମୟୁରଭଞ୍ଜ ( ଦ କୁଇଭର ):- ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଏହି ଯୋଜନା ମଧ୍ୟରୁ ଲୋକଙ୍କ ଗମନା ଗମନ ପାଇଁ ପକ୍କା, ପିଚୁ, ମହରମ ମେଣ୍ଟାଲ ରାସ୍ତା ନିର୍ମାଣ କରୁଛନ୍ତି।ଏହି ଗ୍ରାମ୍ୟ ରାସ୍ତା ମୁଖ୍ୟରାସ୍ତାକୁ ସଂଯୋଗ କରିବା ଫଳରେ ଲୋକେ ସୁବିଧାରେ ଜିଲ୍ଲା, ତହସିଲ, ଥାନା, ବ୍ଲକ ସମେତ ଅତି ଜରୁରୀ କାର୍ଯ୍ୟ ପାଇଁ ମୁଖ୍ୟ ସ୍ଥଳରେ ପହଂଚି ପାରିବେ। କିନ୍ତୁ କିଛି ଗ୍ରାମର ରାସ୍ତା ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରୁନଥିବା ବେଳେ ବିଶେଷ କରି ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏହା ଦ୍ଵାରା ଗ୍ରାମରେ ଥିବା ଗ୍ରାମବାସୀ ବିଭିନ୍ନ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ର କରକଚିଆ ଗ୍ରାମରେ । ଲୋକଙ୍କ କହିବା ଅନୁଯାୟୀ ଭୋଟ ସମୟ ଆସିଲେ ମିଛ ପ୍ରତିଶୃତି ଦେଇ ଭୋଟ ନେଇଯାଇଥାନ୍ତି, ପରମୁହୂର୍ତରେ ଆମକୁ ଭୁଲି ଯାଇଥାନ୍ତି।ଏ ବିଷୟରେ ସ୍ଥାନୀୟ ଜନନେତା ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କିନ୍ତୁ,ଏଥର ପାଣି ନାହିଁ ମାନେ ଆମେ ଭୋଟ ବର୍ଜନ ନିଷ୍ପତି ନେଇଛୁ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।