ଭୁବନେଶ୍ୱର(ଦ କୁଇଭର): ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଔକାତ ଦେଖାଇ ଦେଇଛନ୍ତି । ତାଙ୍କରି ଦଳର ସାଂସଦଙ୍କୁ ତାଙ୍କ ଔକାତ ଦେଖାଇ ଏମିତି କଥା କହିଛନ୍ତି ଯେ, ସେମାନଙ୍କ ପାଟି ଆଉ ଖୋଲିବ କି ନାହିଁ ସନେ୍ଦହ । ବଦ୍ରିଙ୍କ କଥାକୁ ଯଦି ତର୍ଜମା କରିବା, ତେବେ ଏମପି ଦେବାଶୀଷ ସାମନ୍ତରାୟ ଓ ମୁନା ଖାଁ ରାଜନୀତିରେ ‘ର’ ଅକ୍ଷର ଜାଣିଛନ୍ତି କି ନାହିଁ ସେନେଇ ସେମାନେ ଚିନ୍ତା କରିବା ଉଚିତ । ରାଜନୀତିର ବାସ୍ତବତାକୁ ନବୁଝିବା ଓ ନିଜ ତୁଣ୍ଡକୁ ନିୟନ୍ତ୍ରଣ ନକରି କହିବା ଉଭୟ ବିଜେଡି ଓ ନବୀନଙ୍କୁ ଲୋକହସା କରାଯାଉଥିବା ବିଧାୟକ ବଦ୍ରିଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି ।
ଆସନ୍ତୁ ଦେଖିବା ଏମପି ମାନଙ୍କ କଥା-ଦେବାଶୀଷ ସାମନ୍ତରାୟଙ୍କ ବାଇଟ
ଶୁଣିଲେ ତ, ସାଂସଦ କିପରି କହୁଛନ୍ତି କଂଗ୍ରେସକୁ ନେଇ ବିଜେଡି ପୁଣି ସରକାରକୁ ଫେରିବ । ଏପରି କଥାକୁ ବିଧାୟକ ହାସ୍ୟାସ୍ପଦ ବୋଲି କହିଛନ୍ତି । କେବଳ ଦେବାଶୀଷ ନୁହନ୍ତି, ସାଂସଦ ମୁନା ଖାଁ ବି ସେମିତି କଥା କହିଛନ୍ତି ।
ମୁନ ଖାଁଙ୍କ ବାଇଟ---
ଏମାନଙ୍କ କଥାକୁ କଡ଼ା ବିରୋଧ କରିଛନ୍ତି ବରିଷ୍ଠ ବିଧାୟକ ବଦି୍ର ପାତ୍ର । ବଦ୍ରି ପାତ୍ରଙ୍କ ବାଇଟ
ଶୁଣିଲେ ତ, ବଦ୍ରି କିପରି ଏମାନଙ୍କୁ ଅପରିପକ୍ୱ ନେତା ବୋଲି ଇଙ୍ଗିତ କରିଛନ୍ତି । ଏପରିକି ଏଭଳି କଥା ବିଜେଡି ଆଭିମୁଖ୍ୟର ପରିପନ୍ଥୀ ବୋଲି ଦର୍ଶାଇବା ସହ ନବୀନ ବାବୁ ଏକଥା ଜାଣିଛନ୍ତି କି ନାହିଁ ତାହା ଉପରେ ମଧ୍ୟ ପ୍ରଶ୍ନ କରି ନବୀନଙ୍କ ଆଡ଼କୁ ବି ଆଙ୍ଗୁଳି ଦେଖାଇଛନ୍ତି । ଦେଖାଯାଉ ଏପରି ସ୍ଥିତିକୁ ନେଇ ନବୀନ ଓ ତାଙ୍କ ପରାମର୍ଶଦାତାମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି?