ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ । ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଅଟକଙ୍କ ମଧ୍ୟରେ ଜଣେ CRPF ଯବାନ ଅଛନ୍ତି। ହତ୍ୟାକାରୀକୁ ଧରିବା ପାଇଁ ଗଠିତ ଛଅ ଜଣିଆ ପୋଲିସ ଟିମ ପୁରା ଦମରେ ଲାଗିଛନ୍ତି । ପୋଲିସ ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଅନେକ ଅପରାଧୀ ଟେକି ଆଣି ଜେରା କରୁଛି । ସୁନୀଲ ନାମକ ଜଣେ କ୍ରିମିନାଲ ପୋଲିସରେ ସ୍କାନରରେ ଅଛି ।
ସେପଟେ ବାଲି, କ୍ରସର, ମୋରମ ଓ ଜମି ବ୍ୟବସାୟ ଓ ସେଟଲମେଣ୍ଟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ପୋଲିସର ତଦନ୍ତ ଯେତେ ଆଗଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛି । କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବାସଭବନ ପାଖରେ ଛିଡ଼ା ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ହତ୍ୟା କରିଥିଲେ ୨ ଦୁର୍ବୃତ୍ତ। ଏହା ବ୍ରହ୍ମପୁର ସମେତ ଗଞ୍ଜାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିନ୍ତୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।