ଧର୍ମକୁ ଆଖିଠାରରେ ସହିଦଙ୍କୁ ସଂମ୍ମାନ l ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ l ଏ ହେଉଛି ସହିଦଙ୍କ ସଂମ୍ମାନ ଉଦେଶ୍ୟରେ ତିଆରି ହୋଇଥିବା ସ୍ମାରକୀ ଉଦ୍ୟାନ l ସହିଦଙ୍କ ସ୍ମୃତିରେ ସ୍ମାରକୀ ତିଆରି କରି ବା ବା ନେଇଗଲା ପ୍ରଶାସନ, ହେଲେ ତାଙ୍କୁ ଉଚିତ ସଂମାନ ଦେବାକୁ ଭୁଲିଗଲା l ଆଜି ସାରl ଦେଶ୨୫ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ଦେଶ ମାତୃକାର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଓଡ଼ିଆ ଯବାନ ସଚ୍ଚିଦାନନ୍ଦ ମଲ୍ଲିକ ଙ୍କୁ ଏ କି ସଂମାନ ନେଇ ପ୍ରଶ୍ନ ଉଠିଛି l
୧୯୯୯ ମସିହା ଜୁଲାଇ ୨୬ ତାରିଖରେ ସାରl ବିଶ୍ୱ ଦେଖିଥିଲା ଭାରତୀୟ ସେନାର ପରାକ୍ରମ l ଭାରତ ଅନୁପ୍ରବେଶକାରୀ ପାକିସ୍ତାନ ସେନାକୁ ସୀମା ପାର କରାଇ ଭାରତ ହୋଇଥିଲା କାର୍ଗିଲ ବିଜୟୀ l ଦୀର୍ଘ ୨ମାସ ୩ ସପ୍ତାହ ୨ ଦିନର ସଂଘର୍ଷରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦମନ କରି ସହିଦ ହୋଇଯାଇଥିଲେ ୫୨୭ ବୀର ଯବାନ l ସେ ମଧ୍ୟରେ ଥିଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କଣ୍ଡିଆ ଗ୍ରାମର ସହିଦ ଯବାନ ସଚ୍ଚିଦାନନ୍ଦ ମଲ୍ଲିକ l ଦେଶ ପାଇଁ ତାଙ୍କର ସେହି ବଳିଦାନ ସାରl କେନ୍ଦ୍ରାପଡ଼ା ମାଟିକୁ ଗୌରଵାର୍ଣ୍ଣିତ କରିଥିଲl l
ସହିଦଙ୍କ ମର ଶରୀର ଜନ୍ମ ମାଟିକୁ ପହଂଚିବା ପରେ ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରତିଶୃତି ରହିଲା, ସହିଦଙ୍କ ସଂମ୍ମାନ ଉଦେଶ୍ୟରେ ଗୋଟିଏ ବର୍ଷ ଭିତରେ କରାଯିବ ସହିଦ ସ୍ତମ୍ଭ l ବହୁ ଦାବି ପରେ ୨୦ ବର୍ଷ ପରେ ହେଲା ସହିଦଙ୍କ ସ୍ମୃତିସମ୍ଭ ଏବଂ ସ୍ମୃତି ଉଦ୍ୟାନ l ଫଳରେ ନୂତନ ଯୁବପିଢ଼ି ସହିଦ ସଚ୍ଚିଦାନନ୍ଦଙ୍କୁ ମନେ ରଖିବା ସହିତ ଦେଶସେବା ପାଇଁ ପ୍ରେରଣା ପାଇବେ l ହେଲେ ରକ୍ଷଣା ବ୍ୟାଖଣା ଅଭାବରୁ ମାଟିରେ ମିଶିବାକୁ ଲାଗିଛି ଏହି ଉଦ୍ୟାନ l
ନିମ୍ନମାନର କାମ ପାଇଁ ଉଦ୍ୟାନର ପଚେରୀ କାନ୍ଥ ଭାଙ୍ଗି ଆଁ କଲାଣି ତ, କେଉଁଠି ଟାଇଲ ଉପରେ ଘାସ ଉଠି ଜଙ୍ଗଲ ହୋଇଗଲାଣି l ଆଉ କେଉଁଠି ଅଳିଆ ଗଦା ପରି ଗଛ ପତ୍ରରେ ପରିପୂର୍ଣ ହୋଇଯାଇଛି l ଫଳରେ ସଚ୍ଚିଦାନନ୍ଦ ସୃତି ଉଦ୍ୟାନଟି ସାପଙ୍କ ଅଭ୍ୟାରଣ୍ୟ ପାଲଟିଛି l ସ୍ମୃତି ଉଦ୍ୟାନ କରବା ଉଦେଶ୍ୟ ଥିଲା କି, ନୂତନ ଯୁବ ପିଢ଼ି ସହିଦ ସଚ୍ଚିଦାନନ୍ଦଙ୍କୁ ମନେ ରଖିବା ସହିତ ଦେଶସେବା ପାଇଁ ପ୍ରେରଣା ପାଇବେ ହେଲେ ପିଲା ମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି l ଏନେଇ ନା ପ୍ରଶାସନର ଦାଇତ୍ୱ ଅଛି ନା ସଚେତନ l କେବଳ କାର୍ଗିଲ ଦିବସ ଆସିଲେ ବୀରପୁତ୍ରଙ୍କୁ ଲୋକ ଦେଖାଣିଆ ସଂମାନ ଦିଅ ଯାଉଛି l ଯାହାକୁ ନେଇ ଜନସାଧାରଣରେ ଆଶନ୍ତୋଷ ଦେଖା ଦେଇଛି l ଏବଂ ତୁରନ୍ତ ଏହାର ରକ୍ଷଣା ବେକ୍ଷଣ ପାଇଁ ଦାବି ହୋଇଛି l
ଆଳିରୁ ବିଶ୍ୱଜିତ ସୂତାରଙ୍କ ରିପୋଟ, the quiver
No comments yet.
State
ଦ କୁଇଭର ବ୍ୟୁରୋ :- ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ନୂଆ ଉପାୟ । ଥାନାର ଅଭ୍ୟର୍ଥନା କକ୍ଷ ବା ରିସେପସନ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ପିନ୍ଧିଲେ ବଡି କ୍ୟାମେରା । ଥାନାରେ ସିସିଟିଭି( CCTV)ଠୁ ଅଧିକ ଭରସା ହେବ ବଡି କ୍ୟାମେରା । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଉପରେ ନଜର ରଖିବ ଏହି କ୍ୟାମେରା । ସବୁ ଥାନାରେ ହେଲ୍ପ ଡେସ୍କରେ ବସୁଥିବା ସବୁ ପୋଲିସ କର୍ମଚାରୀଙ୍କୁ ବଡ଼ି କ୍ୟାମେରା ବ୍ୟବହାର ପାଇଁ ବାଧ୍ୟତା ମୂଳକ କରାଯାଇଛି ।ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏନେଇ ସବୁ ଥାନାରେ ହେଲ୍ପ ଡେକ୍ସରେ ବସୁଥିବା ପୋଲିସ କର୍ମଚାରୀ ମାନେ ବଡ଼ି କ୍ୟାମେରା ପିନ୍ଧିଛନ୍ତି । ପୋଲିସ କର୍ମଚାରୀ ସର୍ବଦା ଅବଗତ ରହିବେ ଯେ ସେମାନେ ସୌହାଦ୍ଦ୍ୟପୂର୍ଣ୍ଣ ସେବା ସମ୍ପର୍ଣ୍ଣ ବାତାବରଣରେ ଅଭିଯୋଗକାରୀକୁ ଆଇନଗତ ସହଯୋଗ କରିବେ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ଏହା ଦ୍ବାରା ସ୍ବଚ୍ଛତା ବଜାୟ ରହିବ । ଯାହା ଦ୍ବାରା ପୋଲିସ ଥାନାକୁ ଆସୁଥିବା ଅଭିଯୋଗକାରୀର ଆଚାର ବ୍ୟବହାରକୁ ରେକର୍ଡ କରିପାରିବ । କାରଣ ଅନେକ ସମୟରେ ପୋଲିସ ପ୍ରତି ଅଭିଯୋଗକାରୀଙ୍କର ବ୍ୟବହାର ସହନଯୋଗ୍ୟ ନୁହେଁ । ବଡି କ୍ୟାମେରା ଦ୍ବାରା ପୋଲିସ ସର୍ବଦା ସଚେତନ ରହିବ କଣ୍ଟ୍ରୋଲ ରୁମକୁ ସଠିକ ସୂଚନା ରହିପାରିବ । ପୋଲିସର କାର୍ଯ୍ୟ ଶୈଳୀ ମାର୍ଜିତ ହେବ । ପ୍ରୟାସ ଏକ ମାସ ପର୍ଯନ୍ତ ଏହି ସବୁ କ୍ୟାମେରାର ଫୁଟେଜ ବ୍ୟାକଅପ ରହିପାରିବ ।
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତକାଲି(ରବିବାର) ଠାରୁ ସମସ୍ତ ଥାନାର ରିସେପସନ ରେ ବା ଯେଉଁଠି ଅଭିଯୋଗକାରୀ ପ୍ରଥମେ ପହଞ୍ଚି ଅଭିଯୋଗ କରିବାକୁ ଆସିଥାନ୍ତି । ସେଠାରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ବଡି କ୍ୟାମେରା ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଡି କ୍ୟାମେରା ହେଉଛି ଏଭଳି ଏକ ଛୋଟ କ୍ୟାମେରା ଯାହାକୁ ପୋଲିସ କର୍ମଚାରୀ ଡ୍ରେସରେ ବ୍ୟବହାର କରନ୍ତି । ଯେତେବେଳେ ପୋଲିସ କର୍ମଚାରୀ କାହା ସାଙ୍ଗରେ ଯୋଗାଯୋଗରେ ଆସେ ବା କାହା ସାଙ୍ଗରେ କଥାବାର୍ତ୍ତା କରନ୍ତୁ ବା କାହା ସାମ୍ନାରେ ଥାଆନ୍ତୁ ସେହି ସମୟରେ ଆମର ଗତିବିଧି ଏବଂ ଆମ ସାମ୍ନା ବାଲାର ଗତିବିଧି ଥାଏ ତାହା ରେକର୍ଡ ହୋଇଥାଏ ।’ସେ ଆହୁରି କହିଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଆପଣ ଜାଣନ୍ତି ବହୁ ସମୟରେ ଅଭିଯୋଗ ଆସେ ଆପଣମାନଙ୍କ ଜରିଆରେ ମଧ୍ୟ ଅଭିଯୋଗ ପାଉ ଅଭିଯୋଗକାରୀ ନିଜେ ମଧ୍ୟ ଅଭିଯୋଗ କରେ ଥାନାରେ ତାଙ୍କ କଥା ଠିକରେ ଶୁଣାଗଲା ନାହିଁ, ତାଙ୍କୁ ସଠିକ ବ୍ୟବହାର କରାଗଲା ନାହିଁ । ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ମଧ୍ୟ ଆସିଥାଏ । କିଛି କିଛି ଅଭିଯୋଗକାରୀ ଥାନାକୁ ଆସନ୍ତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରନ୍ତି । ସେମାନଙ୍କ ଅଭିଯୋଗ ଶୁଣି ସରିଲା ପରେ ମଧ୍ୟ ପୋଲିସ ସହ ଯୁକ୍ତିତର୍କ କରନ୍ତି । ତେବେ ପୋଲିସ ଓ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିର ବ୍ୟବହାର ପୋଲିସ କେମିତି ରହିବା କଥା । ସେମାନଙ୍କ ପ୍ରତି ପୋଲିସର ବ୍ୟବହାର କେମିତି ରହିବା କଥା ଏସବୁର ତଦାରଖ ପାଇଁ ସମସ୍ତଙ୍କୁ ବଡ଼ି କ୍ୟାମେରା ଇସ୍ୟୁ କରାଯାଇଛି ।’ଆମେ ବିଶେଷ କରି ଆମର ଥାନାରେ ପୋଲିସ ମାନେ ଆସୁଥିବା ଅଭିଯୋଗକାରୀକୁ କେମିତି ଡିଲ୍ କରୁଛନ୍ତି, କେମିତି ତାଙ୍କ ଅଭିଯୋଗ ଶୁଣୁଛନ୍ତି ସେସବୁକୁ ତିକ୍ଷ୍ଣ ନଜର ରଖିବା ପାଇଁଁ ଆମେ ଏପରି ବିସ୍ତୃତ ନଜର ରଖିବୁ । ଏନେଇ ଯଦି ଆମର ତ୍ରୁଟି ବିଚ୍ୟୁତି ଥାଏ ସେନେଇ ସଂଶୋଧନ କରିବୁ ଯଦି ଆଉ କିଛି କାମ କରାଯାଇପାରିବ ଯେପରିକି ତାଲିମ ବା କାଉନସେଲିଂ ସେନେଇ ପଦକ୍ଷେପ ନେବୁ । ଏଥିପାଇଁ ଆମେ ଗୋଟେ ଏସଓପି ସବୁ ଥାନାକୁ ଦେବୁ । ଆମର ସିସିଟିଭି ଜରିଆରେ ମଧ୍ୟ ନଜର ରଖିବୁ କିଏ ବଡ଼ି କ୍ୟାମେରା ପିନ୍ଧିଛନ୍ତି କି ନାହିଁ । ମୁଖ୍ୟ ଭିଡିଓ ଓ ଅଡିଓ ଦୁଇଟି ଯାକ ରେକର୍ଡିଂ ହେବ । ଯେତେ ସବୁ ବାର୍ତ୍ତାଳାପ ହେବ ଅଭିଯୋଗକାରୀ ସହ ସେସବୁ ରେକର୍ଡ ରହିବ ।
State
ଭୁବନେଶ୍ୱର( ଦ କୁଇଭର ):- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ଜଙ୍ଗଲରେ ବାଘ ଆତଙ୍କ ବଢିବାରେ ଲାଗିଛି । ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ଶନିବାର ସକାଳ ୯ ଟା ୨୯ ମିନିଟ ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥଲେ । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ସେମାନେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ତୁରନ୍ତ ବନ ବିଭାଗକୁ ଖବର ଦେବା ପରେ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି ।ଫଳରେ ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଜଙ୍ଗଲ ମଧ୍ୟରେ ଥିବା ପ୍ରତ୍ୟେକଟି ପାଦ ଚିହ୍ନକୁ ଯାଞ୍ଚ କରୁଛି ବନ ବିଭାଗ । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ବାଘକୁ ଧରିବା ପାଇଁ ଯନ୍ତା ମଧ୍ୟ ନନ୍ଦନକାନନରୁ ଅଣାଯାଇଛି । ଏନେଇ ସିଟି ରେଞ୍ଜର ରାଧାକାନ୍ତ ହୋତା କହିଛନ୍ତି," ଆମେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛୁ । ବର୍ଷା ଯୋଗୁଁ ପାଦଚିହ୍ନ ଗୁଡ଼ିକ ଜଣାପଡ଼ୁ ନାହିଁ । ଆମେ ବିଲୁଆର ମଧ୍ୟ ପାଦଚିହ୍ନ ଦେଖିଛୁ । ତେବେ ତଦନ୍ତ ପରେ ପୂରା ସତ୍ୟ ସାମ୍ନାକୁ ଆସିବ । ବାଘକୁ ଧରିବା ପାଇଁ ଯନ୍ତା, ଦଉଡ଼ି ଫାସ, ମାଂସ ସହ କୁକୁଡ଼ା ରଖାଯାଇଛି । ପାଦ ଚିହ୍ନ ଦେଖି ପାଖ ଜଙ୍ଗଲରେ ତନତନ କରି ଯାଞ୍ଚ କରୁଛି ବନ ବିଭାଗ ।
State
ଗଞ୍ଜାମ ( ଦ କୁଇଭର ):-:ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିରିଗୋଛା ଗାଁ ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ, ଜଣେ ଯୁବକ ଗିରଫ । ଅଭିଯୁକ୍ତ ଜଣକ ନିକଟସ୍ଥ କ୍ଷେତମୁଣ୍ଡୁଳି ଗାଁର ସୁଧିର ପାତ୍ର । ତା’ଠାରୁ, ନକଲି ମାଉଜର୍ ଏବଂ ଗୋଟିଏ ବାଇକ୍ ଜବତ କରିଛି, ତାରାସିଙ୍ଗି ଥାନା ପୋଲିସ । ତିରିଗୋଛା ଗାଁରେ ଏକ ଭୋଜି ଚାଲିଥିବା ବେଳେ ଦ୍ରୃତବେଗରେ ବାଇକ୍ ଚଳାଇ ଯାଉଥିବାରୁ, ଗାଁର କିଛି ଲୋକଙ୍କ ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ସୁଧିର ଧରିଥିବା ନକଲି ମାଉଜର ଦେଖାଇ, ଲୋକଙ୍କୁ ଭୟଭୀତ କରିଥିଲା । ପରେ ସ୍ଥାନୀୟ ଲୋକେ ସଂପୃକ୍ତ ଯୁବକକୁ କାବୁ କରି ଧରିଥିଲେ ଏବଂ ପୋଲିସରେ ଦେଇଥିଲେ ।
State
ଦ କୁଇଭର ବ୍ୟୁରୋ :- ନଭେମ୍ବର ୨ ତାରିଖ ସୁଦ୍ଧା ସବୁ ବିଭାଗ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ। ଏହାପରେ ପ୍ରଭାବିତଙ୍କୁ ମିଳିବ ସରକାରୀ ସହାୟତା। ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ ଏବଂ ବାତ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସେ କହିଛନ୍ତି, ଏବେ ୪୭୦ଟି ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି । ବାତ୍ୟା ପ୍ରଭାବିତ ୫୦ ହଜାର ଲୋକଙ୍କୁ ବିଦ୍ୟୁତ୍ ଯୋଗାଯାଇ ପାରିନି । ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇପାରିନି । ମୋଟ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ୍ ସେବାରୁ ବିଚ୍ଛିନ୍ନ ହୋଇଥିଲେ । ଏବେ ୨୨ ଲକ୍ଷ ୩୨ ହଜାର ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିଛି । ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଦ୍ୟୁତ ବିଭାଗର ୯୮% କାମ ସରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରାଯିବ। ସେହି ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
State
ଭୁବନେଶ୍ୱର ( ଦ କୁଇଭର ):- ସ୍ତନ କର୍କଟ ସଚେତନତା ପାଇଁ ଭୁବନେଶ୍ଵର ନୀଳାଦ୍ରି ବିହାର ଠାରେ ଥିବା ରାଜ୍ୟର ପ୍ରମୁଖ ସୁପର ମଲ୍ଟିସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ ପିଙ୍କ୍ ମାରାଥନ ଆୟୋଜନ କରାଯାଇଥିଲା । ଏହି ପିଙ୍କ୍ ମାରାଥନରେ ବିଭିନ୍ନ ବୟସ ଏବଂ ବର୍ଗର ପାଖାପାଖି 400 ମହିଳା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସ୍ତନ କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧକୁ ପ୍ରୋତ୍ସାହିତ କରିବା, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଥାଏ । ଏହି ପଦକ୍ଷେପ ମାଧ୍ୟମରେ, ଉତ୍କଳ ହସ୍ପିଟାଲ୍ ଆଶା, ଶକ୍ତି ଏବଂ ନିୟମିତ ସ୍କ୍ରିନିଂ ମହତ୍ଵର ବାର୍ତ୍ତା ପ୍ରଦାନ କରିବାକୁ ପ୍ରୟାସ କରିଥିଲେ ।
ପିଙ୍କ୍ ମାରାଥନକୁ ମୁଖ୍ୟା ଅତିଥି ଭାବେ ସମ୍ମାନୀୟ ସାଂସଦ ଭୁବନେଶ୍ଵର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଉତ୍କଳ ହସ୍ପିଟାଲର ପରିଚଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହି ପିଙ୍କ୍ ମାରାଥନ୍ ୪ କିଲୋମିଟର୍ ଦୂରତାପର୍ଯ୍ୟନ୍ତ ନୀଳାଦ୍ରି ବିହାର ଅଞ୍ଚଳରେ ହୋଇଥିଲା । ପରେ ପରେ ସମ୍ମାନୀୟ ଅତିଥିଗଣ ଯଥା, ସମ୍ମାନୀୟ ବିଧାୟକ ଦିଗପହଣ୍ଡି ଓଲିଉଡ୍ ସୁପରଷ୍ଟାର ଶ୍ରୀ ସିଦ୍ଧାନ୍ତ ମହlପାତ୍ର, ମିସ୍ ଲିପି ଜେନାମଣି, ଫାଉଣ୍ଡର୍ ଚେୟାରପର୍ସନ, କ୍ରିୟା ଫାଉଣ୍ଡେସନ୍ ଉକ୍ତ ସମ୍ପୃକ୍ତ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ ଓ ସମସ୍ତ ଅଂଶଗ୍ରହଣ କାରୀମାନଙ୍କୁ ମେଡାଲ ପ୍ରଦାନ କରିଥଲେ ।
ଏହି ଅବସରରେ ମହିଳା ମାନଙ୍କୁ ଅତିଥିମାନେ ସଚେତନତାର ବାର୍ତ୍ତା ଦେଇଥିଲେ । କର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ଡାଇରେକ୍ଟର ମେଡିକାଲ୍ ସର୍ଭିସେସ ଏବଂ ଡାଇରେକ୍ଟର ଅଙ୍କଲୋଜି, ଡ଼ା ରଞ୍ଜନ କୁମାର ମହାପାତ୍ର, ଡ଼ା ଚିନ୍ମୟ କୁମାର ପାଣି, ଡ଼ା ସୁଶାନ୍ତ କୁମାର ପାଇକରାୟ, ଡ଼ା ରଞ୍ଜନ କୁମାର ମହାନ୍ତି, ଡ଼ା ପ୍ରଦ୍ୟୁମ୍ନ କୁମାର ସାହୂ, ଡ଼ା ସତ୍ୟବ୍ରତ ଦାସ, ଡ଼ା ଦିଲ୍ଲୀପ କର, ଡା ସଞ୍ଜୀବ କୁମାର ମିଶ୍ର, ଡ଼ା ସଞ୍ଜୟ କୁମାର ମିଶ୍ର, ଡ଼ା ବ୍ରହ୍ମାନଦ ଶତପଥୀ, ଡ଼ା ଶୈଖ୍ ଇଫିତିଖାର୍ ଅଲ୍ଲୀ, ଡ଼ା ଆର୍ୟ କୁମାର ବାଣୀଦୂତ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମାରାଥନର ମୁଖ୍ୟ ଲକ୍ଷଥିଲା କିଭଳି କିଭଳି ମହିଳା ମାନେ ସ୍ତନ କର୍କଟରୁ ରକ୍ଷା ପାଇବେ ।
National
ଦ କୁଇଭର ବ୍ୟୁରୋ :- ତାମିଲନାଡୁରେ ମୁଣ୍ଡ ଟେକିଲା ଆଉ ଏକ ରାଜନୈତିକ ଦଳ । ଆଉ ଏହି ଦଳ ଗଢିଛନ୍ତି ତାମିଲ ସୁପରଷ୍ଟାର ବିଜୟ । ତାମିଲଗା ଭେଟ୍ରି କଝଗମ୍ ତଥା ଟିଭିକେ ନାଁରେ ଗଢା ହୋଇଥିବା ଏହି ଦଳର ସଭାପତି ହେଉଛନ୍ତି ବିଜୟ । ଭିଲୁପୁରମ୍ ଜିଲ୍ଲାର ଭିକ୍ରବନ୍ଦୀରେ ଆୟୋଜିତ ଏହି ବୈଠକରେ ଲକ୍ଷାଧିକ ପ୍ରଶଂସକ ଓ ତାମିଲନାଡୁ ବାସିନ୍ଦା ଏକାଠି ହୋଇଥିଲେ ।ଏହି ଅବସରରେ ବିଜୟ କହିଛନ୍ତି, ରାଜନୀତି ସିନେମା ମୈଦାନ ନୁହେଁ ଏହା ଯୁଦ୍ଧକ୍ଷେତ୍ର । ଗ୍ରାଉଣ୍ଡରେ ଆମକୁ ଅଧିକ ସଜାଗ ଓ ସତର୍କ ରହିବାକୁ ପଡିବ । ବିଷାକ୍ତ ସାପ ଭଳି ବିରୋଧୀଙ୍କୁ ସାମ୍ନା କରିବାକୁ ପଡିବ । ଦ୍ରାବିଡିଆନ୍ ପଲିଟିକ୍ସକୁ ନିଶାନା କରି କହିଛନ୍ତି, ତମେ ଲୋକଙ୍କୁ ବୋକା ବନାଇପାରିବ, ହେଲେ ଆଉ ନୁହେଁ । ତାମିଲନାଡୁରେ ଟିଭିକେ ନୂଆ ଶକ୍ତି ହୋଇ ଉଭା ହେବ ।ଫିଲ୍ମ କ୍ୟାରିୟରର ପିକରେ ଥିବା ତାମିଲ ଆଇକନ୍ ବିଜୟ କିଛି ଦିନ ତଳେ ରାଜନୀତିରେ ଏଣ୍ଟ୍ରି ନେଇ ଘୋଷଣା କରିଥିଲେ । ଏହା ପୂର୍ବରୁ ତାମିଲ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ରାଜନୈତିକ ଦଳ ଗଢିଥିଲେ । ତେବେ ଅସୁସ୍ଥତା କାରଣରୁ ତାହା ଆଗକୁ ବଢିପାରିନଥିଲା ।
State,Politics
ଭୁବନେଶ୍ୱର(ଦ କୁଇଭର): ନବୀନଙ୍କ କୋଡ଼ରେ ବସିଥିଲେ, ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚଦର ତଳେ ଆରାମ କରୁଛନ୍ତି ବିଜେଡିର ବିବାଦୀୟ ନେତା ଭିକେ ପାଣ୍ଡିଆନ । ଏମିତି କଥା ଏବେ ସଚେତନ ନାଗରିକ ମାନେ କହିଲେଣି । ପାଣ୍ଡିଆନଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରକ୍ଷା ଦେଉଛନ୍ତି । କାହା ଚାପରେ ବା କାହିଁକି ମୋହନ ସରକାର ପାଣ୍ଡିଆନଙ୍କ ପାଇଁ ଏତେ ଅନୁକମ୍ପା ଦେଖାଉଛନ୍ତି ତାହା ତର୍ଜମା ସାପେକ୍ଷ ହୋଇ ପଡ଼ିଛି । କାହିଁକି ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛି ମୋହନ ସରକାର? ପାଣ୍ଡିଆନଙ୍କ ସୁରକ୍ଷା ପାଇଁ କେଉଁ କେନ୍ଦ୍ରୀୟ ନେତାଙ୍କ ଚାପ ରହିଛି? ବଡ଼ ବେପାରୀଙ୍କ ପାଇଁ ପାଣ୍ଡିଆନ ପାଉଛନ୍ତି କି ସୁରକ୍ଷା? ଏହି ପ୍ରଶ୍ନ ମୋହନଙ୍କ ଚାରିପଟେ ଘୁରି ବୁଲିଲାଣି ।
ଏବେ ଆସିବା ପ୍ରସଙ୍ଗକୁ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପାଣ୍ଡିଆନଙ୍କ ଜେଡ ସିକୁ୍ୟରିଟୀ ପ୍ରସଙ୍ଗରେ ପୂର୍ବତନ ନବୀନ ସରକାରଙ୍କୁ ତଥ୍ୟ ମାଗିଥିଲେ । କ୍ଷମତାର ଶୀର୍ଷରେ ଥିବା ନବୀନ ସରକାର ସୂଚନା ତ ଦେଲେ ନାହିଁ ବରଂ ସେମାନଙ୍କ ନାମରେ ଫୌଜଦାରୀ ମକଦ୍ଦମା କରିଦେଲେ । ଏବେ ମୋହନ ସରକାରଙ୍କୁ ତଥ୍ୟ ମଗାଯାଇଥିଲା । ହେଲେ ମୋହନ ସରକାର ଏହା ଗୋପନୀୟ ବୋଲି ଦର୍ଶାଇ ଆବେଦନକୁ ଫେରାଇ ଦେଇଛନ୍ତି ।
ପାଣ୍ଡିଆନଙ୍କୁ କାହିଁକି ଓ କେଉଁ କାରଣ ପାଇଁ ସୁରକ୍ଷା ଦିଆଗଲା? ସେହି ସୁରକ୍ଷା ଜେଡ ବର୍ଗର ବୋଲି କିଏ ନିର୍ଦ୍ଧାରଣ କଲା? ତାଙ୍କ ସୁରକ୍ଷା ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛି ରାଜ୍ୟ ସରକାର? ଏପରି ଅନେକ ତଥ୍ୟ ଲୋକଲୋଚନକୁ ଆସିବା କଥା । କାରଣ ସେ ଓଡ଼ିଶାର ଜଣେ ପୂର୍ବତନ ଆଇଏଏସ ଅଧିକାରୀ । ରାଜ୍ୟର ସେବା କରିଛନ୍ତି । ତାଙ୍କ ଜୀବନକୁ କାହିଁକି ବିପଦ ଆସିଲା ତାହା ଜାଣିବାର ଅଧିକାର କ’ଣ ରାଜ୍ୟବାସୀଙ୍କର ନାହିଁ କି? ଲୋକଙ୍କ ଟିକସ ଅର୍ଥ ଖର୍ଚ୍ଚ କରି ତାଙ୍କୁ ସୁରକ୍ଷା ଦିଆଯିବା ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ଜାଣିବାର ଅଧିକାର ଟିକସଦାତାଙ୍କର ନାହିଁ କି?
ପ୍ରଦୀପ ଗତ ଏପ୍ରିଲ ମାସରୁ ଗୃହ ବିଭାଗକୁ ତଥ୍ୟ ମାଗିଥିଲେ । ସେହି ତଥ୍ୟ ମିଳିଲା ନାହିଁ । ପ୍ରଥମ ଆପିଲିଏଟ ଅଧିକାରୀଙ୍କୁ ଆବେଦନ କରିବା ପରେ ସେପ୍ଟେମ୍ବର ୨୪ ତାରିଖ ଆପିଲିଏଟ ଅଧିକାରୀ ୭ ଦିନ ମଧ୍ୟରେ ତଥ୍ୟ ଦେବାକୁ ପିଆଇଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେଣୁ ସେହି ନିଦେ୍ର୍ଦଶକୁ ନେଇ ପ୍ରଦୀପ ପୁଣି ସେପ୍ଟେମ୍ବର ୨୫ ତାରିଖରେ ତଥ୍ୟ ପାଇଁ ଆବେଦନ କରିଥିଲେ । ହେଲେ ପିଆଇଓ ଅକ୍ଟୋବର ୨୩ ତାରିଖ ତାହାକୁ ଖାରଜ କରିଦେଇଥିଲେ । ଏହା ବ୍ୟକ୍ତିଗତ ବୋଲି ଦର୍ଶାଇ ଖାରଜ କରିଥିଲେ ।
ପ୍ରଶ୍ନ ଉଠୁଛି, ପାଣ୍ଡିଆନଙ୍କ ପାଇଁ ଜେଡ ସୁରକ୍ଷା କାହା ନିଦେ୍ର୍ଦଶରେ ହେଲା, ତାହା ବ୍ୟକ୍ତିଗତ କେମିତି? ସୁରକ୍ଷା ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ବ୍ୟକ୍ତିଗତ କେମିତି? ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟ ଦିଆଯାଇ ପାରୁଛି ପାଣ୍ଡିଆନଙ୍କ ତଥ୍ୟ କାହିଁକି ମିଳିବ ନାହିଁ? କାହିଁକି ମୋହନ ସରକାର ଏହି ତଥ୍ୟକୁ ପ୍ରଦାନ କରୁ ନାହାନ୍ତି? ପର୍ବରୁ ନବୀନ ସରକାର ଚାପୁଥିଲେ, ତାହା ବୁଝା ପଡ଼ୁଥିଲା । ମାତ୍ର ଏବେ ମୋହନ ସରକାର କାହିଁକି ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି? କାହିଁକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଣ୍ଡିଆନଙ୍କୁ ତାଙ୍କ ଚାଦର ତଳେ ରଖିଛନ୍ତି । ପାଣ୍ଡିଆନ କ’ଣ ନବୀନଙ୍କ ଠୁ ବି ଗୁରୁତ୍ୱପୂର୍ଣ୍ଣ? ଏପରି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପିର ଆଭିମୁଖ୍ୟ ଏବଂ ବିଚାରଧାରା ଉପରେ ପ୍ରଶ୍ନ ଉଠାଇଛି । ଦେଖାଯାଉ ଅଣଓଡ଼ିଆ ଅତ୍ୟାଚାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର ଏହି ଅଣଓଡ଼ିଆଙ୍କ ପୋଲ ଖୋଲୁଛି ନା କେନ୍ଦ୍ର ନେତା ଏବଂ ବେପାରୀଙ୍କ ଚାପରେ ଘୋଡ଼ାଇ ଦେଉଛି ।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ।ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଦାନା ପରବର୍ତ୍ତୀ ସ୍ଥିତି ମୁକାବିଲା ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ଆଉ ୭ ଦିନ ରହିପାରିବେ ଲୋକେ ।ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଛି । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ନେଇ ପଦକ୍ଷେପ ନିଆଯିବ । ତାପୂର୍ବରୁ ଆଜି ନିଜେ ଗ୍ରାଉଣ୍ଡକୁ ଓହ୍ଲାଇ ଆକାଶମାର୍ଗକୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ବିଜୁଳି ସେବା ଆଜି ଅପରାହ୍ଣ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଦୁର୍ବଳ ହେଲାଣି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଦେଇଛି ।
State
ଭଦ୍ରକ(ଦ କୁଇଭର): ବାତ୍ୟା ଦାନା ପ୍ରଭାବ ଉପକୂଳରେ ଗମ୍ଭୀର ହୋଇଛି । ପୂରା ନାକେଦମ କରିଦେଲାଣି । ପବନ ତ ବିଶେଷ କ୍ଷତି କରିଲାନି, ହେଲେ ବର୍ଷା କନ୍ଦାଇଲାଣି । କେବଳ ଧାନ କ୍ଷେତକୁ ଉଜାଡ଼ିନି, ଏବେ ଘରଦ୍ୱାର ବି କ୍ଷତି ହେଲାଣି । ଫ୍ଲାସଫ୍ଲଡ଼ ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ରାସ୍ତା ବୁଢ଼ିଛି । ଗାଁ ଗଣ୍ଡାରେ ପାଣି ପଶିଲାଣି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ଜିଲ୍ଲାରେ ବର୍ଷା ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି । ଲୋକେ ପବନ ଅପେକ୍ଷା ବର୍ଷାରେ ହତାଶ ହେଉଛନ୍ତି ।
ବାତ୍ୟା ଦାନା ଆସିଲା । ବାତ୍ୟାର ତାଣ୍ଡବ ନେଇ ଅନେକ ପ୍ରଚାର ହେଲା । ହେଲେ ସେତିକି ହେଲା ନାହିଁ । ଏକଥା ଆଇଏମଡି ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଥିଲା । ଆଇଏମଡିର ସାମାନ୍ୟ ସ୍ତରର କ୍ଷୟକ୍ଷତି ଘଟାଉଥିବା ବାତ୍ୟାର କ୍ଷମତା କେବଳ ନିର୍ଦ୍ଧିଷ୍ଟ ବେଗର ପବନରେ ଥାଏ । ଆଇଏମଡି ଧାର୍ଯ୍ୟ ମାନ ଅନୁଯାୟୀ ଯେଉଁ ବାତ୍ୟାର ଘଣ୍ଟା ପ୍ରତି ବେଗ ୧୨୦ ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିବ ବା ତାହାଠୁ ଅଧିକ ହେବ ସେଥିରେ କ୍ଷୟକ୍ଷତି ଆଶଙ୍କା ଅଧିକ ଥାଏ । ମାତ୍ର ଦାନାରେ ପବନର ବେଗ ୧୨୦ ଭିତରେ ରହିବ ବୋଲି ଆକଳନ କରି ଆଇଏମଡି ବାତ୍ୟା କମ କ୍ଷତିକାରକ ବୋଲି ଦର୍ଶାଇ ସାରିଥିଲା । ହେଲେ ପ୍ରଚାରରେ ଏହାକୁ ତାଣ୍ଡବ ରଚିବା କଥା କହି ଅନେକ ବାତ୍ୟା ପଣ୍ଡିତ ବିଭ୍ରାନ୍ତ କରି ସାରିଛନ୍ତି ।
ବାତ୍ୟାର ପବନ ସିନା ସେପରି ନଥିଲା, ହେଲେ ବର୍ଷା ଅସମ୍ଭାଳ ହେବ ବୋଲି ଆଇଏମଡି କହିଥିଲା । ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ ଜଗତସିଂହପୁର ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଥିଲା । ଏହି ପୂର୍ବାନୁମାନ ହିଁ ଦର୍ଶାଉଥିଲା ବାତ୍ୟା ପ୍ରଭାବରେ ବର୍ଷା ଭୟଙ୍କର ହେବ । ଆଉ ତାହା ହିଁ ହେଉଛି । ଭଦ୍ରକ, ବାଲେଶ୍ୱରରେ ଏଭଳି ବର୍ଷା ହେଉଛି ଯେ, ପୂରା ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଏବେ ବର୍ଷା ପାଣିରେ ବନ୍ୟା ଭ୍ରମ ସୃଷ୍ଟି ହେଲାଣି । ରାସ୍ତାଘାଟ ବୁଡ଼ିଛି । ଘରଦ୍ୱାର ବି ପାଣି ଘେରରେ । ଲୋକେ ଘରୁ ବାହାରି ପାରୁ ନାହାନ୍ତି । ପାହାଡ଼ିଆ ଅଞ୍ଚଳରେ ଏତେ ବର୍ଷା ହେଉଛି ଯେ, ତଳଅଞ୍ଚଳ ବୁଡ଼ି ଯାଉଛି । ନଦୀରେ ସ୍ରୋତ ବଢ଼ୁଛି । ବାତ୍ୟା ଦାନାରେ ପବନ ସିନା କ୍ଷତି କଲାନାହିଁ ହେଲେ ବର୍ଷା ଅନେକଙ୍କୁ ତଳିତଳାନ୍ତ କରିଦେଲାଣି ।
ବର୍ଷାରେ ସର୍ବାଧିକ କ୍ଷତି ହୋଇଛି ଚାଷର । ଧାନ ଅମଳ ହେବାକୁ ଥିଲା । ଅମଳ ପୂର୍ବରୁ ହଠାତ ଏପରି ବର୍ଷା ପୂରା ଧାନକୁ ନଷ୍ଟଭ୍ରଷ୍ଟ କରିଦେଇଛି । ଚାଷୀ ମୁଣ୍ଡରେ ଚଡ଼କ ପକାଇ ଦେଇଛି ଦାନା ପ୍ରଭାବରେ ହୋଇଥିବା ବର୍ଷା । ଏବେ କ୍ଷୟକ୍ଷତି ଆକଳନ କରାଯାଉଛି । ହେଲେ ତାହା ବି ବାଧାପ୍ରାପ୍ତ ହେଲାଣି । ବର୍ଷା ଯୋଗୁ କ୍ଷୟକ୍ଷତି ଆକଳନ କରାଯାଇ ପାରୁନାହିଁ । ବର୍ଷା ଏତେ ଭୀଷଣ ହେଉଛି ଯେ, ତାହା ଲୋକଙ୍କୁ କନ୍ଦାଇଲାଣି । ଦେଖାଯାଉ ବାତ୍ୟା ଯୋଗୁ ହେଉଥିବା ବର୍ଷା ଏତିକିରେ ରହୁଛି ନା ଆଗକୁ ବନ୍ୟା ସ୍ଥିତି ଆଣୁଛି?
Politics
ଗଞ୍ଜାମ( ଦ କୁଇଭର ):- ଚିକିଟୀରେ ପୁର୍ବତନମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଚିକିଟୀ ବିଜୁ ଜନତା ଦଳ ପକ୍ଷରୁ ଚିକିଟୀ କରବାଲୁଆ ଠାରୁ ଚିକିଟୀ ଗଡ ପର୍ଯ୍ୟନ୍ତ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥ୍ ଭାବେ ପୁର୍ବତନ ମନ୍ତ୍ରୀ ତଥା ବର୍ତମାନ ର ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଅନ୍ୟ ମାନଙ୍କ ମଧ୍ୟରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ବିଜେଡି ବ୍ଲକ ସଭାପତି ହେରମ୍ଭ ରେଡି, ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ,ବରିଷ୍ଠ ବିଜେଡ଼ି ସଂଘଠକ ସୁରେନ୍ଦ୍ର ନାଥ ମଣ୍ଡଳ, ସଚ୍ଚିଦାନନ୍ଦ ରାଜଗୁରୁ ଓ ଉଦୟ ନାଥ ପ୍ରଧାନ ଉପସ୍ଥିତ ଥିଲେ। ଏହି ପଦଯାତ୍ରାରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର ଏବଂ ବ୍ଲକର ସମସ୍ତ ପଞ୍ଚାୟତର ଳର ସରପଞ୍ଚ ମାନେ ଯୋଗ ଦେଇଥିଲେ।
National
ଦ କୁଇଭର ବ୍ୟୁରୋ :- ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାକୁ ଭେଟି ।ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି ।ସେପଟେ ୨୯ ତାରିଖ ଆୟୁର୍ବେଦିକ ଦିବସରେ ଭୁବନେଶ୍ୱର ଜଟଣୀରେ ଉଦଘାଟନ ହେବ ଆୟୁର୍ବେଦ ଓ ନେଚରପାଥିର ବଡ଼ ହସ୍ପିଟାଲ । ୨୧ ଏକର ଜାଗାରେ ହେବ ଏହି ହସ୍ପିଟାଲ । ଗୋଠ ପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦ୍ଘାଟନ ହେବ । ସେହିପରି ରାଜ୍ୟର ଓ ସାରାଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ୟ୍ୟକ୍ରମର ଶୁଭାରମ୍ଭ ହେବ । ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ । ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ୬ ମାସ ମଧ୍ୟରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଘର ପାଇବାରୁ ବଞ୍ଚିତ ହିତାଧିକାରୀ ଏଥିରେ ଲାଭ ପାଇବେ । ସର୍ଭେ ପରେ ସମସ୍ତଙ୍କୁ ପକ୍କା ଘର ଦିଆଯିବ । ସର୍କୁଲାର ଜିଲ୍ଲାପାଳ ଓ ବିଡିଓଙ୍କ ପାଖରେ ପହଞ୍ଚିଲାଣି ।
State
ଶିମିଳିପାଳ( ଦ କୁଇଭର ):- ବଦଳିଲା ବାଘୁଣୀର ଠିକଣା। ରାଜ୍ୟ ପରେ ରାଜ୍ୟ ଡେଇଁ ମୟୂରଭଞ୍ଜରେ ପହଂଚିଛି ମହାରାଷ୍ଟ୍ରର ବାଘୁଣୀ ଯମୁନା। ମହାବଳ ବଂଶବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଛି ବାଘୁଣୀ ବନ୍ୟପ୍ରାଣୀ ବିଭାଗ ଆଶା ରଖିଛି, ଓଡ଼ିଶା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ ଯମୁନା। ଯନ୍ତା ଖୋଲିଲା ମାତ୍ରେ ବାଘୁଣୀ ମୁହଁ କାଢି ଚାରିଆଡେ ଜଙ୍ଗଲକୁ ଦେଖିଲା ଗର୍ଜନ କଲା। ଆଉ ଡିଆଁମାରି ଶିମିଳିପାଳର କୋର ଏରିଆକୁ ଚାଲିଗଲା । ମହାରାଷ୍ଟ୍ରରୁ ୯୦୦ କିଲୋମିଟର ଦୂରତା ଅତିକ୍ରମ କରି ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା । ଏତେ ଦୂରରୁ ଆସିଥିବାରୁ ସେ ଏନକ୍ଲୋଜରରେ ବିଶ୍ରାମ ନେଇଥିଲା । ଯମୁନାର ସ୍ୱାସ୍ଥ୍ୟ ଉପରେ ବନବିଭାଗ ନଜର ରଖିଥଲା । ୨୦୨୩ର ବାଘ ଗଣନା ଅନୁସାରେ ଶିମିଳିପାଳରେ ମୋଟ ୩୯ ମହାବଳ ବାଘ ଅଛନ୍ତି ।ଏଥିମଧ୍ୟରୁ ୫୦ ପ୍ରତିଶତ କେବଳ କଳାବାଘ ଏହି ପ୍ରଜାତିର ମହାବଳଙ୍କ ରୋଗ ପ୍ରତିଷେଧକ ଶକ୍ତି କମ୍ ଏମାନେ ବେଶୀବର୍ଷ ବଞ୍ଚିବା ସମ୍ଭାବନା କମ୍ ଭବିଷ୍ୟତରେ ଶିମିଳିପାଳରେ କଳାବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇଟି ବାଘୁଣୀ ଆଣିବାକୁ ସ୍ଥିର ହୋଇଛି । ତେଣୁ ବାଘ ସଂଖ୍ୟା ବୃଦ୍ଧି ସହିତ ବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଇଛା ପ୍ରକାଶ କରିଥିଲା ବନବିଭାଗ। ଏନଟିସିଏର ଅନୁମତି ଓ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏକ ସ୍ବତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଥିଲା । ଆଉ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ଏକ ମାଈ ମହାବଳ ବାଘ ଯମୁନା ଶିମିଳିପାଳ ଆସିଛି। ଯମୁନାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଏବେ ଆଉ ଏକ ଟିମ ମହାରାଷ୍ଟ୍ରରେ ଅଛି । ଆଉ ଏକ ମାଈ ମହାବଳକୁ ଧରି ଟିମ୍ ଖୁବଶୀଘ୍ର ଓଡିଶା ଆସିବେ ବୋଲି ଜଣାପଡିଛି ।
State
ବ୍ରହ୍ମପୁର( ଦ କୁଇଭର ):- ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଲୁଲୁ ଦୋରା ନାମକ ଜଣେ ଯୁବକଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ୍ ଗିରଫ କରିଛି। ଏହି ମାମଲାରେ ଆଜି ଅଭିଯୁକ୍ତ ଲୁଲୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ପୋଲିସ ସୁତ୍ରରୁ ଜଣାପଡିଛି ଯେ, ଗିରଫ ଲୁଲୁ ଗୌତମୀ ଗ୍ରାମର ଟିକିନା ବେହେରା ନାମକ ଜଣେ ଯୁବକଙ୍କୁ ଜମି ବିକ୍ରୀ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୧୭ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ସେ ଜମି ଦେଲା ନାହିଁ କି ଟଙ୍କା ଫେରାଇଲା ନାହିଁ। ଯାହା ଫଳରେ ଟିକିନା ବର୍ଷ ବର୍ଷ କାଳ ଅପେକ୍ଷା କରି ପୋଲିସର ଦ୍ଵାରସ୍ଥ ହେଲେ।ଟିକିନାର ଅଭିଯୋଗକୁ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇ ଲୁଲୁଙ୍କୁ ଥାନାରେ ରଖି ଜେରା କରି ଅଭିଯୋଗର ସତ୍ୟତାକୁ ଭିତ୍ତି କରି ମାମଲା ରୁଜୁ କରି ଦଫା ୪୨୦/୩୪ ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।
State
ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ କୁମାର ଭୋଇ ଏହି ମିଳିତ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ I ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୮୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୭୩ ଟି ଥିବାବେଳେ ଗ୍ରାମ୍ୟ ଅଭିଯୋଗ ୮ଟି ରହିଥିଲା । ଦୁଇଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୬୦୦୦ ଟଙ୍କା ପ୍ରଦାନ କରାଯାଇଥିଲା I ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ୮ଟି ଅଭିଯୋଗର ତ୍ଵରିତ ଫଏସଲା କରିଥିଲେ I ଆବେଦନ ଗୁଡ଼ିକ ଶୁଣାଣି କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ,ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବି.ଡି.ଓ, ତହସିଲଦାର ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ।
State
ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାରେ ଅସୁରକ୍ଷିତ ମହିଳା । ୭ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଛନ୍ତି ପ୍ରାୟ ୪୦ ହଜାର ଝିଅ। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପରାମର୍ଶ ବୈଠକରେ ଗର୍ଜିଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା । କହିଛନ୍ତି ପ୍ରଚଳିତ କୋହଳ ନିୟମ ଯୋଗୁଁ ରୋକାଯାଇ ପାରିନି ଶିଶୁ ଚାଲାଣ ।ଓଡ଼ିଶାରେ ଅସୁରକ୍ଷିତ ମହିଳା। ୭ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଛନ୍ତି ପ୍ରାୟ ୪୦ ହଜାର ଝିଅ। ଆବଶ୍ୟକ ପଡ଼ିଲେ ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ନିୟମର ସଂଶୋଧନ କରି ଅଣାଯିବ କଠୋର ଆଇନ୍।ଚାକିରି ଦେବା ନାଁରେ ହେଉ କି ବିବାହ ଆଳରେ। ଦାଣ୍ତ ଅଗଣାରୁ ଅପହରଣଠାରୁ ଆରମ୍ଭ କରି, ବାପା ମାଆଙ୍କୁ ଲୋଭ ଦେଖାଇ ଝିଅଙ୍କୁ ନେଇ ଯାଉଛନ୍ତି ଦଲାଲ । ନିଖୋଜ ହେଉଛନ୍ତି ଲକ୍ଷ ଲକ୍ଷ ଝିଅ। ଆଉ ଏମାନଙ୍କ ଭିତରୁ ଅନେକଙ୍କ ଖୋଜ ଖବର ମିଳୁନି । ଏନସିଆରବି ରିପୋର୍ଟ ଅନୁସାରେ ୨୦୨୨ ମଧ୍ୟରେ ୧ ଲକ୍ଷ ୨ ହଜାର ୩୧୮ ଝିଅ ନିଖୋଜ ଅଛନ୍ତି । ୬୩ ହଜାର ୫୧୩ ଜଣଙ୍କୁ ଖୋଜି ପାଇବାରେ ସକ୍ଷମ ହୋଇଥିବା ବେଳେ ଏବେ ବି ୩୮ ହଜାର୨୧୫ ଝିଅଙ୍କର କୈାଣସି ଖବର ନାହିଁ। ଏହାରି ଭିତରେ ୫୯୦ ଜଣ ଝିଅଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।ପରୋକ୍ଷରେ ପୂର୍ବ ସରକାରକୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ l ପୋଲିସର ଖାମଖିଆଲି ମନୋଭାବ ନେଇ ବର୍ଷିଲେ କୋହଳ ନିୟମ କାରଣରୁ ଡରୁ ନଥିଲେ ଅପରାଧି । ପ୍ରଚଳିତ ନିୟମ ଆଧାରରେ ଆମେ ଶିଶୁ ଚାଲାଣ ରୋକିବାରେ ଅସମର୍ଥ ହୋଇଛେ ବୋଲି ଖୋଲା ମଞ୍ଚରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହ ପୋଲିସର ଖାମଖିଆଲି ମନୋଭାବ ଏହା ପଛର ପ୍ରମୁଖ କାରଣ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେଣୁ ଆବଶ୍ୟକ ପଡ଼ିଲେ କଡ଼ା ନିୟମ ସହ ଆଇନରେ ସଂଶୋଧନ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି - ଏକ ଟୋଲଫ୍ରି ନମ୍ବରର ବ୍ୟବସ୍ଥା କରାଯାଇପାରିବ,ଯାହା ଦ୍ୱାରା ନିଖୋଜ ଝିଅଙ୍କ ଖବର ଦେବେ ପରିବାର ଲୋକ ପିଲାଚୋରୀର ଲକ୍ଷଣ ନେଇ ଲୋକଙ୍କୁ ସଚେତନ କରାଯିବା ଜରୁରୀ,ଗ୍ରାମ ସଭାରେ ଚର୍ଚ୍ଚା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ସଚେତନ କରାଇବା ଉଦବେଗର ବିଷୟ ହେଉଛି, ମହିଳାଙ୍କ ବିରୋଧରେ ହେଉଥିବା ସାଇବର ଅପରାଧ ଓ ଝିଅଙ୍କ ଅଶ୍ଲିଳ ଭିଡ଼ିଓ ଦେଖିବାରେ ଓଡ଼ିଶା ଆଗରେ । ଆଉ ଏହାରି ଭିତରେ ଝିଅ ଚାଲଣ ରୋକିବା ବର୍ତ୍ତମାନର ସରକାରଙ୍କ ନିକଟରେ ଏକ ବଡ଼ ଆହ୍ୱାନ ହୋଇଛି ।
National
ଦ କୁଇଭର ବ୍ୟୁରୋ :- ଆଜି ଧନ୍ବନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ଏବଂ ବରଗଡ଼ରେ କ୍ରିଟିକାଲ ହେଲଥ କେୟାର ୟୁନିଟର ଉଦଘାଟନ କରିବେ ମୋଦି। ବରଗଡ଼ ମୁଖ୍ୟ ଚିକିତ୍ସାଳୟ କ୍ୟାଂପସରେ ନବ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଏହି କ୍ରିଟିକାଲ ହେଲ୍ଥ କେୟାର ସେଣ୍ଟରରେ ୧୦ଟି ଆଇସିୟୁ ବେଡ୍ ରହିଛି। ୧୮ କୋଟି ଟଙ୍କା ବ୍ୟୟରେ ଏହି କ୍ରିଟିକାଲ୍ ହେଲ୍ଥ କେୟାର ସେଣ୍ଟର ନିର୍ମାଣ କରାଯାଇଛି। ଏହାର ଉଦଘାଟନ ପରେ ସାଧାରଣ ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କୁହାଯାଉଛି।ଆଜି ପ୍ରଧାନମନ୍ତ୍ରୀ ଦେଶରେ ମୋଟ ୧୨ ହଜାର ୮୫୦ କୋଟିର ପ୍ରକଳ୍ପର ଉଦଘାଟନ କରିବେ। ନୂଆଦିଲ୍ଲୀରେ ଦେଶର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବା ସହ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।
National
ଦ କୁଇଭର ବ୍ୟୁରୋ :- ଶିଳ୍ପ ସମ୍ରାଟ ରତନ ଟାଟାଙ୍କ ଅତି ଘନିଷ୍ଠ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ୱିଲରେ ରହିଛି।ସାମ୍ନାକୁ ଆସିଲା ଦିବଂଗତ ଶିଳ୍ପପତି ରତନ ଟାଟାଙ୍କ ୧୦ହଜାର କୋଟି ଟଙ୍କାର ୱିଲ୍। ଆରପାରିକୁ ଯିବା ଆଗରୁ ଶିଳ୍ପ ସମ୍ରାଟ ରତନ ଟାଟା ୧୦ ହଜାର କୋଟି ଟଙ୍କାର ସଂପତ୍ତି ପଛରେ ଛାଡ଼ି ଯାଇଛନ୍ତି। ଏଥିରୁ କାହାକୁ କେତେ ଅଂଶଧନ ମିଳିବ, ସେକଥା ମଧ୍ୟ ସେ ନିଜ ଶେଷ ୱିଲ ବା ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି। ୱିଲରେ ନିଜର ପୋଷା କୁକୁର ଠାରୁ ଆରମ୍ଭ କରି ରୋଷେୟା, ସହାୟକ ଓ ଅନ୍ୟମାନଙ୍କୁ ଭାଗ ଦେବାକୁ ସେ କହିଛନ୍ତି। ଏହାବାଦ ତାଙ୍କର ଅତି ଘନିଷ୍ଠ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ୱିଲରେ ରହିଛି। କେବଳ ଏତିକି ନୁହେଁ, ଦୀର୍ଘ ୩ ଦଶନ୍ଧିରୁ ଅଧିକ ବର୍ଷ ହେଲାଣି ରୋଷେୟା ଭାବେ କାମ କରୁଥିବା ରାଜନ ଶ', ଘରୋଇ ସହାୟକ ସୁବୈୟା ଓ ପୋଷା କୁକୁର ଟିଟୋ ବି ଏହି ସଂପତ୍ତିରୁ ଭାଗ ପାଇବେ।
ପୂର୍ବରୁ ପୋଷା କୁକୁରର ମୃତ୍ୟୁ ପରେ ୬ ବର୍ଷ ହେଲା ରତନ ଟାଟା ଗୋଟିଏ ଜର୍ମାନ୍ ସେଫର୍ଡକୁ ପାଳିଥିଲେ। ପୋଷା କୁକୁର ନାଁ ଅନୁସାରେ ସେ ଜର୍ମାନ ସେଫର୍ଡର ନାଁ ମଧ୍ୟ ଟିଟୋ ରଖିଥିଲେ। ତା’ର ଲାଳନପାଳନ ଦାୟିତ୍ୱ ରୋଷେୟା ରାଜନକୁ ଦେବାକୁ ରତନ ଟାଟା କହିଛନ୍ତି। ଏଥିପାଇଁ ସଂପତ୍ତିର କିଛି ଅଂଶ ବି ୱିଲରେ ଉଲ୍ଲେଖ କରିଛନ୍ତି।ତାଙ୍କ ଘରୋଇ ସହାୟକ ଥିବା ସୁବୈୟା ପାଇଁ ମଧ୍ୟ ୱିଲରେ ବ୍ୟବସ୍ଥା ରହିଛି। ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ ତାଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା । ଚଳିତ ମାସ ୯ ତାରିଖରେ ୮୬ ବର୍ଷ ବୟସରେ ଆଖି ବୁଜିଥିଲେ ରତନ ଟାଟା। ତାଙ୍କର ୧୦ହଜାର କୋଟି ଟଙ୍କାର ସଂପତ୍ତି ଭିତରେ ସାମିଲ ରହିଛି ମହାରାଷ୍ଟର ଆଲିବାଗ ବେଳାଭୂମିରେ ଥିବା ୨ହଜାର ବର୍ଗଫୁଟର ବଙ୍ଗଳା, ମୁମ୍ବାଇ ଜୁହୁରେ ଥିବା ୨ ମହଲା କୋଠା, ୩୫୦ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ଟାଟା ସନ୍ସର ୦.୮୩ ପ୍ରତିଶତ ଅଂଶଧନ। ଶେଷ ପର୍ଯ୍ୟନ୍ତ ଟାଟା ସନ୍ସ ଓ ଟାଟା ମୋଟର୍ସ ଆଦିରେ ଥିବା ତାଙ୍କର ଅଂଶଧନକୁ ରତନ ଟାଟା ଏଣ୍ଡାୱମେଣ୍ଟ ଫାଉଣ୍ଡେସନ RTEFକୁ ଯିବ। ଶେଷ ପର୍ଯ୍ୟନ୍ତ ସେ ରହୁଥିବା କୋଲାବା ସ୍ଥିତ ହାଲେକାଇ ହାଉସ୍ ଇୱାର୍ଟ ଇନଭେଷ୍ଟମେଣ୍ଟ ପାଖରେ ରହିବ। ତେବେ ତାଙ୍କର ୨୦ ରୁ ୩୦ଟି ଦାମୀ କାର୍ କାହାକୁ ଦିଆଯିବ, ତାହା ଜଣାପଡ଼ିନି।
State
ଭୁବନେଶ୍ୱର ( ଦ କୁଇଭର ):- ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।
ଏହି ଦୌଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ବାବୁ ସିଂହ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି।
State
ଗଜପତି( ଦ କୁଇଭର ):- ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇ ପାରିଲାନି ଆମ୍ବୁଲାନ୍ସ l ମୃତ ଗର୍ଭବତୀ ମହିଳାଙ୍କ ଶବ କୁ ପ୍ରାୟ ଦୁଇ କିଲୋମିଟର ବୋହି ଆଣିଲେ ଗ୍ରାମବାସୀ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ନିଲ୍ଦିକିଆ ଗାଁରେ l ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକ୍ଲିଆ ଗ୍ରାମର ଗର୍ଭବତୀ ମହିଳା ମମିତା ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗାଁ ଲୋକେ ପ୍ରଥମେ ଅଡବା ମେଡିକାଲ ନେଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମମିତା ଙ୍କ ମୃତ୍ୟୁ ଘଟିଥିଲା l ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ରୁ ଗାଁ କୁ ଆଣିଥିଲେ l ତେବେ ଗାଁ କୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଶବ ରଖିଦେଇଥିଲା l ତେଣୁ ବାଧ୍ୟ ହୋଇ ଗାଁ ଲୋକେ ପ୍ରାୟ 2 କିଲୋମିଟର କାନ୍ଧରେ ବୋହି ନେଇଥିଲେ l ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ସବୁବେଳେ ରାସ୍ତା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ଗ୍ରାମବାସୀ l