Join Us To Make A Difference

The Drops💧

ସଭାସ୍ଥଳରେ ନକଲି ମୋଦୀ

ସଭାସ୍ଥଳରେ ନକଲି ମୋଦୀ
Published by:Jyotshna Kumari
#national

ଝାରସୁଗୁଡା( ଦ କୁଇଭର ):- ଶନିବାର ଝାରସୁଗୁଡା ଅମଲୀପାଲି ସ୍ଥିତ ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଦିନ ସାଢେ ୧୧ଟାରେ ରହିଥିବାବେଳେ ପୂର୍ବରୁ ସଭାସ୍ଥଳରେ ମୋଦୀଙ୍କ ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭ୍ରମ ସୃଷ୍ଟି ହୋଇଛି। ତେଵେ ମୋଦିଙ୍କ ଅବିକଳ ଭଳି ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ l ସେହି ଦିନଠାରୁ ସେ ମୋଦୀଙ୍କ ବେଶରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଖବର ମିଳୁଛି l ସେପଟେ ସଦାନନ୍ଦଙ୍କୁ ଦେଖି ତାଙ୍କ ସହ ସେଲ୍ଫି ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି l

Comments

Leave a Comment

Comments

No comments yet.

State

ମଧ୍ୟସ୍ଥତା’ ବିକଳ୍ପ ନ୍ୟାୟ ପ୍ରଦାନର ବିଶ୍ବସନୀୟ ବ୍ୟବସ୍ଥା ପାଲଟିଛି

Blog Thumbnail

ଦ କୁଇଭର ବ୍ୟୁରୋ :- କୋର୍ଟରେ ମାମଲାଗୁଡ଼ିକୁ ବହୁ ବର୍ଷ ଧରି ନ ଗଡ଼ାଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଏହାର ଶୀଘ୍ର ସମାଧାନ କରାଯାଇପାରିବ ସେ ନେଇ ଆଜିଠାରୁ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆରମ୍ଭ ହୋଇଛି ଦ୍ବିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ମଧ୍ୟସ୍ଥତାକୁ ଆଇନଗତ ମାନ୍ୟତା ମିଳିବା ଦ୍ବାରା ଏହା ବିକଳ୍ପ ଉପାୟରେ ନ୍ୟାୟ ପ୍ରଦାନ କରିବାର ଏକ ବିଶ୍ବସନୀୟ ବ୍ୟବସ୍ଥା ପାଲଟିଛି। ମଧ୍ୟସ୍ଥତା ଆଇନ, ୨୦୨୩ ଉପରେ ଗୁରୁତ୍ବାରୋପ ‌କରି ସେ କହିଥିଲେ, ଏହି ଆଇନ ସହଭାଗିତା, ସମାନତା, ସୁଲଭ ନ୍ୟାୟ ନିଶ୍ଚିତ କରୁଛି। କୋର୍ଟରେ ଦୀର୍ଘ ବର୍ଷ ଧରି ଚାଲିଥିବା ମାମଲାଗୁଡ଼ିକୁ କମାଇବାରେ ଏହା ସହାୟକ ହୋଇଛି। ଏହାକୁ ସମସ୍ତେ ପ୍ରୋତ୍ସାହିତ କରିବା ଦରକାର। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ତାଙ୍କ ଅଭିଭାଷଣରେ କହିଥିଲେ, ମଧ୍ୟସ୍ଥତା କେବଳ ବିବାଦ ସମାଧାନ ପାଇଁ ନୁହେଁ, ବରଂ ବିଶ୍ୱାସ ଗଠନ କରିବା, ସମ୍ପର୍କକୁ ସୁରକ୍ଷିତ ରଖିବା ଏବଂ ସାମାଜିକ ସମନ୍ୱୟ ସୃଷ୍ଟି କରିବା ଦରକାର। ଓଡ଼ିଶା ଏପରି ଏକ ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରିବା ଗର୍ବର ବିଷୟ। ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆଲୋଚନା ଓ ସହମତିର ସଂସ୍କୃତିକୁ ସୁଦୃଢ଼ କରିବ। ମଧ୍ୟସ୍ଥତା ହେଉଛି ଏକ କାଳଜୟୀ ଅଭ୍ୟାସ, ଯେଉଁଥିରେ ଆଲୋଚନା ଓ ସହମତି ଭିତ୍ତିରେ ବିବାଦକୁ ଦୂର କରିବା ସହ ସମ୍ପର୍କକୁ ସୁଦୃଢ଼ କରିଥାଏ। ବିବାଦର ନିରପେକ୍ଷ ଏବଂ ସ୍ଥାୟୀ ସମାଧାନ ମଧ୍ୟ ପ୍ରଦାନ କରିଥାଏ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନ୍ୟାୟିକ ସଂସ୍କାର ଏବଂ ବିକଳ୍ପ ଉପାୟରେ ବିବାଦର ସମାଧାନ ନେଇ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମଧ୍ୟସ୍ଥତା ସମ୍ମିଳନୀ ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥାର ମୂଳ ଆଧାରକୁ ଆହୁରି ସୁଦୃଢ଼ କରିବ। ଏହାଦ୍ବାରା ଦକ୍ଷତା, ଅନ୍ତର୍ଭୁକ୍ତି ଏବଂ ଆଇନଗତ ପ୍ରକ୍ରିୟାରେ ବିଶ୍ୱସନୀୟତା ସୁନିଶ୍ଚିତ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମଧ୍ୟସ୍ଥତା ବିବାଦ ନୁହେଁ, ସହମତିଭିତ୍ତିକ ଆଲୋଚନାର ଏକ ସେତୁ। ଏହା ମୁଖ୍ୟତଃ ୪ଟି ଉପାଦାନ ଉପରେ ନିର୍ଭର କରେ। ଯଥା ପ୍ରଭାବଶାଳୀ ସକାରାତ୍ମକ ଆଲୋଚନା, ଗୋପନୀୟତା, ନିୟନ୍ତ୍ରଣ ଓ ସୃଜନଶୀଳତା। ଏହି ୪ଟି ଉପାଦାନ ଏକ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ପାଇଁ ଅତ୍ୟନ୍ତ ମୂଲ୍ୟବାନ। କାରଣ, ଏହା ସେମାନଙ୍କୁ ନ୍ୟାୟପୂର୍ଣ୍ଣ, ଉଚିତ ଏବଂ ସମନ୍ୱିତ ସମାଧାନ ପ୍ରଦାନ କରିପାରିବ। ସେହିପରି ମଧ୍ୟସ୍ଥତା ମାଧ୍ୟମରେ ଯଦି କୌଣସି ବିବାଦର ସମାଧାନ ହୋଇପାରୁଛି ତେବେ ଏହା କୋର୍ଟକୁ ଆଶ୍ୱସ୍ତି ପ୍ରଦାନ କରିବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାଦ୍ବାରା ଲୋକମାନେ ଶୀଘ୍ର ଓ ସହଜରେ ନ୍ୟାୟ ପାଇପାରିବେ। ମଧ୍ୟସ୍ଥତାକୁ କେବଳ ଏକ ପ୍ରକ୍ରିୟା ଭାବେ ନୁହେଁ, ବରଂ ଏକ ଆନ୍ଦୋଳନ ଭାବେ ଦେଖାଯିବା ଉଚିତ। ଏହା ଶାନ୍ତି, ସଦ୍‌ଭାବନା ଏବଂ ନ୍ୟାୟ ପାଇଁ ଏକ ଆନ୍ଦୋଳନ ପାଲଟିବ। ଏହି ସମ୍ମିଳନୀରେ ଯେଉଁ ସୁପାରିସ ଆସିବ ତାକୁ ଆଇନ ବିଭାଗ ପକ୍ଷରୁ ରେକର୍ଡ କରାଯା‌ଇ ତୁରନ୍ତ ମୋ ପାଖକୁ ପଠାଇବେ। ସରକାର ଏପରି ଭାବରେ କାର୍ଯ୍ୟ କରିବା ଉଚିତ ଯାହା ମଧ୍ୟସ୍ଥତା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ବୃଦ୍ଧି କରିବ ଏବଂ ପ୍ରକ୍ରିୟାଗୁଡ଼ିକୁ ଦକ୍ଷତାର ସହ ଏବଂ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ କହିଥିଲେ, ମଧ୍ୟସ୍ଥତା ସେବାକୁ ବିସ୍ତାର କରିବା ପାଇଁ ଓଡ଼ିଶା ଠିକ୍ ଭାବେ ପଦକ୍ଷେପ ନେଉଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟସ୍ଥତାକୁ ଦେଶବ୍ୟାପୀ ପ୍ରୋତ୍ସାହିତ କରିବାରେ ନ୍ୟାୟପାଳିକା ଓ ସରକାରଙ୍କ ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି ଏବଂ ବିଚାରପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଓଡ଼ିଶାର ଆଡଭୋକେଟ୍‌ ‌ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଧନ୍ୟବା‌ଦ ଦେଇଥିଲେ।

Health & lifestyle

୨ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା

Blog Thumbnail

ଦ କୁଇଭର ବ୍ୟୁରୋ :- ୨ରୁ ବର୍ଷରୁ କମ ପିଲାଙ୍କୁ କଫ୍ ସିରପ୍‌ ମନା । କଫ୍ ସିରପ୍‌ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା । ଶିଶୁଙ୍କୁ କଫ୍‌ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍‌ଭାଇଜରି ଜାରି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା ହେବା ସହିତ ମାର୍ଗଦର୍ଶିକା ଜାରି ହୋଇଛି । ୨ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ କହିଲା ଡିଜିଏଚଏସ୍ l ତେବେ ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।


ଡିଜିଏଚଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ପକ୍ଷରୁ ଜାରି ଚିଠାରେ କୁହାଯାଇଛି କି, ସାଧାରଣତଃ ୫ ବର୍ଷଠୁ କମ ବୟସ୍କଙ୍କ ପାଇଁ କଫ୍ ସିରପ ସୁପାରିସ କରାଯାଏ ନାହିଁ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଏଚଏସ୍ ଏହି ପରାମର୍ଶ ଦେଇଛି । ଏମ୍‌ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍‌ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି । ଦୁଇ ବର୍ଷରୁ କମ ଶିଶୁଙ୍କୁ ଥଣ୍ଡା, କାଶର ଔଷଧ ଦିଅନ୍ତୁ ନାହିଁ । ଘରୋଇ ଉପଚାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ଔଷଧ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ପରାମର୍ଶ ଦିଆଯାଇଛି ।


କେନ୍ଦ୍ରର ପରାମର୍ଶ ଅନୁଯାୟୀ,

ଶିଶୁ ଚିକିତ୍ସାରେ ଔଷଧ ବ୍ୟବହାର ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ କାଶ ସିରପ୍ ସଠିକ ଭାବରେ ଲେଖିବା ଏବଂ ବଣ୍ଟନ କରିବା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ଅଧିକାଂଶ ତୀବ୍ର କାଶ ରୋଗ ହୋଇଥାଏ । କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇପାରିବ ନାହିଁ କିମ୍ବା ଦିଆଯିବା ଉଚିତ୍ ନୁହେଁ । ଏଗୁଡ଼ିକ ସାଧାରଣତଃ 5 ବର୍ଷରୁ କମ୍ ବୟସ ଏବଂ ତା'ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ । ଯେକୌଣସି ବ୍ୟବହାର ପାଇଁ ସତର୍କତାର ସହିତ କ୍ଲିନିକାଲ୍ ମୂଲ୍ୟାଙ୍କନ କରାଯିବା ଉଚିତ ।


ପର୍ଯ୍ୟାପ୍ତ ପାନୀୟ ଜଳ, ବିଶ୍ରାମ, ସହାୟକ ପଦକ୍ଷେପ ସମେତ ଅଣ-ଔଷଧୀୟ ପଦକ୍ଷେପ ପ୍ରଥମ ଧାଡି ପଦ୍ଧତି ହେବା ଉଚିତ । ଏହା ସହିତ ଅନୁରୋଧ କରାଯାଉଛି ଯେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଅନ୍ତର୍ଗତ ସମସ୍ତ କ୍ଲିନିକାଲ୍ ପ୍ରତିଷ୍ଠାନ/ସ୍ୱାସ୍ଥ୍ୟସେବା ସୁବିଧା ସରକାରୀ ଡିସପେନସାରୀ, ପିଏଚସି, ସିଏଚ୍ସି, ଜିଲ୍ଲା ହସ୍ପିଟାଲ ଏବଂ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ଏହି ପରାମର୍ଶକୁ କାର୍ଯ୍ୟକାରୀ ଏବଂ ପ୍ରସାରିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ।

Entertainment

ପୁଣି ଥରେ ମା’ ହେବେ ସୋନମ କପୁର

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଘରେ ଆଉ ଏକ ଅତିଥି ଆସୁଛନ୍ତି । ସୋନମ କପୁର ତାଙ୍କର ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି । ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସୋନମ ତାଙ୍କର ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ପରିବାର ବର୍ତ୍ତମାନ ଆନନ୍ଦରେ ଅଛନ୍ତି । ହେଲେ, ସୋନମ କିମ୍ବା ତାଙ୍କ ପରିବାର କେହି ଏହାକୁ ନିଶ୍ଚିତ କରିନାହାଁନ୍ତି ।


କିନ୍ତୁ କୁହାଯାଉଛି ଯେ ସୋନମ ଏବଂ ଆନନ୍ଦ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ସେମାନଙ୍କର ଖୁସି ଖବର ବାଣ୍ଟିବାକୁ ଯୋଜନା କରୁଛନ୍ତି । ହେଲେ, ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସୋନମ ସେୟାର କରିଥିଲେ ଯେ ସେ ଖୁବ୍ ଶୀଘ୍ର ଅଭିନୟକୁ ଫେରିବେ । ଏଥିସହ ୨୦୨୫ ର ଶେଷ ତ୍ରୟମାସରେ ତାଙ୍କର ପ୍ରଥମ ମାତୃତ୍ୱ ପରେ ପ୍ରୋଜେକ୍ଟ ଆରମ୍ଭ କରିବେ ।ସୋନମ କପୁର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ‘ମୁଁ ଜଣେ ମାଆ ହେଲି ଏବଂ ମୋ ପୁଅର ବଡ଼ ହେବା ଦେଖିବା ପାଇଁ ଯଥାସମ୍ଭବ ସମୟ ଦେବାକୁ ଚାହୁଁଥିଲି । ‘ମୁଁ ଜଣେ ମାଆ ହେବାର ଅନୁଭବକୁ ଉପଭୋଗ କରିବାକୁ ଚାହୁଁଥିଲି ଏବଂ ଏହା ମୋ ଜୀବନର ସବୁଠାରୁ ସନ୍ତୋଷଜନକ ଅଭିଜ୍ଞତା ହୋଇଛି ’।ସୋନମ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସବୁବେଳେ ଏପରି ପ୍ରୋଜେକ୍ଟ ବାଛିବାକୁ ଚେଷ୍ଟା କରିଛି, ଯାହା ଗୋଟିଏ ଝିଅର କାହାଣୀକୁ କେନ୍ଦ୍ରିତ କରେ ଏବଂ ସେହି ଲକ୍ଷ ପରିବର୍ତ୍ତନ ହୋଇନାହିଁ । ମୁଁ ଏପରି ପ୍ରୋଜେକ୍ଟ କରିବାକୁ ଚାହୁଁଛି ଯାହା କେବଳ ଗୋଟିଏ ନୁହେଁ ବରଂ ଅନେକ ସ୍ତରରେ ମହିଳାଙ୍କ ଭୂମିକାକୁ ଅନୁସନ୍ଧାନ କରେ । ମୁଁ କ୍ୟାମେରା ସାମ୍ନାକୁ ଫେରିବାକୁ ଉତ୍ସାହିତ ଏବଂ ମାଆ ହେବା ପରେ ମୋର ପ୍ରଥମ ପ୍ରୋଜେକ୍ଟ ୨୦୨୫ ର ଶେଷ ତ୍ରୟମାସରେ ସୁଟିଂ ଆରମ୍ଭ ହେବ ’। ଏହାର ଅର୍ଥ ହେଉଛି ସୋନମ କପୁର ଏବଂ ଆନନ୍ଦ ଆହୁଜା ପୁଣି ଥରେ ପିତାମାତା ହେବାର ଯୋଜନାକୁ ନିଶ୍ଚିତ କରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ । ସୋନମଙ୍କୁ ଶେଷ ଥର ପାଇଁ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ବ୍ଲାଇଣ୍ଡରେ ଦେଖିବାକୁ ମିଳିଥିଲା, ଯାହା ୨୦୨୩ ରେ ରିଲିଜ୍ କରିବାକୁ ସ୍ଥିର ହୋଇଥିଲା ।

State

ପୂଜା ପାଇଁ ରାଜଧାନୀରେ ଲାଗୁ ହେଲା ଟ୍ରାଫିକ୍ କଟକଣା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା । ଆଜିଠୁ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରାହ୍ନ ୨ରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା କରିଛି କମିସନରେଟ ପୋଲିସ । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୋଲିସ । ଆଜିଠୁ ଭୁବନେଶ୍ୱରରେ ଲାଗୁ ହୋଇଛି କଟକଣା । ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ)ରାସ୍ତା ବାରଣ କରାଯାଇଛି।ଜାତୀୟ ରାଜପଥ ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱରେ ଥିବା ସର୍ଭିସ୍‌‌ ରୋଡ଼ରେ ମଧ୍ୟ ଭାରୀଯାନ ବାରଣ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ।


ସେହିପରି, କଟକ ପାର୍ଶ୍ୱରୁ ଖୋର୍ଦ୍ଧା ପାର୍ଶ୍ୱକୁ ଆସୁଥିବା ଭାରୀ ମାଲବାହୀ ଯାନଗୁଡ଼ିକୁ ବାଲିକୁଦା ଛକରେ ଚନ୍ଦକା ଛକ ଏବଂ ବାରଙ୍ଗା ଛକ ଦେଇ ପିତାପାଇଲି ଛକ ଆଡ଼କୁ ସ୍ଥାନାନ୍ତରିତ କରାଯିବ। ଟ୍ରାଫିକ ପରିମାଣ ଏବଂ ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ଆବଶ୍ୟକ ହେଲେ ପିତାପାଇଲି ଛକ ଏବଂ ବିରୂପା ବିରଗେରୁ ଭାରୀ ଯାନଗୁଡ଼ିକର ପ୍ରବେଶକୁ ପ୍ରତିବନ୍ଧିତ କରାଯିବ।

ନୟାପଲ୍ଲୀରେ ରାୟଣ ପୋଡ଼ି ସମୟରେ, କଟକ ପାର୍ଶ୍ୱରୁ ଜାତୀୟ ରାଜପଥ -୧୬ ରେ ଆସୁଥିବା ସମସ୍ତ ଯାନବାହାନ ଯାତାୟାତକୁ ଜୟଦେବ ବିହାରରୁ ବେହେର୍ସ ସାଇ, ଶାସ୍ତ୍ରୀ ନଗର, ପାୱାର ହାଉସ୍ ଏବଂ ୟୁନିଟ୍-୮ DAV କ୍ରସିଂ ଦେଇ CRP ଛକ କିମ୍ବା ଫାୟାର ଷ୍ଟେସନ ଛକକୁ ସ୍ଥାନାନ୍ତର କରାଯିବ। ସେହିପରି, CRP ଛକରୁ ଏକାମ୍ର କାନନା ରାସ୍ତା ଏବଂ ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାତାୟାତ କରାଯିବ। ଜନସାଧାରଣଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ, ଉପରୋକ୍ତ ଦିନଗୁଡ଼ିକରେ ଭୁବନେଶ୍ୱରରୁ ଯିବା ଆସିବା ପାଇଁ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି।

Health & lifestyle

ପ୍ରତିଦିନ ୧୫ ମିନିଟ୍ ନାଚି ସୁସ୍ଥ ରୁହନ୍ତୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଦର୍ଶକ ବନ୍ଧୁ,ଡ୍ୟାନ୍ସ କରିବାକୁ ବା ନାଚିବାକୁ କାହାକୁ ବା ଭଲ ଲାଗେନି କହିଲେ l ଏକ ନିର୍ଦ୍ଧିଷ୍ଟ ସ୍ଟେପରେ ହିଁ ନାଚିବା ବା ପ୍ରପର ୱେ ରେ ନାଚିବା କେବଳ ନାଚ ହୋଇନଥାଏ , ମନକୁ ଖୁସି ରଖିବା ପାଇଁ ଯେକୌଣସି ଶୈଳୀରେ ଆପଣ ନାଚିପାରିବେ l ପ୍ରାୟତଃ ୭୦ % ଲୋକଙ୍କୁ ଡାନ୍ସ କରିବାକୁ ବହୁତ ଭଲ ଲାଗେ । ଡାନ୍ସ କରିବା ଦ୍ବାରା ଖୁସି ଅନୁଭବ ତ ହୋଇଥାଏ କିନ୍ତୁ ଚାପ ମଧ୍ଯ ଚୁଟକିରେ ଗାଏବ ହୋଇଯାଏ । ଡାନ୍ସ କେବଳ ଏକ କଳା ନୁହେଁ ଏହାକୁ ଏକପ୍ରକାର ବ୍ୟାୟାମ ବୋଲି ମଧ୍ୟ ଆପଣ କହିପାରିବେ । ଡାନ୍ସ କରିବା ଦ୍ବାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରୁହେ । ମନୋରଞ୍ଜନର ମାଧ୍ୟମ ପାଲଟିଥିବା ଡାନ୍ସକୁ ଯଦି ଆପଣ ୧୫ ଦିନ ଘରେ କରିବେ ତା'ହେଲେ ଶରୀରରେ ମ୍ୟାଜିକ୍ ପରି ଫରକ ଜାଣିପାରିବେ । ଏହା ରୋଗକୁ ଦୂର କରିଥାଏ I ଏକପ୍ରକାର ବ୍ୟାୟାମର କାମ କରୁଥିବା ଡାନ୍ସ ହୃଦୟ ଏବଂ ଫୁସଫୁସ୍ ପାଇଁ ବହୁତ ଲାଭଦାୟକ । ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବା ସହିତ ଅଙ୍ଗପ୍ରତ୍ୟଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ପହଞ୍ଚିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ I ଡାନ୍ସ ହାଡ଼କୁ ମଜଭୁତ କରିଥାଏ I ମାଂସପେଶୀକୁ ହାଲୁକା କରିବା ସହିତ ଓଜନକୁ ମଧ୍ଯ କଣ୍ଟ୍ରୋଲ କୁ ଆଣିଥାଏ I କ୍ୟାଲୋରି ବର୍ଣ୍ନ ହେଉଥିବାରୁ ଶରୀରରେ ଜମିଥିବା ଚର୍ବି ମଧ୍ଯ କମ୍ ହୋଇଥାଏ I ମୋଟାପଣ କମାଇବାର ସହଜ ଉପାୟ ହେଉଛି ପ୍ରତିଦିନ ମନ ଖୋଲି ନାଚିବା । ଡାନ୍ସ କରିବା ସମୟରେ ଶରୀରରୁ ଏଣ୍ଡୋଫିନ୍ (ଖୁସି ହର୍ମୋନ୍) ରିଲିଜ୍ ହୋଇଥାଏ ଯେଉଁ କାରଣରୁ ଟେନସନ୍ ଦୂର ହେବା ସହ ଦିନଟି ଖୁସିରେ ବିତିଥାଏ I

City

ମା ଦୂର୍ଗା'ଙ୍କ ମନ୍ଦିରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତଙ୍କୁ ହାଲୁଆ ବଣ୍ଟନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଥିବା ମା ଦୂର୍ଗାଙ୍କ ମନ୍ଦିର ନିକଟରେ ନବରାତ୍ର ଅବସରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ଓ ଜିଲାପି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ କୁମାର ପଣ୍ଡା, ମେୟର ସଂଘ ମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସୁର୍ୟକାନ୍ତ ସୁବୁଦ୍ଧି, ସମାଜ ସେବୀକା ଅସ୍ମିତା ମହାନ୍ତି ଓ ବରିଷ୍ଠ ସାମ୍ୱାଦିକ ସୁଦିପ୍ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ରହି ମା ଦୁର୍ଗାଙ୍କ ପୂଜା କରିବା ସହ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ବଣ୍ଟନ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । କର୍ପୋରେଟର ଡ. ସୋନାଲି ଗନ୍ତାୟତ ଓ ଫାଉଣ୍ଡେସନ ର ମୁଖ୍ୟ ଅଞ୍ଜନା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ସିମ୍ରନ୍ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ମନ୍ଦିର ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।