Join Us To Make A Difference

The Drops💧

ଗ୍ରାନାଇଟ ଖଣିରେ ୬ ଓଡ଼ିଆ ଶ୍ରମିକ ମୃତ, ୧୦ରୁ ଉର୍ଦ୍ଧ ଗୁରୁତର

ଗ୍ରାନାଇଟ ଖଣିରେ ୬ ଓଡ଼ିଆ ଶ୍ରମିକ ମୃତ, ୧୦ରୁ ଉର୍ଦ୍ଧ ଗୁରୁତର
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଆନ୍ଧ୍ରପ୍ରଦେଶ ଗ୍ରାନାଇଟ ଖଣିରେ ବଡ଼ ଅଘଟଣ । ଭୟଙ୍କର ଦୁର୍ଘଟଣାରେ ୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ ଖଣିରେ ଏକ ବଡ଼ ପଥର ଖଣ୍ଡ ଧସେଇ ଖସିପଡ଼ିବା ଫଳରେ ଏହି ଅଘଟଣ ଘଟିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶ ବାପତଲା ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର କିଛି ଶ୍ରମିକ ଗତ ୩ ମାସ ଧରି ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ କାମ କରୁଥିଲେ । ଆଜି ସକାଳେ ପାଖାପାଖି ୧୬-୨୦ ଜଣ ଶ୍ରମିକ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଖଣିରେ ବିସ୍ଫୋରଣ ପାଇଁ ଜେଲାଟିନ୍ ଷ୍ଟିକ୍ ସ୍ଥାପନ କରୁଥିବା ସମୟରେ ଦୁର୍ଘଟଣାବଶତଃ ଉପରୁ ଏକ ଗ୍ରାନାଇଟ୍ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା । ପଥର ପଡ଼ିବା ଯୋଗୁଁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଆହତ ଶ୍ରମିକଙ୍କୁ ନରସରାଓପେଟ୍ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ରହିଛନ୍ତି । ଦୁର୍ଘଟଣା ଘଟଣା ଜଣାପଡିବା ମାତ୍ରେ ବାପତଲା ଜିଲ୍ଲା କଲେକ୍ଟର ଭେଙ୍କଟ ମୁରଲୀ ଏବଂ ଏସପି ତୁଷାର ଡୁଡି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାଲିକୁରାବା ପୋଲିସ ଏବଂ ରାଜସ୍ୱ ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଖଣି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


ତେବେ ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା , ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ ବୋଲି ଜଣାପଡିଛି l

ତେବେ ଗଭୀର ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର କାନ୍ଦ ବୋବାଳି ଭିତରେ ଫାଟି ପଡୁଥିବାବେଳେ ଅଞ୍ଚଳରେ ଶୋକାକୁକ ପରିବେଶ ସୃଷ୍ଟି ହୋଇଛି l ଦେଖାଯାଉ ରାଜ୍ୟ ସରକାରଙ୍କ ଅନାଦର ଏବଂ ଅଣଦେଖା ପାଇଁ ବାହାର ରାଜ୍ୟ କୁ ଯାଇ ଦାଦନ ଖଟି ଗୁଜୁରାଣ ମେଣ୍ଟାଇବାକୁ ଯାଇ ଆଉ କେତେ ଜଣ ଏଭଳି ଅଘଟଣର ଶିକାର ହେଉଛନ୍ତୁ...

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

State

ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟରେ ହୋଇପାରିବନି ଗୋହତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ରାଜ୍ୟରେ ଆଉ ହୋଇପାରିବନି ଗୋହତ୍ୟା । ଲୁଚା ଚୋରା ଯାହା ସବୁ ଚାଲିଥିଲା ସେସବୁ ମଧ୍ୟ ସମ୍ପୂର୍ଣ ବନ୍ଦ ହେବ l ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠି ତ ଗୋମାଂସ ଚୋରା ଚାଲାଣ ବେଳେ ଗାଡ଼ି ଧରାପଡ଼ିଥିବାର ନଜିର ରହିଛି । ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଥିଲେ, କିନ୍ତୁ ସରକାର ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଆଜି ଏହି ହାଇକୋର୍ଟ ଏ ସବୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଉ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁଠି ସ୍ବାଗତ କରାଯାଇଛି l

State

ବ୍ରହ୍ମପୁରରେ ଧର୍ମେନ୍ଦ୍ର ପ୍ରଧାନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମାଙ୍କୁ ଦର୍ଶନ କରିବା ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିରରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏହାପରେ ମନ୍ଦିରର ପୂଜକ ମାନଙ୍କ ସହ ମନ୍ଦିରର କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ । ଦୀର୍ଘ ଦିନ ପରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ବେଶ ଆତ୍ମତୃପ୍ତି ଲାଗିଛି ।ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ବେଶ ଜୋରସୋରରେ ଚାଲିଛି । ମନ୍ଦିରର କାର୍ଯ୍ୟ ଶେଷ ହେବା ପରେ ମନ୍ଦିରର ନୂଆ ରୂପ ଦେଖିବା ନିମନ୍ତେ ଭକ୍ତଙ୍କ ଆହୁରି ଭିଡ଼ ଲାଗିବ । ରାଜ୍ୟ ସରକାର ମଧ୍ୟ ମନ୍ଦିରର ଉନ୍ନତି ନିମନ୍ତେ ଆବଶ୍ୟକୀୟ ଅନୁଦାନ ଦେଇଥିବା ବେଳେ ତାହା ବର୍ତମାନ ପ୍ରତିପାଦିତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ସହ ଜିଲ୍ଲାର ବହୁ ବିଧାୟକ ମାନେ ଉପସ୍ଥିତ ଥିଲେ ।

ବାଇଟ୍- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ

Shree Jagannath

ଆଜି ରକ୍ଷା ବନ୍ଧନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ରାଖି ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିବ ଭଉଣୀ । ସବୁ ଦିନ ପାଇଁ ଭାଇ ପାଖରୁ ସୁରକ୍ଷା ଲୋଡିବ । ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସ ନୀତି ପାଳିତ ହେବ । ସକାଳୁ ପ୍ରଭୁଙ୍କର ଦ୍ବାରଫିଟା, ମଙ୍ଗଳ ଆଳତୀ, ଅବକାଶ ନୀତି, ଭୋଗମଣ୍ଡପ, ସର୍ବାଙ୍ଗ ନୀତି ପରେ ରାଖି ଲାଗି ହେବ । ସେହିପରି ସନ୍ଧ୍ୟାଧୁପ ପରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ ।

State

ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ : ଏଫଏମ ଛାତ୍ରୀ ଘଟଣା

Blog Thumbnail

ଦ କୁଇଭର ବ୍ୟୁରୋ :- ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।

State

ବିଶ୍ୱ ଆଦିବାସୀ ଦିବସରେ ଗର୍ଜୀଲେ ଆଦିବାସୀ

Blog Thumbnail

ମାଲକାନଗିରି( ଦ କୁଇଭର ):- ମାଲକାନଗିରି ଜିଲ୍ଲାର ମୂଳ ନିବାସୀ । ବଣ୍ଡା, ଡିଡାଇ, କୋୟା, ପରଜା ଓ ଦୁରୁଆ ଭଳି ୩୨ ଟି ଜନ ଜାତିର ଆଦିବାସୀ ଲୋକେ ନିଜ ନିଜର ପାରମ୍ପରିକ ବେଶରେ ବିଶାଳ ଶୋଭାଯାତ୍ରା କରିଛନ୍ତି । ହଜାର ହଜାର ଆଦିବାସୀ ଲୋକେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ମାଲକାନଗିରି ବସଷ୍ଟେଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପରେ ଏହି ଶୋଭାଯାତ୍ରା ଡିଏନକେ ଖେଳ ପଡିଆ ଠାରେ ପହଞ୍ଚି ଥିବା ବେଳେ ସେଠାରେ ଏକ ବିଶାଳ ଆଦିବାସୀ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ପାରମ୍ପାରିକ ନାଚ ଗିତ କରିଛନ୍ତି । ମାଲକାନଗିରି ଜିଲ୍ଲାର ମୂଳ ନିବାସୀ ୩୨ଟି ଜନ ଜାତିର ଲୋକଙ୍କ ବିକାଶ ଲାଗି ସରକାର ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି । ଏଥିସହିତ ଜଳ, ଜଙ୍ଗଲ, ଜମି ପାଇଁ ଆଦିବାସୀ ନିଜର ଲଢେଇ ଜାରି ରଖିଥିବ ବୋଲି କହିଛନ୍ତି।

International,Business,National

ମିଶିଲେଣି ଭାରତ, ଋଷ ଓ ଚୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆମେରିକାର ତାରିଫ ଧମକ ପରେ ଏବେ ଭାରତ, ଋଷ ଓ ଚୀନ ଏକଜୁଟ ହୋଇଛନ୍ତି । ଏମାନଙ୍କ ଏକତା ଦେଖି ଟ୍ରମ୍ପଙ୍କ ପିଳେହି ପାଣି । ପୁଟିନଙ୍କ ସହ ଶାନ୍ତି ଆଲୋଚନା କରିବା ପାଇଁ ଦୂତ ପଠାଇଲେଣି । ମାତ୍ର ତିନି ଦିନ ଭିତରେ ଟ୍ରମ୍ପଙ୍କ ଅବସ୍ଥା ଢିଲା କରିଦେଲେ ଭାରତ, ଋଷ ଓ ଚୀନ ।


ଋଷ ସହ ବେପାର କରୁଥିବା ଦେଶକୁ ଟ୍ରମ୍ପ ଦେଇଥିଲେ ଧମକ । ଟ୍ରମ୍ପ ତାରିଫ ବା ଶୁଳ୍କକୁ ୧୦୦ ପ୍ରତିଶତ କରିଦେଲେ । ଏହା ପରେ ଏକଜୁଟ ହେଲେ ଅନେକ ଦେଶ । ଭାରତ ବିରୁଦ୍ଧରେ ଟ୍ରମ୍ପଙ୍କ ନକରାତ୍ମକ ଆଭିମୁଖ୍ୟ ଭାରତ, ଋଷ ଓ ଚୀନକୁ ଏକତ୍ରିତ କରିଦେଲା । ୨୦୨୦ ପରେ ଚୀନ ଗସ୍ତକୁ ରଦ୍ଦ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚୀନ ଗସ୍ତରେ ବାହାରିଲେଣି । ଚୀନ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏ ଗସ୍ତ । ସେହି ଭଳି ଋଷ ସହ ମଧ୍ୟ ସମ୍ପର୍କକୁ ନିବିଡ଼ କରାଯାଇଛି । ଭାରତ, ଋଷ ଓ ଚୀନ ଏହି ତିନି ଦେଶ ମିଶି ବିଶ୍ୱରେ ସ୍ୱତନ୍ତ୍ର ବ୍ୟବସାୟୀକ ନେଟୱର୍କ ତିଆରି କରିବାକୁ ଯୋଜନା କରିଛନ୍ତି ।


ଏହି ତିନି ଦେଶ ଏକାଠି ହେଲେ ଆମେରିକାର ବ୍ୟବସାୟ ପୁରା ଠପ ହୋଇଯିବ । ଏକଥା ଜାଣିବା ପରେ ଟ୍ରମ୍ପ ଏବେ ଭୟଭୀତ ହୋଇଗଲେଣି । ଟ୍ରମ୍ପ ପୁଟିନଙ୍କ ସହ କଥା ହେବା ପାଇଁ ଦୂତ ପଠାଇଛନ୍ତି । ଶାନ୍ତିର ଦୂତ । ଆମେରିକା ଏବେ ତାର ପରମାଣୁ ଜଳ ଜାହାଜକୁ ଫେରାଇଲାଣି । ଆମେରିକା ଋଷକୁ ଏକଘରିଆ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ବି ରଦ୍ଦ କରିବ । କିନ୍ତୁ କିଛିଟା ସର୍ତ ଆମେରିକା ରଖୁଛି । ଯାହାକୁ ଋଷ ମାନିବାକୁ ପ୍ରସ୍ତୁତ ନୁହେଁ । ଭାରତ, ଋଷ ଓ ଚୀନ ଏକ ହେବା ପରେ ଆମେରିକା ତାର ଔକାତ ଜାଣିପାରିଛି । ଏବେ ପ୍ରଶ୍ନ ଆସୁଛି ଟ୍ରମ୍ପ ତାଙ୍କ ତାରିଫ ଧମକ ପ୍ରତ୍ୟାହାର କରିବେ ନା ଏହି ତିନି ଦେଶ ବିଶ୍ୱରେ ନୂଆ ନେଟୱର୍କ ତିଆରି କରି ନେତୃତ୍ୱ ନେବା ପାଇଁ ଆଗେଇବେ ?



State

ଆତ୍ମହତ୍ୟା ନା ଅନରକିଲିଂ

Blog Thumbnail

ଦ କୁଇଭର ବ୍ୟୁରୋ :- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀ ଆତ୍ମାହୂତି ଦେଇଛନ୍ତି । ଏଥର କଲେଜର ଅଧ୍ୟାପକ କି ଅଧ୍ୟକ୍ଷଙ୍କ ନିର୍ଯାତନା ନୁହେଁ, ତାଙ୍କ ପୁରୁଷ ବନ୍ଧୁଙ୍କ ନିର୍ଯାତନା ବୋଲି କହୁଛନ୍ତି ତାଙ୍କ ବାପା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ଝିଅର ବ୍ରେକ ଅପ ହୋଇଥିଲା । ଏହାପରେ ସେ ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା । ଏନେଇ ପୋଲିସକୁ ସେ ଜଣାଇଥିଲେ । ମାତ୍ର ପୋଲିସ ନୀରବ ରହିଥିଲା । ଫଳରେ ଝିଅ ଆତ୍ମାହୂତି ଦେବାକୁ ବାଧ୍ୟ ହେଲା ବୋଲି ତାଙ୍କ ବାପା କହୁଛନ୍ତି । ତାଙ୍କ ବାପାଙ୍କ କଥାକୁ ଥରେ ଶୁଣିବା । ମନ ଦେଇ ଶୁଣିଲେ ଅନେକ କିଛି ପ୍ରଶ୍ନ ଆସୁଛି ।


ବାପା ଯାଇଥିଲେ ପଟ୍ଟାମୁଣ୍ଡାଇ ହସ୍ପିଟାଲ । ସେହି ସମୟରେ ଝିଅ ଛାତ ଉପରେ ଆତ୍ମାହୂତି ଦେଲା । ୪ଘଣ୍ଟା ପରେ ସେ ଆସି କବାଟ ଭାଙ୍ଗିଲେ । ଛାତ ଉପରେ ଜଳୁଥିବା ଖବର ପାଖ ପଡ଼ିଶା ପାଇଲେ ନାହିଁ । କବାଟ ଭାଙ୍ଗିବା ବେଳେ ବି କେହି ଜାଣିଲେ ନାହିଁ । ସବୁ ସେ ହିଁ କରିଛନ୍ତି ।


ଏକଥା ଶୁଣିଲା ବେଳକୁ ଅନେକ ପ୍ରଶ୍ନ ଆସୁଛି । ସେତିକି ନୁହେଁ, ଝିଅର ପୁରୁଷ ବନ୍ଧୁଙ୍କ ନାମ କ’ଣ ? ସେ ହଇରାଣ କରିବାର ପ୍ରମାଣ ଅଛିକି ? ଥାନାରେ ଦେଇଥିବା ଏତଲାର ନକଲ ଅଛି କି ? ଏମିତି ପ୍ରଶ୍ନର ଉତ୍ତର ଶୁଣନ୍ତୁ । ସୋସିଆଲ ମିଡିଆର ଫଟୋ ସେମାନେ ଡିଲିଟ କରିଦିଅନ୍ତି । ଏସବୁକୁ ଦେଖିଲେ ଜଣାପଡ଼ୁଛି ଯେ, ଝିଅର କାରନାମାରେ ବାପା ଓ ପରିବାର ଲୋକେ ଅତିଷ୍ଠ ନଥିଲେ ତ ? ସମାଜରେ ମାନ ସମ୍ମାନ ହାନୀ ପାଇଁ କିଛି ମାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ ତ ?


ଝିଅଟିଏ ଜଳି ପ୍ରାଣ ହରାଇଛନ୍ତି । ଏହା ଆତ୍ମହତ୍ୟା କି ହତ୍ୟା ତାହାର ତଦନ୍ତ ହେବା କଥା । ପ୍ରତିଟି ଦିଗକୁ ନଜର ଦେଇ ତଦନ୍ତ କରାଯିବା ଦରକାର । ମୃତ ଛାତ୍ରୀ ପ୍ରତି ସମବେଦନା ସବୁଠି ରହିଛି । ମାତ୍ର ତାଙ୍କ ମୃତ୍ୟୁ ଯେ ରହସ୍ୟମୟ ତାହା ଏବେ ଠାରୁ ଦିଶିଲାଣି । ବାପା ହିଁ ଘଟଣାକୁ ବିବାଦୀୟ କରୁଛନ୍ତି । ପୋଲିସରେ ଏତଲା ଦିଆଯିବା କଥାକୁ ପୋଲିସ ଅସ୍ୱୀକାର କରିଛି । ଏପଟେ ବାପା ପାଖରେ ପ୍ରମାଣ ନାହିଁ । ସେପଟେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କଥା ବି ଆସୁଛି । ଏସବୁକୁ ଦେଖିଲେ ଘଟଣା ପଛରେ ଅନେକ ରହସ୍ୟ ଥିବା କୁହାଯାଉଛି । ବାପାଙ୍କ ବୟାନ କହୁଛି ବାଲେଶ୍ୱର ଛାତ୍ରୀ ଆତ୍ମାହୂତି କଥା । ସେଠାରେ ସରକାର ୨୦ଲକ୍ଷର କ୍ଷତିପୂରଣ ଦେଇଛନ୍ତି । ଏଠି ଆତ୍ମାହୂତି ପଛରେ କି ରହସ୍ୟ ରହିଛି ତାହା ତଦନ୍ତ ହେଲେ ପଦାକୁ ଆସିବ । ଦେଖାଯାଉ ପୋଲିସ ବାସ୍ତବ କଥା ଖୋଜି ବାହାର କରିପାରୁଛି ନା ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କ କଥା ଅନୁଯାୟୀ ମାମଲାକୁ ଭାଙ୍ଗୁଛି ।



State

ପୁଲିସ କବଜାରେ ୨ଦୁର୍ଦ୍ଧାନ୍ତ ଅପରାଧି ,ବନ୍ଧୁକ ଜବତ

Blog Thumbnail

ଗଞ୍ଜାମ( ଦ କୁଇଭର ):- କେ.ନୂଆଁଗାଁ ଥାନା ପୁଲିସ ଦୁର୍ଦ୍ଧାନ୍ତ ଅପରାଧୀ ହୁର୍ଷି ପାତ୍ରକୁ କାବୁ କରିବା ସହ ଗୋଟିଏ ବନ୍ଧୁକ ସହ ୫ଟି ଗୁଳି ଜବତ କରିଥିବା ଜଣାପଡିଛି । ହୁର୍ଷି ମନୋଜ ଜେନା ହତ୍ୟା ମାମଲା ସମେତ ବିଭିନ୍ନ ଅପରାଧୀ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି । ତେଵେ ଅନ୍ୟ ଜଣେ ଅପରାଧି କାର୍ତିକ ନାହାକକୁ ମଧ୍ୟ ଗିରଫ କରି ଉଭୟଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ୫ଟି ଗୁଳି ଓ ମାଗାଜିନ୍ ଜବତ କରିଛି ପୋଲିସ l

State

ଆଜି ଆସିବ ସୁଭଦ୍ରା ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟିବେ । ପରେ ସମସ୍ତ ଆକାଉଣ୍ଟକୁ ଟଙ୍କା ଯିବ । ଆଜି ଏକକାଳୀନ ୧ କୋଟି ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୂରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି । ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତବର୍ଷ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯାଇଥିଲା । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଆଧାରରେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା ।

State

ପ୍ରେମିକ ବ୍ଲାକ୍‌ମେଲିଂ ସହିନପାରି ଜଳିଗଲେ ଯୁବତୀ

Blog Thumbnail

କେନ୍ଦ୍ରାପଡ଼ା( ଦ କୁଇଭର ):- ଘର ଭିତରେ ଜଳିଗଲେ ଯୁବତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି । ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି ।ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଘରେ କେହି ନଥିବା ସମୟରେ ଏହି ଘଟଣା ହୋଇଛି । ପ୍ରେମିକ ଜଣଙ୍କ ଛାତ୍ରୀଙ୍କ ଅଶ୍ଳୀଳ ଫୋଟ ଭାଇରାଲ କରିଥିବା ନେଇ ଅଭିଯୋଗ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏ ନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଘଟଣା ଜଣାପଡିବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

Business,International,National

ବିଶ୍ୱ ବାଣିଜ୍ୟ ବଜାରକୁ ଟ୍ରମଙ୍କ ଦଖଲ ଯୋଜନା

Blog Thumbnail

ଦ କୁଇଭର ବ୍ୟୁରୋ :- ଋଷକୁ ସାରା ବିଶ୍ୱରେ ଏକଘରିଆ କରିବା ପାଇଁ ଆମେରିକା ଜୋର ସୋରରେ ଲାଗିଛି । ଋଷ ସହ ନିଜେ ବେପାର କରୁଛି, ହେଲେ ଅନ୍ୟ କାହାକୁ କରିବାକୁ ଦେବାକୁ ଚାହୁଁନାହିଁ । ଋଷ ଠାରୁ ଆମେରିକା ଯୁରାନିୟମ କିଣୁଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଲେଣି, ଋଷ ସହ ଯେଉଁ ମାନେ ତୈଳ ବେପାର କରିବେ ବା ବ୍ୟବସାୟ କରିବେ ସେହି ଦେଶ ଉପରେ ଆମେରିକା ୧୦୦ ପ୍ରତିଶତ ଟିକସ ଲଗାଇବ । ଏମିତି କିଛି ଚେତାବନୀ ଦେଇ ବିଶ୍ୱ ବାଣିଜ୍ୟ ବଜାରକୁ ଅସନ୍ତୁଳିତ ଆଡକୁ ଠେଲି ଦେଉଛନ୍ତି ଟ୍ରମ୍ପ । ଏହାକୁ ନେଇ ବିଭିନ୍ନ ଦେଶ ପ୍ରତିକ୍ରିୟା ବି ପ୍ରକାଶ କଲେଣି ।


ବିଶ୍ୱ ବାଣିଜ୍ୟ ବଜାରର ସନ୍ତୁଳନକୁ ବିଗାଡୁଛି ଆମେରିକା । ବିଶେଷ କରି ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ବିଶ୍ୱବାଣିଜ୍ୟ ବଜାରକୁ ଆମେରିକା ହାତମୁଠାରେ ରଖିବାକୁ ଯୋଜନା ଚଳାଇଛନ୍ତି । ବିଶ୍ୱରେ ଅନ୍ୟତମ ବୃହତ ଶକ୍ତି ଋଷ, ଚୀନ ଓ ଭାରତ ଏଥିରେ ସହମତ ହେଉନାହାନ୍ତି । ସେଥିପାଇଁ ଟ୍ରମ୍ପ କଟକଣା ଆଉ ଧମକ ବି ଜାରି କରୁଛନ୍ତି । ଭାରତ ମୁହଁ ତୋଡ ଜବାବ ଦେବାକୁ ପ୍ରସ୍ତୁତ ହୋଇଗଲାଣି । ଋଷ, ଚୀନ, ଇରାନ ଭଳି ଦେଶ ଆଉ କେଇ ପାଦ ଆଗେଇଗଲେଣି ।


ଋଷକୁ ଡରେଇବା ପାଇଁ ଆମେରିକା ପରମାଣୁ ଓ ଜଳ ଜାହାଜ ଆଣି ସୀମାରେ ରଖିଲାଣି । ସେପଟେ ଋଷ ସହ ବେପାର କରୁଥିବା ଅନ୍ୟ ଦେଶ ଗୁଡ଼ିକୁ ମଧ୍ୟ ଚେତାବନୀ ଦେଲାଣି । ତାର ସମର୍ଥକ ଦେଶ ଗୁଡ଼ିକୁ ପ୍ରସ୍ତୁତ କଲାଣି । ଏହାର ଜବାବ ଦେବାକୁ ଯାଇ ଋଷ ଓ ଚୀନ ମିଳିତ ଭାବେ ଜଳ ସେନାକୁ ପ୍ରସ୍ତୁତ କଲେଣି । ଖାଲି ଜଳ ସେନାକୁ ପ୍ରସ୍ତୁତ କରିନାହାନ୍ତି । ଏବେ ସାମରିକ ପ୍ରସ୍ତୁତି ମଧ୍ୟ କଲେଣି । ଭାରତ ଫିଲିଫାଇନ୍ସ ସହ ମିଶି ସମୁଦ୍ରରେ ତାର ପଇଁତରାକୁ ଅଧିକ କରୁଛି ।


ଋଷର ସାଥ ଦେଉଛି ଭାରତ । କୌଣସି ବି ସ୍ଥିତିରେ ଭାରତ ତାର ଆନ୍ତର୍ଜାତୀୟ ବାଣିଜ୍ୟ ନୀତିକୁ ବଦଳାଇବ ନାହିଁ । ଦେଶର ସ୍ୱାର୍ଥ ପାଇଁ ଏହା କରିବ । ଏଥିପାଇଁ ଅନେକ କିଛି ପଦକ୍ଷେପ ନେବାକୁ ଯାଉଛି ଭାରତ । ଆମେରିକାର ଏଭଳି ଅସନ୍ତୁଳିତ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରତିକ୍ରିୟା ବଢ଼ିଲାଣି । ପ୍ରମୁଖ ଶକ୍ତିଶାଳୀ ଦେଶ ଗୁଡ଼ିକ ଆମେରିକା ବିରୁଦ୍ଧରେ ଛିଡ଼ା ହେବାକୁ ଲାଗିଲେଣି । ଦେଖାଯାଉ ଏହି ବାଣିଜ୍ୟ ଯୁଦ୍ଧ ଆଗକୁ କି ରୂପ ନେଉଛି ?



International,State

ଆଉ ଆମେରିକା ଯିବନି ଓଡ଼ିଶା ଚିଙ୍ଗୁଡ଼ି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଓଡ଼ିଶା ଚିଙ୍ଗୁଡି ଯିବନି ଆମେରିକା । ବନ୍ଦ ହେବ ସି ଫୁଟ୍ ରପ୍ତାନୀ । ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ। ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି । ଏହା କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ। ଆମେରିକା ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ଲଗାଇଛି ।ଏହା ସହ ଅନ୍ୟାନ୍ୟ ଟିକସ ମିଶାଇଲେ ପ୍ରାୟ ୬୦ ପ୍ରତିଶତ ଶୁଳ୍କ ଲାଗିବ। ଯାହା ଫଳରେ ଓଡ଼ିଶାର ସାମୁଦ୍ରିକ ଉତ୍ପାଦ ମହଙ୍ଗା ହେବ ଏବଂ ଆଉ ରପ୍ତାନୀ ହେବ ନାହିଁ। ଶିଳ୍ପପତି ତାରା ପଟ୍ଟନାୟକ କହିଛନ୍ତି, ୨୫ ପ୍ରତିଶତ ଟାରିଫ ଲାଗିବା ପରେ ଆମେରିକାକୁ ରପ୍ତାନୀ ଏକପ୍ରକାର ଅସମ୍ଭବ ଥିଲା ।ଏଭଳିସ୍ଥିତିରେ ବ୍ୟବସାୟ କରିବା ଅସମ୍ଭବ । ଭାରତରୁ ସି ଫୁଡ୍ ମହଙ୍ଗା ହେଲେ ଆମେରିକା ଇକ୍ୟୁଡର, ଇଣ୍ଡୋନେସିଆ ଏବଂ ଭିଏତନାମରୁ ଶସ୍ତାରେ ସି ଫୁଡ୍ ଆମଦାନୀ କରିବ। ସେହି ଦେଶଗୁଡିକ ଉପରେ ଟାରିଫ କମ୍ ରହିଛି । ତେଣୁ ସେହି ଦେଶଗୁଡିକ ସହ ଭାରତ ଆଦୌ ପ୍ରତିଯୋଗିତା କରିପାରିବ ନାହିଁ ।ବର୍ତ୍ତମାନ ଓଡ଼ିଶାରୁ ବାର୍ଷିକ ୨୨ ହଜାର କୋଟି ଟଙ୍କାର ଚିଙ୍ଗୁଡି ଆମେରିକାକୁ ଯାଉଛି । ଓଡ଼ିଶାର ପ୍ରାୟ ୧୫ରୁ ୨୦ ଲକ୍ଷ ଚାଷୀ ଚିଙ୍ଗୁଡି ରପ୍ତାନୀ ଉପରେ ନିର୍ଭର କରନ୍ତି । ଏବେ ଆମେରିକାକୁ ଭାରତର ସି ଫୁଡ୍ ରପ୍ତାନୀ ଏକ ପ୍ରକାର ବନ୍ଦ ହୋଇଯିବ। ଏହା ଦ୍ଵାରା ଓଡ଼ିଶା ଚିଙ୍ଗୁଡି ଚାଷୀଙ୍କଠାରୁ ଆରମ୍ଭ କରି ଚିଙ୍ଗୁଡି ବ୍ୟବସାୟୀ ବହୁଳ ଭାବେ ପ୍ରଭାବିତ ହେବେ ବୋଲି କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ ।

State

ବନବିଭାଗ ପକ୍ଷରୁ ଅଜଗର ସାପ ଉଦ୍ଧାର

Blog Thumbnail

ମାଲକାନଗିରି(ଦ କୁଇଭର):-ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ଏମଭି-୧୧ ଗ୍ରାମରୁ ବନକର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳଙ୍କ ଉଦ୍ୟମରେ ଏକ ଅଜଗର ସର୍ପକୁ ଉଦ୍ଧାର କରାଯାଇଛି। ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏମଭି-୧୧ ଗ୍ରାମର ଜଣେ କୁକୁଡ଼ା ପାଳନ କରୁଥିବା ବ୍ୟକ୍ତି ଘରେ ଅଜଗର ସାପଟି କୁକୁଡ଼ା ଖାଇବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ଏହି ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଜନୈକ ବ୍ୟକ୍ତି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ପରେ ବନପାଳ ମନତୋଷ ଦେଙ୍କ ନେତୃତ୍ୱରେ ଏମଭି-୧୧ ଗ୍ରାମରକୁ ଯାଇ ଅଜଗର ସାପକୁ ଗତ କାଲି ସନ୍ଧ୍ୟା ୮ ଘଟିକା ସମୟରେ

ଉଦ୍ଧାର କରାଯାଇଥିଲା।ସାପଧରାଳୀ ଡମ୍ବରୁ ହନ୍ତାଳ ଅଜଗରଟିକୁ ସୁରକ୍ଷିତ ଭାବେ କାବୁ କରି ଯନ୍ତାରେ ଆବଦ୍ଧ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହାକୁ ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ପରେ ଆଜି ଉକ୍ତ ଅଜଗରକୁ ଜଙ୍ଗଲରେ ମୁକ୍ତ କରାଯିବ ବୋଲି ଜଣା ପଡିଛି।ଏହି ଅଜଗର ଟି ୨୦ କେଜି ଓଜନ ହେବ ଏବଂ ଲମ୍ବ ପ୍ରାୟ ୮ ଫୁଟ ହେବ ବୋଲି କୁହାଯାଇଛି।

State

ତାରାସିଙ୍ଗି ପୋଲିସ ପ୍ରଶାସନ ଦ୍ୱାରା ଦୁଇଜଣ ଯୁବକକୁ ଗିରଫ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ପୋଲିସ ପ୍ରଶାସନ ଦୁଇଜଣ ଯୁବକକୁ ଗିରଫ କରିବାରେ ସଫଳ ହୋଇପାରିଛି । ଗିରଫ ଦୁଇଜଣଙ୍କ ପାଖରୁ ଗୋଟିଓ ମାଉଜେର ସହ ଦୁଇଟି ଜୀବନ୍ତ ଗୁଳି ଓ ମୋଟରସାଇକେଲକୁ ଜବତ କରାଯାଇଛି । ଗିରଫ ଦୁଇଜଣ ବିଭୂତି ଭୂଷଣ ରଥ ଓ ଅଜୁ ବିଷୋଇ ବୋଲି ଜଣାପଡିଥିବା ବେଳେ ରୁଢାପଦର ଘୋଗଡ଼ ଜଙ୍ଗଲ ଦଶପଲ୍ଲା - ଭଞ୍ଜନଗର ରୋଡ଼ରେ ପେଟ୍ରୋଲିଂ ବେଳେ ଧରାପଡିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅ।ଗରୁ ବିଭିନ୍ନ ଥାନାରେ ବହୁ ମାମଲା ଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

State

ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରକରେ ଲାଗିଲା ନିଆଁ

Blog Thumbnail

ଛତ୍ରପୁର( ଦ କୁଇଭର ):- ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରକରେ ଲାଗିଲା ନିଆଁ l ଟ୍ରକରେ ଥିବା ୩୦ରୁ ଉର୍ଦ୍ଧ୍ବ ବ୍ୟାଟେରୀ ସ୍କୁଟି ଜଳିଯାଇଥିବା ସୂଚନା । ଗାଡିରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମପେଣ୍ଡାକୁ ଗାଡି ନିଆଯାଉଥିବା ସୂଚନା।

ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ କଲେ ଦମକଳ ବାହିନୀ।ଛତ୍ରପୁର ଜାତୀୟ ରାଜପଥ ନିକଟରେ OLA ମୋଟର ସାଇକେଲ ବୋଝେଇ ଟ୍ରକ ରେ ଲାଗିଲା ନିଆଁ ଏହି OLA ମୋଟର ସାଇକେଲ ରୁ ନିଆଁ ବାହାରି ସମ୍ପୁର୍ଣ୍ଣ ଟ୍ରକ ଟି ଜଳିଯାଇଥିବା ଦେଖିବାକୁ ମିଳିଛି l

State,National

ଗଞ୍ଜାମର ନାବାଳିକାଙ୍କୁ ମୁମ୍ୱାଇରେ ଦୁଷ୍କର୍ମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକା ଜଣକ ନିଜ ପରିବାର ସହ ଦୀର୍ଘ ୧୪ ବର୍ଷ ଧରି ମୁମ୍ୱାଇରେ ରହିଆସୁଛନ୍ତି । ଗତ ମାର୍ଚ୍ଚ ମାସରେ ଯୁବକ ଜଣକ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ଯୁବକ ଜଣକ ନାବାଳିକାକୁ ଧମକ ଦେବା ସହ ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦେଉଥିଲା । ଏନେଇ ନାବାଳିକା ଜଣକ ଚୁପ ହୋଇ ରହିଥିଲେ । ପରେ ଗର୍ଭବତୀ ହେବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ ନାବାଳିକ । ସେପଟେ ନାବାଳିକର ପରିବାର ଲୋକେ ସଂପୃକ୍ତ ଯୁବକର ପରିବାର ଲୋକଙ୍କୁ ପଚାରିବାରୁ ପୁଣି ଧମକ ମିଳଥିଲା । ଏପରିକି ନାବାଳିକାର ଗର୍ଭପାତ କରିବା ଲାଗି ବିଭିନ୍ନ ଔଷଧ ମଧ୍ୟ ଦେଇଥିଲେ । ତାଙ୍କ ନିଜ ଘର ଗଞ୍ଜାମ ହୋଇଥିବାରୁ ପରିବାର ଲୋକେ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଆଣି ଗର୍ଭପାତ କରିବା ଲାଗି ଭର୍ତ୍ତି କରିଥିଲେ ।


ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହୋଇଥିବା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ମେଡିକାଲ ପକ୍ଷରୁ ଏମଏଲସି (ମେଡିକୋ ଲିଗାଲ କପ୍ଲେନ) ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କରାଯାଇଥିଲା । ଏହି ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ମେଡିକାଲରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏନେଇ ବୈଦ୍ୟନାଥପୁର ଥାନା ପୋଲିସ ଏଫଆଇଆର ରୁଜୁ କରିଥିଲା । ମାମଲା ରୁଜୁ କରି ମହାରାଷ୍ଟ୍ରର ପାର୍କ ସାଇଟ ଥାନାକୁ ସ୍ଥାନାନ୍ତର କରିଥିଲା । ଫଳରେ ଦୁଷ୍କର୍ମକାରୀ ଯୁବକ ପ୍ରଥମେଶ ସଞ୍ଜୟ ଥୋରାଟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନାବାଳିକା ଜଣଙ୍କୁ ବ୍ରହ୍ମପୁର ଶିଶୁ ସୁରକ୍ଷା କମିଟିକୁ ପଠାଇବା ସହ ତାର ଥଇଥାନ ସହ ଆର୍ଥିକ ସହାୟତା ଓ ପ୍ରତ୍ୟେକ ମେଡିକାଲ ଚେକ ଅପ୍ କରିବା ଲାଗି କୁହାଯାଇଛି ।

State

୭ ଜୁଆଡ଼ି ଗିରଫ;୬୧ ହଜାର ଟଙ୍କା ଜବତ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୁରୁବାର ରାତିରେ ଚିକିଟି ଧାନଘର ରୋଡ଼ ସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟିଫାଣ୍ଡି ପୁଲିସ ଚଢାଉ କରି ୭ଜଣ ଜୁଆଡ଼ିଙ୍କୁ କାବୁ କରିଥିବା ସୂଚନା । ଜୁଆ ଆଡ୍ଡାରୁ ପୁଲିସ ୬୧ ହଜାର ୨୭୦ ଟଙ୍କା ସହ ତାସ କାଟା ଜବତ କରିଥିବା ଜଣାପଡ଼ିଛି । ଫାଣ୍ଡି ଅଧିକାରୀ ଗୌତମ ସାହୁ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ କଡାକଡି ପେଟ୍ରୋଲିଂ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

State

ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ ଥିବା ମନ୍ତ୍ରୀଙ୍କ ପୁତୁରା ଓ ତାର ସହଯୋଗୀକୁ ଗିରଫ ଦାବି କଲା ଗଞ୍ଜାମ ଓକିଲ ସଂଘ

Blog Thumbnail

ଦ କୁଇଭର ବ୍ୟୁରୋ:- ଗୋଳନ୍ଥରା ଥାନା ଅନ୍ତର୍ଗତ ଭୈରବୀ ରାସ୍ତାରେ ଆଇନଜୀବୀ ଭାନୁମୂର୍ତ୍ତିଙ୍କ ପରିବାରଙ୍କୁ ସଂଘବଧ ଆକ୍ରମଣ ମାମଲାରେ ସମ୍ପୃକ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବୁଧବାର ଏସପିଙ୍କୁ ଭେଟିଲା ଗଞ୍ଜାମ ଓକିଲ ସଂଘ । ବର୍ତ୍ତମାନ ଏହି ଘଟଣାରେ ୪ଜଣ ଗିରଫ ହୋଇଥିବା ବେଳେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କ ସମେତ ଏକାଧିକ ଅଭିଯୁକ୍ତ ଏଯାବତ ଫେରାର ରହିଛନ୍ତି ।ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଲା ଗଞ୍ଜାମ ଓକିଲ ସଂଘ ।

Education,State

ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ : ଏଫଏମ ଛାତ୍ରୀ ଘଟଣା

Blog Thumbnail

ବାଲେଶ୍ୱର( ଦ କୁଇଭର ):- ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।