Banner Ad

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
Published by : Jyotshna Kumari
#State
Jun 21, 2025, 2:49 PM

ଦ କୁଇଭର ବ୍ୟୁରୋ:- ବିଶ୍ବରେ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ , ଭାରତର ଏକ ପ୍ରାଚୀନ ସଂସ୍କୃତି । ଏହା ମନ , ଶରୀର ଓ ଆତ୍ମାର ମିଳନ କରିଥାଏ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ । ଏଥର ଯୋଗ ଦିବସର ଥିମ ରହିଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" । ଦେଶର ବିଭିନ୍ନ ସ୍ଥାନରେ ଏନେଇ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଯୋଗ କରୁଛନ୍ତି । ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ। ୨୦୧୫ରୁ ଆଜିର ଦିନରେ ଏହା ପାଳିତ ହୋଇ ଆସୁଛି। ଆଜି ପାଳିତ ହେଉଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ।


ଜାତିସଂଘରେ ସେପ୍ଟେମ୍ବର ୨୦୧୪ରେ ଯୋଗ ଦିବସ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୨୦୧୪ରେ ଜୁନ ୨୧ରେ ଯୋଗ ଦିବସ ପାଳନ ଲାଗି ଜାତିସଂଘ ନିଷ୍ପତ୍ତି ନେଇଥିଲା। ସେତେବେଳେ ଜାତିସଂଘର ନିଷ୍ପତ୍ତିକୁ ୧୭୭ ଦେଶ ସମର୍ଥନ ଜଣାଇଥିଲେ । ଅନ୍ୟପଟେ ଜୁନ୍ ୨୧ ଦିନଟିର ରହିଛି ଏକ ବିଶେଷ ମହତ୍ତ୍ୱ । କାରଣ ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଦିନ । ଜ୍ୟେତିଷ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ l

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଓମଫେଡ୍ କର୍ମଚାରୀଙ୍କ ଧର୍ମଘଟ

Blog Thumbnail

କୁକୁଡାଖଣ୍ଡି( ଦ କୁଇଭର ):- ଆଜି ସାରା ଓମଫେଡ୍ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ଓମଫେଡ୍ ଡେରି ରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି ,ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ଓମଫେଡ୍ ସଭାପତି ଦାଶରଥି ସେଠି କହିଛନ୍ତି । ଦୀର୍ଘ ୨୫ ବର୍ଷ ହେଲାଣି କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ କୌଶଳ ଦକ୍ଷତାରେ ଓମଫେଡ୍ ଡେରିରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ହୋଇନି ସ୍ଥାୟୀ ନିଯୁକ୍ତି, ଅଣକୁଶଳୀ ଶ୍ରମିକଙ୍କ ପରି ମଜୁରୀ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । ସରକାର ଘୋଷଣା କରିଥିବା ସର୍ବନିମ୍ନ ମଜୁରୀ ପ୍ରଦାନ କରୁନି ଓମଫେଡ୍ ବୋଲି କହିଛନ୍ତି କର୍ମଚାରୀ ମାନେ । ସାରା ଓଡ଼ିଶାରେ ପ୍ରାୟ ୨୦୦ ରୁ ଅଧିକ ନିଯୁକ୍ତି ଓମଫେଡ୍ ରେ ଖାଲି ଅଛି କିନ୍ତୁ ତାହା ପୂରଣ ହେଉନି । ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁଯାଇ ତାଙ୍କୁ ସ୍ଥାୟୀ ନିଯୁକ୍ତିରେ ସାମିଲ କରି ଖାଲି ପଦବୀକୁ ପୂରଣ କରାଗଲେ କିଛି କର୍ମଚାରୀ ଉପକୃତ ହୋଇପାରିବେ । ବାରମ୍ବାର କାର୍ଯ୍ୟ ବନ୍ଦ କରି ଦାବି କରିଆସୁଛନ୍ତି କର୍ମଚାରୀ କିନ୍ତୁ ଫଳ ଶୂନ l ତେଣୁ ଆଜିଠୁ ସାରା ଓଡିଶାରେ ଓମଫେଡ କର୍ମଚାରୀ ସଂଘ ନିଜର ଦାବି ଜଣାଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଥିବା ବେଳେ ଆଙ୍କୁଶପୁର ଓମଫେଡ ଅଫିସ ଆଗର ଧର୍ମଘଟ କରିଥିଲେ କର୍ମଚାରୀ l ଏ ଅବସରରେ ସମ୍ପାଦକ ସତୀଶ ମିଶ୍ର, କୋଷାଧକ୍ଷ କାଁହୁ ମହାରଣା, ଉପସଭାପତି ସନ୍ତୋଷ ପାଣିଗ୍ରାହୀ, ସହ ସମ୍ପାଦକ ଗୁରୁ ନାଥ ରାଉଳ ସମେତ ଅରୁଣ ସାହୁ, ନିଲୁ ସେଠି, ହେମନ୍ତ ମହାରଣା, ବବିତା ଗୌଡ଼, ନାଗଭୂଷଣ ଶତପଥି ସମେତ ବହୁ କାର୍ଯ୍ୟକାରୀ ସଭ୍ୟ ମାନେ ଉପସ୍ଥିତ ଥିଲେ l

Sports,State

ଅନ୍ତଃ ଜିଲ୍ଲା ପୁରୁଷ ବର୍ଗ ଫୂଟବଲ ଚାମ୍ପିୟନସିପ୍ "ସାହାଣୀ କପ ୨୦୨୫" ବ୍ରହ୍ମପୁର ଜୋନ୍‌ ରେ ଉଦଘାଟିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆଜି ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ "ସାହାଣୀ କପ ୨୦୨୫" ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନରେ ଉଦଘାଟିତ ହୋଇଛି। ଉଦଘାଟନ ର ପ୍ରଥମ ମ୍ୟାଚ ନବରଙ୍ଗପୁର ଜିଲ୍ଲା ସହ ଭୁବନେଶ୍ୱର ଜିଲ୍ଲା ମଧ୍ୟରେ ହୋଇଥିଲା। ନବରଙ୍ଗପୁର ଦଳ ୦ ଗୋଲ କରିଥିବା ବେଳେ ଭୁବନେଶ୍ୱର ଦଳ ୩ ଗୋଲ କରି ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ନିତ୍ୟାନନ୍ଦ ମେହେର, ଲକ୍ସମନ ସେଠ, ସୁଜିତ ରାଜହଂସ, ଦିଗବିଜୟ ଦାସ ଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲା ମଧ୍ୟରେ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କୋଣସି ଗୋଲ କରିପାରିନଥିଲେ ଏବଂ ଏଥି ସହ ଖେଳ ଅମିମାନାସିତ ରହିଲା। ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ଶ୍ରୀ ଶିବ ଶଙ୍କର ପଣ୍ଡା, ଶିବ ପ୍ରସାଦ ସାମନ୍ତରାୟ, ଶିବ ଦେଉରି, ସୁନୀଲ ବେହେରା ଏବଂ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର।ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡିଶା ଫୂଟବଲ ସଙ୍ଘ (ଫାଓ) କୋଷାଧକ୍ଷ ଶ୍ରୀ ଭକ୍ତ ବାଲହବ୍ ଦାସ, ଓଡିଶା ଫୂଟବଲ ସଙ୍ଘ ସଦସ୍ୟ ଶ୍ରୀ ନବକିଶୋର ମିଶ୍ର, ମ୍ୟାଚ ନିରୀକ୍ଷକ ଶ୍ରୀ ଗୋପବନ୍ଧୁ ସାହୁ ଓ ଶ୍ରୀ ମାନସ ସାମଲ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଏବଂ ଅନ୍ୟାନ୍ୟ ଅତିଥିଭାବେ ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜେନ୍ଦ୍ର ଗନ୍ତାୟତ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

National

୨୦୦ରୁ ଅଧିକ ହେବନି ସିନେମା ଟିକେଟ : କର୍ଣ୍ଣାଟକ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲ୍‌କୁ ଯିବାରୁ ବଞ୍ଚିତ ହୁଅନ୍ତି। ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲ୍‌କୁ ଯାଇପାରନ୍ତି ନାହିଁ। ହେଲେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ । ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ l

State

୬୪ ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ "ସାହାନି କପ୍- ୨୦୨୫" ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୧୬/୦୭/୨୦୨୫ ରୁ ୨୩/୦୭/୨୦୨୫ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ରେ ପ୍ରତିଷ୍ଠିତ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ "ସାହାନି କପ୍- ୨୦୨୫" ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୪.୦୦ ଟାରେ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଗ୍ରୁପ ଯଥା ଗ୍ରୁପ A ଏବଂ ଗ୍ରୁପ B ଭାବରେ ବିଭକ୍ତ କରାଯାଇଛି l ଗ୍ରୁପ A ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଥିବାବେଳେ ଗ୍ରୁପ B ରେ ୪ ଟି ଜିଲ୍ଲା ଅଂଶଗ୍ରହଣ କରିଛନ୍ତି l ସେହିପରି ୧୬ ଜୁଲାଇ ରୁ ଆରମ୍ଭ ହୋଈ ୨୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ରେ ପ୍ରତ୍ୟେକ ଦିନ ଦୁଇଟି ଜିଲ୍ଲା ମଧ୍ୟରେ ଖେଳ ଖେଳାଯିବ ଏବଂ ୨୩ ଜୁଲାଇ ଦିନ ଫାଇନାଲ ଫଳାଫଳ ଘୋଷଣା ହେବା ସହ ବିଜେତା ଟିମ ଙ୍କୁ ପୁରସ୍କୃତ କରାଯିବ l ଏ ତମାମ ବିଷୟରେ ଆଲୋଚନା ହେବା ସହ ଆଜିର ବୈଠକରେ ଟୁର୍ନାମେଣ୍ଟ ର ଜେନେରାଲ ସେକ୍ରେଟାରୀ j କାମେଶ୍ୱର ରାଓ, ତାରିଣୀ ସାମନ୍ତରାୟ,କେଦାରନାଥ ଚୌଧୁରୀ, ଦୁର୍ଗା ପଟ୍ଟନାୟକ, D ବାବୁ ରାଓ, ପ୍ରମୋଦ ମହାରଣା, ଆସିଷ୍ଟାଣ୍ଟ ସେକ୍ରେଟାରୀ ଫୁଟବଲ G ମନ୍ମଥ ବାବୁ, D ଆପା ରାଓ,j ବାପି ପାତ୍ର, ମେଚ କମିଶନର ସୁଜିତ କୁମାର ପାତ୍ର,ଡମ୍ବୁରୁଧର ଗନ୍ତାୟତ ଏବଂ ରାଜେନ୍ଦ୍ର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହିଥିଲେ l

State,Education,Health & lifestyle

ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।

Politics,State

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ଆଇନ ମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ସମ୍ବେଦନଶୀଳ ଘଟଣା ଘଟିଲା। ସରକାର ପ୍ରୋଆକ୍ଟିଭ ହୋଇ ସବୁ ପଦକ୍ଷେପ ନେଲେ। ଦୁଇ ଜଣ ନିଲମ୍ବିତ ହେଲେ ଆଉ ଗିରଫ ହେଲେ। ଆଗକୁ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି। କିନ୍ତୁ ସବୁ କଥାରେ ରାଜନୈତିକ ରୁଟି ନ ସେକିବା ସୁସ୍ଥ ମାନସିକତା। କିନ୍ତୁ ସବୁ ଘଟଣାରେ ଶାଗୁଣା ପରି ଝାମ୍ପି ପଡିବା ଠିକ୍ ନୁହେଁ। ସେଥିରୁ ନିବୃତ ରହିବା ଆବଶ୍ୟକତା ଅଛି।ସୌମ୍ୟାଶ୍ରୀଙ୍କ ବାପାମାଙ୍କ ବାରଣ ସତ୍ତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରିବା,ଝିଅ ବଞ୍ଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସଙ୍ଗ କି ଗ୍ରହଣୀୟ ନୁହେଁ। ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ୍ ଅଛି, ସମସ୍ତଙ୍କୁ ତଦନ୍ତ ପରିସକୁ ଅଣାଯିବ। ସେ ଆହୁରି କହିଛନ୍ତି, ବିରୋଧୀ ଦଳ ଭୁଲ ବାଟରେ ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ସାରୁ ଖୋଳୁ ଖୋଳୁ ମହାଦେବ ଭଳି ଦୁନିଆ କଥା ଆସିବ। କିଏ କେଉଁ ଦଳ ସହ ସମ୍ପୃକ୍ତ ଥିଲେ। ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ।

State

ଫେରାର ମାନସ ଚେନ୍ନାଇରୁ ଗିରଫ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗାଁରେ ଗତ ୬ ତାରିଖ ରାତିରେ ଦିଲୀପ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଗାଁର ପୀତବାସ ସାହୁଙ୍କୁ ପୁଲିସ ଗିରଫ କରିଥିବାବେଳେ ମଙ୍ଗଳବାର ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସିଙ୍ଗାବାଡ଼ି ଗାଁର ମାନସ ଓରଫ କାମନା ଗୌଡ଼ଙ୍କୁ ଚେନ୍ନାଇରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡ଼ା ଓ ଗୋଟିଏ ମୋବାଇଲ୍ ଜବତ କରିଛି।


ସୂଚନାଯୋଗ୍ୟ ମୃତ ଦିଲୀପ ପାତ୍ର ସିଙ୍ଗାବାଡି ଗ୍ରାମରେ ହାର୍ଡୱାର୍ ବ୍ୟବସାୟ କରୁଥିବା ବେଳେ ଏକାକୀ ରହି ଆସୁଥିଲେ | ଗତ କିଛି ଦିନ ପୂର୍ବେ କନିଷି ହାଟରେ ଦିଲୀପଙ୍କ ବାଇକ୍ ସହ ପୀତବାସଙ୍କ ବାଇକ୍ ଧକ୍କା ହୋଇଥିଲା। ଏଥର ପୀତବାସଙ୍କ ଗାଡି ଭାଙ୍ଗି ଯିବା ସହ ଆଘାତ ଲାଗିଥିଲା I ପୀତବାସ କ୍ଷତି ପୂରଣ ଦାବି କରିଥିବା ବେଳେ ଦିଲୀପ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମଯରେ ପୀତବାସ କ୍ଷତି ପୂରଣ ମାଗିବାରୁ ଦିଲୀପ କୁଆଡେ ମନା କରିବାରୁ ଏଭଳି କାଣ୍ଡ ଘଟି ଥିବା ପୁଲିସ ସୂଚନା ଦେଇଛି l

State,Politics

ଏସ୍ପି ଙ୍କୁ ଫସାଇଲେ ନନା

Blog Thumbnail

ବାଲେଶ୍ୱର( ଦ କୁଇଭର ) :- ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘଟଣା ଦିନକୁ ଦିନ ଜଟିଳ ହେଉଛି । ଯାହା ଉପରକୁ ଦୋଷ ଯାଉଛି ସେ ଦୋଷ ଖସେଇ ଦେଉଛି ଅନ୍ୟ ମୁଣ୍ଡକୁ । ଏବେ ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀ ଓରଫ ନନା, ବାଲେଶ୍ୱର ଏସପିଙ୍କୁ ଟାଣି ଆଣିଛନ୍ତି ବିବାଦକୁ । ବିଜେଡ଼ି ଯେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ଦଲଦଲ ଭିତରକୁ ଟାଣି ଥିଲା, ସେତେବେଳେ ନନା ନିଜ ଉପରୁ ଦୋଷ ଖସେଇ ଦେଇଛନ୍ତି ଏସପିଙ୍କ ଉପରକୁ । ଏବେ ଏସପି ଆସିଲେଣି ବିବାଦକୁ ।


ଘଟଣା ହେଉଛି ଛାତ୍ରୀ ଜଣଙ୍କ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ସମ୍ପର୍କରେ ପ୍ରତାପ ଷଡ଼ଙ୍ଗୀକୁ ଜଣାଇଥିଲେ । ପ୍ରତାପ ଷଡ଼ଙ୍ଗୀ ନିରବ ରହିଲେ ବୋଲି ବିଜେଡ଼ି ଅଭିଯୋଗ କରିଛି । ଫଳରେ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ନନାଙ୍କୁ ଦାୟିତ୍ୱହୀନ ବୋଲି ବିଜେଡ଼ି କହିବା ପରେ ନନା ପୁରା ରାଗିପାଚି ଲାଲ । ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି । ଯଦି କାହାର ଦମ ଅଛି ମୋ ସାଙ୍ଗରେ ତର୍କ କର । ମୁଁ ଦୁଃଖ ପ୍ରକାଶ କରୁଛି ଛାତ୍ରୀଙ୍କ ଅବସ୍ଥା ପାଇଁ । କିନ୍ତୁ ମୁଁ ଦାୟିତ୍ୱହୀନ କାମ କରିନାହିଁ । କୌଣସି ଅଭିଯୋଗ ପାଇଲା ପରେ ଏମପି ଓ ବିଧାୟକ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ । ସେଥିପାଇଁ ପୋଲିସ ଅଛି, ବ୍ୟବସ୍ଥା ଅଛି । ଏମପି ଓ ବିଧାୟକ ମାନେ ପୋଲିସକୁ କହିବେ, ସେଥିପାଇଁ ମୁଁ ବାଲେଶ୍ୱର ଏସପିଙ୍କୁ ଏହାଉପରେ ପଦକ୍ଷେପ ନେବାକୁ କହିଥିଲି । ଏତିକି କହିଦେଇ ନନା ସିଧା ସଳଖ ବାଲେଶ୍ୱର ଏସପିଙ୍କୁ ବିବାଦୀୟ କରିଦେଇଛନ୍ତି ।


ଯଦି ଏମପି ଏସପିଙ୍କୁ ଜଣାଇଥିଲେ ଏହି ପ୍ରସଙ୍ଗରେ, ତାହେଲେ ଏସପି କାହିଁକି ନିରବ ଥିଲେ ? କାହିଁକି ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ କରିନଥିଲେ ? କାହିଁକି ପୋଲିସ ଆକ୍ସନ ନେଇନଥିଲା ? ଏହି ପ୍ରସଙ୍ଗ ପାଇଁ ଏସପିଙ୍କୁ କାହିଁକି ନିଲମ୍ବନ କରା ନ ଯିବ ? ସେ ପ୍ରଶ୍ନ ଏବେ ଉଠିଲାଣି । ଦେଖାଯାଉ ସରକାର ଏମପିଙ୍କ କଥା ଅନୁସାରେ ଏସପିଙ୍କୁ ଦଣ୍ଡ ଦେଉଛନ୍ତି ନା ନନାଙ୍କ କଥାକୁ ବେଖାତିର କରି ଘଟଣା ଉପରେ ପରଦା ପକାଇ ଦେଉଛନ୍ତି ?



State

ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍‌ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଘଟଣା ନେଇ ଏସୋସିଏସନ୍‌ର କର୍ମକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା। ବିଭିନ୍ନ ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଭାପତି କୃଷ୍ଣଚନ୍ଦ୍ର ପାଳ, ସମ୍ପାଦକ ସଂଜୟ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ ,ରାଜେଶ ସାହୁ, ପଦ୍ମ ଚରଣ ଦାସ, ବାଳକୃଷ୍ଣ ସାହୁ, ଜଟ ସାହୁ, ସୁରେଶ ବେହେରା, ହୃଷିକେଶ ପଣ୍ଡା, ଗୋପାଳକୃଷ୍ଣ ରେଡୀ, ଭି.କେ ବିଶାରଦ, ମାନସ ରଜନ ପଟନାୟକ, ରାକେଶ ପାତ୍ର, ଅଜୟ କୁମାର ସ୍ବାଇଁ, କୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତା ଉପସ୍ଥିତ ଥିଲେ ।

Health & lifestyle,State

ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସରେ ସଚେତନତା ରାଲି ସହ ଆଲୋଚନା

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ବଡ ଡାକ୍ତର ଖାନା ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ମଙ୍ଗଳବାର ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରୁଥିରାଜ୍ ସିଂହ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ରାଲି ବାହାରି ମେଡିକାଲ ଅଞ୍ଚଳ ପରିକ୍ରମା କରି ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ ର ଆବଶ୍ୟକତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଠାରେ ପ୍ଲାଷ୍ଟିକ ସର୍ଜରୀ ଦିବସ ସମ୍ପର୍କ ରେ ବିଭାଗୀୟ ମୂଖ୍ୟ ପ୍ରଫେସର ସିଂହ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ କେକ କଟା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ତନ୍ମୟ କୁମାର ମହାପାତ୍ର, ଡ଼ା ଜସ୍ମିନ କୁମାର୍ ପାଣିଗ୍ରାହୀ, ଡ଼ା ଶିବରାମ କ୍ରିଷ୍ଣା , ଡ଼ା ଜ୍ୟୋତି ରଞ୍ଜନ ପ୍ରଧାନ ଡ଼ା ଲିପ୍ସା ସ୍ୱାଇଁ , ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଶି ଙ୍କ ସମେତ ବହୁ ଡାକ୍ତର ଛାତ୍ରଛାତ୍ରୀ, ସେବିକା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବହୁ ଗୁରୁତ୍ଵ ପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଉଛି । ଗ୍ରହଣ ଖଣ୍ଡିଆ, ସ୍ତନ କର୍କଟ, ମୁଖ ରୋଗ କର୍କଟ ଚିକିତ୍ସା, ଦୁର୍ଘଟଣା ଜନିତ କ୍ଷତ , ମୁଖ ରେ ଲୋମ ଉଠିବା, ଏପରି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଜନସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଥିଲା।

State

ଏଫଏମ ଛାତ୍ରୀ ଆତ୍ମହୁତି ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସର ପ୍ରତିବାଦ ଓ ଦାବି

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ତାଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅବଞ୍ଛନୀୟ ଆଚରଣ ବିରୋଧରେ ନ୍ୟାୟ ଦାବି କରି ଆତ୍ମହୁତି କରିଥିବା ଘଟଣା ଦୁଃଖଦ, ନିନ୍ଦନୀୟ ଓ ରାଜ୍ୟର ଶିକ୍ଷା, ଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।ଏହି ଘଟଣା ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସ ତରଫରୁ ଜୋରଦାର ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଈଛି। ଏହି ଆନ୍ଦୋଳନର ଅଂଶ ଭାବେ ମଙ୍ଗଳବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଉଦ୍ବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ପରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଶାନ୍ତିପୂର୍ଣ୍ଣ ରାଲି ନେଇ ଛାତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତ୍ୱରିତ ଓ ନିଷ୍ପକ୍ଷ ତଦନ୍ତ,ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପରିବାର ପାଇଁ ଅର୍ଥିକ ସହାୟତା ଓ ପୁନଃସ୍ଥାପନ ସମର୍ଥନ ଓ ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିଶୁ-ନାରୀ ସୁରକ୍ଷା ପାଇଁ ସୁଦୃଢ଼ ନିତି ଓ ଆଇନ ନିର୍ମାଣ କରିବା ପାଇଁ ଯୁବ ଓ ଛାତ୍ର କଂଗ୍ରେସ ଦାବି କରିଛନ୍ତି l


ଯୁବ କଂଗ୍ରେସ ଅଧ୍ୟକ୍ଷ ବିକାଶ ନାୟକ କହିଛନ୍ତି ଯେ,ବିଜେପି ନେତୃତ୍ୱରେ ରାଜ୍ୟ ସରକାର ଏକ ରିମୋଟ କଣ୍ଠେଇ ସରକାର ଭାବରେ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାମମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି, ଯେଉଁଠାରେ ମନ୍ତ୍ରୀମାନେ ଅନେକ ଅନୁଚିତ ଅର୍ଥସଂଗ୍ରହ କାର୍ଯ୍ୟରେ ଲିପ୍ତ ଓ ପୋଲିସ ନୀରବ ଦର୍ଶକ ସାଜିଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ବଢ଼ୁଥିବା ଅପରାଧ ଦର ଏହି ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି l ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ଓ ତାଙ୍କ ନେତାମାନେ ଅପରାଧୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ବାଲି, ଖଣି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ସେମାନେ ଲିପ୍ତ ଥିବାର ଦାବି ମଧ୍ୟ କରାଯାଇଛି। ବ୍ରହ୍ମପୁର ସାଂସଦଙ୍କ ନାଁ ଉଠାଇ ସେ କହିଛନ୍ତି ଯେ ସେ ଏହି ସବୁ ପଛର ନିର୍ଦ୍ଦେଶକ ବୋଲି କଡା ଭାଷାରେ ବର୍ତମାନର ସରକାରଙ୍କୁ ନିନ୍ଦା କରିଛନ୍ତି l


ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ନରେଶ ଘଡେ଼ଇ, ଅତିଶ ଦଳେଇ, ଜିତେନ୍ଦ୍ର ଘଡେ଼ଇ, ନୀଳମାଧବ ସାହୁ (ଭବାନୀ), ରୁଦ୍ର ପ୍ରସାଦ ଖଟୁଆ ଓ ଅନ୍ୟାନ୍ୟ ଯୁବ ଓ ଛାତ୍ରମାନେ ଯୋଗଦାନ କରିଥିଲେ ।

State

ଅବସରପ୍ରାପ୍ତ କର୍ମଚାରୀଙ୍କ ମୌନ ଶୋଭାଯାତ୍ରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- କେନ୍ଦ୍ର ଓ ଓଡିଶା ସରକାର ପେନ୍ସନରମାନଙ୍କ ଦାବି ପୂରଣରେ ଅବହେଳା କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ମୌନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟ ରୁ ବାହାରି ନୂଆ BDA, ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପୋଲ୍ଲୀ ଛକ, ମାଛ ବଜାର ଓ ପରିବା ବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା ଜେ ନନ୍ଦେଶୁ ସେନାପତି,ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି ଇ.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦଳ ମହର୍ଷି ସିଂ, ସହ ସମ୍ପାଦକ ଡି ଗୁରୁମୂର୍ତ୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି, ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ନାରାୟଣ ପାଣିଗ୍ରାହୀ, ଶ୍ରୀବସ୍ଥା ପ୍ରଧାନ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ ।

State

ବଳରାମ ଗୌଡ଼ଙ୍କୁ କ୍ଷତି ପୂରଣ ଓ ବିନାୟକ ହସ୍ପିଟାଲ ବିରୋଧ ରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ଦାବି କଲେ ଗ୍ରାମବାସି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବାଘଲଟି ଗ୍ରାମର ବଳରାମ ଗୌଡ଼ ଏକ ସାମାନ୍ଯ ଶଡକ ଦୃଘଟଣାରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିବା ବେଳେ ଡାକ୍ତର ଦିଲ୍ଲୀପ ପ୍ରଧାନ ତାଙ୍କୁ ପ୍ରବର୍ତ୍ତାଇ ବ୍ରହ୍ମପୁର ରେ କୋର୍ଟ ପେଟା ଛକ ଠାରେ ଥିବା ଏକ ଘରୋଇ ବିନାୟକ ନାମକ ହସ୍ପିଟାଲକୁ ନେବାକୁ କହିଥିଲେ। ଏପରିକି ବିନାୟକ ନାମକ ଘରୋଇ ମେଡିକାଲ ରେ ଗୋଡର ଭୁଲ ଚିକିତ୍ସା କରି ହତ୍ଯା କରା ଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକ ଙ୍କ ପରିବାର ଲୋକେ ଡାକ୍ତର ଦିଲ୍ଲୀପ ପ୍ରଧାନ ଓ ବିନାୟକ ମେଡିକାଲ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଆଜି ବାଘଲଟିଗ୍ରାମ ବାସି ଏକ ଶୋଭାଯାତ୍ରା ରେ କମାପଲ୍ଲୀଛକ ଠାରୁ ବାହାରି ବ୍ରହ୍ମପୁର ଏସପିଙ୍କକାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରହ୍ମପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଦକ୍ଷିଣାଞ୍ଚଳରାଜସ୍ବ କମିଶନର କାର୍ଯ୍ୟାଳୟ ଓ ବ୍ରହ୍ମପୁର ଏମକେସିଜି ସୁପରଟେଣ୍ଟ କାର୍ଯ୍ୟଳୟ ଠାରେପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଗୋଇଲୁଣ୍ଡି ସ୍ଥିତ ବିନାୟକହସ୍ପିଟାଲ ଠାରେ ପହଞ୍ଚି ନିରବ ପ୍ରାଥନାକରାଯାଇଥିଲା। ଏହି ସଭାଯାତ୍ରା ରେ ବହୁସମାଜ ସେବି ସହ ବାଘଲଟି ଗ୍ରାମର ବହୁ ଜନ ସାଧାରଣ ଯୋଗ ଦେଇଥିଲେ।

State

ଲୋକଙ୍କ ଜୀବନ ବିପଦରେ

Blog Thumbnail

ଦ କୁଇଭର ବ୍ୟୁରୋ :- ଭଙ୍ଗା ଦଦରା ଖୁଣ୍ଟି, ଛିଣ୍ଡା ଯୋଡ଼ା ତାରରେ ଚାଲିଛି ଟାଟା ପାୱାରର ବିଜୁଳି ଯୋଗାଣ । ଦରଦରା ବ୍ୟବସ୍ଥାରେ ବିଜୁଳି ଦେଇ ଭିଡୁଛି ପୁରା ବିଲ । ଟଙ୍କାଟିଏ ବି ବିଲ ଛାଡ଼ୁନି । ସେ ଗରିବ ହେଉ କି ଚାଷୀ ବିଲ ନ ଦେଲେ ସିଧା ତାର କଟ । ଭିର୍ତ୍ତିଭୂମି ନ ସଜାଡ଼ି ପଇସା ଆଦାୟ କରି ଦେଖାଉଛି ମାଫିଆ ଗିରି । ମନ୍ତ୍ରୀ ତ ମନ୍ତ୍ରୀ ପୁରା ସରକାରଟା ଟାଟା ଆଗରେ ବିକ୍ରି ହୋଇଯାଇଛି । ମୁଣ୍ଡ ବିକିଦେଲା ଭଳି ଗରିବଙ୍କ ଶୋଷଣକୁବି ଆଖିବୁଜି ଦେଉଛି । ଏଭଳି ସ୍ଥିତି ହେଉଛି ଟାଟାର ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ।


ଟିକେ ନଜର ପକେଇବା ବ୍ରହ୍ମଗିରି ବିଜୁଳି ବ୍ୟବସ୍ଥା ଉପରେ । କିଭଳି ଭିର୍ତ୍ତିଭୂମିରେ ଟାଟା ଯୋଗାଉଛି ବିଜୁଳି । ବିଲ କମ ନେଉନି । ୟୁନୁଟି ଚାର୍ଜ ପ୍ରାୟ ପ୍ରତିବର୍ଷ ବଢୁଛି । ସବୁ ତ ନେଲା, ସେବା ଯୋଗେଇଲା ବେଳକୁ କୁନ୍ଥଉଛି ଟାଟା । ଅନେକ ଜାଗାରେ ସୋଇପଡିଲାଣି ଖୁଣ୍ଟି । କେଉଁଠି ବଙ୍କୀ ଯାଇଛି ତ ଆଉ କେଉଁଠି ଅଧା ଖାଇ ଗଲାଣି ଖୁଣ୍ଟ । ତାର ଓହଳି ରହୁଛି । କେତେବେଳେ ଛିଣ୍ଡୁଛି, କେତେବେଳେ ଚାଷ ଜମିରେ ପଡ଼ି ରହୁଛି କେହି କହିପାରିବେ ନାହିଁ । କେଉଁଠି ଚାଷୀ ମଲାଣି ତ ଆଉ କେଉଁଠି ରାସ୍ତାରେ ଜାଉଥୁବା ଲୋକଙ୍କ ଉପରେ ଛିଣ୍ଡି ପଡ଼ିଲାଣି ତାର ।


ଏମିତି ଘଟକୁଡି ଗ୍ରାମର ଜଣେ ବାଇକ ଆରୋହୀଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ତାଙ୍କ ଜୀବନ ବିପଦରେ । ସୂଚନା ଅନୁସାରେ ଘଟକୁଡି ଗ୍ରାମର ବିଜୟ ମହାପାତ୍ର ପ୍ରତିଦିନ ଭଳି ଗନ୍ତବ୍ୟ ସ୍ଥଳରୁ ନିଜ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ଗଉଡ଼ିଆଘାଇ ନିକଟରେ ତାଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ବିଜୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ବିଜୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଇଞ୍ଜୁଡ଼ ହେବାସହ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ମାତ୍ର ଆଶ୍ଚର୍ଯ୍ୟର କଥା କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମରାମତି କାର୍ଯ୍ୟ ସାରି ଫେରିଥିଲେ ସିନା ମେଡିକାଲକୁ ଲାଗିରହିଥିବା ବିଦ୍ୟୁତ କାର୍ଯ୍ୟାଳୟର କୌଣସି ବି ଅଧିକାରୀ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ ବିଜୟଙ୍କ ପାଖରେ ।


କେବଳ ଏହି ଗୋଟେ ଘଟଣା ନୁହେଁ । ଏହାପୂର୍ବରୁ ସତ୍ୟବାଦୀରେ ବି ଦୁଇଜଣଙ୍କ ଜୀବନ ଯାଇଛି । ଅବହେଳା ହେଉଛି ଟାଟାର, ଭିର୍ତ୍ତିଭୂମି ସଜାଡୁନି । ଅସଜଡ଼ା ଭିର୍ତ୍ତିଭୂମିକୁ ନେଇ ପଇସା ଆଦାୟ କରିଚାଲିଛି । ଟାଟା ଲାଭ ତ କଲାନି କିନ୍ତୁ ତା ସହ ଦୁର୍ବଳ ଭିର୍ତ୍ତିଭୂମିରେ ଲୋକଙ୍କୁ ମାରୁଛି । ଲୋକଙ୍କ ଜୀବନ ନେଇ ଲାଭ କରୁଛି ଟାଟା । ଆଉ ବିଭାଗୀୟ ମନ୍ତ୍ରୀ, ଅଫିସର ଏବଂ ସରକାର ବି ଟାଟା ଆଗରେ ଚୁପ । ପ୍ରଶ୍ନ ବି କରୁନାହାନ୍ତି ଭିର୍ତ୍ତିଭୂମି କେବେ ସଜାଡ଼ିବ । ଖାଲି ସହରାଞ୍ଚଳରେ ସଜାଡ଼ି ଦେଲେ ହେବ ନାହିଁ, ସହରର ତଳି ଅଞ୍ଚଳ ବି ବଡ଼ ଅବ୍ୟବସ୍ଥାରେ ଅଛି । ଗାଁ କଥା ତ ନ କହିଲେ ଭଲ । ଏଭଳି ସ୍ଥିତି ଶକ୍ତିମନ୍ତ୍ରୀଙ୍କ ଆଖିକୁ ଦେଖାଯିବ ନାହିଁ । ଶକ୍ତିମନ୍ତ୍ରୀ କେବଳ ଦେଖିବେ ବିଜୁଳି ବିଲ କେମିତି ଜଲ୍ଦୀ ଆଦାୟ ହେବ ଆଉ ଟାଟା ଭଲ ଦି ପଇସା ଆୟ କରିବ ।


ଟ୍ରାନ୍ସଫର୍ମର ଅବସ୍ଥା ତ ବଡ଼ ଦୟନୀୟ । ନା ଚାରିପଟେ ଅଛି କିଛି ବାଡ଼ ନା ଅଛି ଆକଟ । କେତେବେଳେ ଗାଈ ଲାଗିଯାଉଛି ତ ଆଉ କେତେବେଳେ ଆଉ କିଏ । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଟାଟା ପାଖରେ କାଳେ ଟଙ୍କା ନାହିଁ । ଏପଟେ ଟାଟାର ବାଲାନ୍ସ ସିଟି କହୁଛି ଯେ ଟାଟା ପାୱାର ଓଡ଼ିଶାରେ ଲାଭ କଲାଣି । ଲାଭ ନେଇ ନିଜ ପକେଟରେ ମାଡି ଦେଇ ଓଡ଼ିଶା ଲୋକଙ୍କ ଜୀବନ ନେଉଥିବା ଟାଟା ବିରୁଦ୍ଧରେ ସରକାର ପଦକ୍ଷେପ ନ ନେଲେ ଆଗକୁ ସରକାରଙ୍କ ବିରୁଦ୍ଧରେ ତେଜିବ ଆନ୍ଦୋଳନ ।



State

ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଦିଆଗଲା ନାଗରିକ ସମ୍ୱର୍ଦ୍ଧନା

Blog Thumbnail

ବ୍ରହ୍ମପୁର(ଦ କୁଇଭର ):- ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ଏଣୁ ସମସ୍ତେ ନିଜର ମାଁ, ମାଟି ଓ ମମତା ପାଇଁ ଆଗଭର ହୁଅନ୍ତୁ। ବ୍ରହ୍ମପୁର ସହରର ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା ।ସହରର ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡ଼ାକବଙ୍ଗଳାର ସଭା ଗୃହ ପରିସରରେ ଆୟୋଜିତ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏପରି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ନାଗରିକ ମଞ୍ଚର ସଂଯୋଜକ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି ଅଶୋକ କୁମାର ବ୍ରହ୍ମା , ଗଞ୍ଜାମ ଓକିଲ ସଂଙ୍ଘର ସଭାପତି ମନୋଜ ପଟ୍ଟନାୟକ , ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର , ୟୁନିଅନ୍ କ୍ଲବର ନବନିର୍ବାଚିତ ସଭାପତି ଭି.ସନ୍ତୋଷ କୁମାର , ମହାନ ସଂଙ୍ଘ-ବ୍ରହ୍ମପୁରର ସଭାପତି ସୁଶାନ୍ତ ସାବତ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜ ର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ଓଡିଶାବାର୍ତ୍ତାର ସଂପାଦକ ମନୋଜକାନ୍ତ ଦାଶ ଏବଂ

ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ତଥା ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ବ୍ରହ୍ମପୁର ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ , ସେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ନାଟ୍ୟକାର, ସାମ୍ୱାଦିକ , ସାହିତ୍ୟିକ ଓ ବରିଷ୍ଠ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ୱାଦିକ ଗୋପାଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମୀର ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି, ଶିବରାମ ଚୈଧୁରୀ , ନାରାୟଣ ମହାଙ୍କୁଡ,ଅସିତ୍ ପଣ୍ଡା, ଛତ୍ରପୁର ପ୍ରେସ କ୍ଳବ୍ ର ଉପସଭାପତି ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଜାନକୀ କାନ୍ତ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ବିଘ୍ନଶ୍ବର ସାହୁ ,ଉମାଶଙ୍କର ମିଶ୍ର, ଗୈରୀଶଙ୍କର ମିଶ୍ର , ସ୍ବାଧିନ ପାତ୍ର ,ମୃତ୍ୟୁଞ୍ଜୟ ସାହୁ , ଅରୁଣ କୁମାର ପଣ୍ଡାଙ୍କ ସମେତ ସହରର ବିଭିନ୍ନ ସଂଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Politics,Education,State

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପାଇଁ ଆଜି ବିଜେଡି ଘେରିବ ଲୋକସେବା ଭବନ,୧୭ରେ ଓଡିଶା ବନ୍ଦ

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।


ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?

State

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

Politics,State

ନିଜ ଚାଲରେ ଫସିଲା ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡ଼ିକୁ ତାରି ଚାଲରେ ଫସେଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ସରକାରରେ ପ୍ରତି ବିବାଦୀୟ ଅପରାଧ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରି ବିରୋଧୀଙ୍କୁ ଜବାବ ଦେଉଥିବା ବିଜେଡିକୁ ସେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଛନ୍ଦିଛନ୍ତି ମୋହନ । ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ମୋହନ ।


ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲାକୁ ନେଇ ବିଜେଡି ଆକ୍ରାମକ ହୋଇଛି । ବନ୍ଦ ଡାକରା ଦେଇ ହୁଲୁସ୍ତୁଲ କରୁଛି । ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି । ପୂରା ହାଙ୍ଗାମା କରୁଛି । ଏଭଳି ସ୍ଥିତିରେ ମୋହନ ସରକାର ବିଜେଡି ମୁହଁକୁ ଶକ୍ତ ଚାପୁଡ଼ାଟିଏ ମାରିଛନ୍ତି । ମନେ ପକାଇ ଦେଇଛନ୍ତି ନବୀନଙ୍କ ଏକଛତ୍ରବାଦ କଥା । ଏହିଠାରେ କହି ରଖୁଛୁ, ନବୀନ ସରକାରଙ୍କ ସମୟରେ ଅନେକ ବିବାଦୀୟ ଅପରାଧ ମାମଲା ହୋଇଥିଲା । ବିରୋଧୀ ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ଦାବି କରନ୍ତି ।ଆନ୍ଦୋଳନ ବି କରନ୍ତି, ହେଲେ ନବୀନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ବିରୋଧୀଙ୍କୁ ଲଲିପପ ଧରାଇ ଦିଅନ୍ତି । ସେ ପିହୁ ହେଉ କି ପରୀ, କୁନ୍ଦୁଲି ହେଉ କି ବେବିନା... ସବୁ ମାମଲାରେ କ୍ରାଇମବ୍ରାଞ୍ଚକୁ ନେଇ ଆସିଛନ୍ତି । ଏପରିକି ନବ ଦାସ ହତ୍ୟା କାଣ୍ଡ ବି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ।


କ୍ରାଇମବ୍ରାଞ୍ଚକୁ ଢାଲ କରି ବିଜେଡି ସରକାର ଅନେକ ଅପରାଧ ମାମଲାରେ ଆଜି ବି ବିବାଦରେ ଛନ୍ଦି ହୋଇଛନ୍ତି । ଏବେ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି କୁ ନେଇ ଚାଲିଛି ରାଜନୀତି । ବିଜେପି ସରକାରକୁ ଚାରିପଟୁ ଘେରି ଗଲେଣି । ଆଜି ବିଜେଡି ଘେରିଛି, କାଲି ରାସ୍ତାକୁ ଓଲ୍ହେଇବ କଂଗ୍ରେସ । ସବୁ ବନ୍ଦ କରିଦେବ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଇଛନ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ।


ବିଜେଡିର କ୍ରାଇମବ୍ରାଞ୍ଚ ଚାଲ ବିଜେଡି ଉପରେ ହିଁ ପକାଇଛନ୍ତି । ଘୋଷଣା କରିଛନ୍ତି ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ । ଏହାର ତଦନ୍ତ କରିବା ପାଇଁ ଡିଏସପିଙ୍କୁ ଦେଇଛନ୍ତି । ଏଣେ ମହିଳା ଥାନା IIC ତାଙ୍କୁ ସହଯୋଗ କରିବ । ଏବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା । ତଦନ୍ତ ପରେ ଯାହା ହେବ । ସରକାର ଏବେ ସ୍ପଷ୍ଟ କଲେ ଯେ ସରକାର କଠୋର ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଅଭିଯୁକ୍ତ ଆଧ୍ୟାପ ଓ ଅଧ୍ୟକ୍ଷଙ୍କୁ ଜେଲରେ ପୁରାଇ ସାରିଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ଦେଖାଯାଉ ଏହି ମାମଲା ଆଗକୁ କି ରୂପ ନେଉଛି ?



Education,National

ପଥଭ୍ରଷ୍ଟଙ୍କୁ ସଜାଡିବ ଗୀତା ଓ ରାମାୟଣ

Blog Thumbnail

ଦ କୁଇଭର ବ୍ୟୁରୋ :- ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ଆଉ ରାମାୟଣ । ଏହି ଗୀତା ଓ ରାମାୟଣ ଭଳି ଗ୍ରନ୍ଥକୁ ସାମିଲ କରି ଛୋଟ ଛୋଟ ପିଲାମାନଙ୍କୁ ଆଧ୍ୟାତ୍ମିକତା ଏବଂ ରାମାୟଣ ଓ ଗୀତାରେ ଥିବା ଜ୍ଞାନ ତାଙ୍କ ଭିତରେ ଦିବ୍ୟଜ୍ଞାନକୁ ଉଜ୍ଜୀବିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଭଳି ନିଷ୍ପତି ନେଇଛନ୍ତି ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତ ।


ଉତ୍ତରାଖଣ୍ଡରେ ଥିବା ୧୭ ହଜାର ସରକାରୀ ବିଦ୍ୟାଳୟରେ ରାମାୟଣ ଏବଂ ଗୀତା ପଢ଼ାଯିବ । ଏନେଇ NCERT କୁ ମଧ୍ୟ କହିଛନ୍ତି ସେଠାକାର ଶିକ୍ଷାମନ୍ତ୍ରୀ । ବର୍ତ୍ତମାନ ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଜ୍ଞାନ ବା ସକରାତ୍ମକ ଜ୍ଞାନ ଓ ମାନସିକତା କମିଯାଉଥିବା ବଡ଼ ସମସ୍ୟାର କାରଣ ହେଲାଣି । ସାମାଜିକ ଅଧୋପତ୍ତନ ପ୍ରଭାବରେ ନକରାତ୍ମକ ମନଭାବ ବଢ଼ୁଥୁବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।


ରାମାୟଣରେ ଥିବା ଉଦାରତା, କର୍ତ୍ତବ୍ୟନିଷ୍ଠ ଭାବନା, ତ୍ୟାଗ ଓ ଦାୟିତ୍ୱବାନ ଭାବନା ତଥା ସକରାତ୍ମକ ଦିଗକୁ ପିଲାମାନେ ଜାଣିଲେ ସେମାନଙ୍କ ଜୀବନଚର୍ଯ୍ୟା ବି ଶୃଙ୍ଖଳିତ ହୋଇପାରିବ । ଏହା ଭିତରେ ଗୀତାର ଅନେକ ବାଣୀ ଅଛି ଯାହା ବିଜ୍ଞାନ ସମ୍ବଦ୍ଧ । ବିଜ୍ଞାନ ଗୀତା ଠୁ ସୃଷ୍ଟି, ଏକଥା ବିଦେଶରେ ପ୍ରମାଣିତ । ଆମର ଧର୍ମଗ୍ରନ୍ଥକୁ ନେଇ ଜାପାନ, ଜର୍ମାନ ଏବଂ ରୁଷିଆ ଭଳି ଦେଶ ବେଶ ଅଗ୍ରଗତି କରିଛନ୍ତି । ତାହାକୁ ଲକ୍ଷ କରି ଏବେ ପାଠ୍ୟକ୍ରମରେ ଆମର ପବିତ୍ର ଧର୍ମଗ୍ରନ୍ଥକୁ ସ୍ଥାନିତ କରିବା ପାଇଁ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି ।


ଟିକେ ନଜର ପକେଇନେବା ଭାରତର ବର୍ତ୍ତମାନ ନକରାତ୍ମକ ଟ୍ରେଣ୍ଡ ଉପରେ । ଭାରତରେ ଆତ୍ମହତ୍ୟା ବଢୁଛି । ବିଶେଷ କରି ପିଲାମାନଙ୍କ ମଧ୍ୟରେ । ଅନେକ ଜାଗାରେ ପଥଭ୍ରଷ୍ଟ ହେଉଛନ୍ତି କିଶୋର କିଶୋରୀ ଓ ଯୁବାବର୍ଗ । ଦୁଷ୍କର୍ମ ସଂଖ୍ୟା ବି ବଢ଼ି ବଢ଼ି ଯାଉଛି । ସାମାଜିକ ପ୍ରଭାବ ଏତେ ନକରାତ୍ମକ ଦିଗକୁ ଗଲାଣି ଯେ, ଲୋକେ ଅଣନିଶ୍ୱାସୀ ହୋଇଗଲେଣି । ଏଭଳି ସ୍ଥିତିରେ ଗୀତା ହିଁ ଉପଯୁକ୍ତ ମାର୍ଗଦର୍ଶନ କରିବ ବୋଲି ଅନେକ ଜ୍ଞାନୀଗୁଣୀ କହୁଛନ୍ତି । ଦେଖାଯାଉ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀଙ୍କର ଏହି ଉଦ୍ୟମ ସାମାଜିକ ପରିବର୍ତ୍ତନରେ କେତେ ସାହାୟକ ହେଉଛି ?