Banner Ad

ଛୋଟ ଛୁଆଙ୍କ ଭବିଷ୍ୟତକୁ ନେଇ ଖେଳ : ଅଙ୍ଗନୱାଡ଼ି କେନ୍ଦ୍ର।

ଛୋଟ ଛୁଆଙ୍କ ଭବିଷ୍ୟତକୁ ନେଇ ଖେଳ : ଅଙ୍ଗନୱାଡ଼ି କେନ୍ଦ୍ର।
Published by : Jyotshna Kumari
#State
Jul 1, 2024, 12:40 PM
ଆଠଗଡ ( ଦ କୁଇଭର ):- ମହିଳା ଓ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ଓ ଶିଶୁ ମାନଙ୍କୁ ପ୍ରାକବିଦ୍ୟାଳୟ ଶିକ୍ଷା ପାଇଁ ସରକାର ପ୍ରତି ଗ୍ରାମରେ ଖୋଲିଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର।କିନ୍ତୁ ଆଠଗଡ ବ୍ଲକ ରେ ଏହା ଦିଗହରା ହୋଇପଡ଼ିଥିବା କେତକ ଘଟଣାରୁ ଜଣାପଡ଼ିଛି। ଆଠଗଡ ବ୍ଲକ ର ଦହିସରା ଅଙ୍ଗନୱାଡ଼ି କେନ୍ଦ୍ର ନିର୍ଦ୍ଧାରିତ ସମୟରେ ଖୋଲୁନାହିଁ ବୋଲି ଅଭିଯୋଗ ଆସିଛି। ଦହିସରା ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥିତି ପରଖିବା ପାଇଁ ଆମେ ପହଂଚିଥିଲୁ ସେହି ସ୍ଥାନରେ,ଦିନ ଦଶଘଟିକା ରୁ ଉର୍ଦ୍ଧ୍ବ ସମୟ ବିତିଯାଇ ଥିଲେ ମଧ୍ୟ କୌଣସି ଶିଶୁ ଉପସ୍ଥିତ ନଥିଲେ।ଏହି କେନ୍ଦ୍ରରେ ତିରିଶ ରୁ ଉର୍ଦ୍ଧ୍ବ ଶିଶୁ ପଞ୍ଜୀକୃତ ହୋଇଛନ୍ତି।ଅଧିକାଂଶ ଦିନ କେନ୍ଦ୍ର ବନ୍ଦ ରହିବାର ଅଭିଯୋଗ ଆସୁଛି।
ଆମେ ଏସଂପର୍କରେ କେନ୍ଦ୍ର ର କର୍ମୀ ମନ୍ଦାକିନୀ ଦାସ ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ସେ ମହାକାଲବସ୍ତ୍ ଓ ଦହି ସରା ଏପରି ଦୁଇ ଗୋଟି କେନ୍ଦ୍ର ଦାୟିତ୍ୱରେ ଥିବାରୁ ବେଳେବେଳେ ଏହି କେନ୍ଦ୍ରକୁ ଆସିବାରେ ବିଳମ୍ବ ହେଉଛି। ମା' ମାନେ ସେମାନଙ୍କ ପିଲାମାନଙ୍କୁ ବିଳମ୍ବ ରେ କେନ୍ଦ୍ରକୁ ଛାଡୁଛନ୍ତି, ବାରମ୍ବାର ସେମାନଙ୍କ ଘରକୁ ଡାକିବାକୁ ଯାଉଛି।ଖାଦ୍ୟ ପ୍ରତ୍ୟେକ ଦିନ ବଣ୍ଟନ କରାଯାଉଛି।କେନ୍ଦ୍ର ର ଯାଞ୍ଚ କମିଟି ତଦାରଖ କରୁଛନ୍ତି। ଅନ୍ୟ ପଟେ ମହାକାଳବସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆମେ ଆଠଗଡ ବ୍ଲକ ଶିଶୁ ବିକାସ ଅଧିକାରିଣୀ ନିବେଦିତା ରାୟ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆଠଗଡ ବ୍ଲକ ରେ ମୋଟ ୨୩୭ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଅଛି।କିନ୍ତୁ ୪ ଗୋଟି କେନ୍ଦ୍ରରେ ଅଙ୍ଗନୱାଡ଼ି ୱାର୍କର ପଦ ଖାଲି ପଡ଼ିଛି।ଖାଲି ସ୍ଥାନ ପୁରାଣ କରିବାକୁ ପଦକ୍ଷେପ ନିଆଯାଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଉଦ୍ଦେଶ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତା ରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି,ତାହା ଫଳପ୍ରଦ ହେଉଚି ତ l

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Politics,National

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):-:ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ । ହସରେ ହସରେ ଅନେକ ଗୁରୁମନ୍ତ୍ର ବି ଦେଲେ । ଆଚରଣ ଉଚ୍ଚାରଣ ସଜାଡି ଲୋକଙ୍କ ସହ ସଂପର୍କରେ ରହି ସେମାନଙ୍କର ଅଭିଯୋଗ ଶୁଣିବାକୁ ପରାମର୍ଶ ଦେଇଥିଲେ ପିଏମ୍ ମୋଦି ।ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା କହିଛନ୍ତି ମୋଦୀ । ରାଜନୈତିକ ଜୀବନୀର କାହାଣୀ କହି ସମସ୍ତଙ୍କୁ ଦେଲେ ଗୁରୁମନ୍ତ୍ର । ମିଶନ-୩୬ ଆଉ ଭିଜନ-୩୬ ପାଇଁ ବତାଇଲେ ବାଟ । ଝିଅ ଓ ବୋହୂ କଥା କହି ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ଦେଲେ ପରାମର୍ଶ । କାର୍ଯ୍ୟକର୍ତ୍ତା ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରୁହ । ଅଭିଯୋଗ ଶୁଣ । ଏମିତିକି ତୁମକୁ ଭୋଟ୍ ଦେଇନଥିବା ଲୋକଙ୍କ କଥା ବି ବୁଝ । ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନ ଦେଇ ଲୋକଙ୍କ କାମରେ ମନ ଦିଅ । ଫୋନରେ କାହାକୁ ଗାଳି ଦିଅନି, ସଂଯମତା ରଖ । ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ।ଜନ ପ୍ରତିନିଧିମାନଙ୍କୁ ସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଶେଷ କରି ଯୁବକମାନଙ୍କ ସହ ଅଧିକ ଯୋଡି ହେବାକୁ କହିଥିଲେ। ଏଥିପାଇଁ ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।

State

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଡିସେମ୍ୱର ୮ ତାରିଖ ଯାଏଁ ମାଓବାଦୀଙ୍କ ତରଫରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ତେବେ ଓଡ଼ିଶାରେ ଏନେଇ ଆନ୍ଧ୍ର ଓଡ଼ିଶା ସୀମାରେ କୌଣସି ମାଓ ପୋଷ୍ଟର ଦେଖିବାକୁ ମିଳି ନ ଥିବା ବେଳେ ଛତିଶଗଡ ଜୋନାଲ ସବ୍ ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରା ଯାଇ ଗାଁ ଗାଁରେ ଉତ୍ସାହର ସହ ୨୪ ତମ ପିଏଲଜିଏ ସପ୍ତାହ ପାଳନ କରିବା ଲାଗି ଆହ୍ୱାନ ଦିଆଯାଇଛି । ଛତିଶଗଡ ସରକାର ପକ୍ଷରୁ ଜାରି ରହି ଥିବା ଅପରେସନକୁ ବିରୋଧ କରିବା ଲାଗି ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ମାଓ ସଙ୍ଗଠନ ପକ୍ଷରୁ ଜନସାଧାରଣକୁ ନିବେଦନ କରା ଯାଇ ଥିବା ବେଳେ ଆରଏସ୍ଏସ୍ ଓ ବିଜେପି ସରକାରକୁ ବିରୋଧ କରିଛି ମାଓ ସଙ୍ଗଠନ।

State

କବିତା ସଂକଳନ 'ଅନ୍ତଃସ୍ଵର'ର ଉନ୍ମୋଚନ ସମାରୋହ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।


ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।

State

ପୁଅ ଏମିତି, ସାହାରା ହେଲା ଅଭିଶାପ

Blog Thumbnail

କଟକ( ଦ କୁଇଭର ):- ବୟସର ଅପରାହ୍ନରେ ହିନସ୍ଥା ହେଉଛନ୍ତି ବୃଦ୍ଧା ବାପା,ମା । ଯେଉଁ ପୁଅକୁ ଛୋଟ ବେଳୁ କୋଳେଇ କାଖେଇ ବଡ ମଣିଷ କରିଥିଲେ, ସେହି ପୁଅ ବି ବାପା, ମା' ଙ୍କୁ ବୋଝ ବୋଲି ଭାବୁଛି । ନିଜ ବୃଦ୍ଧା ବାପା,ମା' ଙ୍କୁ ଖାଇବାକୁ ନ ଦେଇ ଘରୁ ତଡ଼ି ଦେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ବାଣେଶ୍ୱର ପଡ଼ାରେ ।


ବାଣେଶ୍ୱର ପଡ଼ା ଗ୍ରାମର ଭାବ ବେହେରାଙ୍କ ବୟସ ୮୦ ବର୍ଷ ଓ ତାଙ୍କ ପତ୍ନୀ ଉଷା ବେହେରାଙ୍କ ବୟସ ୭୫ବର୍ଷ । ଛୋଟ ବେଳୁ ଯେଉଁ ପୁଅକୁ କୋଳେଇ କାଖେଇ ବଡ ମଣିଷ କରିଥିଲେ, ସେଇ ପୁଅ ଆଜି ବୃଦ୍ଧ ବାପା, ମା' ଙ୍କୁ ଖାଇବକୁ ନ ଦେଇ, ଗାଳି ଗୁଲଜ କରି ଘରୁ ତଡ଼ି ଦେଇଛି । ପୁଅ ବୋହୁଙ୍କ ଲାଞ୍ଛନା ସହି ନ ପାରି, ନିଜେ ରୋଷେଇ କରି ଖାଉଥିଲେ ବୃଦ୍ଧ ବାପା,ମା'।ଯେତେବେଳେ ଖାଇବା ପିଇବାକୁ ଅସୁବିଧା ହେଲା ସେତେବେଳେ ନିଜ ଝିଅ ମାନଙ୍କର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା ।


ଏ ନେଇ ବୃଦ୍ଧା ଦମ୍ପତି ତିଗିରିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଥିବା ପୋଲିସ ବାବୁ, ବୃଦ୍ଧା ଦମ୍ଫତିଙ୍କୁ ତମ ଫ୍ୟାମିଲ ମ୍ୟାଟର ଆମେ କ'ଣ କରିବୁ କହି ଥାନାରୁ ବାହାର କରିଦେଇଥିଲେ । ଥାନାରୁ ନିରାଶ ହେବାପରେ ନ୍ୟାୟ ଆଶାରେ ନିଜ ଜନ୍ମ କଲା ପୁଅ ନାମରେ ଅଭଯୋଗ ପତ୍ର ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି । ଦେଖାଯାଉ ଏହି ବୃଦ୍ଧା ଦମ୍ପତିଙ୍କୁ ନ୍ୟାୟ ମିଳୁଛି ନା ଏମିତି ରାସ୍ତାରେ ଠୋକର ଖାଉଛନ୍ତି ।



Politics

ବିଜେପି ନେତାଙ୍କ ଠିକାଦାର ପୁଅ

Blog Thumbnail

ଆଳି(ଦ କୁଇଭର): ଆଳି ନିର୍ବାଚନ ମଣ୍ଡଳୀର ବାଳକାଟୀ ଠୁ କୋଳିଢ଼ିଅ ରାସ୍ତା ନିର୍ମାଣରେ କାମ କମ ଲୁଟ ଅଧିକ ଚାଲିଛି । ଏହି ଲୁଟକୁ ଆଖି ବୁଜି ଦେଉଛନ୍ତି ବିଭାଗୀୟ ଅଧିକାରୀ । ପ୍ରଶ୍ନ ପଚାରିଲେ ଅଧିକାରୀମାନେ ଠିକାଦାର ପାଇଁ ଓକିଲାତି କରିବା ସହ ନାଲି ଆଖି ଦେଖାଉଛନ୍ତି । ଖବର ବୁଝୁ ବୁଝୁ ଜଣାପଡ଼ିଲା ଯେ, କାମର ଠିକାଦାର ହେଉଛନ୍ତି ଆଳି ବିଧାନସଭାର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ । ଏବେ ବୁଝା ପଡ଼ିଲା, ଅଫିସରମାନେ କାହିଁକି ଏହି କାମରେ ଓଳିସାହି କୁକୁର ଭଳି ହେଉଛନ୍ତି । ବାପାଙ୍କ ରାଜନୈତିକ ପତିଆରାରେ ପୁଅଙ୍କର ଚାଲିଛି ଲୁଟତରାଜ । ରାସ୍ତା କାମକୁ ର.. ଠ.. କି କରିଦେଇ ବିଲ ନେଇ ପାର ହୋଇଯିବାକୁ କରିଛନ୍ତି ଯୋଜନା ।

ଏବେ ଆସିବା ପ୍ରସଙ୍ଗକୁ । କଟକ-ଚାନ୍ଦବାଲି ରାସ୍ତାର ବାଳକାଟୀ ଠାରୁ ଖଣ୍ଡିଆପାଟଣା ଦେଇ କୋଳିଢ଼ିଅ ଗାଁକୁ ଥିବା ୫ କିଲୋମିଟର ରାସ୍ତାର ମରାମତି ପାଇଁ ଦାବି କରିଥିଲେ ଲୋକେ । ନିର୍ବାଚନ ପୂର୍ବରୁ ଦାବି ଯୋଗୁ ଏହି କାମ ପାଇଁ ୪କୋଟି ଟଙ୍କା ମଞ୍ଜୁରୀ ହୋଇଥିଲା । କିନ୍ତୁ ନିର୍ବାଚନ ଆଚରଣ ବିଧି ଯୋଗୁ କାମ ବନ୍ଦ ରହିଥିଲା । ଏବେ ୧ମାସ ହେବ କାମ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥିବା ଏହି ରାସ୍ତା କାମ ଅତି ନିମ୍ନମାନର ହେଉଛି । କାମକୁ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି । ବନ୍ଧ ତଳୁ ମାଟି ଉଠାଇ ରାସ୍ତାରେ ପକାଉଥିବାରୁ ବନ୍ଦ ମରାମତି ହେବ କ’ଣ ଦୁର୍ବଳ ହେଉଥିବା ଲୋକେ କହୁଛନ୍ତି । କାମ ପାଇଁ କ’ଣ ରହିଛି ନିଦେ୍ର୍ଦଶନାମା ଓ କି ପ୍ରକାର କାମ ହେଉଛି ସେନେଇ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିଥିଲେ । କାମର ମାନ ଓ ଉପଯୁକ୍ତ ତଥ୍ୟ ଦେବା ପରିବର୍ତ୍ତେ ଠିକାଦାର ସପକ୍ଷରେ ଓକିଲାତି କରିଥିଲେ । ବେଶି ପ୍ରଶ୍ନ କରୁଥିବା ଲୋକଙ୍କୁ ନାଲି ଆଖି ବି ଦେଖାଇଥିଲେ ।

କନିଷ୍ଠଯନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବା କଥା କହିବା ପରେ ଯନ୍ତ୍ରୀ ଜଣକ ନିଜର ଅସହାୟତା ଦର୍ଶାଇଥିଲେ । ତାଙ୍କ କଥା ଠିକାଦାର ଶୁଣୁ ନଥିବା ଓ କ୍ଷମତା ଦେଖାଇ କାମ କରୁଥିବା କହିଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ କାଳେ ନୀରବ ରହିବାକୁ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଠିକାଦାରଙ୍କ ପାଇଁ ବିଜେପିର ଲବି ରହିଛି ନା ଅଫିସରମାନେ ବିଜେପିକୁ ବଦନାମ କରିବାକୁ ଏପରି କରୁଛନ୍ତି । ଏଦିଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନଜର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦେଖାଯାଉ ଏହି କାମ ନେଇ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଏପରି ଲୁଟକୁ ସୁଯୋଗ ଦିଆଯାଉଛି?


Health & lifestyle,National

ଆଜି ବିଶ୍ବ ଏଡ୍‌ସ ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ପୁରୁଷମାନଙ୍କ ସମଲିଙ୍ଗୀ ଯୌନ ସଂପର୍କ(ଏମ୍‌ଏସ୍‌ଏମ୍‌) କାରଣରୁ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍‌ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ‌ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି। ଯାହାକି ରାଜ୍ୟ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ‌ସାଧାରଣ ନାଗରିକ, ଯୌନ କର୍ମୀଙ୍କ କ୍ଷେତ୍ରରେ ଏଚ୍‌ଆଇଭିର ଟିପିଆର ୦.୩% ରହିଥିବା ବେଳେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ୦.୦୨୩% ରହିଛି। ହେଲେ ସମଲିଙ୍ଗୀ ପୁରୁଷ ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ୦.୮% ଦେଖିବାକୁ ମିଳିଛି। ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ବିଶେଷ ସୁଧାର ଆସୁନାହିଁ।


ସେହିପରି ସାଧାରଣ ଲୋକଙ୍କ ଭିତରେ ଏଚ୍‌ଆଇଭି-ଏଡ୍‌ସ ସଚେତନତା ବଢ଼ାଇବା ଲାଗି ଓସାକ୍ସ ପକ୍ଷରୁ ନିକଟରେ ୨ମାସ ଧରି ଏକ ଜୋରଦାର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ୪୦୬୦ ଗାଁ, ୬୫୩ ବସ୍ତିର ୪ଲକ୍ଷ ୨୦୯୭୧ଜଣଙ୍କୁ ସାମିଲ କରାଯାଇଥିଲା। ବିଭିନ୍ନ ଲୋକନୃତ୍ୟ ସାଙ୍ଗକୁ ଶତାଧିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସରକାରୀ ଡାକ୍ତରଖାନାରେ ୨୬୭ଟି ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୧,୬୨୫ଜଣଙ୍କ ସ୍କ୍ରିନିଂ ସହ ୧୨,୧୭୨ଜଣଙ୍କୁ କାଉନସେଲିଂ କରାଯାଇଥିବା ଓସାକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏଚ୍‌ଆଇଭି ଓ ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନକୁ ଲାଗୁ କରିବାରେ ଓସାକ୍ସ ବିଫଳ ହୋଇଛି। ୨୦୧୭ ମସିହାରେ କେନ୍ଦ୍ର ସରକାର ଏହି ଆଇନକୁ ବିଜ୍ଞାପିତ କରିଥିଲେ। ୨୦୧୮ ମସିହାରେ ଏହି ନିୟମ ଆଧାରରେ ରାଜ୍ୟମାନଙ୍କୁ ନିଜସ୍ବ ନିୟମ ଓ ନିୟମାବଳୀ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଭିତରେ ୬ବର୍ଷ ବିତିବାକୁ ବସିଲାଣି, ରାଜ୍ୟ ସରକାର ନିଜସ୍ବ ଏଚ୍‌ଆଇଭି ନୀତି ପ୍ରଣୟନ କରିପାରିନାହାନ୍ତି।

State,Politics

ବ୍ରହ୍ମପୁରର ୨୦ ଜଣ ବିଜେଡି କର୍ପୋରେଟରଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମର ୨୦ ଜଣ ବିଜେଡି କର୍ପୋରେଟର ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଯାହାକୁ ନେଇ ଏକ ହାଇ ଡ୍ରାମା ଦେଖାଦେବା ସହିତ ନାନା କଳ୍ପନା ଜଳ୍ପନା ଲାଗି ରହିଛି l ତେବେ ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ଯ୍ୟକୁ ବିରୋଧ କରି କର୍ପୋରେଟର ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାଇଁ ୬୩ଲକ୍ଷ ଟଙ୍କା ଏକ ଟ୍ରଷ୍ଟକୁ କିଭଳି ପ୍ରଦାନ କରାଯାଇଛି , ଏହା ସହିତ ମହାନଗର ନିଗମରେ ଅଧାପନ୍ତରିଆ ଭାବେ ପଡିରହିଥିବା ବିଭିନ୍ନ ପୋଖରୀର କାର୍ଯ୍ୟ କେଉଁ ପରିସ୍ଥିତିରେ ବନ୍ଦ ରହିଛି, ଏଭଳି କିଛି ସମସ୍ୟା ନେଇ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୨୦ ଜଣ କର୍ପୋରେଟର l

State

ବ୍ରହ୍ମପୁର ପୋଲିସ ପକ୍ଷରୁ ସାଇବର ଠକରୁ ବଞ୍ଚିବା ପାଇଁ ଜାରି କରାଯାଇଛି ଏକ ସଚେତନତା ଭିଡ଼ିଓ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସଂପ୍ରତି ସାଇବର ଠକ ବିଭିନ୍ନ ଉପାୟରେ ଜନସାଧାରଣଙ୍କ କଷ୍ଟ ଅର୍ଜିତ ଅର୍ଥକୁ କିଛି କ୍ଷଣ ମଧ୍ୟରେ ଲୁଟି ନେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ମୋବାଇଲ ର ୱାଟସଆପ ରେ ଏସବିଆଇ ଲୋଗୋ ଥାଇ ଏକ ଆପ ରେ ବିଭିନ୍ନ ଲିଙ୍କ ଆସି ଲୋକଙ୍କୁ ଭ୍ରମିତ କରୁଛି । ଯାହାକୁ ନେଇ ସାଇବର ଠକଙ୍କ ଠାରୁ ନିଜକୁ କିଭଳି ଦୂରରେ ରଖିବେ ସେ ନେଇ ଏକ ସଚେତନତା ଭିଡିଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।

State

କନ୍ଧମାଳ ଦାରିଙ୍ଗବାଡିରେ ଉଦ୍ଘାଟିତ ହେଲା ଇକୋ ରିଟ୍ରିଟ

Blog Thumbnail

କନ୍ଧମାଳ ( ଦ କୁଇଭର ):- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ଉଦଘାଟିତ ହେଲା ଚତୁର୍ଥ ଇକୋ ରିଟ୍ରିଟ । ରବିବାର ଦିନ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିଟ୍ରିଟ କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇକୋ ରିଟ୍ରିଟ ଅଧକ୍ଷ ତଥା ବିଡିଓ ପ୍ରିତିରଞ୍ଜନ ରଥ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଲାଭ କରିଥିବା ଦାରିଙ୍ଗବାଡି ର ଶୀତ ଆଉ ପ୍ରାକୃତିକ ସୋନ୍ଧର୍ଜ କୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଙ୍କ ଲମ୍ବା ଧାଡ଼ି ଲାଗି ରହିଥାଏ। ଇକୋ ରିଟ୍ରିଟ ଉଦଘାଟିତ ହେବା ପରେ ଅଧିକ ରୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବ ବୋଲି ପ୍ରଶାସନ ଆଶା ରଖିଛି।

National,State

ଦିନକ ପରେ ନୌସେନା ଦିବସ

Blog Thumbnail

ପୁରୀ ( ଦ କୁଇଭର ):- ଭାରତୀୟ ନୌସେନା ଦିବସ-୨୦୨୪’ ପାଳନ ଆସନ୍ତା କାଲି ହେବାକୁ ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ ୧୫ ଟି ଯୁଦ୍ଧପୋତ ଓ ୪୦ ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।


ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍‌ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍‌ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (୪ ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

National

ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ' : ଓଡ଼ିଶାରେ ଆହୁରି ୪ ଦିନ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ବାତ୍ୟା 'ଫେଙ୍ଗାଲ' ଲ୍ୟାଣ୍ଡଫଲ କରିଛି । ପୁଡୁଚେରୀ ନିକଟବର୍ତ୍ତୀ କରାଇକାଲ ଓ ମହାବଳୀପୁରମ ମଧ୍ୟରେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ବାତ୍ୟା ଗତି କରିବ । ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୭୦-୮୦ କିମି ଠାରୁ ନେଇ ୯୦ କିମି ପର୍ଯ୍ୟନ୍ତ ରହିପାରେ । ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡକୁ ଯିବାବେଳକୁ ଏହାର ଗତି କମିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭାରି ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି । ଓଡ଼ିଶାରେ ଆଗାମୀ ୪ ଦିନ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


ରାଜ୍ୟରେ ବଦଳୁଛି ବର୍ଷାର ଗତିପଥ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଆସନ୍ତାକାଲି ୭ ଜିଲ୍ଲାରେ ବର୍ଷା ଲାଗି ରହିବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବିକ୍ଷିପ୍ତ ବର୍ଷା ହେବା । ୨ ତାରିଖରେ ମଧ୍ୟ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ସେହିପରି ୩ ତାରିଖରେ କୋରାପୁଟ ଓ ମାଲକାନଗିରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

State

କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଗଜସାଥି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Blog Thumbnail

କରଞ୍ଜିଆ( ଦ କୁଇଭର ):- ହାତୀ ଉପଦ୍ରବ ରୋକିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଏଫ୍ଓ ଶ୍ରୀକାନ୍ତ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଗଜସାଥୀ ମାନଙ୍କୁ ଦକ୍ଷତା ବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଏହି ଶିବିରରେ ଏସିଏଫ୍ ମଦନ ମୋହନ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ହାତୀଙ୍କ ଗତିବିଧି ଚାଲିଚଳନ, ପରିବେଶ, ପରିସ୍ଥିତି, ହାତୀଙ୍କ ହାବ ଭାବ ଇତ୍ୟାଦିକୁ ଦେଖି ସେମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେହି ବିଷୟ ଉପରେ ଆଲୋଚନା ହୋଇଥିଲା।



State,National,Politics

ଇ-ମେଲରେ ଧମକ, ପୋଲିସ ତତ୍ପର

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଓଡ଼ିଶାରେ ଚାଲିଥିବା ସର୍ବଭାରତୀୟ ଡିଜି ସମ୍ମିଳନୀର ଶେଷ ଦିନରେ ବିଭ୍ରାଟ କରିବେ ପନ୍ନୁ । ଲୋକସେବା ଭବନ ବାହାର ହେଉ କି କୌଣସି ହୋଟେଲ ବା ମନ୍ଦିର କୌଣସି ସ୍ଥାନରେ କିଛି ବି କରିବେ ବୋଲି ଇ-ମେଲ ଯୋଗେ ଧମକ ଦେଇଛନ୍ତି । ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ଗୁରୁପଦ ସିଂହ ପନ୍ନୁ ଏମିତି ଚେତାବନୀ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ପଠାଇଛନ୍ତି । ଏହି ଇ ମେଲର କପିକୁ ଅକ୍ଷୟ ସାହୁ ପୋଲିସ ଏବଂ ପ୍ରଶାସନକୁ ଦେଇଛନ୍ତି । ଗଣମାଧ୍ୟମକୁ ବି ଦେଇଛନ୍ତି । ସେଥିରେ ଅନେକ କଥା ଲେଖିଛନ୍ତି ପନ୍ନୁ । ସେ ଦର୍ଶାଇଛନ୍ତି ଯଦି କେହି ଲୋକସେବା ଭବନ ଉପରେ ଖଲିସ୍ଥାନୀ ପତକା ଲଗାଇବେ, ତେବେ ତାଙ୍କୁ ୨୫ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ଏହାବ୍ୟତୀତ ବିଭ୍ରାଟ ନିଶ୍ଚିତ ହେବ ବୋଲି କହିଛନ୍ତି ।

ଏହି ଇମେଲକୁ ପୋଲିସ ଯଞ୍ଚ କରୁଛି । ମେଲର ଆଧାର କ’ଣ ଓ କେଉଁଠୁ ଆସିଛି ତାହାକୁ ଖୋଜା ଚାଲିଛି । ତେବେ ପ୍ରଶାସନ, ପୋଲିସ କିମ୍ବା ରାଜ୍ୟ ସରକାରଙ୍କୁ ଇ-ମେଲ ନଦେଇ ଜଣେ ସାମ୍ବାଦିକଙ୍କୁ ମେଲ ଯୋଗେ ଜଣାଇବା ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ସତରେ ଏହା ପନ୍ନୁଙ୍କ ମେଲ ତ? ଏଥିରେ ଥିବା ଅଡ଼ିଓ ମେସେଜ ପନ୍ନୁଙ୍କର ତ? ପନ୍ନୁ ସର୍ବଦା ଭିଡିଓ ବାର୍ତ୍ତା ଦିଅନ୍ତି, ମେଲରେ ଅଡ଼ିଓ କାହିଁକି ଦେଲେ? ଏହା କୌଣସି ଆଞ୍ଚଳିକ ଲୋକଙ୍କ କାରନାମା ନୁହେଁ ତ? ଏମିତି ନାନା ପ୍ରଶ୍ନ ଏବେ ଉଠିଲାଣି ।

ଏଭଳି ପ୍ରଶ୍ନ ଯେ ନିରାଧାର ତାହା ନୁହେଁ । ଗତମାସ ଦେଶର ବିଭିନ୍ନ ବିମାନ କମ୍ପାନୀକୁ ବିମାନରେ ବୋମା ଥିବା ଇ-ମେଲ ଆସୁଥିଲା । ବିମାନ ଉଡ଼ାଇ ଦେବା ଓ ବିସ୍ଫୋରଣ କରିବା ଭଳି ଧଉଳ ଆସୁଥିଲା । ଏତେ ଅଭିଯୋଗ ଆସିଲା ଯେ, ଲେକେ ଡରିଲେ । ସରକାର ବିଶେଷ କରି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ବି ଚିନ୍ତାରେ ପଡ଼ିଗଲା । କିଛି ବିମାନ ବିଳମ୍ବିତ ହେଲା ତ କିଛି ବାତିଲ ବି ହେଲା । ପୂରା ହଇଚଇ ସୃଷ୍ଟି ହେଲା । ଯାଞ୍ଚ ପରେ ଅନେକ ମେଲ ଭାରତରୁ ହୋଇଛି ଓ ଏହା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ଆସି ନଥିବା ଜଣାପଡ଼ିଥିଲା ।

ଏବେ ଆସିଥିବା ମେଲ ନେଇ ଏମିତି କିଛି ପ୍ରଶ୍ନ ଉଠିଛି । ତଥାପି ଏହାକୁ ହାଲୁକାରେ ଗ୍ରହଣ କରିନାହିଁ ଓଡ଼ିଶା ପୋଲିସ । ସାଇବର ଏକ୍ସପର୍ଟ ଲଗାଇ ଯାଞ୍ଚ ଚାଲିଛି । ଏହାବ୍ୟତୀତ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ଲୋକସେବା ଭବନ, ରାଜଭବନ, ଆଇପିଏସ ମେସ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇଛି । ସନ୍ଦୀଗ୍ଧ ମାନଙ୍କ ଉପରେ ନଜର ରଖାଯାଇଛି । କୌଣସି ପ୍ରକାର ତ୍ରୁଟି ଯେମିତି ନହୁଏ, ସେଥିପ୍ରତି ତିନିଥାକିଆ ବ୍ୟବସ୍ଥା କରାଯାଇଛି । ଦେଖାଯାଉ ପନ୍ନୁ ବାସ୍ତବରେ କିଛି କରୁଛନ୍ତି ନା ବିମାନ ଧମକ ଭଳି ଏହା ବି ଫମ୍ପା ହେଉଛି ।


National

ଜନ୍ମ ନିୟନ୍ତ୍ରଣ ଭୟଙ୍କର ହେବ

Blog Thumbnail

ନାଗପୁର(ଦ କୁଇଭର): ଏବେ ଚାଲିଥିବା ଜନ୍ମ ନିୟନ୍ତ୍ରଣ ଆଗକୁ ଭୟଙ୍କର ହେବ । ଶାସ୍ତ ହେଉ କି ଜନସଂଖ୍ୟା ବିଜ୍ଞାନ ସବୁ ଦୃଷ୍ଟିରୁ ଏହା ବିପଦଜନକ ହେବାକୁ ଯାଉଛି । ଜନ୍ମ ନିୟନ୍ତ୍ରଣ ଦ୍ୱାରା ମାନବ ସମାଜ ନିଶ୍ଚିହ୍ନ ହୋଇଯିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ମହାରାଷ୍ଟ୍ରର ନାଗପୁର ଠାରେ ଏକ ଜନସଭାରେ ଭାଗବତ କହିଲେ, ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଆମେ ଏତେ ଅନ୍ଧ ହୋଇଗଲେଣି ଯେ, ଆମର ଜନସଂଖ୍ୟା କମିଲାଣି । ଜନସଂଖ୍ୟା ବିଜ୍ଞାନ ମତରେ ଆମେ ଆମ ହାତରେ ଆମ ସମାଜର ତଣ୍ଟି ଚିପି ଦେଉଛେ । ଏଥିରୁ ବଞ୍ଚିବା ପାଇଁ ଆମକୁ ୨ ରୁ ୩ ବା ତାହାଠୁ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ ହେଲାଣି ।

ଏବେ ସିଙ୍ଗଲ ଚାଇଲ୍ଡ ଭାବଧାରାକୁ ନେଇ ମୋହନ କହିଲେ, ଦେଶର ଜନସଂଖ୍ୟା ଦୃତ ଗତିରେ ଖସୁଛି । ଜନସଂଖ୍ୟା ବୃଦ୍ଧିର ହାର ୨.୧ ତଳକୁ ରହିବା କଥା ନୁହେଁ । ଏହା ହେଲେ ସମାଜରୁ ମାନବ ଜାତି ଲୋପ ପାଇଯିବ । ଏକଥା ଶାସ୍ତ୍ର ବି କହୁଛି ଓ ଜନସଂଖ୍ୟା ବିଜ୍ଞାନ ବି ଦର୍ଶାଉଛି । ଭାରତର ଜନସଂଖ୍ୟା ବୃଦ୍ଧି ଏବେ ୦.୮କୁ ଖସି ଆସିଲାଣି । ସିଙ୍ଗଲ ଚାଇଲ୍ଡ ଭାବଧାରାରେ ଜନସଂଖ୍ୟାକୁ ଚାପି ଦିଆଗଲାଣି ।

ସ୍ୱାଧୀନତା ପରର ସ୍ଥିତିକୁ ନଜର ପକାଇବା । ୧୯୫୧ରେ ଜନସଂଖ୍ୟା ବୃଦ୍ଧି ହାର ଥିଲଶ ୧.୩ ପ୍ରତିଶତ । ୧୯୬୧ରେ ଏହା ୨ପ୍ରତିଶତରେ ପହଞ୍ଚିଥିଲା । ୧୯୭୧ ରୁ ୯୧ ମଧ୍ୟରେ ଏହି ହାର ଥିଲା ୨.୨ପ୍ରତିଶତ । ଯାହା ସୁସ୍ଥକର ଥିଲା । ମାତ୍ର ଏହାପରେ ଛୋଟ ପରିବାର ସୁଖି ପରିବାର ସ୍ଲୋଗାନ ସବୁ କିଛି ବିଗାଡ଼ି ଦେଇଛି । ୨୦୧୧ରେ ଜନସଂଖ୍ୟା ବୃଦ୍ଧି ହାର ଭାରତରେ ୧.୬ପ୍ରତିଶତକୁ ଖସି ଆସିଲା । ୨୦୧୮ରେ ଏହା ୧.୦୯ ପ୍ରତିଶତ, ୨୦୧୯ରେ ୧.୦୩ ପ୍ରତିଶତ, ୨୦୨୦ରେ ୦.୯୬ପ୍ରତିଶତ, ୨୦୨୧ରେ ୦.୮ପ୍ରତିଶତ, ୨୦୨୨ରେ ସବୁଠୁ କମ ୦.୬୮ପ୍ରତିଶତ ବୃଦ୍ଧି ହୋଇଥିଲା । ବୁଦ୍ଧିଜୀବୀ ମାନଙ୍କ ଉଦବେଗ ପରେ ଏବେ ଜନସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ବୃଦ୍ଧି ହାର ୦.୮କୁ ବଢ଼ିଛି । ଏହା ଅତି ନଗଣ୍ୟ । ତେଣୁ ଏହି ସଂଖ୍ୟା ଆହୁରି ବଢ଼ିବା କଥା ଅଭିବୃଦ୍ଧି ହାର ୨.୧ ଉପରେ ରହିବା କଥା ବୋଲି ମୋହନ ଭାଗବତ କହିଥିଲେ । ଜନସଂଖ୍ୟା ହ୍ରାସ ଆଗକୁ ମାନବସମ୍ବଳରେ ବଡ଼ ଅସନ୍ତୁଳନ ସୃଷ୍ଟି କରିବ ବୋଲି ସେ କହିଥିଲେ ।

ଜନସଂଖ୍ୟା ହ୍ରାସ ନେଇ ଭାଗବତ ଉଦବେଗ ପ୍ରକାଶ କରିବା ସହ ସମାଜର ସୁରକ୍ଷା ପାଇଁ ଏଦିଗରେ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ । ଦେଖାଯାଉ ଏଦିଗରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉଛି ନା ଜନସଂଖ୍ୟା ହ୍ରାସର ବିପର୍ଯ୍ୟୟ ପାଇଁ ଦ୍ୱାର ଖୋଲାଯାଉଛି ।


State

ଉତ୍କଳିକା"ର ବିଂଶତିତମ ବାର୍ଷିକୋତ୍ସବ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବାଲିପଦପର ସ୍ଥିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ "ଉତ୍କଳିକା"ର ବିଂଶତିତମ ବାର୍ଷିକୋତ୍ସବ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମେଜର ରମା ରମଣ ପାଢ଼ୀ ଉତ୍ସବର ଶୁଭ ଉଦଘାଟନ କରି ସୁସ୍ଥ ସମାଜ ଗଠନରେ ସାହିତ୍ୟର ଏକ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ ହେତୁ ସାହିତ୍ୟିକମାନେ ଅତୀବ ସାଧୁବାଦାର୍ହ ବୋଲି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମଗତ କବି ଓ ଲେଖକ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଚିବ ଡଃ. କୁଳମଣି ଓଝା ମୁଖ୍ୟ ବକ୍ତା ଏବଂ କବି ସୁଶାନ୍ତ ଦାଶ ଓ ଅବସର ପ୍ରାପ୍ତ ଓଡ଼ିଶା ଶିକ୍ଷା ପ୍ରସାଶକ କିଶୋର ଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୁସ୍ଥ, ସୁନ୍ଦର ସମାଜ ନିମନ୍ତେ ସାହିତ୍ୟ ଅଭିପ୍ରେତ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ କବି ସୁଶାନ୍ତ କୁମାର କାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳିକା ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପିତଳ, ଚନ୍ଦ୍ରିକା ଆବାସିକ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପାରିବେପଷଣ କରିଥିଲେ।

ଏହି ଅବସରରେ ସର୍ବଶ୍ରୀ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ଭୂଷଣ ଇନ୍ଦ୍ରମଣି ବାରିକ,ଡଃ. ଶ୍ୟାମା ପ୍ରସାଦ ମିଶ୍ର, କିଶୋର କୁମାର ପଟେଲ, ସୁରଞ୍ଜନ ପାତ୍ର, କରମଣୀ ମହାରଣା, ଜୟ କୁମାର ମିଶ୍ର, ମୁରଲୀଧର ନାୟକ, ଗିରିଶ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ମାତୃ ପ୍ରସାଦ ଶତ୍ରୁଜିତ, ବିରଞ୍ଚି ନାରାୟଣ ଦାଶ,ବିକ୍ରମାଦିତ୍ୟ ପୁରୋହିତ, ଅକ୍ଷୟ କୁମାର ସାହୁ, ଧ୍ରୁବ ଚରଣ ଘିବେଲା, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ଭୋଇ, ଡଃ. ତାନଶ୍ରୀ ପାଣିଗ୍ରାହୀ, ଅଭିପ୍ସା ପ୍ରିୟଦର୍ଶିନୀ, ସନ୍ଧ୍ୟାରାଣୀ ବେହେରା, ଡ଼ା. ଶୁଭଶ୍ରୀ ପ୍ରଭା ସ୍ୱାଇଁ, କାନ୍ତିଲତା ଷଡ଼ଙ୍ଗୀ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ତ୍ରିଚତ୍ୱାରିଂଶ ସାରସ୍ୱତ ପ୍ରତିଭାଧାରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଏବଂ ସ୍ମାରକୀ ଫଳକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ ସହିତ ଅନୁଷ୍ଠାନର ମୁଖପତ୍ର "ଅଭିନଵ ଉତ୍କଳିକା", ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ 'ଲଘୁ ପ୍ରବନ୍ଧ ସଂକଳନ' ଏବଂ ଉତ୍କଳିକା ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଦିନ ପଞ୍ଜିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ଵିତୀୟ ସୋପାନ ଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳିଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି ପର୍ବରେ ସାରସ୍ୱତ ସାଧକ ଡଃ. ବନମାଳୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଡଃ. ଲକ୍ଷ୍ମୀ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ପାଠୋତ୍ସବ ବରିଷ୍ଠ ସାରସ୍ୱତ ସାଧକଙ୍କୁ ଅଧିକ ମାତ୍ରାରେ ଗତିଶୀଳ ଓ ନବାଗତଙ୍କୁ ଉତ୍ସାହିତ କରିଥାଏ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ଚିନ୍ମୟ ରଞ୍ଜନ ମିଶ୍ର, କବି ଶୁଭ୍ରଜିତ ସାହୁ ଏବଂ କବୀ ପଦ୍ମିନୀ ମିଶ୍ରଙ୍କ ସୁନ୍ଦର ସଂଯୋଜନା କ୍ରମେ ଶତାଧିକ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ବି. ଗୋପାଳ ପାତ୍ର, ପ୍ରଦୀପ କୁମାର ସାହୁ, କୈଳାସ ବେହେରା, ଅଶୋକ ଦଳେଇ ପ୍ରମୁଖ କବି ସହଯୋଗ କରିଥିଲେ। ପରିଶେଷରେ କବି ତଥା ସାରସ୍ୱତ ସଂଗଠକ ଦୀନବନ୍ଧୁ ଶ୍ରୀପଲ୍ଲଵ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Politics

ବାଜିରେ ଲାଗିଲା ବାଚସ୍ପତିଙ୍କ ଗରିମା

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଲେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । ସାମ୍ବିଧାନିକ ପଦରେ ବସିଥିବା ସୁରମା ଦଳୀୟ କାର୍ଯ୍ୟକ୍ରମରେ ଦଳର ବ୍ୟାନର ତଳେ ବସିବା ବାଚସ୍ପତି ଗରିମାକୁ ବାଜିରେ ଲଗାଇ ଦେଇଛି । ଏକଥା ଏବେ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ଯଦି ଦଳୀୟ ପତାକା ତଳେ ବାଚସ୍ପତି ତାଙ୍କ ଗରିମାକୁ ଅଜାଡ଼ି ଦେଲେ, ତେବେ ସେ ବିଧାନସଭାରେ ନିର୍ଦ୍ଦଳୀୟ କିପରି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଯାହା ଏକ ସାମ୍ବିଧାନିକ ପ୍ରଶ୍ନ ମଧ୍ୟ ।

ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି । ଏହି ପଦ ହେଉଛି ସାମ୍ବିଧାନିକ ଓ ନିର୍ଦ୍ଦଳୀୟ ମଧ୍ୟ । ଏହି ପଦରେ ବସିବା ପରେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା କଥା । ଯେତେ ସମ୍ଭବ ରାଜନୈତିକ ଦଳ ଠାରୁ ତାଙ୍କର ଦୂରତା ରହିବା କଥା । ପୂର୍ବ ବାଚସ୍ପତି ମାନଙ୍କୁ ଦେଖିଲେ ଏହା ହିଁ ସ୍ପଷ୍ଟ ହେଉଛି । ସମୟ ସମୟରେ ଦଳୀୟ ନେତାଙ୍କ ନିକଟରେ କୃତଜ୍ଞତା ଜଣାଇବାକୁ ବାଚସ୍ପତି ମାନେ ଯାଇ ବେଶ ନିନ୍ଦିତ ହୋଇଛନ୍ତି ।

ଏମିତିକି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବି ଦେଖାଯାଇ ପାରେ । ସେ ବାଚସ୍ପତି ପଦରେ ବସିବା ପରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଚିତ୍ର ପଦାକୁ ଆସି ନାହିଁ । ମାତ୍ର ସୁରମା ସବୁ ମାନ ମର୍ଯ୍ୟାଦାକୁ ଭୁଲିଗଲେ । ଦଳୀୟ କାର୍ଯ୍ୟକ୍ରମରେ ଯାଇ ସାମିଲ ହେଲେ । ଦଳର ସୁପ୍ରିମୋ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଥିଲା । ଯାହା ପୂରା ଦଳୀୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସୁରମା ସାମିଲ ହୋଇ ନଥିଲେ କ’ଣ ହୋଇ ନଥାନ୍ତା କି? ସାମ୍ବିଧାନିକ ମର୍ଯ୍ୟାଦା ତ ରକ୍ଷା ପାଇ ଯାଇଥାନ୍ତା । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଗରିମା ତ ରହିଯାଇଥାନ୍ତା?

ଏହାକୁ ନେଇ ଏବେ ଚାଲିଲାଣି ତୁମ୍ବି ତୁଫାନ କଲେଣି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଦଳ ପାଇଁ ସାମ୍ବିଧାନିକ ମର୍ଯ୍ୟାଦାକୁ କିପରି ବାଚସ୍ପତି ଦଳିମକଚି ଦେବେ? ଏଭଳି କାମ କରି ସାରିବା ପରେ ସେ ବାଚସ୍ପତି ପଦରେ ବସିବାର ନୈତିକତା ରଖିଛନ୍ତି କି? ଏପରି କାର୍ଯ୍ୟ ପାଇଁ ସେ କ୍ଷମା ମାଗିବା ଉଚିତ ବୋଲି କହିଥିଲେ । ଦେଖାଯାଉ ଏହାକୁ ସରକାରୀ ଦଳ କିପରି ନେଉଛନ୍ତି ଓ କି ଜବାବ ରଖୁଛନ୍ତି ।

International,National

ଏଫବିଆଇ ମୁଖ୍ୟ ହେବେ ଗୁଜରାଟୀ

Blog Thumbnail

ନୁ୍ୟୟୋର୍କ(ଦ କୁଇଭର): ବିଶ୍ୱରେ ଭାରତୀୟଙ୍କ ଦବଦବା ବଢ଼ିବାରେ ଲାଗିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ରହିଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା ଏଫବିଆଇ ବା ଫେଡରାଲ ବୁ୍ୟରୋ ଅଫ ଇନଭେଷ୍ଟିଗେସନର ମୁଖ୍ୟ ହେବେ ଜଣେ ଭାରତୀୟ ବଂଶୋଦ୍ଭବ ବା ଗୁଜରାଟୀ କାସ ପଟେଲ । ଏନେଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟ୍ରମ୍ପ ସରକାର ଆସିବା ସହ ଭାରତୀୟଙ୍କ ଗୁରୁତ୍ୱ ବଢ଼ିବ ବୋଲି କୁହାଯାଉଛି ।

ଟ୍ରମ୍ପ କାସ ପଟେଲଙ୍କୁ ଏଫବିଆଇର ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦେବା ପଛରେ କାସ ଟ୍ରମ୍ପଙ୍କ ପ୍ରତି ଥିବା ଅନୁଗତ୍ୟ ଏବଂ ଏଫବିଆଇକୁ କରୁଥିବା ସମାଲୋଚନା ହିଁ କାରଣ ବୋଲି ଦର୍ଶାଯାଇଛି । ୧୯୮୦ ଫେବୃୟାରୀ ୨୫ ତାରିଖ ନୁ୍ୟୟୋର୍କର ଗାର୍ଡେନ ସିଟିରେ ଜନ୍ମ ଗ୍ରହଣ କରିଥିବା ଏହି ଗୁଜରାଟୀ ପରିବାରର କାସ ରିଚମଣ୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ କରିଥିଲେ । ୪୪ବର୍ଷିୟ କାସ ଆଇନ ପାଠ ପଢ଼ି ଫେଡରାଲ ଡିଫେଣ୍ଡର ଭାବେ କାମ କରୁଥିଲେ ।

୨୦୧୬ରେ ଟ୍ରମ୍ପ ନିର୍ବାଚନ ବେଳେ ଟ୍ରମ୍ପ ଓ ମସ୍କୋ ସମ୍ପର୍କକୁ ନେଇ ହୋଇଥିବା ଏଫବିଆଇ ଅନୁସନ୍ଧାନ ଉପରେ ତର୍କ କରି ସେ ଜାତୀୟ ସ୍ତରରେ ନଜରକୁ ଆସିଥିଲେ । ସେହିଦିନ ଠାରୁ ସେ ଟ୍ରମ୍ପଙ୍କ ଗୁଡବୁକରେ ରହିଥିଲେ । ଏବେ ଟ୍ରମ୍ପ ପୁନର୍ବାର ଆମେରିକାରେ ସରକାର ଗଠନ କରିବାକୁ ଯାଉଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଫଳରେ ଜଣେ ଭାରତୀୟ ଭାବେ ଏଫବିଆଇର ମୁଖ୍ୟ ହେବାର ସେ ସୌଭାଗ୍ୟ ପାଇଛନ୍ତି । ଏଫବିଆଇର ମୁଖ୍ୟ ଜଣେ ଗୁଜରାଟୀ ହେବା ପରେ ଏବେ ଆଦାନୀଙ୍କ ଲାଞ୍ଚ ମାମଲାର ଭାଗ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଏଫବିଆଇ କରୁଥିବା ତଦନ୍ତ ହାଇଜାକ ହୋଇଯିବ ନି ତ? ଆଦାନୀ ନିଦେ୍ର୍ଦାଷ ହୋଇଯିବେ ନି ତ? ଦେଖାଯାଉ କାସ ପଟେଲ ଏଫବିଆଇକୁ କେତେ ଶୃଙ୍ଖଳିତ ଭାବେ ନେଉଛନ୍ତି ଓ ଭାରତ ସହ ଥିବା ବିଭିନ୍ନ ମାମଲାରେ କି ଭୂମିକା ନେଉଛନ୍ତି?


State

ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସୁନାପୂର ବ୍ଲ୍ୟୁ ଫ୍ଲାଗ ବେଳାଭୂମି ରେ ଉଦଘାଟିତ ହେଲା ଇକୋ ରିଟ୍ରିଟ। ଚିକିଟି ବିଧାୟକ ଚିନ୍ତାମଣି ଧ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଟ୍ରିଟ କୁ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ଚିକିଟି ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ସୁନାପୂର ବେଳାଭୂମିରେ ୫ଟି ପ୍ରିମିୟମ ରୁମ୍ ସହିତ ୨୨ ଟି ସାଧାରଣ ରୁମ୍ ପର୍ଯ୍ୟଟକ ଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ପର୍ଯ୍ୟଟକ ଙ୍କୁ ସ୍ଥାନୀୟ ବାସିନ୍ଦା କିଭଳି ଆତିଥ୍ୟ ପ୍ରଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆ ଯିବ ବୋଲି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ।

National,State

ରାଜ୍ୟରେ ପୁଣି ଆଳୁ ଝମେଲା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଆଳୁ ଝମେଲା । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନି । ତେଣୁ ବଜାରରେ ଦର ଚଢ଼ା । ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣି, ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ବର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି। ସେପଟେ ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି, ତା ବି ସରି ଆସିଲାଣି। ରାଜ୍ୟର ବଡ଼ ପରିବାମଣ୍ଡି କଟକର ଛତ୍ରବଜାର ହେଉ କି ଭୁବନେଶ୍ବରର ୧ ନମ୍ବର ମାର୍କେଟ୍, ସବୁଠି ଉପୁଜିଲାଣି ଆଳୁ ସଙ୍କଟ। ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ, ବ୍ୟବସାୟୀ କହିଲେଣି ଆଳୁ ଯୋଗାଣ ସ୍ବାଭାବିକ ନହେବା ଯାଏଁ କିଛି କହି ହେବନି।


ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି,ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ଆଜି ୩୦ ଟଙ୍କାରେ ଆଳୁ କିଣିଥିବା କହିଛନ୍ତି। ଅନ୍ୟପକ୍ଷରେ ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ଚଢା ଦରରେ କେଉଁଠି ଆଳୁ ବିକ୍ରି ହେଲେ ଚଢ଼ାଉ କରାଯିବ। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଆଳୁ ଉତ୍ପାଦନରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।