କନ୍ଧମାଳ ( ଦ କୁଇଭର ):- ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗୁରୁବାର କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁର, ଜି.ଉଦୟଗିରି ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଦଶପଲ୍ଲା ବିଧାନସଭା ପ୍ରାର୍ଥୀ ରମେଶ ବେହେରାଙ୍କ ପାଇଁ ବିଶାଳ ଜନସଭାରେ ଯୋଗ ଦେଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି। ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଛନ୍ତି।ସାଂସଦ ପ୍ରାର୍ଥୀ ଅଚ୍ୟୁତ ବାବୁଙ୍କ ଉଚ୍ଚ ପ୍ରଶଂସା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେ ଜୀବନରେ ବହୁତ କିଛି ହାସଲ କରିଛନ୍ତି। କେବଳ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି। ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଲୋକଙ୍କ ସେବା କରୁଛନ୍ତି।ସେ କହିଥିଲେ ଯେ ସବୁଆଡେ ବିଶାଳ ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି।
ସେ ପୁଣି କହିଲେ ଯେ ବିରୋଧୀଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, କେବଳ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।ବିରୋଧୀ ଦଳ ଉପରେ ଆକ୍ରମଣ ଜାରି ରଖି ସେ କହିଲେ ଯେ ସେମାନେ କହୁଛନ୍ତି ବିଧାନ ସଭାରେ ୧୨୦, ଲୋକସଭାରେ ୧୬ ପାଇବେ। କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁ ବସିଛନ୍ତି।
ଡବଲ ଇଞ୍ଜିନକୁ ତାତ୍ସଲ୍ୟ କରି କହିଲେ ଯେ ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଆମର କେବଳ ଗୋଟିଏ ଇଞ୍ଜିନ - ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜିନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ଡବଲ ଇଞ୍ଜିନ ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା ଭତ୍ତା।ବିରୋଧୀ ଦଳର ମିଛ ପ୍ରତିଶୃତିକୁ ଲୋକଙ୍କ ସାମ୍ନାକୁ ଆଣି ସେ କହିଲେ ଯେ ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ। ଏବେ ଚାକିରୀ କୁଆଡେ ଗଲା ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍ ନାହିଁ।
ଆମର ଦମ୍ ଅଛି। ତେଣୁ ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ। ନିର୍ବାଚନ ସରିଲା ପରେ ମୁଁ ପୁଣି ଆସି ଆପଣଙ୍କୁ ହିସାବ ଦେବି। ଆପଣମାନେ ବିରୋଧୀ ଦଳଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ l ଯୁବପୀଢି ଓଡିଶାର ଭବିଷ୍ୟତ ବୋଲି ମତଦେଇ ସେ କହିଲେ ଯେ ଆଗାମୀ ୧୦ ବର୍ଷ ହେବ ଯୁବପୀଢିଙ୍କ ବର୍ଷ। ଯୁବପୀଢି ସଶକ୍ତ ହେବେ, ଓଡିଶାକୁ ନମ୍ବର ୱାନ କରିବେ।ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି ବୋଲି ମତ ଦେଇ ସେ କହିଲେ ଯେ ସେଥିପାଇଁ ଓଡିଶାରେ ଶାନ୍ତି ଅଛି।
ପଡୋଶୀ ଛତିଶଗଡ ଓ ଝାରଖଣ୍ଡର ଉଦାହରଣ ଦେଇ ସେ କହିଲେ ଯେ ସେଠାରେ ଡବଲ ଇଞ୍ଜିନ ଚାଲିଥିଲା। କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି। କିଛି କରି ନାହାନ୍ତି।ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ SDCରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜନଜାତିଙ୍କ ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ଲାଭ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ଉଚିତ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ।
ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଓଡିଶାର ମା ଭଉଣୀ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆସିଛି। ସେମାନେ ସମ୍ମାନର ସହ ବଞ୍ଚିଛନ୍ତି l ପାଣ୍ଡିଆନଙ୍କ କଠିନ ପରିଶ୍ରମର ପ୍ରଶଂସା କରି ସେ କହିଲେ ଯେ ନବୀନଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସେ ସାକାର କରୁଛନ୍ତି । ଓଡିଶାବାସୀଙ୍କର ଶୀରାପ୍ରସିରାରେ ମିଶି ଯାଇଛନ୍ତି।ସେ ପୁଣି କହିଥିଲେ ଯେ ଓଡିଶାରେ ଆଜି ଯେଉଁ ରୂପାନ୍ତର ପ୍ରକ୍ରିୟା ଚାଲିଛି, ସେଥିପାଇଁ ସାରା ବିଶ୍ବରେ ଥିବା ଓଡିଆ ଭାଇଭଉଣୀ ଆଜି ଗର୍ବିତ ଓ ଗୌରବାନ୍ବିତ। ନବୀନ ବାବୁଙ୍କ ଯୋଗୁ ଆଜି ଓଡିଆ ଜାତି ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ।ବିକାଶ କାମର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଆପଣମାନଙ୍କ ଅନୁରୋଧକ୍ରମେ ବର୍ତ୍ତମାନ ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି।
ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା। ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା। ବାଲିଗୁଡା-ମାଡିନତା ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା। ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା। ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଡୁ ଜଳପ୍ରପାତ ଓ ସର୍ପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଛି ।
ଜି.ଉଦୟଗିରିରେ ୯୭ କୋଟି ଟଙ୍କାର କାମ ଚାଲିଛି । ଏଥିସହିତ ରାଇକିଆକୁ ଏନ.ଏ.ସି ମାନ୍ୟତା ପ୍ରଦାନ, କନ୍ଧ, କୁମ୍ଭାର ଓ କୁଇ ସଂପ୍ରଦାୟଙ୍କୁ ଜନଜାତି ତାଲିକାରେ ସ୍ଥାନୀତ, ବାଲୁଙ୍କେଶ୍ବର ଶିବ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା, ପଙ୍ଗାନାଜୁ ଚର୍ଚ୍ଚ ପାଇଁ ୧୦ ଲକ୍ଷ, ବ୍ରେକା କାଥୋଲିକ ଚର୍ଚ୍ଚ ପାଇଁ ୧୦ ଲକ୍ଷ, ଦାରିଙ୍ଗବାଡି ପର୍ଯ୍ୟଟନର ବିକାଶ ପାଇଁ ୧୭.୧୧ କୋଟି, ଦାଦଲକୁଟି-ରଟିଙ୍ଗିଆ ରାସ୍ତା ଉପରେ ହାଇଲେବୁଲ ସେତୁ ପାଇଁ ୮.୮୦ କୋଟି, ଟିକାବାଲି ବ୍ଲକ୍ରେ ସାଲୁଙ୍କି ନଦୀ ଉପରେ ହାଇଲେବୁଲ ସେତୁ ପାଇଁ ୬.୧୦ କୋଟି, ସୁଗାଡବାଡି ଡିଗି ରାସ୍ତା ପାଇଁ ୧୧.୫୦ କୋଟି ଟଙ୍କା, ଟିକାବାଲି, ଦାରିଙ୍ଗବାଡି ଓ ଜି.ଉଦୟଗିରି ବ୍ଲକ୍ର ୧୮ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପାଇଁ ୭୮ କୋଟି ଟଙ୍କା, ୧୦ ହଜାର ଜନଜାତି ପିଲାଙ୍କ ପାଇଁ ୧୨୫ଟି ହଷ୍ଟେଲ ଏବଂ ଜି.ଉଦୟଗିରି ଅଞ୍ଚଳରେ ୬୪,୧୭୦ ଜଣ ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ ।
ସେହିପରି ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ୧୭୦୦ କୋଟି ଟଙ୍କାର କାମ ଚାଲିଛି । ଏଥିସହିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୬୬୦ କୋଟି, ଡିମିରିଆ-ରାଉତପଡା ନଦୀଗର୍ଭ ଜଳାଶୟ ପାଇଁ ୧୫୦୦ କୋଟି, ଦଶପଲ୍ଲା ମହାବୀର ମନ୍ଦିର ପାଇଁ ୪.୫୦ କୋଟି, ସ୍ବପ୍ନେଶ୍ବର ମହାବୀର ମନ୍ଦିର ପାଇଁ ୫ କୋଟି ଏବଂ ଅନ୍ୟାନ୍ୟ ମନ୍ଦିର, ମସ୍ଜିଦ, ଚର୍ଚ୍ଚ ପାଇଁ ୫ କୋଟି ଟଙ୍କା, ଦଶପଲ୍ଲାର ୪୨ଟି ଗ୍ରାମପଞ୍ଚାୟତର ୬୨୩ ଗ୍ରାମରେ ମେଗା ପାଇପ ଜଳଯୋଗାଣ ପାଇଁ ୪୮୦ କୋଟି ଟଙ୍କା, ଦଶପଲ୍ଲାର ୫୫,୩୦୦ ହିତାଧିକାରୀ BSKYରେ ସାମିଲ ହୋଇଥିବା ବେଳେ, ୩୮,୫୦୦ ଜଣ ସାମାଜିକ ସୁରକ୍ଷା ପେନ୍ସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ସେ କହିଥିଲେ ।
No comments yet.
Politics
ଦ କୁଇଭର ବ୍ୟୁରୋ :- ବଦଳିଯାଇଛି ବିଜେପିର ନିର୍ବାଚନ ଷ୍ଟ୍ରାଟେଜୀ । ଓଡ଼ିଶା ଗାଦି ଦଖଲ ପାଇଁ ବିଜେପି ଓ କେନ୍ଦ୍ରୀୟ ନେତୃତ୍ୱ ଘନଘନ ଗସ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ଦଳୀୟ ସମାବେଶରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଓଡ଼ିଶାର ଲୋକ ପରିବର୍ତନ ଚାହୁଁଛନ୍ତି । ସେହିପରି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ମଧ୍ୟ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଆଗକୁ ଦଳର ଆଉ କିଛି ବଡ଼ ଚେହେରା ଆସିବା ନେଇ ଯୋଜନା କରିଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାରାଥନ କାର୍ଯ୍ୟକ୍ରମ ରଖିଛି ଦଳ । ଏଥିସହ ବିଜେପି ଷ୍ଟାର ପ୍ରଚାରକ ତଥା ଡ୍ରିମ୍ଗର୍ଲ ହେମା ମାଳିନୀଙ୍କୁ ଆଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ଦେଇଛି ରାଜ୍ୟ ବିଜେପି । ସେହିପରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ତିନି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ୧୬ ଓ ୧୭ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣି ଓଡ଼ିଶା ଆସିବେ । ୧୭ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ୧୭ ଓ ୧୮ରେ ଦୁଇଦିନ ଧରି ବଣାଇ, ସୁନ୍ଦରଗଡ଼ ଠାରେ ଦୁଇଟି ସଭା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତରୁ ଲାଗୁଛି, ଯେମିତି ବିଜେଡି ଗଡ଼କୁ ଭେଦ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବା ମୁଡରେ ନାହିଁ ।
State
ବାରିପଦା(ଦ କୁଇଭର): ବାଙ୍ଗିରିପୋଷି ନିର୍ବାଚନୀ ମଇଦାନରେ ଲଢ଼େଇ ଜୋରଦାର ହେଉଛି । ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ହେଉଥିବା ଫାଇଟ୍ ସବୁଠୁ ରୋଚକ ହେବାରେ ଲାଗିଛି । ବିଜେଡି ଭାଉଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ନଣନ୍ଦଙ୍କୁ ପ୍ରାର୍ଥୀ କରିଛି । ଗୋଟିଏ ଘରୁ ଦୁଇ ମହିଳା ଦୁଇ ପକ୍ଷରେ ରହି ଲାଗିଛନ୍ତି ଗୋହି ଖୋଳାଖୋଳି । ପ୍ରାଥମିକ ଶିକ୍ଷୟତ୍ରୀରୁ ଆସି ରାଜନୀତି ମଇଦାନରେ ପ୍ରାର୍ଥୀ ହୋଇଛନ୍ତି ସୁଦାମ ମରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମରାଣ୍ଡି । ସୁଦାମଙ୍କୁ ମୟୁରଭଞ୍ଜ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବା ପରେ ତାଙ୍କ ପତ୍ନୀଙ୍କୁ ବିଧାୟକ ଟିକେଟ ଦେଇଛି । ବିଜେପି ବି ପାଦେ ଆଗକୁ ଯାଉଛି । ଗତଥର ସୁଦାମଙ୍କ ଠୁ ହାରିଥିବା ସୁଗଦା ମୁର୍ମୁଙ୍କ ଝିଅ ସଞ୍ଜଳୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିଛି । ବାଙ୍ଗିରିପୋଷି ପୂର୍ବରୁ ଜେଏମଏମ ଦଖଲରେ ଥିଲା । ସୁଦାମ ମରାଣ୍ଡି ବିଜେଡିକୁ ଆସିବା ପରେ ଆସନ ବିଜେଡି ହାତକୁ ଆସିଥିଲା । ମୟୁରଭଞ୍ଜ ଜିଲ୍ଲାର ୯ଟି ଆସନରୁ ବିଜେପି ୬ଟି ହାତେଇବାରେ ସକ୍ଷମ ହୋଇଥିଲା । ୨୦୧୯ରେ ବିଜେଡି ଫୋକସ କରି ମଧ୍ୟ ବିଜେପିକୁ ରୋକି ପାରିଲା ନାହିଁ । ଏଥର ବିଜେଡି ବିରୋଧରେ ଜନଅସନ୍ତୋଷ ବଢ଼ିଛି । ବିଜେପି ପ୍ରତି ଜନସମର୍ଥନ ବଢ଼ୁଛି । କେବଳ ସେତିକି ନୁହେଁ, ବିଜେଡି ଆଦିବାସୀ ନେତାମାନେ ଆଦିବାସୀ ଜମି ଅଣଆସିବାସୀଙ୍କୁ ବିକ୍ରି ନେଇ ନବୀନଙ୍କ କ୍ୟାବିନେଟ ନିଷ୍ପତ୍ତି ଯୋଗୁ ଦଳ ବ୍ୟାକ୍ଫୁଟରେ ରହିଛି । ଏକଥା ଜାଣି ସୁଦାମ ଏହାକୁ ରୋକିବାକୁ ଲାଗିଥିଲେ । ଶେଷରେ ବିରୋଧୀ ସରକାରଙ୍କୁ ଘେରିଯିବାରୁ ଆଦିବାସୀଙ୍କ ଜମି ସୁରକ୍ଷିତ ରହିଲା । ବିଜେଡି ବିରୋଧରେ ଆଦିବାସୀ ଭିଟାମାଟି ପ୍ରସଙ୍ଗ ଜୋର ଧରିଛି । ଯାହାକୁ ପ୍ରତିହତ କରିବାକୁ ବିଜେଡି ପାଖରେ ଅସ୍ତ୍ର ନାହିଁ । ନବୀନଙ୍କ ବିକାଶ ନବୀନଙ୍କ ବିକାଶ ଛଡ଼ା କୌଣସି ଅସ୍ତ୍ର ବି ବିଜେଡି ହାତରେ ନାହିଁ । ବିଜେଡି ଯେଉଁ ସବୁ ଯୋଜନା କହୁଛି, ତାହା କେନ୍ଦ୍ର ଦ୍ୱାରା ଦିଆଯାଉଥିବା ଅବା କେନ୍ଦ୍ରୀୟ ଅନୁଦାନର ସହାୟତା ଦିଆଯାଉଥିବା କଥା ଲୋକେ ବୁଝିଲେଣି । ମିଶନଶକ୍ତି କଥା କହୁଥିବା ବିଜେଡିକୁ ବଡ଼ ଧକ୍କା ଦେଇଛି ବିଜେପି । ପୂରା ପୋଲ ଖୋଲିଛି ବିଜେଡି । ମିଶନଶକ୍ତି ମହିଳାଙ୍କୁ ଋଣ ଦେଉଛି ବ୍ୟାଙ୍କ ଆଉ କେନ୍ଦ୍ର ୭ପ୍ରତିଶତ ସୁଧ ଛାଡ଼ କରୁଛି ଓ ରାଜ୍ୟ ୪ପ୍ରତିଶତ ସୁଧ ଛାଡ଼ କରୁଛି । ଅଧିକ ଅବଦାନ କେନ୍ଦ୍ରର ହୋଇଥିବା ବେଳେ ରାଜ୍ୟ ନେଉଛି ଫାଇଦା । ବିଜେଡିର ୨୪ବର୍ଷର ଦୁର୍ବଳତାକୁ ନେଇ ମାଡ଼ କରୁଛି ବିଜେପି । ସୁଦାମ ମରାଣ୍ଡି ପତ୍ନୀଙ୍କ ପାଇଁ ଜୀ ଜାନ ଲଗାଇ ଦେଇଥିବା ବେଳେ ସେଠାରେ ବିଜେପି ଲଢ଼େଇକୁ ମର୍ଯ୍ୟାଦାର ପ୍ରଶ୍ନ ଭାବେ ଗ୍ରହଣ କରିଛି । ୨୦୧୯ ଫଳାଫଳକୁ ଦେଖିଲେ ବିଜେଡି ଠାରୁ ବିଜେପି ମାତ୍ର ୭ପ୍ରତିଶତ ଭୋଟ ପଛରେ ଥିଲା । ଏଥର ବିଜେଡି ପ୍ରାର୍ଥୀ ବଦଳିବା ସହ ବିଜେଡି ବିରୋଧରେ ଥିବା ଆକ୍ରୋଶ ବିଜେପିକୁ ଫ୍ରଣ୍ଟଫୁଟ୍କୁ ଆଣୁଛି । ଯାହା ବିଜେଡି ପାଇଁ ଚିନ୍ତାର ବିଷୟ ହେଲାଣି । ସେପେଟ କଂଗ୍ରେସ ବି ଆଦିବାସୀ ଭୋଟ ଉପରେ ନଜର ରଖିଛି । ଦେଖାଯାଉ ଏପରି ଲଢ଼େଇ ଭିତରେ ଭୋଟର କାହାକୁ ଭରସା କରୁଛନ୍ତି ।
State
ଦ କୁଇଭର ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି । ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
State
ଗଞ୍ଜାମ ( ଦ କୁଇଭର ):-ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ସମୟରେ ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ନିର୍ବାଚନୀ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ରାତିରେ ବିଜେପି କର୍ମୀମାନେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଆଗରେ ଭଙ୍ଗାରୁଜା କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।
National
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
National
ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ବିଜେପିର ହେଭିୱେଟମାନେ ମାରାଥନ ପ୍ରଚାର ଜାରି ରହିଛି । ନିର୍ବାଚନୀ ପ୍ରଚାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସିଛନ୍ତି ଡ୍ରିମଗାର୍ଲ ହେମାମାଳିନୀ । ଜେପି ନଡ୍ଡାଙ୍କର ମଧ୍ୟ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିଶୋରନଗର, ପିପିଲିରେ ରୋଡ ସୋରେ ଯୋଗ ଦେବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସିକାର ସାନଖେମୁଣ୍ଡି, କନ୍ଧମାଳର ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ । ଏହାସହ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୭ ଓ ୧୮ତାରିଖ ଓଡ଼ିଶା ଗସ୍ତ କରିବେ । ୧୭ରେ କଟକର ନରସିଂହପୁର, ଆଠଗଡରେ ସଭା କରିବେ । ୧୮ରେ ସୁନ୍ଦରଗଡ ବଣେଇ, ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ସଭା କରିବେ । ହେମା ମାଳିନୀଙ୍କ ଗସ୍ତ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର ।
State
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
Health & lifestyle
ନୂଆଦିଲ୍ଲୀ ( ଦ କୁଇଭର ):- ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ମେ ୩୧ ତାରିଖରେ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପ୍ରବେଶ କରେ। ଏହା ପରେ ଏହା ଉତ୍ତର ଦିଗକୁ ଗତି କରେ ଏବଂ ଜୁଲାଇ ୧୫ ତାରିଖରେ ସମଗ୍ର ଦେଶକୁ ସ୍ପର୍ଶ କରେ।ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆଇଏମଡି କହିଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୩୧ ତାରିଖରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ଦିନ କହିଛନ୍ତି ଯେ, "ଏହା ଶୀଘ୍ର ନୁହେଁ। ଏହା ସାମାନ୍ୟ ତାରିଖର ପାଖାପାଖି ସମୟରେ ଆସିପାରେ। କାରଣ ସାଧାରଣତଃ କେରଳରେ ମୌସୁମୀ ଜୁନ ୧ ତାରିଖରେ ପ୍ରବେଶ କରେ।" ଏଥର ସାମାନ୍ୟ ଠାରୁ ଅଧିକ ବର୍ଷା ସମ୍ଭାବନା: ଏଥି ସହିତ ପାଣିପାଗ ବିଭାଗ ୨୦୨୪ରେ ହାରାହାରି ମୌସୁମୀ ବର୍ଷା ଠାରୁ ଅଧିକ ବର୍ଷା ହେବା ପୂର୍ବାନୁମାନ କରିଛି, ଯାହା ଦେଶର କୃଷି କ୍ଷେତ୍ର ପାଇଁ ଏକ ଖୁସି ଖବର। ଗତ ବର୍ଷ ଅନିୟମିତ ପାଗ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ ହୋଇଥିଲା। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ.ରବିଚନ୍ଦ୍ରନ କହିଛନ୍ତି ଯେ, ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପହଞ୍ଚି ସେପ୍ଟେମ୍ବର ମଧ୍ୟଭାଗରେ ଫେରିଯାଏ। ଚଳିତ ବର୍ଷ ହାରାହାରି ବୃଷ୍ଟିପାତ ୧୦୬ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।
Politics
ଦ କୁଇଭର ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି । ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
State
ଝାରସୁଗୁଡ଼ା(ଦ କୁଇଭର): ନିଜ ଦଳ ନୁହେଁ ବିଜେଡି ଭିତରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ଭରସାରେ ଅଛନ୍ତି ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ । ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ଉପେକ୍ଷା କରି ଝାରସୁଗୁଡ଼ା ନେତ୍ରୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ବଳରେ ଡିଆଁ ମାରୁଛନ୍ତି ସୁରେଶ । ଏହି କାର୍ଯ୍ୟ ଦ୍ୱାରା ବ୍ରଜରାଜନଗର ବିଜେପି କର୍ମୀ ଓ ସମର୍ଥକଙ୍କୁ କେବଳ ଅସମ୍ମାନ କରୁ ନାହାନ୍ତି, ଦଳ ପାଇଁ ସେମାନଙ୍କ ତ୍ୟାଗକୁ ଉପେକ୍ଷା କରୁଛନ୍ତି ଓ ନିଜ ଦଳ ପିଠିରେ ଛୁରୀ ମାରୁଛନ୍ତି । ଏକଥା ବିଜେପି କର୍ମୀ ଓ ସମର୍ଥକମାନେ କହିଲେଣି । ସୁରେଶ ପ୍ରାର୍ଥୀ ହେବା ଦିନ ଠାରୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ବ୍ରଜରାଜନଗରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଚାଲିଛି । କଂଗ୍ରେସର କିଶୋର ପଟେଲ ଏହାକୁ ନିଜର ଶେଷ ନିର୍ବାଚନ ଧରିନେଇ ଲଢ଼େଇକୁ ଜୋରଦାର କରିଛନ୍ତି । ସେ କାଳେ ଅପର୍ଯ୍ୟାପ୍ତ ଟଙ୍କା ଢ଼ାଳୁଛନ୍ତି । ଭୋଜିଭାତରେ ପୂରା ମସଗୁଲ କର୍ମୀ ଓ ସମର୍ଥକ । ପାଣି ଭଳି ପାଣ୍ଠି ବୋହୁଛି । ନିର୍ବାଚନ ପରେ ସୁଧ ମୂଳକି ଆଦାୟ କରିବାକୁ ଯୋଜନା ରଖି ଲୁଟାଇ ଚାଲିଛନ୍ତି । ମାତ୍ର ଗୋଷ୍ଠୀ କନ୍ଦଳ ତାଙ୍କ ବାଟ ଛେକୁଛି । ହେଲେ ସବୁଠୁ ବିବାଦୀୟ ରହିଛନ୍ତି ବିଜେପି ପ୍ରାର୍ଥୀ ସୁରେଶ । ସୁରେଶ ନିଜ ଦଳର କର୍ମୀ ଓ ସମର୍ଥକ ମାନଙ୍କୁ ସାଙ୍ଗରେ ନେଉ ନାହାନ୍ତି । ନିଜର କିଛି କୋଟେରୀଙ୍କୁ ଧରି ଚାଲିଛନ୍ତି । ଏହାବ୍ୟତୀତ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସମର୍ଥକମାନେ ସୁରେଶଙ୍କୁ ବଳ ଦେଉଛନ୍ତି । ଦୀପାଳି ଓ ବିଶାଲ ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇବାକୁ କାଳେ ଯୋଜନା କରି ସୁରେଶଙ୍କୁ ସବୁ ସହାୟତା ଦେଉଛନ୍ତି । ଏପରିକି ବିଜେପି କର୍ମୀ ମାନଙ୍କୁ ସୁରେଶ ଦୀପାଳି ଓ ବିଶାଲଙ୍କ ସମର୍ଥକଙ୍କ ପଛରେ ରହିବାକୁ କହୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏ ଦୁଇ ନେତା ଦଳୀୟ ସଂଗଠନ ବିବାଦରୁ ଉଠି ପାରୁନଥିବା ବେଳେ ଏମାନଙ୍କ ପଛରେ ଉଡ଼ା ପକ୍ଷୀର ଲେବୁଲ ଲାଗିଛି । ଏମାନେ କେବଳ ନିର୍ବାଚନ ବେଳେ ଦେଖାଦେବେ, ଏହାପରେ ଉଡ଼ିଯିବେ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ଅଳକାଙ୍କ ବିରୋଧରେ ପ୍ରସଙ୍ଗ ପାଉନାହାନ୍ତି ବିରୋଧୀ । ଅଳକା ତାଙ୍କ ସ୍ୱଳ୍ପ କାଳ ମଧ୍ୟରେ ଅନେକ କିଛି କାମ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଲୋକେ ତାଙ୍କୁ ପାଖରେ ପାଇ ଗୁହାରୀ ଜଣାଇବାର ସୁଯୋଗ ରହିଛି । ସେଥିପାଇଁ ଅଳକାଙ୍କ ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଏବେ ବିଜେପି ସମର୍ଥକମାନେ ବିଜେଡି ମୁହାଁ ହୋଇଛନ୍ତି । ଦେଖାଯାଉ ଦିପାଳୀ ଓ ବିଶାଲଙ୍କ ସମର୍ଥନ ନେଇ ସୁରେଶ ବାଜି ମାରୁଛନ୍ତି ନା ଆତ୍ମଘାତୀ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି ।

ଭୁବନେଶ୍ୱର(ଦ କୁଇଭର): ଜଣେ ଠିକାଦାରଙ୍କ ଠାରୁ ଆୟକର ବିଭାଗ ୫କୋଟି ଟଙ୍କା ଜବତ କରିଛି । ଏହା ପଛରେ କାଳେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ହାତ ଥିବା ଅଭିଯୋଗ ଆଣୁଛି ବିଜେପି । ଏହାକୁ ନେଇ ବେଶ ଖୁସି ହେଉଛନ୍ତି ବିରୋଧୀ ନେତା ଓ ବାବୁମାନେ । ହେଲେ ଏହା ଅତି ମାମୁଲି କଥା । ଯଦି ଏହି ଘଟଣାରେ ଇଡି ପସିବ, ତେବେ ୫କୋଟି ନୁହେଁ ୫ଶହ କୋଟିର ଚେର ଭିଡ଼ି ଆଣିବ । କେବଳ ଏହି ଟଙ୍କା ନୁହେଁ, ବାଲି, ପଥର, ଲୁହା, ମାଙ୍ଗାନିଜ ବ୍ୟତୀତ ଜାଲ ସାର୍ଟିଫିକେଟ ଓ ନିଯୁକ୍ତି ଦୁର୍ନୀତିରୁ ଆଦାୟ ହୋଇଥିବା ଶହଶହ କୋଟିର ଗୁମର ଖୋଲିଯିବ । ଏହା ପଛରେ ଥିବା ନେତା ଓ ଅଫିସରଙ୍କ ଅସଲ ମୁଖା ଇଡି ଭିଡ଼ି ଆଣିବ । ଏକଥା ଖୋଦ ବିଜେଡିର କିଛି ପୁରୁଖା କହିଲେଣି । ଭୁବନେଶ୍ୱରରୁ ଜଣେ ଠିକାଦାରଙ୍କ ଠାରୁ ୫କୋଟି ଟଙ୍କା ନଗତ କ୍ୟାସ ଜବତ ହୋଇଥିଲା । ଏହା ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କା ଜବତ କରିଥିଲେ । ଯାଜପୁର ରୋଡ଼ରେ ବି ଚଢ଼ାଉ କରି ନଗଦ ଟଙ୍କା ଜବତ କରାଯାଇଥିଲା । ଏସବୁକୁ ମିଶାଇ ଏବେ ବବିଙ୍କ ମୁଣ୍ଡରେ ଅଠା ବୋଳିଲେଣି କିଛି ଲୋକେ । ଏସବୁ ଟଙ୍କା ପଛରେ କାଳେ ବବିଙ୍କ ହାତ ରହିଛି । ବିଜେଡିର ତୃତୀୟ ପୁରୁଖା ହୋଇଥିବାରୁ ବବି କାଳେ ସବୁ ବେଆଇନ ବେପାରରୁ ଚାନ୍ଦା ନେଉଥିବା କୁହାଯାଉଛି । ଯାହାକୁ ବିଭିନ୍ନ ଏଜେଣ୍ଟ ମାଧ୍ୟମରେ ପରିଚାଳନା କରାଯାଉଛି । ଆୟକର ବିଭାଗ କିଛି କୋଟି ଧରିବା ଆଦୌ ବଡ଼ କଥା ନୁହେଁ । ଏଥିରେ ଇଡି ପଶି ଏହାର ଖିଅ ଖୋଜିଲେ ଅନେକ କଥା ନଜରକୁ ଆସିଯିବ । ଯାଜପୁର ପଥର ଖଣି ଓ ପାହାଡ଼ରୁ କେତେ କୋଟି ଆଦାୟ ହୋଇଛି? ଯାଜପୁର ବାଲି ହେଉ କି କଟକ ବା ଭୁବନେଶ୍ୱର ବାଲି ବେପାର ହେଉ ସେଥିରୁ କେତେ କୋଟି ଚାନ୍ଦା ଉଠାଯାଇଛି । ବାକି ଖଣିରୁ ତ ଶହଶହ କୋଟିର ଚାନ୍ଦା କାଳେ ଉଠିଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି । କେନ୍ଦୁଝର ଜିଲ୍ଲାରୁ ଚାନ୍ଦା ଜୋରସୋର ଆଦାୟ ହୋଇଛି । ଯାହାକୁ କିଛି ନିର୍ଦ୍ଧିଷ୍ଟ ଏଜେଣ୍ଟଙ୍କ ମାଧ୍ୟମରେ ଜମି ଓ ବିଭିନ୍ନ ସ୍ଥାନରେ ବିନିଯୋଗ କରାଯାଉଛି । ଭୁବନେଶ୍ୱରର ୪ଜଣ ବିଲ୍ଡର ଏବଂ ଜଣେ ବିଧାୟକଙ୍କୁ ଇଡି ଜେରା କରିଦେଲେ କାହା ଟଙ୍କା କେଉଁଠି ବିନିଯୋଗ ହୋଇଛି ତାହା ପଦାରେ ପଡ଼ିଯିବ । କେବଳ ସେତିକି ନୁହେଁ, ରାଜ୍ୟରେ ଅନେକ ନିଯୁକ୍ତିରେ ଘୋଟାଲା ହୋଇଛି । ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ଅନେକ । ଗତ ୪ବର୍ଷରେ ହୋଇଥିବା ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଥିବା ଲୋକଙ୍କ ସାର୍ଟିଫିକେଟ ଯାଞ୍ଚ କରିଦେଲେ ଅନେକ ମଞ୍ଜି ବାହାରିଯିବ । କିଏ ନକଲି ସାର୍ଟିଫିକେଟ ଦେଇଛି ଓ କେଉଁ ସଂସ୍ଥାରୁ ଜାଲିଆତି ହୋଇ ଆସିଛି ଧରାପଡ଼ିଯିବ । ସେତିକି ନୁହେଁ, ଯୋଗ୍ୟତା ନଥାଇ ବି ଅନେକ ନିଯୁକ୍ତି ପାଇଛନ୍ତି । ତାହାର ତଦନ୍ତ ହେଲେ କିଏ ନିଯୁକ୍ତି ଦେଇଛନ୍ତି ଓ କେତେ ଡିଲ ହୋଇଛି ତାହା ବି ପଦାରେ ପଡ଼ିଯିବ । ସବୁ ଘୋଟାଲା ଜଣକ ଇଙ୍ଗିତରେ ଚାଲିଥିବାରୁ କୋଟି କୋଟି ଟଙ୍କା ବିଲ୍ଡର, ହୋଟେଲ ବେପାରୀ, ଜମି ବେପାରୀ, ଶିକ୍ଷା ବେପାରୀଙ୍କ ମାଧ୍ୟମରେ ଖର୍ଚ୍ଚ ଚାଲିଛି । ଯାହାକୁ ଇଡି ଧରିଲେ, ଅନେକ ଧୋବଧୋବଲିଆଙ୍କ ଅସଲ ମୁଖା ଖୋଲିଯିବ । ଏହି କଳା ଟଙ୍କାର ଚେର ଧରି କାଳେ ଇଡି ପହଞ୍ଚିଯିବ, ତେଣୁ କିଛି ଏଜେଣ୍ଟଙ୍କୁ ଏବେ ଭିତରେ ବସାଇ ଦିଆଯାଇଛି । କିଛି ତ ସମ୍ବଲପୁରରେ ରହି ଅପରେଟ କରୁଥିବା କୁହାଯାଉଛି । ଦେଖାଯାଉ ଆଇଟ ପାରିନଥିବା କଳାଧନ ଖୋଳତାଡ଼କୁ ଇଡି ପଶି ନିର୍ବାଚନ ପୂର୍ବରୁ କାଢ଼ୁଛି ନା ନିର୍ବାଚନ ପରକୁ ଅପେକ୍ଷା କରୁଛି ।
State
ଗତ କିଛି ଦିନରୁ ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ଆଣିଦେଇଥିବା ବେଳେ ପୁଣିଥରେ ପାରଦ ଉପରମୁହାଁ ହୋଇଛି। ଶନିବାର ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଆଦ୍ରତା ୬୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି। ତେବେ ହିଟୱେଭ ନେଇ ୨୦ ଓ ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଶନିବାର ଠାରୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବା ବେଳେ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅପରପକ୍ଷରେ ଆଗାମୀ ୪ ଦିନ ପାଇଁ ଦେଶର ୬ଟି ରାଜ୍ୟରେ ହିଟୱେଭ ଏବଂ ୩ଟି ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର। ଏହି ସମୟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ହିଟୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ମେ’ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Shree Jagannath
ପୁରୀ (ଦ କୁଇଭର ):- ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ରାଜ୍ୟରେ ୪ଟି ପାର୍ଯ୍ୟାୟର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ବିଜେପି ପାଖରେ ବିଜେଡି ଓ କଂଗ୍ରେସକୁ ଘେରିବାକୁ ଅନେକ ପ୍ରସଙ୍ଗ ଥିଲେ ବି କାଳେ ପ୍ରଶ୍ନ ନିଜ ଆଡକୁ ଓଲଟି ପଡିବ ସେହି ଭୟରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହା ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।ଭୃଗୁ ବକ୍ସିପାତ୍ର କହିଛନ୍ତି କି, ଓଡିଶାକୁ କେନ୍ଦ୍ରରୁ ପର୍ଯ୍ୟଟକ ଭଳି ନେତାଙ୍କ ସୁଅ ଛୁଟିଥାଏ । ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ । ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି ବୋଲି ଭୃଗୁ କହିଛନ୍ତି । ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ । ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି । ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଭୃଗୁ । ବିଜେପି ରତ୍ନଭଣ୍ଡାର ଚାବି ନେଇ ବିଜେଡିକୁ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବରେ ଭୃଗୁ କହିଛନ୍ତି କି, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି । ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡଯନ୍ତ୍ର କରିଥିଲେ । ସବୁଠାରୁ ବଡ କଥା ଭୃଗୁ କହିଛନ୍ତି କି ଚଳିତ ର୍ଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି । ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇଛନ୍ତି ଓ ଆଗକୁ ମଧ୍ୟ ପରାଜୟର ସାମ୍ନା କରିବେ ବୋଲି ସେ କହିଛନ୍ତି । ଏହାସହ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ । ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ ।
Politics
ପୋଲସରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୋଲସରା ସହର ତୋଟା ସାହିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ ସମୟରେ ଏକ ଗୁଳିକାଣ୍ଡ ଘଟିଛି |ଏହି ଗୁଳିକାଣ୍ଡ ରେ ଜଣେ ଯୁବକ ଆହତ ହୋଇଛନ୍ତି |ଯୁବକ ଜଣକ ହେଲେ ପୋଲସରା ମଠ ସାହିର ଗଣେଶ ଖଟେଇ (୨୫)ଏହି ଗୁଳିକାଣ୍ଡ ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି ଘଟିଥିବା ପୋଲିସ ସୂଚନା ପ୍ରଦାନ କରିଛି |ସୂଚନା ଯୋଗ୍ୟ ଯେ ଗଣେଶକୌଣସି କାମ ରେ ତୋଟା ସାହିକୁ ଯାଇ ଫେରିବା ବେଳେ ପୂର୍ଵ ରୁ ଯୋଜନା ବଧ ଭାବେ ପ୍ରସ୍ତୁତ ହୋଇ ବାଇକରେ ଆସି ତୋଟା ସାହି ସ୍ଥିତ ଟେଲିଫୋନ ଏକ୍ସଚେଞ୍ଜ ଅଫିସ ଆଗରେ ଅଭିଯୁକ୍ତ ମାନେ ବାଇକରେ ଆସି ଗଣେଶ ର ମୁଣ୍ଡକୁ ଲକ୍ଷ କରି ଦୁଇ ରୁ ତିନି ରାଉଣ୍ଡ ଗୁଳି ଫୁଟାଇ ଥିଲା |ସୌଭାଗ୍ୟ କ୍ରମେ ଗୁଳି ଗୁଡିକ ଗଣେଶ ର ମୁଣ୍ଡରେ ନ ବାଜି ଖସିଯାଇ ଡାହାଣ କାନ ରେ ଗୁଳିଟି ବାଜି ଚାଲିଯାଇଥିଲା|କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା |ଗୋଟିଏ ପଟେ ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଫେରାର ହୋଇଥିବା ବେଳେ ଅନ୍ୟପଟେ ଆହତ ଗଣେଶକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ଲାଗି ନିଆ ଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି |ଖବରପାଇ ଏସ ଡି ପି ଓ ରଜନୀ କାନ୍ତ ସାମଲ, ପୋଲସରା ଥାନାଧିକାରୀ କୌଶିକ ମାଝି ଘଟଣା ସ୍ଥଳରେ ପହଂଚି ଦୁଇଟି ବାଇକ, ଗୋଟିଏ କଳା ରଙ୍ଗ ର ମାସ୍କ, ମାଟିଆ ରଙ୍ଗର ଦୁଇଟି ଚପଲ, ତିନୋଟି ଗୁଳିର ଖୋକା ଆଦି ଜବତ କରିଛି|ଖବର ଲେଖାଯିବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଏସ ଡି ପି ଓ ସାମଲ ସୂଚନା ପ୍ରଦାନ କରିଥିଲେ |ପୋଲିସ ଖବର ପାଇ ତଦନ୍ତ ଚଳାଇଛି |