ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁରରେ ଜଣେ ନାବାଳକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତମାନେ ହେଲେ ଖାଜା ସାହିର ଏସ୍ଏମ୍ ସାହିଦ୍ ଅଲ୍ଲୀ,ଏସ୍ଏମ୍ ସାବାଜ୍ ଅଲ୍ଲୀ ଓରଫ ଗୋଲୁ ଏବଂ ହାଉସିଂ ବୋର୍ଡର ସେକ୍ ଜିବ୍ରାହିମ୍ l ଅଭିଯୁକ୍ତଙ୍କ ଠାରୁ ପୁଲିସ ୪ଟି ଖଣ୍ଡା ଓ ଗୋଟିଏ କ୍ରିକେଟ ୱିକେଟ୍ ଜବତ କରିଛି। ସାହିଦ ଓ ସାବାଜ୍ ନାଁ'ରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଏବଂ କେସ୍ ନଂ ୩୭୯/୨୫ରେ ଉକ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡା.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି |
ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ସ୍ଥିତ ସୋମନାଥ ନଗର ଅଞ୍ଚଳର ଜଣେ ନାବାଳକ ରବିବାର ଅପରାହ୍ନରେ କୌଣସି କାମରେ ସ୍ଥାନୀୟ ଭୀମାରାଓ ପେଟା ପାର୍କ ନିକଟକୁ ଯାଇଥିଲେ | ସେଠାରେ ସାବାଜ୍ ସମ୍ପୃକ ନାବାଳକକୁ ଧକ୍କା ମାରିଥିଲା, ନାବାଳକ ଜଣକ ଘରକୁ ଫେରିବା ବେଳେ ସୋମନାଥନଗର ଛକ ଠାରେ ସାହିଦ୍ ଓ ତା'ଭାଇ ଗୋଲୁ, ଜିବ୍ରାହିମ୍ ନାବାଳକଙ୍କୁ ମାରପିଟ କରି ଖଣ୍ଡାରେ ଆକ୍ରମଣ କରିଥିଲେ ଯେଉଁଥିରେ ନାବାଳକ ଜଣଙ୍କ ଆହତ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।