ଦ କୁଇଭର ବ୍ୟୁରୋ :- ଆଜି ହେଉଛି ବିଶ୍ୱ ରେଡ କ୍ରସ ଦିବସ l ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ନକରି ସମସ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ରେଡ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ଏକ ନୂଆ ଜୀବନ ଦାନ ଦେବା।ବିଶ୍ୱ ରେଡ୍ କ୍ରସ୍ ଦିବସ ପ୍ରତିବର୍ଷ ମେ’ ୮ ରେ ପାଳନ କରାଯାଏ। ଏହି ଦିନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ। ସେ ରେଡ କ୍ରସ ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଥିଲେ। ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା।ରେଡକ୍ରସର ଅନ୍ତର୍ଜାତୀୟ କମିଟି (ICRC) ୧୮୬୩ ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅବସ୍ଥିତ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଘଟିଥିବା ଘଟଣା ପରେ ଏହି ସଙ୍ଗଠନର ଆବଶ୍ୟକ ପଡ଼ିଲା।
୧୯୨୦ରେ ସଂସଦୀୟ ଅଧିନିୟମ ଅନୁଯାୟୀ ଭାରତରେ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୭୫୦ରୁ ଅଧିକ ଶାଖା ଅଛି। ରେଡ୍ କ୍ରସ୍ ଦିବସର ମୁଖ୍ୟ ନୀତି – ନିରପେକ୍ଷତା, ମାନବିକତା, ସ୍ୱାଧୀନତା, ଏକତା, ସାର୍ବଭୌମିକତା, ସ୍ୱେଚ୍ଛାସେବୀ
No comments yet.
State
ଭୁବନେଶ୍ୱର ( ଦ କୁଇଭର ) : ଏଥର ଧର୍ମଶାଳା ବାସୀ ପାନେ ଦେବେ ବିଜେଡିକୁ । ରାଗି ପାଚି ଲାଲ ହେଲେଣି । ହାଣ୍ଡି ମାଠିଆ ଧରି ପାଣି ପାଇଁ ପ୍ରତିବାଦ କରିବାକୁ ରାସ୍ତାକୁ ଆସିଲେଣି । ବିଧାୟକ କିମ୍ବ । ନେତା ଜିଏ ବି ଆସୁ ଛାଞ୍ଚୁଣି ପହଁରାରେ ଗୋଡେଇ ବାଡେଇବୁ । ଆଉ ଏ ହି ତିର ସିଧାସଳଖ ବିଜେଡିର କାର୍ପୋଟଦାର ତଥା ବାହୁବଳି ବିଧାୟକ କୁହାଯାଉଥିବା ନେତା ପ୍ରଣବ ବଳବନ୍ତରାୟଙ୍କୁ ହିଁ ନିଶାନା କରୁଛି । ବିକାଶ କଥାତ ଛାଡନ୍ତୁ ୧୦ ବର୍ଷ ଭିତରେ କେବଳ ନିଜ ପକେଟ ଭରିଛନ୍ତି ବାବୁ । ଘଙ୍ଗା ପାଟଣା ଜମି ଦୁର୍ନୀତିରେ କøାଟି କୋଟି ଚଳୁ କରିଥିବା ଅଭିଯୋଗ ରହିଥିଲା ବାବୁଙ୍କ ନାଁରେ । ଜେଉଁ ମହିଳା ଭୋଟକୁ ବିଜେଡି ଭରଷା କରିଛି ଏବେ ସେହି ମହିଳା ମାନେ ଚିହିଁକି ଉଠି ପ୍ରଶ୍ନ କଲେଣି । ଶୁଣନ୍ତୁ କଣ କହୁଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଏହି ମହିଳା ମାନେ .. ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ବଢିଲାଣି ଜନ ଅସୋନ୍ତୋଷ । ନବୀନ ବାବୁଙ୍କ ସ୍ୱଚ୍ଛତାରେ କଳା ଦାଗ ଲଗାଇଛନ୍ତି ଏହି ବିଧାୟକ । ଦିର୍ଘ ୧୦ ବର୍ଷକାଳ ବିଧାୟକ ଥାଇ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ନାନା ସମସ୍ୟାକୁ ଦୂର କରିବାରେ ବିଫଳ ହୋଇଛନ୍ତି ପ୍ରଣବ । ଯୋଜନା କଥାତ ଛାଡନ୍ତୁ ମୌଳିକ ସମସ୍ୟାକୁ ମଧ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି ବାବୁ । ଆଉ ଏବେ ୨୦୨୪ ରେ ପୁଣି ଥରେ ବିଧାୟକ ଭାବେ ଲଢୁଛନ୍ତି ସେ । କିନ୍ତୁ ବିରୋଧ ତାଙ୍କ ପିଛା ଛାଡୁନି । ଅଞ୍ଚଳ ବାସୀ ଏତେ ଉତ୍ୟକ୍ତ ହେଲେଣି ଯେ ବିଧାନ ସଭାତ ଦୂରର କଥା ଗାଁ କୁ ବି ପୁରାଇ ଦେବାକୁ ନାରାଜ ଲୋକେ । ଏଭଳି ପରିସ୍ଥିତ ଉପୁଜିବାର ମୁଖ୍ୟ କାରଣ ଦିର୍ଘବର୍ଷ କ୍ଷମତାରେ ରହିବା ସତ୍ୱେ ମଧ୍ୟ ଲୋକଙ୍କ ପାଇଁ ନ ଭାବି ନିଜ ପକେଟ ଭରିବାକୁ ଚିନ୍ତା କରିବା । ପୂର୍ବରୁ ମଧ୍ୟ ନାନା କେଳେଙ୍କାରୀରେ ଯୋଡି ହୋଇ ବିବାଦ ଘେରକୁ ଆସିଥିଲେ ପ୍ରଣବ , ତାଙ୍କୁ ଦଳର ସୁପ୍ରିମ ଉପ ମୁଖ୍ୟ ସଚେତକ ପଦବୀରୁ ମଧ୍ୟ ବିଦା କରିଥିଲେ । ଜମି ଦୁର୍ନିତୀ ଓ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ଏହା ସହ ଅର୍ଥନୈତିକ କାରବାର ଉପରେ ଇଡି ମଧ୍ୟ ଜେରା କରିଥିଲା । ଏବେ ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେବା ପରେ ଟେନସନ ବଢିଛି ପ୍ରଣବଙ୍କର ।ଚାରଣ ଏବେ ବିଜେପି କଡା ଟକ୍କର ସହିତ ବିଜେଡିକୁ ସମାଲୋଚନା କରୁଥିବା ବେଳେ , ଜଣାଶୁଣା ସମାଜ ସେବୀ ହିମାନ୍ସୁ ସେଖର ସାହୁ ମଧ୍ୟ ସ୍ୱାଧିନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ । ଦେଖାଯାଉ ମହିଳାଙ୍କର ଏହି ଆକ୍ରୋଶ ଓ ପ୍ରଶ୍ନ ପରେ ନିଜର ଦୋଷ ଓ ଦୁର୍ବଳତାକୁ କେମିତି ମ୍ୟାନେଜ କରୁଛନ୍ତି ପ୍ରଣବ ?
Politics
ଦ କୁଇଭର ବ୍ୟୁରୋ :- ଆଜି 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନ ପାଇଁ ଭୋଗ ଗ୍ରହଣ ହେବ । 35 ବିଧାନସଭା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିରେ ହେବ ମତଦାନ । ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । 5 ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ ହୋଇଯିବ । ମୋଟ 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 265 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ଲୋକସଭା ଓ 35 ବିଧାନସଭା ଆସନରେ ମତଦାନ ଜାରି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 79 ଲକ୍ଷ 62 ହଜାର 148 ମତଦାତା । 35 ବିଧାନସଭା ଆସନରେ ମୋଟ 265 ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 224 ଜଣ ପୁରୁଷ ଏବଂ 41 ଜଣ ମହିଳା ପ୍ରାର୍ଥୀ । ମୋଟ 9 ହଜାର 148ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ 20 ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ 79 ଲକ୍ଷ 62 ହଜାର 148 ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40 ଲକ୍ଷ 30 ହଜାର 283 ଏବଂ ମହିଳା ଭୋଟର 39 ଲକ୍ଷ 31 ହଜାର 015 ରହିଛି । 850 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।
Politics
ଦ କୁଇଭର ବ୍ୟୁରୋ :- ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୧୭ ତାରିଖରେ ରାଉରକେଲାରେ ବିଜେପି ପାଇଁ ପ୍ରଚାର କରିଥିଲେ। ଏଥର ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଡବଲ୍ ପରିବର୍ତ୍ତନ ପାଇଁ ଶତପ୍ରତିଶତ ପ୍ରସ୍ତୁତ। ଓଡ଼ିଶାରେ ୧୫ ସାଂସଦ ଓ ୭୫ ବିଧାୟକ ନିଶ୍ଚିତ। ଚାରିଟି ପର୍ଯ୍ୟାୟରେ ବିଜେପି ୨୭୦ ପାରିକରି ସାରିଲାଣି, ଏବେ ୪ ଶହ ଆଡ଼କୁ ଅଗ୍ରସର ହେଉଛି। ରାଉରକେଲାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Politics
ବ୍ରହ୍ମପୁର ( ଦ କୁଇଭର ):- ଭୁଲ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ , ବହୁ ଚର୍ଚ୍ଚିତ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଭୁଲ୍ ରାଜନୈତିକ ବୁଝାମଣା ଯୋଗୁଁ ସେ ଏତଲା ଦେଇଥିଲେ ବୋଲି କୋର୍ଟରେ ଓକିଲିଙ୍କ ଜରିଆରେ ସତ୍ୟପାଠ ଦାଖଲ କରିଛନ୍ତି। ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡା ଏହି ସୂଚନା ଦେଇଛନ୍ତି।ଏହି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ମାମଲା ବିଚାରାଧୀନ ରହିଛି। ଏହି ସମୟରେ ହଠାତ୍ ୪ ଜଣ ଅଭିଯୋଗକାରୀ ମାମଲା ପ୍ରତ୍ୟାହାର କରିବା ସହିତ ଆଗକୁ ମାମଲା ନବଢୁ ବୋଲି ଓକିଲଙ୍କ ଜରିଆରେ ବ୍ରହ୍ମପୁର ଜେଏମ୍ଏଫ୍ସି ଶିବାନୀ ମିଶ୍ରଙ୍କ କୋର୍ଟରେ ସତ୍ୟପାଠ ଦାଖଲ କରିବା ମାମଲାକୁ ନୂଆ ମୋଡ଼ ଦେଇଛି। ଚଳିତ ନିର୍ବାଚନରେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ଠକେଇ ନେଇ ମୋଟ୍ ୫ଟି ମାମଲା ରୁଜୁ ହୋଇଥିଲା। ଏବେ ୪ଟି ମାମଲା ପ୍ରତ୍ୟାହାର ପାଇଁ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ଏହି ମାମଲା ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି। ଠକେଇ ମାମଲାରେ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡ଼ାର ଅଭିଯୋଗକାରୀ ପ୍ରଶାନ୍ତ କର ତାଙ୍କର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଭୁଲ୍ ରାଜନୈତିକ ବୁଝାମଣା ଯୋଗୁଁ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି। ଏବେ ବୟସ ୫୧ ବର୍ଷ। ସ୍ବାସ୍ଥ୍ୟଗତ ସମସ୍ୟାରେ ରହିଥିବାରୁ ସତ୍ୟପାଠରେ ଦର୍ଶାଇ ମାମଲା ପ୍ରତ୍ୟାହାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟତମ ଅଭିଯୋଗକାରୀ ଗୋଳନ୍ଥରା ଥାନା ମାଝିଗାଁର ବି. ଶିବ ପାତ୍ର ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି ବୋଲି କହିଛନ୍ତି। ଭୁଲ୍ ରାଜନୈତିକ ବୁଝାମଣା ଯୋଗୁଁ ସେ ମାମଲା ଦାଏର କରିଥିଲେ।ଏବେ ସେ ନିଜର କ୍ୟାରିୟର୍କୁ ଦେଖୁଛନ୍ତି। ଏଣୁ ଏହି ମାମଲାକୁ ସେ ଆଗକୁ ବଢ଼ାଇବାକୁ ଚାହୁଁନଥିବା ସତ୍ୟପାଠରେ କହିଛନ୍ତି। ଅନ୍ୟତମ ଅଭିଯୋଗକାରୀ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ନାୟକ ଓ କେଲୁଆପଲ୍ଲୀର ପ୍ରଭାତ କୁମାର ନାୟକ ମଧ୍ୟ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ମାମଲାର ବିଚାରଣା ଆଗକୁ ନବଢ଼ାଇବାକୁ ସତ୍ୟପାଠ ଜରିଆରେ ଅନୁରୋଧ କରିଛନ୍ତି।
Politics
ଭୁବନେଶ୍ୱର ( ଦ କୁଇଭର ):- ନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା ଦେଲେ ନିମାପଡା ପୂର୍ବତନ ବିଧାୟକ ତଥା ବିଜେଡିର ଜଣେ ଆଗ ଧାଡ଼ିର ଟାଣୁଆ ନେତା ସମୀର ରଞ୍ଜନ ଦାସ l ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ସମୀର l ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ସମୀର l ସେ ଦଳ ଛାଡିଥିବା ନେଇ ଏକ ଭିଡିଓ ମାଧ୍ୟ୍ୟମରେ ସୂଚନା ଦେଇଛନ୍ତି l ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ନେଇ " ଦ କୁଇଭର" କୁ ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ ୨୦୦୯,୨୦୧୪ ଏବଂ ୨୦୧୯ ରେ ନିମାପଡା ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ଆସିଥିବା ବିଜେଡି ର ଜଣେ ଟାଣୁଆ ନେତା ଆଜି ଦଳ ଛାଡିଛନ୍ତି l କିନ୍ତୁ ୨୦୨୪ ରେ ଦଳ ତାଙ୍କ ଉପରେ ଭରଷା ନ କରି ଦିଲ୍ଲୀପ ନାୟକ ଙ୍କୁ ଟିକେଟ ଦେବାରୁ ସମୀର ଅସନ୍ତୁଷ୍ଟ ହୋଇଥିଲେ l ଶେଷରେ ବାଧ୍ୟ ହୋଇ ଦଳ ଛାଡିଥିବା ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି l ସେ ଦଳ ଛାଡିବାର କାରଣରେ କହିଛନ୍ତି ଯେ, ଦଳର ସୁପ୍ରିମୋ ମୋ ଉପରୁ ବିଶ୍ୱାସ ହରାଇଛନ୍ତି ତେଣୁ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି l ସମୀର ରଞ୍ଜନ ଦାସ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ହୋଇଥିଲେ l ତେବେ ସମୀର ରଞ୍ଜନ ଦାସ ବିଜେଡି ଛାଡି ବିଜେପି ରେ ଯୋଗ ଦେବା କଥା "ଦ କୁଇଭର" କୁ ଜଣାଇଛନ୍ତି l

National
ଭୁବନେଶ୍ୱର ( ଦ କୁଇଭର ):- ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତା କାଲି ସକାଳ ୮ ଟାରୁ ପୁରୀରେ ପ୍ରଧାନମନ୍ତ୍ରୀ ରୋଡ଼ ସୋ କରିବେ ଏବଂ ପୁରୀରେ କାର୍ଯ୍ୟକ୍ରମ ସାରି ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପୂର୍ବରୁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ୪ ଜୁନ୍ ବିଜେଡି ସରକାରର ଏକ୍ସପାଏରୀ ଡେଟ୍।ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
State
ଗତ କିଛି ଦିନରୁ ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ଆଣିଦେଇଥିବା ବେଳେ ପୁଣିଥରେ ପାରଦ ଉପରମୁହାଁ ହୋଇଛି। ଶନିବାର ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଆଦ୍ରତା ୬୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି। ତେବେ ହିଟୱେଭ ନେଇ ୨୦ ଓ ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଶନିବାର ଠାରୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବା ବେଳେ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅପରପକ୍ଷରେ ଆଗାମୀ ୪ ଦିନ ପାଇଁ ଦେଶର ୬ଟି ରାଜ୍ୟରେ ହିଟୱେଭ ଏବଂ ୩ଟି ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର। ଏହି ସମୟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ହିଟୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ମେ’ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
National
ଦ କୁଇଭର ବ୍ୟୁରୋ :- ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ l ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ l ଦକ୍ଷିଣ ବଙ୍ଗୋପ ସାଗର , ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ଛୁଇଁଲା ମୌସୁମୀ ବାୟୁ l ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି l
Politics
ଭୁବନେଶ୍ୱର ( ଦ କୁଇଭର ):- #Breaking News ବିଜେଡି ଛାଡିଲେ ବିଧାୟକ ସମୀର ଦାଶ l ନବୀନଙ୍କ ହାତ ଛାଡି ମୋଦିଙ୍କ ହାତ ଧରିବେ l ବିଜେପିରେ ସାମିଲ ହୋଇ ନିମାପଡା ଓ କାକଟପୁରରେ ନବୀନଙ୍କ ଚେର କାଟିବେ l ଏହି ଉଦ୍ଦେଶ ନେଇ ସମୀର ଆଜି ବିଜେଡି ଛାଡିଛନ୍ତି l ବିଜେଡି ଛାଡ଼ିବା ସମ୍ପର୍କରେ The Quiver କୁ ସୂଚନା ଦେଇ କହିଲେ ଦଳର ନେତୃତ୍ୱ ଶୁଣିଲେ ନାହିଁ l ଦୀର୍ଘବର୍ଷର ସେବାକୁ ତିରସ୍କାର କଲେ l ନିମାପଡା ବାସୀଙ୍କ ଭାବନାକୁ ଉପେକ୍ଷା କଲେ ତେଣୁ ଦଳ ଛାଡ଼ିଲି l ଏବେ ବିଜେପିରେ ଯୋଗ ଦେବି ବୋଲି ସୂଚନା ଦେଇଛନ୍ତି ସମୀର l ସେ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଶିବିରରେ ସାମିଲ ହେବେ ବୋଲି କହିଛନ୍ତି l ସୂଚନା ପ୍ରକାରେ,ଗତ ୨୦୦୯,୨୦୧୪ ଏବଂ ୨୦୧୯ ରେ ନିମାପଡା ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ଆସିଥିବା ବିଜେଡି ର ଜଣେ ଟାଣୁଆ ନେତା ତଥା ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ରହିଥିବା ସମୀର ଆଜି ଦଳ ଛାଡିଛନ୍ତି l କିନ୍ତୁ ୨୦୨୪ ରେ ଦଳ ତାଙ୍କ ଉପରେ ଭରଷା ନ କରି ଦିଲ୍ଲୀପ ନାୟକ ଙ୍କୁ ଟିକେଟ ଦେବାରୁ ସମୀର ଅସନ୍ତୁଷ୍ଟ ହୋଇଥିଲେ l ଶେଷରେ ବାଧ୍ୟ ହୋଇ ଦଳ ଛାଡିଥିବା ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି l ସେ ଦଳ ଛାଡିବାର କାରଣରେ କହିଛନ୍ତି ଯେ, ଦଳର ସୁପ୍ରିମୋ ମୋ ଉପରୁ ବିଶ୍ୱାସ ହରାଇଛନ୍ତି ତେଣୁ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି l ତେବେ ସମୀର ରଞ୍ଜନ ଦାସ ବିଜେଡି ଛାଡି ବିଜେପି ରେ ଯୋଗ ଦେବେ ବୋଲି The Quiver କୁ ସୂଚନା ଦେଇଛନ୍ତି l
National
ଦ କୁଇଭର ବ୍ୟୁରୋ :- ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ୧୭ ତାରିଖରେ ରାଉରକେଲାରେ ବିଜେପି ପାଇଁ ପ୍ରଚାର କରିଥିଲେ। ଏଥର ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଡବଲ୍ ପରିବର୍ତ୍ତନ ପାଇଁ ଶତପ୍ରତିଶତ ପ୍ରସ୍ତୁତ। ଓଡ଼ିଶାରେ ୧୫ ସାଂସଦ ଓ ୭୫ ବିଧାୟକ ନିଶ୍ଚିତ। ଚାରିଟି ପର୍ଯ୍ୟାୟରେ ବିଜେପି ୨୭୦ ପାରିକରି ସାରିଲାଣି, ଏବେ ୪ ଶହ ଆଡ଼କୁ ଅଗ୍ରସର ହେଉଛି। ରାଉରକେଲାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Shree Jagannath
ପୁରୀ ( ଦ କୁଇଭର ):- ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଛନ୍ତି ମୋଦୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯିବେ ମୋଦୀ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି ।ଦ୍ୱାରଫିଟାଠାରୁ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସକାଳ ୮ଟାରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିବ । ଛାତ ଉପରେ ସଶସ୍ତ୍ର ପୁଲିସ ଜଗିବେ । ଡ୍ରୋନ୍ ଉଡ଼ିବା ଉପରେ କଟକଣା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀମନ୍ଦିର ଯାଇ ଦର୍ଶନ କରିବାପରେ ସକାଳ ୮ଟାରେ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ ।
State
ଦ କୁଇଭର ବ୍ୟୁରୋ :- ନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା l ଦଳ ଛାଡିଲେ ଦଳର ବରିଷ୍ଠ ନେତା ସମୀର ରଞ୍ଜନ ଦାସ l ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ସମୀର l ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ସମୀର l ସେ ଦଳ ଛାଡିଥିବା ନେଇ ଏକ ଭିଡିଓ ମାଧ୍ୟ୍ୟମରେ ସୂଚନା ଦେଇଛନ୍ତି l ୨୦୦୯,୨୦୧୪ ଏବଂ ୨୦୧୯ ରେ ନିମାପଡା ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ଆସିଥିବା ବିଜେଡି ର ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି l କିନ୍ତୁ ୨୦୨୪ ରେ ଦଳ ତାଙ୍କ ଉପରେ ଭରଷା ନ କରି ଦିଲ୍ଲୀପ ନାୟକ ଙ୍କୁ ଟିକେଟ ଦେବାରୁ ସମୀର ଅସନ୍ତୁଷ୍ଟ ହୋଇଥିଲେ l ଶେଷରେ ବାଧ୍ୟ ହୋଇ ଦଳ ଛାଡିଥିବା ଭିଡିଓ ମାଧ୍ୟମରେ ଜଣାଇଛନ୍ତି l ସେ ଦଳ ଛାଡିବାର କାରଣରେ କହିଛନ୍ତି ଯେ, ଦଳର ସୁପ୍ରିମୋ ମୋ ଉପରୁ ବିଶ୍ୱାସ ହରାଇଛନ୍ତି ତେଣୁ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି l ସମୀର ରଞ୍ଜନ ଦାସ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ହୋଇଥିଲେ l
Shree Jagannath
ପୁରୀ (ଦ କୁଇଭର ):- ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍ଙ୍କୁ କରୁଛି ଡାଇରେକ୍ଟ ଆଟାକ୍। ରାଜ୍ୟରେ ୪ଟି ପାର୍ଯ୍ୟାୟର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ବିଜେପି ପାଖରେ ବିଜେଡି ଓ କଂଗ୍ରେସକୁ ଘେରିବାକୁ ଅନେକ ପ୍ରସଙ୍ଗ ଥିଲେ ବି କାଳେ ପ୍ରଶ୍ନ ନିଜ ଆଡକୁ ଓଲଟି ପଡିବ ସେହି ଭୟରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହା ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।ଭୃଗୁ ବକ୍ସିପାତ୍ର କହିଛନ୍ତି କି, ଓଡିଶାକୁ କେନ୍ଦ୍ରରୁ ପର୍ଯ୍ୟଟକ ଭଳି ନେତାଙ୍କ ସୁଅ ଛୁଟିଥାଏ । ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ । ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି ବୋଲି ଭୃଗୁ କହିଛନ୍ତି । ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ । ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି । ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଭୃଗୁ । ବିଜେପି ରତ୍ନଭଣ୍ଡାର ଚାବି ନେଇ ବିଜେଡିକୁ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବରେ ଭୃଗୁ କହିଛନ୍ତି କି, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି । ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡଯନ୍ତ୍ର କରିଥିଲେ । ସବୁଠାରୁ ବଡ କଥା ଭୃଗୁ କହିଛନ୍ତି କି ଚଳିତ ର୍ଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି । ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇଛନ୍ତି ଓ ଆଗକୁ ମଧ୍ୟ ପରାଜୟର ସାମ୍ନା କରିବେ ବୋଲି ସେ କହିଛନ୍ତି । ଏହାସହ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ । ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ ।
State
ଦ କୁଇଭର ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି । ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ରାଜନୀତିରେ ହଠାତ ଝଡ଼ ସୃଷ୍ଟି ହୋଇଛି । ବିଜେଡି ଝାରସୁଗୁଡ଼ା ପ୍ରାର୍ôଥନୀ ଦୀପାଳି ଦାସଙ୍କ ଭାଇ ବିଶାଲ ଦାସଙ୍କୁ ଇଡି ଜେରା ଆରମ୍ଭ କରୁଥିବା କୁହାଯାଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପତିଆରା କମାଇବାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସକ୍ଷମ ନହେବାରୁ ଏବେ ନୂଆ ରାଜନୀତି ଆରମ୍ଭ ହୋଇଥିବା କୁହାଯାଉଛି । ଏହି ଚଢ଼ାଉ ଦ୍ୱାରା ଦୀପାଳିଙ୍କୁ ହଡ଼ବଡ଼ ହୋଇଗଲେ ଭୋଟ ପ୍ରଭାବିତ ହୋଇଯିବ ବୋଲି ଯୋଜନା ହୋଇଛି । ଏଥିରୁ ଟଙ୍କଧର ଫାଇଦା ପାଇବା ନେଇ ଏପରି ଚାଲ ହୋଇଥିବା ଚର୍ଚ୍ଚା ଚାଲିଛି । ମାତ୍ର ଜାରସୁଗୁଡ଼ା ଲୋକେ ଦୀପାଳିଙ୍କ ସହ ଛିଡ଼ା ହେବେ ବୋଲି ଦୀପାଳିଙ୍କ ସମର୍ଥକ କହିଛନ୍ତି । ଝାରସୁଗୁଡ଼ା ରାଜନୀତିରେ ଦୀପାଳିଙ୍କ ଦବଦବା ଜୋର ରହିଛି । ଯେତେ ଚେଷ୍ଟା କଲେ ମଧ୍ୟ ପଶି ପାରୁ ନାହାନ୍ତି ବିଜେପିର ଟଙ୍କଧର । ଟଙ୍କଧର ଝାରସୁଗୁଡ଼ା ବିରୋଧୀ ବୋଲି ତାଙ୍କରି ପୂର୍ବ କାମ ପ୍ରମାଣ ଦେଇ ସାରିଲାଣି । ଏହାବ୍ୟତୀତ ଟଙ୍କଧରଙ୍କ ଆୟ ଓ ସମ୍ପତ୍ତି ନେଇ ବି ପ୍ରଶ୍ନ ଉଠାଇଲେଣି ଲୋକେ । ଟଙ୍କଧର ସୁନ୍ଦରଗଡ଼ରୁ ୨୦୧୬ ମସିହାରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ହେବା ପରେ ଝାରସୁଗୁଡ଼ା ଆସିଥିଲେ । ସେତେବେଳେ ତାଙ୍କ ପାଖରେ କିଛି ନଥିଲା । ଏକ ଭଡ଼ାଘରେ ରହୁଥିଲେ । ଏବେ ତାଙ୍କର ବୃତ୍ତି ସ୍ୱେଚ୍ଛାସେବା ଓ ବ୍ୟବସାୟ । ତାଙ୍କର ଆନୁଷ୍ଠାନିକ ବେପାର ନେଇ କିଛି ତଥ୍ୟ ରଖିନାହାନ୍ତି । ହେଲେ ଏବେ ତାଙ୍କର ଏତେ ସମ୍ପତ୍ତି ନେଇ ପ୍ରଶ୍ନ ବି ଉଠାଇଲେଣି ଝାରସୁଗୁଡ଼ା ବାସୀ । ଭୁବନେଶ୍ୱରରେ ଘର, ଝାରସୁଗୁଡ଼ାରେ ଭଡ଼ାଘର, ଦୁଇ ମହଲାର ଅଫିସ ବ୍ୟତୀତ ୩ଟି କାର ଓ ଅନ୍ୟାନ୍ୟ ଜମା ରହିଛି । ଏହି ଆୟ କେମିତି? ଏବେ ବର୍ଷକୁ ପ୍ରାୟ ୯ଲକ୍ଷ ଟଙ୍କା ଆୟ ସେ ଦେଖାଉଛନ୍ତି । ଏହା କାଳେ କୋଇଲା ଓ ଫ୍ଲାଏଆସ ବେପାରରୁ ଆସୁଥିବା ଅଭିଯୋଗ ଉଠୁଛି । ଏପରି ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇ ବିଜେଡି ବିରୋଧରେ ଥିବା ଜନମତରୁ ଫାଇଦା ନେଇ ପାରୁ ନାହାନ୍ତି ଟଙ୍କଧର । ଦଳର କର୍ମୀମାନେ ବି ତାଙ୍କୁ ଗ୍ରହଣ କରିପାରୁ ନାହାନ୍ତି । ଏହି ସ୍ଥିତିରେ ଟଙ୍କଧର ତାଙ୍କ ସ୍ଥିତି ନେଇ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଦୀପାଳି ଓ ତାଙ୍କ ଭାଇ ବିଶାଲ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । ଆଉ ଦୁଇଦିନ ପରେ ଭୋଟ ହେବ । ଶନିବାର ସଂଧ୍ୟାରେ ପ୍ରଚାର ବନ୍ଦ ହୋଇଯିବ । ଏହା ପରେ ଅନ୍ଧାରୀ ବିଜେ । ସେହି ଅନ୍ଧାରୀ ବିଜେରେ ଦୀପାଳିଙ୍କ ପାଇଁ ବିଶାଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କୁ ରୋକିଦେଲେ ଦୀପାଳିଙ୍କ ବଳ କମିଯିବ । ଦୀପାଳି ବି ମାନସିକ ସ୍ତରରେ ପ୍ରଭାବିତ ହେବେ । ଏହି ପ୍ଲାନ କାଳେ ଟଙ୍କଧରଙ୍କ ଗଡ଼ଫାଦରଙ୍କ ଦ୍ୱାରା କରାଯାଇଛି । ଟଙ୍କଧରଙ୍କ ସ୍ଥିତି ଦେଖି ତାଙ୍କ ପଲିଟିକାଲ ଗଡଫାଦର ଏହି ସହାୟତା କରିଥିବା କୁହାଯାଉଛି । ଦେଖାଯାଉ ଏହି ଇଡି ଯୋଜନା ଟଙ୍କଧରଙ୍କ ପାଇଁ ସହାୟକ ହେଉଛି ନା ବୁମେରାଂ ହେଉଛି ।