ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାକୁ ନେଇ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ। ତେବେ ଏହି ସବୁ ଆସନ ପାଇଁ ମେ’ ୨୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହାପରେ ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ଏବଂ ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବା ନେଇ ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯୪ ଲକ୍ଷ ୪୧ ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଭୋଟର ଓ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ଭୋଟର ରହିଛନ୍ତି।
ଉଲ୍ଲେଖନୀୟ ଯେ, ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଏପ୍ରିଲ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ମେ’ ୧୩ରେ ହେବାକୁ ଥିବା ବେଳେ ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ।
No comments yet.
Politics
ଦ କୁଇଭର ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି । ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
Shree Jagannath
ପୁରୀ (ଦ କୁଇଭର ):- ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ରାଜ୍ୟରେ ୪ଟି ପାର୍ଯ୍ୟାୟର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ବିଜେପି ପାଖରେ ବିଜେଡି ଓ କଂଗ୍ରେସକୁ ଘେରିବାକୁ ଅନେକ ପ୍ରସଙ୍ଗ ଥିଲେ ବି କାଳେ ପ୍ରଶ୍ନ ନିଜ ଆଡକୁ ଓଲଟି ପଡିବ ସେହି ଭୟରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହା ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।ଭୃଗୁ ବକ୍ସିପାତ୍ର କହିଛନ୍ତି କି, ଓଡିଶାକୁ କେନ୍ଦ୍ରରୁ ପର୍ଯ୍ୟଟକ ଭଳି ନେତାଙ୍କ ସୁଅ ଛୁଟିଥାଏ । ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ । ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି ବୋଲି ଭୃଗୁ କହିଛନ୍ତି । ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ । ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି । ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଭୃଗୁ । ବିଜେପି ରତ୍ନଭଣ୍ଡାର ଚାବି ନେଇ ବିଜେଡିକୁ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବରେ ଭୃଗୁ କହିଛନ୍ତି କି, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି । ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡଯନ୍ତ୍ର କରିଥିଲେ । ସବୁଠାରୁ ବଡ କଥା ଭୃଗୁ କହିଛନ୍ତି କି ଚଳିତ ର୍ଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି । ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇଛନ୍ତି ଓ ଆଗକୁ ମଧ୍ୟ ପରାଜୟର ସାମ୍ନା କରିବେ ବୋଲି ସେ କହିଛନ୍ତି । ଏହାସହ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ । ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ ।
State
ନୂଆଦିଲ୍ଲୀ ( ଦ କୁଇଭର ):- ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ମେ ୩୧ ତାରିଖରେ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପ୍ରବେଶ କରେ। ଏହା ପରେ ଏହା ଉତ୍ତର ଦିଗକୁ ଗତି କରେ ଏବଂ ଜୁଲାଇ ୧୫ ତାରିଖରେ ସମଗ୍ର ଦେଶକୁ ସ୍ପର୍ଶ କରେ।ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆଇଏମଡି କହିଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୩୧ ତାରିଖରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ଦିନ କହିଛନ୍ତି ଯେ, "ଏହା ଶୀଘ୍ର ନୁହେଁ। ଏହା ସାମାନ୍ୟ ତାରିଖର ପାଖାପାଖି ସମୟରେ ଆସିପାରେ। କାରଣ ସାଧାରଣତଃ କେରଳରେ ମୌସୁମୀ ଜୁନ ୧ ତାରିଖରେ ପ୍ରବେଶ କରେ।" ଏଥର ସାମାନ୍ୟ ଠାରୁ ଅଧିକ ବର୍ଷା ସମ୍ଭାବନା: ଏଥି ସହିତ ପାଣିପାଗ ବିଭାଗ ୨୦୨୪ରେ ହାରାହାରି ମୌସୁମୀ ବର୍ଷା ଠାରୁ ଅଧିକ ବର୍ଷା ହେବା ପୂର୍ବାନୁମାନ କରିଛି, ଯାହା ଦେଶର କୃଷି କ୍ଷେତ୍ର ପାଇଁ ଏକ ଖୁସି ଖବର। ଗତ ବର୍ଷ ଅନିୟମିତ ପାଗ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ ହୋଇଥିଲା। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ.ରବିଚନ୍ଦ୍ରନ କହିଛନ୍ତି ଯେ, ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପହଞ୍ଚି ସେପ୍ଟେମ୍ବର ମଧ୍ୟଭାଗରେ ଫେରିଯାଏ। ଚଳିତ ବର୍ଷ ହାରାହାରି ବୃଷ୍ଟିପାତ ୧୦୬ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।
National
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
Politics
ଝାରସୁଗୁଡ଼ା(ଦ କୁଇଭର): ନିଜ ଦଳ ନୁହେଁ ବିଜେଡି ଭିତରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ଭରସାରେ ଅଛନ୍ତି ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ । ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ଉପେକ୍ଷା କରି ଝାରସୁଗୁଡ଼ା ନେତ୍ରୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ବଳରେ ଡିଆଁ ମାରୁଛନ୍ତି ସୁରେଶ । ଏହି କାର୍ଯ୍ୟ ଦ୍ୱାରା ବ୍ରଜରାଜନଗର ବିଜେପି କର୍ମୀ ଓ ସମର୍ଥକଙ୍କୁ କେବଳ ଅସମ୍ମାନ କରୁ ନାହାନ୍ତି, ଦଳ ପାଇଁ ସେମାନଙ୍କ ତ୍ୟାଗକୁ ଉପେକ୍ଷା କରୁଛନ୍ତି ଓ ନିଜ ଦଳ ପିଠିରେ ଛୁରୀ ମାରୁଛନ୍ତି । ଏକଥା ବିଜେପି କର୍ମୀ ଓ ସମର୍ଥକମାନେ କହିଲେଣି । ସୁରେଶ ପ୍ରାର୍ଥୀ ହେବା ଦିନ ଠାରୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ବ୍ରଜରାଜନଗରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଚାଲିଛି । କଂଗ୍ରେସର କିଶୋର ପଟେଲ ଏହାକୁ ନିଜର ଶେଷ ନିର୍ବାଚନ ଧରିନେଇ ଲଢ଼େଇକୁ ଜୋରଦାର କରିଛନ୍ତି । ସେ କାଳେ ଅପର୍ଯ୍ୟାପ୍ତ ଟଙ୍କା ଢ଼ାଳୁଛନ୍ତି । ଭୋଜିଭାତରେ ପୂରା ମସଗୁଲ କର୍ମୀ ଓ ସମର୍ଥକ । ପାଣି ଭଳି ପାଣ୍ଠି ବୋହୁଛି । ନିର୍ବାଚନ ପରେ ସୁଧ ମୂଳକି ଆଦାୟ କରିବାକୁ ଯୋଜନା ରଖି ଲୁଟାଇ ଚାଲିଛନ୍ତି । ମାତ୍ର ଗୋଷ୍ଠୀ କନ୍ଦଳ ତାଙ୍କ ବାଟ ଛେକୁଛି । ହେଲେ ସବୁଠୁ ବିବାଦୀୟ ରହିଛନ୍ତି ବିଜେପି ପ୍ରାର୍ଥୀ ସୁରେଶ । ସୁରେଶ ନିଜ ଦଳର କର୍ମୀ ଓ ସମର୍ଥକ ମାନଙ୍କୁ ସାଙ୍ଗରେ ନେଉ ନାହାନ୍ତି । ନିଜର କିଛି କୋଟେରୀଙ୍କୁ ଧରି ଚାଲିଛନ୍ତି । ଏହାବ୍ୟତୀତ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସମର୍ଥକମାନେ ସୁରେଶଙ୍କୁ ବଳ ଦେଉଛନ୍ତି । ଦୀପାଳି ଓ ବିଶାଲ ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇବାକୁ କାଳେ ଯୋଜନା କରି ସୁରେଶଙ୍କୁ ସବୁ ସହାୟତା ଦେଉଛନ୍ତି । ଏପରିକି ବିଜେପି କର୍ମୀ ମାନଙ୍କୁ ସୁରେଶ ଦୀପାଳି ଓ ବିଶାଲଙ୍କ ସମର୍ଥକଙ୍କ ପଛରେ ରହିବାକୁ କହୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏ ଦୁଇ ନେତା ଦଳୀୟ ସଂଗଠନ ବିବାଦରୁ ଉଠି ପାରୁନଥିବା ବେଳେ ଏମାନଙ୍କ ପଛରେ ଉଡ଼ା ପକ୍ଷୀର ଲେବୁଲ ଲାଗିଛି । ଏମାନେ କେବଳ ନିର୍ବାଚନ ବେଳେ ଦେଖାଦେବେ, ଏହାପରେ ଉଡ଼ିଯିବେ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ଅଳକାଙ୍କ ବିରୋଧରେ ପ୍ରସଙ୍ଗ ପାଉନାହାନ୍ତି ବିରୋଧୀ । ଅଳକା ତାଙ୍କ ସ୍ୱଳ୍ପ କାଳ ମଧ୍ୟରେ ଅନେକ କିଛି କାମ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଲୋକେ ତାଙ୍କୁ ପାଖରେ ପାଇ ଗୁହାରୀ ଜଣାଇବାର ସୁଯୋଗ ରହିଛି । ସେଥିପାଇଁ ଅଳକାଙ୍କ ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଏବେ ବିଜେପି ସମର୍ଥକମାନେ ବିଜେଡି ମୁହାଁ ହୋଇଛନ୍ତି । ଦେଖାଯାଉ ଦିପାଳୀ ଓ ବିଶାଲଙ୍କ ସମର୍ଥନ ନେଇ ସୁରେଶ ବାଜି ମାରୁଛନ୍ତି ନା ଆତ୍ମଘାତୀ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି ।

ଭୁବନେଶ୍ୱର ( ଦ କୁଇଭର ):- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ବଢ଼ିଲାଣି ରାଜନୈତିକ ଉଷ୍ମତା । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଏଥିପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ଶୀର୍ଷ ନେତା । କଂଗ୍ରେସ ମଧ୍ୟ ଓଡ଼ିଶା ଉପରେ କିଛିମାତ୍ରାରେ ନଜର ପକାଇଥିବା ଦେଖିବାକୁ ମିଳୁଛି । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଗତକାଲି ରାହୁଲ ଗାନ୍ଧୀ ଆସି ଫେରିଥିବାବେଳେ ଆଜି ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ଆଜି (ଗୁରୁବାର) ଦିନ ୧୧.୩୦ ସମୟରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଓଡିଶାବାସୀଙ୍କୁ କଂଗ୍ରେସର ଆଭିମୁଖ୍ୟ ବଖାଣିବା ସହ ମୋଦି ସରକାରଙ୍କ ବିଫଳତାକୁ ମଧ୍ୟ ସାମ୍ନାକୁ ଆଣିବେ । ଏହାପରେ ଅପରାହ୍ନରେ ଭୁବନେଶ୍ବରରୁ କନ୍ଧମାଳ ଯାଇ ପ୍ରଚାର ମୈଦାନରେ ସାମିଲ ହେବେ । କନ୍ଧମାଳରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଖଡ୍ଗେ । ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ । ଏହାପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖୁବଶୀଘ୍ର ଓଡ଼ିଶା ଆସିବା ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି ।
State
ଗତ କିଛି ଦିନରୁ ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ଆଣିଦେଇଥିବା ବେଳେ ପୁଣିଥରେ ପାରଦ ଉପରମୁହାଁ ହୋଇଛି। ଶନିବାର ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଆଦ୍ରତା ୬୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି। ତେବେ ହିଟୱେଭ ନେଇ ୨୦ ଓ ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଶନିବାର ଠାରୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବା ବେଳେ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅପରପକ୍ଷରେ ଆଗାମୀ ୪ ଦିନ ପାଇଁ ଦେଶର ୬ଟି ରାଜ୍ୟରେ ହିଟୱେଭ ଏବଂ ୩ଟି ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର। ଏହି ସମୟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ହିଟୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ମେ’ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Politics
ଗଞ୍ଜାମ ( ଦ କୁଇଭର ):-ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ସମୟରେ ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ନିର୍ବାଚନୀ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ରାତିରେ ବିଜେପି କର୍ମୀମାନେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଆଗରେ ଭଙ୍ଗାରୁଜା କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।
State
ବାରିପଦା(ଦ କୁଇଭର): ବାଙ୍ଗିରିପୋଷି ନିର୍ବାଚନୀ ମଇଦାନରେ ଲଢ଼େଇ ଜୋରଦାର ହେଉଛି । ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ହେଉଥିବା ଫାଇଟ୍ ସବୁଠୁ ରୋଚକ ହେବାରେ ଲାଗିଛି । ବିଜେଡି ଭାଉଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ନଣନ୍ଦଙ୍କୁ ପ୍ରାର୍ଥୀ କରିଛି । ଗୋଟିଏ ଘରୁ ଦୁଇ ମହିଳା ଦୁଇ ପକ୍ଷରେ ରହି ଲାଗିଛନ୍ତି ଗୋହି ଖୋଳାଖୋଳି । ପ୍ରାଥମିକ ଶିକ୍ଷୟତ୍ରୀରୁ ଆସି ରାଜନୀତି ମଇଦାନରେ ପ୍ରାର୍ଥୀ ହୋଇଛନ୍ତି ସୁଦାମ ମରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମରାଣ୍ଡି । ସୁଦାମଙ୍କୁ ମୟୁରଭଞ୍ଜ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବା ପରେ ତାଙ୍କ ପତ୍ନୀଙ୍କୁ ବିଧାୟକ ଟିକେଟ ଦେଇଛି । ବିଜେପି ବି ପାଦେ ଆଗକୁ ଯାଉଛି । ଗତଥର ସୁଦାମଙ୍କ ଠୁ ହାରିଥିବା ସୁଗଦା ମୁର୍ମୁଙ୍କ ଝିଅ ସଞ୍ଜଳୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିଛି । ବାଙ୍ଗିରିପୋଷି ପୂର୍ବରୁ ଜେଏମଏମ ଦଖଲରେ ଥିଲା । ସୁଦାମ ମରାଣ୍ଡି ବିଜେଡିକୁ ଆସିବା ପରେ ଆସନ ବିଜେଡି ହାତକୁ ଆସିଥିଲା । ମୟୁରଭଞ୍ଜ ଜିଲ୍ଲାର ୯ଟି ଆସନରୁ ବିଜେପି ୬ଟି ହାତେଇବାରେ ସକ୍ଷମ ହୋଇଥିଲା । ୨୦୧୯ରେ ବିଜେଡି ଫୋକସ କରି ମଧ୍ୟ ବିଜେପିକୁ ରୋକି ପାରିଲା ନାହିଁ । ଏଥର ବିଜେଡି ବିରୋଧରେ ଜନଅସନ୍ତୋଷ ବଢ଼ିଛି । ବିଜେପି ପ୍ରତି ଜନସମର୍ଥନ ବଢ଼ୁଛି । କେବଳ ସେତିକି ନୁହେଁ, ବିଜେଡି ଆଦିବାସୀ ନେତାମାନେ ଆଦିବାସୀ ଜମି ଅଣଆସିବାସୀଙ୍କୁ ବିକ୍ରି ନେଇ ନବୀନଙ୍କ କ୍ୟାବିନେଟ ନିଷ୍ପତ୍ତି ଯୋଗୁ ଦଳ ବ୍ୟାକ୍ଫୁଟରେ ରହିଛି । ଏକଥା ଜାଣି ସୁଦାମ ଏହାକୁ ରୋକିବାକୁ ଲାଗିଥିଲେ । ଶେଷରେ ବିରୋଧୀ ସରକାରଙ୍କୁ ଘେରିଯିବାରୁ ଆଦିବାସୀଙ୍କ ଜମି ସୁରକ୍ଷିତ ରହିଲା । ବିଜେଡି ବିରୋଧରେ ଆଦିବାସୀ ଭିଟାମାଟି ପ୍ରସଙ୍ଗ ଜୋର ଧରିଛି । ଯାହାକୁ ପ୍ରତିହତ କରିବାକୁ ବିଜେଡି ପାଖରେ ଅସ୍ତ୍ର ନାହିଁ । ନବୀନଙ୍କ ବିକାଶ ନବୀନଙ୍କ ବିକାଶ ଛଡ଼ା କୌଣସି ଅସ୍ତ୍ର ବି ବିଜେଡି ହାତରେ ନାହିଁ । ବିଜେଡି ଯେଉଁ ସବୁ ଯୋଜନା କହୁଛି, ତାହା କେନ୍ଦ୍ର ଦ୍ୱାରା ଦିଆଯାଉଥିବା ଅବା କେନ୍ଦ୍ରୀୟ ଅନୁଦାନର ସହାୟତା ଦିଆଯାଉଥିବା କଥା ଲୋକେ ବୁଝିଲେଣି । ମିଶନଶକ୍ତି କଥା କହୁଥିବା ବିଜେଡିକୁ ବଡ଼ ଧକ୍କା ଦେଇଛି ବିଜେପି । ପୂରା ପୋଲ ଖୋଲିଛି ବିଜେଡି । ମିଶନଶକ୍ତି ମହିଳାଙ୍କୁ ଋଣ ଦେଉଛି ବ୍ୟାଙ୍କ ଆଉ କେନ୍ଦ୍ର ୭ପ୍ରତିଶତ ସୁଧ ଛାଡ଼ କରୁଛି ଓ ରାଜ୍ୟ ୪ପ୍ରତିଶତ ସୁଧ ଛାଡ଼ କରୁଛି । ଅଧିକ ଅବଦାନ କେନ୍ଦ୍ରର ହୋଇଥିବା ବେଳେ ରାଜ୍ୟ ନେଉଛି ଫାଇଦା । ବିଜେଡିର ୨୪ବର୍ଷର ଦୁର୍ବଳତାକୁ ନେଇ ମାଡ଼ କରୁଛି ବିଜେପି । ସୁଦାମ ମରାଣ୍ଡି ପତ୍ନୀଙ୍କ ପାଇଁ ଜୀ ଜାନ ଲଗାଇ ଦେଇଥିବା ବେଳେ ସେଠାରେ ବିଜେପି ଲଢ଼େଇକୁ ମର୍ଯ୍ୟାଦାର ପ୍ରଶ୍ନ ଭାବେ ଗ୍ରହଣ କରିଛି । ୨୦୧୯ ଫଳାଫଳକୁ ଦେଖିଲେ ବିଜେଡି ଠାରୁ ବିଜେପି ମାତ୍ର ୭ପ୍ରତିଶତ ଭୋଟ ପଛରେ ଥିଲା । ଏଥର ବିଜେଡି ପ୍ରାର୍ଥୀ ବଦଳିବା ସହ ବିଜେଡି ବିରୋଧରେ ଥିବା ଆକ୍ରୋଶ ବିଜେପିକୁ ଫ୍ରଣ୍ଟଫୁଟ୍କୁ ଆଣୁଛି । ଯାହା ବିଜେଡି ପାଇଁ ଚିନ୍ତାର ବିଷୟ ହେଲାଣି । ସେପେଟ କଂଗ୍ରେସ ବି ଆଦିବାସୀ ଭୋଟ ଉପରେ ନଜର ରଖିଛି । ଦେଖାଯାଉ ଏପରି ଲଢ଼େଇ ଭିତରେ ଭୋଟର କାହାକୁ ଭରସା କରୁଛନ୍ତି ।
Politics
ଭୁବନେଶ୍ୱର(ଦ କୁଇଭର): ଜଣେ ଠିକାଦାରଙ୍କ ଠାରୁ ଆୟକର ବିଭାଗ ୫କୋଟି ଟଙ୍କା ଜବତ କରିଛି । ଏହା ପଛରେ କାଳେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ହାତ ଥିବା ଅଭିଯୋଗ ଆଣୁଛି ବିଜେପି । ଏହାକୁ ନେଇ ବେଶ ଖୁସି ହେଉଛନ୍ତି ବିରୋଧୀ ନେତା ଓ ବାବୁମାନେ । ହେଲେ ଏହା ଅତି ମାମୁଲି କଥା । ଯଦି ଏହି ଘଟଣାରେ ଇଡି ପସିବ, ତେବେ ୫କୋଟି ନୁହେଁ ୫ଶହ କୋଟିର ଚେର ଭିଡ଼ି ଆଣିବ । କେବଳ ଏହି ଟଙ୍କା ନୁହେଁ, ବାଲି, ପଥର, ଲୁହା, ମାଙ୍ଗାନିଜ ବ୍ୟତୀତ ଜାଲ ସାର୍ଟିଫିକେଟ ଓ ନିଯୁକ୍ତି ଦୁର୍ନୀତିରୁ ଆଦାୟ ହୋଇଥିବା ଶହଶହ କୋଟିର ଗୁମର ଖୋଲିଯିବ । ଏହା ପଛରେ ଥିବା ନେତା ଓ ଅଫିସରଙ୍କ ଅସଲ ମୁଖା ଇଡି ଭିଡ଼ି ଆଣିବ । ଏକଥା ଖୋଦ ବିଜେଡିର କିଛି ପୁରୁଖା କହିଲେଣି । ଭୁବନେଶ୍ୱରରୁ ଜଣେ ଠିକାଦାରଙ୍କ ଠାରୁ ୫କୋଟି ଟଙ୍କା ନଗତ କ୍ୟାସ ଜବତ ହୋଇଥିଲା । ଏହା ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କା ଜବତ କରିଥିଲେ । ଯାଜପୁର ରୋଡ଼ରେ ବି ଚଢ଼ାଉ କରି ନଗଦ ଟଙ୍କା ଜବତ କରାଯାଇଥିଲା । ଏସବୁକୁ ମିଶାଇ ଏବେ ବବିଙ୍କ ମୁଣ୍ଡରେ ଅଠା ବୋଳିଲେଣି କିଛି ଲୋକେ । ଏସବୁ ଟଙ୍କା ପଛରେ କାଳେ ବବିଙ୍କ ହାତ ରହିଛି । ବିଜେଡିର ତୃତୀୟ ପୁରୁଖା ହୋଇଥିବାରୁ ବବି କାଳେ ସବୁ ବେଆଇନ ବେପାରରୁ ଚାନ୍ଦା ନେଉଥିବା କୁହାଯାଉଛି । ଯାହାକୁ ବିଭିନ୍ନ ଏଜେଣ୍ଟ ମାଧ୍ୟମରେ ପରିଚାଳନା କରାଯାଉଛି । ଆୟକର ବିଭାଗ କିଛି କୋଟି ଧରିବା ଆଦୌ ବଡ଼ କଥା ନୁହେଁ । ଏଥିରେ ଇଡି ପଶି ଏହାର ଖିଅ ଖୋଜିଲେ ଅନେକ କଥା ନଜରକୁ ଆସିଯିବ । ଯାଜପୁର ପଥର ଖଣି ଓ ପାହାଡ଼ରୁ କେତେ କୋଟି ଆଦାୟ ହୋଇଛି? ଯାଜପୁର ବାଲି ହେଉ କି କଟକ ବା ଭୁବନେଶ୍ୱର ବାଲି ବେପାର ହେଉ ସେଥିରୁ କେତେ କୋଟି ଚାନ୍ଦା ଉଠାଯାଇଛି । ବାକି ଖଣିରୁ ତ ଶହଶହ କୋଟିର ଚାନ୍ଦା କାଳେ ଉଠିଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି । କେନ୍ଦୁଝର ଜିଲ୍ଲାରୁ ଚାନ୍ଦା ଜୋରସୋର ଆଦାୟ ହୋଇଛି । ଯାହାକୁ କିଛି ନିର୍ଦ୍ଧିଷ୍ଟ ଏଜେଣ୍ଟଙ୍କ ମାଧ୍ୟମରେ ଜମି ଓ ବିଭିନ୍ନ ସ୍ଥାନରେ ବିନିଯୋଗ କରାଯାଉଛି । ଭୁବନେଶ୍ୱରର ୪ଜଣ ବିଲ୍ଡର ଏବଂ ଜଣେ ବିଧାୟକଙ୍କୁ ଇଡି ଜେରା କରିଦେଲେ କାହା ଟଙ୍କା କେଉଁଠି ବିନିଯୋଗ ହୋଇଛି ତାହା ପଦାରେ ପଡ଼ିଯିବ । କେବଳ ସେତିକି ନୁହେଁ, ରାଜ୍ୟରେ ଅନେକ ନିଯୁକ୍ତିରେ ଘୋଟାଲା ହୋଇଛି । ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ଅନେକ । ଗତ ୪ବର୍ଷରେ ହୋଇଥିବା ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଥିବା ଲୋକଙ୍କ ସାର୍ଟିଫିକେଟ ଯାଞ୍ଚ କରିଦେଲେ ଅନେକ ମଞ୍ଜି ବାହାରିଯିବ । କିଏ ନକଲି ସାର୍ଟିଫିକେଟ ଦେଇଛି ଓ କେଉଁ ସଂସ୍ଥାରୁ ଜାଲିଆତି ହୋଇ ଆସିଛି ଧରାପଡ଼ିଯିବ । ସେତିକି ନୁହେଁ, ଯୋଗ୍ୟତା ନଥାଇ ବି ଅନେକ ନିଯୁକ୍ତି ପାଇଛନ୍ତି । ତାହାର ତଦନ୍ତ ହେଲେ କିଏ ନିଯୁକ୍ତି ଦେଇଛନ୍ତି ଓ କେତେ ଡିଲ ହୋଇଛି ତାହା ବି ପଦାରେ ପଡ଼ିଯିବ । ସବୁ ଘୋଟାଲା ଜଣକ ଇଙ୍ଗିତରେ ଚାଲିଥିବାରୁ କୋଟି କୋଟି ଟଙ୍କା ବିଲ୍ଡର, ହୋଟେଲ ବେପାରୀ, ଜମି ବେପାରୀ, ଶିକ୍ଷା ବେପାରୀଙ୍କ ମାଧ୍ୟମରେ ଖର୍ଚ୍ଚ ଚାଲିଛି । ଯାହାକୁ ଇଡି ଧରିଲେ, ଅନେକ ଧୋବଧୋବଲିଆଙ୍କ ଅସଲ ମୁଖା ଖୋଲିଯିବ । ଏହି କଳା ଟଙ୍କାର ଚେର ଧରି କାଳେ ଇଡି ପହଞ୍ଚିଯିବ, ତେଣୁ କିଛି ଏଜେଣ୍ଟଙ୍କୁ ଏବେ ଭିତରେ ବସାଇ ଦିଆଯାଇଛି । କିଛି ତ ସମ୍ବଲପୁରରେ ରହି ଅପରେଟ କରୁଥିବା କୁହାଯାଉଛି । ଦେଖାଯାଉ ଆଇଟ ପାରିନଥିବା କଳାଧନ ଖୋଳତାଡ଼କୁ ଇଡି ପଶି ନିର୍ବାଚନ ପୂର୍ବରୁ କାଢ଼ୁଛି ନା ନିର୍ବାଚନ ପରକୁ ଅପେକ୍ଷା କରୁଛି ।
Politics
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
Politics
ଝାରସୁଗୁଡ଼ା(ଦ କୁଇଭର): ନିଜ ଦଳ ନୁହେଁ ବିଜେଡି ଭିତରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ଭରସାରେ ଅଛନ୍ତି ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ । ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ଉପେକ୍ଷା କରି ଝାରସୁଗୁଡ଼ା ନେତ୍ରୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ବଳରେ ଡିଆଁ ମାରୁଛନ୍ତି ସୁରେଶ । ଏହି କାର୍ଯ୍ୟ ଦ୍ୱାରା ବ୍ରଜରାଜନଗର ବିଜେପି କର୍ମୀ ଓ ସମର୍ଥକଙ୍କୁ କେବଳ ଅସମ୍ମାନ କରୁ ନାହାନ୍ତି, ଦଳ ପାଇଁ ସେମାନଙ୍କ ତ୍ୟାଗକୁ ଉପେକ୍ଷା କରୁଛନ୍ତି ଓ ନିଜ ଦଳ ପିଠିରେ ଛୁରୀ ମାରୁଛନ୍ତି । ଏକଥା ବିଜେପି କର୍ମୀ ଓ ସମର୍ଥକମାନେ କହିଲେଣି । ସୁରେଶ ପ୍ରାର୍ଥୀ ହେବା ଦିନ ଠାରୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ବ୍ରଜରାଜନଗରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଚାଲିଛି । କଂଗ୍ରେସର କିଶୋର ପଟେଲ ଏହାକୁ ନିଜର ଶେଷ ନିର୍ବାଚନ ଧରିନେଇ ଲଢ଼େଇକୁ ଜୋରଦାର କରିଛନ୍ତି । ସେ କାଳେ ଅପର୍ଯ୍ୟାପ୍ତ ଟଙ୍କା ଢ଼ାଳୁଛନ୍ତି । ଭୋଜିଭାତରେ ପୂରା ମସଗୁଲ କର୍ମୀ ଓ ସମର୍ଥକ । ପାଣି ଭଳି ପାଣ୍ଠି ବୋହୁଛି । ନିର୍ବାଚନ ପରେ ସୁଧ ମୂଳକି ଆଦାୟ କରିବାକୁ ଯୋଜନା ରଖି ଲୁଟାଇ ଚାଲିଛନ୍ତି । ମାତ୍ର ଗୋଷ୍ଠୀ କନ୍ଦଳ ତାଙ୍କ ବାଟ ଛେକୁଛି । ହେଲେ ସବୁଠୁ ବିବାଦୀୟ ରହିଛନ୍ତି ବିଜେପି ପ୍ରାର୍ଥୀ ସୁରେଶ । ସୁରେଶ ନିଜ ଦଳର କର୍ମୀ ଓ ସମର୍ଥକ ମାନଙ୍କୁ ସାଙ୍ଗରେ ନେଉ ନାହାନ୍ତି । ନିଜର କିଛି କୋଟେରୀଙ୍କୁ ଧରି ଚାଲିଛନ୍ତି । ଏହାବ୍ୟତୀତ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସମର୍ଥକମାନେ ସୁରେଶଙ୍କୁ ବଳ ଦେଉଛନ୍ତି । ଦୀପାଳି ଓ ବିଶାଲ ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇବାକୁ କାଳେ ଯୋଜନା କରି ସୁରେଶଙ୍କୁ ସବୁ ସହାୟତା ଦେଉଛନ୍ତି । ଏପରିକି ବିଜେପି କର୍ମୀ ମାନଙ୍କୁ ସୁରେଶ ଦୀପାଳି ଓ ବିଶାଲଙ୍କ ସମର୍ଥକଙ୍କ ପଛରେ ରହିବାକୁ କହୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏ ଦୁଇ ନେତା ଦଳୀୟ ସଂଗଠନ ବିବାଦରୁ ଉଠି ପାରୁନଥିବା ବେଳେ ଏମାନଙ୍କ ପଛରେ ଉଡ଼ା ପକ୍ଷୀର ଲେବୁଲ ଲାଗିଛି । ଏମାନେ କେବଳ ନିର୍ବାଚନ ବେଳେ ଦେଖାଦେବେ, ଏହାପରେ ଉଡ଼ିଯିବେ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ଅଳକାଙ୍କ ବିରୋଧରେ ପ୍ରସଙ୍ଗ ପାଉନାହାନ୍ତି ବିରୋଧୀ । ଅଳକା ତାଙ୍କ ସ୍ୱଳ୍ପ କାଳ ମଧ୍ୟରେ ଅନେକ କିଛି କାମ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଲୋକେ ତାଙ୍କୁ ପାଖରେ ପାଇ ଗୁହାରୀ ଜଣାଇବାର ସୁଯୋଗ ରହିଛି । ସେଥିପାଇଁ ଅଳକାଙ୍କ ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଏବେ ବିଜେପି ସମର୍ଥକମାନେ ବିଜେଡି ମୁହାଁ ହୋଇଛନ୍ତି । ଦେଖାଯାଉ ଦିପାଳୀ ଓ ବିଶାଲଙ୍କ ସମର୍ଥନ ନେଇ ସୁରେଶ ବାଜି ମାରୁଛନ୍ତି ନା ଆତ୍ମଘାତୀ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି ।
State
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
Politics
ଭୁବନେଶ୍ୱର ( ଦ କୁଇଭର ):- ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ’ । ୨୦୨୪ ସାଧାରଣ ନିର୍ବାଚନରେ ରାଜଧାନୀରେ ପ୍ରଥମ ଥର ପାଇଁ ରୋଡ଼ ସୋ କରିଛନ୍ତି ନବୀନ । ହାଇଟେକ ବସରେ ଛିଡା ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ, ତାଙ୍କ ପାଖରେ ଛିଡା ହୋଇଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାଘାଟ, ଗଳି କନ୍ଧି ସବୁଠି ଜମିଥିଲା ଭିଡ । ରୋଡ ସୋରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା । ବିଜେଡି ଜିନ୍ଦାବାଦ ନାରାରେ କମ୍ପିଥିଲା ଚତୁର୍ଦିଗ । ୟୁନିଟ ୬ ଗଙ୍ଗନଗର ଛକରୁ ରୋଡ ସୋ ବାହାରି ଶିଶୁ ଭବନ ଛକରେ ଶେଷ ହୋଇଥିଲା । ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଲାଗି ରୋଡ ସୋ କରିଥିଲେ ନବୀନ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ସାଙ୍ଗକୁ ରୋଡ ସୋ କରୁଛନ୍ତି ହେବିଓ୍ବେଟ ନେତା । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍ଗ ପାଇଁ ରାଜଧାନୀ ଭୁବନେଶ୍ବରରେ ରୋଡ ସୋ କରିଥିଲେ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ସୋ କରି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିତିଲେ । ଚଳିତ ସାଧାରଣ ନିର୍ବାଚନରେ ଏହା ହେଉଛି ନବୀନଙ୍କ ପ୍ରଥମ ରୋଡ ସୋ, ଯାହା ଭୁବନେଶ୍ୱରରୁ ଆରମ୍ଭ ହୋଇଛି । ହିଞ୍ଜିଳିରୁ ଦଳର ପ୍ରଚାର ନେତୃତ୍ୱ ନେଇଥିବା ନବୀନ ଏହା ଭିତରେ ଅନେକ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି ।
State
ଗଞ୍ଜାମ ( ଦ କୁଇଭର ):-ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ସମୟରେ ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ନିର୍ବାଚନୀ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ରାତିରେ ବିଜେପି କର୍ମୀମାନେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଆଗରେ ଭଙ୍ଗାରୁଜା କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।
Politics
ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ବିଜେପିର ହେଭିୱେଟମାନେ ମାରାଥନ ପ୍ରଚାର ଜାରି ରହିଛି । ନିର୍ବାଚନୀ ପ୍ରଚାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସିଛନ୍ତି ଡ୍ରିମଗାର୍ଲ ହେମାମାଳିନୀ । ଜେପି ନଡ୍ଡାଙ୍କର ମଧ୍ୟ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିଶୋରନଗର, ପିପିଲିରେ ରୋଡ ସୋରେ ଯୋଗ ଦେବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସିକାର ସାନଖେମୁଣ୍ଡି, କନ୍ଧମାଳର ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ । ଏହାସହ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୭ ଓ ୧୮ତାରିଖ ଓଡ଼ିଶା ଗସ୍ତ କରିବେ । ୧୭ରେ କଟକର ନରସିଂହପୁର, ଆଠଗଡରେ ସଭା କରିବେ । ୧୮ରେ ସୁନ୍ଦରଗଡ ବଣେଇ, ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ସଭା କରିବେ । ହେମା ମାଳିନୀଙ୍କ ଗସ୍ତ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର ।