Banner Ad

ସମୀର ଯିବେ ବିଜେପିକୁ

ସମୀର ଯିବେ ବିଜେପିକୁ
Published by : Jyotshna Kumari
#Politics
May 19, 2024, 8:24 AM
ଭୁବନେଶ୍ୱର ( ଦ କୁଇଭର ):-
ନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା ଦେଲେ ନିମାପଡା ପୂର୍ବତନ ବିଧାୟକ ତଥା ବିଜେଡିର ଜଣେ ଆଗ ଧାଡ଼ିର ଟାଣୁଆ ନେତା ସମୀର ରଞ୍ଜନ ଦାସ l ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ସମୀର l ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ସମୀର l ସେ ଦଳ ଛାଡିଥିବା ନେଇ ଏକ ଭିଡିଓ ମାଧ୍ୟ୍ୟମରେ ସୂଚନା ଦେଇଛନ୍ତି l ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ନେଇ " ଦ କୁଇଭର" କୁ ସୂଚନା ଦେଇଛନ୍ତି l
ସୂଚନା ପ୍ରକାରେ ୨୦୦୯,୨୦୧୪ ଏବଂ ୨୦୧୯ ରେ ନିମାପଡା ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ଆସିଥିବା ବିଜେଡି ର ଜଣେ ଟାଣୁଆ ନେତା ଆଜି ଦଳ ଛାଡିଛନ୍ତି l କିନ୍ତୁ ୨୦୨୪ ରେ ଦଳ ତାଙ୍କ ଉପରେ ଭରଷା ନ କରି ଦିଲ୍ଲୀପ ନାୟକ ଙ୍କୁ ଟିକେଟ ଦେବାରୁ ସମୀର ଅସନ୍ତୁଷ୍ଟ ହୋଇଥିଲେ l ଶେଷରେ ବାଧ୍ୟ ହୋଇ ଦଳ ଛାଡିଥିବା ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି l ସେ ଦଳ ଛାଡିବାର କାରଣରେ କହିଛନ୍ତି ଯେ, ଦଳର ସୁପ୍ରିମୋ ମୋ ଉପରୁ ବିଶ୍ୱାସ ହରାଇଛନ୍ତି ତେଣୁ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି l ସମୀର ରଞ୍ଜନ ଦାସ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ହୋଇଥିଲେ l ତେବେ ସମୀର ରଞ୍ଜନ ଦାସ ବିଜେଡି ଛାଡି ବିଜେପି ରେ ଯୋଗ ଦେବା କଥା "ଦ କୁଇଭର" କୁ ଜଣାଇଛନ୍ତି l

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଗ୍ନିକାଣ୍ଡ

Blog Thumbnail

ଗଞ୍ଜାମ, ଜଗନ୍ନାଥପ୍ରସାଦ ( ଦ କୁଇଭର ):- ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚଭୁତି ଗ୍ରାମ ମୁଖ୍ୟ ରାସ୍ତାକଡରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ, ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ୟାଙ୍କ ବନ୍ଦ ଥିବା ସମୟରେ, ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକେ, ବ୍ୟାଙ୍କ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ବିଭିନ୍ନ ଯନ୍ତ୍ରାଂଶ, କମ୍ପ୍ୟୁଟର ଏବଂ ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଟଙ୍କା ଏବଂ ସମସ୍ତ କାଗଜପତ୍ର ସୁରକ୍ଷିତ ଥିବା କୁହାଯାଉଛି । ତେବେ ସଟସର୍କିଟ୍ ଯୋଗୁଁ ବ୍ୟାଙ୍କ୍ ଭିତରେ ଅଗ୍ନିକାଣ୍ଡ ଘଟିଥିବା, ପ୍ରାଥମିକ ଆକଳନ ପ୍ରକାରେ ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବ୍ୟାଙ୍କ୍ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।

State

ଖଲ୍ଲିକୋଟ ପ୍ରସିଦ୍ଧ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ

Blog Thumbnail

ଗଞ୍ଜାମ, ଖଲ୍ଲିକୋଟ ( ଦ କୁଇଭର ):- ବହୁଦିନ ପରେ ଲୁଟେରା ଓ ଆତଙ୍କୀ ଙ୍କ କବଜାରେ ଗଞ୍ଜାମ l କୋଟି କୋଟି ଓଡ଼ିଆ ଙ୍କ ଆରାଧ୍ୟ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ରୁ ଚୋରି ଘାଟଣ ମନ ରୁ ନ ଲିଭୁଣୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ରହିଥିବା ଓଡ଼ିଶା ର ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ । ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିବା ସହ, ରୋଷ ଘର ତାଲା ଭାଙ୍ଗି ପିତଳ ଓ କଂସା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି । ଭୋର ସକାଳ ସମୟରେ ପୂଜକ ମୂଖ୍ୟ ତାଲା ଖୋଲି ମନ୍ଦିରକୁ ଯିବାର ହୁଣ୍ଡି ଭଙ୍ଗା , ରୋଷଘରୁ କବାଟ ଭଙ୍ଗା , ଦେଖି ପୋଲିସ୍ ଜଣାଇଥିଲେ । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଖଲ୍ଲିକୋଟ ଥାନା ଅଂଚଳ ରେ ଚୋରି ଘଟଣା ଲଗାତାର ବିଭିନ୍ନ ଘର ମାନଙ୍କ ଘରୁ ଚୋରି ହେଉଥିବା ଅଭିଯୋଗ ଖଲ୍ଲିକୋଟ ଥାନାରେ ରହିଛି ।

Education

ପୁସ୍ତକ ହିଁ ମଣିଷର ପ୍ରକୃତ ସାଥି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅଷ୍ଟମ ଦିନରେ ପହଂଚି ଯାଇଛି । ଲୋକ ଭିଡ଼ ସହ ପୁସ୍ତକ ପ୍ରେମୀଙ୍କ ଭିଡ଼ ମେଳାରେ ଦେଖିବାକୁ ମିଳୁଛି । ଆଜି ତଥା ଅଷ୍ଟମ ଦିନରେ ପୁସ୍ତକ ମେଳାର ଇତିହାସ ସମ୍ପର୍କରେ ଅତିଥି ମାନେ ଆଲୋଚନା ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ରଖି ପୁସ୍ତକ ହିଁ ମଣିଷର ପ୍ରକୃତ ସାଥୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଶିକ୍ଷାବିତ ଶ୍ରୀଯୁକ୍ତ ପନଗ ଭୂଷଣ ମାଝି ଯୋଗ ଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ କବି ନୀଳକଣ୍ଠ ସାହୁ ଯୋଗ ଦେଇ ପୁସ୍ତକ ମେଳା ହିଁ ମଣିଷକୁ ସତ ମାର୍ଗ ଦେଖାଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ ।ବିଶିଷ୍ଟ କବି ସୁଶାନ୍ତ ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଲିଙ୍ଗରାଜ ମିଶ୍ର , ଦୀପ୍ତିମିତା ମହାପାତ୍ର ମଞ୍ଚାସିନ ଥିଲେ । ଶିକ୍ଷାବିତ୍ ବାଲ୍ମୀକି ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନିଲ କୁମାର ପାତ୍ର ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,ପ୍ରଫୁଲ୍ଲ କୁମାର ଦାଶ ,ସୁଧାଞ୍ଜଳି ମିଶ୍ର, ସୁଶାନ୍ତ ଦାଶ ,ସତ୍ୟମ ଆଚାରୀ ,ଅଜିତ କୁମାର ସାବତ ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ନିହାର ରଞ୍ଜନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

State

ଏଗାର ତମ ମହାନଗର ପୁସ୍ତକ ମେଳା ଉଦଯାପିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି । ଆଜି ଉଦଯାପନ ପର୍ବରେ ପୁସ୍ତକ ମେଳାର ଆୟୋଜନ କିପରି ଦୀର୍ଘ ଦିନ ଚାଲୁ ରହିବ ସେ ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।ଗଞ୍ଜାମ କଳା ପରିଷଦ ଦ୍ବାରା ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ତଥା ସମାଜ ସେବୀ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥଲେ । ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ପ୍ରାକ୍ତନ ବିଧାୟକ ବିକ୍ରମ ପଣ୍ଡା ,ଶିକ୍ଷାବିତ ଓ ସମାଜ ସେବୀ ଭଗବାନ ଗନ୍ତାୟତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ରାଜେନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ସମାଜ ସେବୀ ସୁବାସ ମହାରଣା ଉପଦେଷ୍ଟା ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଶିଷ୍ଟ ଲେଖକ ତଥା ଶିକ୍ଷକ ନୀଳାଦ୍ରି ବିହାରୀ ମହାପାତ୍ରଙ୍କ ଦ୍ଵାରା ମୂଳ ସଂସ୍କୃତ ଶ୍ରୀ ଶିବ ସହସ୍ର ନାମ କୁ ସମ୍ପୂର୍ଣ୍ଣ ଓଡ଼ିଆ କବ୍ୟାନୁବାଦ ହୋଇ ଉନ୍ମୋଚିତ ହୋଇଥିଲା । କବି ସୁଶାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଅଧିବେସ ନ ରେ ଶ୍ରୀମତୀ ଦୀପ୍ତିମିତା ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନିଲ କୁମାର ପାତ୍ର ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,ପ୍ରଫୁଲ୍ଲ କୁମାର ଦାଶ ,ସୁଧାଞ୍ଜଳି ମିଶ୍ର, ବାଲ୍ମୀକି ମହାପାତ୍ର ,ସତ୍ୟମ ଆଚାରୀ ,ଅଜିତ କୁମାର ସାବତ ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ ।

State

ଆଳୁ ମିଶନକୁ ଫେଲ କରାଇବେ

Blog Thumbnail

ମାଲକାନଗିରି(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେଲ ହେବେ । ତାଙ୍କ ଯୋଜନାକୁ ଫସର ଫଟାଇ ଦେବେ ୟେ ସରକାରୀ ବାବୁମାନେ । ସେଥିପାଇଁ ଭିତିରି କାରସାଦି କରିଛନ୍ତି । ମୋହନ କିପରି ଫେଲ ହୁଅନ୍ତୁ ଓ ବଦନାମ ହୁଅନ୍ତୁ, ଲୋକେ ହସନ୍ତୁ ସେହି ରାସ୍ତା ପ୍ରସ୍ତୁତ କରାଯାଉଛି । ଏପରି ରାସ୍ତା ପ୍ରସ୍ତୁତ କରୁଛନ୍ତି ଉଦ୍ୟାନକୃଷି ବିଭାଗର ବାବୁମାନେ । ରାଜ୍ୟରୁ ଆଳୁ ସଂକଟ ଦୂର କରିବା ପାଇଁ ମୋହନଙ୍କ ଆଳୁ ମିଶନ ଯୋଜନାକୁ ଭଣ୍ଡୁର କରିବା ପାଇଁ ବାବୁମାନେ ଲାଗି ପଡ଼ିଛନ୍ତି । ସରକାରଙ୍କ ନିଷ୍ପତ୍ତି ଥିଲା ପଞ୍ଜାବରୁ ଆଳୁ ବିହନ ଆସିବ, ଉଦ୍ୟାନକୃଷି ବାବୁମାନେ କଲିକତାରୁ ବିହନ ମଗାଇଛନ୍ତି । ଚାଷୀଙ୍କୁ ପଚାଷଢ଼ା ବିହନ ଦେଉଛନ୍ତି । ଯାହାର ଯଥେଷ୍ଟ ପ୍ରମାଣ ଲାଗିଛି କୁଇଭର ନୁ୍ୟଜ ହାତରେ । ଏକଥା ପଚାରିବାରୁ ଉଦ୍ୟାନକୃଷି ବିଭାଗର ବାବୁମାନେ ଥ... ଥ... ମ... ମ... ହେଉଛନ୍ତି । ପାଟି ଖନି ମାରିଯାଉଛି ।

ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟରେ ଆଳୁ ସଂକଟ ବର୍ଷବର୍ଷରୁ ରହି ଆସିଛି । ରାଜ୍ୟରେ ଆଳୁ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଉଦ୍ୟାନକୃଷି ବିଭାଗର ବାବୁମାନେ ତାହା କରାଉ ନାହାନ୍ତି । ବରଂ ଆଳୁ ଚାଷ କିପରି ରାଜ୍ୟରେ ବୁଡ଼ିଯିବ ଏବଂ ରାଜ୍ୟବାସୀ ଓ ସରକାର କିପରି ପଶ୍ଚିମବଙ୍ଗ ଆଗରେ ହାତ ପାତିବେ ସେହି ଷଡ଼ଯନ୍ତ୍ର କରାଯାଉଛି । ତେଣୁ ସବୁବେଳେ ପଶ୍ଚିମବଙ୍ଗ ଓଡ଼ିଶା ଉପରେ ହାକିମାତି ଦେଖାଉଛି । ମନଇଚ୍ଛା ବନ୍ଦ କରିଦେଉଛି ଆଳୁ ଯୋଗାଣ ।

ଋାଜ୍ୟରେ ଆଳୁ ସଂକଟ ଦୂର କରିବାକୁ ନବୀନ ଆରମ୍ଭ କରିଥିଲେ ଆଳୁ ମିଶନ । ମାତ୍ର ଗାଲୁଆ ଅଫିସରମାନେ ତାକୁ ଚଳୁ କରିଦେଲେ । ନବୀନ ସରକାର ଦେଇଥିବା ପାଣ୍ଠିକୁ ଗିଳିଦେଲେ । ଅଫିସରମାନେ ସେ ମିଶନର କାନ୍ଥ ବାଡ଼କୁ ବି ଚରିଗଲେ । ଫଳରେ ଓଡ଼ିଶାରେ ଆଳୁ ଉତ୍ପାଦନ ସ୍ୱପ୍ନ ହୋଇ ରହିଗଲା । ଏବେ ମୋହନ ସରକାର ଆସିଛନ୍ତି । ମୋହନ ସରକାର ଆସୁ ଆସୁ ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ପ୍ରଥମ ଝଟକା ଦେଲା । ଏହାର ଜବାବରେ ପଞ୍ଜାବରୁ ଆଳୁ ଆଣିଲେ ସରକାର । ହେଲେ ତାହା ଯଥେଷ୍ଟ ହେଲା ନାହିଁ ।

ତେଣୁ ଫେଲ ହୋଇଥିବା ଆଳୁ ମିଶନକୁ ପୁଣି କାର୍ଯ୍ୟକ୍ଷମ କରି ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବାକୁ ଯୋଜନା କରିଲେ ମୋହନ ସରକାର । ଆଳୁ ମିଶନ ଚଳାଇବାକୁ ପଦକ୍ଷେପ ନିଆଗଲା । ସରକାର ନିଷ୍ପତ୍ତି ନେଇଥିଲେ ମିଶନ ପାଇଁ ବିହନ ପଞ୍ଜାବରୁ ଆସିବ । ହେଲେ ମାଲକାନଗିରିର ଉଦ୍ୟାନକୃଷି ବିଭାଗର ଉପ ନିଦେ୍ର୍ଦଶକ ବିହନ କଲିକତାରୁ ମଗାଇଛନ୍ତି । ୬ଶହ ବସ୍ତା ଆଳୁ ବିହନ ଆଣି ଗୋଦାମରେ ରଖିଥିଲେ । ହେଲେ ଆଣିଥିବା ଆଳୁ ବିହନ ଅତି ନିମ୍ନମାନର ବୋଲି ଧରାପଡ଼ିଲା ।

ସରକାର ଆଳୁ ବିହନ ଦେବେ ବୋଲି ଜାଣିବା ପରେ ଚାଷୀମାନେ ଗୋଦାମ ସାମ୍ନାରେ ଆସି ଧାଡ଼ି ବାନ୍ଧିଲେ । ଆଳୁ ବିହନ ଗୋଦାମରୁ ବାହାରିବା ବେଳକୁ ସବୁ ପ୍ରାୟ ପଚା । ସେଥିରୁ ବିହନ ସଂଗ୍ରହ କରି ଚାଷ କରିବା ସମ୍ଭବ ନୁହେଁ । ଏକଥା ଚାଷୀମାନେ ଅଭିଯୋଗ କଲେ ମଧ୍ୟ ରିହାତି ମିଳିବ, ନେଇଯାଅ ବୋଲି କହି ବିଭାଗୀୟ ବାବୁମାନେ ସେମାନଙ୍କୁ ଘଉଡ଼ାଇ ଦେଇଛନ୍ତି । ହେଲେ ଚାଷୀମାନେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯଦି ଆଳୁ ପାଇଁ ଭଲ ବିହନ ନହେବ, ଆଳୁ ଉତ୍ପାଦନ କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ।

ଏସମ୍ପର୍କରେ ସହକାରୀ ଉଦ୍ୟାନକୃଷି ଅଧିକାରୀ ବବିତା ହନ୍ତାଳ କହନ୍ତି, ବିହନ କଲିକତାରୁ ଆସିଛି, କିଛି ଖରାପ ହୋଇଛି ।

ବାଇଟ---

ତେବେ ଏନେଇ ବିଭାଗୀୟ ଉପ ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ ପ୍ରଥମେ ଏହା କଲିକତାରୁ ଆସିନଥିବା କହିଥିଲେ । ମାତ୍ର ପ୍ରମାଣ ଦେଖାଇବା ପରେ ସେ ମାନିଥିଲେ । ହେଲେ ଆଳୁ ପଚିଥିବା କଥା ସେ ସ୍ୱୀକାର କରି ନଥିଲେ ।

ଏଠି ପ୍ରଶ୍ନ ଉଠୁଛି ଆଳୁ ମିଶନ ପାଇଁ ଭଲ ବିହନ ଆସିବା କଥା ନା ପଚା ଓ ନିମ୍ନମାନର ବିହନରେ ହେବ ଆଳୁ ମିଶନ? ଆଳୁ ମିଶନରେ ଯଦି ପଚା ଓ ନିମ୍ନମାନର ବିହନ ଯୋଗାଇ ଦିଆଯିବ, ତେବେ ମିଶନ ଆରମ୍ଭ ହେବା ପୂର୍ବରୁ ଭୁଶୁଡ଼ିଯିବ । କିଛି ନ୍ୟସ୍ତ ସ୍ୱାର୍ଥବାଦୀ ଅଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କର ପୂରା ମିଶନ ଏବେ ଫେଲ ହେବାକୁ ବସିଛି । ଦେଖାଯାଉ ମୋହନ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ।


Politics

ମହାଲିଙ୍ଗଙ୍କ ଅଡ଼ିଟ କଲେ ଏମପି

Blog Thumbnail

ଗଞ୍ଜାମ(ଦ କୁଇଭର): ଲୋକେ ଭୋଟ ଦେଇ ଏମପି କରିଛନ୍ତି । ତେଣୁ ଲୋକଙ୍କ ଦୁଃଖ ସୁଖ ବୁଝିବା ଜରୁରୀ । ସେଥିପାଇଁ ସିଧା ଫିଲ୍ଡକୁ ଓହ୍ଲାଇଲେ ଆସ୍କା ଏମପି ଅନିତା ଶୁଭଦର୍ଶିନୀ । କେବଳ ଓହ୍ଲାଇଲେ ନାହିଁ ନିଜ ଦଳର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାମକୁ ଅଡ଼ିଟ ବି କରିଦେଲେ । ମନ୍ତ୍ରୀ ଠିକ କାମ କରୁଛନ୍ତି କି ନାହିଁ, ତାହା ଦେଖିଲେ । କାମରେ ଅନେକ ତ୍ରୁଟି ଥିବାରୁ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ ବି କଲେ । ଜନତାଙ୍କୁ ସେବା ଆଗ ଦିଅ, ନହେଲେ ମୋଦି ସରକାର ଛାଡ଼ିବେ ନାହିଁ ବୋଲି ଚେତାବନୀ ବି ଦେଲେ । ଆସ୍କା ଏମପିଙ୍କ ଏପରି ଅଚାନକ ଚଢ଼ାଉ ପରେ ଲୋକେ ବିଜେପିକୁ ନେଇ ଯେତିକି ଖୁସି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ନେଇ ସେତିକି ବିରକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସରକାର ଯେତେ କହିଲେ ବି ଲୋକଙ୍କୁ ଜ୍ୱର ଓ ଜଖମ ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର ଦୌଡ଼ିବାକୁ ପଡ଼ୁଛି । ଏପରିକି ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ବି ଚିକିତ୍ସା ସେବା ମିଳୁନାହିଁ । ସ୍ୱାସ୍ଥ୍ୟ ବିଭାଗ ଯେତେ ଉତ୍ତମ ସ୍ୱାସ୍ଥ୍ୟସେବାର ଚିତ୍ରଦେଖାଇଲେ ବି ସବୁ ଫେଲ ମାରୁଛି । ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ନେଇ ଲୋକେ ବି ଉତ୍କ୍ଷିପ୍ତ ରହିଛନ୍ତି । କେଉଁଠି ବିଜୁଳୀ ନାହିଁ ତ ଆଉ କେଉଁଠି ରୋଗୀଙ୍କୁ ସେବା ମିଳୁନି । କେଉଁଠି ଡାକ୍ତର ଆସୁ ନାହାନ୍ତି ତ ଆଉ କେଉଁଠି ଚତୁର୍ଥଶ୍ରେଣୀ କର୍ମଚାରୀ ଯୋଗାଉଛନ୍ତି ସ୍ୱାସ୍ଥ୍ୟସେବା ।

ଦେଖନ୍ତୁ କେମିତି ସ୍ୱାସ୍ଥ୍ୟସେବା ସ୍ଥିତି ପରଖୁଛନ୍ତି ଏମପି---

ଏପରି ସ୍ଥିତିରେ ହଠାତ ସ୍ୱାସ୍ଥ୍ୟସେବା ଫିଲ୍ଡକୁ ଓହ୍ଲାଇଲେ । ପ୍ରଥମ କରି ଏମପି ହୋଇଥିବା ଅନୀତା ଏବେ ଫିଲ୍ଡକୁ ଓହ୍ଲାଇଛନ୍ତି । ଦେଖାଇଛନ୍ତି ତାଙ୍କ ଜନପ୍ରତିନିଧି ହେବାର ଦବଦବା । ସିଧା ସଳଖ ଓହ୍ଲାଇଥିଲେ ଗଞ୍ଜାମ ଜିଲ୍ଲା ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ । ଗାଡ଼ିରୁ ଓହ୍ଲାଇ ତକ୍ରାଳ ଭିତରକୁ ଯାଇ ସବୁ ବୁଲି ଦେଖିଥିଲେ । ଏହାପରେ ରୋଗୀଙ୍କ ସହ କଥା ହୋଇ ସମସ୍ୟା ବୁଝିଥିଲେ । ଡାକ୍ତରଖାନାର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ତାଗିଦ ବି କରିଥିଲେ ।

ରାଜ୍ୟରେ ଏବେ ବିଜେପି ସରକାର ଅଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମୁକେଶ ମହାଲିଙ୍ଗ ଦାୟିତ୍ୱ ନେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସେ ସଜାଡ଼ୁଥିବା ଓ ତାଙ୍କ ସରକାର ସମସ୍ତଙ୍କୁ କିପରି ସ୍ୱାସ୍ଥ୍ୟସେବା ମିଳିପାରିବ ସେନେଇ କାର୍ଯ୍ୟ କରୁଥିବା କହୁଛନ୍ତି । ହେଲେ ତାଙ୍କ ଅପାରଗତା ପଦାରେ ପଡ଼ୁଛି । ପ୍ରତିଦିନ ଚିକିତ୍ସା ଅବହେଳା ସାମ୍ନାକୁ ଆସୁଛି । ଏପରି ଅବହେଳାକୁ ଯାଞ୍ଚ କରିଛନ୍ତି ଖୋଦ ତାଙ୍କରି ଦଳର ଏମପି ଅନିତା । ଦେଖିଛନ୍ତି ମନ୍ତ୍ରୀଙ୍କ ଅପାରଗତାର ପରିଚୟ । ଦେଖାଯାଉ ଏମପିଙ୍କ ତାଗିଦ ଅନୁଯାୟୀ ମନ୍ତ୍ରୀ ସ୍ୱାସ୍ଥ୍ୟସେବା ସୁଧାରୁଛନ୍ତି ନା ଏମପିଙ୍କ କଥାକୁ ବେଖାତିର କରି ଲୋକଙ୍କୁ ଅବହେଳାରେ ଛାଡ଼ି ଦେଉଛନ୍ତି?


Sports

ପ୍ରଥମ T-20 ଜିତିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ସଞ୍ଜୁଙ୍କ ଶତକ ପରେ ସ୍ପିନ୍‌ ଯାଦୁ । ବିଜୟରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ । ପ୍ରଥମ ଭାରତୀୟ ଭାବେ ସଞ୍ଜୁ ସାମସନ୍‌ କ୍ରମାଗତ ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ସ୍ପିନରଙ୍କ କମାଲ କାରଣରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ସଞ୍ଜୁ ୫୦ ବଲରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତ୍ତୀ , ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ୨୦୨ ରନ୍ ସ୍କୋର୍ କରିବା ପରେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍‌ରେ ସମସ୍ତ ୱିକେଟ ହରାଇଦେଇଥିଲା । ଏହାସହ ୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ରବିବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

Politics,State

ଧର୍ମେନ୍ଦ୍ରଙ୍କ ପାଇଁ ଘାଟାରେ ବିଜେପି

Blog Thumbnail

ନୟାଗଡ଼(ଦ କୁଇଭର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣ ଏବେ ବିଜେପି ପାଇଁ ଘାଟା ହେଲାଣି । ବିଜେପିର ନାକ କଟାଇ ଦେବାକୁ ବସିଲାଣି । ଏମିତି ସ୍ଥିତି ହେଲାଣି ଯେ, ବିଜେପି ତଣ୍ଟିରେ ଏହା କଣ୍ଟା ହୋଇ ଲାଗିବା ଜଳ ଜଳ ହୋଇ ଦିଶିଲାଣି । ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଓଡ଼ିଶା ବିଜେପିର ଫେସ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଥିଲେ । ସେହି ଫେସରୁ ବାହାରିଥିବା କଥା ଏବେ ବିଜେପିକୁ ଘାଣ୍ଟିଲାଣି । ତାଙ୍କ କଥାକୁ ବିରୋଧୀ ଗଣ୍ଠି କରି ଜବାବ ମାଗିଲେଣି । ଯାହା ରାଜ୍ୟ ସରକାରଙ୍କୁ ଅକଳରେ ପକାଇବା ନିଶ୍ଚିତ ହୋଇଯାଇଛି ।

ଆମେ ଏଠି କହୁଛୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ମାସିକ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବା ଘୋଷଣା ପ୍ରସଙ୍ଗ । ନିର୍ବାଚନ ପୂର୍ବରୁ ବିଜେଡି ରାଜ୍ୟର ଲୋକଙ୍କୁ ୧୦୦ ରୁ ୨୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ ଘୋଷଣା କରିଥିଲା । ନିର୍ବାଚନୀ ସମୟରେ ବଡ଼ ଭାବୁକ ହୋଇଯାଇଥିଲେ ବାବୁ ଧର୍ମେନ୍ଦ୍ର । ଲକ୍ଷ୍ୟ ଥିଲା ସମ୍ବଲପୁରରେ ଜିତିବା । ତେଣୁ ନା ଆଗ ଦେଖିଲେ ନା ପଛ । ଭାବିଥିଲେ ରାଜ୍ୟ ବିଜେପିର ସେ ସର୍ବେସର୍ବା । ତେଣୁ ସେ ସବୁ କିଛି କରିବେ । ସେଥିପାଇଁ କିଛି ଚିନ୍ତା ନକରି କହିଦେଲେ ଛାଡ଼ ହୋ... ବିଜେଡି କ’ଣ ୧୦୦ ୟୁନିଟ ବିଜୁଳୀ ମାଗଣା ଦେବ, ଆମ ସରକାର ଆସିଲେ ଆମେ ମାସିକ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବୁ । ହେଲେ ଏନେଇ ବିଜେପି ଦଳର ଇସ୍ତାହାରରେ ନଥିଲା । ଦଳ ସୌରଶକ୍ତିରେ ମାଗଣା ବିଜୁଳୀ ଉତ୍ପାଦନ ଓ ବିକ୍ରି ପାଇଁ ରିହାତି ଦେବ ବୋଲି ଘୋଷଣା କରିଥିଲା ।

ଧର୍ମେନ୍ଦ୍ରଙ୍କ ଘୋଷଣାମାନେ ଏହାକୁ ସମସ୍ତେ ବିଶ୍ୱାସ ବି କରିଗଲେ । କାରଣ ସେ ହିଁ ତ ଥିଲେ ଓଡ଼ିଶାର ଫେସ । ତାଙ୍କ ସମର୍ଥକ କ’ଣ ସେ ନିଜେ ଭାବିଥିଲେ ମୁଖ୍ୟମନ୍ତ୍ରୀ ହେବେ । ଏହାପରେ ମାଗଣା ବିଜୁଳୀ ବ୍ୟବସ୍ଥା କରିବେ । ହେଲେ ମୋଦି କାଳେ ସିଧା ସିଧା ଅଗ୍ରାହ୍ୟ କଲେ । ଆଉ ଉପନିର୍ବାଚନ ନୁହେଁ । ତେଣୁ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ରହିଲା ନାହିଁ । ହଠାତ ଆବିର୍ଭାବ ହେଲେ ମୋହନ ମାଝୀ । ସିଧା ବସିଲେ ମୁଖ୍ୟମନ୍ତ୍ରୀ ଆସନରେ । ସରକାର ଗଢ଼ିଲା ବିଜେପି । ରାଜ୍ୟରେ ୨୪ବର୍ଷର ବିଜେଡି ସରକାରକୁ ଗଡ଼ାଇ ଦେଲେ ।

ଇତିମଧ୍ୟରେ ୫ମାସ ଗଲାଣି, ହେଲେ ବିଜେପିର ମାଗଣା ବିଜୁଳୀ ଦେଖା ନାହିଁ । ଲୋକେ ଆଜି ବି ବିଲ ଦେଉଛନ୍ତି । ଟାଟା ପାୱାର ତ ଲୁଟୁଛି । ଏହାକୁ ବିରୋଧୀ ଧରିଲେଣି । କିହୋ ଧର୍ମେନ୍ଦ୍ର ତ ଘୋଷଣା କରିଥିଲେ ମାସିକ ୩୦୦ ୟୁନିଟ ବିଜୁଳୀ ମାଗଣା, କାହିଁ ସେ ମାଗଣା ବିଜୁଳୀ? ଏହି ପ୍ରଶ୍ନ କଲେଣି ବିରୋଧୀ । ଏପରିକି ଧର୍ମେନ୍ଦ୍ରଙ୍କ ବନ୍ଧୁ ବିଜେଡି ନେତା ଡ ଅରୁଣ ସାହୁ ଏହାକୁ ନେଇ ତୁମ୍ବି ତୁଫାନ କଲେଣି । ରାସ୍ତାରେ ଆନେ୍ଦାଳନ ବି କଲେଣି । ଗଗନ ପବନ କମ୍ପାଇଲେଣି । କେବଳ ସେତିକି ନୁହେଁ, ବିଜେପିକୁ ବିଧାନସଭାରେ ଘେରିବାକୁ ବି ଯୋଜନା କଲେଣି । ବିଜୁଳୀ ଏକ ଏମିତି ପ୍ରସଙ୍ଗ, ଯାହା ସହ ସମସ୍ତ ସାଧାରଣ ଜନତା ଜଡ଼ିତ ରହିଛନ୍ତି । ଯଦି ମାଗଣା ନହେଲା, ତେବେ ଅସନ୍ତୋଷ ବଢ଼ିବ, ଯାହା ବିଜେପିକୁ ଘାଟାରେ ପକାଇବ । ଧର୍ମେନ୍ଦ୍ରଙ୍କ କଥା ପାଇଁ ବିଜେଡି ଖାଲରେ ପଡ଼ିବା ଏକ ପ୍ରକାର ସୁନିଶ୍ଚିତ ହେଉଥିବାରୁ ଦଳର ପୁରୁଖାମାନେ ଏବେ ମୁଣ୍ଡରେ ହାତ ଦେଲେଣି । ଏହାକୁ କେମିତି କାଟିବେ ବାଟ ବି ପାଉ ନାହାନ୍ତି । ଦେଖାଯାଉ ଧର୍ମେନ୍ଦ୍ରଙ୍କ ପାଇଁ ଦଳ ଓ ସରକାରରେ ହେଉଥିବା ଘାଟାକୁ ଦଳ କିପରି ଭରଣା କରୁଛି?


Education

ଗ୍ରାଣ୍ଡ୍ ପେରେଣ୍ଟସ୍ ଡେ କାର୍ଯ୍ୟକ୍ରମ ଆୟୋଜିତ

Blog Thumbnail

ଗଞ୍ଜାମ, ଭଞ୍ଜନଗର ( ଦ କୁଇଭର ):- ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ “ଗ୍ରାଣ୍ଡ୍ ପେରେଣ୍ଟସ୍” ଡେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କାମାନୁ ଙ୍କ ପୈାରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଗ୍ରାଣ୍ଡ ପେରେଣ୍ଟସ୍ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡ଼ାଃ. ନାରାୟଣ କାଣ୍ଡି ଯୋଗଦେଇ, ଗ୍ରାଣ୍ଡ ପେରେଣ୍ଟସ୍ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ନୈତିକ ସ୍ତରରେ କିଭଳି ସୁସ୍ଥ ରହିବା ଆବଶ୍ୟକ, ସେ ସଂକ୍ରାନ୍ତରେ ପରାମର୍ଶ ଦେଇଥିଲେ । ଏହାସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପସ୍ଥିତ ଥିବା ବୟୋଜ୍ୟେଷ୍ଠ ଅଭିଭାବକଙ୍କ ମଧ୍ୟରେ ଖେଳ ଏବଂ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ବିଜୟୀ ଅଭିଭାବକଙ୍କୁ ବିଦ୍ୟାଳୟ ପକ୍ଷରୁ, ପୁରସ୍କୃତ ଏବଂ ସମ୍ମାନୀତ କରାଯାଇଥିଲା ।

State

କରଞ୍ଜିଆ ବନଖଣ୍ଡକୁ ପ୍ରବେଶକଲେ ୨୮ ଟିକିଆ ହାତୀପଲ

Blog Thumbnail

ମୟୁରଭଞ୍ଜ ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା ଲାଗିରହିଛି. ଅନେକ ସମୟରେ ହାତୀ ଓ ମଣିଷ ଭିତରେ ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷରେ କେତେ ବେଳେ ହାତୀ ଜୀବନ ଯାଉଛି ତ କେତେବେଳେ ମଣିଷର । ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନରେ ହାତୀ ମାନେ ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି । କିଛିଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡ କୁ ୨୮ ଟିକିଆ ହାତୀପଲ ପ୍ରବେଶ କରିଥିବା ଦେଖିବାକୁ ମିଳିଛି . ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ ହାତୀପଲ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ପହଞ୍ଚିଥିଲେ , ଆସିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ , ହାତୀ ଆସିବା ଦ୍ଵାରା ଆଖପାଖ ୧୫ରୁ୨୦ଟି ଗାଁ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ,ବର୍ତ୍ତମାନ ସମୟରେ ବିଲରେ ଧାନ ଚାଷ ଅମଳର ଦିନ ଥିବାରୁ ଚାଷୀମାନେ ଏବେ ଚିନ୍ତାରେ , ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖିବାକୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚିଥିଲେ , ତେବେ ଘଟଣା ସ୍ଥଳରେ ନିୟୋଜିତ ରହିଥିଲେ ମଧ୍ୟ ସେମାନଙ୍କ ଗତିବିଧି ବଦଳୁ ଥିବାରୁ ବନକର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡୁଛି, ଅନ୍ୟ ପକ୍ଷରେ ଏ ଅଞ୍ଚଳରୁ ହାତୀ ମାନଙ୍କୁ ବନବିଭାଗ ଘୋଉଡେଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଚାଷୀ ।


State

ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ଗୋପାଳପୁର( ଦ କୁଇଭର ):- ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ,ଗଂଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା,ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ଯୋଗଦେଇଥିଲେ l ନୌ ବାଣିଜ୍ୟ ସହିତ ଗଂଜାମ ଜିଲ୍ଲାର ଭୂମିକା ଓ ସାଧବ ପୁଅର ଗୋପାଳପୁର ନୌ ବାଣିଜ୍ୟ ସହିତ ଥିବା ସମ୍ପର୍କ କୁ ମନେ ପକାଇବାକୁ ପ୍ରୟାସ କରାଯିବ ବୋଲି ବାଣିଜ୍ୟ ମନ୍ତ୍ରୀ ବିଭୁତି ଜେନା ସୂଚନା ପ୍ରଦାନ କରିଥିଲେ l ଆସନ୍ତା ୧୫ତାରିଖ ଦିନ କାର୍ତ୍ତିକ ପୁର୍ଣିମା ଅବସରରେ ଗୋପାଳପୁର ବେଳାଭୂମି ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ପ୍ରଦାନ କରିଛନ୍ତି l ଏହି ବୈଠକ ରେ ଆଇଆରଇ,ଗୋପାଳପୁର ପୋର୍ଟ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ l

National

ଯୋଗୀଙ୍କ ପାଳି ଧରିଲେ ମୋଦି

Blog Thumbnail

ମୁମ୍ବାଇ(ଦ କୁଇଭର): ବଟେଙ୍ଗେ ତୋ କଟେଙ୍ଗେ । ମହାରାଷ୍ଟ୍ରରେ ଏହା ଏବେ ଭାଇରାଲ ହେଉଛି । ଏହାର ଅର୍ଥ ତ ପ୍ରାୟ ସମସ୍ତେ ବୁଝିଥିବେ । ତଥାପୀ ଏକଥା କହିଛନ୍ତି ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ରହିଛନ୍ତି । ମହାରାଷ୍ଟ୍ରରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବଟେଙ୍ଗେ ତୋ କଟେଙ୍ଗେ । ଅର୍ଥାତ ଯଦି ଆମେ ଭାଗ ଭାଗ ହେବା, ତେବେ ଛାରଖାର ହୋଇଯିବା । ଯୋଗୀଙ୍କ ଏହି ଜୋରସୋର ପ୍ରଚାର ହେଉଥିବା ବେଳେ ଏହା ପଛକୁ ଲାଗିଛି ମୋଦିଙ୍କ କଥା । ମୋଦି ନିର୍ବାଚନୀ ସଭାରେ ସମ୍ବୋଧିତ କରିବା ବେଳେ କହୁଛନ୍ତି ଏକ ହେଁ ତୋ ସେଫ ହେଁ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ମହାରାଷ୍ଟ୍ର ନିର୍ବାଚନ ବିଜେପି ପାଇଁ ମାର୍ଯ୍ୟାଦାର ପ୍ରସଙ୍ଗ । ଦେଶରେ ବିଜେପି ବଢ଼ୁଥିବା ଦାବି କରୁଛି ଦଳ । ମହାରାଷ୍ଟ୍ରରେ ଏବେ ବିଜେପିର ଶାସନ ରହିଛି । ସେହି ମହାରାଷ୍ଟ୍ରକୁ ଯଦି ବିଜେପି ଦଖଲରେ ରଖି ନପାରିଲା, ତେବେ ରାହୁଲଙ୍କ ପ୍ରଭାବ ବଢ଼ୁଥିବା ସ୍ପଷ୍ଟ ହୋଇଯିବ । ବିଜେପିକୁ ଏହା ଆଗକୁ ମହଙ୍ଗା ପଡ଼ିପାରେ । ତେଣୁ ବିଜେପି ଏବେ ମହାରାଷ୍ଟ୍ର ହାତେଇବାକୁ ଜୀ ଜାନ ଦେଇ ଲାଗିଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କୁହାଳିଆ ମନ୍ତ୍ରୀ ନେତାଙ୍କୁ ନେଇ ପ୍ରଚାର ଚଳାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ଅଭିଯାନରେ ସାମିଲ ହୋଇ ଏବେ ଗୋଟିଏ ନାରା ଦେଉଛନ୍ତି ବଟେଙ୍ଗେ ତୋ କଟେଙ୍ଗେ । ଏହା ମୁଖ୍ୟତଃ ହିନ୍ଦୁଙ୍କୁ ଲକ୍ଷ୍ୟ କରି କହୁଛନ୍ତି । ହିନ୍ଦୁ ଭୋଟ ଭାଙ୍ଗିବ ତ ହିନ୍ଦୁମାନଙ୍କୁ ହଜାଇ ଦେବେ ବିଧର୍ମୀମାନେ । ତେଣୁ ସତର୍କ ରହିବାକୁ ହେବ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି, ଏକ ହେଁ ତ ସେଫ ହେଁ । ଅର୍ଥାତ ଯଦି ହିନ୍ଦୁ ଏକ ହୋଇ ରହିବେ ଓ ବିଜେପିକୁ ଭୋଟ ଦେବେ, ତେବେ ହିନ୍ଦୁମାନେ ସୁରକ୍ଷିତ ରହିବେ । ସିଧା ହିନ୍ଦୁ ନାମ ନଦେଲେ ବି ମୋଦିଙ୍କର ଇଙ୍ଗିତ କାଳେ ସେହି ଆଡ଼କୁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ଯୋଗୀଙ୍କ କଥାକୁ ଲଗାଇ ମୋଦିଙ୍କ କଥା ଏବେ ସବୁଠି ଜୋର ଧରିଲାଣି । ଦେଖାଯାଉ ଏହି ବୟାନ ବିଜେପି ପାଇଁ ମହାରାଷ୍ଟ୍ରରେ କେତେ ସହାୟକ ହେଉଛି ।


National

ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ୍ ଦୁର୍ଘଟଣା

Blog Thumbnail

ଦ କୁଇଭର ବ୍ୟୁରୋ :- ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ । ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ୍ ଦୁର୍ଘଟଣା l ଆଜି ଭୋରୁ ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଦୁର୍ଘଟଣାରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଆଜି ଭୋର ୫ଟା ୪୫ ମିନିଟରେ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଦୁଇଟି ଯାତ୍ରୀବାହୀ କୋଚ୍‌ ଓ ଏକ ପାର୍ସଲ ଭ୍ୟାନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍‌ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୌଣସି ବଡ଼ କ୍ଷତି ହୋଇନାହିଁ ବୋଲି ରେଳବାଇ ସୂଚନା ଦେଇଛି। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

State

ବ୍ରହ୍ମପୁର ଉପକଣ୍ଠରେ ମହାବଳ ବାଘ ବୁଲିବା ଘଟଣାକୁ ମିଥ୍ୟା ବୋଲି କହିଛି ବ୍ରହ୍ମପୁର ବନବିଭାଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଉପକଣ୍ଠରେ ମହାବଳ ବାଘ ବୁଲିବା ଘଟଣାକୁ ମିଥ୍ୟା ବୋଲି ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରିଛି ବ୍ରହ୍ମପୁର ବନ ବିଭାଗ l ଗତକିଛି ଦିନ ଧରି ବିଭିନ୍ନ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମ ରେ ପ୍ରସାରିତ ଏହି ଭିଡ଼ିଓ ଫେକ ବୋଲି କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ ସନ୍ନି ଖୋଖର l ସହରରେ ମହାବଳ ବାଘ ବର୍ତ୍ତମାନ ସୁଦ୍ଧା କାହାରିକୁ ଆକ୍ରମଣ କରିନଥିବା ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି l ଏହି ଅପପ୍ରଚାର ଉପରେ ବନ ବିଭାଗ ନଜରରେ ରଖି ବିଭିନ୍ନ ଅଂଚଳ ରେ ସ୍ୱତନ୍ତ୍ର ଟିମ ଯୋଗେ ତଦନ୍ତ ଜାରି ରଖିଥିବା ନେଇ ବ୍ରହ୍ମପୁର ବନ ବିଭଗ ପକ୍ଷ୍ୟରୁ ସ୍ପଷ୍ଟିକରଣ ଦିଆଯାଇଛି l ଏଭଳି ଅପପ୍ରଚାର କୁ ରୋକିବାକୁ ମଧ୍ୟ ବିଭାଗ ନିବେଦନ କରିଛି l

State

ଘରୋଇ ହିଂସା

Blog Thumbnail

ଦକୁଇଭର ବ୍ୟୁରୋ :- ହିଂସ୍ର ହେଲେ ଘରର ବୋହୂକୁ ମାରିଦେଲେ । ଘରୋଇ କଳୀ ବାଦ ବିବାଦ ଏତେ ଚରମ ସୀମାକୁ ପହଞ୍ଚି ଯାଇଛି ଯେ ଜୀବନ ନେଇ ଯାଉଛନ୍ତି । ଘରୋଇ ହିଂସାର ନିୟନ୍ତ୍ରଣ ପାଇଁ ଥିବା ବ୍ୟବସ୍ଥା ସରକାର ଠିକ ଭାବରେ ଲାଗୁ କରୁନଥୁବାରୁ ଘରୋଇ ହିଂସା ବଢି ବଢି ଚାଲିଛି । ଅନେକ ନବବଧୂ ବା ମହିଳା ଅକାଳରେ ଜୀବନ ହରାଉଛନ୍ତି । ନୃସଂଶ ସାଜିଛନ୍ତି ପରିବାର ଲୋକ । କାହାକୁ ହାଣିଦେଉଛନ୍ତି ତ କାହାକୁ ତଣ୍ଟିଚିପି ମାରିଦେଉଛନ୍ତି । ଏଭଳି ପାରିବାରିକ ହିଂସା ବଢି ବଢି ଚାଲିଲାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରୀ ଥାନା ଅନ୍ତର୍ଗତ ହରପଡା ଗ୍ରାମରେ ।

ବାପଘରୁ ଟଙ୍କା ଓ ଗାଡି ଆଣିବାକୁ ବାଧ୍ୟ କରିଥିଲେ ପରିବାର ଲୋକେ । ଗାଡି ଓ ଟଙ୍କା ନ ଆଣିବାରୁ ବୋହୁକୁ ଜୀବନରୁ ମାରିଦେଲେ । ଏପରିକି ପ୍ରମାଣ ନଷ୍ଟ କରିବାକୁ ବଡ କାରସାତି ବି କାଳେ କଲେ । ନାଟକ ଏଭଳି ରଚିଲେ ଯେ ଦୁଇଦିନ ତଳୁ ବୋହୁ ନିଖୋଜ ବୋଲି କହିଥିଲେ । ରୀତାଙ୍କ ନିଖୋଜ ଖବର ପାଇବା ପରେ ଗାଁ ଲୋକଙ୍କ ସହୟତାରେ ରୀତାଞ୍ଜଳି ଗୁଣ୍ଠଙ୍କ ପରିବାର ଲୋକେ ବାରିପଟ ପୋଖରିରୁ ରୀତାଙ୍କ ଶବ ପାଇଥିଲେ ।


ସୁଚନା ଅନୁସାରେ ଗଡିଶିଗୋଦା ଥାନା ବିନ୍ଧଣ ଗ୍ରାମର ଝିଅ ରିତାଞଳୀ ଦିର୍ଘ ୨୪ବର୍ଷ ତଳେ ହରପଡା ଗ୍ରାମର କୁମର ଗୁଣ୍ଠଙ୍କ ସାନପୁଅ ମାନସ ଗୁଣ୍ଠଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ଯୌତୁକ ବାବଦରେ ମାନସଙ୍କୁ ଟଙ୍କା ଓ ସୁନାରୁପା ଅଳଙ୍କାର ଦେଇଥିଲେ । ଏହା ସତ୍ୱେ ମଧ୍ୟ ଅନେକ ସମୟରେ ବାପଘରୁ ଅଧିକ ଟଙ୍କା ଓ ଗାଡି ଆଣିବାକୁ ରିତାଙ୍କ ଉପରେ ଚାପ ପକାଇ ଆସୁଥିଲେ ମାନସଙ୍କ ପରିବାର । ନଭେମ୍ୱର ୫ତାରିଖ ଦିନ ମାନସ ରିତାଙ୍କ ସହ ଝଗଡା କରିଥିବା କଥା ରିତା ତାଙ୍କ ପରିବାର ଲୋକଙ୍କୁ ଫୋନକରି ଜଣାଇଥିଲେ । ୬ ତାରିଖ ଦିନ ହଠାତ ରିତା କେଉଁଆଡେ ନିଖୋଜ ହୋଇଯାଇଥିଲେ ବୋଲି ମାନସଙ୍କ ପରିବାର କହିଲେ । ରିତାଙ୍କ ପରିବାର ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ମାନସ, କି ତାଙ୍କ ପରିବାର ଗୁରୁତ୍ୱ ଦେଇନଥିଲେ ।


ନଭେମ୍ୱର ୭ ତାରିଖ ଦିନ ଘର ପଛପଟ ପୋଖରୀରୁ ମିଳିଲା ମୃତଦେହ । ସ୍ୱାମୀ, ଦେଢଶୂର ଓ ଜା ମିଳିମିଶି ରିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ରିତାଙ୍କ ପରିବାରଲୋକେ । ଏବେ ରିତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ତ ତଦନ୍ତ ସାପେକ୍ଷ । ପୋଖରିରୁ ରିତାଙ୍କ ଶବ ଜବତ କରିବାସହ ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି ବ୍ରହ୍ମଗିରୀ ପୋଲିସ୍ । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ପହଞ୍ଚି ଛାନବିନ ଆରମ୍ଭ କରିଛି । ଅନ୍ୟପଟେ ବ୍ୟକ୍ତିଗତ ଓ ରାଜନୀତି କ୍ଷେତ୍ରରେ ମାନସଙ୍କ ପ୍ରଭାବ ରହିଥିବାରୁ ତଦନ୍ତ ବାଟବଣା ହେବାନେଇ ସନ୍ଦେହ କରିଛନ୍ତି ରିତାଙ୍କ ପରିବାର । ଦେଖାଯାଉ ପୋଲିସ ସଠିକ ତଦନ୍ତ କରି ଘଟଣାର ପର୍ଦାଫାସ କରୁଛି ? ନାଁ ମାନସଙ୍କ ପ୍ରଭାବ ଘଟଣାକୁ ଚାପି ଦେଉଛି?



Health & lifestyle

ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Blog Thumbnail

ଗଞ୍ଜାମ, ଆସିକା ( ଦ କୁଇଭର ):- ଆସିକା ନିକଟସ୍ଥ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ଅଧକ୍ଷତା ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଆସିକା ଉପଖଣ୍ଡ ମେଡିକାଲ ର ଅଧିକ୍ଷକ ଡାକ୍ତର ବାଲ ଗୋପାଲ ବେହେରା, ବାଲିସିରା ମେଡିକାଲ ର ମୁଖ୍ୟ ଡାକ୍ତର ମଧୁସୂଦନ ବାରିକ, ବ୍ଲକ ପରିଚାଳନା ସଂଯୋଜିକା ସାଗରିକା ମିଶ୍ର ଓ ବିଧାୟକ ପ୍ରତିନିଧି ସନ୍ଦୀପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ମେଡିକାଲ କୁ ଆସୁଥିବା ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା, ମାଗଣାରେ ଔଷଧ ପ୍ରଦାନ କରିବା ସହ ମେଡିକାଲ ପରିବେଶ କୁ ସଫା ସୁତରା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥି ସହିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧୀନରେ ଥିବା ଜନ ଆରୋଗ୍ୟ କେନ୍ଦ୍ର ରେ ରହୁଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ରହି ସେହି ଅଞ୍ଚଳ ର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେବା ନିମାନ୍ତେ ମାନ୍ୟବର ବିଧାୟକ ବାଲିସିରା ମେଡିକାଲ ର ଡାକ୍ତର ଙ୍କୁ କହିଥିଲେ। ଏଥି ସହିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିଶୋରୀ ମାନଙ୍କ ପାଇଁ ଶ୍ରଦ୍ଧା କ୍ଲିନିକ ରେ ସୁଭିଧା ନିମନ୍ତେ ଗୁରୁତ୍ୱ ଦେବାକୁ ଅନେକ ସଦସ୍ୟ କହିଥିଲେ l ଏହି ବୈଠକ ରେ ରୋଗୀ କଲ୍ୟାଣ ସମିତି ର ନୂତନ ସଦସ୍ୟ ମାନଙ୍କୁ ସଂମାନ୍ୱିତ, ମେଡିକାଲ ପରିସରରେ ସାମୁହିକ ସଫେଇ,ଶେଷରେ କାୟାକଳ୍ପ ର ସହଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ l


State

ଗଜପତିରେ ଆଇନଜୀବୀଙ୍କ ଉପରେ ଏସିଡ ମାଡ଼

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲାରେ ଆଇନଜୀବୀ ଙ୍କ ଊପରେ ଏସିଡି ମାଡ ହୋଇଛି l ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡି ମାଡ କରିଛନ୍ତି ଦୃର୍ବୁତ୍ତ l ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ମୁହଁରେ ଏସିଡ ମାଡ କରିଥିବା ସୁଚନା ମିଳିଛି l ଆହାତ ଆଇନଜୀବୀ ହେଉଛନ୍ତି ପି ରାମାରାଓ l ତେବେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ବାଇକରେ ଆସି ତାଙ୍କୁ ଜଙ୍ଗୁମୁ ସାହି ସ୍ଥିତ ବାସଭବନରେ କବାଟ ବାଡେଇ ଡାକିଥିଲେ, ଆଇନଜୀବୀ ଘରର କବାଟ ଖୋଲୁ ଖୋଲୂ ଏସିଡ ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ପୋଲିସର ତନାଘନା ଆରମ୍ଭ ହୋଇଛି l

Farming,State

ରୁକୁଣୀ ଗାଁ ସୋସାଇଟି ପରିଦର୍ଶନ କଲେ ଯୋଗାଣ ମନ୍ତ୍ରୀ

Blog Thumbnail

ଛତ୍ରପୁର ( ଦ କୁଇଭର ):- ମଣ୍ଡି ସମସ୍ୟାରେ ଘାଣ୍ଟି ହେବେ ନାହିଁ ଚାଷୀ । ଆଉ ମଣ୍ଡିରେ ଚାଲିବନି ମିଲର ରାଜ ହେବନି କଟନୀ ଛଟନୀ ଚାଷୀ ପାଇବେ ସବୁ ସୁବିଧା ଏବେ ରାଜ୍ୟରେ ନୁଆ ସରକାର ଆସିବା ପରେ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏବେ ଆକ୍ସନ ମୋଡ଼ରେ ମୋହନ ସରକାର ଗତକାଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତ କରି ଧାନକିଣା ବୈଠକରେ ସମୀକ୍ଷା କରିଥିଲେ ଏହା ସହ ଛତ୍ରପୁର ବ୍ଲକ ରୁକୁଣୀ ଗାଁ ରେ ଥିବା ସୋସାଇଟି ପ୍ୟାକ୍ସକୁ ଅଚାନକ ପରିଦର୍ଶନରେ ଯାଇ ବ୍ୟବସ୍ଥା ପରଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିଭଳି ଚାଷୀଙ୍କୁ ଧାନର ଏଫ କ୍ୟୁ ମାନର ସଚେତନତା କରାଯିବ ପ୍ରତ୍ୟକ ମଣ୍ଡିରେ ସଚେତନତା ପ୍ଲେକ୍ସ ଏବଂ ବୈଠକ କରି ସଚେତନ କରାଯିବ ସେ ବିଷୟରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହା ସହ ଗଞ୍ଜାମରେ ବିଭିନ୍ନ ଜାଗାରେ ମଣ୍ଡି କି ପିଣ୍ଡି ନଥିବା ବେଳେ ଏବେ ମୋହନ ସରକାର ବିଭିନ୍ନ ପଞ୍ଚାୟତ ଗୁଡିକରେ ପିଣ୍ଡି ନିର୍ମାଣ କରିବାକୁ ଅନୁଦାନ ଦେଇଛନ୍ତି ଏବେ ଚଳିତ ବର୍ଷ ଧାନକିଣା ପ୍ରକ୍ରିୟାରେ ଚାଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡି ଖୋଲାଯିବ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ ଏହା ସହ ଉକ୍ତ ପ୍ୟାକ୍ସର ସିସିଟିଭି କ୍ୟାମେରା ପାନୀୟ ଜଳ ଏବଂ ଆବଶକୀୟ ଉପକରଣ ଗୁଡ଼ିକ ବୁଲି ଦେଖିଥିଲେ l



Politics

ମୁଖ୍ୟମନ୍ତ୍ରୀଙ୍କ ଇଜ୍ଜତ ସାରିଦେଲେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ କିଏ? କିଏ ତାଙ୍କ ନିଷ୍ପତ୍ତିକୁ ରୋକୁଛି? କାହା ନିଦେ୍ର୍ଦଶରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ବି ବାଟବଣା ହୋଇଯାଉଛି? ରାଜ୍ୟରେ ସତରେ ମୋହନଙ୍କ ସରକାର ଚାଲିଛି ନା ଆଉ କାହାର ସରକାର ଏଠି ଚାଲିଛି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଆରଏସଏସ ସଂଗଠନର ମାର୍ଗଦର୍ଶନରେ ଚାଲିଥିବା ଓଡ଼ିଶା ବିଜେପି ସରକାର ସତରେ କ’ଣ ଏତେ ଦୁର୍ବଳ? ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ପରେ ବି ତାହା କାର୍ଯ୍ୟକାରୀ ହେଉନାହିଁ? ଏହା ମୋହନଙ୍କ ଦୁର୍ବଳତା ନା ମୋହନଙ୍କ ବିରୋଧରେ କାହାର ଷଡ଼ଯନ୍ତ୍ର? ନହେଲେ ମୋହନଙ୍କ ଇଜ୍ଜତ କାହିଁକି ନଷ୍ଟ କରାଗଲା? କାହିଁକି ତାଙ୍କ ନିଦେ୍ର୍ଦଶକୁ ଡଷ୍ଟବିନରେ ପକାଗଲା? ଏପରି ପ୍ରଶ୍ନ ବାରମ୍ବାର ଉଠିଲାଣି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଉଠିଥିବା ପ୍ରଶ୍ନ ପଛରେ ଅନେକ କାରଣ ରହିଛି । ସେଥିମଧ୍ୟରୁ ସଦ୍ୟ କାରଣଟି ହେଉଛି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ଓ ସଦସ୍ୟା ମାନଙ୍କୁ ନେଇ । ୧୫ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପା ତୃତୀୟ ମହଲାରୁ ଘୋଷଣା କରାଗଲା, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଓ ୪ ସଦସ୍ୟାଙ୍କୁ ବରଖାସ୍ତ କରାଗଲା । ତାଙ୍କର ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା । କେବଳ ସେତିକି ନୁହେଁ, ମହିଳା ଓ ଶିଶୁ ବିକାଶ ବିଭାଗ ତାଙ୍କୁ କୈଫିୟତ ମାଗିଥିଲା । ୧୨ଘଣ୍ଟା ମଧ୍ୟରେ କୈଫିୟତ ଦେବାକୁ ବି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଏବଂ ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟରେ ଏକ କ୍ରିୟାଶୀଳ ମହିଳା କମିସନ ବସିବେ ବୋଲି ଆଶା ଥିଲା ।

ହେଲେ ଏବେ ଦେଖିଲା ବେଳକୁ ସବୁ ଢ଼ୋ । ମୁଖ୍ୟମନ୍ତ୍ରୀ ଯାହାଙ୍କୁ ବରଖାସ୍ତ କରିଥିଲେ, ସେ ଏବେ ବି ମହିଳା କମିସନ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି । ଶୁକ୍ରବାର କଟକ ଛାତ୍ରୀ ଗଣଦୁଷ୍କର୍ମ ପ୍ରସଙ୍ଗରେ ସେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଯଦି ସେ ଗାଦି ଛାଡ଼ିଲେ ନାହିଁ, ବିଭାଗର କୈଫିୟତ କଥା କିଏ ପଚାରେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ତାଙ୍କୁ ସେହି ପଦରେ ଏପର୍ଯ୍ୟନ୍ତ କିଏ ବସାଇଛି । କାହା କଥାରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହୋଇ ନାହିଁ? କିଏ ସେ ପ୍ରଭାବଶାଳୀ ନେତା ବା ଅଫିସର, ଯାହାଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅପଦସ୍ତ ହେଉଛନ୍ତି?

ଏପରି ପ୍ରଶ୍ନ ଅନେକ ପ୍ରସଙ୍ଗକୁ ନେଇ ଜୋର ହେଉଛି । ଏହାଦ୍ୱାରା ମୋହନଙ୍କ ଭାବମୂର୍ତ୍ତୀ କେବଳ ତଳକୁ ଯାଉନାହିଁ, ବରଂ ବିଜେପିର ଗାରିମା ଲୁଣ୍ଠିତ ହେଉଛି । ଦଳ ବା ଦଳର ଶ୍ରେଷ୍ଠଙ୍କ ଗାରିମାକୁ ହାନୀ କରୁଥିବା କିଏ ସେ ପ୍ରଭାବଶାଳୀ ବ୍ୟକ୍ତି ସେନେଇ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଚାଲିଛି । ଏବେ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ମହିଳା କମିସନ ଅଧ୍ୟକ୍ଷା ଭାବେ ମିନତୀଙ୍କୁ ନିୟମିତ କରିବେ ନା ହଟାଇବେ? ଯଦି ହଟାଇବେ, ତେବେ ୧୫ ଦିନ ସେ କେମିତି ରହି କାମ କରୁଥିଲେ? ମୋହନଙ୍କ ଇଜ୍ଜତକୁ କାହିଁକି ଖାଇଦେଲେ ମିନତୀ? ଦେଖାଯାଉ ମୋହନ ଏଦିଗରେ କି ପଦକ୍ଷେପ ନେଉଛନ୍ତି?