Join Us To Make A Difference

The Drops💧

ନୂଆପଡାରେ ରେକର୍ଡ ମତଦାନ

ନୂଆପଡାରେ ରେକର୍ଡ ମତଦାନ
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ଆଜି ଭୋଟ ଦେଇଛି ନୂଆପଡା । ମକ୍ ପୋଲ ସରିବା ପରେ ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ । 2 ଲକ୍ଷ 53 ହଜାର 624 ଜଣ ଭୋଟର ବାଛିବେ ନୂଆ ବିଧାୟକ । 14 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା । 358ଟି ମତଦାନ କେନ୍ଦ୍ରରୁ 47ଟି ସମ୍ବେଦନଶୀଳ ଏବଂ 8 ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ସୁନାବେଡାର 8ଟି ବୁଥରେ 4ଟାରେ ସରିବ ଭୋଟିଂ । ଅନ୍ୟ ସବୁ ମତଦାନ କେନ୍ଦ୍ରରେ ସନ୍ଧ୍ୟା 5ଟା ସରିବ ଭୋଟିଂ । ସୁରକ୍ଷା ଦାୟିତ୍ବରେ 14 କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ । ଆସନ୍ତା 14 ତାରିଖରେ ପ୍ରକାଶ ପାଇବ ଫଳାଫଳ ।

Comments

Leave a Comment

Comments

No comments yet.

Politics

କାହାର ହେବ ନୂଆପଡ଼ା

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ଦିନକ ପରେ ଇଭିଏମରୁ ଆସିବ ରାୟ । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା । ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୯୪ ପ୍ରତିଶତ ଭୋଟିଂ ହୋଇ ଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ । ଦିନକ ପରେ ଗଣନା ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ତିନି ଦଳ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ ଓ ଘାସିରାମ ମାଝୀ ନିଜର ବିଜୟ ନେଇ ଆଶା ବାନ୍ଧିଛନ୍ତି ।

Accident,Shree Jagannath

ବଡଦାଣ୍ଡରେ ସଡ଼କ ଦୁର୍ଘଟଣା

Blog Thumbnail

ପୁରୀ ( ଦ କୁଇଭର ):-:ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ, ପୁରୀ ମେଡ଼ିକାଲ ଛକ ପଟୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇଯିବା ସହ ଆହତ ହୋଇଥିଲେ ।ଏହା ଦେଖି ଲୋକମାନେ ହୋହାଲ୍ଲା କରିବାରୁ ବୋଲେରୋ ଡ୍ରାଇଭର ଫେରାର ବେହାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ କାବୁ କରିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ହେଲେ ଶ୍ରେୟାଂଶ ଦେ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ପୁରୀ ବଳଗଣ୍ଡି ଛକରେ ରାସ୍ତାରୋକ କରାଯାଇଛି । ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ରହିଛି l


Entertainment

ଅସୁସ୍ଥ ଗୋବିନ୍ଦା

Blog Thumbnail

ଦ କୁଇଭର ବ୍ୟୁରୋ :- ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି ।ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ନେଇ ଗୋବିନ୍ଦାଙ୍କ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ସୂଚନା ଦେଇଛନ୍ତି ।

Sports,City

କୌଶିକ କପ-୨୦୨୫ରେ ମୀନାକ୍ଷୀ ନଗର୍ ଜାଭିୟର୍ସ ସ୍କୁଲ ଚାମ୍ପିଅନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମହାତ୍ମାଗାନ୍ଧି ଷ୍ଟାଡିୟମ୍ ପରିସରରେ ଶ୍ରୀ କୌଶୀକ୍ କପ୍ -୨୦୨୫ ନାମରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣ! ମେଣ୍ଟ ଆୟୋଜିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ବ୍ରହ୍ମପୁର ସହଯୋଗରେ ଏପରି କ୍ରିକେଟ୍ ପ୍ରତିଯୋଗୀତା ସିଜନ୍-୨ ଆୟୋଜିତ ହୋଇଥିଲା । ଫାଇନାଲ ରେ ବାଳିକା ଦଳରେ ମୁଖ୍ୟ ଅତିଥିରୂପେ ଏମ୍‌କେସିଜି ମେଡ଼ିକାଲ୍ କଲେଜ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ର ଡ଼ା ସ୍ଵାତୀ ମିଶ୍ର ଓ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ଥିଲେ । ଆଂଚଳିକ ଶିକ୍ଷା ନିର୍ଦେଶକ କାହ୍ନୁ ଚରଣ ପଣ୍ଡା ନିର୍ଦେଶକ କୁନାଲ କୌଶିକ ପଣ୍ଡା, ଓ ରାହୁଲ ରାଜ୍ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏହି କ୍ରିକେଟ୍ ଟୁର୍ଣ୍ଣ ମେଣ୍ଟ ଆୟୋଜିତ ହୋଇଥିଲା । ଲିଡ୍ସ କ୍ଲବର ସମ୍ପାଦକ ମନୋଜ ଦଣ୍ଡପାଟ,କ୍ରୀଡା ଶିକ୍ଷକ ବିଶ୍ୱବନ୍ଧୁ ପାଢ଼ୀ, ଦୀପକ ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏଥିରେ ୧୧ଟି ବିଦ୍ୟାଳୟ ର ବାଳକ ଦଳ ଓ ୪ଟି ବାଳିକା ଦଳ ଯୋଗଦେଇଥିଲେ । ବାଳକ ଦଳ ଓ ବାଳିକା ଦଳରେରେ ମୀନାକ୍ଷୀ ନଗର୍ ସେଣ୍ଟ ଜାଭିଅର୍ସ ସ୍କୁଲ ଦଳ ଫାଇନାଲ ମ୍ୟାଚ୍ ରେ ଚମ୍ପିୟାନ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ବାଳିକା ବିଭାଗ ରେ ଆମ୍ବପୂଆ ସେଣ୍ଟ ଜାଭିୟର୍ସ ସ୍କୁଲ ଓ ବାଳକ ବିଭାଗ ରେ ଡି ଏ ଭି ସ୍କୁଲ ରନସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚ୍ ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପିଜି କାଉନସିଲ ଚେୟାରମେନ ଡ .ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ବ୍ୟବସାୟୀ ପ୍ରିତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ବର୍ଷ ମଧ୍ୟ ଏପରି କ୍ରିକେଟ ଖେଳ ଆୟୋଜିତ କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା। ଉଭୟ ବାଳକ ଓ ବାଳିକା ଦଳରେ ମୀନାକ୍ଷୀ ନଗର୍ ସ୍କୁଲ ଚମ୍ପିୟାନ ହୋଇଥିବାରୁ ସ୍କୁଲ ତରଫରୁ ଚେୟାରମେନ ଗୌରୀ ଶଙ୍କର ପଣ୍ଡା ,ସମ୍ପାଦିକା ପ୍ରିୟମ୍ବଦା ଦାସ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି ।

Crime

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

Accident

ମାର୍ଲବା ଘାଟିରେ ଦୁର୍ଘଟଣା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆର. ଉଦୟଗିରି ପଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ହିଟାଚି ବୋଝେଇ ଟ୍ରକ ମାର୍ଲବା ଘାଟିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାହାଡ଼କୁ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା l ଫଳରେ ଟ୍ରକ୍ ଉପରେ ଲଦା ହୋଇଥିବା ହିଟାଚି ଡ୍ରାଇଭର କ୍ୟାବିନ ଉପରକୁ ମାଡ଼ିଯାଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଟ୍ରକରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣାସ୍ଥଳରେ ରାୟଗଡ଼ ପୁଲିସ, ରାୟଗଡ଼ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି l