Banner Ad

ମହୁରୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମହୁରୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Published by : Jyotshna Kumari
#State
Dec 4, 2024, 5:13 PM

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ମହୁରୀ ମହୋତ୍ସବ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ହେବାକୁ ଯାଉଛି ମହୁରୀ ମହୋତ୍ସବ। ଗଞ୍ଜାମ ର ଲୋକକଳା,ଲୋକ ସାହିତ୍ୟ,ଲୋକନାଟ୍ୟ ଏବଂ ଲୋକ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏଭଳି ମହୋତ୍ସବ ଆୟୋଜନ କରାଯାଇଥିବା ମହୋତ୍ସବ ଅଧକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହାସହିତ ମହିଳାଙ୍କ ପାଇଁ ଓଡ଼ିଆ ଙ୍କ ପାରମ୍ପରିକ ପୀଠଉ ଝୋଟି ପ୍ରତିଯୋଗିତା ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରକଳା,ପ୍ରବନ୍ଧ, ବକୃତା ପ୍ରତିଯୋଗୀତା ର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଆୟୋଜକ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ବିଚିତ୍ର ପାଣିପାଗ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ଆଜି ରାଜ୍ୟର ପାଣିପାଗ ବଡ଼ ବିଚିତ୍ର । ଏକସଙ୍ଗେ କୁହୁଡ଼ି ପଡ଼ିଛି, ଶୀତର ପ୍ରକୋପ ବଢ଼ିଛି ଆଉ ଝିପି ଝିପି ବର୍ଷା ବି ହେଉଛି । ପ୍ରକୃତିର ତିନିଟି ପ୍ରଭାବ ପୂରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଛି । ମଣିଷ ତ ଥର ଥର କମ୍ପୁଛି, ପଶୁପକ୍ଷୀ ବି ରହି ପାରୁ ନାହାନ୍ତି । ପନି ପରିବା ଓ ଧାନ ଭଳି ଫସଲ ନଷ୍ଟ ହେଲାଣି । ଏଭଳି ସ୍ଥିତି ପୂରା ଓଡ଼ିଶାକୁ ଦୋହଲାଇ ଦେଲାଣି ।

ଅଜବ ପାଣିପାଗ । ପାଣିପାଗ ପରିବର୍ତ୍ତନର ସବୁଠୁ ବଡ଼ ପ୍ରଭାବ ଏହିବର୍ଷ ଦେଖାଯାଇଛି ଓଡ଼ିଶାରେ । ଏକ ସମୟରେ ଥଣ୍ଡା ଓ ବର୍ଷା ଲାଗି ରହିଛି । ପୂର୍ବରୁ ଶୀତଦିନେ ବର୍ଷା ହେଲେ ଥଣ୍ଡା କମିଯାଏ । ମାତ୍ର ଏଥର ବର୍ଷା ଲାଗି ରହିଥିବା ବେଳେ ଥଣ୍ଡା ବି କମ ନାହିଁ । ଉପକୂଳରେ ଶୀତ ଜୋର ରହିଛି । ରାତିର ତାପମାତ୍ରା ୧୪/୧୫କୁ ଖସି ଆସୁଛି । ଦିନରେ ତାପମାତ୍ରା ୨୪ରୁ ଉପରକୁ ଉଠୁନାହିଁ । ଶୀତର ପ୍ରକୋପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜୋର ରହିଛି । ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଉଛି । ପୂରା ଥରାଉଛି ଶୀତ ।

ସେପଟେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି । ଗତ ୫ଦିନ ଧରି ପାଗ କୋହଲା ରହିବା ସହ ବର୍ଷା ହେଉଛି । ଏହି ସ୍ଥିତି ଆହୁରି ଦୁଇଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି । କୋହଲା ପାଗ, ବର୍ଷା ଓ ଶୀତ ପୂରା ସ୍ଥିତିକୁ ବିଗାଡ଼ି ଦେଲାଣି । ଏହାବାଦେ ବୁଧବାର ସକାଳୁ ଘନ କୁହୁଡ଼ି ସ୍ଥିତିକୁ ଆହୁରି ସଂଗୀନ କରିଦେଇଛି । ବର୍ଷା ଯୋଗୁ ଧାନ କ୍ଷତି ହୋଇଛି । ଲଗାତର ବର୍ଷା ଯୋଗୁ ଏବେ ପନି ପରିବା ବି ନଷ୍ଟ ହେଲାଣି । ମାଟିରେ ଉପଯୁକ୍ତ ଶକ୍ତି ନଥିବାରୁ ସ୍ଥିତି ଗମ୍ଭୀର ହେଲାଣି । କେବଳ ସେତିକି ନୁହେଁ, ମାଛ ଚାଷ ବି ପ୍ରଭାବିତ ହେଲାଣି । ଖରା ନଥିବାରୁ ମାଛ ପୋଖରୀ ଗୁଡ଼ିକରେ ଅମ୍ଳଯାନ ହ୍ରାସ ପାଉଛି । ମାଛ ମଡ଼କ ଆଡ଼କୁ ଆଗଉଛି ସ୍ଥିତି । ଏହାବ୍ୟତୀତ ପଶୁପକ୍ଷୀ ବି ପ୍ରଭାବିତ ହେଲେଣି । ପାଣିପାଗର ବିଚିତ୍ରତା ପୂରା ରାଜ୍ୟକୁ ଥରାଇ ଦେଇଛି । ଦେଖାଯାଉ ପାଣିପାଗ ପରିବର୍ତ୍ତନ ଆଗକୁ କି ପ୍ରକାର ସ୍ଥିତି ସୃଷ୍ଟି କରୁଛି ।


State,National

ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

Blog Thumbnail

ପାରାଦ୍ୱୀପ( ଦ କୁଇଭର ):- ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ , ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।


ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। ଦୁଇ ପାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅବଜର୍ଭେସନରେ ରଖାଯାଇଛି ବୋଲି କୁଜଙ୍ଗ ରେଞ୍ଜ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ। ତେବେ ପାରା ଉଦ୍ଧାର ହୋଇଥିବା ଜାହାଜଟି ଚିତାଗଙ୍ଗରୁ ଆସିଛି। ଏହି ଜାହାଜ ଷ୍ଟିଲ ସ୍ଲାବ ନେଇ ବ୍ରିଷ୍ଟଲ ବନ୍ଦରକୁ ଯିବ ବୋଲି ଜଣାପଡ଼ିଛି।ବର୍ଷକ ତଳେ ଏହି PICT ବର୍ଥରେ ଲାଗିଥିବା ‘ଏମଭି ଦେବୀ’ ଜାହାଜରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍। ଜାହାଜଟି ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ନଭେମ୍ବର ୨୮ରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସହାୟକାରେ ଜାହାଜରେ ଯାଞ୍ଚ କରିଥିଲେ। ଜାହାଜରୁ ୨୨ ପ୍ୟାକେଟ କୋକେନ୍ ଜବତ କରାଯାଇଥିଲା। ଜବତ କୋକେନର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବାବେଳେ ଏଥିରେ ଥିବା କ୍ରିଉ ସଦସ୍ୟମାନେ ମଧ୍ୟ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଘଟଣାକୁ ବର୍ଷେରୁ ଅଧିକ ସମୟ ପୂରିଥିଲେ ହେଁ ତଦନ୍ତ ଏବେ ସୁଦ୍ଧା ଚାଲିଛି।

State

108 ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଆତ୍ମହତ୍ୟା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜ଼ିଲ୍ଲା ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଷ୍ଟାଫ କ୍ୱାଟରର୍ସ ରୁ ଜଣେ 108 ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ 108 ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଗଣେଶ ବେହେରା, ଆଜି ସକାଳେ ସହକର୍ମୀ ମାନେ ଗଣେଶ ରହୁଥିବା କ୍ୱାଟରର୍ସ ର କବାଟ ବାଡେଇଥିଲେ କିନ୍ତୁ ଭିତର ପଟୁ କବାଟ ନ ଖୋଲିବା ରୁ କବାଟ କୁ ଭାଙ୍ଗି ଦେଖିବା ବେଳେ ଗଣେଶ ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିଥିଲେ, ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି l ତେବେ ପ୍ରେମ ବ୍ୟାପାର କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି l

Politics

ବିଜେଡିକୁ ଭାଙ୍ଗିବେ ସୁଶାନ୍ତ

Blog Thumbnail



ଭୁବନେଶ୍ୱର(ଦ କୁଇଭର): ବିଜେଡିରେ ବଡ଼ କଣା କରୁଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ତାଙ୍କର ଆକ୍ସନ ରାଜଧାନୀ ବିଜେଡିକୁ ଖଣ୍ଡଖଣ୍ଡ କରିବାକୁ ବସିଲାଣି । ରାଜଧାନୀର ଗୋଟେ ବଡ଼ ଗୋଷ୍ଠୀ ବିଜେପି ଦୁଆର ମୁହଁରେ ପହଞ୍ଚିଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁରକ୍ଷା ପାଇଁ ରାଜଧାନୀ ବିଜେଡିକୁ ଭାଙ୍ଗି ଦେବାକୁ ଯୋଜନା କରାଯାଇଛି । ବୁନୁ ଓ ଅଶୋକଙ୍କ ସପକ୍ଷରେ ଯାଇ ଦଳର ଏକ ପ୍ରମୁଖ ଗୋଷ୍ଠୀଙ୍କୁ କୈଫିୟତ ମାଗି ସେମାନଙ୍କୁ ଦଳ ଠାରୁ ଦୂରେଇଥିବା କୁହାଯାଉଛି । ଏହା ପଛରେ ବିଜେଡିକୁ ଦୁର୍ବଳ କରି ବିଜେପିକୁ ବଳ ଯୋଗାଇବା ଚାଲ ଓ ତାହା ବଦଳରେ ବେଆଇନ ରିୟଲ ଇଷ୍ଟେଟ ବେପାରର ସୁରକ୍ଷା ଯୋଜନା ଥିବା ଚର୍ଚ୍ଚା ହେଉଛି ।

ବିଜେଡିରେ ବାଦ ବିବାଦ ପ୍ରାୟ ସବୁଠି ରହିଛି । ଅନେକ ସ୍ଥାନରେ ଗଡ଼ାତଡ଼ା ତ ଲାଗିଲେଣି । କିଛି ଦଳ ଛାଡ଼ି ବିଜେପିକୁ ଡେଇଁ ପଡ଼ିଲେଣି । ସେହିଭଳି ବିବାଦ ରାଜଧାନୀ ବିଜେଡିରେ ରହିଛି । ରାଜଧାନୀ ବିଜେଡିରେ ବୁନୁ ଓ ଅଶୋକ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ଅପର ଗୋଷ୍ଠୀରେ ରହିଛନ୍ତି ଅମରେଶ ଜେନା ଓରଫ ବାଇଁଆ ଓ ତାଙ୍କ ସହଯୋଗୀମାନେ । ସେମାନେ ଖୋଲାଖୋଲି ବୁନୁ ଓ ଅଶୋକଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ଅଶୋକ କାଳେ ଅଣ ବିଜେଡି ନେତାଙ୍କୁ ଧରି ଶଙ୍ଖ ଭବନ ପଶିଥିଲେ । ସେଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଏହାପରେ ଭୁବନେଶ୍ୱର ବିଜେଡି ସଭାପତି ବିଧାୟକ ସୁଶାନ୍ତ ରାଉତ କେବଳ ବାଇଁଆ ଗୋଷ୍ଠୀଙ୍କୁ ନୋଟିସ ଜାରି କରିଥିଲେ । କୈଫିୟତ ମାଗିଥିଲେ । ହେଲେ ବୁନୁ ଓ ଅଶୋକଙ୍କ ଗୋଷ୍ଠୀଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ପଛରେ ନିଶ୍ଚିତ ଦଳର ନିଦେ୍ର୍ଦଶ ଥାଇ ପାରେ । ମାତ୍ର ଦଳରୁ ବାଇଁଆ ଗୋଷ୍ଠୀ ଅଲଗା ହେଉଥିବା ସ୍ପଷ୍ଟ ଦିଶୁଥିଲା । ହେଲେ କୌଣସି ପ୍ରକାର ଏକଥାକୁ ପ୍ୟାଚ ପକାଇ ରଖାଯାଇଥିଲା । କୌଣସି ସ୍ଥିତିରେ ଏକଥା ପଦାକୁ ନଆସୁ ବୋଲି ଚହୁଁଥିଲେ ସମସ୍ତେ । ଦଳ ବାଇଁଆଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାରୁ ବାଇଁଆ ବି ବିଜେପି ମୁହାଁ ହୋଇଛନ୍ତି ।

ଇତିମଧ୍ୟରେ ବାଇଁଆ ଏକ ସଭାରେ ବିଜେପି ବିଧାୟକ ବାବୁ ସିଂଙ୍କ ସହ ଏକ ହୋଇଛନ୍ତି । ତାଙ୍କ ସମର୍ଥକ ଗୋଷ୍ଠୀ ବି ସାମିଲ ହୋଇଛନ୍ତି । ଏହିଠାରୁ ବାଇଁଆଙ୍କର ବିଜେପି ପ୍ରବେଶ ରାସ୍ତା ଖୋଲିଯାଇଛି । ବାଇଁଆ ଆଗକୁ ତାଙ୍କ ଗୋଷ୍ଠୀ ସହ ବିଜେପି ମୁହାଁ ହେବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ବାଇଁଆ ତାଙ୍କ ସମର୍ଥକଙ୍କ ସହ ବିଜେପିକୁ ଗଲେ ରାଜଧାନୀରେ ବିଜେଡିର ସ୍ଥିତି ପୁଣି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଗଲେ ରାଜଧାନୀ ବିଜେଡି ଧୂଳିସାତ ହୋଇଯିବ ବୋଲି ସୂଚନା ମିଳିଛି । ବାଇଁଆଙ୍କ ଦଳ ଛାଡ଼ିବା ପଛରେ ସୁଶାନ୍ତ ଦାୟୀ ବୋଲି କୁହାଯାଉଛି ।

State

ଆଜି ପୁଣି ରାଜ୍ୟରେ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା, ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର। ଆହୁରି ଚିନ୍ତାଜନକ ବିଷୟ ହେଉଛି ପୁଣି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବ ସରିବା ପରେ ପୁଣି ବଢିବ ଶୀତ ।

National,State

ବଦଳିଲେ ୫ରାଜ୍ୟର ରାଜ୍ୟପାଳ

Blog Thumbnail

ଦ କୁଇଭର ବ୍ୟୁରୋ :- ବଦଳିଲେ ୫ ରାଜ୍ୟର ରାଜ୍ୟପାଳ । ଓଡ଼ିଶା ସମେତ ୪ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି । ମିଜୋରାମ, କେରଳ, ବିହାର, ଓଡ଼ିଶା ଓ ମଣିପୁରର ରାଜ୍ୟପାଳଙ୍କ ବଦଳି ହୋଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଡକ୍ଟର ହରିବାବୁ କାମ୍ଭମପତିଙ୍କୁ ନିଯୁକ୍ତି ଦିଆଯାଇଛି । ମିଜୋରାମର ରାଜ୍ୟପାଳ ଭାବେ ଡକ୍ଟର ବିଜୟ କୁମାର ସିଂଙ୍କୁ ନିଯୁକ୍ତ କରାଯାଇଛି । ସେହିପରି କେରଳ ପାଇଁ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର, ବିହାର ପାଇଁ ଶ୍ରୀ ଆରିଫ୍‌ ମହମ୍ମଦ ଖାନ ଓ ମଣିପୁର ପାଇଁ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତ କରାଯାଇଛି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ହରିବାବୁ କାମ୍ଭମପତି । ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କାମ୍ଭମପତି ।

State

ଓଡ଼ିଶାର ନୂଆ ରାଜ୍ୟପାଳ କେ ହରିବାବୁ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମା ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ |ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି | ସେହିପରି ଜେନେରାଲ ଭିକେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ସେହିପରି ଅଜୟ କୁମାର ଭଲଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |

State,Politics

ଆଜି ବିଜେଡ଼ି ପାଳୁଛି ପ୍ରତିଷ୍ଠା ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବିଜେଡି ପାଳୁଛି ୨୮ ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି ।

National

କେନ୍ଦ୍ରରୁ ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ

Blog Thumbnail

ଦକୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ଅଣତିରିଶ (୨୯) ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ଦ୍ୱାରା ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ। (କ) ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ, ଏବଂ ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ। ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।

State,Education

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ “ନୋ ଡିଟେନ୍‌ସନ୍ ପଲିସି” କୁ ବନ୍ଦ କରି କେନ୍ଦ୍ର ସରକାର ଶିକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଅର୍ଥ ହେଉଛି ଯେଉଁମାନେ ସେମାନଙ୍କର ବର୍ଷ ଶେଷ ପରୀକ୍ଷାରେ ବିଫଳ ହେବେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ।ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ପାଇବେ । କିନ୍ତୁ ଯଦି ସେମାନେ ପୁଣିଥରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ପଦୋନ୍ନତି ମିଳିବ ନାହିଁ । ତେବେ ବିଫଳ ହୋଇଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ ତରଫରୁ ବହିଷ୍କାର କରାଯିବ ନାହିଁ ବୋଲି କୁହାଯାଇଛି । ଶିକ୍ଷାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ୍ ସ୍କୁଲ୍‌ ସମେତ ୩୦୦୦ ରୁ ଅଧିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଏହି ନୂଆ ନିୟମ ପ୍ରଯୁଜ୍ୟ ରହିବ । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବିଫଳ ହୁଅନ୍ତି, ସେମାନେ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାସ୍ କରିବାର ସୁଯୋଗ ପାଇବେ । ଫେଲ୍‌ ହେଲେ ସମାନ ଶ୍ରେଣୀରେ ରହିବେ ।ଜୁଲାଇ ୨୦୧୮ ରେ, ଲୋକସଭାରେ ଶିକ୍ଷା ଅଧିକାର (RTE) ଅଧିନିୟମରେ ସଂଶୋଧନ ପାଇଁ ଏକ ବିଲ୍ ପାରିତ ହୋଇଥିଲା । ଯାହା ସ୍କୁଲଗୁଡିକରେ “ନୋ ଡିଟେନ୍‌ସନ୍ ପଲିସି” ଲାଗୁ କରିଥିଲା । ତେବେ ଏହି ସଂଶୋଧନ ଦ୍ୱାରା ପଞ୍ଚମ ଓ ଅଷ୍ଟମ ଶ୍ରେଣୀଗୁଡିକ ପାଇଁ ନିୟମିତ ପରୀକ୍ଷା ଆରମ୍ଭ ହୋଇଥିଲା ।

International

ଭୟଙ୍କର ବିମାନ ଦୁର୍ଘଟଣା

Blog Thumbnail

ଦକୁଇଭର ବ୍ୟୁରୋ :- ବୁଧବାର କଜାକିସ୍ତାନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ବୁଧବାର ଔଜରବେନରୁ ରୁଷ ଯାଉଥିବେଳେ କଜାକିସ୍ତାନରେ ଦୁର୍ଘଟଣାର ଶିକାର ହୋଇଛି ଏହି ଯାତ୍ରୀବାହୀ ବିମାନ । ଆକାଶରେ ବିମାନ ନିୟନ୍ତ୍ରଣ ହରାଇ ତଳମୁହାଁ ମାଡି ଆସୁଥିଲା ସେହି ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକାଶ କରି ଚିତ୍କାର କରିଥିଲେ ସେଠାରେ ଥିବା ଲୋକମାନେ । ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ ହୋଇଥିଲା ଓ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା । ବିମାନରେ ଥିଲେ ଶହେରୁ ଅଧିକ ଯାତ୍ରୀ,ସେଥିମଧ୍ୟରୁ ୫୦ରୁ ଅଧିକ ମୃତ, ଅନେକ ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଉଚ୍ଚ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ । ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା । କେବଳ ସେତିକି ନୁହେଁ କିଛି ସମୟଧରୀ ବିମାନବନ୍ଦର ଚାରିପଟେ ଘୁରିବୁଲଥିଲା ବିମାନ । ତେବେ ଖରାପ ପାଣିପାଗ ପାଇଁ ଅବତରଣ ପାଇଁ ଅନୁମତି ନମିଳିବାରୁ ଶେଷରେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରୁ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି । ଅଧିକାଂଶଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଋଷିଆ ଓ କଜାକିସ୍ତାନ ସରକାର ମିଳିତ ଭବେ ଉଦ୍ଧାର କାର୍ଯ୍ୟ କରିଛନ୍ତି ।ତେବେ କଜାକିସ୍ତାନ ଦୁର୍ଘଟଣା ପଛର କାରଣ ହେଉଛି ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍‌ ଟ୍ୟାଙ୍କ୍‌ । ବେହୋସ ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା l

State

ଡବଲ ଇଞ୍ଜିନରେ କଳାବଜାରୀ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଡବଲ ଇଞ୍ଜିନ ସରକାରରେ ଜୋରସୋର ହେଲାଣି ଖାଉଟୀ ଶୋଷଣ । ଖୋଲାଖୋଲି ଲୁଟ କରୁଛନ୍ତି ଗ୍ୟାସ ବିତରକମାନେ । ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଗ୍ୟାସ ସଟେଜ ନାମରେ ଗ୍ରାହକଙ୍କୁ ଭୂଆଁ ବୁଲାଉଛନ୍ତି । ଅଧିକ ମୂଲ୍ୟ ନେଇ ଗ୍ୟାସ ବିକୁଛନ୍ତି । ଅନ୍ୟଥା ଘର ଦୂଆରେ ଗ୍ୟାସ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଖାଉଟୀଙ୍କୁ ଗୋଦାମରୁ ଯାଇ ଆଣିବାକୁ ବାଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଗ୍ୟାସ ବୁକିଂର ୪/୫ଦିନ ଯାଏ ଗ୍ୟାସ ନଦେଇ ଖାଉଟୀଙ୍କୁ ହନ୍ତସନ୍ତ କରୁଛନ୍ତି । ପ୍ରଶ୍ନ କଲେ ଲୋଡ଼ ଆସିନାହିଁ, ଗ୍ୟାସ ସଟେଜ ଏମିତି ନାନା ବାହାନା ଦେଖାଉଛନ୍ତି । ଭୁବନେଶ୍ୱର ଯୋଗାଣ ବିଭାଗର ବାବୁମାନେ ଗ୍ୟାସ ବିତରକମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଗ୍ରାହକ ଶୋଷଣ ପାଇଁ ବାଟ ଖୋଲିଥିବା ଅଭିଯୋଗ ହେଉଛି । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗ ବୋଲା ଯୋଗାଣ ମନ୍ତ୍ରୀଙ୍କ ନୀରବତା ତାଙ୍କ ସାଧୁତା ନେଇ ପ୍ରଶ୍ନ ଉଠାଇଲାଣି ।

ନିଳାଦ୍ରୀ ବିହାର ସ୍ଥିତ ବୀରସଚି ଗ୍ୟାସ ବିତରକଙ୍କ ନିକଟରେ ଗତ ଶୁକ୍ରବାରରୁ ଗ୍ୟାସ ବୁକିଂ ହୋଇଥିଲା । ନିୟମ ଅନୁଯାୟୀ ରବିବାର ମଧ୍ୟରେ ଏହି ଗ୍ୟାସ ସିଲିଣ୍ଡର ଦିଆଯିବା କଥା । ମାତ୍ର ମଙ୍ଗଳବାର ଯାଏ ଗ୍ୟାସ ମିଳିଲା ନାହିଁ । ଏନେଇ ବିତରକ ନିବେଦିତା ମଲ୍ଲିକଙ୍କୁ ଯୋଗାଯୋଗ କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବିତରକଙ୍କର ଅଭିଯୋଗ ତାଙ୍କ ପାଖକୁ ଲୋଡ଼ ଆସୁନାହିଁ । ହେଲେ ଯେଉଁ ଗ୍ରାହକ ଅଧିକ କିଛି ପଇସା ଦେଉଛନ୍ତି, ତାଙ୍କୁ ଗ୍ୟାସ ମିଳୁଛି କେମିତି? ଗୋଦାମରୁ ଯାଇ ଆଣିବାକୁ କୁହାଯାଉଛି କେମିତି?

ଇଏ ତ ଗଲା ଇଣ୍ଡେନ ଗ୍ୟାସ କଥା । ସେହିପରି ଏଚପି ଗ୍ୟାସରେ ମଧ୍ୟ ସମାନ ଶୋଷଣ । ଖଣ୍ଡଗିରିରେ ଥିବା ଲିଙ୍ଗରାଜ ଗ୍ୟାସ ଏଜେନ୍ସିରେ ଗ୍ୟାସ ବୁକ କରିବାର ୭ ଦିନ ପର୍ଯ୍ୟନ୍ତ ଗ୍ୟାସ ମିଳୁନାହିଁ । ପ୍ରଶ୍ନ କଲେ ଉତ୍ତର ମିଳୁଛି, ଗ୍ୟାସ ଲୋଡ଼ ଆସୁନାହିଁ । ଏଥିରୁ ସ୍ପଷ୍ଟ ଯେ, ବାସ୍ତବରେ ଗ୍ୟାସ ଲୋଡ଼ ବିତରକଙ୍କୁ ଦିଆଯାଉ ନାହିଁ । ଯାହାଦ୍ୱାରା ଶୋଷଣ ବଢ଼ୁଛି । କେନ୍ଦ୍ରୀୟ କମ୍ପାନୀ ଗୁଡ଼ିକ ଗ୍ୟାସ ଯୋଗାଣରେ ମନମାନୀ କରୁଥିବାରୁ ଶୋଷଣ ବଢ଼ିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରୁନାହିଁ ।

ଗ୍ୟାସ କମ୍ପାନୀର ଏହି କଳାବଜାରୀକୁ ଦେଖିବା ଦାୟିତ୍ୱ ଯୋଗାଣ ବିଭାଗର । ମାତ୍ର ଏହି ବିଭାଗ ଆଳୁ ଓ ଚାଉଳ ଭିତରେ ରହିଛି । ତେଣେ ହଜାର ହଜାର ଗ୍ରାହକ ହନ୍ତସନ୍ତ ହୁଅନ୍ତୁ ସେଥିରୁ ଯାଏ କେତେ ନା ଆସେ କେତେ? ବିଭାଗୀୟ ମନ୍ତ୍ରୀ ପ୍ରତି ଦିନ ଆଳୁ ନହେଲେ ଚାଉଳ କଥା କହୁଛନ୍ତି, ସରକାରୀ ବାବୁମାନେ ବି ସେଥିରେ ବୁଲୁଛନ୍ତି । ଏପଟେ ଗ୍ୟାସ ବିତରକଙ୍କ ଠାରୁ ଚାନ୍ଦା ନେଇ ସରକାରୀ ବାବୁମାନେ ବସିଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରୁନଥିବାରୁ ସମସ୍ୟା ସାଧାରଣ ଖାଉଟୀର ହେଉଛି । ଦେଖାଯାଉ ଯୋଗାଣ ବିଭାଗ ଗ୍ୟାସ ବିତରକ ମାନଙ୍କ ମନମାନୀକୁ ରୋକି ପାରୁଛି ନା ଶୋଷଣକୁ ପ୍ରୋତ୍ସାହିତ କରୁଛି ।


National

ଆଜି ବଡ଼ଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲା ବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ଏହି ଉତ୍ସବ ୧୨ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ।ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।

State

୯ ବର୍ଷର ନାବାଳକକୁ ହତ୍ୟା

Blog Thumbnail

ଚମ୍ପୁଆ ( ଦ କୁଇଭର ):- ଚମ୍ପୁଆ ଥାନା ଅର୍ନ୍ତଗତ ଗୋପୀନାଥ ପୁର ଗ୍ରାମ ରେ ୯ ବର୍ଷ ର ନାବାଳକ କୁ ହତ୍ୟା।ଗତ କାଲି ଠାରୁ ନିଖୋଜ ଥିବା ବାପା ଛେଉଣ୍ଡ ପବନା ମୁଣ୍ଡା ର ମୃତ ଦେହ ଗ୍ରାମ ର ଗୈରାଙ୍ଗ ପାତ୍ର ଙ୍କ ଘର ଆଗରେ ଏକ ବସ୍ତା ଭିତରେ ରଖାଯାଇଥିବା ବେଳେ ଘର ଲୋକେ ଦେଖିଥିବା ପାଇ ରିମୁଳି ଫାଣ୍ଡି କୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପିନାଥପୁର ଗ୍ରାମ ର ମୃତ ରାସ ମୁଣ୍ଡା ର ୯ ବର୍ଷ ର ପୁଅ ଗତ କାଲି ସନ୍ଧ୍ୟା ରୁ ନିଖୋଜ ଥିବା ବେଳେ ଆଜି ସକାଳେ ଗ୍ରାମ ର ଗୈରାଙ୍ଗ ପାତ୍ର ଙ୍କ ଘର ଆଗରେ ଏକ ଅଖା ବସ୍ତା ଭିତରେ ତାର ମୃତ ଦେହ ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣାସ୍ଥଳ ରେ ପହଞ୍ଚି ଥିବା ଜଣାପଡିଛି। ତେବେ ହତ୍ୟା ର କାରଣ ପଡ଼ିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି

State

ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ । ଭୁବନେଶ୍ୱର, ପୁରୀ, କଟକ ଗଡିବ 3ଟି ବସ୍‌ । ଏନେଇ ଏନଟିପିସି ଓ ଗ୍ରୀଡ୍କୋ ସହ ଚୁକ୍ତି କଲା କ୍ରୁଟ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଖର୍ଚ୍ଚ କମ ସାଙ୍ଗକୁ ଏହା ହେବ ପରିବେଶ ଲାଗି ଉପଯୋଗୀ ।ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ, ଶକ୍ତି ବିଭାଗର ଗ୍ରିଡ଼ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ଼ ବା ଗ୍ରିଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଗତକାଲି ଲୋକସେବା ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ । ଆସନ୍ତା 5 ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ହାଇଡ୍ରୋଜେନ୍ ଚାଳିତ ବସର ସୁପରିଚାଳନା ଦାୟିତ୍ୱ କ୍ରୁଟକୁ ଦିଆଯାଇଛି । ଏନଟିପିସି ହାଇଡ୍ରୋଜେନ ଉତ୍ପାଦନ ଓ ଗ୍ରିଡ଼କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ।ପ୍ରାଥମିକ ଭାବେ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।


ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଗୋଟିଏ ବସର ଦାମ ପ୍ରାୟ ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ବସର 58 କେଜି ଇନ୍ଧନ କ୍ଷମତା ରହିଛି । ଥରେ ହାଇଡ୍ରୋଜେନ ଟ୍ୟାଙ୍କ ଭର୍ତ୍ତି ହେଲେ 6 ଶହ କିମି ଯାଇ ପାରିବ ବସ । ଗୋଟିଏ ଅତ୍ୟାଧୁନିକ ବସରେ 42 ଜଣ ଯାତ୍ରା କରି ପାରିବେ । ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ । ଏନ୍‌ଟିପିସି କ୍ରୁଟର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କ୍ରୁଟ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସଟିପି ପ୍ଲାଣ୍ଟକୁ ବ୍ୟବହାର କରି ଏନଟିପିସି ହାଇଡ଼୍ରୋଜେନ ଗ୍ୟାସ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନଟିପିସିକୁ 2 ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼କୋ ନିକଟସ୍ଥ ସବଷ୍ଟେସନକୁ 2 ମେଗାୱାଟ ବିଦ୍ୟୁତ ଯୋଗାଇବ ।


ସେ ଆହୁରି ମଧ୍ୟ କହିଛନ୍ତି, "ଇଭି ଚଳାଇବା ଲାଗି ବିଜୁଳି ଗ୍ରୀଡ଼ରୁ ଆସୁଛି । ବିଜୁଳି ଉତ୍ପାଦନ ଲାଗି କୋଲ, ଜଳ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର ହେଉଛି । ବର୍ତ୍ତମାନ ଡିଜାଇନ ହୋଇଥିବା ଇଭି ବସ ଥରେ ଚାର୍ଜ କଲେ 150 କିମି ଚାଲି ପାରିବ । ଏହା ପରେ ପୁନର୍ବାର ଚାର୍ଜ କରିବାକୁ ପଡିବ । ଚାର୍ଜ କରିବାକୁ ଘଣ୍ଟେରୁ 2 ଘଣ୍ଟା ସମୟ ମଧ୍ୟ ଲାଗିବ । ହାଇଡ୍ରୋଜେନ ବସର 58 କେଜି ଟ୍ୟାଙ୍କି କ୍ଷମତା । ଥରେ ଭର୍ତ୍ତି ହେଲେ 600 କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ । ପ୍ରଚୁର ମାତ୍ରାରେ ଅକ୍ସିଜେନ ନିର୍ଗତ ହେବ । ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା କମିବ । ଶକ୍ତି ସମ୍ପଦ ବଞ୍ଚିବ । ସମୟ ମଧ୍ୟ ବଞ୍ଚିବ ।"

State

ମଧୁରାଆମ୍ବ ନିକଟରେ ବାରିଆ ପୋଲ ଧକା ରେ କାର ଦୁର୍ଘଟଣା,ଜଣେ ଗୁରୁତର

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ମୋହନା ଥାନା ନିକଟ ମଧୁରାଆମ୍ବ ନିକଟ ରେ ବାରିଆ ପୋଲ ଧକା ରେ କାର ଦୁର୍ଘଟଣା ଗସ୍ତ ହୋଇଛି l ଏଥିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି l କାର ରେ ପାଞ୍ଚ ଜଣ ରାୟଗଡା ଜିଲ୍ଲା ପଟୁ ନିଜ ଘର ବ୍ରହ୍ମପୁର ଫେରିବା ବେଳେ ଝିପି ଝିପି ବର୍ଷା ରେ ବାରିଆ ପୋଲ ରାସ୍ତା ପାର କରୁଥିବା ବେଳେ ଦୁର୍ଘଟଣା ଟି ଘଟିଛି, ଜଣେ ଗୁରୁତର ଙ୍କୁ ମୋହନା ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ କୁ ଡାକ୍ତର ପଠାଇଥିବା ସୂଚନା ମିଳିଛି l

State,Farming

ଉଜାଡିଦେଲା ଫସଲ, ଜୀବନ ହାରିଲେ ଚାଷୀ,ଅଦିନିଆ ବର୍ଷା

Blog Thumbnail

ସାକ୍ଷୀଗୋପାଳ( ଦ କୁଇଭର ):- ଅଦିନିଆ ବର୍ଷାରେ ବୁଡ଼ିଗଲା ଚାଷ । ସୁନାର ଫସଲ ମାଟିରେ ଲୁଟିଲା । ଧାନ ଖଳାକୁ ଆସିବ କଣ ସେଇଠି ହିଁ ଗଜା ହୋଇଗଲା। ନା ଧାନ ବିଲରୁ ଧାନ ଅମଳ ହୋଇପାରିବ । ଏଭଳି ସ୍ଥିତି ଦେଖି ଭାଙ୍ଗି ପଡିଲେ ଚାଷୀ । ଅନେକ ଚିନ୍ତା ଘାରିଲା ମୁଣ୍ଡରେ । ଋଣ ସୁଝିବେ କେମିତି ? ଘର, ପରିବାର ପେଟକୁ ଦାନା ଦେବେ କେମିତି ? ଏମିତି ବୋଝ ମୁଣ୍ଡ ଉପରେ । ସାମ୍ନାରେ ପଚିଯାଉଛି ଧାନ । ଏକଥା ଦେଖି ହଠାତ ନିରବି ଗଲେ, ବିଲ ମୁଣ୍ଡରେ ହିଁ ଚାଲିଗଲା ତାଙ୍କ ଜୀବନ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ।


କଥାରେ ଅଛି, ଲହ ଲହକା ପତର ବଙ୍କା, ତା ଫଳ ବିକାଏ, ମୁଠାଏ ଟଙ୍କା । ଅର୍ଥାତ, ଧାନ ହେଉଛି ସେହି ଫସଲ, ଯାହାକୁ ବିକିଲେ ଚାଷୀ ପାଏ ଟଙ୍କା । ସେହି ଆଶା ନେଇ ସମସ୍ତେ କରୁଛନ୍ତି ଚାଷ । ଚାଷ କରିବା, ଦି ଓଳି ଦାନା ବି ଖାଇବା, ଆଉ ବିକି କିଛି ଟଙ୍କା ଆଣି ପରିବାର ଚଳାଇବା । ହେଲେ ଏବେ ଦାଉ ସାଜୁଛି ଅଦିନିଆ ବିପର୍ଯ୍ୟୟ । ଲଘୁଚାପ ଯୋଗୁ ଅଦିନିଆ ବର୍ଷା, ଅମଳ ହେବାକୁ ଥିବା ଧାନ ପାଣିରେ ବୁଡ଼ିଗଲା । ଧାନ ଗଛର ପାଣିକୁ ସହିବାର କ୍ଷମତା ନଥିବାରୁ ପଚିଗଲା । ଆଖି ଆଗରେ ଉଜୁଡି ଗଲା ସୁନାର ଫସଲ । ଯାହାକୁ ନେଇ ଚାଷୀ କୁଳ ଏବେ ହତାଶ ।


ବିରାମଚନ୍ଦ୍ରପୁର ଗ୍ରାମର ପୁର୍ଣଚନ୍ଦ୍ର ଦଳାଇ ଚାଷ ବିଲକୁ ଯାଇଥିଲେ । ତିନି ଦିନ ହୋଇଗଲାଣି ଧାନ ବୁଡ଼ି ଯାଇଥିବାରୁ, ଧାନ ଅମଳର ଆଶା ତାଙ୍କର ମଉଳି ଯାଇଥିଲା । ନାନା ଚିନ୍ତାରେ ସେ ପଡ଼ିଥିଲେ । କଣ କରିବି ? ଋଣ କେମିତି ସୁଝିବି ? ଧାନ ମୁଠେ ବିକି ପାରିବିନି ଟଙ୍କା ପାଇବିନି । ଏଥର ଆଶାଥିଲା ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିଛନ୍ତି । ଦୁଇପଇସା ଭଲ ପାଇବେ । ଅନ୍ତତ ବର୍ଷକ ପାଇଁ ଚଳିବେ । ହେଲେ ବର୍ଷା ଉଜାଡି ଦେଲା । ତାହାହିଁ ନେଇଗଲା ତାଙ୍କ ଜୀବନ ।



National

ପୀଡିତଙ୍କ ପରିବାରକୁ ଭେଟିଲେ ଅଭିନେତା ଅଲ୍ଲୁଅର୍ଜୁନଙ୍କ ବାପାc

Blog Thumbnail

ହାଇଦ୍ରାବାଦ( ଦ କୁଇଭର ):- ୨୦ଦିନ ପରେ ଆସିଲା ହୋସ । ହାଇଦ୍ରବାଦ ଥିଏଟର ଦଳଚକଟା ଘଟଣାରେ ଆହତ ବାଳକକୁ କୋଡିଏ ଦିନ ପରେ ହୋସ ଆସିଛି । ଅନ୍ୟପଟେ ଡାକ୍ତରଖାନାରେ ପହଁଚି ବାଳକ ଓ ତାଙ୍କ ବାପାଙ୍କୁ ଭେଟି ହାଲଚାଲ ପଚାରିବୁଛିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ । ଏଥିସହ ପରିବାରକୁ ୨କୋଟି ଟଙ୍କା ଚେକ ମଧ୍ୟ ଦେଇଛନ୍ତି ଏଥିସହ ପୁଷ୍ପା ଫିଲ୍ମର ପ୍ରଯୋଜନା କରିଥିବା ପୁଷ୍ପା ପ୍ରଡକ୍ସନ କମ୍ପାନୀ ମଧ୍ୟ ପୀଡିତଙ୍କୁ ୫୦ଲକ୍ଷ ଟଙ୍କା ଆଜି ଦେଇଛନ୍ତି । ନିର୍ଦ୍ଦେଶକ ସୁକୁମାର ମଧ୍ୟ ୫୦ଲକ୍ଷ ଟଙ୍କା ଦେଇଛନ୍ତି । ସୂଚନା ଅନୁସାରେ ଅଭିନେତା ଅଲ୍ଲୁର୍ଜୁନ ଓ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ବାହାରିଛନ୍ତି ଫିଲ୍ମ ଆସୋସିଏସନ । କାଲି ରେଭନ୍ତ ରେଡ୍ଡୀ ଓ ଫିଲ୍ମ ଆସୋସିଏସନ ମଧ୍ୟରେ ବୈଠକ ବସିବ ।

National

ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ

Blog Thumbnail

ମୁମ୍ବାଇ( ଦ କୁଇଭର ):- ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି। ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ବିଭିନ୍ନ ଚଳଚ୍ଚିତ୍ର ପ୍ରକଳ୍ପରେ କାମ ଜାରିରିଥିଲେ। ଶ୍ୟାମ ବେନେଗାଲଙ୍କ ଝିଅ ପିଆ ବେନେଗାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଶ୍ୟାମଙ୍କର ସୋମବାର ସନ୍ଧ୍ୟା ୬.୩୮ ରେ ମୁମ୍ବାଇ ସେଣ୍ଟ୍ରାଲର ୱାକାର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି । ପିଆ ବେନେଗାଲ କହିଛନ୍ତି ଯେ ତାଙ୍କ ପିତା ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଏହି ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ଶ୍ୟାମ ବେନେଗଲଙ୍କୁ ୯୦ ବର୍ଷ ହୋଇଥିଲା। ଖୁବଶୀଘ୍ର ଅନ୍ତିମ ସଂସ୍କାର ସମୟରେ ନିଷ୍ପତ୍ତି ନିଆଯିବ। କିଛିଦିନ ତଳେ ଶ୍ୟାମ ବେନେଗାଲ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଉଭୟ କିଡନୀ ଫେଲ୍ ହୋଇଯାଇଛି ଏବଂ ସେ ଘରେ ଡାଏଲିସିସ୍ ଚାଲିଥିଲା।ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବେଇଦା, ଦ ମେକିଂ ଅଫ୍ ଦି ମହାତ୍ମା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦି ଫରଗଟେନ ହିରୋ, ମଣ୍ଡି, ଅରୋହନ, ୱେଲକମ ଟୁ ସଜ୍ଜନପୁର ଭଳି ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବେନେଗାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଛି ।