Banner Ad

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
Published by : Jyotshna Kumari
#National
Dec 3, 2024, 11:29 AM

ଦ କୁଇଭର ବ୍ୟୁରୋ :- ଆଜି ଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୪ ତାରିଖରେ ପୁରୀରେ ଆୟୋଜିତ ନୌସେନା ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଭୁବନେଶ୍ୱରରେ କୋର୍ଟ କମ୍ପ୍ଲେକ୍ସର ଉଦଘାଟନରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ହୋଇଛି । ସେହି ଆଧାରରେ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଦିଲ୍ଲୀ ଅପରାହ୍ନ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ସିଧାସଳଖ କାରକେଡ ଯୋଗେ ୫.୩୦ମିନଟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ୬.୨୫ରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ‌ । ପରଦିନ ଅର୍ତାତ ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।


ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।ପରେ ୩.୫୫ରେ ନୌସେନା ଦିବସରେ ଯୋଗ ଦେବା ପାଇଁ ବାହାରିବେ । ଏନେଇ ପୁରୀ ରାଜଭବନ ପରିସରରେ ଗାର୍ଡ ଅଫ ଅନର ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ବ୍ଲୁ ଫ୍ଲାଗ ବିଚରେ ହେଉଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୪୦.୦୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ନୌସେନାର ଚିତ୍ତାକର୍ଷକ କୋଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ ।ପରେ ୬ ତାରିଖରେ ସକାଳ ୦୯.୦୫ରେ ରାଜଭବନରୁ ବାହାରି ଏଜି ଛକ ସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ୦୯.୧୫ ପର୍ଯ୍ୟନ୍ତ ସେଠାରେ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବା । ପରେ ୦୯.୨୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ କଲିକତା ବିମାନ ବନ୍ଦର ଅଭିମୁଖେ ଗସ୍ତ କରିବେ ।


ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ କାରକେଡ ବ୍ୟବସ୍ଥା କରାଯାଇଛି । ଏହାସହ ସୁରକ୍ଷାକୁ ନେଇ ବ୍ୟାରିକେଡ ସହ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରଯାଇଛି । କମିସନରେଟ ପୋଲିସର ପାଖାପାଖି ୬୯ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଏୟାରପୋର୍ଟ, ରାଜଭବନ, କଳ୍ପନା ଛକ, ଏଜି ଛକ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ସମ୍ପୂର୍ଣ୍ଣ କାର୍ଯକ୍ରମ ଉପରେ ନଜର ରଖିବ ପୋଲିସ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନୂଆପଡା ଗସ୍ତ

Blog Thumbnail

ନୂଆପଡା( ଦ କୁଇଭର ):- ଦୁଇ ଦିନିଆ ନୂଆପଡ଼ା ଗସ୍ତ ରେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଗତକାଲି ସନ୍ଧ୍ୟା ସମୟ ରେ ସେ ନୂଆପଡ଼ା ପହଞ୍ଚିଥିଲେ। ତାଙ୍କୁ ଜିଲ୍ଲା ବିଜେପି ତରଫରୁ ଭବ୍ୟ ସ୍ବାଗତ କରି ବିଜେପି କାର୍ଯ୍ୟାଳୟ ରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ରୁ ଶହ ଶହ ବିଜେପି ନେତା ଓ କର୍ମି ମାନେ ଯୋଗ ଦେଇଥିଲେ, ମନ୍ତ୍ରୀ ବିଜେପି ର ନବ ନିର୍ବାଚିତ ମଣ୍ଡଲ ସଭାପତି ଓ କର୍ମକର୍ତା ମାନଙ୍କୁ ଏହି ଅବସର ରେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଆଜି ପ୍ରାତଃ ରେ ନୂଆପଡା ର ଏକତା ଛକ ରେ ଆୟୋଜିତ ଚା ଖଟି ରେ ମନ୍ତ୍ରୀ ଯୋଗ ଦେବା ସହ ବଣିକ ସଂଘ ଓ ନୂଆପଡା ର ସ୍ଥାନିୟ ଲୋକ ବରିଷ୍ଠ ନାଗରିକ ମାନଙ୍କ ସହ ଚା ଖାଇ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ଚା ଖଟି ରେ ସ୍ଥାନିୟ ଲୋକ ମାନେ ମନ୍ତ୍ରୀ କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ନୂଆପଡା ଜିଲ୍ଲା ସମେତ ଓଡିଶା ର କୌଣସି ଲୋକ ଭୁମି ହିନ ରହିବେ ନାହି ବୋଲି କହିବା ସହ ନୂଆପଡା ଜିଲ୍ଲା ରେ ଅନେକ ଅଣ ରାଜସ୍ବ ଗାଁ ରହିବା ସହ ଅନେକ ଲୋକ ଭୁମି ହିନ ରହିଛନ୍ତି ସେହିଭଳି ଆଦିବାସୀ ସଂପ୍ରଦାୟ ର ଅନେକ ଲୋକ ଜମି ପଟା ପାଇଁ ନାହାନ୍ତି ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ,ଏହା ବ୍ୟତିତ ବଡ ବଡିଆ ଲୋକ ମାନେ ଯେଉ ସରକାରୀ ଜମି ଜବରଦଖଲ କରିଛନ୍ତି ସେହି ଜମି କୁ ଛଡେଇ ରାଜସ୍ବ ବିଭାଗ ଅଧିନ କୁ ଅଣାଯିବ ବୋଲି କହିଥିଲେ । ପରେପରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ଆୟୋଜିତ ବର୍ଦ୍ଧିତ ବାର୍ଦ୍ଧକ୍ୟ ଓ ଡିବ୍ୟାଙ୍ଗ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପରେ କୋମନା ର ଏକ ଓ ଖଡ଼ିଆଳ ରେ ଏକ କର୍ମୀ ସମ୍ମିଳନୀ ରେ ଯୋଗଦେଇ ସ୍ଥାନୀୟ ସମସ୍ୟା ବୁଝିବା ସହ କର୍ମୀ ଙ୍କୁ ସଂଗଠିତ ପାଇଁ ବାର୍ତ୍ତା ଦେଇଥିଲେ । ଜିଲ୍ଲା ରେ ଅନେକ ସମସ୍ୟା ଅଛି ଆଗକୁ ଏହାର ସମାଧାନ ପାଇଁ ପ୍ରତି ସରକାର ଗୁରୁତ୍ବ ଦେବେ ବୋଲି କହିଛନ୍ତି ।



State

ଦାମୀ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୋଲିସ

Blog Thumbnail

ଯଶିପୁର( ଦ କୁଇଭର ):-- ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ଏଥିରେ ସଂପୃକ୍ତ ଜଣେ ଗଞ୍ଜେଇ ମାଫିଆ ଗିରଫ ।କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ । ତେବେ ସୂଚନାରୁ ଯାହା ଜଣାପଡିଛି ଆଜି ସକାଳୁ ସକାଳୁ କୌଣସି ବିଶେଷ ସୂତ୍ରରୁ ଫୁଲବାଣୀ ରୁ ମୟୂରଭଞ୍ଜ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ ଯଶୀପୁର ହାଟ ପଡ଼ିଆ ଠାରେ ଛକି ବସିଥିଲା ଯଶିପୁର ପୋଲିସ । ହଠାତ୍ ପୋଲିସ୍ କୁ ଦେଖି ମାଫିଆ ଜଣକ ଗାଡ଼ି ଛାଡି ଫେରାର ହୋଇଯାଉଥିବା ସମୟରେ ଯଶିପୁର ପୋଲିସ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଏବଂ ସଦଳବଳ ହୋଇ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଛି ପୋଲିସ୍ । ଅଭିଯୁକ୍ତ ଗଞ୍ଜେଇ ମାଫିଆଙ୍କ ସହିତ ୧ କ୍ୟୁଣ୍ଟାଲ ୭୩ କେଜି ଗଞ୍ଜେଇ ଭର୍ତ୍ତି ଦାମୀ କାର ଜବତ୍ କରିଛି ପୋଲିସ୍। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ତେବେ ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ସୀତାରାମ ବେହେରାଙ୍କ ପୁଅ ଯତୀନ କୁମାର୍ ବେହେରା ବୟସ ୨୫ ବୋଲି ଜଣା ପଡିଛି । ଏ ନେଇ ଯଶିପୁର ପୋଲିସ କେସ ନମ୍ବର ୧୬/୨୫ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରିରଖି ଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।



Education,State

ପକ୍ଷୀ ଗଣନାକୁ ନେଇ ମକଡ୍ରିଲ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Blog Thumbnail

ନୂଆପଡା( ଦ କୁଇଭର ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ତରଫରୁ ଆସନ୍ତା ୧୮ ତାରିଖ ରେ ହେବାକୁ ଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ (ତିଖାଳୀ) ଠାରେ ମକଡ୍ରିଲ୍ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ACF ପ୍ରସନ୍ନଜିତ ନାଏକ ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ରେଞ୍ଜର ଜୟଦେବ ମାଝୀ ଙ୍କ ସମେତ ସମସ୍ତ ଫରେଷ୍ଟର ଓ ବନ ସୁରକ୍ଷା କର୍ମୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ କିପରି ଭାବରେ ପକ୍ଷୀ ଗଣନା କରାଯିବ, ପକ୍ଷୀ ର ସୁରକ୍ଷା, କେତେ ପ୍ରକାର ପକ୍ଷୀ ଅଛନ୍ତି, ସେମାନଙ୍କ ସୁରକ୍ଷା ସହ ପରିବେଶ ସନ୍ତୁଳନ ଉପରେ ଉପସ୍ଥିତ ଅଧିକାରୀ ମାନେ ଉପସ୍ଥିତ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ ସ୍ଥାନୀୟ ନାଗରିକ ଙ୍କୁ ବୁଝାଇଥିଲେ । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆସନ୍ତା୧୮ତାରିଖ ରେ ଥିବା ବେଳେ ଖଡ଼ିଆଳ ରେଞ୍ଜ ପକ୍ଷ ରୁ ନଅ ଗୋଟି ଟିମ ତିଆରି କରି ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି , ଲୋକେ କିଭଳି ଆହୁରି ସଚେତନ ହୋଇ ପାରିବେ ସେଥି ପାଇଁ ଗଣମାଧ୍ୟମ ର ଭୂମିକା ଆହୁରି ଗୁରୁତ୍ଵ ପୂର୍ଣ୍ଣ ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ମଧ୍ୟ ଆଗକୁ ଆସିବା ଜରୁରୀ ବୋଲି ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଖଡ଼ିଆଳ ACF କହିଥିଲେ ।



State

ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ୨୦୨୫ ଉଦଘାଟିତ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଆନନ୍ଦ ଉଲ୍ଲାସକୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମଙ୍ଗଳବାର ମାରଦା ମହୋତ୍ସବ ୨୦୨୫ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ମାରଦା ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜେ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜେ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।


State

ଉଦ୍ଧତ ସେବାୟତ, ଖାମଖିଆଲି ସରକାର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଠାକୁରଙ୍କୁ ନେଇ ତାମସା ଚଲେଇଛନ୍ତି ସେବାୟତ ଓ ସରକାର । ତିନିଦିନ ଧରି ଲିଙ୍ଗରାଜଙ୍କ ନୀତି ବନ୍ଦ। ଉଦ୍ଧତ ସେବାୟତ ମାନେ ସବୁ ସୀମା ପାରକରିଦେଇଛନ୍ତି । ରାଜନୈତିକ ଛତ୍ରଛାୟାରେ ସେବାୟତ ମାନେ ରହୁଥୁବାରୁ ମଣିଷ ମାନୁନାହାନ୍ତି । ମଣିଷତ ଛାଡ଼ ଭଗବାନଙ୍କୁ ବି ମାନୁନାହାନ୍ତି । ସେଥି ପାଇଁ ଲିଙ୍ଗରାଜଙ୍କ ଶହ ଖେଳୁଛନ୍ତି । ଆମେ ଏଥି ପାଇଁ ଏଠି କହୁଛୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ୩ ଦିନ ହେଲାଣି ଉପବାସ ରଖିଛନ୍ତି । ନା ମହାପ୍ରଭୁ ସ୍ନାନ ଜଳଲାଗି ହୋଇପାରୁଛନ୍ତି । ନା କୌଣସି ନୀତି ହେଉଛି ।


ଲିଙ୍ଗରାଜଙ୍କୁ ପ୍ରତେକ ସମୟରେ ଜଳଲାଗି କରାଯିବାର ବିଧି ରହିଛି । ବିନା ଜଳଲାଗିରେ ଶିବଙ୍କୁ ରଖାଯାଏ ନାହିଁ । କିନ୍ତୁ ଏଠି ସେବାୟତ ମାନେ ଭଗବାନଙ୍କ ସବୁ ନୀତି ପରମ୍ପରାକୁ ଭାଙ୍ଗିଦେଇ ନିଜ ସ୍ୱାର୍ଥକୁ ଆଗରେ ରଖିଛନ୍ତି । ନୀତିକଲେ ଆଧିପତ୍ୟ ରହିବ ଟଙ୍କା ପାଖରେ । ସେଥିପାଇଁ ସେବାୟତ ମାନେ ପରମ୍ପରାକୁବି ଭାଙ୍ଗି ଦେଇଛନ୍ତି ।


ମକରସଂକ୍ରାନ୍ତି ପୂର୍ବଦିନ ନୀତିକରିବାକୁ ନେଇ ହୋଇଥିବା ବିବାଦ ଆଜି ପର୍ଯ୍ୟନ୍ତ ତୁଟୁନି । ନା ପ୍ରଶାସନ ମୁଣ୍ଡପୁରାଉଛି ନା ଆଇନ ବିଭାଗ । ଭୁବନେଶ୍ୱରରେ ରହୁଥୁବା ଆଇନ ମନ୍ତ୍ରୀ ବି ପ୍ରତି କଥାରେ କଥା କହନ୍ତି । ହେଲେ ଲିଙ୍ଗରାଜ ମହାପ୍ରଭୁ ୩ ଦିନ ହେଲାଣି ଉପବାସ ଅଛନ୍ତି ତାଙ୍କର ନିଦ ବି ଭାଙ୍ଗୁନି । ନିଜ ବିଭାଗଠୁ ଆଗକୁ ଯାଇ ଅନ୍ୟବିଭାଗରେ ମୁଣ୍ଡପୁରାଉଥୁବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ନୈତିକ ଦାୟିତ୍ୱ ବି ନାହିଁ । ଲିଙ୍ଗରାଜମହପ୍ରଭୁଙ୍କର ନୀତି କିଭଳି ଶୃଙ୍ଖଳିତ କରାଯିବ, ସେ ସେଥି ପ୍ରତି ଧ୍ୟାନ ଦେଇନାହାନ୍ତି । ତିନିଦିନପରେ ନିଦ ଭାଙ୍ଗିଛି ଆଇନ ମନ୍ତ୍ରୀଙ୍କର । ତରବର ହୋଇ କହିଛନ୍ତି, ଆଜି ବୈଠକ ହେବ ନିରଯ୍ୟାଶ ବାହାରିବ । ଆମେ କଠୋର ହେବୁ ।


ଭିତିରି ସୂତ୍ରରୁ ଯାହା ଖବର ମିଳିଛି । ବିଜେପି ବିଜେଡିର ବିବାଦ ପାଇଁ ଏଠି ଠାକୁରଙ୍କୁ ବଳି ପକାଯାଉଛି । କିଛି ଅଶୋକ ପଣ୍ଡାଙ୍କ ସମର୍ଥକ ଥିବା ବେଳେ କିଛି ବିଜେପି ସମର୍ଥକ ଏ ବିବାଦକୁ ବଢା଼ଉଚ୍ଛନ୍ତି । ରାଜନୈତିକ ଘିଅ ପଡୁ଼ଥୁବାରୁ ଲିଙ୍ଗରାଜଙ୍କ ନୀତି ବିଗିଡି ଯାଇଛି । ଏଭଳି ସେବାୟତ ଏବଂ ନେତାମାନଙ୍କ ବିରୁଦ୍ଧରେ କି ପଦକ୍ଷପ ହେବା କଥା ତାହା ଜନ ସାଧାରଣ କୁହନ୍ତୁ ଓ ସରକାର ନିଅନ୍ତୁ । ଦେଖାଯାଉ ଆଇନ ମନ୍ତ୍ରୀ ତାଙ୍କ ପଦକ୍ଷେପରେ ସଫଳ ହେଉଛନ୍ତି ନା ସେବାୟତ ମାନେ ତାଙ୍କୁ ଲଲିପପ ଧାରଉଛନ୍ତି ।



State

ଜାନୁଆରୀ ଶେଷସୁଦ୍ଧା ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :-:ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ KYC ଅପଡେଟ୍‌ କଲେ କିମ୍ୱା ଅପଟ୍ ଇନ୍‌ କଲେ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ। କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଆହୁରି ମଧ୍ୟ କହିଛନ୍ତି, ୩୧ ହଜାର ହିତାଧିକାରୀ ସୁଭଦ୍ରାରୁ ଅପଟ୍ ଆଉଟ୍‌ ହୋଇଥିଲେ, ସେମାନେ ନିଜ ଇଚ୍ଛାରେ ଅପଟ୍ ଆଉଟ୍ ହୋଇଛନ୍ତି ବୋଲି ଆମେ ଭାବିଥିଲୁ। ହେଲେ ସେମାନେ ବାଉଳାରୁ ଅପଟ୍‌ ଆଉଟ୍ ହୋଇଯାଇଥିବା ଆମକୁ ଦରଖାସ୍ତ ଦେଇଥିଲେ। ତେଣୁ ଆମେ ତାଙ୍କୁ ଅପଟ୍‌ ଇନ୍‌ର ସୁଯୋଗ ଦେଇଥିଲୁ।୧୭ ଜଣ ହିତାଧିକାରୀ ଅପଟ୍‌ ଇନ୍ ହେଲେଣି। ବାକି ୧୪ ହଜାର ମହିଳା ଅପଟ୍‌ ଇନ୍ କରିନାହାନ୍ତି। ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରି କରିଥାଇପାରନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।


ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ KYC ଅପ୍‌ଡେଟ୍ କରି ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍‌ଡେଟ୍ କରି ଦିଅନ୍ତୁ। ସରକାର ପର୍ଯ୍ୟାପ୍ତ ସମୟ ଦେଉଛନ୍ତି,ଯେଉଁମାନେ KYC କରିନାହାନ୍ତି, ଶୀଘ୍ର କରି ଦିଅନ୍ତୁ। ଯେତେ ଶୀଘ୍ର କରିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନେ KYC କରିବେ ନାହିଁ, ସେମାନେ ଜାନୁଆରୀରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ। ଯଦି ମାର୍ଚ୍ଚ ମାସରେ ହିତାଧିକାରୀ KYC କରିବେ,ତାହାହେଲେ ସେମାନେ ମାର୍ଚ୍ଚ ୮ ରେ ୨ଟି କିସ୍ତିର ସୁଭଦ୍ରା ଟଙ୍କା ପାଇବେ।

State

ଭାଇର ଧାରୁଆ ମାରଣାସ୍ତ୍ରରେ ଭଉଣୀର ମୃତ୍ୟ

Blog Thumbnail

ଗଞ୍ଜାମ, ଆସିକା ( ଦ କୁଇଭର ):- ଭଉଣୀର ବେକକୁ ଧାରୁଆ ଅସ୍ତ୍ର ରେ କାଟି ମୁଣ୍ଡ କୁ ଛେଚି ହତ୍ୟା କରି ଫେରାର ହୋଇଛି ଭାଇ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସିକା ଥାନା ଗୁଣ୍ଟପଡା ପଂଚାୟତର ରାଇପୋଲି ଗ୍ରାମରେ। ଗ୍ରାମର ଶତ୍ରୁଘ୍ନ ପାତ୍ରଙ୍କ ପୁଅ ୪୫ ବର୍ଷୀୟ ବାବାଜୀ ପାତ୍ର ନିଜ ବିବାହିତ ଭଉଣୀ ଲକ୍ଷ୍ମୀ ମହାନ୍ତିଙ୍କୁ ଆଜି ସକାଳ ୫ଟା ସମୟରେ ଘର ଭିତରେ ଲୁକ୍କାୟିତ ଭାବେ ପଶି ନିର୍ମମ ଭାବେ ହତ୍ୟା କରିଛି। ଘର ଭିତରେ ଲକ୍ଷ୍ମୀ ଙ୍କ ରକ୍ତ ଜୁଡ଼ୁବୁଡୁ ଶରୀର ପଡିଥିବା ବେଳେ ଘଟଣା ସ୍ଥଳରେ ଆସିକା ପୋଲିସ ପହଁଚି ଘରକୁ ବନ୍ଦ କରି ସାଇଣ୍ଟିପିକ ଟିମକୁ ଅପେକ୍ଷା କରିଛି। ମୃତ ଲକ୍ଷ୍ମୀ ର ଚତୁର୍ଥ ଶ୍ରେଣୀ ପଢ଼ୁଥିବା ପୁଅ ଗ୍ରାମରେ ବସି ମା'କୁ ଦେଖିବାକୁ ଅପେକ୍ଷା କରିଛି l ଅନ୍ୟ ପଟେ ପାଳିତ ମା' ମଧ୍ୟ ଘରେ ଦ୍ୱାରରେ ବସି କାନ୍ଦିବାରେ ଲାଗିଛି l ଆସିକା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି l ଅନ୍ୟ ପଟେ ଭଉଣୀକୁ ହତ୍ୟା କରି ଭାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି l


State

ପାରଳାଖେମୁଣ୍ଡିରେ ଚାରୋଟି ବାଲି ବୋଝେଇ ଟ୍ରାକ୍ଟର ଅଟକ

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ଖଣି ଅଧିକାରୀଙ୍କ ଦ୍ବାରା ଚାରୋଟି ବାଲି ବୋଝେଇ ଟ୍ରାକ୍ଟର ଅଟକ। ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଆଡୁ ପାରଳାଖେମୁଣ୍ଡି କୁ ଆସୁଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର ଅଟକ ରଖିଛି ବିଭାଗ । ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିବା ବେଳେ ବାଲି ଟ୍ରାକ୍ଟର ଡ୍ରାଇଭର ଆବଶ୍ୟକୀୟ କାଗଜପତ୍ର ଦେଇପାରିନଥିଲେ । ଏହାପରେ ଖଣି ବିଭାଗ ଟ୍ରାକ୍ଟର ଗୁଡିକୁ ଜବତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ହସ୍ତାନ୍ତର କରିବା ସହ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲା ଖଣି ଅଧିକାରୀ ଦ୍ବୀପେନ୍ ପରିଡ଼ା । ତେବେ ଗତକାଲି ଠାରୁ ୪ଟି ଟ୍ରାକ୍ଟର ବାଲି ବୋଝେଇ ହୋଇ ପାରଳାଖେମୁଣ୍ଡି ପୋଲିସ ଥାନାରେ ପଡିରହିଛି । ବର୍ତ୍ତମାନ ଯାଏ କୌଣସି ଟ୍ରାକ୍ଟରକୁ ମୁକୁଳା ଯାଇନାହିଁ । ସୁଚନା ଥାଉକି ଜିଲ୍ଲାରେ ବାଲି ଉତ୍ତୋଳନ ବନ୍ଦ ରହିଥିବା ବେଳେ ପ୍ରତିଦିନ ରାତିରେ କେଉଁଠୁ ଆସୁଛି ଶହ ଶହ ବାଲି ବୋଝେଇ ଟ୍ରାକ୍ଟର । ଗତ ମଙ୍ଗଳବାର ରାତିରେ ଖଣି ବିଭାଗ ଧରିଛି ୪ଟି ଟ୍ରାକ୍ଟର । ହେଲେ ପ୍ରତିଦିନ ଏଭଳି ଶହ ଶହ ଟ୍ରାକ୍ଟରରେ ବାଲି ବୁହା ହେଉଛି ତାହାର କୌଣସି ହିସାବ ନାହିଁ । ଜିଲ୍ଲାରେ ବାଲି ମାଫିଆ କିଭଳି ସକ୍ରିୟ ହୋଇ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି ତାହା ଏହି ଘଟଣା ରୁ ସ୍ବଷ୍ଟ ଅନୁମେୟ । କାରଣ ଜିଲ୍ଲାରେ କୌଣଶି ବାଲି ଘାଟରୁ ବାଲି ଉଠାଣ ପାଇଁ ଅନୁମତି ନାହିଁ , ତେଣୁ ବାଲି ଉତ୍ତୋଳନ ସମ୍ପୁର୍ଣ୍ଣ ରୂପେ ବନ୍ଦ ରହିଛି , କିନ୍ତୁ ରାତି ଅଧିଆ କେଉଁ ଠାରୁ ବାଲି ଆସୁଛି କେମିତି ଆସୁଛି ତାହା ଏବ ପ୍ରଶାସନର କାଢୁଆ ପଣକୁ ପଦାରେ ପକାଇଛି । ତେବେ ଏଭଳି କଳାକାରବାର କୁ ରୋକିବା ପାଇଁ କେବଳ ନାମକୁ ମାତ୍ର କିଛି ଟଙ୍କା ଜରିମାନା ଆଦାୟ କରି ଛାଡି ଦେଉଥିବା ଚୋରା ଚାଲାଣକୁ ପ୍ରଶୟ ଦେଲାଭଳି ମନେ ହେଉଛି । ଏହାର ମୂଳ ଉତ୍ତପାଟନ ଦିଗରେ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଆଵଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Politics

ଧରିବେ ନା ଡିଲ କରିବେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?

ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।

ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?


Health & lifestyle

ବ୍ରହ୍ମପୁର ବଡମେଡିକାଲ ରୁ ରୋଗୀ ଗାଏବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ ମେଡିକାଲ ମେଡ଼ିସିନ ୱାର୍ଡରୁ ରୋଗୀ ଗାଏବ ହୋଇଥିବା ସୂଚନା ମିଳିଛି l ୭୭୯ ନମ୍ବର ବେଡ଼ରେ ରୋଗୀ ସତ୍ୟଭାମା ବିଷୋୟୀ ଚିକିତ୍ସା ହେଉଥିବା ବେଳେ ଆଜି ସକାଳୁ କୁଆଡେ ଚାଲିଯାଇଥିବା ଜଣାପଡିଛି l ଏ ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି l ଗତ ସୋମବାର ଦିନ ସ୍ୱାସ୍ଥ୍ୟ ଖରାପ ହେବାରୁ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଗଞ୍ଜାମ ସୋରଡ଼ା ରାଧାକୃଷ୍ଣପୁର ଅଞ୍ଚଳର ଅର୍ଜୁନ ବିଷୋୟୀଙ୍କ ସ୍ତ୍ରୀ ସତ୍ୟଭାମା ବିଷୋୟୀ l ସତ୍ୟଭାମାଙ୍କ ନିକଟରେ ସ୍ୱାମୀ, ଝିଅ ସବୁ ଉପସ୍ଥିତ ଥିଲେ କିନ୍ତୁ ଭୋର ସକାଳୁ ଶୌଚ କରିବାକୁ ନେଇ ବେଡ଼କୁ ଆଣିଥିଲେ l ପରେ ଉପସ୍ଥିତ ଥିବା ସମ୍ପର୍କୀୟ, ପରିବାର ସଦସ୍ୟ ଶୋଇଥିବା ସମୟରେ ସତ୍ୟଭାମା କେଉଁଆଡ଼େ ଗାଏବ ହୋଇଯାଇଥିବା କହିଛନ୍ତି ପରିବାରବର୍ଗ l ଏ ନେଇ ମେଡିକାଲ କତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଜଣାଇବାପରେ ମେଡିକାଲ କତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି l ତେବେ ମେଡିକାଲ ଭିତରେ ସୁରକ୍ଷା କର୍ମୀ ପହରା ଦେଉଥିବା ବେଳେ ରୋଗୀ ଜଣକ କେମିତି କୁଆଡେ ଚାଲିଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ?

Health & lifestyle,State

ଆକାଶଛୁଆଁ ସୁନାଦାର,ସପ୍ତାହେରେ ବଢିଲାଣି ୪ ହଜାର ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରତିଦିନ ବଢୁଛି ସୁନାଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ରହିଛି ୭୩ ହଜାର ୯୦୦ ଟଙ୍କା। ୫ ଦିନ ତଳେ ଏହି ଦାମ୍ ରହିଥିଲା ୭୧ ହଜାର ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ବିଶ୍ବ ବଜାରରେ ଅସ୍ଥିରତା, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାରେ ଅଧିକ ନିବେଶ ଯୋଗୁ ଚାହିଦା ବଢିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି।


ପ୍ରାୟ ଦେଢ଼ ମାସ ଧରି ସୁନା ଦର ସ୍ଥିର ରହିଥିଲା। ୧୦ ଗ୍ରାମକୁ ପାଖାପାଖି ୭୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ବିଶ୍ବ ବଜାରରେ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ। କାରଣ ମାସେ ଭିତରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଶହେ ଡଲାର ବଢିଛି।ସେହିପରି ଡଲାର ତୁଳନାରେ ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଯାହାର ପ୍ରଭାବ ସୁନା ଦର ଉପରେ ବି ପଡୁଛି।

Sports

ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ : ବିସିସିଆଇ

Blog Thumbnail

ଦ କୁଇଭର ବ୍ୟୁରୋ :- ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ସ୍ବପ୍ନ ଧୂଳିସାତ୍ ପରେ ଖେଳାଳିଙ୍କୁ ଏଭଳି ଚମରବାଣୀ ଶୁଣାଇ ଦେଇଛି ବିସିସିଆଇ । କଠୋର ନିଷ୍ପତ୍ତି ସହ ଜାରି ହୋଇଛି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍ । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ଏହି ଗାଇଡଲାଇନ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଖେଳାଳିଙ୍କ ପାଇଁ ରହିଛି କଠୋର କଟକଣା । ପ୍ଲେୟାରଙ୍କ ବ୍ୟକ୍ତିଗତ ଆରାମ, ଟ୍ରାଭେଲ ପିଲିସି, ପରିବାରର ଉପସ୍ଥିତି ସହ ବ୍ୟକ୍ତିଗତ ବିଜ୍ଞାପନ ଉପରେ ବି ଅଙ୍କୁଶ ଲଗାଇଛି ବିସିସିଆଇ l

State

ୟୁଥମାସ ସେବା ସଂଘର ୧୫ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ

Blog Thumbnail

ଛତ୍ରପୁର( ଦ କୁଇଭର ):- ୟୁଥମାସ ସେବା ସଂଘର ୧୫ତମ ବାର୍ଷିକ ଉତ୍ସଵ ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥମାସ୍ ସେବା ସଂଘର ୧୫ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଚଣ୍ଡିଛକରେ ସଭାପତି ବନମାଳୀ ନେପାକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂଘର ଉପସଭାପତି କେ.ରମେଶ, ଉପଦେଷ୍ଟା ବି.ଶ୍ରୀନିବାସ, ସେଣ୍ଟ୍ ଜାଭିୟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ସ୍ମୃତିରେଖା ବେହେରା, ତ୍ରିଲୋଚନ ବେହେରା ଓ ଏମ.ରାଜେଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ପାଦକ ସୟଦ ମୁକ୍ତାର ବାର୍ଷିକ ବିବରଣୀ ପାଠ ସହ ସଂଯୋଜନା କରିଥିଲେ। ବିଶିଷ୍ଟ କଳାକାର, ସାମାଜିକକର୍ମୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବିଭିନ୍ନ ନୃତ୍ୟ ସଂଗଠନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଗତ ସପ୍ତାହରେ ଅନୁଷ୍ଠିତ ଭଲିବଲ୍‌ ଟୁର୍ନାମେଣ୍ଟ୍‌ର ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା ।

State

ଖୁବଶିଘ୍ର ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ସୂଚନା

Blog Thumbnail

ଦ କୁଇଭର ବ୍ୟୁରୋ :- ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା l ଏନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ଦାବି ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ରାଜ୍ୟରେ ହେବ ସର୍ବାଧିକ ସକ୍ଷମ ଅଙ୍ଗନବାଡ଼ି । ଏହାସହ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।

State,Politics

ଟାଟା ପାୱାରକୁ ମାଡ଼ ଜରୁରୀ

Blog Thumbnail

ବ୍ରହ୍ମପୁର(ଦ କୁଇଭର): ଟାଟା ପାୱାର ଗ୍ରାହକ ଶୋଷଣ ବା ଲୁଟ ପାଇଁ ନୂଆ ରାସ୍ତା ବାହାର କରିଛି । ଡିଜିଟାଲ ମିଟର ଠିକ ଥିଲେ ମଧ୍ୟ ଖରାପ କରିଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ୨ ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ବିଜୁଳୀ ସମାନ ଜାଳିବେ, ହେଲେ ବିଲ ଦେବେ ଅଧିକ । ଏହାକୁ ଲୋକେ ବିରୋଧ କରୁଛନ୍ତି । ହେଲେ ଟାଟା ପାୱାର କାଳେ ରାଜ୍ୟ ବିଜେପି ସରକାର ସହ ଚୁକ୍ତି କରିଛି ଏହି ଲୁଟ ପାଇଁ । ତେଣୁ ରାଜ୍ୟ ସରକାର ଚୁପ ବସିଛନ୍ତି ଆଉ ଟାଟା ଲୁଟ ଆରମ୍ଭ କରିଛି । ଏପରି ଲୁଟକୁ ସାନଖେମୁଣ୍ଡିରେ ବିରୋଧ କରାଯାଇଛି । ଟାଟା ଅଧିକାରୀ ମାନଙ୍କୁ ଘେରାଉ କରି ରଖାଯାଇଥିଲା । ସେହିପରି ପୂର୍ବରୁ ପୁରୀ ଜିଲ୍ଲା ଗୋପରେ ମଧ୍ୟ ଗୋଡ଼େଇଥିଲେ । ପୁରୀରେ ଟାଟା ଅଧିକାରୀ ମାନଙ୍କୁ ଚପଲରେ ମାଡ଼ ଦେବାକୁ ବି କୁହାଯାଇଥିଲା । ତଥାପୀ ସେମାନେ ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକଙ୍କୁ ଲୁଟିବାକୁ ଲାଗି ପଡ଼ିଛନ୍ତି ।

ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାରଙ୍କ ଭିତ୍ତିଭୂମିକୁ ନେଇ ଟାଟା ପାୱାର ବିଜୁଳୀ କର ଆଦାୟରେ ଲାଗିଛି । ପୂର୍ବରୁ ଥିବା ମିଟରରେ ବିଜୁଳୀ ଚୋରୀ ହେଉଥିବାରୁ ଡିଜିଟାଲ ମିଟର ଲାଗିଲା । ସେହି ମିଟର ବେଶ ଭଲ କାମ କରୁଛି । ପ୍ରାୟତଃ ଚୋରୀର ଅଭିଯୋଗ ନାହିଁ । ଏହାବାଦେ ଟାଟା ପାୱାର ଯଦି ମାସେ କି ଦୁଇମାସ ବିଜୁଳୀ ବିଲ ବାକି ରହିଲା, ବିଜୁଳୀ କାଟି ଦେଉଛନ୍ତି । ସେଥିପାଇଁ ବିଜୁଳୀ ବିଲ ଆଦାୟ ବି ଠିକ ହେଉଛି । ହେଲେ ସେବା ମିଳୁନାହିଁ । ଆଜି ବି ପୂରୁଣା ଭିତ୍ତିଭୂମିରେ ସେବା ଦେଉଛି ଟାଟା । ଯେଉଁଥିରେ ବିଜୁଳୀ ପରିବହନ କ୍ଷତି ବଢ଼ୁଛି ଓ ସେହି କ୍ଷତି ଗ୍ରାହକଙ୍କ ମୁଣ୍ଡରେ ବୋଳୁଛି ।

ସେଥିରେ ମନ ଭରିଲାନି ଟାଟାର । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଲାଗି ପଡ଼ିଲାଣି । ଏହା ହେଲେ ଗ୍ରାହକମାନେ ଲୁଟର ଶୀକାର ହେବେ । ସ୍ମାର୍ଟ ମିଟର ବାବଦରେ ତ ଟଙ୍କା ଦେବେ, ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଜୁଳୀ ବିଲ ଲୁଟ ହୋଇ ପାରିବ । ବିଲ ରିଡର ମାନେ କାରସାଦି କରି ସବୁ ବିଗାଡ଼ି ଦେବେ । ଯାହାକୁ ନେଇ ଏବେ ବିରୋଧ ବଢ଼ିଲାଣି । ଯଦି ଡିଜିଟାଲ ମିଟର ଠିକ ଅଛି, ତେବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ କଲେଣି । ପୂର୍ବରୁ ଡିଜିଟାଲ ମିଟର ଲଗାଇବା ବାବଦକୁ ପ୍ରତିମାସ ୪୦ ଟଙ୍କା ଲେଖାଏ ୬୦ମାସ ନେଇଛନ୍ତି । ଏବେ ସ୍ମାର୍ଟ ମିଟର ମୂଲ୍ୟ ୭ହଜାର ଟଙ୍କା । ଡିଜିଟାଲ ମିଟର ଠିକ ଥିବା ବେଳେ ସ୍ମାର୍ଟ ମିଟର ବାବଦରେ ଗ୍ରାହକଙ୍କ ଉପରେ ୭ହଜାର ଟଙ୍କା ବୋଝ ପକାଇବ । ଏହାଦ୍ୱାରା ଟାଟା ପାୱାର ରାଜ୍ୟରୁ ପ୍ରାୟ ୧୫ଶହ କୋଟି ଟଙ୍କା ଲୁଟିନେବ । ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଲ ଶୋଷଣ ବି ସୁବିଧା ହେବ । ଏକଥାକୁ ନେଇ ଆମ ଆଦମୀ ପାର୍ଟି ତାର ଅଭିଯାନ ଚଳାଇଛି । ଟାଟା ବିରୋଧରେ ଆପର ଏହି ଅଭିଯାନ ଦ୍ୱାରା ଲୋକେ ତାତିଲେଣି । ଟାଟା ସିଧା ସଳଖ ଲୁଟ କରୁଛି । ଏହି ଲୁଟ ପଛରେ ବିଜେପି ସରକାରଙ୍କ ହାତ ଥିବା କୁହାଯାଉଛି । ପ୍ରତିମାସ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ କହି ସରକାରକୁ ଆସିଥିବା ବିଜେପି ମାଗଣା ନଦେଉ ପଛେ ଶୋଷଣ ତ ନକରୁ ବୋଲି ଲୋକେ କହୁଛନ୍ତି । ଦେଖାଯାଉ ବିଜେପି ସରକାର ଟାଟାକୁ ନିୟନ୍ତ୍ରଣ କରୁଛି ନା ଲୋକେ ଟାଟା ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି?


State

ଦୁଇଦିନ ପରେ ପୁଣି ଥରାଇବ ଶୀତ

Blog Thumbnail

ଦ କୁଇଭର ବ୍ୟୁରୋ :- ଦୁଇଦିନ ପରେ ପୁଣି ଥରାଇବ ଶୀତ l ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡର ପ୍ରଭାବରୁ ବିଗତ କିଛି ଦିନ ହେବ ଶୀତ କମିବାରେ ଲାଗିଛି । କିନ୍ତୁ ପଶ୍ଚିମା ଝଡ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ l ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

State

ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ-୨୦୨୫ ଉଦଘାଟିତ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଆନନ୍ଦ ଉଲ୍ଲାସକୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମଙ୍ଗଳବାର ମାରଦା ମହୋତ୍ସବ ୨୦୨୫ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ମାରଦା ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜେ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜେ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।



State

ଗଜପତିରେ ଜିଲ୍ଲା ସ୍ତରୀୟ ଜନସେବା ଦିବସ ପାଳିତ

Blog Thumbnail

ଗଜପତି( ଦ କୁଇଭର ):- ଗଜପତିରେ ଆରମ୍ଭ ହେଲା ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ। ଜନସେବା ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନା ଅଧିନରେ ୧୪୯୪ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ୫୫୫ ଜଣ ଓ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ୧୬୪୨ ଜଣ ଓ ୮୦ ବର୍ଷ ରୁ ଉର୍ଦ୍ଧ୍ବ ୫୯୯ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୪୨୯୦ ଜଣ ହିତାଧିକାରୀ ଉପକୃତ ହୋଇପାରିବେ। ଜାନୁଆରୀ ୧୫ ତାରିଖ ସୁଦ୍ଧା ଚିହ୍ନଟ ହୋଇଥିବା ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ସମସ୍ତ ହିତାଧିକାରୀଙ୍କୁ ଆଜି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି । ଅନ୍ୟ ଯେଉଁମାନେ ଏହି ଏଥିରୁ ବାଦ ପଡିଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରି ସାମିଲ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ । ତେବେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ପ୍ରଦାନ କଲେ ଭଲ ହେବ । ଜିଲ୍ଲାର ବିଭିନ୍ନ ବ୍ଲକର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ଆବଶ୍ୟକ ରହିଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୈାରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ଜିଲ୍ଲା ସମାଜ ଅଧିକାରୀ ଙ୍କ ସମେତ ବିଭାଗର ଅନ୍ୟମାନେ ଉପସ୍ଥିତ ଥିଲେ।

State

ଝାଡଖଣ୍ଡରେ ହାତୀକୁ ହତ୍ୟା

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ପଟ୍ଟାଜୟନ୍ତୀ ଗ୍ରାମ ନିକଟରେ ଏକ ହାତୀକୁ ବିଦ୍ୟୁତ୍ ଆଘାତରେ ହତ୍ୟା କରାଯାଇ ଥିବା ଜଣାପଡିଛି। ସୂଚନାନୁସାରେ ଆଜି ସକାଳୁ ହାତୀର ମୃତଦେହ ଗ୍ରାମ ନିକଟରେ ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଝାଡ଼ଖଣ୍ଡ ବନବିଭାଗ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।