ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ରୋଡ ଉପରେ ଗତ କାଲି ଅର୍ଥାତ ସୋମବାର ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଳୁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥଲେ।ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିବା ସୂଚନା ମିଳିଛି l ତେବେ କଣ ପାଇଁ ରାଣୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝିଅର ବାପାଙ୍କୁ ପୋଲିସ ଅଟକ ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l
No comments yet.
Politics,National
ନୂଆଦିଲ୍ଲୀ(ଦ କୁଇଭର): ଗତ ଦୁଇଦିନ ଧରି ସଂସଦ ସମେତ ସମଗ୍ର ଦେଶରେ ଲାଗିଥିବା ଆମ୍ବେଦକର ଝଡ଼କୁ ଚାପି ଦେଲେ ଏମପି ପ୍ରତାପ ଷଢ଼ଙ୍ଗୀ । ରାହୁଲ ଗାନ୍ଧିଙ୍କ ଦ୍ୱାରା ଧକ୍କା ଖାଇ ତଳେ ପଡ଼ିବାରୁ ଆହତ ହୋଇଥିବା ପ୍ରତାପ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ଏହାକୁ ନେଇ ବିଜେପି ଏମପିଙ୍କ ବିରୋଧ ଏବଂ ପ୍ରତିବାଦରେ କଂଗ୍ରେସ ଏବଂ ସହଯୋଗୀଙ୍କ ବିରୋଧ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି । ସଂସଦ ଭିତରେ ଏପରି ହିଂସାତ୍ମକ ଆଚରଣ ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି । ରାହୁଲଙ୍କ ଏହି କାର୍ଯ୍ୟକୁ ନେଇ ଏବେ ଚାରିଆଡ଼େ ନିନ୍ଦା କରାଯାଉଛି । ଅନ୍ୟପକ୍ଷରେ ଧକ୍କା ମାରିବା ଘଟଣାକୁ ରାହୁଲ ସ୍ୱୀକାର କରି ଏହାର କାରଣ ବି କହିଛନ୍ତି ।
ସଂସଦ ଗୁରୁବାର ସକାଳୁ ହିଁ ସରଗରମ ରହିଛି । ପ୍ରଥମେ ଆମ୍ବେଦକର ପ୍ରସଙ୍ଗକୁ ନେଇ ଚାଲିଥିଲା । ମାତ୍ର ଲୋକସଭାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରବେଶ ସମୟରେ ହୋଇଥିଲା ବଡ଼ ଅଘଟଣ । ସେ ସଂସଦ ଭିତରେ ତାଙ୍କ ବାହୁବଳ ଦେଖାଇଥିଲେ । ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସେହି ସାଂସଦ ଜଣକ ଆସି ଓଡ଼ିଶା ବାଲେଶ୍ୱର ଏମପି ପ୍ରତାପ ଷଢ଼ଙ୍ଗୀଙ୍କ ଉପରେ ପଡ଼ିଥିଲେ । ପ୍ରତାପ ତଳେ ପଡ଼ି କ୍ଷତାକ୍ତ ହୋଇଥିଲେ । ବାସ ଏହି ପ୍ରସଙ୍ଗ ଏବେ ସଂସଦ ଭିତରେ ଓ ବାହାରେ ଭାଇରାଲ ହେଉଛି । ରାହୁଲଙ୍କ ଏହି କାର୍ଯ୍ୟକୁ ସାରା ଦେଶରେ ନିନ୍ଦା କରାଯାଉଛି । ସ୍ଥିତି ଏପରି ସ୍ଥାନରେ ପହଞ୍ଚିଛି ଯେ, ଲୋକେ ଆମ୍ବେଦକର ପ୍ରସଙ୍ଗକୁ ଭୁଲି ଯାଇ ଏବେ ରାହୁଲଙ୍କ ବାହୁବଳ ପ୍ରଦର୍ଶନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ହଙ୍ଗାମା କରୁଥିଲା କଂଗ୍ରେସ । ସଂସଦକୁ ଅଚଳ କରିଦେଉଥିଲା । ବିଭିନ୍ନ ରାଜ୍ୟରେ ବିରୋଧ ସହ କୁଶପୂତ୍ତଳିକା ଦାହ କରାଯାଉଥିଲା । ଯାହା ବିଜେପି ପାଇଁ ବଡ଼ ଚିନ୍ତାର କାରଣ ହୋଇଥିଲା । ବିଜେପି ଏହାକୁ ବିରୋଧ କରୁଥିଲେ ମଧ୍ୟ କଂଗ୍ରେସ ଆଗରେ ରହୁଥିଲା । ବିଜେପି ଗୁରୁବାର ସକାଳେ ସଂସଦ ପରିସରରେ ଧାରଣା ଦେଇଥିଲା । ପୂରା ଦମରେ ଲାଗିଥିଲା କଂଗ୍ରେସ । ଗୁରୁବାର ବି କଂଗ୍ରେସ ସଂସଦରେ ହଙ୍ଗାମା କରିବାକୁ କାଳେ ପ୍ରସ୍ତୁତ ହେଉଥିଲା ।
ସଂସଦକୁ ସାଂସଦମାନେ ପ୍ରବେଶ କରୁଥିଲେ । ପ୍ରବେଶ ରାସ୍ତାରେ ଭିଡ଼ ବି ଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଜେପିକୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଉଥିଲେ । ମାତ୍ର ରାସ୍ତାରେ ଅନେକ ସାଂସଦ ଯାଉଥିଲେ । ସେ କାଳେ ଜଣେ ସାଂସଦଙ୍କୁ ଠେଲି ଦେଲେ । ସେହି ସାଂସଦ ଜଣକ ପ୍ରତାପ ଷଢ଼ଙ୍ଗୀଙ୍କ ଉପରେ ପଡ଼ିବାରୁ ସାଂସଦ ପ୍ରତାପ ତଳେ ପଡ଼ି ଆହତ ହୋଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ହଙ୍ଗାମା । ବିଜେପି ସାଂସଦ ଏକଜୁଟ ହୋଇ ନାରାବାଜି ଓ ଧାରଣା ଦେଇଛନ୍ତି । ରାହୁଲଙ୍କ ବିରୋଧରେ ପୂରା ତାତିଗଲେଣି ବିଜେପି ଓ ସହଯୋଗୀ ସାଂସଦ । ରାହୁଲ ବି ମାନିଗଲେ ସେ ଧକ୍କା ମାରିଛନ୍ତି । କାରଣ ବି ଦର୍ଶାଇଲେ । ତାଙ୍କ ଦର୍ଶାଯାଇଥିବା କାରଣ ଅନୁଯାୟୀ ବିଜେପି ସାଂସଦମାନେ ତାଙ୍କ ରାସ୍ତା ରୋକିଥିଲେ । ସେ ଜୋର କରି ପଶିଥିଲେ ।
ଏହାକୁ ଏବେ ଧରିଛି ବିଜେପି । ପୂରା ଦମରେ ରାହୁଲଙ୍କ ଦାଦାଗିରି ବୋଲି ଦେଖାଇଛି । ଏହାକୁ ନେଇ ଗୃହ ଭିତରେ ଓ ବାହାରେ ପ୍ରଦର୍ଶନ ଚାଲିଛି । ଏପରି ରକ୍ତାକ୍ତ ହିଂସା ସଂସଦରେ ପ୍ରଥମ ହୋଇଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଓଡ଼ିଆ ସାଂସଦଙ୍କୁ ରାହୁଲଙ୍କ ଆଘାତ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଏହି ଚର୍ଚ୍ଚା ଏତେ ଜୋର ହୋଇଛି ଯେ, ଆଉ ଆମ୍ବେଦକର ପ୍ରସଙ୍ଗ ଉଠୁ ନାହିଁ । ଏବେ ବାଜି ବିଜେପି ହାତକୁ ଚାଲି ଆସିଛି । ଦେଖାଯାଉ ବିଜେପି ରାହୁଲଙ୍କ ଏହି ଘଟଣାକୁ କି ରୂପ ଦେଉଛି ଓ ରାହୁଲ କେମିତି ମୁକାବିଲା କରୁଛନ୍ତି?
State
ଶିମିଳିପାଳ( ଦ କୁଇଭର ):- ରାଜ୍ୟ ସରକାରଙ୍କୁ ଘାରିଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଚିନ୍ତା । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ଫୋର୍ସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ।ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ । ଏଣିକି ସୁରକ୍ଷା ଦାୟିତ୍ବରେ ରହିବେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ AGଙ୍କୁ ଚିଠି ଲେଖିଛନ୍ତି । ମୟୂରଭଞ୍ଜର ଆରକ୍ଷୀ ଅଧିକ୍ଷକ ପ୍ରଶାସନିକ ଦାୟିତ୍ବରେ ରହିବେ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।ଏନେଇ ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟରଣ୍ୟରେ ସଶସ୍ତ ପୋଲିସ ବାହିନୀ ଜଗିବାକୁ ଯାଉଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ଶିମିଳିପାଳରେ ହାତୀ, ବାଘ ବିଭିନ୍ନ ପ୍ରଜାପତି ଜୀବଜନ୍ତୁ ଅଛନ୍ତି । ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି ଅଭୟରଣ୍ୟକୁ । ସୁରକ୍ଷା ଦୃଷ୍ଟି କାରଣରୁ ୧୩୧ ଜଣିଆ ଏକ ଡେଡିକେଟେଡ଼ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ । ଶିମିଳିପାଳ ଜଙ୍ଗଲ ସୁରକ୍ଷା ହେବା ସହିତ ଏହାର ଅଭିବୃଦ୍ଧି ହେବ । ପର୍ଯ୍ୟଟକଙ୍କ ସୁରକ୍ଷା, ଶିକାର ରୋକିବା, ଶିକାରୀଙ୍କୁ ଚେକ ଦେବା ଏହା ବେଶ ସହାୟକ ହେବ ।’
State
ଦ କୁଇଭର ବ୍ୟୁରୋ :- ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ଯୋଗୁଁ ରାଜ୍ୟରେ ଏହାର ପ୍ରଭାବ ରହିବ । ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ଏହାର ପ୍ରଭାବରେ ବର୍ଷା ଦେଖିବାକୁ ମିଳିପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି(ଶୁକ୍ରବାର) ଉପକୂଳ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି କ୍ରମରେ ଡିସେମ୍ବର ୨୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କୁହୁଡି କୌଣସି ଚେତାବନୀ ନଥିବା ବେଳେ ଆଗାମୀ ୪ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିଛି ପାଣିପାଗ ବିଭାଗ । ଅର୍ଥାତ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଡିସେମ୍ବର ୨୨ରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Shree Jagannath
ପୁରୀ( ଦ କୁଇଭର ):- ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀଙ୍କ ସୂଚନା । ପୁରୁଣା ଡିଜାଇନରେ କିଛି ଆଡ଼ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏନେଇ ବିଚାର ବିମର୍ଷ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ସଠିକ୍ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
State
ଦ କୁଇଭର ବ୍ୟୁରୋ :- ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ବ୍ୟାପକ ସଚେତନତା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାଟେଲାଇଟ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡିଛି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛଙ୍କର ଗତିବିଧି ଉପରେ ନଜର ରଖାଯିବ । ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଉଛି । ସାଟେଲାଇଟ ଟେଲିମେଟ୍ରି ଅଧ୍ୟୟନ ଜରିଆରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଇଛି । ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହା ଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କର ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ଅନ୍ୟତ୍ର ଗତିବିଧି ସଂପର୍କିତ ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ । ଯାହା ଦ୍ୱାରା ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ।ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷ ଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି ।’
State,National
ଦ କୁଇଭର ବ୍ୟୁରୋ :- ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜିନ୍ନତ୍’ ଖସି ଯାଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି। ଶିମିଳିପାଳରୁ ଖସିଯାଇ ଝାଡ଼ଖଣ୍ଡରେ ୧୩ ଦିନ ରହିବା ପରେ ବାଘୁଣୀ ପୁଣି ନିଜର ଠିକଣା ବଦଳାଇଛି। ବନ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିନ୍ନତ୍ ଏବେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ବେଲପାହାଡ଼ି ଜଙ୍ଗଲରେ ବିଚରଣ କରୁଛି। ସୁରକ୍ଷା ଦାୟିତ୍ବରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛି। ତାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Farming,State
ଦ କୁଇଭର ବ୍ୟୁରୋ :- ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି। ଏହାକୁ ନେଇ ସରକାର ଚିନ୍ତାରେ। ଯଥାଶୀଘ୍ର ଏହି ଗହମ ଫେରାଇ ନେବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟ ଚାଉଳ। ଏହାକୁ ଦୃଷ୍ଟିରେ ରଖି ରାସନ୍ କାର୍ଡରେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର କେବଳ ଚାଉଳ ଦେଉଥିଲେ। ନୂଆ ସରକାର ବି ଏହି ଧାରା ଭାଙ୍ଗିନାହାନ୍ତି। କିନ୍ତୁ ଅଚାନକ ସେପ୍ଟେମ୍ବର ମାସରେ କେନ୍ଦ୍ର ଓଡ଼ିଶାକୁ ଗହମ ଦେଇଥିଲା। ବାଧ୍ୟ ହୋଇ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ଦିଆଯିବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଗହମର ମାତ୍ରାଧିକ ଉତ୍ପାଦନକୁ ଦୃଷ୍ଟିରେ ରଖି ସେଠାକାର ବଳକା ଗହମର ଚାପ ହ୍ରାସ ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଏହାକୁ ଯୋଗାଇ ଦିଆଯାଇ ଥିଲା।ଇତିମଧ୍ୟରେ ଓଡ଼ିଶାରେ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରବିରେ କଷ୍ଟମ୍ ମିଲିଂର ଚାଉଳ ରାଜ୍ୟ ଯୋଗାଣ ନିଗମ ଏବଂ ଏଫ୍ସିଆଇକୁ ପହଞ୍ଚୁଛି। ଏହି କ୍ରମରେ ରାଜ୍ୟ ପାଇଁ ବଡ଼ ସମସ୍ୟା ହେଲା, ସଂଗୃହୀତ ଧାନ ଏବଂ ଚାଉଳ ସଂରକ୍ଷଣ ପାଇଁ ଗୋଦାମର ଅଭାବ। ଯେଉଁ ଗୋଦାମରେ ଚାଉଳ ରଖାଯାଇପାରନ୍ତା ସେଠାରେ ଗହମ ଗଦା ହୋଇ ରହିଥିବାରୁ ସ୍ଥାନାଭାବ ରହିଛି। ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଦଳରେ ଗହମ ବାଣ୍ଟିଲେ ପ୍ରଥମତଃ ହିତାଧିକାରୀ ଏହାକୁ ନେବେ ନାହିଁ। ଦ୍ବିତୀୟତଃ ବଳକା ଚାଉଳ ପଡ଼ି ରହିବାର ଆଶଙ୍କା ରହିଥିଲା। ତେଣୁ ଓଡ଼ିଶା ସରକାର ପୂର୍ବପରି ଗହମ ବଦଳରେ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଜଣାଇଥିଲେ। ଏଥିସହ ରାଜ୍ୟର ପିଡିଏସ୍ କେନ୍ଦ୍ରରେ ଗହମ ଯୋଗାଣକୁ ବନ୍ଦ କରି ଦେଇଥିଲେ। ସେହି କୋଟାରେ ଚାଉଳ ପହଞ୍ଚିଥିଲା। ବର୍ତ୍ତମାନ ଏଫସିଆଇ ଏବଂ ଯୋଗାଣ ନିଗମ ଗୋଦାମରେ ସ୍ଥାନାଭାବ ଦୂର ପାଇଁ ଗହମ ଫେରାଇ ନେବାକୁ ଚିଠି ଲେଖାଯାଇଥିଲେ ହେଁ ସେମାନେ ନିରବ।
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ନକଲି ଅପମିଶ୍ରିତ ମଦ କାରବାର ଖୁବ୍ ମାତ୍ରା ରେ ବଢି ଚାଲିଥିବା ବେଳେ ଜିର ଟଲରେଟ୍ ପନ୍ଥା ହାତକୁ ନେଇଛି ଅବକାରି ବିଭାଗ। ଅବକାରି ଗୋଇନ୍ଦା ବିଭାଗ ର ଏକ ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନ ରେ ଚଢାଉ କରି ଜଗଦଳପୁର ଠାରେ ଥିବା ଏକ ନକଲି ମଦ ପ୍ରସ୍ତୁତ କାରି କାରଖାନା କୁ ଠାବ କରିବା ସହ ବିପୁଳ ପରିମାଣର ମଦ ଓ ମଦ ପ୍ରସ୍ତୁତ ସାମଗ୍ରି କୁ ଜବତ କରିଛି ଅବକାରି ଗୋଇନ୍ଦା ବିଭାଗ। ପ୍ରାୟ ୧୧ ସହ ଲିଟର ମଦ କୁ ଜବତ କରିବା ସହ ୫ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଚିକିଟି ମଦ ମୃତ୍ଯୁ ପରେ ଅବକାରି ବିଭାଗ ର ଏହା ଏକ ବଡ ସଫଳତା ବୋଲି କୁହା ଯାଉଛି। ତେବେ କିଭଳି ରହିଥିଲା ଅପରେସନ ଏ ନେଇ ଅବକାରି କମିଶନର ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଦକ୍ଷିଣ ଓଡ଼ିଶା ବ୍ଯୁର ହେଡ୍ ରାଧାଶ୍ୟାମ ଆଚାର୍ଯ୍ଯ।
Politics
ବ୍ରହ୍ମପୁର ( ଦ କୁଇଭର ):- ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। ବୈଠକରେ ଉଚ୍ଚବାଚ ବି ହୋଇଥିବା ସୂଚନା ରହିଛି। ଶଙ୍ଖ ଭବନରେ ସମାଧାନ ନହେବାରୁ ଶେଷରେ ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ଫେରାଦ ହେଲେ। ବ୍ରହ୍ମପୁର ମେୟର ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ସହ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କର୍ପୋରେଟର ଗୋଷ୍ଠୀ ଭିତରେ କନ୍ଦଳ ତୀବ୍ର ରୂପ ଧାରଣ କରିଛି। ରାମ ଲିଙ୍ଗମ୍ ଉଦ୍ୟାନ କାମକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଛି। ଉଭୟ ପକ୍ଷ ନବୀନ ନିବାସ ଯାଇ ଫେରିବା ପରେ କହିଛନ୍ତି ଏକାଠି ହୋଇ ଏବେ ଗଞ୍ଜାମରେ କାମ କରିବୁ। ସୁପ୍ରିମୋ ଗୁରୁମନ୍ତ୍ର ଦେଇଛନ୍ତି। ମାତ୍ର ସତ କଣ ତାହା ଜଳ ଜଳ ହୋଇ ଦିଶୁଥିଲା।ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ। ବିଜେଡି ଏହାକୁ ଅସ୍ବୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ।
National,Politics,State
ନୂଆଦିଲ୍ଲୀ(ଦ କୁଇଭର): ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂସଦରେ ଭାଷଣ ତାତି ସାରା ଦେଶରେ ଦେଖା ଦେଇଛି । କଂଗ୍ରେସ ଏହାକୁ ଗଣ୍ଠି କରି ଏବେ ସାରା ଦେଶରେ ଆନେ୍ଦାଳନ ଆରମ୍ଭ କରିଛି । କେବଳ ଦେଶରେ ନୁହେଁ, ସଂସଦରେ ମଧ୍ୟ ଶାହଙ୍କ ଭାଷଣ ବିରୋଧରେ ନାନା କଥା କହିବା ସହ ଗୃହ ଚଳାଇ ଦେଉ ନାହାନ୍ତି । ଶାହ ବାବା ସାହେବ ଆମ୍ବେଦକରଙ୍କୁ ନେଇ କହିଥିବା ଶବ୍ଦକୁ ଧରିଛି କଂଗ୍ରେସ । ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ଶାହ । ତେଣୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଏପରି ହଙ୍ଗାମା ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ଶାହଙ୍କ କଥାକୁ ବିକୃତ କରୁଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ସଂସଦ ପରିସରରେ ଧାରଣା ଦେଇଛନ୍ତି ।
କଂଗ୍ରେସର ଅଭିଯୋଗ, ସମ୍ବିଧାନ ଉପରେ ସଂସଦରେ ଚାଲିଥିଲା ଚର୍ଚ୍ଚା । ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟସଭାରେ ଏହି ଚର୍ଚ୍ଚା କାଳରେ ଗୃହ ମନ୍ତ୍ରୀ ଶାହ କହିଲେ, ଏହା ଏକ ଫେସନ ହୋଇଗଲାଣି । ଯେଉଁଠି ଶୁଣ ଆମ୍ବେଦକର... ଆମ୍ବେଦକର... । ଏତିକି ଥର ଯଦି ଭଗବାନଙ୍କ ନାମ ନିଅନ୍ତେ, ତେବେ ସାତ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ମିଳି ଯାଇଥାନ୍ତା । ଆମ୍ବେଦକର କ’ଣ ଭଗବାନ ହୋଇ ଗଲେ କି? ଶାହଙ୍କ ଏହି କଥାକୁ ନେଇ ଏବେ ତାତିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଦାବି ରଖିଛନ୍ତି ।
ଏହାପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଶାହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି ବିକ୍ଷୋଭ କାଳରେ ଶାହଙ୍କ କୁଶପୂତ୍ତଳିକା ଦାହ କରାଯାଉଛି । କେବଳ ସେତିକି ନୁହେଁ ଚାରିଆଡ଼େ ଶାହଙ୍କ ଇସ୍ତଫା ଦାବି କରାଯାଉଛି । ଏନେଇ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରୁଛି । ସଂସଦରେ ମଧ୍ୟ କଂଗ୍ରେସ ପୂରା ହଙ୍ଗାମା କରୁଛି । ଗୃହ ଚଳାଇ ଦେଉ ନାହିଁ । ଗୃହ ବୁଧବାର ଅଚଳ କରିଦେଇଥିଲା କଂଗ୍ରେସ । ଗୁରୁବାର ମଧ୍ୟ ସେହି ଆଭିମୁଖ୍ୟରେ ରହିଛି କଂଗ୍ରେସ ଦଳ ଓ ତାର ସହଯୋଗୀମାନେ । ବିଜେପି ଓ ସମର୍ଥକ ଦଳର ସାଂସଦମାନେ ଶାହଙ୍କ ସପକ୍ଷରେ ମତ ଦେଉଛନ୍ତି । କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶାହଙ୍କ ସପକ୍ଷରେ କହିବାକୁ ଯାଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଲେଣି । ଗୁରୁବାର ବିଜେପି ସଦସ୍ୟମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ କଂଗ୍ରେସ ବିରୋଧରେ ଧାରଣା ଦେଇଛନ୍ତି । ହେଲେ କୌଣସି ପ୍ରକାର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଲାଗିଛି କଂଗ୍ରେସ । କଂଗ୍ରେସ ଏବେ ନୂଆ ଅଭିଯୋଗ ଆଣିଛି ଶାହଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାରୁ କଂଗ୍ରେସ ଏମପି ମାନଙ୍କୁ ଏକ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ଏପରି ପ୍ରତିବାଦ ପରେ ଶାହ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ କଥାକୁ ବିକୃତ କରି ଉପସ୍ଥାପନ କରିବାରେ ଅଭ୍ୟସ୍ତ । ଅମ୍ବେଦକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଆଦର ରହିଛି । ମାତ୍ର କଂଗ୍ରେସ ଓ ଅନ୍ୟମାନେ ଯେପରି ଆମ୍ବେଦକରଙ୍କ ନାମକୁ ଅପବ୍ୟବହାର କରୁଛନ୍ତି ସେଭଳି ସ୍ଥିତି ନକରନ୍ତୁ ବୋଲି ମୁଁ କହିଥିଲି । ମୋର ମନ୍ତବ୍ୟକୁ କଂଗ୍ରେସ ଭାଙ୍ଗିଭୁଙ୍ଗି ଉପସ୍ଥାପନ କରି ଦେଶରେ ଅସନ୍ତୋଷ ସୃଷ୍ଟି କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶାହ । ସେ ଯାହା ହେଉ ଏବେ ଶାହଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଂସଦକୁ ପ୍ରଭାବିତ କଲାଣି । ଦେଖାଯାଉ ଶାହଙ୍କ କଥାକୁ କଂଗ୍ରେସ ଆଜି ଛାଡ଼ି ଦେଉଛି ନା ଆଗକୁ ଜାରି ରଖୁଛି?
State,Education
ମୋହନା( ଦ କୁଇଭର ):- ସବୁବେଳେ ମତାଲ ଅବସ୍ତାରେ ଖେଳ ଶିକ୍ଷକ l ପିଲାଙ୍କୁ ଖେଳ ଶିଖାଇବା ବଦଳରେ ମାଡ ମାରୁଥିବା ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ସରକାରି ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରୁ l ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଖେଳ ଶିକ୍ଷକ ରବି ନାରାୟଣ ରଣl ଅଧିକାଂଶ ସମୟ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି l ଯେତେବେଳେ ବିଦ୍ୟାଳୟକୁ ଆସନ୍ତି ସବୁବେଳେ ମଦ ପିଇ ନିଶାସକ୍ତ ଅବସ୍ତାରେ ରହୁଥିବା, ଛାତ୍ର ଛାତ୍ରୀ ମାନେ କହିଛନ୍ତି l ଖେଳ ବଦଳରେ ମାଡ ମାରୁଥିବା ମଧ୍ଯ କହିଛନ୍ତି ଛାତ୍ର ଛାତ୍ରୀ l ଦେଖନ୍ତୁ ଏନେଇ ଖେଳ ଶିକ୍ଷକ ରବି ନାରାୟଣ ରଣl ଙ୍କୁ ପଚାରିଲେ କ୍ୟାମେରା ଆଗରେ ମୁହଁ ଲୁଚାଇବା ସହ କିଛି କହିବାକୁ ମନl କରି ଦୌଡ଼ି ପଳାଉଛନ୍ତି l ସରକାର କ୍ରୀଡାର ବିକାଶ ପାଇଁ ବହୁ ଯୋଜନା କରିଛନ୍ତି l ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀ ଙ୍କ ମନରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ କିଭଳି ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ହେବ ସେଥିପାଇଁ ସରକାର ସମସ୍ତ୍ ପ୍ରକାର ବ୍ୟବସ୍ଥା କରିଛନ୍ତି l ଏଥିପାଇଁ ପ୍ରତିବର୍ଷ ପ୍ରତ୍ୟେକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ କରାଯାଉଛି l ପିଲାମାନେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି l ସ୍କୁଲ ପିଲାଙ୍କୁ ଖେଳ ଶିକ୍ଷା ପ୍ରଦାନ ପାଇଁ ପ୍ରତି ହାଇସ୍କୁଲ ରେ ଜଣେ ଜଣେ ଖେଳ ଶିକ୍ଷକ ଙ୍କୁ ସରକାର ନିଯୁକ୍ତି କରିଛନ୍ତି l ଏଥିପାଇଁ ମୋଟା ଅଙ୍କର ଦରମା ପ୍ରଦାନ କରିବା ସହ କ୍ରୀଡାର ବିକାଶ ପାଇଁ କ୍ରୀଡା ସାମଗ୍ରି ପ୍ରଦାନ କରୁଛନ୍ତି l ହେଲେ ଅନେକ ବିଦ୍ୟାଳୟରେ ଖେଳ ଶିକ୍ଷକ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଖେଳ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି l ଫଳରେ ସରକାରଙ୍କ ମହତ ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ କି ଛାତ୍ରଛାତ୍ରୀ ମାନେ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହେଉଛି l ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୨୫୦ ଜଣ ଛାତ୍ର ଛାତ୍ରୀ ଥିବାବେଳେ ୪ ସେକ୍ସନ କରାଯାଇଛି l ଏଥିପାଇଁ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ବି.ଗୌରୀ କହିଛନ୍ତି l ତେବେ ୨୦୧୩ ରୁ ନିଯୁକ୍ତି ପାଇଥିବା ଖେଳ ଶିକ୍ଷକ ନିଶାସକ୍ତ ଅବସ୍ତାରେ ରହୁଥିବା ଯୋଗୁଁ ବହୁ ସମସ୍ୟା ଦେଖାଯାଉଥିବା ବେଳେ ତୁରନ୍ତ ତାଙ୍କୁ ଏଠାରୁ ବଦଳି କରିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି l
National
ନୂଆଦିଲ୍ଲୀ(ଦ କୁଇଭର): ଆମ୍ବେଦକର ଓ ସଂସଦରେ କଳଙ୍କରୁ ହଟିଗଲାଣି ପ୍ରସଙ୍ଗ । ଏପରି ଗମ୍ଭୀର ପ୍ରସଙ୍ଗ ରାଜନୀତିର ପଶାପାଲିରେ ହଜିଗଲାଣି । ଏବେ ପ୍ରସଙ୍ଗ ହୋଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଆଉ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଗିରଫ ଦାବି । ଏହାକୁ ନେଇ ସଂସଦ ଠୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଚାଲିଛି ନାରାବାଜି । କଂଗ୍ରେସ ଓ ବିଜେପି ଏବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ନା ଦେଶବାସୀଙ୍କ ପ୍ରସଙ୍ଗ ଚର୍ଚ୍ଚାକୁ ଆସୁଛି ନା ଆସୁଛି ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ହିଂସା କଥା । ବିଜେପି ବା ଏନଡିଏ ଆଉ କଂଗ୍ରେସ ବା ଇଣ୍ଡିମେଣ୍ଟ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚାଲିଛି । କିଏ କେମିତି ଦେଶବାସୀଙ୍କୁ ବିଭ୍ରାନ୍ତ କରିପାରୁଛି ସେଥି ନେଇ ଚାଲିଛି ଲଢ଼େଇ ।
ଆମ୍ବେଦକରଙ୍କୁ ଅସମ୍ମାନ ଆଉ ସଂସଦରେ ମାଡ଼ପିଟ ଭଳି ଘଟଣାରେ ଯେଉଁ ଗରିମା ହାନୀ ହୋଇଛି ସେ କଥାକୁ ମୂଳରେ ରଖିଦେଇ ଏବେ ଚାଲିଛି କ୍ଷମତାର ଲଢ଼େଇ । ଦୀର୍ଘ ୧୦ବର୍ଷ ପରେ ୨୦୨୪ରେ କେନ୍ଦ୍ରରେ ଶକ୍ତ ବିରୋଧୀ ଛିଡ଼ା ହୋଇଛି । ସରକାରଙ୍କୁ କଡ଼ା ମୁକାବିଲ କରିବାକୁ ପୂରା ପ୍ରସ୍ତୁତ । ସେଥିପାଇଁ ସରକାରଙ୍କୁ ସଂସଦରେ ଉଠବସ ବି କରାଇ ଦେଉଛି । ବିରୋଧୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛନ୍ତି । ହେଲେ ଅନେକ ଗୁରୁତର ପ୍ରସଙ୍ଗକୁ ଛାଡ଼ି ଦିଗହରା ହେଉଛନ୍ତି । ଏହାକୁ ନେଇ ଚାଲିଛି ଟଣାଓଟରା ।
ସଂସଦରେ ଶାହଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଅଡ଼ି ବସିଛି । ଆଜି ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଶାହ ଅସମ୍ମାନ କରିଥିବା ଦର୍ଶାଇ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ବିରୋଧୀ ଦଳ ସରକାର କ୍ଷମା ମାଗନ୍ତୁ ବୋଲି ମୋସନ ମଧ୍ୟ ଆଗତ କରିଛନ୍ତି । ଗୃହରେ ହୋ ହଲ୍ଲା କରୁଛନ୍ତି ବିରୋଧୀ । କୌଣସି ସ୍ଥିତିରେ ଶାନ୍ତ ହେଉ ନାହାନ୍ତି । ସଂସଦ ଭିତରେ ପୂରା ହଙ୍ଗାମା ଚାଲିଛି ।
ଅନ୍ୟପକ୍ଷରେ ସଂସଦ ଭିତରେ ବିଜେପି କଂଗ୍ରେସକୁ ଜବାବ ଦେଉଥିବା ବେଳେ ସଂସଦ ବାହାରେ ଅର୍ଥାତ ରାଜ୍ୟ, ଜିଲ୍ଲା ଓ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ବିଜେପି ଆନେ୍ଦାଳନ ଆରମ୍ଭ କରିଛି । ରାହୁଲଙ୍କ ବିରୋଧରେ କଡ଼ା ପଦକ୍ଷେପ ଦାବି କରିଛି । ଜଣେ ବୟସ୍କ ସାଂସଦଙ୍କୁ ରାହୁଲ ଠେଲାପେଲା କରି ତଳେ ପକାଇ ଦେଇଥିଲେ । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର । ନହେଲେ ତାଙ୍କର ଗୁଣ୍ଡାଗିରି ବଢ଼ିବ ବୋଲି ବିଜେପିର ନେତାମାନେ କହୁଛନ୍ତି । ଏପରିକି କେତେ ବିଜେପି କର୍ମୀ ରାହୁଲଙ୍କୁ ଆତଙ୍କବାଦୀ ଭଳି କାମ କରୁଥିବା ବି କହୁଛନ୍ତି ।
ଏମିତି ସଂସଦ ଠାରୁ ପଞ୍ଚାୟତ ଆଉ ଦିଲ୍ଲୀରୁ ପଲ୍ଲୀ ଯାଏ ଲାଗିଲାଣି ବିବାଦ । କଂଗ୍ରେସ ବିଜେପି ଉପରକୁ କାଦୁଅ ପକାଇଲଣି ତ ବିଜେପି କଂଗ୍ରେସକୁ ପଙ୍କ ପକାଇଲାଣି । ଏମିତି ଟଣାଓଟରାରେ ଆଜି ସଂସଦ କାର୍ଯ୍ୟ ବି ପ୍ରଭାବିତ ହୋଇଛି । ତେବେ ବିରୋଧୀଙ୍କ କଥା ନଶୁଣି ସଂସଦକୁ ଚଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ହୋଇନାହିଁ । ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦୁବେ କହିଛନ୍ତି ୨୦୦୧ରେ ପାକିସ୍ତାନୀ ସଂସଦ ଉପରେ ଆକ୍ରମଣ କରିଥିଲେ । ମାତ୍ର ଏବେ ରାହୁଲଙ୍କ ଭଳି ଅର୍ବାନ ନକ୍ସଲ ସଂସଦ ମଧ୍ୟରେ ମାଡ଼ପିଟ କରିଛନ୍ତି । ଗୃହମନ୍ତ୍ରୀଙ୍କ କଥାକୁ ବିଭ୍ରାନ୍ତ କରି ପ୍ରଚାର କରୁଛନ୍ତି ।
କଂଗ୍ରେସ ବି ଆନେ୍ଦାଳନକୁ ଓହ୍ଲାଇଛି । କଂଗ୍ରେସ ନେତ୍ରୀ ପି୍ରୟଙ୍କା ଗାନ୍ଧୀଭଦ୍ରା, ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖରଗେ ଓ ବିରୋଦୀ ଦଳ ଏମପି ମାନେ ଆନେ୍ଦାଳନ କରି ସଂସଦ ଭବନ ଅଭିମୁଖେ ଯାତ୍ରା କରୁଛନ୍ତି । ରାଜନୀତି ଏବେ ତୀବ୍ର ହେଉଛି । ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ଦାବିକୁ ନେଇ ଅଟଳ ରହିଛନ୍ତି । ଦେଖାଯାଉ ଏହି ବିବାଦ ଆଗକୁ କେଉଁ ଆଡ଼କୁ ନେଉଛି?
National,State
ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀ ଗସ୍ତରେ ଥିବା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ସ୍ୱାର୍ଥକୁ ଆଖିଆଗରେ ରଖି କିଛି ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଆବଣ୍ଟନ, ଗୋପାଳପୁର ଠାରେ ଏକ ଲୁଣ ଖଳା ନିର୍ମାଣ ପାଇଁ ପ୍ରସ୍ତାବ,ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍, ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ, ଜଳଜୀବନ ମିଶନ ଅଧିନରେ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ ବୈଠକରେ ଏସବୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
National
ନୂଆଦିଲ୍ଲୀ( ଦ କୁଇଭର ):- ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହୋଇଛି ପ୍ରଦୂଷଣ ସ୍ଥିତି । ବୁଧବାର ଏକ୍ୟୁଆଇ ୪୪୫ ଥିବା ବେଳେ ଆଜି ଏହା ୪୫୦ ପାର କରିଛି । ଧୂଳି, ଧୂଆଁର ବହଳ ଆସ୍ତରଣରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ଦୃଶ୍ୟମାନ ଦୂରତା କମ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସହର ଭିତରେ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହର ଭିତରେ ଏହି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜୋରିମାନା । ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ପ୍ରତି ଛକରେ ଚେକ୍ ପୋଷ୍ଟ କରି ଗାଡ଼ି ଗୁଡ଼ିକର ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ କରୁଛି ପୋଲିସ । ପିୟୁସି ନଥିଲେ ୧୦ ହଜାର ଟଙ୍କାର ତଣ୍ଡ ଆଦାୟ କରାଯାଉଛି । ସେପଟେ ପ୍ରଦୂଷଣ ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍ ମାରିଥିବା କହିଛନ୍ତି ସାଧାରଣ ଜନତା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ହାଇବ୍ରିଡ୍ ମୋଡ୍ରେ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତି ଆଦେଶ ଆସିବା ଯାଏ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ହାଇବ୍ରିଡ୍ ମୋଡ୍ରେ ପାଠପଢ଼ା ହେବ ।
State
ଦ କୁଇଭର ବ୍ୟୁରୋ :- ଆଜି ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିବ । ସେପଟେ ଉପକୂଳ ଓଡ଼ିଶାର ୧ରୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ ଆଉ ବିଶେଷ ବର୍ଷା ହେବନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ପୋର୍ଟ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଏଯାଏଁ ଦିଆଯାଇନାହିଁ । ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଆଜି ସନ୍ଧ୍ୟାରୁ ସତର୍କତା ଜାରି କରାଯିବ । ଏବେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି । ୨ରୁ ୩ ଦିନ ପର୍ୟ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୨ରୁ୪ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି ।
State
ଗଞ୍ଜାମ ( ଦ କୁଇଭର ):- କଣ୍ଟେନର ରେ ସିକ୍ରେଟ ଚାମ୍ବର ମଧ୍ୟରେ ରଖା ଯାଇଥିଲା ପୁଳା, ପୁଳା ଗଞ୍ଜେଇ। ମହାରାଷ୍ଟ୍ର କୁ ହେଉଥିଲା ଚୋରା ଚାଲାଣ।ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଅଞ୍ଚଳର ଡାଳ ଖାଇ ମନ୍ଦିର ନିକଟରେ ଅଶୋକା ଲିୟେଲାଣ୍ଡ କଣ୍ଟେନର କୁ ଜବତ କରି ଯାଞ୍ଚ କରିବା ବେଳେ ସେଥିରୁ ପାଖାପାଖି ୨୬୦ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ପୋଲିସ।ମହାରାଷ୍ଟ୍ର ରୁ କିସମିସ ନେଇ ଏମ .ଏଚ.-୪୬ ଏ ଏଫ-୯୫୬୮ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଆସିଥିବା ବେଳେ ତାହା ବାହାର କରି ଜଣେ ଡ୍ରାଇଭର ଶ୍ରୀକେଟ ଚାମ୍ବର ବନେଇ ସେଥିରେ ଗଞ୍ଜାଇ ଭରି କରି ଚାଲାଣ କରିବା ପାଇଁ ଉଦ୍ୟମ କରିଥିଲା। ଅବଜାରୀ ଗୁଇନ୍ଦା ପୋଲିସ ଉକ୍ତ ଗାଡି କୁ ଜବତ କରିବା ସହିତ ଏହି ସଂକ୍ରାନ୍ତ ମହାରାଷ୍ଟ୍ର ର ଗାଡି ଡ୍ରାଇଭର ଧୁଣ୍ଡୁରାମ ଗାୟକୱାର୍ଡକୁ ଗିରଫ କରିଛି ଏବଂ ଏହି ମାମଲାରେ ବଡ଼ କୁଶସ୍ଥଳୀ ଅଞ୍ଚଳରେ ଗୋଟେ ବାଇକ ମଧ୍ୟ ଜବତ କରିଛି।ତେବେ ଆହୁରି କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ଡ଼ିଏସପି ଶୃତିକାନ୍ତ ରାଉତ ସୂଚନା ଦେଇଛନ୍ତି l
State
ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଗୋପାଳପୁରଠାରୁ ୬୧୦ କିମି ଦୂରରେ ଅବପାତ। ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଅବପାତଟି ଗତି କରୁଛି। ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି, ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଦକ୍ଷିଣ ଓଡ଼ିଶା ସମୁଦ୍ର କୂଳରେ ୪୦ରୁ ୫୦ କିମିରେ ପବନ ଓ ମଝିରେ ମଝିରେ ପବନର ଝଟକା ୬୦ କିମି ଛୁଇଁପାରେ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ହେଲେ ତୁରନ୍ତ ଏନେଇ ରିପୋର୍ଟ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଥଣ୍ଡା ବଢିବ, ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ଲଘୁଚାପ ପ୍ରଭାବରେ ଲଗାତର ଦୁଇ ଦିନ ହେବ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଖବର ସାମ୍ନାକୁ ଆସିଛି।
Shree Jagannath,State,Education
ପୁରୀ( ଦ କୁଇଭର ):- ସ୍କୁଲରେ ପାଠ ପଢ଼ା ନୁହେଁ, ଚାଲିଛି ତାମସା । ଏହି ତାମସା କରୁଛନ୍ତି ବିଜେଡି ଓ ବିଜେପିର ସମର୍ଥକ ନେତା ମାନେ । ପାଠପଢ଼ା ପରିବେଶକୁ ଭାଙ୍ଗି, କିଏ ଅଖାଡା ଶାଳ କଲାଣି ତ, ଆଉ କିଏ ? ନିଜ ଜାଗୀର ଭାବି ସ୍କୁଲ ଭିତରେ ହସ୍ତକ୍ଷେପ କଲାଣି । ଏମିତିକି ସ୍କୁଲ ପିଲାଙ୍କ ଜୀବନ ସୁରକ୍ଷା ପାଇଁ ତିଆରି ହୋଇଥିବା ପାଚେରୀକୁ, ରାଜନୈତିକ ସମର୍ଥକ ମାନେ ଭାଙ୍ଗି ଗଦା କରିଦେଇଛନ୍ତି । ଏତେ ଅକ୍ରଶ ଯେ ଏମାନଙ୍କର ପିଲାମାନଙ୍କ ସୁରକ୍ଷା କଥା ଏମାନେ ଭୁଲି ଯାଇଛନ୍ତି ।
ଏବେଆସିବା ପ୍ରସଙ୍ଗକୁ, ପୁରୀ ଜିଲ୍ଲା କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତର ଗୌଡ଼ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର । ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ବି ଅଛି । ୩, ୪ ବର୍ଷର ପିଲାମାନେ ବି ସେଠାକୁ ଆସୁଛନ୍ତି । ସ୍କୁଲର ପଛପଟେ ଅଛି ମନ୍ଦାକିନି ନଦୀ, ସାମ୍ନାରେ ଅଛି ୩୦ ଫୁଟ ଗଭୀରରେ ଏକ ବଡ଼ ପୋଖରୀ ଆଉ ବିଦୁତ ଟ୍ରାନ୍ସଫର୍ମା । ଯାହା ପ୍ରତିମୁହୂର୍ତ୍ତରେ ପିଲାଙ୍କ ଜୀବନକୁ ବିପର୍ଣ୍ଣ କରୁଛି । ଏଭଳି ସ୍ଥିତିରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ବାବୁ ମାନେ ତ ଚିନ୍ତା କଲେନି, କୌଣସି ପ୍ରକାରେ ସ୍କୁଲ ପାଣ୍ଠିରୁ ପ୍ରଧାନ ଶିକ୍ଷକ ତିଆରି କରିଥିଲେ ଏକ ପାଚେରୀ । ହେଲେ ଏଠି ପିଲାଙ୍କ ସୁରକ୍ଷା ନୁହେଁ, ସ୍କୁଲର ପାଠପଢ଼ା ପରିବେଶ ନୁହେଁ, ଏହି ଅଞ୍ଚଳର ବିଜେଡି ଓ ବିଜେପି ସମର୍ଥକଙ୍କ ପାଇଁ ବଡ଼ ହେଲା ତାଙ୍କ ପତିଆରା ଦେଖାଇବା ।
କିଛି ଖଳ ପ୍ରକୃତିର ଲୋକ ମାନେ ଏହି ବିଦ୍ୟାଳୟ ପରିସରରେ ଆଖଡା ଶାଳ କରିବାପାଇଁ ଗତ ୧୫ ତାରିଖ ରାତିରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏବେଯାଏ fir କପି ଦିଆଯାଇନାହିଁ । fir କପି ନ ଦେଇ କିଛି ମିଛ କେସକୁ ରେଜିଷ୍ଟ୍ରର କରି ଏହି ପାଚେରୀ ଭଙ୍ଗା ଘଟଣାକୁ ଲୁଚାଇବାକୁ ପ୍ରୟାସ ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି କଣପାଇଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ? ଦେଖାଯାଉ ସରକାର ହୀନ ରାଜନୀତିରୁ ଏ ସ୍କୁଲ କୁ ବଞ୍ଚାଉଛନ୍ତି ନା ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଛାଡି ଦେଉଛନ୍ତି ।
State
ମାଲକାନଗିରି ( ଦ କୁଇଭର ) :- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''