ବ୍ରହ୍ମପୁର( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବର ଅଂଚଳର ଜନୈକା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୁର୍ବୁତ୍ତମାନେ ନଦୀବନ୍ଧକୁ ଟେକି ନେଇ ନିଆଁ ଲଗାଇ ମାରି ଦେବାର ଉଦ୍ୟମ ଘଟଣାର ପ୍ରତିବାଦରେ ଏକ ବିକ୍ଷୋଭ ଏଆଡିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ଏହି ଘଟଣା ଅତ୍ୟନ୍ତ ବେଦନାଦାୟକ ଓ ଚିନ୍ତାଜନକ । ଏହି ଘଟଣା ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଜଣଙ୍କର ଦୁଃଖଦାୟକ ମୃତ୍ୟୁ ଘଟଣାର ସପ୍ତାହେ ନପୁରୁଣୁ ବିଭିନ୍ନ ସ୍ଥାନରେ ଛାତ୍ରୀମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଅମଳରେ ଏହି ଘଟଣା ପ୍ରତିଦିନ ବଢି ବଢି ଚାଲିବା ଅତ୍ୟନ୍ତ ଉଦବେଗଜନକ । ଛାତ୍ରୀମାନଙ୍କ ନିରାପତ୍ତା ବର୍ତ୍ତମାନ ରାଜ୍ୟରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ତୁରନ୍ତ ବାଇଆବର ଅଂଚଳର ଜନୈକା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ପୋଡିମାରିବାକୁ ଉଦ୍ୟମ କରିଥିବା ଅପରାଧିମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ରାଜ୍ୟରେ ଘଟି ଚାଲିଥିବା ଏସମସ୍ତ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ତ୍ୱରିତ ବିଚାର କରି କଠୋର ଦଣ୍ଡ ଦେବା ଓ ଛାତ୍ରୀ ଓ ମହିଳା ମାନଙ୍କର ସର୍ବତ୍ର ନିରାପତ୍ତା ପାଇଁ ଏଆଡିଏସଓ ପକ୍ଷରୁ ଦୃଢ଼ ଦାବି କରାଯାଉଛି । ଆଜିକାର ଏହି କାର୍ଯ୍ୟକ୍ରମ ଏଆଡିଏସଓ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ଜିଲ୍ଲା କମିଟି ସଭ୍ୟା ସୁଭସ୍ମିତା ପାଣିଗ୍ରାହୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି ।
No comments yet.
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଘରୁ ଅପହରଣ କରି ଏକ ଭଙ୍ଗା ଘର ପରେ ଜଙ୍ଗଲ ରେ ବାରମ୍ବାର ଦୁଷ୍କର୍ମ କରି ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରି ନାବାଳିକା କୁ ଉଦ୍ଧାର କରିଥିଲେ ପୀଡ଼ିତା ଙ୍କ ବାପା ପରେ ଥାନରେ ଅଭିଯୋଗ ପରେ ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ପାଟପୁର ପୋଲିସ ଦୁଷ୍କର୍ମ କାରୀ ନାବାଳକ କୁ ଅଟକ ରଖିଥିବା ସୂଚନା ମିଳିଅଛି ।
ସୂଚନା ପ୍ରକାରେ,ଦିଗପହଣ୍ଡି ଥାନା ଚାଗୁଂଡିଦେଇ ପାହାଡ ରୁ ଜଣେ ନାବାଳିକାକୁ ଉଦ୍ଧାର କରିଛି ପାଟପୁର ପୋଲିସ ପ୍ରଶାସନ । ଜଣେ ନାବାଳକକୁ ମଧ୍ଯ ପୋଲିସ ପ୍ରଶାସନ ଅଟକ ରଖିଥିବା ବେଳେ ନାବାଳକ ଘର ଦିଗପହଣ୍ଡି ଥାନା ମୌଳାଭଣଜା ଗାଁର ବୋଲି ଜଣାପଡିଛି । ତେବେ ଉକ୍ତ ନାବାଳକ ଜଣକ ପାଟପୁର ଥାନା ଇଲାକାର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଉଭୟଙ୍କୁ ଡାକ୍ତରୀମାଇନା କରାଯାଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l
National
ମୁମ୍ବାଇ ( ଦ କୁଇଭର ):- ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ କିମ୍ବା ପରକୀୟ ପ୍ରୀତି ନେଇ ସ୍ୱାମୀଙ୍କ ଉପରେ ସନ୍ଦେହ ମଧ୍ୟ ଛାଡପତ୍ରର କାରଣ ହୋଇପାରିବ । ଗୁରୁବାର ମୁମ୍ବାଇ ହାଇକୋର୍ଟ ପରିବାର ଅଦାଲତର ଛାଡପତ୍ର ରାୟ ବିରୋଧରେ ଦାୟର ଆବେଦନକୁ ଖାରଜ କରି ଏହା କହିଛନ୍ତି । ମହିଳାଙ୍କ ଖରାପ ଆଚରଣ ଓ ବ୍ୟବହାରକୁ ମଧ୍ୟ ସ୍ୱାମୀଙ୍କ ଉପରେ ନିଷ୍ଠୁରତା ବୋଲି ଧରି ନିଆଯିବ ବୋଲି କହିଛନ୍ତି ମୁମ୍ବାଇ ହାଇକୋର୍ଟଙ୍କ ଖଣ୍ଡପୀଠ ।ସ୍ୱାମୀଙ୍କ ଆବେଦନକୁ ଭିତ୍ତି କରି ମୁମ୍ବାଇର ପରିବାର ଛାଡପତ୍ର ଆବେଦନକୁ ମଂଜୁରୀ ଦେବା ସହ ସ୍ତ୍ରୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରିବାର ଅଦାଲତଙ୍କ ରାୟ ବିରୋଧରେ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୩ ମସିହାରେ ବିବାହ କରିଥିବା ଦମ୍ପତି ୨୦୧୫ରେ ଛାଡପତ୍ର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ବିରୋଧରେ ନିଷ୍ଠୁରତା ଅଭିଯୋଗ ଆଣିଥିଲେ ସ୍ୱାମୀ । ପରିବାର ଅଦାଲତ ଏହି ମାମଲାର ବିଚାର କରି ଛାଡପତ୍ର ଆବେଦନକୁ ମଂଜୁର କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ । ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍ ରହିବ ।
State,National
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦକ ପାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦକ ପ୍ରଦାନ କରିଛନ୍ତି । ସ୍ୱଚ୍ଛତା ସର୍ଭେକ୍ଷଣରେ ସମଗ୍ର ଦେଶରେ ଚିକିଟି ଏନଏସି ଦ୍ଵିତୀୟ ସ୍ଥାନ ହାସଲ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ହାସଲ କରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ସହରାଞ୍ଚଳ ଉନୟନ ଅଧିକାରୀ ଉପସ୍ଥିତ ଥିଲେ। ଚିକିଟି ରାଷ୍ଟ୍ରପତି ପଦକ ତିନି ଥର ପାଇଥିବା ଯୋଗୁଁ ଇତିହାସରେ ଲିପିବଦ୍ଧ ହୋଇଗଲା ବୋଲି କହିଛନ୍ତି ଚିକିଟି ବାସିନ୍ଦା ।
ବାର ଗୋଟି ୱାର୍ଡକୁ ନେଇ ଏନଏସି ଗଠିତ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହରଞ୍ଚଳ ଯୋଜନାରେ ବହୁ ଉନ୍ନତି ହୋଇଛି ସହରର । ସୁନ୍ଦର ରାସ୍ତା ସାଙ୍ଗକୁ ପାର୍କ, ପୋଖରୀ ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟ କରଣ ଏବଂ ନୂତନ ବସ୍ତି ଘର ନିର୍ମାଣ କରାଯାଇଛି । ଏହା ସହ ଶ୍ମଶାନର ରୂପାନ୍ତରିତ କରାଯାଇଛି । ୨୦୨୪-୨୦୨୫ ମସିହା ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଚିକିଟି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ଏହି ପୁରସ୍କାର ହାସଲ କରିଛି । କୋଡିଏ ହଜାରରୁ କମ ଜନ ସଂଖ୍ୟା ରେ ଥିବା ଏନଏସିରେ ସ୍ଵଛ ସର୍ବେକ୍ଷଣରେ ଚିକିଟିକୁ ଏହି ମାନ୍ୟତା ମିଳିଛି । ଏହା ପୂର୍ବରୁ ୨୦୨୨-୨୩ମସିହାରେ ନୂଆ ସହର ପରିକଳ୍ପନାରେ ଚିକିଟି ରାଜ୍ୟରେ ପ୍ରଥମ ଏବଂ ୨୦୨୩- ୨୪ ମସିହାରେ ମଧ୍ୟ ସ୍ଵଛ ସର୍ବେକ୍ଷଣରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା ଚିକିଟି ଏନଏସି । ତିନି ଥର ଲାଗି ଲାଗି ଏହି ପୁରସ୍କାର ହାସଲ କରିଥିବା ଯୋଗୁଁ ଚିକିଟିରେ ଆନନ୍ଦ ଖେଳିଯାଇଛି ।
Education,Health & lifestyle,State
ଭୁବନେଶ୍ୱର( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ହସ୍ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି। ଏଥି ସହିତ ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଅନ୍ୟପଟରେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ। ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି। ମାତ୍ର ତାହା କ’ଣ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାରେ କେତେଜଣ ଲୋକ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ସେନେଇ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରି ନାହିଁ। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
Education,State
ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟରେ ସ୍କୁଲ କଲେଜ ଛତ୍ରୀ ଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଇସିସି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା "ଅଗ୍ନି" ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତା ବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟା କୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷ | ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।
Education,State
ଦ କୁଇଭର ବ୍ୟୁରୋ :- ଆହତ ଜ୍ୟୋତିପ୍ରକାଶଙ୍କ ପାଖରେ ଅଛି ସୌମ୍ୟାଶ୍ରୀଙ୍କ ଆତ୍ମାହୂତିର ଚାବି । କେମିତି ଜଳିଲେ, ପେଟ୍ରୋଲ କେମିତି ପକାଇଲେ ଆଉ ଜଳିବା ପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଗଲେ ନା ସିଧା ବାହାରକୁ ଦୌଡିଲେ, ସବୁର ଏକମାତ୍ର ପ୍ରମାଣ ଜ୍ୟୋତିପ୍ରକାଶ । ତଦନ୍ତକାରୀ କ୍ରାଇମବ୍ରାଞ୍ଚ ତାଙ୍କୁ ଭରସା କରିଛି । ସେ ଯେମିତି ବୁଲାଇବେ, ସେମିତି ଗଡ଼ିବ ତଦନ୍ତର ଦିଗ । ବାକିସବୁ କଥା ଫେଲ ମାରିବ ।
ସୌମ୍ୟଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ପୂରା ଗୋଳି କଲାଣି । କଲେଜ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ଜେରା କରିବ । ପେଟ୍ରୋଲପମ୍ପ ଯାଇ ପେଟ୍ରୋଲ କିଏ ଆଣିଲା ତାହା ବି ଖୋଜୁଛି । ସତେ ଯେମିତି ସେହି ପମ୍ପରୁ ପେଟ୍ରୋଲ ଆସିଛି । ତଦନ୍ତ କମ ପ୍ରହସନ ଅଧିକ ଚାଲିଛି । ହେଲେ କେହି ପ୍ରତ୍ୟକ୍ଷଦର୍ଶୀ ମିଳୁ ନାହାନ୍ତି । ତଦନ୍ତକାରୀ ଟିମ ଏବେ ଜ୍ୟୋତିପ୍ରକାଶଙ୍କ ଉପରେ ନଜର ରଖିଛି । ତାଙ୍କରି ଠାରୁ ଯାହା ମିଳିବ ତାହା ହିଁ ହେବ ତଦନ୍ତର ମଞ୍ଜି ।
ଇତିମଧ୍ୟରେ ବିଭିନ୍ନ ମନ୍ତ୍ରୀ ଯାଇ ଜ୍ୟୋତିପ୍ରକାଶଙ୍କୁ ଭେଟିଛନ୍ତି । ଏହାପରେ ତାଙ୍କ ମତ କେତେ ନିରପେକ୍ଷ ହେବ ତାହା ବି ସନ୍ଦେହରେ ରହିଛି । ଅନ୍ୟପକ୍ଷରେ ତଦନ୍ତକୁ ଭୁଆଁ ବୁଲାଇବାକୁ ଏବେ ନାନା ତଥ୍ୟ ପଦାକୁ ଆସୁଛି । ହେଲେ ବାସ୍ତବ କାରଣକୁ ନଜର ଯାଉନି । HOD ବା ଅଧ୍ୟକ୍ଷଙ୍କ ନିର୍ଯ୍ୟାତନା ସୌମ୍ୟାଶ୍ରୀଙ୍କୁ ମାରିଛି ନା ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଏମପିଙ୍କ ଅବହେଳା ମାରିଛି ? ନିର୍ଯ୍ୟାତନା ପରେ ସେ ଲଢୁଥିଲେ, ମାତ୍ର ଯେତେବେଳେ ସରକାର ନ୍ୟାୟ ଦେଲେନାହିଁ ସେତେବେଳେ ସେ ଆତ୍ମହୁତି ଦେଲେ ? ଏଦିଗକୁ ଯାଇ ତଦନ୍ତ କରିବ ତ କ୍ରାଇମବ୍ରାଞ୍ଚ ? ନା ପୂର୍ବ ସରକାର ଭଳି ସବୁ ଅବାନ୍ତର ଦିଗକୁ ନେଇ ତଦନ୍ତ ସାରିଦେବ ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ନଜର ଜ୍ୟୋତିପ୍ରକାଶଙ୍କ ଉପରେ ରହିଛି । ଦେଖାଯାଉ ଜ୍ୟୋତିପ୍ରକାଶ କି ତଥ୍ୟ ଦେଉଛନ୍ତି ଓ ତଦନ୍ତ କେଉଁ ଦିଗକୁ ଯାଉଛି ?
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଜାରି ରହିଛି ମୋସୁମୀ ଜନିତ ବର୍ଷା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇ ଦିନ ଯାଏ ଏହି ଭଳି ବର୍ଷା ଲାଗି ରହିବ,ଆସନ୍ତାକାଲି(ଜୁଲାଇ 19)ରୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ‘ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।’ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ପବନର ଘଣ୍ଟା ପ୍ରତି 30.40 କିଲୋମିଟର ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।ରାଜ୍ୟର ୫୧ ରୁ ୭୫ପ୍ରତିଶତ ଅଞ୍ଚଳରେ ବର୍ଷା ହେବା ସହ ବର୍ଷାର ପରିମାଣ ଟିକେ ବଢିବ ବିଶେଷ କରି ଦକ୍ଷିଣ ଓଡ଼ିଶା ପାଇଁ ବୋଲି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ଏନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୭୪.୨ମିମି ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଭବାନୀପାଟଣା ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ନବରଙ୍ଗପୁରରେ ୨୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
State
ଦ କୁଇଭର ବ୍ୟୁରୋ :- ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ । ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ପରବତ୍ତୀ ସମୟରେ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବ। ଫଳରେ ସୀମାନ୍ତବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏବଂ ଅନ୍ୟ ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ୱାର୍ଣ୍ଣି ଜାରି କରାଯାଇଛି । ଆସନ୍ତା କାଲି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆୟ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗକୁ ଲଘୁଚାପ ଥିବାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
National,State
ନୂଆଦିଲ୍ଲୀ( ଦ କୁଇଭର ):- ଓଡ଼ିଆ ଫିଲ୍ମ ଇତିହାସରେ ପ୍ରଥମ । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି । ପୂରା ଟିମ୍ ସହ ଫିଲ୍ମ ଦେଖି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଶ୍ରୀଜଗନ୍ନାଥଙ୍କ ନବକଳେବର' ଚଳଚ୍ଚିତ୍ରର ସ୍ବତନ୍ତ୍ର ସୋ’ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନର କଲଚରାଲ୍ ସେଣ୍ଟରରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମ ସହ ଜଡିତ ପୂରା ଟିମ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂରା ଟିମ୍ ଫିଲ୍ମଟିକୁ ଦେଖିଥିଲେ ।ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ରାଷ୍ଟ୍ରପତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଛନ୍ତି, ‘ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।’
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ସହ ଚଳଚ୍ଚିତ୍ରର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଦେବଶ୍ବେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଫ୍ଏ) । ଓଡ଼ିଶାର ସାଂସଦ ମୁନା ଖାଁଙ୍କ ସହ ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର,କାହାଣୀ ଓ ସଂଳାପକାର ଶଙ୍କର ତ୍ରୀପାଠି ଙ୍କ ସହ ଫିଲ୍ମର ମୁଖ୍ୟ କଳାକାର ବୃନ୍ଦ ଯେପରିକି ସିଦ୍ଧାନ୍ତ ମହାପାତ୍ର,ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ, ଓ ଅଂଶୁମାନ ପ୍ରମୁଖ ।
ତେବେ ଜୁଲାଇ ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ । ରିଲିଜ ହେବା ଦିନରୁ ଫିଲ୍ମଟି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି । ରାଷ୍ଟ୍ରପତି ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍କୁ ନିମନ୍ତ୍ରଣ କରିଥିଲେ । ଫିଲ୍ମଟି ଦର୍ଶକଙ୍କୁ ଭାବବିହ୍ବଳ କରୁଛି ।
Sports,State
ବ୍ରହ୍ମପୁର ( ଦ କୁଇଭର ):- "ସାହାଣୀ କପ ୨୦୨୫" ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନ ଚତୁର୍ଥ ଦିନ ରେ ଦୁଇଟି ମ୍ୟାଚ ହୋଇଛି। ପ୍ରଥମ ମ୍ୟାଚ କୋରାପୁଟ ଜିଲ୍ଲା ସହ ମାଲକାନଗିରି ଜିଲ୍ଲା ମଧ୍ୟରେ ହୋଇଥିଲା। କୋରାପୁଟ ୨-୦ ଗୋଲ ରେ ମାଲକାନଗିରି ଠାରୁ ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ଶିବ ଶଙ୍କର ପଣ୍ଡା , ଶିବ ପ୍ରସାଦ ସାମନ୍ତରାୟ, ଦିଗବିଜୟ ଦାସ, ଶିବ ଦେହୁରୀ ଥିଲେ।ଦ୍ଵିତୀୟ ମ୍ୟାଚ ରାୟଗଡା ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ହୋଇଥିଲା। ମୟୁରଭଞ୍ଜ ଦଳ ୯-୦ ଗୋଲ ରେ ରାୟଗଡା ଦଳ ଠାରୁ ବିଜୟ ହାସଲ କରିଛନ୍ତି । ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ପରେଶ ଭୋଇ, ବଳରାମ ସେ, ଅମିତ ସିଂ, ଜଗନ୍ନାଥ ମାଝୀ ଏବଂ ଉଭୟ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର ଥିଲେ।ଏହି ମ୍ୟାଚରେ ଅତିଥିଭାବେ ଯୋଗ ଦେଇଥିଲେ ପି. ମନ୍ମଥ ରାଓ, ଡମ୍ବୁରୁ ଗନ୍ତାୟତ, ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ର ଆଜୀବନ ସଦସ୍ୟ ନବକିଶୋର ପ୍ରଧାନ, ଗଞ୍ଜାମ ଜିଲ୍ଲା ଅଥଲେଟିକ ସଙ୍ଘ ର ସହ ସମ୍ପାଦକ ପ୍ରମୋଦ ମହାରଣା, ପୂର୍ବତନ ଫୂଟବଲ ଖେଳାଳି ଓ ପୂର୍ବତନ ଫୂଟବଲ ଖେଳାଳି ଏସ୍. ସି ପ୍ରଧାନ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ପୂର୍ବତନ ଫୂଟବଲ ଖେଳାଳି ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, ରାଜେନ୍ଦ୍ର ଗନ୍ତାୟତ, ଜେ. ବି. ପିଟର, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
State
ଦ କୁଇଭର ବ୍ୟୁରୋ :- ମାଟିତଳୁ ବାହାରୁଛି ଗରମ ପାଣି । ନୂଆଗାଁ ବ୍ଲକ ଦୁରୁଦୁରା ପଂଚାୟତ କିରିଆଲାଞ୍ଜି ଠାରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ବେଳେ ମାଟି ତଳୁ ବାହାରିଲା ଗରମ ପାଣି ।ମାଟି ଖୋଳା ଯାଉଥିବା ବେଳେ ପ୍ରଥମେ ରାସାୟନିକ ପଦାର୍ଥ ଭଳି କିଛି ଗନ୍ଧ ବାହାରିଥିଲା । ଅଧିକ ଟିକେ ମାଟି ଖୋଳାଯିବା ପରେ ଗରମ ପାଣି ବାହାରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ଇଲେକ୍ଟ୍ରି ଖୁଣ୍ଟରୁ ବିଦ୍ୟୁତ ସରବରାହ ବନ୍ଦ କରି ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସ୍ଥାନରୁ ଅନବରତ ଗରମ ପାଣି ବାହାରିବା ବେଳେ ମାଟି ଗରମ ହେଉଛି । କିଛି ଲୋକ ସେହି ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।
Education,State
ଦ କୁଇଭର ବ୍ୟୁରୋ :- ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗାରେ ନିଆଁରେ ପୋଡ଼ି ହୋଇଥିବା ନାବାଳିକାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ତାଙ୍କର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି। ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଉପଜିଲ୍ଲାପାଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୁଲିସ ଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବ। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା କରାଯାଇପାରିନି।ନାବାଳିକାଙ୍କ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ୍ ଦେବା ସହ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।
Health & lifestyle,State
ଭୁବନେଶ୍ୱର( ଦ କୁଇଭର ):- ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍ଏସ୍ଏସ୍ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି।
ଅଭିଯୋଗରେ ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅକୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ଆଜି ପୂର୍ବାହ୍ଣରେ ଝିଅ ତାର ବଡ଼ବାପାଙ୍କ ଘରକୁ ଯାଉଥିଲା। ଏହି ସମୟରେ ପୂର୍ବରୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଅପହେରଣ କରିଥିଲେ। ତିନି ଜଣ ଦୁର୍ବୃତ୍ତ ନାବାଳିକା ଝିଅକୁ ଅପହରଣ କରି ନଦୀବନ୍ଧ ପାଖକୁ ନେଇଯାଇଥିଲେ। ସେଠାରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ମାତ୍ର ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ସେମାନଙ୍କ ପାଖରୁ ଖସି ଆସିଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଯେଉଁ ୩ ଅଭିଯୁକ୍ତ ଅପହରଣ କରିଥିଲେ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।
State
ଗଞ୍ଜାମ( ଦ କୁଇଭର ):- ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୭ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାକୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଏହା ଏକ ବଡ଼ ସୁଯୋଗ l ସବିଶେଷ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ବ୍ରହ୍ମପୁର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l
Education,Politics,State
ଦ କୁଇଭର ବ୍ୟୁରୋ :-
ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସରକାରଙ୍କର ଏହି ପଦକ୍ଷେପକୁ ଦଳୀୟ ନେତାମାନେ ପ୍ରଶଂସା କରୁଛନ୍ତି । ତଦନ୍ତ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି । ମୋହନ ସରକାର ନବୀନଙ୍କ ଭଳି ନୁହେଁ, ତଦନ୍ତ ପରେ ଚାପି ଦେବେ । ଏମିତି ବି କହି ଡିଣ୍ଡିମ ପିଟୁଛନ୍ତି । ଆମେ କହୁନାହୁଁ ନୀବନଙ୍କ ଭଳି ଶାସନ ମୋହନ କରିବେ, ହେଲେ ଗୋଟିଏ ପ୍ରଶ୍ନ ମୋହନଙ୍କ ଆଭିମୁଖ୍ୟ ଉପରକୁ ଉଠୁଛି । ତାହା ହେଲା କିଟ ଛାତ୍ରୀ ମୃତ୍ୟୁ ଘଟଣା । କୁଆଡ଼େ ଗଲା ସେହି ତଦନ୍ତ ? କାହିଁ ତାହାର ରିପୋର୍ଟ ? କିଟ ବିରୋଧରେ କି ପଦକ୍ଷେପ ନେଲ ମୋହନ ସରକାର ? ଦେଇ ପାରିବ ଉତ୍ତର ? ନା ଉତ୍ତର ଦେଇ ପାରିବେ କିଟକୁ ପ୍ରଶଂସାରେ ପୋତି ପକାଉଥିବା ଏମପି ଅପରାଜିତା ଷଢ଼ଙ୍ଗୀ ଓ କିଟ ପ୍ରତିଷ୍ଠାତାଙ୍କ ସହ ବୈଠକ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନା ଜବାବ ଦେଇ ପାରିବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ? ଏଫଏମ କଥାରେ ତୁମ୍ବି ତୁଫାନ ମାରୁଥିବା ନେତାମାନେ କିଟ ପ୍ରସଙ୍ଗରେ ପାଟି ଖନି ମାରିଯିବ ।
ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋରଦାର ଚାଲିଛି । ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷୁଛନ୍ତି । ବିଜେପି ବିରୋଧୀଙ୍କୁ ଆଙ୍ଗୁଳି ଦେଖାଉଛି । ବିଜେପି ନେତ୍ରୀ ଅରାଜିତା ଷଢ଼ଙ୍ଗୀ କହିଛନ୍ତି, ସରକାର ଯଥାର୍ଥ ପଦକ୍ଷେପ ନେଇଛନ୍ତି । ପୂର୍ବ ସରକାର ତ କିଛି କରୁନଥିଲେ । ସେମାନଙ୍କ ସମୟରେ ନାରୀ ନିର୍ଯାତନା ମାମଲା ହେଉଥିଲା, ଆମ ସମୟରେ ବି ହେଲା । ଆମେ ତଦନ୍ତ କରୁଛୁ ।
ହେଲେ ଅରାଜିତାଙ୍କୁ ଏବେ ବଡ଼ ପ୍ରଶ୍ନ ଯଦି ସରକାରଙ୍କ ପଦକ୍ଷେପ ଭରସାଯୋଗ୍ୟ, ତେବେ କିଟ ଛାତ୍ରୀ ମୃତ୍ୟୁ ଘଟଣାରେ କାହିଁକି ସରକାର ଅସ୍ପଷ୍ଟ ? କାହିଁକି ତଦନ୍ତର ରିପୋର୍ଟ ଏଯାଏ ମିଳିଲା ନାହିଁ ? କିଟ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଡିଲ କରିଦେଲେ କି ? ନା ଉଚ୍ଚଶିକ୍ଷା ବିଭାଗର ଡିଲ ଅଛି ? ନା କିଟ ସହ ନିଜେ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କର ଭଲ ସମ୍ପର୍କ ଅଛି ବୋଲି ତାହାର ତଦନ୍ତ ରିପୋର୍ଟ ବାହାରକୁ ଆସୁନାହିଁ ? ଯଦି ଏସବୁ କିଛି ନୁହେଁ, ତେବେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେପିକୁ କିଣି ନେଲେକି ? ନହେଲେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଗଲା କୁଆଡ଼େ ? କୁଆଡ଼େ ଗଲା ଦାଣ୍ଠୁଆ ଅଫିସର ମାନଙ୍କ ଦମ ? ଏମିତି ଅନେକ ପ୍ରଶ୍ନ ସରକାରଙ୍କ ଆଡ଼କୁ ଉଠୁଥିବା ବେଳେ ଏଫଏମ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କେତେ ଭରସାଯୋଗ୍ୟ ତାହାର ଜବାବ କିଏ ଦେବ ? ଦେଖାଯାଉ ସୌମ୍ୟାଶ୍ରୀଙ୍କ ଘଟଣାର ତଦନ୍ତ ପଦାକୁ ଆସୁଛି ନା କିଟ ଭଳି ଚପି ଯାଉଛି ?
State,Education
ବାଲେଶ୍ୱର( ଦ କୁଇଭର ):- ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ପାଇଁ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏଫଏମ କଲେଜରେ ପହଞ୍ଚିଛନ୍ତି । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଏହି ଟିମ୍ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବେ । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରିବେ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ICC)ର ସଦସ୍ୟାମାନେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କଲେଜ ଅଧ୍ୟକ୍ଷ ଫିରୋଜ ପାଢ଼ୀ ଓ ICC କମିଟିର ସମସ୍ତ ସଭ୍ୟସଭ୍ୟା ସମେତ ୪ ଜଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଗୁରୁବାର(ଜୁଲାଇ ୧୭) କ୍ରାଇମବ୍ରାଞ୍ଚ ଟିମ କଲେଜରେ ତଦନ୍ତ କରିଥିବା ବେଳେ ଆଇସିସି କମିଟି ସଦସ୍ୟମାନଙ୍କୁ ପଚରାଉଚରା କରିଛି । ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ଫିରୋଜ ପାଢ଼ୀ ତଦନ୍ତ ସମ୍ପର୍କରେ କହିଛନ୍ତି, "ୟୁଜିସି ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆସୁଛନ୍ତି । ଏହାସହ ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି ଟିମ ଏବଂ କ୍ରାଇମବ୍ରାଞ୍ଚ ଟିମ କଲେଜ ଆସୁଛନ୍ତି । ବିଭିନ୍ନ ସ୍ତରରେ ଏହାର ତଦନ୍ତ ଚାଲିଛି । ୟୁଜିସି ଏକ ସ୍ୱତନ୍ତ୍ର କମିଟି ଆକାରରେ ଆସୁଛନ୍ତି । ସେମାନେ ସବୁ ଦିଗ ଉପରେ ତଦନ୍ତ କରିବେ ।"
Education,State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଦ୍ବାରା ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପୀଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶେଷରେ ଛାତ୍ରୀଙ୍କ ଜୀବନ ଯାଇଥିଲା। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯିବା ଆବଶ୍ୟକ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ ହେଲେ ସତ ପଦାକୁ ଆସିବ। ଅଧ୍ୟାପକ, ମହାବିଦ୍ୟାଳୟ ପ୍ରଶାସନ, ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ରହିଥିବା ୨୦୧୫ର ନିୟମାବଳୀ ପାଳନ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରାଯିବ l ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଶିଶୁ ଓ ମହିଳା ଶାଖା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଉ। ୟୁଜିସି ପକ୍ଷରୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ରିପୋର୍ଟ ତଲବ କରାଯିବା ସହିତ ଅନୁଷ୍ଠାନର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୟୁଜିସି ନିୟମାବଳୀ, ୨୦୧୫ ଅନୁସାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଆବେଦନକାରୀ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ବନ୍ଦ ଡାକରା ଦିଆଯାଉଛି। ଏହା ଦ୍ବାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ, ମହିଳା କମିସନ, ୟୁଜିସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏଭଳି ସ୍ଥିତିରେ ଆଇନଗତ ପଦକ୍ଷେପ ନ ନେଇ ବନ୍ଦ ଡାକରା ଦିଆଯିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।