Join Us To Make A Difference

The Drops💧

ଭଣ୍ଡବାବାଙ୍କ ଛାତ୍ରୀ ଶୋଷଣ

ଭଣ୍ଡବାବାଙ୍କ ଛାତ୍ରୀ ଶୋଷଣ
Published by:Jyotshna Kumari
#crime

ଦ କୁଇଭର ବ୍ୟୁରୋ :- ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଭଣ୍ଡବାବାଙ୍କ କାରନାମା । ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ନାମକ ଜଣେ ବାବା ମେନେଜମେଣ୍ଟ କଲେଜ ଖୋଲି ଚଳାଇଥିଲେ ଏପରି କାଣ୍ଡ । ବାବାଙ୍କ ବିରୋଧରେ ସମ୍ପୃକ୍ତ କଲେଜର ୩୫ଜଣ ଛାତ୍ରୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ସେଥିରୁ ୧୭ଜଣ ଛାତ୍ରୀଙ୍କୁ ବାବା ଅଶ୍ଳୀଳ ଭାଷାରେ ଗାଳି ଦେବା, ଚାର୍ଟ କରିବା ଓ ହଇରାଣ ହରକତ କରିବା ଭଳି ଅଭିଯୋଗ ଦିଲ୍ଲୀ ପୋଲିସକୁ ଦେଇଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରିବା ପରେ ଅନେକ ରହସ୍ୟ ପଦାକୁ ଆସିଛି ।


ବାବା ଚୈତନ୍ୟାନନ୍ଦ ଦୀର୍ଘଦିନ ଧରି ଏକ ମେନେଜମେଣ୍ଟ କଲେଜ ସହ ଜଡ଼ିତ ରହିଛନ୍ତି । ସେ କଲେଜର ଅନେକ କାମରେ ସାମିଲ ରହୁଥିଲେ । ସେ ବାରମ୍ବାର କଲେଜର ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରନ୍ତି । ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ବି କରନ୍ତି ଆଉ ଅଶ୍ଳୀଳ ମେସେଜ ବି ହ୍ୱାଟସ ଆପରେ ଦିଅନ୍ତି । ଏମିତି ସ୍ଥିତି ଚାଲିଥିବା ବେଳେ ଅନେକ ଛାତ୍ରୀ ଏନେଇ ପୋଲିସକୁ ଜଣାଇଥିଲେ । ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଚଳାଇଛି ।


ତଦନ୍ତ କାଳରେ କଲେଜର ୩ଜଣ ମହିଳା କର୍ମଚାରୀଙ୍କୁ ପଚରାଉଚରା କରିଛି । ଏଥିସହ ବାବାଙ୍କର ବହୁ ଦାମୀ କାର ବି ଠାବ ହୋଇଛି । ସେଥିରୁ ଗୋଟିଏ କାରରେ ଜାଲ ନମ୍ବର ପ୍ଲେଟ ଲାଗିଥିବା ପୋଲିସ ଦେଖିଛି । ଆହୁରି ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀମାନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ବାବାଙ୍କୁ ଗିରଫ କରିପାରେ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ବାବା ଖସି ପଳାଇବାକୁ ଯୋଜନା କରିଛନ୍ତି । ମାତ୍ର ପୋଲିସ ଏବେ ତଦନ୍ତକୁ ଅଧିକ ବ୍ୟାପକ କରିଛି । ଏଥିରେ ବହୁ କଳା କାରନାମା ଥିବା ପଦାକୁ ଆସିବାରେ ଲାଗିଛି । ଦେଖାଯାଉ ବାବାଙ୍କର ସବୁ କଳାକାରନାମା ଖୋଲୁଛି ନା କୌଣସି ଚାପରେ ତାହା ଚପି ଯାଉଛି ?



Comments

Leave a Comment

Comments

No comments yet.

National

ପ୍ରତିମାସରେ ୭୫ ଲକ୍ଷ ମହିଳାଙ୍କ ଖାତାକୁ ଯିବ ୧୦ ହଜାର ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭା ନିର୍ବାଚନ ପାଖଉଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଘୋଷଣା ବଢ଼ିବଢ଼ି ଚାଲିଛି । ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି, ମୁଖ୍ୟମନ୍ତ୍ରୀ ନୀତିଶ ଏବେ ମହିଳାଙ୍କ ପାଇଁ ବଡ଼ ଯୋଜନା କରିଛନ୍ତି । ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପହଞ୍ଚିଛି । ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ କନଫରେନ୍ସରେ ଉଦଘାଟନ୍‌ କରିଛନ୍ତି । ମୋଦୀ କହିଛନ୍ତି, ‘ନରେନ୍ଦ୍ର ଓ ନୀତୀଶ ଆପଣଙ୍କ ଦୁଇ ଭାଇ। ସେମାନେ ରାଜ୍ୟର ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ବୃଦ୍ଧି କରିବାରେ ସହାୟକ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି, ବିହାରରେ ପୂର୍ବରୁ ଲୁଣ୍ଠନ ସରକାର ସମୟରେ ରାଜ୍ୟରେ ଅନେକ ଭ୍ରଷ୍ଟାଚାର ଓ ଅରାଜକତା ଥିଲା, ଯାହାର ସବୁଠାରୁ ବଡ଼ ପ୍ରଭାବ ମହିଳାମାନଙ୍କ ଉପରେ ପଡ଼ିଥିଲା । ୭୫ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ।’ ବିହାରରେ ମହିଳାଙ୍କୁ ବଡ଼ ଭେଟି, ୭୫ ଲକ୍ଷ ମହିଳାଙ୍କୁ ଦିଆଯାଇଛି ୧୦ ହଜାର ଲେଖାଏଁ ଟଙ୍କା,୧୮ରୁ ୬୦ ବର୍ଷ ମହିଳା ଯୋଜନାରେ ସାମିଲ, ଏସ୍‌ଏଚ୍‌ଜି ସହ ଜଡ଼ିତ ରହିବା ଜରୁରୀ,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମିଳିତ ପ୍ରୟାସରେ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇଛି l

International

ବନ୍ଦ ହେଲା NASA

Blog Thumbnail

ଦ କୁଇଭର ବ୍ୟୁରୋ :- ବନ୍ଦ ହେଲା ନାସା,ଟ୍ରମ୍ପଙ୍କୁ ମିଳିଲା ବଡ଼ ଝଟକା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ନାସା ବନ୍ଦ ରହିବ, ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି । ଆମେରିକାରେ ନାସା ସମେତ ସରକାରୀ ସଂସ୍ଥାଗୁଡ଼ିକରେ ହଜାର ହଜାର ଫେଡେରାଲ କର୍ମଚାରୀ ଛୁଟିରେ ରହିବାକୁ ବାଧ୍ୟ ହୋଇଛନ୍ତି ।


ସୂଚନାନୁଯାୟୀ, ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଛି । ଯାହା ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ NASA କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ମିଶନ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ଚନ୍ଦ୍ର ଅନୁସନ୍ଧାନ ଏବଂ ମଙ୍ଗଳ ମିଶନର ଲକ୍ଷ୍ୟକୁ ବଜାୟ ରଖିବା କଷ୍ଟକର ହୋଇପଡିବ । ଅନ୍ୟପଟେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଆବଶ୍ୟକୀୟ କର୍ମଚାରୀମାନେ କାମ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISS ସହ ଜଡ଼ିତ କାର୍ଯ୍ୟ ବିଭିନ୍ନ ଉପଗ୍ରହ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ସରକାର ସଟଡାଉନ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ନାସା ଦ୍ବାରା ବନ୍ଦ ଘୋଷଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୬ ବର୍ଷ ତଳେ ୨୦୧୮-୧୯ରେ ମଧ୍ୟ ନାସା ବନ୍ଦ ଘୋଷଣା କରିଥିଲା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଅଧାରୁ ଅଟକାଇ ଦେଇଥିଲା । ଯାହା ଫଳରେ ଏଥିରେ କାର୍ଯ୍ୟରତ ଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ଜଣାପଡିଛି l

Weather

ପୁଣି ଲଘୁଚାପ, ପ୍ରବଳ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ପୁଣି ଲଘୁଚାପ ସମ୍ଭାବନା । ୩୦ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ ନେଇ ସୂଚନା ରହିଛି। ଏହାର ପ୍ରଭାବରେ ଉତ୍ତର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧ ଅକ୍ଟୋବର ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏପଟେ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ଉପକୂଳ ମୁହାଁ ହେଉଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


ଅନ୍ୟପଟେ ଅବପାତ ପ୍ରଭାବରେ ଆଗାମି ଦୁଇଦିନ ଗଞ୍ଜ‌ାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ଅନ୍ୟପକ୍ଷେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ମାନଙ୍କରେ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

City

ମା ଦୂର୍ଗା'ଙ୍କ ମନ୍ଦିରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତଙ୍କୁ ହାଲୁଆ ବଣ୍ଟନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଥିବା ମା ଦୂର୍ଗାଙ୍କ ମନ୍ଦିର ନିକଟରେ ନବରାତ୍ର ଅବସରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ଓ ଜିଲାପି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ କୁମାର ପଣ୍ଡା, ମେୟର ସଂଘ ମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସୁର୍ୟକାନ୍ତ ସୁବୁଦ୍ଧି, ସମାଜ ସେବୀକା ଅସ୍ମିତା ମହାନ୍ତି ଓ ବରିଷ୍ଠ ସାମ୍ୱାଦିକ ସୁଦିପ୍ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ରହି ମା ଦୁର୍ଗାଙ୍କ ପୂଜା କରିବା ସହ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ବଣ୍ଟନ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । କର୍ପୋରେଟର ଡ. ସୋନାଲି ଗନ୍ତାୟତ ଓ ଫାଉଣ୍ଡେସନ ର ମୁଖ୍ୟ ଅଞ୍ଜନା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ସିମ୍ରନ୍ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ମନ୍ଦିର ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Crime,National

ଛତିଶଗଡ଼ରେ ଏକକାଳୀନ ୧୦୩ ନକ୍ସଲ ଆତ୍ମସମର୍ପଣ

Blog Thumbnail

ଦ କୁଇଭର ବ୍ୟୁରୋ :- ନକ୍ସଲ ପ୍ରଭାବିତ ବିଜାପୁରରେ, ବିଜୟାଦଶମୀ ଦିନ ନକ୍ସଲବାଦ ସ୍ବରୁପ ରାବଣ ଉପରେ ପୋଲିସର ସବୁଠାରୁ ବଡ଼ ବିଜୟ ଦେଖିବାକୁ ମିଳିଛି। ଫଳପ୍ରଦ ହୋଇଛି, ଅପରେଶନ ପୁନା ମାର୍ଗମ (ପୁନଃଜୀବନ ମାଧ୍ୟମରେ ପୁନର୍ଜୀବନ) ଅଭିଯାନ। ଏହା ଦ୍ୱାରା ପ୍ରଭାବିତ ହୋଇ, ମୋଟ୍ 103 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀ ନକ୍ସଲମାନଙ୍କ ମଧ୍ୟରେ 1 କୋଟି 6 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ନକ୍ସଲ ମଧ୍ୟ ଅଛନ୍ତି। ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର ଯାଦବ ନକ୍ସଲମାନଙ୍କ ଆତ୍ମସମର୍ପଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଆତ୍ମସମର୍ପଣକାରୀ ନକ୍ସଲମାନଙ୍କ ମଧ୍ୟରେ ମୋଟ 103 ଜଣ ନକ୍ସଲ ଅଛନ୍ତି। ଏହି ନକ୍ସଲମାନଙ୍କ ମଧ୍ୟରୁ ଅଧିକାଂଶ ନକ୍ସଲ ସଂଗଠନରେ ବହୁତ ସକ୍ରିୟ ପଦବୀରେ ଥିଲେ। ଏଥିରେ ମୋଟ 49 ଜଣ ନକ୍ସଲ ଅନ୍ତର୍ଭୁକ୍ତ। ସେମାନଙ୍କ ସମସ୍ତଙ୍କ ଉପରେ ମୋଟ 1 କୋଟି 6 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଜାନୁଆରୀ 1, 2025 ପରଠାରୁ ମାଓ ଘଟଣାରେ ସମ୍ପୃକ୍ତ 421 ଜଣ ମାଓବାଦୀଙ୍କୁ ଗିରଫ୍ କରାଯାଇଛି। 410 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ଜିଲ୍ଲାରେ ବିଭିନ୍ନ ଏନକାଉଣ୍ଟରରେ ମୋଟ 137 ମାଓବାଦୀ ନିହତ ହୋଇଛନ୍ତି। ସେହିପରି ଜାନୁଆରୀ 1, 2024 ପରଠାରୁ ଜିଲ୍ଲାରେ ବିଭିନ୍ନ ଏନକାଉଣ୍ଟରରେ ମାଓ ଘଟଣାରେ ସମ୍ପୃକ୍ତ 924 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 599 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ମୋଟ 195 ଜଣ ମାଓବାଦୀ ନିହତ ହୋଇଛନ୍ତି।


ଡିଆଇଜି କମଲୋଚନ କଶ୍ୟପ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ସମେତ ସରକାରଙ୍କ ବିକାଶମୂଳକ ପଦକ୍ଷେପର ପ୍ରଭାବ ପଡୁଛି। ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ସରକାରୀ କଲ୍ୟାଣକାରୀ ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚୁଛି। ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହ ସକାରାତ୍ମକ ପାରସ୍ପରିକ କ୍ରିୟା ଏବଂ କମ୍ୟୁନିଟି ପୋଲିସିଂ ଅଧୀନରେ ଯୋଗାଇ ଦିଆଯାଉଥିବା ଜନହିତକର ଯୋଜନା ବିଷୟରେ ସୂଚନା ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି।ବସ୍ତରରେ ନକ୍ସଲ ସଂଗଠନ ଉପରେ ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟାନୁଷ୍ଠାନ ବ୍ୟାପକ ପ୍ରଭାବ ପକାଇଛି। ନକ୍ସଲ ବିରୋଧୀ ଅଭିଯାନରେ ବସ୍ତରରେ ନଅ ଜଣ ନକ୍ସଲ କମାଣ୍ଡର ନିହତ ହୋଇଛନ୍ତି। ଜଣେ ଶୀର୍ଷ କମାଣ୍ଡର ସୁଜାତା ସମ୍ପ୍ରତି ଆତ୍ମସମର୍ପଣ କରିଛନ୍ତି, ଯେତେବେଳେ ଅନ୍ୟ ନଅ ଜଣ ଶୀର୍ଷ ନକ୍ସଲ କମାଣ୍ଡ ସକ୍ରିୟ ଅଛନ୍ତି। ଏହି ସମୟରେ, ସେପ୍ଟେମ୍ବର 24 ରେ ବସ୍ତରର ନକ୍ସଲ ଇତିହାସରେ ସବୁଠାରୁ ବଡ଼ ଆତ୍ମସମର୍ପଣ ଦାନ୍ତେୱାଡାରେ ସଫଳ ହୋଇଥିଲା। ବୁଧବାର ଦିନ, ଧନତେୱାଡାରେ ଏକକାଳୀନ 7 ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ଲୋନ୍ ଇଣ୍ଡିଆ ଅଭିଯାନର ପ୍ରଭାବରେ ଆତ୍ମସମର୍ପଣ କରିଥିଲେ।


ଗତ ସେପଟେମ୍ବର 24 ତାରିଖରେ ଦାନ୍ତେୱାଡ଼ାରେ ଏକକାଳୀନ 71 ନକ୍ସଲ ଆତ୍ମସମର୍ପଣ କରିଥିଲେ। ବସ୍ତରରେ ନକ୍ସଲବାଦ ବିରୁଦ୍ଧରେ ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟାନୁଷ୍ଠାନ, ନକ୍ସଲ ସଂଗଠନ ଉପରେ ବ୍ୟାପକ ପ୍ରଭାବ ପକାଉଛି। ନକ୍ସଲ ବିରୋଧୀ ଅଭିଯାନରେ ବସ୍ତରରେ ମୋଟ୍ ନଅ ଜଣ ନକ୍ସଲ କମାଣ୍ଡରଙ୍କୁ ନିପାତ କରାଯାଇଛି। ଜଣେ ଶୀର୍ଷ କମାଣ୍ଡର ସୁଜାତା, ସମ୍ପ୍ରତି ଆତ୍ମସମର୍ପଣ କରିଥିଲେ, ଯେତେବେଳେ ଅନ୍ୟ ନଅ ଜଣ ଶୀର୍ଷ ନକ୍ସଲ କମାଣ୍ଡର ସକ୍ରିୟ ଅଛନ୍ତି। ଏହି ସମୟରେ ବସ୍ତରର ନକ୍ସଲ ଇତିହାସରେ ସବୁଠାରୁ ବଡ଼ ଆତ୍ମସମର୍ପଣ ସେପ୍ଟେମ୍ବର ୨୪ ତାରିଖରେ ଦାନ୍ତେୱାଡ଼ାରେ ସଫଳ ହୋଇଥିଲା। ବୁଧବାର ଦାନ୍ତେୱାଡାରେ ଏକକାଳୀନ ୭୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ଲୋନ୍ ଭାରାତୁ ଅଭିଯାନର ପ୍ରଭାବରେ ଆତ୍ମସମର୍ପଣ କରିଥିଲେ।

National

RSS ର ଶତବାର୍ଷିକୀ ସମାରୋହରେ ଡାକ ଟିକେଟ ଓ ସ୍ବତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଏସଏସ୍ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଉତ୍ସବରେ ଏକ ଡାକଟିକଟ ଏବଂ ଏକ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରିଛନ୍ତି । ୧୦୦ ଟଙ୍କାର ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ସିଂହ ଏବଂ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବକମାନେ ଦେବୀ ମାତାଙ୍କୁ ପ୍ରଣାମ କରୁଛନ୍ତି।


ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ମାତାର ପ୍ରତିମୂର୍ତ୍ତି ଭାରତୀୟ ମୁଦ୍ରାରେ ଅଛି, ସମ୍ଭବତଃ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଏପରି ପଦକ୍ଷେପ ନିଆଯାଇଛି । ଆରଏସଏସ୍ ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସଏସ୍ ମହାସଚିବ ଦତ୍ତାତ୍ରେୟ ହୋସାବଲେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ଆରଏସଏସ୍ କର୍ମୀ ଏବଂ ସାମାଜିକ ଉଚ୍ଚବର୍ଗର ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ମହାନବମୀ । ମୁଁ ମୋର ଦେଶବାସୀଙ୍କୁ ନବରାତ୍ରିର ଶୁଭକାମନା ଜଣାଉଛି । ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ । ଏହା ଅନ୍ୟାୟ ଉପରେ ନ୍ୟାୟର ବିଜୟର ପର୍ବ । ଏହା ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ । ୧୦୦ ବର୍ଷ ପୂର୍ବେ ଏପରି ଏକ ମହାନ ପର୍ବରେ ଆରଏସଏସ ପ୍ରତିଷ୍ଠିତ ହୋଇଥିଲା । ଏହା କୌଣସି ସଂଯୋଗ ନଥିଲା ।” ଏହି ଅବସରରେ, ମୁଁ ଦେଶ ସେବା ପାଇଁ ଉତ୍ସର୍ଗୀକୃତ ପ୍ରତ୍ୟେକ ସ୍ୱେଚ୍ଛାସେବକଙ୍କୁ ମୋର ଶୁଭକାମନା ଜଣାଉଛି ।”