Join Us To Make A Difference

The Drops💧

ଫୁଲବାଣୀ ଜେଲ ଗଲେ ପିଣ୍ଟୁ ଦାସ

ଫୁଲବାଣୀ ଜେଲ ଗଲେ ପିଣ୍ଟୁ ଦାସ
Published by:Jyotshna Kumari
#crime

ଦ କୁଇଭର ବ୍ୟୁରୋ :- ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ । ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସଂପୃକ୍ତିକୁ ନେଇ ଗିରଫ ହୋଇଥିଲେ ପୂର୍ବତନ ମେୟର । ଜେଲ୍‌ରେ ରହିଥିବା ସମୟରେ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇଥିଲେ । ଏନେଇ ଅନୁମତି ମିଳିବା ପରେ ଫୁଲବାଣୀ କାରାଗାରକୁ ସ୍ଥାନାନ୍ତରିତ ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଫୁଲବାଣୀ କାରାଗାରକୁ ସ୍ଥାନାନ୍ତରିତ ହୋଇଛନ୍ତି ପୂର୍ବତନ ମେୟର ଶିବଶଙ୍କର ଦାସ । ବ୍ରହ୍ମପୁର ସହରରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ପର୍ଦ୍ଦା ହଠାଇଥିଲା ବ୍ରହ୍ମପୁର ପୋଲିସ । ଏହି ହତ୍ୟାକାଣ୍ଡରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶଙ୍କୁ ଷଡ଼ଯନ୍ତ୍ରକାରୀ ଭାବରେ ଗିରଫ କରି ଇତି ମଧ୍ୟରେ କୋର୍ଟଚାଲାଣ କରା ଯାଇଥିଲା ।


ବ୍ରହ୍ମପୁର ମଣ୍ଡଳ କାରାଗାରରେ ପିଣ୍ଟୁ ଦାଶଙ୍କ ବିପକ୍ଷ ଗୋଷ୍ଠୀର କିଛି ଯୁବକ ଗିରଫ ହୋଇ ରହିଛନ୍ତି । ସେମାନଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ବ୍ରହ୍ମପୁର ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କୁ ଦର୍ଶାଇ ଥିଲେ । ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ସ୍ଥାନୀୟ କୋର୍ଟଙ୍କୁ ଆବେଦନ କରିଥିଲେ । ଏନେଇ ଅନୁମତି ମିଳିବା ପରେ ଶୁକ୍ରବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ରହ୍ମପୁର ଜେଲରୁ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଏସ୍‌କୋର୍ଟରେ ଫୁଲବାଣୀ ଜେଲକୁ ପିଣ୍ଟୁ ଦାଶଙ୍କୁ ନିଆଯାଇଥିଲା । ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶିବଶଙ୍କର ଦାସ ଗିରଫ କରାଯାଇ ବ୍ରହ୍ମପୁର ଜେଲରେ ରଖାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ମାମଲାରେ ଛନ୍ଦି ହୋଇ ରହିଛନ୍ତି ଶିବଶଙ୍କର ଦାସ। ଏନେଇ ତାଙ୍କ ଧର୍ମପତ୍ନୀ ଶିବଶଙ୍କର ଦାସଙ୍କୁ ଫୁଲବାଣୀ ପରିବର୍ତ୍ତେ ଗଞ୍ଜାମ ଜିଲ୍ଲାର କୈଣସି ଜେଲରେ ରଖିବା ପାଇଁ ଏକ ପିଟିସନ ଦାଖଲ କରିଥିଲେ । ପିଟିସନ ପରେ କୋର୍ଟ ପକ୍ଷରୁ ବିଭିନ୍ନ ଜେଲ୍ କର୍ତ୍ତୃପକ୍ଷଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବାକୁ କୁହା ଯାଇଥିଲା । ହେଲେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡରେ ଗିରଫ ବ୍ୟକ୍ତି ବିଶେଷମାନେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି । ଏହା ସହିତ ଭଞ୍ଜନଗର ଜେଲରେ ମଧ୍ୟ ଥିବା ଅନ୍ତେବାସୀ ମଧ୍ୟ ପିଣ୍ଟୁ ଦାଶଙ୍କ ବିରୋଧୀ ହୋଇଥିବାର ରିପୋର୍ଟ ମିଳିଥିଲା । ଶେଷରେ କୋର୍ଟ ପକ୍ଷରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ କରିବାକୁ ଅନୁମତି ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁରର ପବ୍ଳିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ।

Comments

Leave a Comment

Comments

No comments yet.

State

ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍‌ ଖୋଲିବ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ।

International

୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା

Blog Thumbnail

ଦ କୁଇଭର ବ୍ୟୁରୋ :- ବିଶ୍ୱସ୍ତରୀୟ ମହାଶକ୍ତି ମଧ୍ୟରେ ଏବେ ଶକ୍ତି ସଂଘର୍ଷ ଚାଲିଛି। କେଉଁ ଦେଶ କେତେ ମଜବୁତ ତାହା ପ୍ରମାଣ କରିବାରେ ଲାଗିପଡ଼ିଛନ୍ତି ଅନେକ ବଡ଼ ବଡ଼ ଦେଶ। ଏହି ପ୍ରତିଯୋଗିତା ମଧ୍ୟରେ ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟର ଏକ ସଙ୍କେତ ଭାବରେ ବର୍ଣ୍ଣନା କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଏକ ବୈଠକରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟର ହେଗସେଥ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ଚୁକ୍ତିନାମା ଏପରି ସମୟରେ କରାଯାଇଛି, ଯେତେବେଳେ ଶୁଳ୍କକୁ ନେଇ ଉତ୍ତେଜନା ପରେ ଉଭୟ ଦେଶ ସମ୍ପର୍କ ପୁନର୍ବାର ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ନିଷ୍ପତ୍ତି ପରେ ବି ଭାରତ ମୁଣ୍ଡ ନୁଆଁଉନଥିବା ଦେଖି ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଅନେକ ସଙ୍କେତ ଦେଉଛନ୍ତି। ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ, ରାଜନାଥ ସିଂହ ଟ୍ୱିଟରରେ ଲେଖିଛନ୍ତି, "ଏହା ଆମର ଦୃଢ଼ ପ୍ରତିରକ୍ଷା ସହଭାଗୀତାରେ ଏକ ନୂତନ ଯୁଗର ଆରମ୍ଭ।"ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏବଂ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହା ଆମର ବଢ଼ୁଥିବା ରଣନୈତିକ ସମନ୍ୱୟର ସଙ୍କେତ ଦେଉଛି ଏବଂ ଏକ ନୂତନ ଦଶକର ସହଭାଗୀତାର ଆରମ୍ଭକୁ ଚିହ୍ନିତ କରିବ। ପ୍ରତିରକ୍ଷା ସମ୍ପର୍କ ଆମ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ, ଖୋଲା ଏବଂ ନିୟମ-ଆଧାରିତ navigation ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ।

Politics

ଆଜି ଭୋଟ୍ ଦେଉଛି ବିହାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି (ଗୁରୁବାର) ବିହାର ବିଧାନସଭା ନିର୍ବାଚନ 2025ର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଯେଉଁଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନର ପୂର୍ବ ସନ୍ଧ୍ୟାରେ, ସମସ୍ତ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରକୁ ଇଭିଏମ୍, ଭିଭିପ୍ୟାଟ୍, କାଳି, ବାଲଟ୍ ବାକ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଯାଇଛି । ଏସବୁ ସାମଗ୍ରୀ ନେଇ ସୁରକ୍ଷାକର୍ମୀଙ୍କ ସହିତ ପୋଲିଂ କର୍ମଚାରୀମାନେ ମୋଟ୍ 45,341 ମତଦାନ କେନ୍ଦ୍ରକୁ ପ୍ରସ୍ଥାନ କରିସାରିଛନ୍ତି। ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ମଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ୍, ସାରଣ, ବୈଶାଳୀ, ସାମସ୍ତିପୁର, ବେଗୁସରାଇ, ଖାଗରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଲନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର।115 ବିଧାନସଭା ନିର୍ବାଚନମଣ୍ଡଳୀର 43,206ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ । ମାତ୍ର 6ଟି ବିଧାନସଭା ନିର୍ବାଚନମଣ୍ଡଳୀର 2,135ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ ।

Shree Jagannath

ଆଜି ପ୍ରଥମ ମାଣବସା ଗୁରୁବାର

Blog Thumbnail

ଦ କୁଇଭର ବ୍ୟୁରୋ :- ଧର୍ମର ମାସ କାର୍ତ୍ତିକ ପରେ ଆଜିଠୁ ଆରମ୍ଭ ମାର୍ଗଶିର ମାସ ଆଉ ଆଜି ହେଉଛି ମାର୍ଗଶିର ପ୍ରଥମ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ । ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।


ତେଵେ ଜାଣିଛନ୍ତି କି କାହିଁକି ଓଡ଼ିଆ ଘରେ ପାଳନ ହୁଏ ମାଣବସା ଗୁରୁବାର:- ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାର୍ଗଶିର ମାସ ଗୁରୁବାର । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣିତ ଅଛି ମାଙ୍କ ର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠା ର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡିଥାଏ । ଏହା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।


ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।ରହିଗଲେ । ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା ।ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।


ତେଵେ ଲକ୍ଷ୍ମୀ ପୂରାଣ ସହ କୋଉଠି ନା କୋଉଠି ଆଜି ଭି ଘରେ ଘରେ ଜଡିତ ସମ୍ପର୍କ ରହିଛି l ଆଉ ପ୍ରତି ଓଡ଼ିଆଙ୍କ ଆରାଧ୍ୟା ଦେବୀ ଦେବତା ଯେହେତୁ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଜଗନ୍ନାଥ ତେଣୁ ଏହି ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାରକୁ ଲୋକେ ଭକ୍ତିର ସହ ପୂଜା ଅର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରନ୍ତି l

Crime

ରିମାଣ୍ଡରେ ଆସିବ ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ଚାକିରି କେଳେଙ୍କାରୀ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଠି ଗିରଫକୁ ନେଇ ଯେତିକି ଚର୍ଚ୍ଚା ତାଙ୍କର ବୟାନକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କେଳେଙ୍କାରୀ ପଛରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଶଙ୍କରଙ୍କ ବୟାନ ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି। କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି । ସେପଟେ ଶଙ୍କରକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଜି କୋର୍ଟରେ ହାଜର ହେବ ଶଙ୍କର ପୃଷ୍ଟି । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏଯାଏଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ତଦନ୍ତକାରୀ ସଂସ୍ଥା । ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀକୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Shree Jagannath

ଆଜିଠୁ ପଞ୍ଚୁକ ବ୍ରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବା ପଞ୍ଚକରେ ସମସ୍ତ ବେଶ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବା ଏହାକୁ ଦୃଷ୍ଟିରେ ରଖି ଅନୁରୂପ ଦର୍ଶନ ବ୍ୟବସ୍ଥା କରାଯାଇଛି । ରବିବାର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ପାଇପାରିବେ । ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେବକମାନେ ସବୁଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ । ଅର୍ଥାତ ଯାତ୍ରୀ ପରିଚର୍ଯ୍ୟା ଉପରେ ରୋକ ଲଗାଯାଇଛି । ସେବାୟତମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । କେବଳ ବାହାରକାଠରୁ ଦର୍ଶନ ଯାତ୍ରୀ ନେଇ ଯାଇପାରିବେନି ଯାତ୍ରୀ ପଣ୍ଡା ନୃସିଂହ ବେଶ ଏବଂ କାର୍ଷିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ ।ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ ।