ଦ କୁଇଭର ବ୍ୟୁରୋ :- ଲିଭିଗଲା ଶିଳ୍ପ ଜଗତର ଅଦ୍ୱିତୀୟ ତାରକା-ରତନ ଟାଟା
୧୯୩୭ ମସିହା ଡିସେମ୍ବର ୨୮ ତାରିଖ ଜନ୍ମ ଗ୍ରହଣ କରିଥିଲେ ରତନ
ଇାପା ନାଭାଲ ଟାଟା, ମାଆ ସୁନୀ କମିସରିଏଟ
ହାବାର୍ଡ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ
ଜେଆରଡି ଟାଟା ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ।
୨୦୦୮ରେ ପଦ୍ମ ବିଭୂଷଣ ଓ ୨୦୦୦ରେ ପଦ୍ମଭୂଷଣ ପାଇଥିଲେ ।
ମୋଟ ସମ୍ପତ୍ତି ୩୮୦୦କୋଟି
ଟାଟାଙ୍କ ଅତି ପରିଚିତ କଥା- ମୁଁ ଠିକ ନିଷ୍ପତ୍ତି ନେବାରେ ବିଶ୍ୱାସ କରେ ନାହିଁ । ମୁଁ ନିଷ୍ପତ୍ତି ନିଏ ଆଉ ତାହାକୁ ଠିକ ବୋଲି ପ୍ରମାଣିତ କରିଥାଏ । କ୍ଷମତା ଓ ଟଙ୍କା ମୋର ମୁଖ୍ୟ ଆଧାର ନୁହେଁ
୧୯୯୧ ମସିହାରେ ଜେଆରଡି ଟାଟାଙ୍କ ଦେହାନ୍ତ ପରେ ରତନ ଟାଟାଙ୍କୁ ସେ ମୁଖ୍ୟ ବୋଲି ବାଛିଥିଲେ । ପ୍ରବଳ ବିରୋଧ ହୋଇଥିଲା । ମାତ୍ର ସେ ଅଧ୍ୟକ୍ଷ ଭାବେ କାମ କଲେ । ତାଙ୍କ ଅଧ୍ୟକ୍ଷ କାଳରେ ସେ ଟାଟା ମୋଟର୍ସ ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଟାଟା ମୋଟର୍ସକୁ ସେ ବିକିବା ପାଇଁ ଫର୍ଡ କମ୍ପାନୀକୁ ଯାଇଥିଲେ । ଫର୍ଡ କମ୍ପାନୀ ତାଙ୍କୁ ତାଚ୍ଛଲ୍ୟ କରି ଫେରାଇ ଦେଇଥିଲା । ସେହିଠାରୁ ସେ ଟାଟା ମୋଟର୍ସ ବିକିବେ ନାହିଁ ବୋଲି ନିଷ୍ପତ୍ତି ନେଇ ତାହାର ନବୀକରଣ କରିଥିଲେ । ଏବେ ଟାଟା ମୋଟର୍ସ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ତାର କାର ବିକ୍ରି କରୁଛି ।
ଓମୟ ବଦଳିଥିଲା-ଯେଉଁ ଫ୍ରଡ କମ୍ପାନୀ ପାଖରେ ଟାଟା ମୋର୍ଟସକୁ ବିକିବା ପାଇଁ ଯାଇଥିଲେ । ସେହି ଫ୍ରଡ କମ୍ପାନୀ ୨୦୦୯ରେ ରତନ ଟାଟାଙ୍କୁ ବିକିଥିଲା ସେହି କମ୍ପାନୀ । ଏହାପରେ ଲେଣ୍ଡ ରୋଭର, ଜାଗୁଆର ଭଳି କାର ନିର୍ମାତାଙ୍କ କମ୍ପାନୀକୁ ରତନ ଟାଟା ଅଧିଗ୍ରହଣ କରିଥିଲେ । ସାରା ବିଶ୍ୱରେ ଅଟୋମୋବାଇଲ କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବାଦଶାହା ।
ଟାଟା ଗ୍ରୁପରେ ରହିଛି ଅନେକ କମ୍ପାନୀ । ଖାଇବା ପାଇଁ ଲୁଣ ଠାରୁ ପିନ୍ଧିବା ପାଇଁ ପୋଷାକ, ସୁନା ଅଳଙ୍କାର, ପାଣି ଠାରୁ ଜୁସ ଏବଂ ଅନେକ କିଛି ରହିଛି । ବସ ଠାରୁ ଏୟାରଲାଇନ୍ସ ବି ଟାଟାର । ମଣିଷ ଜୀବନର ଅନେକ ଆବଶ୍ୟକତା କ୍ଷେତ୍ରରେ ଟାଟାର ଉତ୍ପାଦ ରହିଛି । ଯେଉଁଥିପାଇଁ ଟାଟା ଘରେ ଘରେ ପରିଚିତ ।
ଟାଟାକୁ ପରିଚିତ କରିଥିବା ରତନ ଟାଟାଙ୍କ ଭଳି ଜଣେ କିମ୍ବଦନ୍ତି ପୁରୁଷଙ୍କର ବିୟୋଗ ବାସ୍ତବରେ ଅପୂରଣୀୟ । ଦେଶ ତାଙ୍କ ଭଳି ଜଣେ ରତ୍ନଙ୍କୁ ହରାଇଛି । ଶିଳ୍ପ ଜଗତର ତାରା ଲିଭି ଯାଇଛି ।