ଗଞ୍ଜାମ( ଦ କୁଇଭର ):- ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୀଲ ପଣ୍ଡାଙ୍କ ଉପରକୁ ମାରଣାନ୍ତକ ଆକ୍ରମଣ ହୋଇଛି l ଖଲ୍ଲିକୋଟ କଲେଜ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲାର ସାମାଧାନ ବେଳେ ବିଜେପି ନେତାଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି l ଦଳୀୟ ସାଙ୍ଗଠନିକ ନିର୍ବାଚନକୁ କେନ୍ଦ୍ର କରି ଆଶାୟୀ ନେତାଙ୍କ ଆକ୍ରମଣ ଷଡଯନ୍ତ୍ର ଅଭିଯୋଗ ଆଣିଲେ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା l ଘର ଆଗରେ ଥିବା ସମୟରେ ଅନିଲଙ୍କୁ ପଥର ଫିଙ୍ଗି ମୁଣ୍ଡ ଫାଟି ଥିବା ଜଣାପଡିଛି l ତେବେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ଅନୀଲ ପଣ୍ଡା l ଅନିଲଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନିଜେ ଅନିଲ l ତେବେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି ଏବଂ ଖଲ୍ଲିକୋଟ ପୋଲିସ ବିଜେପି ନେତାଙ୍କ ଘରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି lଅନୀଲ ପଣ୍ଡାଙ୍କ ଉପରକୁ ମାରଣାନ୍ତକ ଆକ୍ରମଣ ହୋଇଛି l ଖଲ୍ଲିକୋଟ କଲେଜ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲାର ସାମାଧାନ ବେଳେ ବିଜେପି ନେତାଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି l ଦଳୀୟ ସାଙ୍ଗଠନିକ ନିର୍ବାଚନକୁ କେନ୍ଦ୍ର କରି ଆଶାୟୀ ନେତାଙ୍କ ଆକ୍ରମଣ ଷଡଯନ୍ତ୍ର ଅଭିଯୋଗ ଆଣିଲେ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା l ଘର ଆଗରେ ଥିବା ସମୟରେ ଅନିଲଙ୍କୁ ପଥର ଫିଙ୍ଗି ମୁଣ୍ଡ ଫାଟି ଥିବା ଜଣାପଡିଛି l ତେବେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ଅନୀଲ ପଣ୍ଡା l ଅନିଲଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନିଜେ ଅନିଲ l ତେବେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି ଏବଂ ଖଲ୍ଲିକୋଟ ପୋଲିସ ବିଜେପି ନେତାଙ୍କ ଘରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି l
No comments yet.
National,State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ତିଷ୍ଠି ପାରିବେନି ବାଂଲାଦେଶୀ । ଖୋଜି ଖୋଜି ବାଂଲାଦେଶୀଙ୍କୁ କରାଯିବ ବିଦା । ପାକିସ୍ତାନ ସହ ଭାରତର ମୁହାଁମୁହିଁ ପରିସ୍ଥିତି ଘଟଣା ପରେ ଏବେ ନଜର ବାଂଲାଦେଶ ଆଡ଼କୁ ଯାଇଛି। ଦେଶ ଭିତରେ ଅନୁପ୍ରବେଶ ଓ ବାଂଲାଦେଶୀଙ୍କ ଗତିବିଧି ନେଇ ବଡ଼ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଓଡି଼ଶାରୁ ଏବେ ବାଂଲାଦେଶୀଙ୍କୁ ବିଦା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ବିତାଡିତ ପାଇଁ ସରକାରୀ ସ୍ତରରେ ଚାଲିଛି ବଡଧରଣର ପ୍ରସ୍ତୁତି । ଏଥିପାଇଁ ନୋଡାଲ ଏଜେନ୍ସି ଭାବେ ସ୍ପେଶାଲ ଟାସ୍କ ଫୋର୍ସ STF କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ବେଳେ ଖୁବଶୀଘ୍ର SOP ଜାରି କରିବ STF ।
ରାଜ୍ୟର ବିଭିନ୍ନ କନଷ୍ଟ୍ରକ୍ସନ ସାଇଟରେ ଠିକା ଭାବେ କିଏ ସିମେଣ୍ଟ ମିସ୍ତ୍ରୀ ତ କିଏ ଟାଇଲ ମିସ୍ତ୍ରୀ ବା ଲେବର କାମ କରି ବିଭିନ୍ନ ସଂସ୍ଥାର ଅଣ ଆଢୁଆଳରେ ରହିଛନ୍ତି। ସେନେଇ ସେସବୁ ସଂସ୍ଥା ଗୁଡିକ ସହ ସରକାର ଯୋଗାଯୋଗ କରି କାମରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଛନ୍ତି । କେବଳ ସେହି କାମ ନୁହେଁ ବିଭିନ୍ନ ବଡ଼ବଡ଼ ଅଫିସ ବା ବହୁ ତାଲା କୋଠା ମାନଙ୍କରେ ଇଣ୍ଟେରିୟର ଡିଜାଇନ୍ କାମରେ ମଧ୍ୟ କମ ମୂଲ୍ୟରେ ମିସ୍ତ୍ରୀ ଓ ବଢେଇା ଭାବେ ନିୟୋଜିତ ହୋଇଛନ୍ତି । ପ୍ଲାଏ ଓ ଇଣ୍ଟେରିୟର ଡିଜାଇନ ,ପୁଟି ରଙ୍ଗ କାମ ଭଳି କଣ୍ଟ୍ରାକ୍ଟରଙ୍କ ପାଖରେ କାମ କରୁଛନ୍ତି। ସେମାନଙ୍କୁ କାମରେ ନିୟୋଜିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ପରେ ସେସବୁ କନଷ୍ଟ୍ରକ୍ସନ ସାଇଟ୍ ଯେଉଁଠି ଲୁଚା ଛପାରେ କାମ ଅଧିକାଂଶ ଚାଲୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦାରା ସେସବୁ ଇଣ୍ଟେରିୟର କନଷ୍ଟ୍ରକ୍ସନ ସାଇଟ୍ ମାନଙ୍କରେ ମଧ୍ୟ ରେଡ କରାଯିବ ।
ଦେଶ ବାହାରୁ ବିଭିନ୍ନ ପଟେ ଦେଶ ଭିତରକୁ ତଥା ରାଜ୍ୟ ଭିତରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ଏହା ଏକ ସଂଗଠିତ ଅପରାଧ। ଏଥିପାଇଁ ଏସବୁ ଉପରେ ନଜର ରଖିବା ପାଇଁଁ STF ଏସଟିଏଫକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବେଆଇନ ଅନୁପ୍ରବେଶ ନେଇ ଏଭଳି ସଂଗଠିତ ଅପରାଧ ରୋକିବା ପାଇଁ ଏସଟିଏଫ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଏସବୁ ଉପରେ ନଜର ରଖିବାକୁ ରିତିମତ ଭାବେ ପ୍ରତି ମାସରେ ଅଡଭାଇଜରୀ ଜାରି କରାଯାଉଛି। ଏବେ ଏନେଇ ଏକ ଏସଓପି ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜାରି ହେବ ବୋଲି ଏସଟିଏଫ ଡିଆଇଜି ସୂଚନା ଦେଇଛନ୍ତି। ଏଇବର୍ଷ ଓଡ଼ିଶାରେ ଏସଟିଏଫ ପାଖରେ ଗତ ମାର୍ଚ୍ଚ ମାସରେ ବେଆଇନ ଅନୁପ୍ରବେଶ ଏକ କେସରେ ମୋଟ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି।ତେବେ ଅନେକ ଅପରାଧିକ ପୃଷ୍ଟଭୂମିରେ ମଧ୍ୟ ସାମିଲ ହେଉଛନ୍ତି ବାଂଲାଦେଶୀ ଯାହା ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଜାତୀୟ ସୁରକ୍ଷା ନେଇ ବଡ଼ ବିଷୟ । ସୀମା ବର୍ତ୍ତି ଅଞ୍ଚଳକୁ ଦୂରରେ ଥିବା ବାଂଲାଦେଶୀ ଯେପରି ଅନୁପ୍ରବେଶ ନକରିପରିବେ ସେନେଇ ସୀମା ବର୍ତ୍ତି ତଟ ସୁରକ୍ଷା ମଧ୍ୟ ବଢାଇ ଦିଆଯାଉଛି ।ଏନେଇ ମିଳିତ ଭାବେ ଏକ ପଦକ୍ଷେପ ଆରମ୍ଭ ହୋଇଛି।
State
ଦ କୁଇଭର ବ୍ୟୁରୋ:- ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେଇପାରେ ।
ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ପାଣିପାଗ ରିପୋର୍ଟ ସହିତ ଅପଡେଟ୍ ରହିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ଖରାପ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ୨୪ ମେ’ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।
Education
ଦ କୁଇଭର ବ୍ୟୁରୋ:- ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSEର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର ରେଜଲ୍ଟ ପ୍ରକାଶ ପାଇଛି। ଏକାସଙ୍ଗେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ବାହାରିଛି l results.odisha.gov.in ଓ results.digilocker.gov.inରେ ଛାତ୍ରଛାତ୍ରୀମାନେ ଫଳାଫଳ ଦେଖିପାରିବେ। CHSEର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର୍ ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି। ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କଳାରେ ପାସ ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ୮୭.୪୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ -ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ -ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା।
ଅନ୍ୟପଟେ ଯୁକ୍ତ ୩ ନାମଲେଖା ଆବେଦନ ଅବଧି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ। ପୂର୍ବ ବିଜ୍ଞପ୍ତି ଅନୁସାରେ ନାମଲେଖା ଆବେଦନ ଗତକାଲି ଶେଷ ହେଉଥିଲା। ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବଢିଥିଲା ଅସନ୍ତୋଷ। ଏଥିସହିତ ନାମଲେଖା ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଦାବି ହୋଇଥିଲା। ଶେଷରେ ଏହାକୁ ଜୁନ୍ ୧ ଯାଏଁ ବଢ଼ାଯାଇଛି। ତେବେ ଯେଉଁମାନେ କମନ୍ ଆପ୍ଳିକେସନ ଫର୍ମ ବା CAFରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସିଲେକ୍ସନ ଡେଟ୍ ଲାଇନ ପରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
State
ଦ କୁଇଭର ବ୍ୟୁରୋ:- ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ସରକାରୀ ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ନେଇ କିଛିଟା ଦ୍ୱନ୍ଦ୍ବ ଥିଲା। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।ନିଷ୍ପତି ଅନୁଯାୟୀ,ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଏବଂ ପ୍ରସବର ଛଅ ମାସ ମଧ୍ୟରେ ଜଣେ ସରକାରୀ ମହିଳା କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ। କିନ୍ତୁ ମହିଳା ସରକାରୀ କର୍ମଚାରୀ ଜଣକ ଯଦି ଶିଶୁ ଜନ୍ମ ସମୟରେ ଚାକିରିରେ ନଥା’ନ୍ତି, ସେ ସେବାରେ ଯୋଗ ଦେବା ପରେ ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହୋଇପାରେ। ଉଦାହରଣ ସ୍ବରୂପ, ଜଣେ ମହିଳାଙ୍କ ପ୍ରସବ ତାରିଖ ଯଦି ୧ ଏପ୍ରିଲ ୨୦୨୫। ତେବେ ଶିଶୁକୁ ୨୭ ସେପ୍ଟେମ୍ବରରେ ଛଅ ମାସ ପୂର୍ଣ୍ଣ ହେବ। ଯଦି ସେ ଜୁନ୍ ୧୯ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ବ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦ ଜୁନ୍ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟ ହେବେ। ମହିଳା କର୍ମଚାରୀ ମାତୃତ୍ୱ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ମୃତ ଶିଶୁ ଜନ୍ମ) ହୁଏ, ତେବେ ମାତୃତ୍ବ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ବରୂପ, କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ଯଦି ୩୦ ଜୁନ୍ ଥାଏ ଏବଂ ଚିକିତ୍ସାଜନିତ ଜଟିଳତା ହେତୁ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଅର୍ଥାତ୍ ଏପ୍ରିଲ ପହିଲାରୁ ଯଦି ସେ ପ୍ରସବ ଛୁଟି ନେଇଥା’ନ୍ତି ଏବଂ ତାଙ୍କର ଜୁନ୍ ପହିଲାରେ ମୃତ ଶିଶୁ ଜନ୍ମ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨ ଜୁଲାଇ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ। ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ। ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ୱ ଛୁଟି ପ୍ରଦାନ କରାଯିବ। ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବିକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ପଦବିରେ ଯୋଗଦାନ ରିପୋର୍ଟ (ହାର୍ଡ କିମ୍ବା ସଫ୍ଟ କପି) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ପଦବିରେ ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ। ମହିଳା କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ।
National,State
ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର। ଏନେଇ ଭୁବନେଶ୍ୱରରେ ଖୋଲିବ NIAର ଏକ ଶାଖା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଆରମ୍ଭ ହୋଇଛି ସରକାରୀ ସ୍ତରରେ ବିଧିବଦ୍ଧ ପ୍ରକ୍ରିୟା ଓ ପ୍ରସ୍ତୁତି । ଯାହାର ଅଧିନରେ ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳରେ ଏହାର କର୍ଯ୍ୟକାରୀ କ୍ଷମତା ରହିବ। ସମସ୍ତ ସନ୍ଦେହଜନକ ବା ଜାତୀୟ ନିରାପତ୍ତା ସମ୍ପର୍କିତ ଗତିବିଧି ଉପରେ ରହିବ ନଜର। ଭିଏସ୍ଏସ୍ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା କାର୍ଯ୍ୟ କରିବ । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ।
ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। 2008ରେ ଜାତୀୟ ତଦନ୍ତ ସଂସ୍ଥା ଆଇନ ପ୍ରତିଷ୍ଠା କରାଯାଇଥିଲା । ଏହା ଆତଙ୍କବାଦ, ଜାତୀୟ ସୁରକ୍ଷା ଏବଂ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିପଦ ସହିତ ଜଡିତ ଅପରାଧଗୁଡ଼ିକର ତଦନ୍ତ ଏବଂ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜାତୀୟ ଏବଂ ସୀମାପାର ପ୍ରଭାବ ଥିବା ଅପରାଧଗୁଡ଼ିକର ତଦନ୍ତ ଏବଂ ଦଣ୍ଡବିଧାନ କରିବା, ବିଶେଷକରି ଆତଙ୍କବାଦ, ବିଦ୍ରୋହ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଏହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବା ମାମଲାଗୁଡ଼ିକର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଏନଆଇଏ ବିନା ୱାରେଣ୍ଟରେ ତଲାସି କରିବା, ଜବତ କରିବା ଏବଂ ଗିରଫ କରିବାର କ୍ଷମତା ରଖିଛି, ଏବଂ ପ୍ରମାଣ ସଂଗ୍ରହ କରିବା , ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସଦସ୍ୟମାନଙ୍କର ଏକ ଡାଟାବେସ୍ ରଖିବାର କ୍ଷମତା ରଖିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଛି । ଏନଆଇଏ ଆତଙ୍କବାଦ ସହ ଜଡିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ପ୍ରଭାବିତ କୁଥିବା ବିଷୟ ଗୁଡିକ ଉପରେ ତଦନ୍ତ କରେ ।
International,National
ଦ କୁଇଭର ବ୍ୟୁରୋ:- ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି,ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା l ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ କରିଛନ୍ତି l ତେବେ ଜ୍ୟୋତି ଙ୍କର ଏହା 'ଟ୍ରାଭେଲ ୱିଥ୍ ଜୋ' ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି l ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ l ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି l ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା l ଦାନିଶ ସହ ଫୋନ୍ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି l ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି l ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ l ହ୍ବାଟ୍ସଆପ୍, ଟେଲିଗ୍ରାମ୍ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା l ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି l ତେବେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା ।
ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇ ଥିବା ବ୍ଲାକ୍ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରି ଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧିରେ ଧିରେ ଜ୍ୟୋତିଙ୍କ ସବୁ ଷଡ୍ଯନ୍ତ୍ର ଧରାପଡୁଛି ।
State
ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଦୁଇଜଣ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇପାରିଛି । ଗିରଫ ହୋଇଥିବା ନକଲି ପୋଲିସ ଦୁଇଜଣ ସହରର ଚେକଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ଆରୋହୀଙ୍କ ଠାରୁ ଟଙ୍କା ଲୁଟ କରି ଚମ୍ପଟ ମାରିବା ସହ ଦିଲରାଜା ଛାଞ୍ଚଣଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ପାଇଁ ଉଦ୍ୟମ କରିଥିଲେ । ତେବେ ଦିଗପହଣ୍ଡି ପୋଲିସ ପ୍ରଶାସନ ଜାଣିପାରି ନକଲି ପୋଲିସକୁ ଧରିବାରେ ସଫଳ ହୋଇପାରିଛି । ଏଥିସହ ଲକ୍ଷାଧିକ ଟଙ୍କା ଉଦ୍ଧାର କରାଯାଇ ଦିଲରାଜା ଛାଞ୍ଚଣଙ୍କୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଅ।ଜି ସଂଧ୍ୟା 6 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଛି ।
State
ଭୁବନେଶ୍ୱର( ଦ କୁଇଭର):- ଗରିବ ବାପା, ମା’ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲୁକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପୂର୍ବରୁ ରାଜ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବିବାହ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭିନ୍ନ ଜାତି ବିବାହ ଏବଂ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା କାର୍ଯ୍ୟକ୍ରମରେ କନ୍ୟା ବିବାହ ପାଇଁ ସହାୟତା ପ୍ରଦାନ କରାଯାଉଛି। କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଗରିବ, ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ପରିବାରର କନ୍ୟା ବିବାହ ପାଇଁ ବିଶେଷ ସହାୟ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଯୋଜନାରେ ବିଧବାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥି ସହ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିବାହକୁ ସାମୂହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ କହିଥିଲେ। ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
National
ଦ କୁଇଭର ବ୍ୟୁରୋ:- ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ଶନିବାର ଦିନ ଏହି ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ l RBIର ସୂଚନାନୁଯାୟୀ, ନୂଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୂଆ ସିରିଜର ରହିବ । ନୂଆ ୨୦ଟଙ୍କିଆ ନୋଟ୍ ପୁରୁଣା ନୋଟ୍ ସହିତ ସମାନ ରହିବ । କେବଳ ସେଥିରେ ଗଭର୍ଣ୍ଣରଙ୍କ ଦସ୍ତଖତ ପରିବର୍ତ୍ତନ ହେବ । ଏହା ସହିତ ଆଉ ଏକ ସୂଚନା ଦେଇଛନ୍ତି ଯେ, ପୁରୁଣା ନୋଟଗୁଡିକ ମଧ୍ୟ ଆଗ ପରି ଚାଲୁ ରହିବ । କିନ୍ତୁ ଏହି ନୂଆ ନୋଟରେ ହାଲକା ରଙ୍ଗ ପରିବର୍ତ୍ତନ ହେବା ସହିତ ଆକାରରେ ସାମାନ୍ୟ ପରିବର୍ତ୍ତନ ହେବ । ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ ଏକ ଗୁମ୍ଫାର ଫଟୋ ରହିବ । ଏହି ଉପାୟ ମାଧ୍ୟମରେ ନୂଆ ନୋଟ୍ ଅସଲି ବୋଲି ଜଣାପଡିବ ।
National,State
ଦ କୁଇଭର ବ୍ୟୁରୋ:- ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା।ବହୁଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ନେଇ ଏକ ଗୁରୁତର ବିବାଦ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ସେନସେସନ୍ ଲବ ହାଂସଦା ଭାରତ ସମେତ ବିଭିନ୍ନ ଦେଶ ବୁଲି ଟ୍ରାଭେଲ ଭିଡିଓ କରି ସେସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ୍ କମ୍ ଦିନରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ହାଂସଦା ଏବେ ବିବାଦକୁ ଆସିଛନ୍ତି ଏବଂ ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ତାଙ୍କ ପରିବାର ଦାୟୀ କରିଛନ୍ତି।
ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ସୋଲମୀ ମୁର୍ମୁଙ୍କ ଆତ୍ମହତ୍ୟା ଘଟଣା ପରେ ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏଚଏସଆର ଲେଆଉଟ୍ ଥାନା ରେ ଏକ ଏଫଆଇଆର୍ ରୁଜୁ ହୋଇଛି। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ସୋଲମୀ ମୁର୍ମୁ ୪ ଦିନ ପୂର୍ବେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପାଇଁ ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ । କେତେକ ରିପୋର୍ଟରେ ଦାବି କରାଯାଇଛି ଯେ, ଲବ ହାଁସଦାଙ୍କର ବହୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥିଲା, ଯାହା ଏହି ବିବାଦକୁ ଆହୁରି ଜଟିଳ କରିଛି। ତେବେ ଏହି ଘଟଣା ସମ୍ପର୍କରେ ବିସ୍ତୃତ ତଦନ୍ତ ଜାରି ରହିଛି। ପୋଲିସ ଏହି ମାମଲାରେ ଲବ ହାଁସଦାଙ୍କୁ ପଚରାଉଚରା କରୁଛି।
ଲବ ହାଁସଦା ଜଣେ ଲୋକପ୍ରିୟ ଓଡ଼ିଆ ୟୁଟ୍ୟୁବର ଭାବେ ପରିଚିତ, ଯିଏ ତାଙ୍କର ଭିଡିଓ ମାଧ୍ୟମରେ ବହୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। କିନ୍ତୁ ଏହି ଅଭିଯୋଗ ତାଙ୍କର ଖ୍ୟାତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ଼ କଥା ହେଲା ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ ଏତଲାରେ ଲେଖିଛନ୍ତି ।
ତେବେଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି । ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ। ତଦନ୍ତ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସତ ମାନିବୁ । ଏଠି ଘରେ ଭାଇ ୩ ଜଣ ଓ ଭାଉଜ ରହୁଛନ୍ତି। ବାପା ଗାଁରେ ରହୁଛନ୍ତି। ଲବ ହାଁସଦା ବିବାହ କରିଛନ୍ତି କି ନାହିଁ ସିଏ ହିଁ କହିପାରିବ । ଏହି ଘଟଣା ଆମେ ନ୍ୟୁଜ ମାଧ୍ୟମରେ ଜାଣିଛୁ, ଆମେ ଚାଁହୁଛୁ ନ୍ୟାୟ । ମୋ ଭାଇ ଯଦି ଠିକ କରିଥିବା ଠିକ ଯଦି ଭୁଲ କରିଥିବ ତାହା ହେଲେ ଭୁଲ। ଭାଇଙ୍କ ସହିତ ମୁଁ କଥା ହୋଇନାହିଁ। ମୋ ଭାଇ ଏଠାକୁ ତିନି ମାସ ପୂର୍ବରୂ ଆସିଥିଲେ । ତେବେ ମୋ ଭାଇ ଉପରେ ମୋର ବିଶ୍ୱାସ ସେ ଏପରି କାମ କରି ନ ଥିବ ବୋଲି କହିଛନ୍ତି ଲବ ହାଁସଦାଙ୍କ ଭଉଣୀ ।
ଅନ୍ୟପଟେ ଲବ ହାଁସଦାଙ୍କର ୨୦୧୪ ମସିହାରେ କୁଆଡେ ବାହାଘର ହୋଇଥିବା ଏବଂ ଗୋଟିଏ ୩ ବର୍ଷର ଛୁଆ ଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଏହା ସହିତ ବାହା ହୋଇଥିବା ସ୍ତ୍ରୀ ଗଣମାଧ୍ୟମ ଆଗରେ ଆସି ନ୍ୟାୟ ଭିକ୍ଷା କରୁଥିବା ନେଇ ଚର୍ଚ୍ଚା ମଧ୍ୟ ରହିଛି l
ତେବେ ଏସବୁ କେତେ ଠିକ, ତେବେ ପ୍ରମାଣ ହେବ ଯେବେ ଲବ ହାଁସଦା ନିଜେ ଗଣମାଧ୍ୟମ ଆଗରେ ଆସି ସତ କହିବେ ଆଉ ଘଟିଯାଇଥିବା ଘଟଣା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବେ ତାହା ପୁଣି ପ୍ରମାଣ ସହିତ l ତେବେ ଦେଖାଯାଉ ଲବ ହାଁସଦା ଏମିତି ଲୁଚି ଲୁଚି ରହୁଛନ୍ତି ନା ସାମ୍ନାକୁ ଆସି ସତ୍ୟ ପ୍ରକାଶ କରୁଛନ୍ତି l
Sports
ଦ କୁଇଭର ବ୍ୟୁରୋ:- ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ IPL ୨୦୨୫ ର ୬୨ତମ ମ୍ୟାଚ୍ ଖେଳାଯାଇଥିଲା। ରାଜସ୍ଥାନ ରୟାଲ୍ସ ତାର ଶେଷ ଲିଗ ମ୍ୟାଚରେ ବିଜୟୀ ହୋଇ ଆଇପିଏଲ ଅଭିଯାନ ଶେଷ କରିଛି । ଆଇପିଏଲର ୬୨ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ରାଜସ୍ଥାନ ରୟାଲ୍ସ ୬ ଓ୍ବିକେଟରେ ପରାସ୍ତ କରିଛି । ସିଏସକେ ବିପକ୍ଷରେ ଯୁଦ୍ଧବୀର ସିଂ ଓ ଆକାଶ ମାଧଓ୍ବାଲ ଘାତକ ବୋଲିଂ କରି ବ୍ୟାଟରଙ୍କ ଅଣ୍ଟା ଭାଙ୍ଗିଦେଇଥିଲେ । ୪ଓଭର ବୋଲିଂ କରି ୨୯ ରନ ଦେଇ ୩ଟି ଓ୍ବିକେଟ ନେଇଥିବାରୁ ଆକାଶଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ସେପଟେ ଚେନ୍ନାଇ ନୈରାଶ୍ୟଜନକ ପଦର୍ଶନ ଜାରି ରଖି ୧୩ ତମ ମ୍ୟାଚରେ ମଧ୍ୟ ପରାଜିତ ହୋଇ ପଏଣ୍ଟ ଟେବୁଲ ଶେଷରେ ରହିଛି । ଏହି ମ୍ୟାଚ୍ରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ଚେନ୍ନାଇର ଅଧିନାୟକ ଏମଏସ ଧୋନିଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୭ ରନ କରିଥିଲା ଚେନ୍ନାଇ । ଜାବାରେ ୧୭. ୧ ଓଭରରେ ୪ ଓ୍ବିକେଟ ହରାଇ ୧୮୮ ରନ କରି ବିଜୟୀ ହୋଇଥିଲା ରାଜସ୍ଥାନ ।
State
ଦ କୁଇଭର ବ୍ୟୁରୋ:- ଭୁବନେଶ୍ୱରରେ ସକାଳୁ ସକାଳୁ ପ୍ରଚଣ୍ଡ ତାତିର ଆଭାସ ମିଳିସାରିଥିଲା l ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀର ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୮.୭% ଆଦ୍ରତା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି, ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ । ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା । ଅନ୍ୟପଟେ ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
Health & lifestyle,National
ଦ କୁଇଭର ବ୍ୟୁରୋ:- ଦେଶରେ ପୁଣି ଆତଙ୍କ ଖେଳାଇଲାଣି କରୋନା। ୨୦୨୦ ମସିହାରେ କରୋନା ଭାଇରାସ୍ ପୂରା ବିଶ୍ବକୁ ଗ୍ରାସ କରିଥିବା ବେଳେ ଧୀରେ ଧୀରେ ତା’ର ପ୍ରଭାବ ଶୂନ୍ୟ ହୋଇଥିଲା। ମାତ୍ର ଗତ କିଛି ଦିନ ହେବ ପୁଣି ଥରେ କରୋନା ଭାଇରାସ୍ ମୁଣ୍ଡ ଟେକିଛି। ଏବେ ଭାରତରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଲେଣି। ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ ଜଣ କୋଭିଡ୍-୧୯ ପଜିଟିଭ୍ ମୃତ୍ୟୁ ରିପୋର୍ଟ ହୋଇଛି। ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଗୁରୁତର ଥିଲା।ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ଥିଲା, ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ ବା କିଡ୍ନି ରୋଗରେ ପୀଡିତ ଥିଲେ। ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ନୁହେଁ ବରଂ ପୂର୍ବ ସ୍ଥିତି ଯୋଗୁଁ ହୋଇଛି ବୋଲି ସୂତ୍ରରୁ ପ୍ରକାଶ।ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରୁଥିବାର ଆଶଙ୍କା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ ଆଜି ଦେଶରେ ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁ୍ମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି l
ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି। ସେମାନଙ୍କୁ ବୁଷ୍ଟର୍ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ବ୍ଲୁମ୍ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍ର ଏକ ନୂତନ ଲହର ଦେଇ ଗତି କରୁଛି । ଗତ ପାଞ୍ଚ-ଛଅ ସପ୍ତାହ ମଧ୍ୟରେ ଚୀନ୍ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି । ଏପଟେ ହଂକଂ ଏବଂ ସିଙ୍ଗାପୁରରେ ମଧ୍ୟ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି।
National
ଦ କୁଇଭର ବ୍ୟୁରୋ:- ବୁଧବାର ସକାଳୁ ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର DRG ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି । ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହୋଇଛନ୍ତି ।ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ।ଏନକାଉଣ୍ଟରରେ ଯବାନମାନେ ୨୬ ରୁ ଅଧିକ ନକ୍ସଲଙ୍କୁ ନିହତ କରିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡିଆରଜି ଯବାନମାନେ ସାହସ ଦେଖାଇଛନ୍ତି । ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆହତ ହୋଇଥିବା ଜଣାପଡିଛି l ଅପରେସନ ପ୍ରାୟ ଶେଷ ହୋଇଛି କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପରେ ସମ୍ପୂର୍ଣ୍ଣ ଅପରେସନର ଖୁଲାସା କରାଯିବ ।
National
ଦ କୁଇଭର ବ୍ୟୁରୋ:- ଆସନ୍ତା ୨୮ରେ ପୋଲାଭରମ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀ କରିବେ ପୋଲାଭରମ ସମୀକ୍ଷା । ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା , ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ଦ୍ୱାରା ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଓଡ଼ିଶା ଏହି ବୈଠକରେ କଣ ପକ୍ଷ ରଖିବ ସେ ନେଇ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରିଛନ୍ତି । ଦୁଇ ଦିନ ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଦିନ ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ ୧ରେ ଖେଳାଯିବ। ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଫାଇନାଲର ସ୍ଥାନ ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି । ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି ।
ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି । ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ୨୯ ମଇରେ ଖେଳାଯିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇପାରିବ। ଏହା ବ୍ୟତୀତ, ମେ ୩୦ ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଆୟୋଜିତ ହୋଇପାରେ।
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୬୩ତମ ମୁକାବିଲାରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍ରେ ପରାସ୍ତ କରିଛି। ଦିଲ୍ଲୀ ପାଇଁ ମୁମ୍ବାଇ ୧୮୧ ରନର ଟାର୍ଗେଟ ଦେଇଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୩ଟି ବଲ୍ ଖେଳି ସର୍ବାଧିକ ୭୩ ରନ୍ କରିଥିଲେ। ମୁମ୍ବାଇର ବୋଲରମାନେ ଦିଲ୍ଲୀକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଦେଇ ନଥିଲେ ଏବଂ ୧୨୧ ରନ୍ରେ ଅଲଆଉଟ୍ କରିଥିଲେ।ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଚତୁର୍ଥ ଦଳ ହୋଇଛି ଏବଂ ଆଇପିଏଲର ୧୮ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ଯାତ୍ରା ଶେଷ ହୋଇଛି। ଫଳରେ ଦିଲ୍ଲୀର ଆଶା ଏବେ ନିରାଶ ହୋଇଛି। ବର୍ତ୍ତମାନ ସମସ୍ତ ଦଳ ପାଖରେ ୧ରୁ୨ ଟି ମ୍ୟାଚ୍ ବାକି ଅଛି। ଏବେ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳଗୁଡ଼ିକ ଶୀର୍ଷ ସ୍ଥାନ ପାଇଁ ଚେଷ୍ଟା କରିବେ। ୧୮୧ ରନର ଟାର୍ଗେଟର ଜବାବରେ ଦିଲ୍ଲୀର ବ୍ୟାଟିଂ ଆରମ୍ଭ ବହୁତ ଖରାପ ହୋଇଥିଲା। ଦ୍ୱିତୀୟ ଓଭରରେ ହିଁ ଦୀପକ ଚହର ଅଧିନାୟକ ଫାଫ ଡୁପ୍ଲେସିସ୍ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଡୁପ୍ଲେସିସ୍ଙ୍କ ବ୍ୟାଟରୁ ମାତ୍ର ୬ ରନ୍ ଆସିଥିଲା। ଏହା ପରେ ତୃତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ମଧ୍ୟ କେଏଲ ରାହୁଲଙ୍କୁ ଆଉଟ୍ କରିଥିଲେ। ତା’ପରେ ଅଭିଷେକ ପୋରେଲ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ ଏବଂ ତାଙ୍କୁ ୱିଲ୍ ଜ୍ୟାକ୍ସ ଆଉଟ୍ କରିଥିଲେ। ପରେ ସାଣ୍ଟନର ବିପ୍ରଜଙ୍କୁ ଆଉଟ୍ କରିଥିଲେ ଏବଂ ୧୦ମ ଓଭରରେ, ଦିଲ୍ଲୀକୁ ୫ମ ଝଟକା ଲାଗିଥିଲା ଯେତେବେଳେ ଷ୍ଟବ୍ସଙ୍କୁ ବୁମରାହ ଆଉଟ୍ କରିଥିଲେ। ଏହା ପରେ, ସମୀର ରିଜଭି ଏବଂ ଆଶୁତୋଷଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ସୃଷ୍ଟି ହେଉଥିଲା କିନ୍ତୁ ୧୫ତମ ଓଭରରେ ସାଣ୍ଟନର ତାଙ୍କୁ ମଧ୍ୟ ଆଉଟ୍ କରିଥିଲେ। ସମୀରଙ୍କ ବ୍ୟାଟରୁ ୩୯ ରନ ଆସିଥିଲା। ସେହି ଓଭରରେ, ସାଣ୍ଟନର ଆଶୁତୋଷଙ୍କୁ ଆଉଟ୍ କରି ମୁମ୍ବାଇର ଦାବିକୁ ମଜବୁତ କରିଥିଲେ। ଏହା ପରେ ବୁମରାହ ୧୬ତମ ଓଭରରେ ମାଧବଙ୍କୁ ମଧ୍ୟ ଆଉଟ୍ କରି ଦିଲ୍ଲୀକୁ ୮ମ ଝଟକା ଦେଇଥିଲେ। ଏହା ପରେ, ୧୮ତମ ଓଭରରେ, କର୍ଣ୍ଣ ଶର୍ମା ଦିଲ୍ଲୀକୁ ୯ମ ଝଟକା ଦେଇଥିଲେ ଏବଂ କୁଲଦୀପଙ୍କୁ ଆଉଟ୍ କରିଥିଲେ। କୁଲଦୀପଙ୍କ ବ୍ୟାଟରୁ ମାତ୍ର ୭ ରନ୍ ଆସିଥିଲା।
International,National
ଦ କୁଇଭର ବ୍ୟୁରୋ:- ପହଲଗାମ ଘଟଣାକୁ ପୂରିଲା ମାସେ । ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହାକୁ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ କୁହାଯାଉଛି । ବୈସାରଣ ଭ୍ୟାଲିରେ ଖୁସି ମନାଇବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତ୍ୟ ଘୃଣ୍ୟ ଓ ଜଘନ୍ୟ ଭାବେ ଗୁଳି କରି ହତ୍ୟା କରିଥିଲେ । ୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ ।ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ଏହି ଆତଙ୍କୀ ଆକ୍ରମଣରେ ଜୀବନ ଯାଇଥିଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍ଯନ୍ତ୍ର ରଚାଯାଇଥିଲା । ଜମ୍ମୁକାଶ୍ମୀରର କିଛି ଆତଙ୍କୀ ସହଯୋଗୀ ଏହି ଘୃଣ୍ୟ ଷଡ଼୍ଯନ୍ତ୍ରରେ ସହାୟତା କରିଥିଲେ । ଭାରତ ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା ।
Sports
ଦ କୁଇଭର ବ୍ୟୁରୋ:- ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୧୦୮ ରନ ଓ ଶୁଭମନ ଗିଲ୍ ୯୩ ରନ କରିଥିଲେ । ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା ।