ଦକୁଇଭର ବ୍ୟୁରୋ :- ପ୍ୟାରିସ୍ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟତିରାଜ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୁହସ୍ ମଧ୍ୟ ଖବରରେ ଅଛନ୍ତି କାରଣ ସେ ଜଣେ ଆଇଏଏସ୍ ଅଧିକାରୀ ଏବଂ ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ଏହି ପଦକ ପାଇଛନ୍ତି।
ସୁହାସ ୟତିରାଜ ଉତ୍ତରପ୍ରଦେଶର ବାସିନ୍ଦା ଏବଂ 2007 ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଗୌତମ ବୁଦ୍ଧ ନଗର ଏବଂ ପ୍ରୟାଗରାଜର ଜିଲ୍ଲା ଅଧିକାରୀ ମଧ୍ୟ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ତାଙ୍କର କମ୍ପ୍ୟୁଟର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିଛନ୍ତି ଏବଂ ସେ ହେଉଛନ୍ତି ଏକମାତ୍ର ଆଇଏଏସ୍ ଅଧିକାରୀ ତଥା ପାରାଲିମ୍ପିକ୍ସରେ ପଦକ ଜିତିଥିବା ଅର୍ଜୁନ ପୁରସ୍କାର ବିଜେତା।
ସୁହାସ୍ ବହୁତ ବିଳମ୍ବରେ ବ୍ୟାଡମିଣ୍ଟନରେ ପ୍ରବେଶ କରି ଅଳ୍ପ ସମୟ ମଧ୍ୟରେ ସେ ଦୁନିଆର ଟପ୍ ପାରା ବ୍ୟାଡମିଣ୍ଟନ୍ ଖେଳାଳିମାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ବିଶ୍ୱ ନମ୍ବର -1 ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି।
No comments yet.
State
ଗଜପତି( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସିଥିବା ବେଳେ ଲୁହାଗୁଡ଼ି ଛେଳିଗଡ଼ ଉଦୟଗିରି ଠାରେ ତାଙ୍କୁ ବିଜେପି କର୍ମୀ ସ୍ୱାଗତ କରିଥିଲେ,ପରେ ସେ ଦଳୀୟ ସଦସ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା କରିଛନ୍ତି l ମାଣିକପୁର ହନୁମାନ ମନ୍ଦିରରେ ଆୟୋଜିତ ଦଳୀୟ ବୈଠକରେ ଏହି ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଅଧିକ ରୁ ଅଧିକ ସଦସ୍ୟ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି l ଏଥିସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ସାମୁହିକ କାର୍ଯ୍ୟ ର ଉନ୍ନତି କରିବାକୁ ସାଂସଦ ପ୍ରତିଶୃତି ଦେବା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି l ଏହି ସମୀକ୍ଷା ବୈଠକରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର, ଖଣି ସମିତି ସଭ୍ୟ ପ୍ରଶାନ୍ତ ମଲିକ, ନବ କିଶୋର ଶବର. ପ୍ରଶାନ୍ତ ସୁବୁଦ୍ଧି , ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡିଙ୍କ ସମେତ ବହୁ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକ ରେ ୭ଜଣ ବିଜେଡି ର ସମିତି ସଭ୍ୟ ସଭ୍ୟା ବିଜେପିରେ ଯୋଗ ଦେଇଛନ୍ତି l ଆଗକୁ ରାୟଗଡା ବ୍ଲକ ରେ ବ୍ଲକ ଅଦକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଆଲଚନା ହେଇଛି l
National
ବାରିପଦା( ଦ କୁଇଭର ):- ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।
National
କୋଲକାତା ( ଦ କୁଇଭର ):- କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସୋମବାର ଦିନ ଏକ ଚାର୍ଜସିଟ ଦାଖଲ କରିଛି। କୋଲକାତାର ସିଆଲଦା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସିବିଆଇ ପ୍ରକାଶ କରିଛି ଯେ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇ ନାହିଁ। କେବଳ ସଞ୍ଜୟ ରାୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଅପରାଧ କରିବା ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ଜୀବନ ନେବା ଓ ଦୁଷ୍କର୍ମ କରିଥିବା ଆଧାରରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି।
ସିବିଆଇ ଚାର୍ଜସିଟରେ ୨୦୦ଜଣଙ୍କ ବୟାନ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାର୍ଜସିଟ୍ ୨୦୦ରୁ ଅଧିକ ପୃଷ୍ଠାର ରହିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଚାର୍ଜସିଟ୍। ଅଧିକ ଅନୁସନ୍ଧାନ ପରେ ସିବିଆଇ ଏହି ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ କରିବ ବୋଲି କୁହାଯାଉଛି। ଏହି ମାମଲାରେ ସିବିଆଇ ଏହାର ଚାର୍ଜସିଟ ସହ କୋର୍ଟରେ ଅନ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରିଛି। ଏବେ ଆଶା କରାଯାଉଛି ଯେ ସିବିଆଇ ଚାର୍ଜସିଟ୍ ପରେ ଶୀଘ୍ର ନ୍ୟାୟ ମିଳିବ।ସଞ୍ଜୟ ରାୟ ଡାକ୍ତରଖାନାର ସିଭିକ୍ ୱେଲଫେୟାର ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ଡାକ୍ତରଖାନାର ମୁଖ୍ୟ ଫାଟକର ସିସିଟିଭି ଏବଂ ମୃତ ଶରୀର ନିକଟରେ ପଡ଼ିଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବ୍ଲୁଟୁଥ୍ ଉପକରଣ ଏହି ଘଟଣାରେ ସଞ୍ଜୟ ରାୟଙ୍କ ଭୂମିକାକୁ ନିଶ୍ଚିତ କରିଥିଲା।
କୁହାଯାଇଥିଲା ଯେ ୮ଅଗଷ୍ଟ ସକାଳେ କୋଲକାତା ଆସିବା ପରେ ସଞ୍ଜୟ ଆର.ଜି କର ହସ୍ପିଟାଲରେ ପହଞ୍ଚିଥିଲେ। ସେ ଜଣେ ଦଲାଲ ଭାବରେ କାର୍ଯ୍ୟ କରୁଥିଲେ। ରୋଗୀଙ୍କୁ ଭର୍ତ୍ତି କରିବାରେ ତାଙ୍କର ସାହାଯ୍ୟ ଯୋଗୁ ତାଙ୍କୁ ଆରଜି କର ହସ୍ପିଟାଲରେ ମୁକ୍ତ ଭାବରେ ପ୍ରବେଶ କରିବାର ଅନୁମତି ଦିଆଯାଇଥିଲା।ଅଗଷ୍ଟ ୯ ରେ ରାତି ୧ ଟାରେ ସଞ୍ଜୟ ରାୟ ପରଦିନ ଅସ୍ତ୍ରୋପଚାର କରାଯିବା ରୋଗୀଙ୍କ ସହାୟତା ପାଇଁ ଡାକ୍ତରଖାନାକୁ ଫେରିଥିଲେ। ତା’ପରେ ରାତିରେ ସେ ଡାକ୍ତରଖାନା ପଛରେ ଥିବା ବିଲ୍ଡିଂରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଦ୍ୟପାନ କରିଥିଲେ। ଭୋର୍ ୩ଟା ସମୟରେ ସଞ୍ଜୟ ହସ୍ପିଟାଲର ତୃତୀୟ ମହଲାକୁ ଫେରିଥିଲେ।କିଛି ସମୟ ପରେ ସେ ସେମିନାର ହଲରେ ପ୍ରବେଶ କରିଥିଲେ। ସେଠାରେ ଟ୍ରେନିଂ ଡାକ୍ତର ବିଶ୍ରାମ ନେଉଥିଲେ। ଦୁଷ୍କର୍ମ ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ପ୍ରାୟ ୪୦-୪୫ ମିନିଟ୍ ପରେ ସଞ୍ଜୟ ଶୀଘ୍ର ସେମିନାର ହଲରୁ ବାହାରି ଆସିଥିଲେ ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ରୋଡ ଉପରେ ଗତ କାଲି ଅର୍ଥାତ ସୋମବାର ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଳୁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥଲେ।ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିବା ସୂଚନା ମିଳିଛି l ତେବେ କଣ ପାଇଁ ରାଣୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝିଅର ବାପାଙ୍କୁ ପୋଲିସ ଅଟକ ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l
Politics
ନୂଆଦିଲ୍ଲୀ(ଦ କୁଇଭର): ହରିଆଣା ବିଧାନସଭା ନିର୍ବାଚନରେ ଜିଲେବିକୁ ନେଇ ରାଜନୀତି ଆରମ୍ଭ କରିଥିଲେ ରାହୁଲ । ଏବେ ଜିଲେବିରେ ଖୁସି ପାଳୁଛି ବିଜେପି । ଜିଲେବିକୁ ଏକ ବିରାଟ ଶିଳ୍ପ ଓ ନିଯୁକ୍ତି ତଥା ଆୟର ମାଧ୍ୟମ କରିବାକୁ ରାହୁଲ ହରିଆଣାର ନିର୍ବାଚନୀ ସଭାରେ କହିଥିଲେ । ହେଲେ ତାଙ୍କର ବଢ଼ାଚଢ଼ା କଥା ହିଁ ତାଙ୍କୁ ଭାରି ପଡ଼ିଲା । ଜିଲେବି ଏମିତି କାମ କଲା ଯେ, ରାହୁଲଙ୍କ ପାଟି ବାନ୍ଧି ଦେଲା । ହରିଆଣା ନିର୍ବାଚନ ଫଳାଫଳ ପରେ ତାଙ୍କ ପାଟି ଚୁପ । ଏପର୍ୟ୍ୟନ୍ତ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି ରାହୁଲ । କେବଳ ସୋସିଆଲ ମିଡିଆ ଏକ୍ସରେ ଫଳାଫଳକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ।
ରାହୁଲ ହରିଆଣା ରାନୀତିରେ ବେଶ ତତ୍ପର ଥିଲେ । ତାଙ୍କର ତତ୍ପରତା ଦଳର କର୍ମୀ ଓ ନେତାଙ୍କୁ ବେଶ ଉତ୍ସାହିତ କରିଥିଲା । ନିର୍ବାଚନୀ ସଭାରେ ଜିଲେବି ଶିଳ୍ପ କଥା ଉଠାଇ ହରିଆଣା ରାଜନୀତିରେ ଜିଲେବିକୁ ଏଣ୍ଟି୍ର ଦେଇଥିଲେ ରାହୁଲ । ଏହା ନିଯୁକ୍ତି ଓ ଆୟର ମାଧ୍ୟମ ହୋଇ ପାରିବ ବୋଲି କହିଥିଲେ । ଏହି ଜିଲେବି ପ୍ରସଙ୍ଗ ହରିଆଣା ରାଜନୀତିରେ ବେଶ ଚର୍ଚ୍ଚିତ ହେଲା । ଏହାକୁ ବିଜେପି ବି ବେଶ ମଜାକ ଉଡ଼ାଇଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଟ୍ଟହାସ୍ୟ କରିଥିଲେ । ଜିଲେବି ଏଠି କାମ କରିବ ନାହିଁ ବୋଲି କହିଥିଲେ ।
ନିର୍ବାଚନରେ କଂଗ୍ରେସ ବେଶ ଭଲ କରିବ ବୋଲି ରାହୁଲ ଆଶାବାଦୀ ଥିଲେ । ଦଳର ସମସ୍ତ ନେତା ଓ କର୍ମୀ ୧୦ବର୍ଷ ପରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି ବି କହିଲେ । ଏମିତିକି ଏକଜିଟ ପୋଲ ବି ସ୍ପଷ୍ଟ ସଙ୍କେତ ଦେଲା କଂଗ୍ରେସ ହରିଆଣାରେ ସରକାର କରିବ । ସବୁଆଡ଼େ ଉତ୍ସାହ ବଢ଼ିଗଲା । କଂଗ୍ରେସ ତ ଉତ୍ସବ ପାଳନ ପ୍ରସ୍ତୁତିରେ ରହିଗଲା । ସାରା ଦେଶରେ ଚର୍ଚ୍ଚା ହେଲା ବିଜେପି ହରିଆଣାରେ ହାରୁଛି ।
ବିଜେପି ପାଖରୁ ଏଠି ବିଲକ୍ଷଣ ଦେଖା ଦେଲା । ଏପରି ତଥ୍ୟକୁ ନେଇ ବିଜେପି ପାଟି ଖୋଲିଲା ନାହିଁ । ବରଂ ବିଜେପି ନେତାମାନେ କହିଲେ, ଆମେ ଅଧିକ ଭୋଟରେ ଜିତିବୁ । ତେଣୁ ଏକଜିଟ ପୋଲ ବାଟବଣା ପାଇଁ ନଥିଲା ତ ବୋଲି ବି କୁହାଯାଉଛି । ଏକଜିଟ ପୋଲ ଏକ ଚାଲ ବୋଲି ବି କୁହାଯାଉଛି । ଆମେ ସେ ଦିଗକୁ ଯାଉନାହୁଁ । ପ୍ରସଙ୍ଗ ହେଉଛି ଯେଉଁ ଜିଲେବିକୁ ନେଇ ହରିଆଣା ରାଜନୀତିରେ ଭୋଟ ହାତେଇବାକୁ ଉଦ୍ୟମ କରିଥିଲେ ରାହୁଲ ତାହା ହିଁ ଫିକା ପଡ଼ିଗଲା ।
ଏବେ ଫଳାଫଳରେ କଂଗ୍ରେସ ପଛରେ ରହିଗଲା । ଏପର୍ୟ୍ୟନ୍ତ ରାହୁଲ ପଦେ ବି କହୁ ନାହାନ୍ତି । ଏକ୍ସରେ କେବଳ ଲେଖିଛନ୍ତି ହରିଆଣାର ଅନେକ ଆସନରୁ ବ୍ୟତିକ୍ରମର ଅଭିଯୋଗ ଆସୁଛି । ଏନେଇ ଆମେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ । ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ହରିଆଣା ନିର୍ବାଚନ ଫଳାଫଳକୁ ନେଇ ଅବିଶ୍ୱାସ ପ୍ରକଟ କରିଛନ୍ତି । ହରିଆଣାକୁ ନେଇ ସ୍ପଷ୍ଟ ଭାବେ ରାହୁଲ କିଛି କହୁ ନାହାନ୍ତି । ନା ଏହାକୁ ଗ୍ରହଣ କରୁଛନ୍ତି ନା ପ୍ରତିବାଦ କରୁଛନ୍ତି । ଜିଲେବି ତାଙ୍କ ପାଟି ବାନ୍ଧି ଦେଇଛି ।
State
ବ୍ରହ୍ମପୁର ( ଦ କୁଇଭର ):- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବାସୁଦେବ ନଗର ତୃତୀୟ ଲାଇନ ସ୍ଥିତ ଏକ ଆପାଟମେଣ୍ଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ବୈଦ୍ୟନାଥପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ଲକ୍ଷ ୧୮ ହଜାର ୩୪୦ ଟଙ୍କା, ୬ଟି ମୋବାଇଲ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
State
ଶିମିଳିପାଳ( ଦ କୁଇଭର ):- ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ, ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି,ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏବର୍ଷ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକ ମାନେ ଦୁଇଟି ରାସ୍ତାଦେଇ ଯାଇପାରିବେ । ଗୋଟିଏ ପଟ ଯଶିପୁର କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ଅନ୍ୟ ପଟେ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବେ । ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ୱେବ୍ ସାଇଟ୍ ଯାରିହାଇଥିବା www.odishaecoturisim.comରେ login କରି ବୁକିଙ୍ଗ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବାର ସୁବିଧା କରାଯାଇଛି। ତେବେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କତୃପକ୍ଷ ସୂଚନା ଦେଇଛନ୍ତି l
State,Shree Jagannath,Politics
ପୁରୀ(ଦ କୁଇଭର): ପୁରୀ ବଳିଆପଣ୍ଡାରେ ନିର୍ମିତ ସେଭେନ ହିଲ୍ଡ ଆପାର୍ଟମେଣ୍ଟ ମୋଟ ସାଢ଼େ ୭ଶହ କୋଟିର ପ୍ରକଳ୍ପ । ଏହାକୁ ଗଞ୍ଜାମର ଏନ ଶ୍ରୀନିବାସ ନିର୍ମାଣ କରିଛନ୍ତି । ଏଥିରେ କେବଳ ଗ୍ରାହକଙ୍କୁ ଚୂନା ଲଗାଇ ନାହାନ୍ତି, ରାଜ୍ୟ ସରକାରଙ୍କୁ ମଧ୍ୟ ଚିତା କାଟି ଦେଇଛନ୍ତି ଶ୍ରୀନିବାସ । ପୁରୀ ଜିଲ୍ଳାପାଳ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ବି ବୋକା ବନାଇ ଦେଇଛନ୍ତି । ଅନୁମୋଦିତ ଯୋଜନାକୁ ପୂରା ଭାଙ୍ଗି ଦେଇ ମନଇଚ୍ଛା କରିଛନ୍ତି ନିର୍ମାଣ । ଏପରି ଦୁର୍ନୀତି ନେଇ ବାରମ୍ବାର ପିକେଡିଏ, ଜିଲ୍ଲାପ୍ରଶାସନକୁ ଅବଗତ କରାଯାଇଛି । ହେଲେ ସେମାନେ କାଳେ ମୋଟା ଅଙ୍କର ଲାଞ୍ଚ ନେଇ ଚୁପ ବସୁଛନ୍ତି ।
ଏବେ ଦେଖିବା ଏହି ଆପାର୍ଟମେଣ୍ଟରେ କି କି ଦୁର୍ନୀତି ଅଛି ଯାହାକୁ ପିକେଡିଏ, ପୁରୀ ଜିଲ୍ଲାପାଳ, ନଗର ଉନ୍ନୟନ ବିଭାଗ ଜାଣି ବି ପାଟି ଚୁପ କରିଛନ୍ତି । ପ୍ରଥମ କଥା ହେଉଛି, ଏହି ଆପାର୍ଟମେଣ୍ଟକୁ ୧୫ଫୁଟିଆ ରାସ୍ତା ଅଛି । ୧୫ଫୁଟିଆ ରାସ୍ତାରେ ୫ମହଲା କୋଠା ନିର୍ମାଣ କିପରି ହେଲା । ୫୦୦ ଫ୍ଲାଟ ପାଇଁ ଅନୁମତି କେମିତି ଦେଲା ପିକେଡିଏ? ଦ୍ୱିତୀୟ ହେଉଛି ଅନୁମୋଦନ ୪ମହଲା ପର୍ଯ୍ୟନ୍ତ ଥିଲା, ୫ମ ମହଲା କେମିତି ହେଲା? ତୃତୀୟ ହେଉଛି ଷ୍ଟିଲଟକୁ ପାର୍କିଂ ଭାବେ ବ୍ୟବହାର କରିବାକୁ ଥିଲା ଅନୁମତି । ମାତ୍ର ସେଠାରେ ବିଲ୍ଡର ତାଙ୍କର କାର୍ଯ୍ୟାଳୟ ଚଳାଇଛନ୍ତି । ଚତୁର୍ଥ କଥା ଶ୍ରୀନିବାସ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥାକୁ ନିଜ ଅକ୍ତିଆରରେ କିପରି ରଖିଛନ୍ତି? ସବୁଠୁ ବଡ଼ କଥା, ଆବାସିକ ଘରକୁ ହୋଟେଲ ବେପାର ପାଇଁ କିପରି ବ୍ୟବହାର କରୁଛନ୍ତି? ସେଠାକୁ ଟାଟା ପାୱାର କିପରି ବାଣିଜି୍ୟକ ବିଜୁଳୀ ସଂଯୋଗ ଦେଇଛି? ଜିଏସଟି, ଆୟକର କିପରି ସେଠାରେ ଅନୁମତି ଦେଇଛନ୍ତି? ଏସବୁ ତଦନ୍ତ କରାଗଲେ ଶ୍ରୀନିବାସ କରିଥିବା ସମସ୍ତ ଦୁର୍ନୀତି ପଦାକୁ ଆସିଯିବ ।
ହେଲେ ବିଭାଗୀୟ ଅଧିକାରୀମାନେ କାଳେ ମୋଟା ଟଙ୍କା ନେବା ସହ ନିୟମିତ ମାସିକିଆ ବଟି ନେଉଛନ୍ତି । ତେଣୁ ସମସ୍ତଙ୍କ ପାଟିରେ ବିଣ୍ଡା ଦିଆଯାଇଛି । ମୋହନ ସରକାର ଦୁର୍ନୀତି ପ୍ରତି ଶୂନ ଶହନଶୀଳତା କଥା କହୁଥିବା ବେଳେ ଅଫିସରମାନେ ଦୁର୍ନୀତିଖୋରଙ୍କୁ ଭଗବାନ ବୋଲି ବସାଇଛନ୍ତି । ଦେଖାଯାଉ, ଏପରି ଦୁର୍ନୀତିଗ୍ରସ୍ତ ବିଲ୍ଡର ମାନଙ୍କୁ ସରକାର ଆଇନର ବଳୟ ଭିରକୁ ଆଣି ଦଣ୍ଡ ଦେଉଛନ୍ତି ନା ସାଧାରଣ ଲୋକଙ୍କୁ ଶୋଷଣ ପାଇଁ ବାଟ ଖୋଲି ଦେଉଛନ୍ତି?
Education,State
କେନ୍ଦୁଝର( ଦ କୁଇଭର ):- ଏହି ଦୃଶ୍ୟଟି ହେଉଛି ଖଣି ଜିଲ୍ଲା ତଥା ଓଡିଶାର ଧନୀ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଅନ୍ତର୍ଗତ ଶିରିଶପାଳ ଗ୍ରାମ ପଞ୍ଚାୟତର ଅତିବୁଦ୍ଧିପଡା ଗ୍ରାମର। ଦୀର୍ଘ ଦିନ ପରେ ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଜଣେ ନୂତନ ଶିକ୍ଷକଙ୍କ ଆଗମନ ପରେ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ସ୍ବାଗତ କରି ବନ୍ଦାପନା କରିବା ସହ ବାଜା ବଜାଇ ପାଛୋଟି ନେଉଛନ୍ତି ବିଦ୍ୟାଳୟକୁ। ସୂଚନା ମୁତାବକ ଏହି ନୂତନ ସାର୍ ଜଣକ ହେଉଛନ୍ତି ଯତୀନ୍ଦ୍ର ବଢେଇ। ଯିଏ ସମ୍ବଲପୁର ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି। ଗ୍ରାମବାସୀଙ୍କ ଦ୍ବାରା ତାଙ୍କର ସ୍ବାଗତ ସମାରୋହର ଏହି ମନୋରମ ଦୃଶ୍ୟ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ବେଲଗୁଣ୍ଠା ଠାରେ, ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ଶତାଧିକ କଳାକାର ବେଲଗୁଣ୍ଠା ସ୍ଥିତ ନୃସିଂହନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି, ସହର ପରିକ୍ରମା କରିବା ସହ ବଣିକ ସଂଘ ଭବନ ଠାରେ ଆୟୋଜିତ ଉତ୍ସବରେ ପହଞ୍ଚିଥିଲେ । ସଂଘର ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାକାର ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ସହ, କଳାର ବିକାଶ ପାଇଁ ସବୁ କ୍ଷେତ୍ରରେ ନିରନ୍ତର ଉଦ୍ୟମ ହେବା ଜରୁରୀ ହୋଇଛି । ଏହା ସହ ସମାଜର ବିକାଶ କ୍ଷେତ୍ରରେ, କଳାକୁ ଉପଯୋଗ କରିବାର ଆବଶ୍ୟକ ରହିଛି ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଜିଲ୍ଲା ତଥା ବେଲଗୁଣ୍ଠା ବ୍ଳକର ବହୁ ବରିଷ୍ଠ କଳାକାର ଓ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ ୩ ତାରିଖରୁ ନବରାତ୍ର ପୂଜା ଆରମ୍ଭ ହୋଇ ଷୋଡ଼ଶ ଉପଚାରରେ ମା’ଙ୍କ ଆବାହନ କରାଯାଇଛି। ବିଭିନ୍ନ ଦିନରେ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ମା’ ଦର୍ଶନ ଦେଇଛନ୍ତି। ମା ତାରାତାରିଣୀଙ୍କ ମନ୍ଦିର ରେ ଆଜି ଅଷ୍ଟମୀରେ ଦର୍ଶନ ଦେଇଛନ୍ତି ମା’। ମନ୍ଦିରରେ ମା’ଙ୍କର ନବରାତ୍ରି ପୂଜା ହେଉଛି। ଏଥିପାଇଁ ପ୍ରତିଦିନ ମା’ଙ୍କର ମହାସ୍ନାନ, ଆଳତି, ବେଶ, ହୋମଯଜ୍ଞ ଆଦି ହେଉଛି। ଅଷ୍ଟମୀ ଉପଲକ୍ଷେ ଆଜି ସକାଳେ ମଙ୍ଗଳ ଆଳତି, ମହାସ୍ନାନ, ଫୁଲହାର, ବସ୍ତ୍ର, ବିଭିନ୍ନ ପ୍ରକାରର ଭୋଗ ସହ ଆଳତି ଲାଗି କରାଯାଇଥିଲା। ମହାଷ୍ଟମୀ ପୂଜା ସହ ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ଯଜ୍ଞ ଅନୁଷ୍ଠିତ ହୋଇଛି। ମା’ଙ୍କଠାରେ ବିଭିନ୍ନ ପ୍ରକାରର ଭୋଗ, ଫଳ, ପିଠା, ଖିରି, ମିଠା ଲାଗି କରାଯାଇଥିଲା।
State
ବ୍ରହ୍ମପୁର( ଦ କୁଇଭର ):-:ଗତ ସୋମବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଘଟିଥିବା ଲୋମ ଟାଙ୍କୁରା ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶରୀରରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିତା ଓ ମାତାଙ୍କୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।
ମେଧାବୀ ଛାତ୍ରୀ “ରାଣୀ ପ୍ରଧାନ” ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ସ୍ବରୂପ ସାହି ପୋଡଶୀଙ୍କ ବୟାନ ଓ ଛାତ୍ରୀଙ୍କ ଓଡିଓ କ୍ଲିପ୍ କୁ ଭିତ୍ତି କରି ଦୁଇ ଅଭିଯୁକ୍ତ ଯଥା ପିତା ଅଶୋକ କୁମାର ପ୍ରଧାନ ଓ ସାବତ ମାଁ ଜ୍ୟୋତ୍ସ୍ନା ରାଣୀ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଶେଷକରି ମଦ୍ୟପ ପିତାର ଅସହ୍ୟ ନିର୍ଯ୍ୟାତନା ସହିନପାରି ରାଣୀ ଏହି ଭଳି ପଦକ୍ଷେପ ନେଇଥିବା ସେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନରୁ ଜଣାପଡିଛି। ଯାହା ସେ ଆତ୍ମହତ୍ୟା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ ବହୁ ପରିମାଣରେ ଭାଇରଲ୍ ହୋଇଛି ଓ ଏହି ଭିଡିଓରୁ ବଳିଷ୍ଠ ପ୍ରମାଣ ମିଳିଛି।
ଏହି ସବୁ ପ୍ରମାଣକୁ ଆଧାର କରି ସଦର ଥାନା ପୋଲିସ୍ ଉକ୍ତ ଦମ୍ପତିଙ୍କୁ ମାମଲା ନଂ ୩୨୦/୨୪ ଓ ଦଫା ୧୦୮/୩ (୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Politics,State
ଭୁବନେଶ୍ୱର( ଦ କୁଇଭର ):- ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିଛି, ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ଏବେ ସବୁ ସରକାରୀ କୋଠାର ରଙ୍ଗ ଗେରୁଆ ବା କମଳା ରଙ୍ଗ ହେବ । ବାହାର ପଟର ରଙ୍ଗ ଗେରୁଆ କରିବା ସହ ବୋର୍ଡର ନାଲି ରହିବ । ଏହା ପୂର୍ବରୁ ବିଜେଡି ସରକାର କେତେକ ସ୍ଥାନରେ କୋଠାର ରଙ୍ଗ ସବୁଜ କରାଇଥିଲେ । ସ୍କୁଲର ରଙ୍ଗ ବି ସବୁଜ କରିଦେଇଥିଲେ । ରାଜ୍ୟ ରାଜକୋଷରୁ ୧୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଆସିଲେ ମୋହନ ସରକାର । ମୋହନ ସରକାର ଏବେ ରଙ୍ଗ ବଦଳା ଆରମ୍ଭ କରିଛନ୍ତି । ଏବେ ରଙ୍ଗ ବଦଳା ବାବଦରେ ୨୦୦କୋଟିର ଖର୍ଚ୍ଚ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।
ପ୍ରଥମେ ସ୍କୁଲ କୋଠାର ରଙ୍ଗ ବଦଳିଲା । ପରେ ଲକ୍ଷ୍ମୀ ବସର ରଙ୍ଗ ବଦଳିଲା । ଧିରେ ଧିରେ ସବୁ ବସର ରଙ୍ଗ ବଦଳୁଛି । ସ୍କୁଲ ଡ୍ରେସର ରଙ୍ଗ ବି ସବୁଜରୁ ବଦଳାଇ ଦେଲେ ସରକାର । ଏହାବ୍ୟତୀତ ଅନେକ ସ୍ଥାନରୁ ସବୁଜ ରଙ୍ଗକୁ ହଟାଇ ଦିଆଯାଉଛି । ପୂର୍ବରୁ ସବୁଜ ରଙ୍ଗର ହୋଡିଂକୁ ବି କମଳା ରଙ୍ଗ କରାଯାଉଛି । ଏବେ ସରକାର ନିର୍ଦ୍ଦେଶ ଦେଇଛନ୍ତି ସରକାରୀ କୋଠାର ରଙ୍ଗ କମଳା ହେବ । ଏହା ପୂର୍ବରୁ ଓମଫେଡ ଜରିର ରଙ୍ଗ ବଦଳାଇ ଦେଇଛନ୍ତି ମୋହନ ସରକାର । ଏତେ ସବୁ ବଦଳାଇଲେଣି । ଆଗକୁ ଆଉ କାହା କାହାର ରଙ୍ଗ ବଦଳାଇବେ ବୋଲି ସ୍ୱତଃ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାରଙ୍କ ରଙ୍ଗ ବଦଳା ଅଭିଯାନରେ ଆଗକୁ କିଏ ଆସୁଛି?
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ ପଣ୍ଡା ଉପସ୍ଥିତ ରହି ରାଷ୍ଟ୍ର ସେବାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ସଂଘର ଶତବାର୍ଷିକୀ ଉପଲକ୍ଷେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏହାର ବିସ୍ତାର କିପରି ହୋଇପାରିବ ,ଏଥିପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସ, ବିଭାଗ ସହ-ସଂଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହି ବର୍ଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ମାନେ ଉପସ୍ଥିତ ରହି ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ ।ଏହି ଦିନ ବାଳକ ଓ କିଶୋର ସ୍ବୟଂ ସେବକ ମାନଙ୍କୁ ନେଇ ତିନି ଦିନ ଧରି ଅଙ୍କଲ ଚାଲିଥିବା ସଂଘର ପ୍ରାରମ୍ଭିକ ବର୍ଗର ସମାପନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସ୍ବୟଂ ସେବକ ବୃନ୍ଦ, ରାଷ୍ଟ୍ରୀୟ ସ୍ଵୟଂସେବିକା ସଂଘର ସ୍ଵୟଂ ସେବିକା ବୃନ୍ଦ ତଥା ସଂଘ ଶୁଭେଚ୍ଛୁ ମାନେ ଯୋଗଦେଇଥିଲେ।
National,International
ଦ କୁଇଭର ବ୍ୟୁରୋ :- ଲିଭିଗଲା ଶିଳ୍ପ ଜଗତର ଅଦ୍ୱିତୀୟ ତାରକା-ରତନ ଟାଟା
୧୯୩୭ ମସିହା ଡିସେମ୍ବର ୨୮ ତାରିଖ ଜନ୍ମ ଗ୍ରହଣ କରିଥିଲେ ରତନ
ଇାପା ନାଭାଲ ଟାଟା, ମାଆ ସୁନୀ କମିସରିଏଟ
ହାବାର୍ଡ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ
ଜେଆରଡି ଟାଟା ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ।
୨୦୦୮ରେ ପଦ୍ମ ବିଭୂଷଣ ଓ ୨୦୦୦ରେ ପଦ୍ମଭୂଷଣ ପାଇଥିଲେ ।
ମୋଟ ସମ୍ପତ୍ତି ୩୮୦୦କୋଟି
ଟାଟାଙ୍କ ଅତି ପରିଚିତ କଥା- ମୁଁ ଠିକ ନିଷ୍ପତ୍ତି ନେବାରେ ବିଶ୍ୱାସ କରେ ନାହିଁ । ମୁଁ ନିଷ୍ପତ୍ତି ନିଏ ଆଉ ତାହାକୁ ଠିକ ବୋଲି ପ୍ରମାଣିତ କରିଥାଏ । କ୍ଷମତା ଓ ଟଙ୍କା ମୋର ମୁଖ୍ୟ ଆଧାର ନୁହେଁ
୧୯୯୧ ମସିହାରେ ଜେଆରଡି ଟାଟାଙ୍କ ଦେହାନ୍ତ ପରେ ରତନ ଟାଟାଙ୍କୁ ସେ ମୁଖ୍ୟ ବୋଲି ବାଛିଥିଲେ । ପ୍ରବଳ ବିରୋଧ ହୋଇଥିଲା । ମାତ୍ର ସେ ଅଧ୍ୟକ୍ଷ ଭାବେ କାମ କଲେ । ତାଙ୍କ ଅଧ୍ୟକ୍ଷ କାଳରେ ସେ ଟାଟା ମୋଟର୍ସ ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଟାଟା ମୋଟର୍ସକୁ ସେ ବିକିବା ପାଇଁ ଫର୍ଡ କମ୍ପାନୀକୁ ଯାଇଥିଲେ । ଫର୍ଡ କମ୍ପାନୀ ତାଙ୍କୁ ତାଚ୍ଛଲ୍ୟ କରି ଫେରାଇ ଦେଇଥିଲା । ସେହିଠାରୁ ସେ ଟାଟା ମୋଟର୍ସ ବିକିବେ ନାହିଁ ବୋଲି ନିଷ୍ପତ୍ତି ନେଇ ତାହାର ନବୀକରଣ କରିଥିଲେ । ଏବେ ଟାଟା ମୋଟର୍ସ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ତାର କାର ବିକ୍ରି କରୁଛି ।
ଓମୟ ବଦଳିଥିଲା-ଯେଉଁ ଫ୍ରଡ କମ୍ପାନୀ ପାଖରେ ଟାଟା ମୋର୍ଟସକୁ ବିକିବା ପାଇଁ ଯାଇଥିଲେ । ସେହି ଫ୍ରଡ କମ୍ପାନୀ ୨୦୦୯ରେ ରତନ ଟାଟାଙ୍କୁ ବିକିଥିଲା ସେହି କମ୍ପାନୀ । ଏହାପରେ ଲେଣ୍ଡ ରୋଭର, ଜାଗୁଆର ଭଳି କାର ନିର୍ମାତାଙ୍କ କମ୍ପାନୀକୁ ରତନ ଟାଟା ଅଧିଗ୍ରହଣ କରିଥିଲେ । ସାରା ବିଶ୍ୱରେ ଅଟୋମୋବାଇଲ କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବାଦଶାହା ।
ଟାଟା ଗ୍ରୁପରେ ରହିଛି ଅନେକ କମ୍ପାନୀ । ଖାଇବା ପାଇଁ ଲୁଣ ଠାରୁ ପିନ୍ଧିବା ପାଇଁ ପୋଷାକ, ସୁନା ଅଳଙ୍କାର, ପାଣି ଠାରୁ ଜୁସ ଏବଂ ଅନେକ କିଛି ରହିଛି । ବସ ଠାରୁ ଏୟାରଲାଇନ୍ସ ବି ଟାଟାର । ମଣିଷ ଜୀବନର ଅନେକ ଆବଶ୍ୟକତା କ୍ଷେତ୍ରରେ ଟାଟାର ଉତ୍ପାଦ ରହିଛି । ଯେଉଁଥିପାଇଁ ଟାଟା ଘରେ ଘରେ ପରିଚିତ ।
ଟାଟାକୁ ପରିଚିତ କରିଥିବା ରତନ ଟାଟାଙ୍କ ଭଳି ଜଣେ କିମ୍ବଦନ୍ତି ପୁରୁଷଙ୍କର ବିୟୋଗ ବାସ୍ତବରେ ଅପୂରଣୀୟ । ଦେଶ ତାଙ୍କ ଭଳି ଜଣେ ରତ୍ନଙ୍କୁ ହରାଇଛି । ଶିଳ୍ପ ଜଗତର ତାରା ଲିଭି ଯାଇଛି ।
National
ଦ କୁଇଭର ବ୍ୟୁରୋ :- ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ । ଇଣ୍ଡି ମେଣ୍ଟ ଏବଂ ରାହୁଲ ଗାନ୍ଧିଙ୍କୁ ବିଜେଡି ନେତାଙ୍କ ପ୍ରଂଶସା ।ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ବିଜେଡି ସାଂସଦଙ୍କ ଏହି ବୟାନ ହିଁ ଇସାରା କରୁଛି ବିଜେଡି କେଉଁ ଆଡକୁ ଢଳୁଛି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ରାଜ୍ୟରେ ଇଣ୍ଡି ମେଣ୍ଟର ଭଲ ପ୍ରଦର୍ଶନ ପରେ, ଏବେ ହରିୟାଣା ଓ ଜାମ୍ମୁ-କାଶ୍ମୀରରେ ଏଗଜିଟ୍ ପୋଲ ଇଣ୍ଡି ସପକ୍ଷରେ ଯାଇଛି । ଏହାକୁ ନେଇ ଉତ୍ସାହିତ ଅଛି କଂଗ୍ରେସ । ଏତିକିବେଳେ ନିର୍ବାଚନରେ ବିଜେପିଠାରୁ ପରାଜୟ ପରେ, ସମଦୂରତାର କଥା କହି ଆସୁଥିବା ବିଜେଡି ନେତାଙ୍କ ବୟାନ ଏବେ ଭିନ୍ନ ଇସାରା ଦେଉଛି। ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନ, ବିଜେଡି ଇଣ୍ଡି ମେଂଟ ଆଡ଼କୁ ଢଳିବାର ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। ୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ ବିଜେଡି ସମଦୂରତା କଥା କହିଆସୁଥିଲା । ହେଲେ ବିଭିନ୍ନ ପ୍ରସଙ୍ଗରେ ବିଜେପି ତଥା ଏନଡିଏକୁ ସମର୍ଥନ ଦେଉଥିଲା ବିଜେଡି। କିନ୍ତୁ ଏବେ ବିଜେପିଠାରୁ ପରାଜୟ ପରେ କଂଗ୍ରେସ ଆଡକୁ ଢଳିବାକୁ ଆରମ୍ଭ କରିଛି ବିଜେଡି । କ୍ଷମତାରେ ଥିବା ବେଳେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେଇ ଉଭୟ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା ବିଜେଡି । ଏବେ କିନ୍ତୁ ବିରୋଧୀ ଦଳରେ । କ୍ଷମତାରୁ ଯିବା ପରେ ବିଜେଡି ତାର ରାଜନୈତିକ ଷ୍ଟ୍ରାଟେଜି ବଦଳାଉଛି କି, ତା ଉପରେ ନଜର ।
Politics
ଭୁବନେଶ୍ୱର(ଦ କୁଇଭର): ନବୀନ ସ୍ୱଚ୍ଛ ନଥିଲେ କି ନୁହନ୍ତି । ଯେତିକି ଦୁର୍ନୀତି ହୋଇଛି ସବୁ ତାଙ୍କରି ନିଦେ୍ର୍ଦଶରେ ହୋଇଛି । ମନ୍ତ୍ରୀ ଓ ବିଧାୟକମାନେ କିଛି କରିନାହାନ୍ତି । ଯଦି ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତିରେ ସାମିଲ ଥାନ୍ତେ, ତେବେ ଏତେବଡ଼ ଚ୍ୟାଲେଞ୍ଜ କରିପାରି ଥାନ୍ତେ କି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ବବିଙ୍କ ଚ୍ୟାଲେଞ୍ଜ ସିଧା ସିଧା ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଉଛି । ପୂର୍ବରୁ ବବି ଏନେଇ ସଙ୍କେତ ବି ଦେଇଥିଲେ । ନିର୍ବାଚନ ହାରିବା ପରେ ଅନେକଙ୍କ ମୁଣ୍ଡରେ ଅଠା ବୋଳାଗଲା । ହେଲେ ବବି ହିଁ ଏକମାତ୍ର ନେତା ଯିଏ ଦମ୍ଭ ଦେଖାଇ କହିଥିଲେ, ସବୁ ନବୀନଙ୍କ ନିଦେ୍ର୍ଦଶରେ ହୋଇଛି । ଅନ୍ୟ କାହାର କିିଛି ନାହିଁ ।
ଏବେ ଆସିବା ପ୍ରସଙ୍ଗକୁ । ୨୪ବର୍ଷର ବିଜେଡି ସରକାର ଅମଳରେ ବିକାଶ କ’ଣ ହୋଇଛି ତାହା ଲୋକେ ଦେଖୁଛନ୍ତି । ହେଲେ ଦୁର୍ନୀତି କେତେ ହୋଇଛି ଓ ଦୁର୍ନୀତିକୁ କେମିତି ଢ଼ାଙ୍କି ଦିଆଯାଇଛି ତାହାର ଗୁମୁର ମୋହନ ସରକାର ଖୋଲୁଛନ୍ତି । ନବୀନ ସରକାରରେ ହୋଇଥିବା ପାଣ୍ଠି ସ୍ଥାନାନ୍ତର ଠାରୁ ଖଣି, ପାଣି, ଜମି ଦୁର୍ନୀତିରେ ଅନେକ ପ୍ରମୁଖ ନେତା ସାମିଲ ଅଛନ୍ତି । ଅଫିସରମାନେ ତ କଳାଟଙ୍କାରେ ପୋତି ହୋଇଛନ୍ତି । ନିର୍ଦ୍ଧିଷ୍ଟ ବେପାରୀଙ୍କୁ ଧରି କଳା ବେପାର ଚାଲିଛି । ଏପରିକି ଅନେକ ଅଭିଯୋଗ ବବିଙ୍କ ମୁଣ୍ଡରେ ଅଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ ବବିଙ୍କ ଆଡ଼କୁ ଇଙ୍ଗିତ କରି ଦୁର୍ନୀତିରେ ଲିପ୍ତ ଥିବା କହି ସାରିଛନ୍ତି ।
ଏଭଳି ସ୍ଥିତିରେ ବବି ସେ କୌଣସି ଦୁର୍ନୀତିରେ ନାହାନ୍ତି ବୋଲି କହିବା ନାନା ପ୍ରଶ୍ନ ଉଠାଉଛି ।
ବବି ବାଇଟ---
ଯଦି ବବି କୌଣସି ଦୁର୍ନୀତିରେ ନାହାନ୍ତି, ତେବେ ଏତେ ଅଭିଯୋଗ କେମିତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି କ’ଣ ନବୀନଙ୍କ ଇଙ୍ଗିତରେ ବା ନିଦେ୍ର୍ଦଶରେ ହୋଇଛି କି? ଏପରି କଥା ବିଜେଡି ଭିତରେ ବି ଚର୍ଚ୍ଚା ହେଉଛି । ବିଜେଡି ନିର୍ବାଚନ ହାରିବା ପରେ କିଏ କେତେ କାରଣ କହିଲେ । କିଏ ପାଣ୍ଡିଆନଙ୍କୁ ଦାୟୀ କଲେ ତ ଆଉ କିଏ ବବିଙ୍କୁ । ମାତ୍ର ବବି ଆସି କହିଲେ, ସବୁ କିଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ହୁଏ । ତାଙ୍କ ନିଦେ୍ର୍ଦଶ ବିନା କିଛି ହୁଏ ନାହିଁ । ଅର୍ଥାତ ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ନବୀନଙ୍କ ନିଦେ୍ର୍ଦଶରେ ହୋଇଥିବା କଥା ବବି ସେତେବେଳେ ଇଙ୍ଗିତ କରିନାହାନ୍ତି ତ? ନହେଲେ ବବି ଏବେ ମୋ ନାମରେ ଦୁର୍ନୀତି ଅଛି ତ ବାନ୍ଧ ବୋଲି କେମିତି କହୁଛନ୍ତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି ଅଭିଯୋଗ ପଛରେ ନବୀନଙ୍କୁ ଛନ୍ଦିବାର ବବିଙ୍କର କିଛି ପ୍ଲାନିଂ ରହିଛି କି? ନବୀନଙ୍କୁ ଦୁର୍ନୀତିଗ୍ରସ୍ତ କରିଦେଲେ ବବି ଦୁର୍ନୀତିମୁକ୍ତ ହୋଇଯିବେ ବୋଲି ଯୋଜନା ଚାଲିଛି କି? ନବୀନ ଦୁର୍ନୀତିଗ୍ରସ୍ତ ହେଲେ କେବଳ ବବି କାହିଁକି, ବିଜେଡିର ଅନେକ ଯୁବନେତା ଓ ଅଫିସର ବି ନିଦେ୍ର୍ଦାଶ ହୋଇଯିବେ । କିଛି ନେତା ଓ ଅଫିସରଙ୍କ ମଧ୍ୟରେ ଏପରି କିଛି ଖିଚିଡ଼ି ରନ୍ଧା ଚାଲିଛି କି? ଦେଖାଯାଉ ନିଜକୁ ନିଦେ୍ର୍ଦଶ ବୋଲି କହିଥିବା ବବି ନିଦେ୍ର୍ଦଶୀ ହେଉଛନ୍ତି ନା ଦୁର୍ନୀତିରେ ଫସୁଛନ୍ତି?
National
ଦ କୁଇଭର ବ୍ୟୁରୋ :- ଦଶହରାରେ ଖୁସି ଖବର ଦେଲେ କେନ୍ଦ୍ର ସରକାର। ଆହୁରି ୪ ବର୍ଷ ଯାଏଁ ମିଳିବ ମାଗଣା ରାସନ। ଜାରି ରହିବ ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା। ୨୦୨୮ ମସିହା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି ଚାଉଳ ପ୍ରଦାନ କରାଯିବ। PMGKAY(ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା) ର ଖାଦ୍ୟ ସବସିଡି କାର୍ଯ୍ୟକ୍ରମ ଅଧୀନରେ ଏହି ରାସନ ପ୍ରଦାନ ହୋଇଆସୁଅଛି। ୨୦୨୮ ମସିହା ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗମା ରାସନ ମିଳିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ସରକାରଙ୍କ ପକ୍ଷରୁ ଏହି ମାଗଣା ଚାଉଳ ମିଳିବା ଦ୍ବାରା ଖାଦ୍ୟ ଅଭାବ କାରଣରୁ ରକ୍ତହୀନତା ରୋଗରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହେବ। ଶରୀରରେ ଥିବା ମାଇକ୍ରୋନ୍ୟୁଣ୍ଟ୍ରିଏଣ୍ଟ ଅଭାବ ଭରଣ ହେବ। ଶରୀରକୁ ପୋଷକ ତତ୍ତ୍ବ ମିଳିବା ସହ ଅପପୁଷ୍ଟି ରୋକିବାରେ ସହାୟତା ହେବ। ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର କୋଟି କୋଟି ରାସନ ହିତାଧିକାରୀଙ୍କୁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ସମସ୍ତ ରାସନ କାର୍ଡଧାରୀ ଆସନ୍ତା ୪ ବର୍ଷ ଯାଏଁ ଅର୍ଥାତ୍ ୨୦୨୮ ପର୍ଯ୍ୟନ୍ତ ମାଗଣା ଚାଉଳ ପାଇପାରିବେ। ଏଥିପାଇଁ ପ୍ରାୟ ୧୧. ୮୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରାୟ 80କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ଲାଭ ପାଇପାରିବେ। ଆନେମିଆ ଓ ଅପପୁଷ୍ଟିକୁ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର।
National
ଭୁବନେଶ୍ବର ( ଦ କୁଇଭର ):- ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି।ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ।ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ। ବୁଧବାରଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।