ଗତ କିଛି ଦିନରୁ ରାଜ୍ୟବାସୀ ଅସହ୍ୟ ଗରମରେ ଛଟପଟ ହେଉଥିବାବେଳେ ଆଗାମୀ ୩ ଦିନ ମଧ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବାକୁ ଯାଉଛି। ମେ’ ୬ ତାରିଖରୁ ଦିନ ତାପମତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି।
ଅପରପକ୍ଷରେ ଗୁରୁବାର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ତାତି କମିଛି। ତେବେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଟପିଛି। ଗୁରୁବାର ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ଼ ହୋଇଛି। ୨୯ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ସେହିପରି ଦୀର୍ଘ ୧୭ଦିନ ପରେ କଟକ-ଭୁବନେଶ୍ୱର ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି।
ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମେ’ ୬ରୁ ୧୦ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ତେଣୁ ଏହି ସମୟରେ ତାପମାତ୍ରା ସ୍ବାଭାବିକ ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।
No comments yet.
Politics
ପୋଲସରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୋଲସରା ସହର ତୋଟା ସାହିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ ସମୟରେ ଏକ ଗୁଳିକାଣ୍ଡ ଘଟିଛି |ଏହି ଗୁଳିକାଣ୍ଡ ରେ ଜଣେ ଯୁବକ ଆହତ ହୋଇଛନ୍ତି |ଯୁବକ ଜଣକ ହେଲେ ପୋଲସରା ମଠ ସାହିର ଗଣେଶ ଖଟେଇ (୨୫)ଏହି ଗୁଳିକାଣ୍ଡ ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି ଘଟିଥିବା ପୋଲିସ ସୂଚନା ପ୍ରଦାନ କରିଛି |ସୂଚନା ଯୋଗ୍ୟ ଯେ ଗଣେଶକୌଣସି କାମ ରେ ତୋଟା ସାହିକୁ ଯାଇ ଫେରିବା ବେଳେ ପୂର୍ଵ ରୁ ଯୋଜନା ବଧ ଭାବେ ପ୍ରସ୍ତୁତ ହୋଇ ବାଇକରେ ଆସି ତୋଟା ସାହି ସ୍ଥିତ ଟେଲିଫୋନ ଏକ୍ସଚେଞ୍ଜ ଅଫିସ ଆଗରେ ଅଭିଯୁକ୍ତ ମାନେ ବାଇକରେ ଆସି ଗଣେଶ ର ମୁଣ୍ଡକୁ ଲକ୍ଷ କରି ଦୁଇ ରୁ ତିନି ରାଉଣ୍ଡ ଗୁଳି ଫୁଟାଇ ଥିଲା |ସୌଭାଗ୍ୟ କ୍ରମେ ଗୁଳି ଗୁଡିକ ଗଣେଶ ର ମୁଣ୍ଡରେ ନ ବାଜି ଖସିଯାଇ ଡାହାଣ କାନ ରେ ଗୁଳିଟି ବାଜି ଚାଲିଯାଇଥିଲା|କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା |ଗୋଟିଏ ପଟେ ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଫେରାର ହୋଇଥିବା ବେଳେ ଅନ୍ୟପଟେ ଆହତ ଗଣେଶକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ଲାଗି ନିଆ ଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି |ଖବରପାଇ ଏସ ଡି ପି ଓ ରଜନୀ କାନ୍ତ ସାମଲ, ପୋଲସରା ଥାନାଧିକାରୀ କୌଶିକ ମାଝି ଘଟଣା ସ୍ଥଳରେ ପହଂଚି ଦୁଇଟି ବାଇକ, ଗୋଟିଏ କଳା ରଙ୍ଗ ର ମାସ୍କ, ମାଟିଆ ରଙ୍ଗର ଦୁଇଟି ଚପଲ, ତିନୋଟି ଗୁଳିର ଖୋକା ଆଦି ଜବତ କରିଛି|ଖବର ଲେଖାଯିବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଏସ ଡି ପି ଓ ସାମଲ ସୂଚନା ପ୍ରଦାନ କରିଥିଲେ |ପୋଲିସ ଖବର ପାଇ ତଦନ୍ତ ଚଳାଇଛି |
State
ଭୁବନେଶ୍ୱର(ଦ କୁଇଭର): ଜଣେ ଠିକାଦାରଙ୍କ ଠାରୁ ଆୟକର ବିଭାଗ ୫କୋଟି ଟଙ୍କା ଜବତ କରିଛି । ଏହା ପଛରେ କାଳେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ହାତ ଥିବା ଅଭିଯୋଗ ଆଣୁଛି ବିଜେପି । ଏହାକୁ ନେଇ ବେଶ ଖୁସି ହେଉଛନ୍ତି ବିରୋଧୀ ନେତା ଓ ବାବୁମାନେ । ହେଲେ ଏହା ଅତି ମାମୁଲି କଥା । ଯଦି ଏହି ଘଟଣାରେ ଇଡି ପସିବ, ତେବେ ୫କୋଟି ନୁହେଁ ୫ଶହ କୋଟିର ଚେର ଭିଡ଼ି ଆଣିବ । କେବଳ ଏହି ଟଙ୍କା ନୁହେଁ, ବାଲି, ପଥର, ଲୁହା, ମାଙ୍ଗାନିଜ ବ୍ୟତୀତ ଜାଲ ସାର୍ଟିଫିକେଟ ଓ ନିଯୁକ୍ତି ଦୁର୍ନୀତିରୁ ଆଦାୟ ହୋଇଥିବା ଶହଶହ କୋଟିର ଗୁମର ଖୋଲିଯିବ । ଏହା ପଛରେ ଥିବା ନେତା ଓ ଅଫିସରଙ୍କ ଅସଲ ମୁଖା ଇଡି ଭିଡ଼ି ଆଣିବ । ଏକଥା ଖୋଦ ବିଜେଡିର କିଛି ପୁରୁଖା କହିଲେଣି । ଭୁବନେଶ୍ୱରରୁ ଜଣେ ଠିକାଦାରଙ୍କ ଠାରୁ ୫କୋଟି ଟଙ୍କା ନଗତ କ୍ୟାସ ଜବତ ହୋଇଥିଲା । ଏହା ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କା ଜବତ କରିଥିଲେ । ଯାଜପୁର ରୋଡ଼ରେ ବି ଚଢ଼ାଉ କରି ନଗଦ ଟଙ୍କା ଜବତ କରାଯାଇଥିଲା । ଏସବୁକୁ ମିଶାଇ ଏବେ ବବିଙ୍କ ମୁଣ୍ଡରେ ଅଠା ବୋଳିଲେଣି କିଛି ଲୋକେ । ଏସବୁ ଟଙ୍କା ପଛରେ କାଳେ ବବିଙ୍କ ହାତ ରହିଛି । ବିଜେଡିର ତୃତୀୟ ପୁରୁଖା ହୋଇଥିବାରୁ ବବି କାଳେ ସବୁ ବେଆଇନ ବେପାରରୁ ଚାନ୍ଦା ନେଉଥିବା କୁହାଯାଉଛି । ଯାହାକୁ ବିଭିନ୍ନ ଏଜେଣ୍ଟ ମାଧ୍ୟମରେ ପରିଚାଳନା କରାଯାଉଛି । ଆୟକର ବିଭାଗ କିଛି କୋଟି ଧରିବା ଆଦୌ ବଡ଼ କଥା ନୁହେଁ । ଏଥିରେ ଇଡି ପଶି ଏହାର ଖିଅ ଖୋଜିଲେ ଅନେକ କଥା ନଜରକୁ ଆସିଯିବ । ଯାଜପୁର ପଥର ଖଣି ଓ ପାହାଡ଼ରୁ କେତେ କୋଟି ଆଦାୟ ହୋଇଛି? ଯାଜପୁର ବାଲି ହେଉ କି କଟକ ବା ଭୁବନେଶ୍ୱର ବାଲି ବେପାର ହେଉ ସେଥିରୁ କେତେ କୋଟି ଚାନ୍ଦା ଉଠାଯାଇଛି । ବାକି ଖଣିରୁ ତ ଶହଶହ କୋଟିର ଚାନ୍ଦା କାଳେ ଉଠିଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି । କେନ୍ଦୁଝର ଜିଲ୍ଲାରୁ ଚାନ୍ଦା ଜୋରସୋର ଆଦାୟ ହୋଇଛି । ଯାହାକୁ କିଛି ନିର୍ଦ୍ଧିଷ୍ଟ ଏଜେଣ୍ଟଙ୍କ ମାଧ୍ୟମରେ ଜମି ଓ ବିଭିନ୍ନ ସ୍ଥାନରେ ବିନିଯୋଗ କରାଯାଉଛି । ଭୁବନେଶ୍ୱରର ୪ଜଣ ବିଲ୍ଡର ଏବଂ ଜଣେ ବିଧାୟକଙ୍କୁ ଇଡି ଜେରା କରିଦେଲେ କାହା ଟଙ୍କା କେଉଁଠି ବିନିଯୋଗ ହୋଇଛି ତାହା ପଦାରେ ପଡ଼ିଯିବ । କେବଳ ସେତିକି ନୁହେଁ, ରାଜ୍ୟରେ ଅନେକ ନିଯୁକ୍ତିରେ ଘୋଟାଲା ହୋଇଛି । ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ଅନେକ । ଗତ ୪ବର୍ଷରେ ହୋଇଥିବା ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଥିବା ଲୋକଙ୍କ ସାର୍ଟିଫିକେଟ ଯାଞ୍ଚ କରିଦେଲେ ଅନେକ ମଞ୍ଜି ବାହାରିଯିବ । କିଏ ନକଲି ସାର୍ଟିଫିକେଟ ଦେଇଛି ଓ କେଉଁ ସଂସ୍ଥାରୁ ଜାଲିଆତି ହୋଇ ଆସିଛି ଧରାପଡ଼ିଯିବ । ସେତିକି ନୁହେଁ, ଯୋଗ୍ୟତା ନଥାଇ ବି ଅନେକ ନିଯୁକ୍ତି ପାଇଛନ୍ତି । ତାହାର ତଦନ୍ତ ହେଲେ କିଏ ନିଯୁକ୍ତି ଦେଇଛନ୍ତି ଓ କେତେ ଡିଲ ହୋଇଛି ତାହା ବି ପଦାରେ ପଡ଼ିଯିବ । ସବୁ ଘୋଟାଲା ଜଣକ ଇଙ୍ଗିତରେ ଚାଲିଥିବାରୁ କୋଟି କୋଟି ଟଙ୍କା ବିଲ୍ଡର, ହୋଟେଲ ବେପାରୀ, ଜମି ବେପାରୀ, ଶିକ୍ଷା ବେପାରୀଙ୍କ ମାଧ୍ୟମରେ ଖର୍ଚ୍ଚ ଚାଲିଛି । ଯାହାକୁ ଇଡି ଧରିଲେ, ଅନେକ ଧୋବଧୋବଲିଆଙ୍କ ଅସଲ ମୁଖା ଖୋଲିଯିବ । ଏହି କଳା ଟଙ୍କାର ଚେର ଧରି କାଳେ ଇଡି ପହଞ୍ଚିଯିବ, ତେଣୁ କିଛି ଏଜେଣ୍ଟଙ୍କୁ ଏବେ ଭିତରେ ବସାଇ ଦିଆଯାଇଛି । କିଛି ତ ସମ୍ବଲପୁରରେ ରହି ଅପରେଟ କରୁଥିବା କୁହାଯାଉଛି । ଦେଖାଯାଉ ଆଇଟ ପାରିନଥିବା କଳାଧନ ଖୋଳତାଡ଼କୁ ଇଡି ପଶି ନିର୍ବାଚନ ପୂର୍ବରୁ କାଢ଼ୁଛି ନା ନିର୍ବାଚନ ପରକୁ ଅପେକ୍ଷା କରୁଛି ।
Politics
ଦ କୁଇଭର ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି । ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
Politics
ଝାରସୁଗୁଡ଼ା(ଦ କୁଇଭର): ନିଜ ଦଳ ନୁହେଁ ବିଜେଡି ଭିତରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ଭରସାରେ ଅଛନ୍ତି ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ । ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ଉପେକ୍ଷା କରି ଝାରସୁଗୁଡ଼ା ନେତ୍ରୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ବଳରେ ଡିଆଁ ମାରୁଛନ୍ତି ସୁରେଶ । ଏହି କାର୍ଯ୍ୟ ଦ୍ୱାରା ବ୍ରଜରାଜନଗର ବିଜେପି କର୍ମୀ ଓ ସମର୍ଥକଙ୍କୁ କେବଳ ଅସମ୍ମାନ କରୁ ନାହାନ୍ତି, ଦଳ ପାଇଁ ସେମାନଙ୍କ ତ୍ୟାଗକୁ ଉପେକ୍ଷା କରୁଛନ୍ତି ଓ ନିଜ ଦଳ ପିଠିରେ ଛୁରୀ ମାରୁଛନ୍ତି । ଏକଥା ବିଜେପି କର୍ମୀ ଓ ସମର୍ଥକମାନେ କହିଲେଣି । ସୁରେଶ ପ୍ରାର୍ଥୀ ହେବା ଦିନ ଠାରୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ବ୍ରଜରାଜନଗରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଚାଲିଛି । କଂଗ୍ରେସର କିଶୋର ପଟେଲ ଏହାକୁ ନିଜର ଶେଷ ନିର୍ବାଚନ ଧରିନେଇ ଲଢ଼େଇକୁ ଜୋରଦାର କରିଛନ୍ତି । ସେ କାଳେ ଅପର୍ଯ୍ୟାପ୍ତ ଟଙ୍କା ଢ଼ାଳୁଛନ୍ତି । ଭୋଜିଭାତରେ ପୂରା ମସଗୁଲ କର୍ମୀ ଓ ସମର୍ଥକ । ପାଣି ଭଳି ପାଣ୍ଠି ବୋହୁଛି । ନିର୍ବାଚନ ପରେ ସୁଧ ମୂଳକି ଆଦାୟ କରିବାକୁ ଯୋଜନା ରଖି ଲୁଟାଇ ଚାଲିଛନ୍ତି । ମାତ୍ର ଗୋଷ୍ଠୀ କନ୍ଦଳ ତାଙ୍କ ବାଟ ଛେକୁଛି । ହେଲେ ସବୁଠୁ ବିବାଦୀୟ ରହିଛନ୍ତି ବିଜେପି ପ୍ରାର୍ଥୀ ସୁରେଶ । ସୁରେଶ ନିଜ ଦଳର କର୍ମୀ ଓ ସମର୍ଥକ ମାନଙ୍କୁ ସାଙ୍ଗରେ ନେଉ ନାହାନ୍ତି । ନିଜର କିଛି କୋଟେରୀଙ୍କୁ ଧରି ଚାଲିଛନ୍ତି । ଏହାବ୍ୟତୀତ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସମର୍ଥକମାନେ ସୁରେଶଙ୍କୁ ବଳ ଦେଉଛନ୍ତି । ଦୀପାଳି ଓ ବିଶାଲ ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇବାକୁ କାଳେ ଯୋଜନା କରି ସୁରେଶଙ୍କୁ ସବୁ ସହାୟତା ଦେଉଛନ୍ତି । ଏପରିକି ବିଜେପି କର୍ମୀ ମାନଙ୍କୁ ସୁରେଶ ଦୀପାଳି ଓ ବିଶାଲଙ୍କ ସମର୍ଥକଙ୍କ ପଛରେ ରହିବାକୁ କହୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏ ଦୁଇ ନେତା ଦଳୀୟ ସଂଗଠନ ବିବାଦରୁ ଉଠି ପାରୁନଥିବା ବେଳେ ଏମାନଙ୍କ ପଛରେ ଉଡ଼ା ପକ୍ଷୀର ଲେବୁଲ ଲାଗିଛି । ଏମାନେ କେବଳ ନିର୍ବାଚନ ବେଳେ ଦେଖାଦେବେ, ଏହାପରେ ଉଡ଼ିଯିବେ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ଅଳକାଙ୍କ ବିରୋଧରେ ପ୍ରସଙ୍ଗ ପାଉନାହାନ୍ତି ବିରୋଧୀ । ଅଳକା ତାଙ୍କ ସ୍ୱଳ୍ପ କାଳ ମଧ୍ୟରେ ଅନେକ କିଛି କାମ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଲୋକେ ତାଙ୍କୁ ପାଖରେ ପାଇ ଗୁହାରୀ ଜଣାଇବାର ସୁଯୋଗ ରହିଛି । ସେଥିପାଇଁ ଅଳକାଙ୍କ ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଏବେ ବିଜେପି ସମର୍ଥକମାନେ ବିଜେଡି ମୁହାଁ ହୋଇଛନ୍ତି । ଦେଖାଯାଉ ଦିପାଳୀ ଓ ବିଶାଲଙ୍କ ସମର୍ଥନ ନେଇ ସୁରେଶ ବାଜି ମାରୁଛନ୍ତି ନା ଆତ୍ମଘାତୀ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି ।
National
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
Politics
ଭୁବନେଶ୍ୱର ( ଦ କୁଇଭର ):- ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ’ । ୨୦୨୪ ସାଧାରଣ ନିର୍ବାଚନରେ ରାଜଧାନୀରେ ପ୍ରଥମ ଥର ପାଇଁ ରୋଡ଼ ସୋ କରିଛନ୍ତି ନବୀନ । ହାଇଟେକ ବସରେ ଛିଡା ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ, ତାଙ୍କ ପାଖରେ ଛିଡା ହୋଇଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାଘାଟ, ଗଳି କନ୍ଧି ସବୁଠି ଜମିଥିଲା ଭିଡ । ରୋଡ ସୋରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା । ବିଜେଡି ଜିନ୍ଦାବାଦ ନାରାରେ କମ୍ପିଥିଲା ଚତୁର୍ଦିଗ । ୟୁନିଟ ୬ ଗଙ୍ଗନଗର ଛକରୁ ରୋଡ ସୋ ବାହାରି ଶିଶୁ ଭବନ ଛକରେ ଶେଷ ହୋଇଥିଲା । ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଲାଗି ରୋଡ ସୋ କରିଥିଲେ ନବୀନ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ସାଙ୍ଗକୁ ରୋଡ ସୋ କରୁଛନ୍ତି ହେବିଓ୍ବେଟ ନେତା । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍ଗ ପାଇଁ ରାଜଧାନୀ ଭୁବନେଶ୍ବରରେ ରୋଡ ସୋ କରିଥିଲେ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ସୋ କରି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିତିଲେ । ଚଳିତ ସାଧାରଣ ନିର୍ବାଚନରେ ଏହା ହେଉଛି ନବୀନଙ୍କ ପ୍ରଥମ ରୋଡ ସୋ, ଯାହା ଭୁବନେଶ୍ୱରରୁ ଆରମ୍ଭ ହୋଇଛି । ହିଞ୍ଜିଳିରୁ ଦଳର ପ୍ରଚାର ନେତୃତ୍ୱ ନେଇଥିବା ନବୀନ ଏହା ଭିତରେ ଅନେକ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି ।
Politics
ଦ କୁଇଭର ବ୍ୟୁରୋ :- ବଦଳିଯାଇଛି ବିଜେପିର ନିର୍ବାଚନ ଷ୍ଟ୍ରାଟେଜୀ । ଓଡ଼ିଶା ଗାଦି ଦଖଲ ପାଇଁ ବିଜେପି ଓ କେନ୍ଦ୍ରୀୟ ନେତୃତ୍ୱ ଘନଘନ ଗସ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ଦଳୀୟ ସମାବେଶରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଓଡ଼ିଶାର ଲୋକ ପରିବର୍ତନ ଚାହୁଁଛନ୍ତି । ସେହିପରି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ମଧ୍ୟ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଆଗକୁ ଦଳର ଆଉ କିଛି ବଡ଼ ଚେହେରା ଆସିବା ନେଇ ଯୋଜନା କରିଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାରାଥନ କାର୍ଯ୍ୟକ୍ରମ ରଖିଛି ଦଳ । ଏଥିସହ ବିଜେପି ଷ୍ଟାର ପ୍ରଚାରକ ତଥା ଡ୍ରିମ୍ଗର୍ଲ ହେମା ମାଳିନୀଙ୍କୁ ଆଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ଦେଇଛି ରାଜ୍ୟ ବିଜେପି । ସେହିପରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ତିନି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ୧୬ ଓ ୧୭ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣି ଓଡ଼ିଶା ଆସିବେ । ୧୭ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ୧୭ ଓ ୧୮ରେ ଦୁଇଦିନ ଧରି ବଣାଇ, ସୁନ୍ଦରଗଡ଼ ଠାରେ ଦୁଇଟି ସଭା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତରୁ ଲାଗୁଛି, ଯେମିତି ବିଜେଡି ଗଡ଼କୁ ଭେଦ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବା ମୁଡରେ ନାହିଁ ।
Politics
ଭୁବନେଶ୍ୱର(ଦ କୁଇଭର): ଜଣେ ଠିକାଦାରଙ୍କ ଠାରୁ ଆୟକର ବିଭାଗ ୫କୋଟି ଟଙ୍କା ଜବତ କରିଛି । ଏହା ପଛରେ କାଳେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ହାତ ଥିବା ଅଭିଯୋଗ ଆଣୁଛି ବିଜେପି । ଏହାକୁ ନେଇ ବେଶ ଖୁସି ହେଉଛନ୍ତି ବିରୋଧୀ ନେତା ଓ ବାବୁମାନେ । ହେଲେ ଏହା ଅତି ମାମୁଲି କଥା । ଯଦି ଏହି ଘଟଣାରେ ଇଡି ପସିବ, ତେବେ ୫କୋଟି ନୁହେଁ ୫ଶହ କୋଟିର ଚେର ଭିଡ଼ି ଆଣିବ । କେବଳ ଏହି ଟଙ୍କା ନୁହେଁ, ବାଲି, ପଥର, ଲୁହା, ମାଙ୍ଗାନିଜ ବ୍ୟତୀତ ଜାଲ ସାର୍ଟିଫିକେଟ ଓ ନିଯୁକ୍ତି ଦୁର୍ନୀତିରୁ ଆଦାୟ ହୋଇଥିବା ଶହଶହ କୋଟିର ଗୁମର ଖୋଲିଯିବ । ଏହା ପଛରେ ଥିବା ନେତା ଓ ଅଫିସରଙ୍କ ଅସଲ ମୁଖା ଇଡି ଭିଡ଼ି ଆଣିବ । ଏକଥା ଖୋଦ ବିଜେଡିର କିଛି ପୁରୁଖା କହିଲେଣି । ଭୁବନେଶ୍ୱରରୁ ଜଣେ ଠିକାଦାରଙ୍କ ଠାରୁ ୫କୋଟି ଟଙ୍କା ନଗତ କ୍ୟାସ ଜବତ ହୋଇଥିଲା । ଏହା ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କା ଜବତ କରିଥିଲେ । ଯାଜପୁର ରୋଡ଼ରେ ବି ଚଢ଼ାଉ କରି ନଗଦ ଟଙ୍କା ଜବତ କରାଯାଇଥିଲା । ଏସବୁକୁ ମିଶାଇ ଏବେ ବବିଙ୍କ ମୁଣ୍ଡରେ ଅଠା ବୋଳିଲେଣି କିଛି ଲୋକେ । ଏସବୁ ଟଙ୍କା ପଛରେ କାଳେ ବବିଙ୍କ ହାତ ରହିଛି । ବିଜେଡିର ତୃତୀୟ ପୁରୁଖା ହୋଇଥିବାରୁ ବବି କାଳେ ସବୁ ବେଆଇନ ବେପାରରୁ ଚାନ୍ଦା ନେଉଥିବା କୁହାଯାଉଛି । ଯାହାକୁ ବିଭିନ୍ନ ଏଜେଣ୍ଟ ମାଧ୍ୟମରେ ପରିଚାଳନା କରାଯାଉଛି । ଆୟକର ବିଭାଗ କିଛି କୋଟି ଧରିବା ଆଦୌ ବଡ଼ କଥା ନୁହେଁ । ଏଥିରେ ଇଡି ପଶି ଏହାର ଖିଅ ଖୋଜିଲେ ଅନେକ କଥା ନଜରକୁ ଆସିଯିବ । ଯାଜପୁର ପଥର ଖଣି ଓ ପାହାଡ଼ରୁ କେତେ କୋଟି ଆଦାୟ ହୋଇଛି? ଯାଜପୁର ବାଲି ହେଉ କି କଟକ ବା ଭୁବନେଶ୍ୱର ବାଲି ବେପାର ହେଉ ସେଥିରୁ କେତେ କୋଟି ଚାନ୍ଦା ଉଠାଯାଇଛି । ବାକି ଖଣିରୁ ତ ଶହଶହ କୋଟିର ଚାନ୍ଦା କାଳେ ଉଠିଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି । କେନ୍ଦୁଝର ଜିଲ୍ଲାରୁ ଚାନ୍ଦା ଜୋରସୋର ଆଦାୟ ହୋଇଛି । ଯାହାକୁ କିଛି ନିର୍ଦ୍ଧିଷ୍ଟ ଏଜେଣ୍ଟଙ୍କ ମାଧ୍ୟମରେ ଜମି ଓ ବିଭିନ୍ନ ସ୍ଥାନରେ ବିନିଯୋଗ କରାଯାଉଛି । ଭୁବନେଶ୍ୱରର ୪ଜଣ ବିଲ୍ଡର ଏବଂ ଜଣେ ବିଧାୟକଙ୍କୁ ଇଡି ଜେରା କରିଦେଲେ କାହା ଟଙ୍କା କେଉଁଠି ବିନିଯୋଗ ହୋଇଛି ତାହା ପଦାରେ ପଡ଼ିଯିବ । କେବଳ ସେତିକି ନୁହେଁ, ରାଜ୍ୟରେ ଅନେକ ନିଯୁକ୍ତିରେ ଘୋଟାଲା ହୋଇଛି । ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ଅନେକ । ଗତ ୪ବର୍ଷରେ ହୋଇଥିବା ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଥିବା ଲୋକଙ୍କ ସାର୍ଟିଫିକେଟ ଯାଞ୍ଚ କରିଦେଲେ ଅନେକ ମଞ୍ଜି ବାହାରିଯିବ । କିଏ ନକଲି ସାର୍ଟିଫିକେଟ ଦେଇଛି ଓ କେଉଁ ସଂସ୍ଥାରୁ ଜାଲିଆତି ହୋଇ ଆସିଛି ଧରାପଡ଼ିଯିବ । ସେତିକି ନୁହେଁ, ଯୋଗ୍ୟତା ନଥାଇ ବି ଅନେକ ନିଯୁକ୍ତି ପାଇଛନ୍ତି । ତାହାର ତଦନ୍ତ ହେଲେ କିଏ ନିଯୁକ୍ତି ଦେଇଛନ୍ତି ଓ କେତେ ଡିଲ ହୋଇଛି ତାହା ବି ପଦାରେ ପଡ଼ିଯିବ । ସବୁ ଘୋଟାଲା ଜଣକ ଇଙ୍ଗିତରେ ଚାଲିଥିବାରୁ କୋଟି କୋଟି ଟଙ୍କା ବିଲ୍ଡର, ହୋଟେଲ ବେପାରୀ, ଜମି ବେପାରୀ, ଶିକ୍ଷା ବେପାରୀଙ୍କ ମାଧ୍ୟମରେ ଖର୍ଚ୍ଚ ଚାଲିଛି । ଯାହାକୁ ଇଡି ଧରିଲେ, ଅନେକ ଧୋବଧୋବଲିଆଙ୍କ ଅସଲ ମୁଖା ଖୋଲିଯିବ । ଏହି କଳା ଟଙ୍କାର ଚେର ଧରି କାଳେ ଇଡି ପହଞ୍ଚିଯିବ, ତେଣୁ କିଛି ଏଜେଣ୍ଟଙ୍କୁ ଏବେ ଭିତରେ ବସାଇ ଦିଆଯାଇଛି । କିଛି ତ ସମ୍ବଲପୁରରେ ରହି ଅପରେଟ କରୁଥିବା କୁହାଯାଉଛି । ଦେଖାଯାଉ ଆଇଟ ପାରିନଥିବା କଳାଧନ ଖୋଳତାଡ଼କୁ ଇଡି ପଶି ନିର୍ବାଚନ ପୂର୍ବରୁ କାଢ଼ୁଛି ନା ନିର୍ବାଚନ ପରକୁ ଅପେକ୍ଷା କରୁଛି ।
Politics
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
State
ପୋଲସରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୋଲସରା ସହର ତୋଟା ସାହିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ ସମୟରେ ଏକ ଗୁଳିକାଣ୍ଡ ଘଟିଛି |ଏହି ଗୁଳିକାଣ୍ଡ ରେ ଜଣେ ଯୁବକ ଆହତ ହୋଇଛନ୍ତି |ଯୁବକ ଜଣକ ହେଲେ ପୋଲସରା ମଠ ସାହିର ଗଣେଶ ଖଟେଇ (୨୫)ଏହି ଗୁଳିକାଣ୍ଡ ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି ଘଟିଥିବା ପୋଲିସ ସୂଚନା ପ୍ରଦାନ କରିଛି |ସୂଚନା ଯୋଗ୍ୟ ଯେ ଗଣେଶକୌଣସି କାମ ରେ ତୋଟା ସାହିକୁ ଯାଇ ଫେରିବା ବେଳେ ପୂର୍ଵ ରୁ ଯୋଜନା ବଧ ଭାବେ ପ୍ରସ୍ତୁତ ହୋଇ ବାଇକରେ ଆସି ତୋଟା ସାହି ସ୍ଥିତ ଟେଲିଫୋନ ଏକ୍ସଚେଞ୍ଜ ଅଫିସ ଆଗରେ ଅଭିଯୁକ୍ତ ମାନେ ବାଇକରେ ଆସି ଗଣେଶ ର ମୁଣ୍ଡକୁ ଲକ୍ଷ କରି ଦୁଇ ରୁ ତିନି ରାଉଣ୍ଡ ଗୁଳି ଫୁଟାଇ ଥିଲା |ସୌଭାଗ୍ୟ କ୍ରମେ ଗୁଳି ଗୁଡିକ ଗଣେଶ ର ମୁଣ୍ଡରେ ନ ବାଜି ଖସିଯାଇ ଡାହାଣ କାନ ରେ ଗୁଳିଟି ବାଜି ଚାଲିଯାଇଥିଲା|କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା |ଗୋଟିଏ ପଟେ ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଫେରାର ହୋଇଥିବା ବେଳେ ଅନ୍ୟପଟେ ଆହତ ଗଣେଶକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ଲାଗି ନିଆ ଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି |ଖବରପାଇ ଏସ ଡି ପି ଓ ରଜନୀ କାନ୍ତ ସାମଲ, ପୋଲସରା ଥାନାଧିକାରୀ କୌଶିକ ମାଝି ଘଟଣା ସ୍ଥଳରେ ପହଂଚି ଦୁଇଟି ବାଇକ, ଗୋଟିଏ କଳା ରଙ୍ଗ ର ମାସ୍କ, ମାଟିଆ ରଙ୍ଗର ଦୁଇଟି ଚପଲ, ତିନୋଟି ଗୁଳିର ଖୋକା ଆଦି ଜବତ କରିଛି|ଖବର ଲେଖାଯିବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଏସ ଡି ପି ଓ ସାମଲ ସୂଚନା ପ୍ରଦାନ କରିଥିଲେ |ପୋଲିସ ଖବର ପାଇ ତଦନ୍ତ ଚଳାଇଛି |
State
ଦ କୁଇଭର ବ୍ୟୁରୋ :- ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।ହିମନ୍ତ କହିଛନ୍ତି, ୧୦ ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ l
State
ଗତ କିଛି ଦିନରୁ ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ଆଣିଦେଇଥିବା ବେଳେ ପୁଣିଥରେ ପାରଦ ଉପରମୁହାଁ ହୋଇଛି। ଶନିବାର ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଆଦ୍ରତା ୬୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି। ତେବେ ହିଟୱେଭ ନେଇ ୨୦ ଓ ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଶନିବାର ଠାରୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବା ବେଳେ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅପରପକ୍ଷରେ ଆଗାମୀ ୪ ଦିନ ପାଇଁ ଦେଶର ୬ଟି ରାଜ୍ୟରେ ହିଟୱେଭ ଏବଂ ୩ଟି ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର। ଏହି ସମୟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ହିଟୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ମେ’ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
State
ଝାରସୁଗୁଡ଼ା(ଦ କୁଇଭର): ନିଜ ଦଳ ନୁହେଁ ବିଜେଡି ଭିତରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ଭରସାରେ ଅଛନ୍ତି ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ । ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ଉପେକ୍ଷା କରି ଝାରସୁଗୁଡ଼ା ନେତ୍ରୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ବଳରେ ଡିଆଁ ମାରୁଛନ୍ତି ସୁରେଶ । ଏହି କାର୍ଯ୍ୟ ଦ୍ୱାରା ବ୍ରଜରାଜନଗର ବିଜେପି କର୍ମୀ ଓ ସମର୍ଥକଙ୍କୁ କେବଳ ଅସମ୍ମାନ କରୁ ନାହାନ୍ତି, ଦଳ ପାଇଁ ସେମାନଙ୍କ ତ୍ୟାଗକୁ ଉପେକ୍ଷା କରୁଛନ୍ତି ଓ ନିଜ ଦଳ ପିଠିରେ ଛୁରୀ ମାରୁଛନ୍ତି । ଏକଥା ବିଜେପି କର୍ମୀ ଓ ସମର୍ଥକମାନେ କହିଲେଣି । ସୁରେଶ ପ୍ରାର୍ଥୀ ହେବା ଦିନ ଠାରୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ବ୍ରଜରାଜନଗରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଚାଲିଛି । କଂଗ୍ରେସର କିଶୋର ପଟେଲ ଏହାକୁ ନିଜର ଶେଷ ନିର୍ବାଚନ ଧରିନେଇ ଲଢ଼େଇକୁ ଜୋରଦାର କରିଛନ୍ତି । ସେ କାଳେ ଅପର୍ଯ୍ୟାପ୍ତ ଟଙ୍କା ଢ଼ାଳୁଛନ୍ତି । ଭୋଜିଭାତରେ ପୂରା ମସଗୁଲ କର୍ମୀ ଓ ସମର୍ଥକ । ପାଣି ଭଳି ପାଣ୍ଠି ବୋହୁଛି । ନିର୍ବାଚନ ପରେ ସୁଧ ମୂଳକି ଆଦାୟ କରିବାକୁ ଯୋଜନା ରଖି ଲୁଟାଇ ଚାଲିଛନ୍ତି । ମାତ୍ର ଗୋଷ୍ଠୀ କନ୍ଦଳ ତାଙ୍କ ବାଟ ଛେକୁଛି । ହେଲେ ସବୁଠୁ ବିବାଦୀୟ ରହିଛନ୍ତି ବିଜେପି ପ୍ରାର୍ଥୀ ସୁରେଶ । ସୁରେଶ ନିଜ ଦଳର କର୍ମୀ ଓ ସମର୍ଥକ ମାନଙ୍କୁ ସାଙ୍ଗରେ ନେଉ ନାହାନ୍ତି । ନିଜର କିଛି କୋଟେରୀଙ୍କୁ ଧରି ଚାଲିଛନ୍ତି । ଏହାବ୍ୟତୀତ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସମର୍ଥକମାନେ ସୁରେଶଙ୍କୁ ବଳ ଦେଉଛନ୍ତି । ଦୀପାଳି ଓ ବିଶାଲ ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇବାକୁ କାଳେ ଯୋଜନା କରି ସୁରେଶଙ୍କୁ ସବୁ ସହାୟତା ଦେଉଛନ୍ତି । ଏପରିକି ବିଜେପି କର୍ମୀ ମାନଙ୍କୁ ସୁରେଶ ଦୀପାଳି ଓ ବିଶାଲଙ୍କ ସମର୍ଥକଙ୍କ ପଛରେ ରହିବାକୁ କହୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏ ଦୁଇ ନେତା ଦଳୀୟ ସଂଗଠନ ବିବାଦରୁ ଉଠି ପାରୁନଥିବା ବେଳେ ଏମାନଙ୍କ ପଛରେ ଉଡ଼ା ପକ୍ଷୀର ଲେବୁଲ ଲାଗିଛି । ଏମାନେ କେବଳ ନିର୍ବାଚନ ବେଳେ ଦେଖାଦେବେ, ଏହାପରେ ଉଡ଼ିଯିବେ ବୋଲି ଲୋକେ କହୁଛନ୍ତି । ଅନ୍ୟପକ୍ଷରେ ଅଳକାଙ୍କ ବିରୋଧରେ ପ୍ରସଙ୍ଗ ପାଉନାହାନ୍ତି ବିରୋଧୀ । ଅଳକା ତାଙ୍କ ସ୍ୱଳ୍ପ କାଳ ମଧ୍ୟରେ ଅନେକ କିଛି କାମ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଲୋକେ ତାଙ୍କୁ ପାଖରେ ପାଇ ଗୁହାରୀ ଜଣାଇବାର ସୁଯୋଗ ରହିଛି । ସେଥିପାଇଁ ଅଳକାଙ୍କ ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଏବେ ବିଜେପି ସମର୍ଥକମାନେ ବିଜେଡି ମୁହାଁ ହୋଇଛନ୍ତି । ଦେଖାଯାଉ ଦିପାଳୀ ଓ ବିଶାଲଙ୍କ ସମର୍ଥନ ନେଇ ସୁରେଶ ବାଜି ମାରୁଛନ୍ତି ନା ଆତ୍ମଘାତୀ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି ।
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ରାଜନୀତିରେ ହଠାତ ଝଡ଼ ସୃଷ୍ଟି ହୋଇଛି । ବିଜେଡି ଝାରସୁଗୁଡ଼ା ପ୍ରାର୍ôଥନୀ ଦୀପାଳି ଦାସଙ୍କ ଭାଇ ବିଶାଲ ଦାସଙ୍କୁ ଇଡି ଜେରା ଆରମ୍ଭ କରୁଥିବା କୁହାଯାଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପତିଆରା କମାଇବାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସକ୍ଷମ ନହେବାରୁ ଏବେ ନୂଆ ରାଜନୀତି ଆରମ୍ଭ ହୋଇଥିବା କୁହାଯାଉଛି । ଏହି ଚଢ଼ାଉ ଦ୍ୱାରା ଦୀପାଳିଙ୍କୁ ହଡ଼ବଡ଼ ହୋଇଗଲେ ଭୋଟ ପ୍ରଭାବିତ ହୋଇଯିବ ବୋଲି ଯୋଜନା ହୋଇଛି । ଏଥିରୁ ଟଙ୍କଧର ଫାଇଦା ପାଇବା ନେଇ ଏପରି ଚାଲ ହୋଇଥିବା ଚର୍ଚ୍ଚା ଚାଲିଛି । ମାତ୍ର ଜାରସୁଗୁଡ଼ା ଲୋକେ ଦୀପାଳିଙ୍କ ସହ ଛିଡ଼ା ହେବେ ବୋଲି ଦୀପାଳିଙ୍କ ସମର୍ଥକ କହିଛନ୍ତି । ଝାରସୁଗୁଡ଼ା ରାଜନୀତିରେ ଦୀପାଳିଙ୍କ ଦବଦବା ଜୋର ରହିଛି । ଯେତେ ଚେଷ୍ଟା କଲେ ମଧ୍ୟ ପଶି ପାରୁ ନାହାନ୍ତି ବିଜେପିର ଟଙ୍କଧର । ଟଙ୍କଧର ଝାରସୁଗୁଡ଼ା ବିରୋଧୀ ବୋଲି ତାଙ୍କରି ପୂର୍ବ କାମ ପ୍ରମାଣ ଦେଇ ସାରିଲାଣି । ଏହାବ୍ୟତୀତ ଟଙ୍କଧରଙ୍କ ଆୟ ଓ ସମ୍ପତ୍ତି ନେଇ ବି ପ୍ରଶ୍ନ ଉଠାଇଲେଣି ଲୋକେ । ଟଙ୍କଧର ସୁନ୍ଦରଗଡ଼ରୁ ୨୦୧୬ ମସିହାରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ହେବା ପରେ ଝାରସୁଗୁଡ଼ା ଆସିଥିଲେ । ସେତେବେଳେ ତାଙ୍କ ପାଖରେ କିଛି ନଥିଲା । ଏକ ଭଡ଼ାଘରେ ରହୁଥିଲେ । ଏବେ ତାଙ୍କର ବୃତ୍ତି ସ୍ୱେଚ୍ଛାସେବା ଓ ବ୍ୟବସାୟ । ତାଙ୍କର ଆନୁଷ୍ଠାନିକ ବେପାର ନେଇ କିଛି ତଥ୍ୟ ରଖିନାହାନ୍ତି । ହେଲେ ଏବେ ତାଙ୍କର ଏତେ ସମ୍ପତ୍ତି ନେଇ ପ୍ରଶ୍ନ ବି ଉଠାଇଲେଣି ଝାରସୁଗୁଡ଼ା ବାସୀ । ଭୁବନେଶ୍ୱରରେ ଘର, ଝାରସୁଗୁଡ଼ାରେ ଭଡ଼ାଘର, ଦୁଇ ମହଲାର ଅଫିସ ବ୍ୟତୀତ ୩ଟି କାର ଓ ଅନ୍ୟାନ୍ୟ ଜମା ରହିଛି । ଏହି ଆୟ କେମିତି? ଏବେ ବର୍ଷକୁ ପ୍ରାୟ ୯ଲକ୍ଷ ଟଙ୍କା ଆୟ ସେ ଦେଖାଉଛନ୍ତି । ଏହା କାଳେ କୋଇଲା ଓ ଫ୍ଲାଏଆସ ବେପାରରୁ ଆସୁଥିବା ଅଭିଯୋଗ ଉଠୁଛି । ଏପରି ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇ ବିଜେଡି ବିରୋଧରେ ଥିବା ଜନମତରୁ ଫାଇଦା ନେଇ ପାରୁ ନାହାନ୍ତି ଟଙ୍କଧର । ଦଳର କର୍ମୀମାନେ ବି ତାଙ୍କୁ ଗ୍ରହଣ କରିପାରୁ ନାହାନ୍ତି । ଏହି ସ୍ଥିତିରେ ଟଙ୍କଧର ତାଙ୍କ ସ୍ଥିତି ନେଇ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଦୀପାଳି ଓ ତାଙ୍କ ଭାଇ ବିଶାଲ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । ଆଉ ଦୁଇଦିନ ପରେ ଭୋଟ ହେବ । ଶନିବାର ସଂଧ୍ୟାରେ ପ୍ରଚାର ବନ୍ଦ ହୋଇଯିବ । ଏହା ପରେ ଅନ୍ଧାରୀ ବିଜେ । ସେହି ଅନ୍ଧାରୀ ବିଜେରେ ଦୀପାଳିଙ୍କ ପାଇଁ ବିଶାଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କୁ ରୋକିଦେଲେ ଦୀପାଳିଙ୍କ ବଳ କମିଯିବ । ଦୀପାଳି ବି ମାନସିକ ସ୍ତରରେ ପ୍ରଭାବିତ ହେବେ । ଏହି ପ୍ଲାନ କାଳେ ଟଙ୍କଧରଙ୍କ ଗଡ଼ଫାଦରଙ୍କ ଦ୍ୱାରା କରାଯାଇଛି । ଟଙ୍କଧରଙ୍କ ସ୍ଥିତି ଦେଖି ତାଙ୍କ ପଲିଟିକାଲ ଗଡଫାଦର ଏହି ସହାୟତା କରିଥିବା କୁହାଯାଉଛି । ଦେଖାଯାଉ ଏହି ଇଡି ଯୋଜନା ଟଙ୍କଧରଙ୍କ ପାଇଁ ସହାୟକ ହେଉଛି ନା ବୁମେରାଂ ହେଉଛି ।
State
ପୁରୀ ( ଦ କୁଇଭର ):- ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା କହିଛନ୍ତି । କହିଛନ୍ତି, ପୁରୀବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀ ଜିତିବେ, ଜୁନ୍ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ୍ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି କନଜ୍ୟୁମରଙ୍କ ଘରକୁ ବିଦ୍ୟୁତ ବିଲ୍ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ l ପାଣ୍ଡିଆନ୍ କହିଛନ୍ତି, ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତ୍ତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ୍ ମିଳିବ ବୋଲି ପ୍ରଚାର ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍ ।
National
ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ବିଜେପିର ହେଭିୱେଟମାନେ ମାରାଥନ ପ୍ରଚାର ଜାରି ରହିଛି । ନିର୍ବାଚନୀ ପ୍ରଚାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସିଛନ୍ତି ଡ୍ରିମଗାର୍ଲ ହେମାମାଳିନୀ । ଜେପି ନଡ୍ଡାଙ୍କର ମଧ୍ୟ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିଶୋରନଗର, ପିପିଲିରେ ରୋଡ ସୋରେ ଯୋଗ ଦେବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସିକାର ସାନଖେମୁଣ୍ଡି, କନ୍ଧମାଳର ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ । ଏହାସହ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୭ ଓ ୧୮ତାରିଖ ଓଡ଼ିଶା ଗସ୍ତ କରିବେ । ୧୭ରେ କଟକର ନରସିଂହପୁର, ଆଠଗଡରେ ସଭା କରିବେ । ୧୮ରେ ସୁନ୍ଦରଗଡ ବଣେଇ, ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ସଭା କରିବେ । ହେମା ମାଳିନୀଙ୍କ ଗସ୍ତ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

Shree Jagannath
ପୁରୀ (ଦ କୁଇଭର ):- ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ରାଜ୍ୟରେ ୪ଟି ପାର୍ଯ୍ୟାୟର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ବିଜେପି ପାଖରେ ବିଜେଡି ଓ କଂଗ୍ରେସକୁ ଘେରିବାକୁ ଅନେକ ପ୍ରସଙ୍ଗ ଥିଲେ ବି କାଳେ ପ୍ରଶ୍ନ ନିଜ ଆଡକୁ ଓଲଟି ପଡିବ ସେହି ଭୟରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହା ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।ଭୃଗୁ ବକ୍ସିପାତ୍ର କହିଛନ୍ତି କି, ଓଡିଶାକୁ କେନ୍ଦ୍ରରୁ ପର୍ଯ୍ୟଟକ ଭଳି ନେତାଙ୍କ ସୁଅ ଛୁଟିଥାଏ । ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ । ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି ବୋଲି ଭୃଗୁ କହିଛନ୍ତି । ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ । ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି । ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଭୃଗୁ । ବିଜେପି ରତ୍ନଭଣ୍ଡାର ଚାବି ନେଇ ବିଜେଡିକୁ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବରେ ଭୃଗୁ କହିଛନ୍ତି କି, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି । ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡଯନ୍ତ୍ର କରିଥିଲେ । ସବୁଠାରୁ ବଡ କଥା ଭୃଗୁ କହିଛନ୍ତି କି ଚଳିତ ର୍ଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି । ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇଛନ୍ତି ଓ ଆଗକୁ ମଧ୍ୟ ପରାଜୟର ସାମ୍ନା କରିବେ ବୋଲି ସେ କହିଛନ୍ତି । ଏହାସହ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ । ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ ।