Banner Ad

୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା

୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା
Published by : Jyotshna Kumari
#State
Sep 3, 2024, 9:37 AM

ଦକୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ତଥା ପାଶ୍ୱର୍ବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି। ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ସୋମବାର ଯାଏଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ତିନି ଦିନ ଓଡ଼ିଶାରେ ସେଭଳି ବର୍ଷା ନ ଥିବା ବେଳେ ୫ ତାରିଖଠାରୁ ପୁଣି ବର୍ଷା ବଢ଼ିବ। ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

Sports

ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ : ବିସିସିଆଇ

Blog Thumbnail

ଦ କୁଇଭର ବ୍ୟୁରୋ :- ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ସ୍ବପ୍ନ ଧୂଳିସାତ୍ ପରେ ଖେଳାଳିଙ୍କୁ ଏଭଳି ଚମରବାଣୀ ଶୁଣାଇ ଦେଇଛି ବିସିସିଆଇ । କଠୋର ନିଷ୍ପତ୍ତି ସହ ଜାରି ହୋଇଛି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍ । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ଏହି ଗାଇଡଲାଇନ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଖେଳାଳିଙ୍କ ପାଇଁ ରହିଛି କଠୋର କଟକଣା । ପ୍ଲେୟାରଙ୍କ ବ୍ୟକ୍ତିଗତ ଆରାମ, ଟ୍ରାଭେଲ ପିଲିସି, ପରିବାରର ଉପସ୍ଥିତି ସହ ବ୍ୟକ୍ତିଗତ ବିଜ୍ଞାପନ ଉପରେ ବି ଅଙ୍କୁଶ ଲଗାଇଛି ବିସିସିଆଇ l

Politics

ନବଦାସଙ୍କ ହତ୍ୟାକାଣ୍ଡ ଘଟଣା : ଗୁଳି ମାରିବାବେଳେ ପିନ୍ଧିଥିବା ରକ୍ତଭିଜା ସାର୍ଟ ଗଲା କୁଆଡେ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ପୁଣି ଚର୍ଚ୍ଚାକୁ ଫେରିଲା ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଝିଅ ଦୀପାଳି ଦାସ ଗଣମାଧ୍ୟମରେ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବାର ୨୪ ଘଣ୍ଟା ନପୂରୁଣୁ ବଡ଼ ବୟାନ ଦେଇଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଗୋପାଳଙ୍କ ଓକିଲଙ୍କ ଏକ ପ୍ରଶ୍ନ, ଏବେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ କହିବା କଥା ଅନୁଯାୟୀ, ହତ୍ୟା ଘଟଣା ଦିନ ଗୋପାଳଙ୍କୁ ନବ ଦାସଙ୍କ ସୁରକ୍ଷାରେ ମୂତୟନ କରାଯାଇଥିଲା କିନ୍ତୁ ଗୋପାଳଙ୍କ ଗୁଳିରେ ନବଙ୍କ ମୃତ୍ୟୁ ହୋଇନି । କାରଣ ଘଟଣା ଘଟିବା ପୂର୍ବରୁ ଗୁଳି କିମ୍ବା ବାଣ ଫୁଟିବା ଭଳି ଏକ ଶବ୍ଦ ଗୋପାଳ ଶୁଣିଥିଲେ ତେଣୁ କାଳେ ଅଘଟଣ ଘଟିଯିବ ବୋଲି ଭାବି ସତର୍କ ହୋଇ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚାଳନା କରିଥିଲେ । ଏପରିକି ଗୋପାଳ ୩ ଥର ବ୍ଲାଙ୍କ୍ ଫାୟାରିଂ କରିଥିଲେ ବୋଲି ତାଙ୍କ ଓକିଲ ଗଣମାଧ୍ୟମରେ ବୟାନ ଦେଇଛନ୍ତି । 


ସବୁଠାରୁ ବଡ଼କଥା ହେଲା, ଗୁଳିମାଡ଼ରେ ଜୁଡ଼ୁବୁଡ଼ୁ ହୋଇଥିବା ନବଙ୍କ ରକ୍ତ ଭିଜା ସାର୍ଟ କେଉଁ ଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋପାଳଙ୍କ ଓକିଲ । କ୍ରାଇମବ୍ରାଞ୍ଚ ଦେଇଥିବା ସିଜ୍ ଲିଷ୍ଟରେ ନବ ଦାସଙ୍କ ରକ୍ତଭିଜା ସାର୍ଟଟି ମିସିଂ ଅଛି, ଯାହା ଦ୍ୱାରା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ଗୋପାଳଙ୍କ ଓକିଲ ନରେଶ ନାୟକ । ତେବେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦିନେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଗୋପାଳଙ୍କ ଓକିଲ ଦେଇଥିବା ବୟାନ ପୁଣି ଷଡ଼ଯନ୍ତ୍ର ଆଡକୁ ବଡ଼ ଇସାରା କରୁଛି l 


ଅନ୍ୟପଟେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡି ନେତା ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ଗୁଳି ମାଡ଼ ହୋଇଥିଲା ବୋଲି ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । 



State

୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ଏଥିଲାଗି ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର| ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ। ଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ। ବିଜୁ ପକ୍କାଘରର ଛାପା ବା ସିଲଟ ଘର ଆଗରେ ଅଛି, ଖୁବଶୀଘ୍ର ଲୋକେ ତାକୁ ହଟେଇଦେବେ। ବିଜୁ ପକ୍କା ଘର କୋଉଠି ଥିଲା ? ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ବାହା ବାହା ନେଉଥିଲା ପୂର୍ବ ସରକାର। ପୂର୍ବ ସରକାରର ଆନ୍ତରିକତା ନଥିଲା। ବିଜୁ ପକ୍କାଘରର ତାଲିକା ଆମ ପାଖରେ ନାହିଁ। ଆମେ ଓଡ଼ିଆ ହତଭାଗା ହେଲୁ ତାଲିକା ନାହିଁ। ବିଜୁ ପକ୍କା ଘର ନାହିଁ, କିନ୍ତୁ ଛାପା ଅଛି, ଲୋକେ କାଢିବେ , ଛାପା ବା ଘରେ ସିଲଟ ଲଗେଇଛନ୍ତି, ସେ ସିଲଟ ଉଠିବ।


ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

State

ଦାମୀ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୋଲିସ

Blog Thumbnail

ଯଶିପୁର( ଦ କୁଇଭର ):-- ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ଏଥିରେ ସଂପୃକ୍ତ ଜଣେ ଗଞ୍ଜେଇ ମାଫିଆ ଗିରଫ ।କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ । ତେବେ ସୂଚନାରୁ ଯାହା ଜଣାପଡିଛି ଆଜି ସକାଳୁ ସକାଳୁ କୌଣସି ବିଶେଷ ସୂତ୍ରରୁ ଫୁଲବାଣୀ ରୁ ମୟୂରଭଞ୍ଜ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ ଯଶୀପୁର ହାଟ ପଡ଼ିଆ ଠାରେ ଛକି ବସିଥିଲା ଯଶିପୁର ପୋଲିସ । ହଠାତ୍ ପୋଲିସ୍ କୁ ଦେଖି ମାଫିଆ ଜଣକ ଗାଡ଼ି ଛାଡି ଫେରାର ହୋଇଯାଉଥିବା ସମୟରେ ଯଶିପୁର ପୋଲିସ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଏବଂ ସଦଳବଳ ହୋଇ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଛି ପୋଲିସ୍ । ଅଭିଯୁକ୍ତ ଗଞ୍ଜେଇ ମାଫିଆଙ୍କ ସହିତ ୧ କ୍ୟୁଣ୍ଟାଲ ୭୩ କେଜି ଗଞ୍ଜେଇ ଭର୍ତ୍ତି ଦାମୀ କାର ଜବତ୍ କରିଛି ପୋଲିସ୍। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ତେବେ ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ସୀତାରାମ ବେହେରାଙ୍କ ପୁଅ ଯତୀନ କୁମାର୍ ବେହେରା ବୟସ ୨୫ ବୋଲି ଜଣା ପଡିଛି । ଏ ନେଇ ଯଶିପୁର ପୋଲିସ କେସ ନମ୍ବର ୧୬/୨୫ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରିରଖି ଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।



Politics

ବିଜେଡିରୁ ୩୦ବିଧାୟକ ଓହରିବେ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେଡିର ୩୦ରୁ ଅଧିକ ବିଧାୟକ ଓହରିଯିବେ । ଏଥିପାଇଁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଢ଼େର କସରତ ଚାଲିଛି । ମୂଲଚାଲ ପ୍ରାୟ ସରିଛି । କେବଳ ଆନୁଷ୍ଠାନିକ ଭାବେ ସେମାନେ ଡିଆଁ ମାରିବେ । ଅପେକ୍ଷା ରହିଛି ବିଜେପିର ସାଂଗଠନିକ ମୁଖିଆ ଘୋଷଣାକୁ । ଏହାପରେ ବିଜେଡି ହେବ ଦୁଇଭାଗ । ଏପରି କିଛି ସଜବାଜ ଚୂଡ଼ାନ୍ତ ହୋଇଛି । ବିଜେଡି ବିଭାଜନ ପାଇଁ ଭିକେ ପାଣ୍ଡିଆନଙ୍କ ସଦ୍ୟ ଦରବାରକୁ ବି କେତେ ଦାୟୀ କଲେଣି । ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ଏବେ ବିଜେଡି ରସି ଧରିଲେଣି । ନବୀନ ନିବାସରେ ବସି ନେତାଙ୍କ କଥା ଶୁଣିଲେଣି । ଏହାକୁ ନେଇ ଅନେକ ବରିଷ୍ଠ ଏବେ ଖପ୍ପା । କିଛି କହିପାରୁ ନାହାନ୍ତି । ତେଣୁ ବିଜେପି ସହ ହାତ ମିଳାଇ କ୍ଷମତା ହାସଲ କରିବାକୁ ସଜବାଜ ଚୂଡ଼ାନ୍ତ କଲେଣି ।

ବିଜେଡି ଭିତରେ ଥମୁନି ଅସନ୍ତୋଷ । ବିଜେପିକୁ ସାମ୍ନା କରିବା ପାଇଁ ନେତାଙ୍କ ମଧ୍ୟରେ ଦମ ପାଉନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ରହିଥିବାରୁ ବୁଦ୍ଧି ବାଟ ପାଉନାହାନ୍ତି ବିଜେଡି ନେତାଏ । ବିଜେଡି ପୁଣି ଥରେ କ୍ଷମତାକୁ ଫେରିବାର ଆଶା ବି କରିପାରୁ ନାହାନ୍ତି । ବିଜେଡି ସମୟର ଦୁର୍ନୀତିକୁ ଦଳର ପୁରୁଖାମାନେ ଜାଣିଛନ୍ତି । ଯଦି ସେ ସବୁ ବିଜେପି ଖୋଳିବ, ତେବେ ବିଜେଡି ମୂଳରୁ ଉପୁଡ଼ି ଯିବ । ସେଥିପାଇଁ କିଛି ପୁରୁଖା ଏବେ ସୁରକ୍ଷିତ ରାସ୍ତା ଖୋଜିବାରେ ବ୍ୟସ୍ତ ଅଛନ୍ତି । ବିଜେପି ତ ଦୁର୍ନୀତିର ୱାସିଂ ମେସିନ ଭାବେ ପରିଚିତ । ମହାରାଷ୍ଟ୍ର ହେଉ କି ଦିଲ୍ଲୀ ବା ମଧ୍ୟପ୍ରଦେଶ ବା ରାଜସ୍ଥାନ, ସବୁଠି ଦୁର୍ନୀତିଖୋରମାନେ ବିଜେପିରେ ସାମିଲ ହୋଇ ସଫା ହୋଇଛନ୍ତି ।

ଏହି ଅଫର ବିଜେପି ପାଖରେ ଅଛି । ବିଜେଡି ଚାହିଁଲେ ନେଇ ପାରିବ । ଏପଟେ ବିଜେଡିରେ ରହିଲେ, କ୍ଷମତା ଫେରିବାର ଆଶା ନାହିଁ । ଦଳର ମୁଣ୍ଡିଆଳ ବିଜେପି ସହ ମିଶି ରହିଛନ୍ତି । ସେମାନେ ତ ସୁରକ୍ଷିତ ଅଛନ୍ତି । କ୍ଷମତା ବି ଉପଭୋଗ କରୁଛନ୍ତି । ବିବାଦୀୟ ପାଣ୍ଡିଆନ, ଡିଏସ କୁଟ୍ଟେ, ଆଶୀଷ ସିଂ, ସୁଜାତା ରାଉତ, ବିଶାଲ ଦେବଙ୍କ ଭଳି ଅଫିସରଙ୍କର କିଛି ସମସ୍ୟା ହେଲାଣି କି? ନବୀନ ବାବୁଙ୍କ ବିରୋଧରେ ଏତେ ଦୁର୍ନୀତି ଥାଇ ତାଙ୍କୁ ଆଇନ ଧରୁଛି କି? ତେଣୁ ସେମାନେ ବିଜେପି ସହ ମିଶି ଭଲରେ ରହିଛନ୍ତି । ଏକଥାକୁ ବିଜେଡିର ଅନେକ ପୁରୁଖା ବୁଝିଲେଣି । ସେହି ପାଣ୍ଡିଆନ ଏବେ ବିଜେଡିର ମଙ୍ଗ ଧରିଲେଣି । ନବୀନ ନିବାସରେ ବସି ଦରବାର ଚଳାଇଲେଣି । ନେତା ମାନଙ୍କ ପାଖରୁ ପ୍ରସ୍ତାବ ନେଲେଣି । ସବୁକୁ ସେ ଦେଖିଲେଣି । ବରିଷ୍ଠମାନେ ପୁଣି ଦୂଆରୁ ତଡ଼ା ଖାଇଲେଣି । ଇତିମଧ୍ୟରେ କିଛି ପୁରୁଖାଙ୍କର ୨/୩ତର ବୈଠକ ବି ହୋଇ ସାରିଛି । ସେମାନଙ୍କର ଯୋଗସୂତ୍ର ସରିଛି । ଏଥିରେ କାଳେ ନୟାଗଡ଼ ବିଧାୟକ ଅଗ୍ରଣୀ ଭୂମିକା ନେଉଛନ୍ତି ।

ଅପେକ୍ଷା ଅଛି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ସଭାପତି ଘୋଷଣା । ଏହା ଘୋଷଣା ହେବା ପରେ ଏକ ବଡ଼ ଉତ୍ସବ ଆୟୋଜିତ ହେବ । ସେଥିରେ ବିଜେଡିକୁ ବିଭାଜନ କରି ୩୦ରୁ ଅଧିକ ବିଧାୟକ ବିଜେପିରେ ସାମିଲ ହେବେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ମନ୍ତ୍ରୀପଦ ବି ମିଳିବ । ସେଥିପାଇଁ ମୋହନ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସ୍ତାବକୁ କେନ୍ଦ୍ରରେ ଚାପି ରଖାଯାଇଛି । ସବୁ କାରସାଦି ସରିଛି । କେବଳ ଆନୁଷ୍ଠାନିକ ଭାବେ କାମ ହେବାକୁ ବାକି ଅଛି । ଦେଖାଯାଉ ବିଜେପି କେତେଶୀଘ୍ର ବିଜେଡିରୁ ତାର ବିଧାୟକ ମାନଙ୍କୁ ଖସାଇ ନେଉଛି?


International

ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।


ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ୧୦. ୩୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।

Sports

ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଇତିହାସ ରଚିଲା ଭାରତ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା ।ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ମଧ୍ୟ ଖୋ ଖୋ ଫାଇନାଲ ମ୍ୟାଚରେ ନେପାଳକୁ ହରାଇ ବିଶ୍ୱ ବିଜେତା ଟାଇଟଲ ହାସଲ କରିଛନ୍ତି । ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଛି ଭାରତୀୟ ପୁରୁଷ ଟିମ୍ । ପ୍ରତୀକ ଓ୍ବାଇକରଙ୍କ ଉଚ୍ଚକୋଟୀର କ୍ୟାପଟେନ୍ସି ଓ ରାମଜୀ କଶ୍ୟପଙ୍କ ଦକ୍ଷତାପୂର୍ଣ୍ଣ ଖେଳ, ଟିମକୁ ବିଜୟର ବାଟ ଦେଖାଇଥିଲା । ପୁରୁଷ ଓ ମହିଳା ଖୋ ଖୋ ଟିମର ଏହି ସ୍ୱର୍ଣ୍ଣିମ ସଫଳତାରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

State

ଆସିକା ଚିନି କାରଖାନାରେ ଆଖୁପେଢା ଆରମ୍ଭ

Blog Thumbnail

ଗଞ୍ଜାମ,ଆସିକା ( ଦ କୁଇଭର ):- ଆଜି ଆରମ୍ଭ ହେଲା ଆସିକା ଚିନି କାରଖାନାର ଚଳିତ ବର୍ଷ ର ଆଖୁ ପେଢା କାର୍ଯ୍ୟକ୍ରମ lଏସିଆ ମହାଦେଶର ସର୍ବ ପୁରାତନ ଆସିକା ଚିନିକାରଖନା ରେ ଚଳିତ ବର୍ଷ ଆଖୁ ପେଢା ଋତୁ ର ଅନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି l ଆଜି ଚିନି କାରଖାନା ପରିସରରେ ପରିଚାଳନା ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର ପଣ୍ଡା ହୋମ ପୂଜା କରି କତୃପକ୍ଷ କର୍ମଚାରୀ, ଶ୍ରମିକ, ଚାଷୀ ମାନଙ୍କ ମିଳିତ ସହଯୋଗ ରେ ଆଖୁ ରୁ ଚିନି ଉତ୍ପାଦନ କାମ ଆରମ୍ଭ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଚିନିକାରଖାନା ର ପରିଚାଳନା ପରିଷଦ ର ସଭାପତି ରବୀନ୍ଦ୍ର ପଣ୍ଡା, ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ,,ଉପ ସଭାପତି ସ୍ନେହଳତା ଗଣ୍ଡ, ଆସିକା ସମବାୟ ଚିନିଶିଳ୍ପ ନୂଆଗାଁ ଲିଃ କୁ ଗଞ୍ଜାମ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ଆଖୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ବହୁ ସଚେତନତା କରାଯାଇଛି l ସେହି କ୍ରମରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ର ୧୬ ଗୋଟି ବ୍ଲକ ରୁ ୧୫୬୩ ଜଣ ଚାଷୀ , ନୟାଗଡ ଜିଲ୍ଲା ରେ ୭୫ ଜଣ ଆଖୁ ଚାଷ କରିଛନ୍ତି l ଗତ ୨୦୨୩-୨୪ ଆଖୁ ପେଢା ଋତୁ ରେ ମୋଟ ୪୧ ଦିନ ରେ ୦୨ହଜାର ଏକର ଚାଷ ଜମି ରେ ୪୯, ୨୫୫ ମେଟ୍ରିକଟନ ଆଖୁ ପେଢା ହୋଇଥିଲା l ସେଥିରୁ ଚିନି କାରଖାନା ୩୮୯୪୦ କୁଇଣ୍ଟାଲ ଚିନି ଉତ୍ପାଦନ ହୋଇଥିଲା l ଚଳିତ ୨୦୨୪-୨୫ ଆଖୁ ପେଢା ଋତୁ ରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ର ମୋଟ ୧୬୩୮ ଜଣ ଚାଷୀ ମାନଙ୍କ ଠାରୁ ୫0 ଦିନ ରୁ ୬୦ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ମେଟ୍ରିକଟନ ଆଖୁ ପେଢା ହେବାର ଧାର୍ଯ୍ୟ କରାଯାଇଛି l ଚଳିତ ବର୍ଷ ଆଖୁ ଚାଷୀ ମାନଙ୍କ ଟନ ପିଛା ୩୦୮୦ ରୁ ବୃଦ୍ଧି କରି ୩୫୦୦ ଟଙ୍କା ଦେବାକୁ ସ୍ଥିର ହୋଇଛି l ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ଆଖୁ ଦରର ମୂଲ୍ୟ ସର୍ବାଧିକ ବୃଦ୍ଧି ବୋଲି କୁହାଯାଉଛି l ଚାଷୀ ମାନଙ୍କୁ ଆଗାମୀ ବର୍ଷ ନିମନ୍ତେ ଜଳସେଚନ ପାଇଁ ବୋର ବେଲ ଏବଂ ଡ୍ରିପ ଇରିଗସନ, ସାର, ଉନ୍ନତ ବିହନ,କୃଷି ଋଣ ସମେତ ଶୀଘ୍ର ଆଖୁ ର ମୂଲ୍ୟ ଚାଷୀ କୁ ଦିଆଯିବା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯାଇଛି l କାରଖାନା କୁ ଆଖୁ ଆଣିବା ପାଇଁ ଆସିକା ଟ୍ରକ ମାଲିକ ସଙ୍ଘ ସହ ମଧ୍ୟ ଚୁକ୍ତି ସାରିଛି l ଗତ ଆଖୁ ପେଢା ରେ ଆଖୁ ର ରିକୋଭାରୀ ରେଟ ୮. ୫ ରୁ ବୃଦ୍ଧି କରି ୦୯ କୁ ବୃଦ୍ଧି ପାଇଁ ଚେଷ୍ଟା କରାଯାଇଛି l ଏଥି ସହିତ ଆଖୁ ଚାଷ କୁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବୋନସ ଦେବାକୁ ଚାଷୀ ଦାବୀ, ଶିଳ୍ପ ର ନବୀକରଣ ପାଇଁ ନୂତନ ଯନ୍ତ୍ରପାତି, ନିମନ୍ତେ ସରକାରଙ୍କୁ ନିବେଦନ କରିଥିବା ବିଷୟ ପରିଚାଳନା ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି l


Business

ମୋହନଙ୍କ ଉପରେ ମମତାଙ୍କ ଦଦାଗିରି

Blog Thumbnail

ଜଳେଶ୍ୱର(ଦ କୁଇଭର): ଓଡ଼ିଶାର ସମ୍ପଦକୁ ବୋହି ନେଉଛି ପଶ୍ଚିମବଙ୍ଗ । ଓଡ଼ିଶାର ମୋହନ ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିପାଚି ଖପା । ବିଜେପି ସରକାରଙ୍କୁ ବେଶ ଭଲ ଚକମା ଦେଖାଉଛନ୍ତି ଦିଦି । ଓଡ଼ିଶାକୁ ଆଳୁ ବନ୍ଦ କରି ଦିଦି ଓଡ଼ିଆଙ୍କ ସହ ଶତ୍ରୁତା କରୁଛନ୍ତି । ମନଇଚ୍ଛା ଆଳୁ ବନ୍ଦ କରିଦେଉଛନ୍ତି । ସହାୟତା କାଟି ଦେଇ ଲୁଟିବା ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ବେପାରୀମାନେ ଓଡ଼ିଶାର ସୁବର୍ଣ୍ଣରେଖା ନଦୀରୁ ରିତିମତ ବାଲି ଲୁଟ କରି ଚାଲିଛନ୍ତି । ପ୍ରତିଦିନ ଅନୁ୍ୟନ ହଜାରେ ହାଇୱା ବାଲି ଲୁଟ କରୁଛନ୍ତି । ଦିନ ରାତି ଲାଗି ଲୁଟୁଛନ୍ତି ବାଲି । ନଦୀଗର୍ଭକୁ ଶୂନ କରିବାରେ ଲାଗିଛନ୍ତି । ନା ଅଛି ଜୈବବିବିଧତାର ଚିନ୍ତା ନା ଅଛି ନଦୀକୂଳିଆଙ୍କ ଜୀବନ ଜୀବିକାର ଚିନ୍ତା । ସମସ୍ତଙ୍କୁ ବିପଦରେ ପକାଇ ଦେଉଛନ୍ତି ।

ପଶ୍ଚିମବଙ୍ଗର ନିର୍ମାଣ ପାଇଁ ଓଡ଼ିଶାକୁ ଲୁଟ କରୁଛନ୍ତି ବଙ୍ଗୀୟ ବେପାରୀ । ସେଠାରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ସୁବର୍ଣ୍ଣରେଖା ନଦୀରୁ ନେଇଯାଉଛନ୍ତି ବାଲି । ଦିନ ରାତି ଲୁଟୁଛନ୍ତି । ଜାତୀୟ ଗ୍ରୀନ ଟି୍ରବୁ୍ୟନାଲ ଏହି ବେଆଇନ ବାଲି ଉଠାଣକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବ ସ୍ତରରେ କମିଟି ଗଠନ କରି ଏହାକୁ ବନ୍ଦ କରିବା ପାଇଁ କୁହାଯାଇଛି । ବାଲି ଉଠାଣ ପାଇଁ ଉପଯୁକ୍ତ ଅନୁଧ୍ୟାନ କରିବାକୁ ବି କୁହାଯାଇଥିଲା । ନଦୀର ଜୈବବିବିଧତାର ସୁରକ୍ଷା ତଥା ନଦୀକୂଳିଆ ଲୋକଙ୍କ ସୁରକ୍ଷା ପାଇଁ ଏହି ବାଲି ଉଠାଣରେ ନିୟନ୍ତ୍ରଣ ଆଣିବାକୁ ଏନଜିଟି କହିଥିଲେ । ହେଲେ ମାନୁନି ପଶ୍ଚିମବଙ୍ଗ ।

ବଙ୍ଗୀୟ ବେପାରୀମାନେ ଜବରଦସ୍ତ ନଦୀରୁ ବାଲି ଲୁଟ କରୁଛନ୍ତି । ଓଡ଼ିଶା ସୀମାରେ ବି ପଶି ବାଲି ଲୁଟୁଛନ୍ତି ବଙ୍ଗୀୟ ବେପାରୀମାନେ । ଏଠାରେ କିଛି ଦଲାଲ ସେମାନଙ୍କୁ ସହଯୋଗ କରୁଛନ୍ତି । ତେଣୁ ଦିନରାତି ଲୁଟ ଚାଲିଛି । ବାଲି ଉଠାଣରେ କୌଣସି ନୀତି ନିୟମ ରହୁନାହିଁ । ରାଜ୍ୟ ସରକାର ଟଙ୍କାଟିଏ ରାଜସ୍ୱ ତ ପାଉନାହାନ୍ତି ବରଂ ବାଲି ଲୁଟ ଦ୍ୱାରା ପରିବେଶ ପ୍ରଭାବର ଶୀକାର ହେଉଛନ୍ତି ଲୋକେ । ବଙ୍ଗୀୟ ମାଫିଆମାନେ ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷୀଣ ପ୍ରହରାଜପୁର, ଖୁଦିଆମାଝୀସାହି, ମାଙ୍କଡ଼ିଆ, ଓଲମରା ପଞ୍ଚାୟତର ପ୍ରାୟ ୧୫ଟି ଗାଁ ନିକଟରୁ ବାଲି ଲୁଟ କରି ଚାଲିଛନ୍ତି । ଫଳରେ ବନ୍ୟାଜଳ ଆସିଲେ ଏହି ସବୁ ଗାଁ ପ୍ରତି ବିପଦ ବଢ଼ିଯିବ । ଏହାକୁ ବିରୋଧ କଲେ ମାଫିଆମାନେ ଗାଁ ଲୋକଙ୍କୁ ଧଉଳ ଦେଉଛନ୍ତି । ସ୍ଥାନୀୟ ରାଜସ୍ୱ ଅଧିକାରୀମାନେ ଚୁପ ରହୁଛନ୍ତି । ଏହା ଏବେ ବଡ଼ ଚିନ୍ତାର ବିଷୟ ହେଲାଣି ।

ମମତା ଓଡ଼ିଶାକୁ ଆଳୁ ବନ୍ଦ କରୁଛନ୍ତି । ଏକ ପ୍ରକାର ସହଯୋଗର ହାତ ପଛକୁ ଟାଣି ନେଇଛନ୍ତି । ଓଡ଼ିଶାବାସୀ ବିଜେପି ସରକାରକୁ କ୍ଷମତାସୀନ କରିଥିବାରୁ ଦାଉ ସାଧୁଛନ୍ତି ମମତା । ମନଇଚ୍ଛା ବନ୍ଦ କରିଦେଉଛନ୍ତି । ନା ବ୍ୟବସାୟିକ ନୀତି ନିୟମ ରଖୁଛନ୍ତି ନା ପଡ଼ୋଶୀ ସମ୍ପର୍କର ମାନ ରଖୁଛନ୍ତି । ଓଡ଼ିଶାକୁ ଲୁଟୁଥିବାରୁ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ବନ୍ଦ କରାନଗଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କୁହାଯାଉଛି । ଦେଖାଯାଉ ରାଜ୍ୟ ସରକାର ଦିଦିଙ୍କ ଦାଦାଗିରିକୁ ରୋକୁଛନ୍ତି ନା ରାଜ୍ୟକୁ ଲୁଟ ମୁହଁରେ ଛାଡ଼ି ଦେଉଛନ୍ତି ।


State

ଝାଡଖଣ୍ଡରେ ହାତୀକୁ ହତ୍ୟା

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ପଟ୍ଟାଜୟନ୍ତୀ ଗ୍ରାମ ନିକଟରେ ଏକ ହାତୀକୁ ବିଦ୍ୟୁତ୍ ଆଘାତରେ ହତ୍ୟା କରାଯାଇ ଥିବା ଜଣାପଡିଛି। ସୂଚନାନୁସାରେ ଆଜି ସକାଳୁ ହାତୀର ମୃତଦେହ ଗ୍ରାମ ନିକଟରେ ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଝାଡ଼ଖଣ୍ଡ ବନବିଭାଗ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

State

ସର୍ଦାର ବଲ୍ଲଭଭାଇପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରବିବାର ଅପରାହ୍ନ ଚାରିଟା ବେଳେ 'ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ 'ଉତ୍କଳ ଆଶ୍ରମ' ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି, ଗାଳ୍ପିକ, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଇଂ. ଆଶୁତୋଷ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରକୁ ସଂସଦର ସାଧାରଣ ସଂପାଦକ ଆଡଭୋକେଟ (ଇଂ) ବିଜୟ ଚନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲେ।‌ ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୩୦ ଜଣ କବି ଓ ଗାଳ୍ପିକ ଏହି ସାହିତ୍ଯ ଆସରରେ ସ୍ୱରଚିତ ମନଛୁଁଆ ସାହିତ୍ୟ କୃତି ପଠନ କରିଥିଲେ । ସଭାପତି ଇଂ. ଆଶୁତୋଷ ପାତ୍ର ଓ ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ନିଜର ନିଜର ମୂଲ୍ୟବାନ ବକ୍ତବ୍ଯ ରଖିଥିଲେ । ବରିଷ୍ଠ କବି, ଗାଳ୍ପିକା ତଥା ପ୍ରାବନ୍ଧିକା ଶ୍ରୀମତୀ ଅମିତା ମିଶ୍ର( ଦାଶ) ଓ ନବାଗତା ଯୁବା କବୟତ୍ରୀ ସୁଶ୍ରୀ ନନ୍ଦିନୀ ମହାରଣା ଅତି ସୁନ୍ଦର ଭାବେ କବିତା ସଂଯୋଜନା କରିଥିଲେ । ଏହି ଆସରରେ ବରିଷ୍ଠ କବି ଶ୍ରୀଯୁକ୍ତ ବି. ସତ୍ୟମ୍ ଆଚାରୀ ନିଜର ସୁଲଳିତ ପ୍ରାରମ୍ଭିକ ଭଜନ ପରିବେଷଣ କରି ସମସ୍ତଙ୍କୁ ଆହ୍ଲାଦିତ କରିଥିଲେ। ବରିଷ୍ଠ କବୟତ୍ରୀ ଶ୍ରୀମତୀ ରଞ୍ଜିତା ରାଣୀ ଦାଶ, ଭଞ୍ଜ ସଂଗୀତ, ଶ୍ରୀମତୀ ଲକ୍ଷ୍ମୀଆମ୍ମା ନନ୍ଦଡା, ବଳରାମ ଦାଶଙ୍କ ଭଜନ ଏବଂ ଶ୍ରୀମତୀ ଅମିତ ମିଶ୍ର ଅତି ମଧୁର ଓ ସୁଲଳିତ ସଂଗୀତ ପରିବେଷଣ କରି ଏହି ଆସରକୁ ସଙ୍ଗୀତମୁଖର ଓ ଉଲ୍ଲାସମୟ କରିଥିଲେ ।

State

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ୍ ସାମିଲ

Blog Thumbnail

ଭିତରକନିକା ( ଦ କୁଇଭର ):- ରବିବାରଠାରୁ କୁମ୍ଭୀର ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭିତର କନିକାରେ ଆରମ୍ଭ ହୋଇଯାଇଛି କୁମ୍ଭୀର ଗଣନା । ଏନେଇ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟ ଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-୨୦୨୫ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଚାଲିବ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ । ଅନ୍ୟପଟେ ଏହି ଗଣନା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଭିତରକନିକା ବନ୍ଦ ରହିଛି ।


ତେବେ ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି," କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍ ଗଠନ କରାଯାଇଛି । କୁମ୍ଭୀର ବିଶେଷଜ୍ଞମାନେ ଏହି ଟିମରେ ରହିଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ମେମ୍ବର ରହିଛନ୍ତି । କେନ୍ଦ୍ରାପଡାରେ ବଉଳା କୁମ୍ଭୀର ୪ଟି ରେଞ୍ଜରେ ମିଳନ୍ତି । ବିଭିନ୍ନ ଟେକ୍ନୋଲୋଜି, ଜିପିଏସ ଟ୍ରାକ୍ କରି ଏହି ଗଣନା କରାଯିବ ।

State

ଜାନୁଆରୀ ଶେଷସୁଦ୍ଧା ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :-:ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ KYC ଅପଡେଟ୍‌ କଲେ କିମ୍ୱା ଅପଟ୍ ଇନ୍‌ କଲେ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ। କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଆହୁରି ମଧ୍ୟ କହିଛନ୍ତି, ୩୧ ହଜାର ହିତାଧିକାରୀ ସୁଭଦ୍ରାରୁ ଅପଟ୍ ଆଉଟ୍‌ ହୋଇଥିଲେ, ସେମାନେ ନିଜ ଇଚ୍ଛାରେ ଅପଟ୍ ଆଉଟ୍ ହୋଇଛନ୍ତି ବୋଲି ଆମେ ଭାବିଥିଲୁ। ହେଲେ ସେମାନେ ବାଉଳାରୁ ଅପଟ୍‌ ଆଉଟ୍ ହୋଇଯାଇଥିବା ଆମକୁ ଦରଖାସ୍ତ ଦେଇଥିଲେ। ତେଣୁ ଆମେ ତାଙ୍କୁ ଅପଟ୍‌ ଇନ୍‌ର ସୁଯୋଗ ଦେଇଥିଲୁ।୧୭ ଜଣ ହିତାଧିକାରୀ ଅପଟ୍‌ ଇନ୍ ହେଲେଣି। ବାକି ୧୪ ହଜାର ମହିଳା ଅପଟ୍‌ ଇନ୍ କରିନାହାନ୍ତି। ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରି କରିଥାଇପାରନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।


ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ KYC ଅପ୍‌ଡେଟ୍ କରି ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍‌ଡେଟ୍ କରି ଦିଅନ୍ତୁ। ସରକାର ପର୍ଯ୍ୟାପ୍ତ ସମୟ ଦେଉଛନ୍ତି,ଯେଉଁମାନେ KYC କରିନାହାନ୍ତି, ଶୀଘ୍ର କରି ଦିଅନ୍ତୁ। ଯେତେ ଶୀଘ୍ର କରିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନେ KYC କରିବେ ନାହିଁ, ସେମାନେ ଜାନୁଆରୀରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ। ଯଦି ମାର୍ଚ୍ଚ ମାସରେ ହିତାଧିକାରୀ KYC କରିବେ,ତାହାହେଲେ ସେମାନେ ମାର୍ଚ୍ଚ ୮ ରେ ୨ଟି କିସ୍ତିର ସୁଭଦ୍ରା ଟଙ୍କା ପାଇବେ।

Shree Jagannath

ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ

Blog Thumbnail

ପୁରୀ( ଦ କୁଇଭର ):- ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । କେବଳ ଗର୍ଭଗୃହ ନୁହେଁ ବରଂ ୨୨ ପାହଚ, ଭିତରବେଢା ଓ ମନ୍ଦିର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଫଟୋ ଓ ଭିଡିଓକୁ ବାଙ୍କ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରିଛନ୍ତି । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ସୂଚନା ଅନୁସାରେ, ଶନିବାର ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ ପେଜରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି । ଭାଇରାଲ ଭିଡିଓରେ ମନ୍ଦିରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ସିଂହଦ୍ବାର, ବାଇଶି ପାହାଚ, ଭିତରବେଢା ସମେତ ସିଧା ଗର୍ଭଗୃହ ଓ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅବସ୍ଥାନ ମଧ୍ୟ ଭିଡିଓରେ ରେକର୍ଡ କରାଯାଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତରବେଢ଼ାରେ କିପରି ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ ହେଲେ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳ ମାଳ କର୍ମଚାରୀ, ସେବାୟତ, ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଉପସ୍ଥିତ ରହୁଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

National

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ତିନିଗୁଣା ବଢିବ ଦରମା

Blog Thumbnail

ଦ କୁଇଭର ବ୍ୟୁରୋ :- ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ ମଳିଛି। ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ । ବର୍ତ୍ତମାନ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସକୁ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୬ ଜାନୁଆରୀରେ ଲାଗୁ କରିଥିଲେ । ଏହା ୨୦୨୫ ଡିସେମ୍ବର ୩୧ରେ ଶେଷ ହେବ । ପୂର୍ବରୁ ମଧ୍ୟ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର ସୁପାରିସ ୧୦ ବର୍ଷ ଲେଖାଏଁ ଲାଗୁ ହୋଇଥିଲା ।

State

ଚାଲିଛି ଦକ୍ଷିଣପୁର ଜଳ ଭଣ୍ଡାରରେ ପକ୍ଷୀ ଗଣନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି l ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଉରେସିଆନ କୁଟ ବା ଜୁଇ କଇମ,ରେଡ କ୍ରିଏଷ୍ଟାଡ ପୋଚାର୍ଡ ବା ରଙ୍ଗା ଗେଣ୍ଡି,ଗଡ଼ ୱାଲ ବା ମାଟିଆ ଗେଣ୍ଡି ଥିବା ଚିହ୍ନଟ ହୋଇଛି l ସାଇବେରିଆ ବିଦେଶାଗତ ପକ୍ଷୀ ମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଜଳ ଭଣ୍ଡାରରେ ବୁଲୁଛନ୍ତି l

ପୂର୍ବରୁ ଦକ୍ଷିଣପୁର ଜଳ ଭଣ୍ଡାରରେ ବ୍ରହ୍ମପୁରକୁ ଜଳ ଯୋଗାଣ ନିମନ୍ତେ ବର୍ଷ ସାରା ଜଳ ପରିପୂର୍ଣ୍ଣ ରହୁଥିଲା କିନ୍ତୁ କିଛି ବର୍ଷ ହେବ ଯାନିବିଲରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବାରୁ ଅପେକ୍ଷାକୃତ ଜଳ ସ୍ତର କମ ରହୁଛି ତେଣୁ ଶୈବାଳ ଓ ଜଳଜ କୀଟ ବୃଦ୍ଧିରେ ସହାୟକ ହେଉଛି ଯାହାକି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ବୋଲି ପରିବେଶପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି l

ପୂର୍ବରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗ୍ଲୋସି ଆଇବିଶ ଓ ବ୍ଲାକ ହେଡେଡ ଆଇବିଶ ଦେଖିବାକୁ ମଧ୍ୟ ମିଳିଛି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର l ତେବେ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନତା କଲେ ଆସନ୍ତା ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ନଳିନୀ କାନ୍ତ ପରିଡା କହିଛନ୍ତି l

Health & lifestyle

ବ୍ରହ୍ମପୁର ବଡମେଡିକାଲ ରୁ ରୋଗୀ ଗାଏବ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ ମେଡିକାଲ ମେଡ଼ିସିନ ୱାର୍ଡରୁ ରୋଗୀ ଗାଏବ ହୋଇଥିବା ସୂଚନା ମିଳିଛି l ୭୭୯ ନମ୍ବର ବେଡ଼ରେ ରୋଗୀ ସତ୍ୟଭାମା ବିଷୋୟୀ ଚିକିତ୍ସା ହେଉଥିବା ବେଳେ ଆଜି ସକାଳୁ କୁଆଡେ ଚାଲିଯାଇଥିବା ଜଣାପଡିଛି l ଏ ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି l ଗତ ସୋମବାର ଦିନ ସ୍ୱାସ୍ଥ୍ୟ ଖରାପ ହେବାରୁ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଗଞ୍ଜାମ ସୋରଡ଼ା ରାଧାକୃଷ୍ଣପୁର ଅଞ୍ଚଳର ଅର୍ଜୁନ ବିଷୋୟୀଙ୍କ ସ୍ତ୍ରୀ ସତ୍ୟଭାମା ବିଷୋୟୀ l ସତ୍ୟଭାମାଙ୍କ ନିକଟରେ ସ୍ୱାମୀ, ଝିଅ ସବୁ ଉପସ୍ଥିତ ଥିଲେ କିନ୍ତୁ ଭୋର ସକାଳୁ ଶୌଚ କରିବାକୁ ନେଇ ବେଡ଼କୁ ଆଣିଥିଲେ l ପରେ ଉପସ୍ଥିତ ଥିବା ସମ୍ପର୍କୀୟ, ପରିବାର ସଦସ୍ୟ ଶୋଇଥିବା ସମୟରେ ସତ୍ୟଭାମା କେଉଁଆଡ଼େ ଗାଏବ ହୋଇଯାଇଥିବା କହିଛନ୍ତି ପରିବାରବର୍ଗ l ଏ ନେଇ ମେଡିକାଲ କତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଜଣାଇବାପରେ ମେଡିକାଲ କତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି l ତେବେ ମେଡିକାଲ ଭିତରେ ସୁରକ୍ଷା କର୍ମୀ ପହରା ଦେଉଥିବା ବେଳେ ରୋଗୀ ଜଣକ କେମିତି କୁଆଡେ ଚାଲିଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ?

State,Health & lifestyle

ଆକାଶଛୁଆଁ ସୁନାଦାର,ସପ୍ତାହେରେ ବଢିଲାଣି ୪ ହଜାର ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରତିଦିନ ବଢୁଛି ସୁନାଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ରହିଛି ୭୩ ହଜାର ୯୦୦ ଟଙ୍କା। ୫ ଦିନ ତଳେ ଏହି ଦାମ୍ ରହିଥିଲା ୭୧ ହଜାର ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ବିଶ୍ବ ବଜାରରେ ଅସ୍ଥିରତା, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାରେ ଅଧିକ ନିବେଶ ଯୋଗୁ ଚାହିଦା ବଢିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି।


ପ୍ରାୟ ଦେଢ଼ ମାସ ଧରି ସୁନା ଦର ସ୍ଥିର ରହିଥିଲା। ୧୦ ଗ୍ରାମକୁ ପାଖାପାଖି ୭୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ବିଶ୍ବ ବଜାରରେ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ। କାରଣ ମାସେ ଭିତରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଶହେ ଡଲାର ବଢିଛି।ସେହିପରି ଡଲାର ତୁଳନାରେ ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଯାହାର ପ୍ରଭାବ ସୁନା ଦର ଉପରେ ବି ପଡୁଛି।

Politics,State

ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

Blog Thumbnail

ଦ କୁଇଭର ବ୍ୟୁରୋ :- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ଝିଅ ଦୀପାଳି ଦାସ । ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଆକାରରେ ଜଣାଇବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି । ଏବେ ଲିଖିତ ଆକାରରେ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।ଏନେଇ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଦୀପାଳି ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରାଜନୈତିକ ଫାଇଦା ପାଇଁ ସେମାନେ ମୋ ବାପା ଓ ମୋ ପରିବାରକୁ ଟାର୍ଗେଟ କରୁଛନ୍ତି । ପ୍ରଥମେ କହୁଥିଲେ ସିବିଆଇ ତଦନ୍ତ ପାଇଁ ଦୀପାଳି କହୁ ନାହାନ୍ତି । ଏବେ ମୁଁ ସିବିଆଇ ତଦନ୍ତ ପାଇଁ କହିବା ପରେ ଏବେ ସେମାନେ କହୁଛନ୍ତି ଲିଖିତ ଆକାରରେ ଜଣାନ୍ତୁ । ଆମେ ସାଧାରଣ ଲୋକ । ଯେଉଁ ସରକାର ମୋ ଭାଇଙ୍କୁ ୧୩ ଘଣ୍ଟା ଅଟକ ରଖିପାରୁଛନ୍ତି ସେ ସରକାରଙ୍କୁ ମୋତେ ଡର ଲାଗୁଛି । ନିଶ୍ଚିତ ଭାବେ ଆମେ ଲିଖିତ ଆକାରରେ ଦେବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଲା ସେ ଯାହା ନିଷ୍ପତ୍ତି ନେବେ ।


ସୂଚନା ପ୍ରକାରେ ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାର ୨ବର୍ଷ ପୂରିବାକୁ ଥିବା ବେଳେ ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । ଏ ପ୍ରସଙ୍ଗରେ ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା । ଏ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିଥିଲା । ଏବେ ହତ୍ୟାର ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ଲୋକେ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି ।