Banner Ad

ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର

ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର
Published by : Jyotshna Kumari
#International
Apr 19, 2025, 11:21 AM

ଦ କୁଇଭର ବ୍ୟୁରୋ :- ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ୟୁନେସ୍କୋ ଏହାର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହ ଯୋଡିଛି । ଏଥିରେ ସାମିଲ ରହିଛି ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର । ଏହି ଉପଲବ୍ଧି ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।’


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।”

Leave a Comment

Comments

No comments yet.

Best Biofloc Fish Farming

ad
Read more

Education

ଯୁକ୍ତ ୩ ନାମଲେଖା ଅବଧି ବଢ଼ିଲା: ଜୁନ୍‌ ୧ ଯାଏଁ ଆବେଦ

Blog Thumbnail

ଦ କୁଇଭର ବ୍ୟୁରୋ:- ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧୀନରେ ଯୁକ୍ତ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଜୁନ୍‌ ୧ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।


ଚଳିତ ଶିକ୍ଷାବର୍ଷରୁ ସ୍ନାତକ ନାମଲେଖା କ୍ଷେତ୍ରରେ ଏସ୍‌ଇବିସି ବର୍ଗଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ନାମଲେଖାପ୍ରକ୍ରିୟାରେ ଛାତ୍ରଛାତ୍ରୀ ବୈଧ ଏସ୍‌ଇବିସି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ସେହିପରି ଏନ୍‌ସିଟିଇ ନିର୍ଦ୍ଦେଶ ମୁତାବକ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏବିଏଡ୍‌/ବିଏସ୍‌ସିବିଏଡ୍‌ ପାଠ୍ୟକ୍ରମ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହା ବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଛି। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସିଏଏଫ୍‌ ଦାଖଲ କରିଛନ୍ତି, ସେମାନେ ଅବଧି ମଧ୍ୟରେ ସିଏଏଫ୍‌ରେ ସଂଶୋଧନ କରିପାରିବେ। ଯେଉଁ ଆବେଦନକାରୀ ସିଏଏଫ୍‌ରେ ‘ଆପିଅରଡ୍‌’ ଅପସନ୍‌ ଦେଇଥିବେ ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଯୁକ୍ତ୨ କିମ୍ବା ସମତୁଲ ବୋର୍ଡର ମାର୍କ ଦାଖଲ କରିପାରିବେ। ସିଏଚ୍‌ଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ସିଏଚ୍‌ଏସ୍‌ଇ ଡାଟାବେସ୍‌ରୁ ସିଧାସଳଖ ମାର୍କ ଉପଲବ୍ଧ ହେବ। ଆବେଦନକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏକାଧିକ ଥର ସଂଶୋଧନ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍‌, ଦୁଇଟି ମେଜର କିମ୍ବା ୩ଟି ମାଇନର୍‌ ପାଠ୍ୟକ୍ରମକୁ ଚୟନ କରିପାରିବେ।

State

ଅସଲି ଧରିଲା ନକଲିକୁ

Blog Thumbnail

ଗଞ୍ଜାମ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଦୁଇଜଣ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇପାରିଛି । ଗିରଫ ହୋଇଥିବା ନକଲି ପୋଲିସ ଦୁଇଜଣ ସହରର ଚେକଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ଆରୋହୀଙ୍କ ଠାରୁ ଟଙ୍କା ଲୁଟ କରି ଚମ୍ପଟ ମାରିବା ସହ ଦିଲରାଜା ଛାଞ୍ଚଣଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ପାଇଁ ଉଦ୍ୟମ କରିଥିଲେ । ତେବେ ଦିଗପହଣ୍ଡି ପୋଲିସ ପ୍ରଶାସନ ଜାଣିପାରି ନକଲି ପୋଲିସକୁ ଧରିବାରେ ସଫଳ ହୋଇପାରିଛି । ଏଥିସହ ଲକ୍ଷାଧିକ ଟଙ୍କା ଉଦ୍ଧାର କରାଯାଇ ଦିଲରାଜା ଛାଞ୍ଚଣଙ୍କୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଅ।ଜି ସଂଧ୍ୟା 6 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଛି ।

State

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ୟୁନିଟ୍‌-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ହଜାରେ ଅଭିଯୋଗକାରୀ ଅନ୍‍ଲାଇନ୍‌ରେ ନାମ ପଞ୍ଜୀକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ୬ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅସାଧ୍ୟ ଓ ଦୁରାରୋଗ୍ୟ ପୀଡ଼ିତ ବ୍ୟକ୍ତିଙ୍କୁ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୪ଜଣଙ୍କୁ ସାଢ଼େ ୧୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିଛି। ସରକାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଆଞ୍ଚଳିକସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରପକ୍ଷରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୦ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ଭିତରୁ ୮୫% ବା ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି। ବକେୟା ଅଭିଯୋଗଗୁଡ଼ିକୁ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି। ଜନଶୁଣାଣି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।

National

ଅସଫଳ ହେଲା ISROର EOS-09 ମିଶନ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ସକାଳୁ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ନିରୀକ୍ଷଣ ଉପଗ୍ରହ EOS-09 ସାଟେଲାଇଟ୍‌କୁ ଲଞ୍ଚ କରିଥିଲା, ମାତ୍ର ଏହା ଅସଫଳ ରହିଛି । ଇସ୍ରୋ ରିପୋର୍ଟ ଅନୁସାରେ, ତୃତୀୟ ପର୍ଯ୍ୟାୟର କାର୍ଯ୍ୟଦକ୍ଷତାରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ, ଯାହା ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ। ଆଜି ଇସ୍ରୋ ସକାଳ ୫. ୫୯ ସମୟରେ ଏକ ପୂର୍ବ ନିର୍ଦ୍ଧାରିତ ସମୟରେ ସାଟେଲାଇଟ୍‌କୁ ଉତକ୍ଷେପଣ କରିଥିଲା ।ଏ ନେଇ ଇସ୍ରୋ ନିଜ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି କହିଛି, "ଆଜି ୧୦୧ତମ ଉତକ୍ଷେପଣ ପ୍ରୟାସ କରାଯାଇଥିଲା, ଦ୍ବିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ PSLV-C61 କାର୍ଯ୍ୟଦକ୍ଷତା ସ୍ବାଭାବିକ ଥିଲା । ମାତ୍ର ତୃତୀୟ ପର୍ଯ୍ୟାୟରେ ଏକ ପର୍ଯ୍ୟବେକ୍ଷଣ ଯୋଗୁଁ ମିଶନ ସଫଳ ହୋଇପାରିଲା ନାହିଁ ।"ISRO ମୁଖ୍ୟ ନାରାୟଣନ୍ ଲଞ୍ଚ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ EOS-09 ମିଶନ ସଫଳ ହୋଇପାରିଲା ନାହିଁ । ଇସ୍ରୋର ଭରସାଯୋଗ୍ୟ 4-ଷ୍ଟେଜ୍ ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) ଏହି ସାଟେଲାଇଟ୍‌କୁ ଲଞ୍ଚ କରିଥିଲା । ପ୍ରଥମ ଦୁଇଟି ପର୍ଯ୍ୟାୟ ସ୍ବାଭାବିକ ଥିଲା । ମାତ୍ର ତୃତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶ୍ରୀହରିକୋଟା କେନ୍ଦ୍ରରୁ ଇସ୍ରୋର ଏହି ୧୦୧ ତମ ମିଶନ ଅସଫଳ ହୋଇଛି ।

National,State

ଆତଙ୍କୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ରାଜଧାନୀରେ ଖୋଲିବ NIA ଶାଖା

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର। ଏନେଇ ଭୁବନେଶ୍ୱରରେ ଖୋଲିବ NIAର ଏକ ଶାଖା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଆରମ୍ଭ ହୋଇଛି ସରକାରୀ ସ୍ତରରେ ବିଧିବଦ୍ଧ ପ୍ରକ୍ରିୟା ଓ ପ୍ରସ୍ତୁତି । ଯାହାର ଅଧିନରେ‌ ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳରେ ଏହାର କର୍ଯ୍ୟକାରୀ କ୍ଷମତା ରହିବ। ସମସ୍ତ ସନ୍ଦେହଜନକ ବା ଜାତୀୟ ନିରାପତ୍ତା ସମ୍ପର୍କିତ ଗତିବିଧି ଉପରେ ରହିବ ନଜର। ଭିଏସ୍‌ଏସ୍‌ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା କାର୍ଯ୍ୟ କରିବ । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ।


ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। 2008ରେ ଜାତୀୟ ତଦନ୍ତ ସଂସ୍ଥା ଆଇନ ପ୍ରତିଷ୍ଠା କରାଯାଇଥିଲା । ଏହା ଆତଙ୍କବାଦ, ଜାତୀୟ ସୁରକ୍ଷା ଏବଂ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିପଦ ସହିତ ଜଡିତ ଅପରାଧଗୁଡ଼ିକର ତଦନ୍ତ ଏବଂ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜାତୀୟ ଏବଂ ସୀମାପାର ପ୍ରଭାବ ଥିବା ଅପରାଧଗୁଡ଼ିକର ତଦନ୍ତ ଏବଂ ଦଣ୍ଡବିଧାନ କରିବା, ବିଶେଷକରି ଆତଙ୍କବାଦ, ବିଦ୍ରୋହ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଏହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବା ମାମଲାଗୁଡ଼ିକର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଏନଆଇଏ ବିନା ୱାରେଣ୍ଟରେ ତଲାସି କରିବା, ଜବତ କରିବା ଏବଂ ଗିରଫ କରିବାର କ୍ଷମତା ରଖିଛି, ଏବଂ ପ୍ରମାଣ ସଂଗ୍ରହ କରିବା , ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସଦସ୍ୟମାନଙ୍କର ଏକ ଡାଟାବେସ୍ ରଖିବାର କ୍ଷମତା ରଖିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଛି । ଏନଆଇଏ ଆତଙ୍କବାଦ ସହ ଜଡିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ପ୍ରଭାବିତ କୁଥିବା ବିଷୟ ଗୁଡିକ ଉପରେ ତଦନ୍ତ କରେ ।

State

ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ:- ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେଇପାରେ ।


ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ପାଣିପାଗ ରିପୋର୍ଟ ସହିତ ଅପଡେଟ୍ ରହିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ଖରାପ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ୨୪ ମେ’ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

State

ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି

Blog Thumbnail

ଦ କୁଇଭର ବ୍ୟୁରୋ:-  ଭୁବନେଶ୍ୱରରେ ସକାଳୁ ସକାଳୁ ପ୍ରଚଣ୍ଡ ତାତିର ଆଭାସ ମିଳିସାରିଥିଲା l ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀର ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୮.୭% ଆଦ୍ରତା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି, ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍‌କିଲ୍ । ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା । ଅନ୍ୟପଟେ ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

Sports

ସାଇ ସୁଦର୍ଶନଙ୍କ ଶତକ, ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇଲା ଗୁଜରାଟ

Blog Thumbnail

ଦ କୁଇଭର ବ୍ୟୁରୋ:- ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୧୦୮ ରନ ଓ ଶୁଭମନ ଗିଲ୍ ୯୩ ରନ କରିଥିଲେ । ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା ।

State

ଆହୁରି ୭ ଦିନ କାଳବୈଶାଖୀ ଵର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ:- ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ ସ୍ପଷ୍ଟ କଲା IMD । ଆହୁରି ୭ ଦିନ ଓଡ଼ିଶାରେ କାଳବୈଶାଖୀ ଵର୍ଷା ।ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ IMD ତରଫରୁ କିଛି ଆକଳନ କରାଯାଇ ନାହିଁ । ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ । ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ IMD ପକ୍ଷରୁ ଆଗୁଆ ସୂଚନା ଦିଆଯିବ । ବାତ୍ୟା ହେବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଭଳି ଗୁଜବ ଠାରୁ ଦୂରେଇ ରୁହନ୍ତୁ ।" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳରେ ଗୁଳୁଗୁଳି ଅଣାୟତ୍ତ କରିବ । ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ । ଫଳରେ ଦିନର ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ । ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା କାଳବୈଶାଖୀରେ ପ୍ରଭାବିତ ହେବ । ହାଲୁକା ବର୍ଷାର ସମ୍ଭାବନା ସହ କିଛି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

Education

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି (ବୁଧବାର) ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଅପରାହ୍ନ ୪ ଟା ସମୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରକାଶ ପାଇବ ଫଳ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା । ଭୁବନେଶ୍ବର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ ବୋର୍ଡର ଓ୍ବେବ ସାଇଟ https://results.odisha.gov.in/ ନଚେତ https://results.digilocker.gov.in/ ରେ ପରୀକ୍ଷା ଫଳ ଦେଖି୍ପାରିବେ କିମ୍ବା ଡିଜି ଲକରରେ ଫଳାଫଳ ଦେଖି ପାରିବେ । ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୨୯ ହଜାର ୬୦୪ ଜଣ ରହିଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ପରୀକ୍ଷା ଫଳାଫଳ ଘୋଷଣାର ଏକ ଘଣ୍ଟା ପରେ ଯେଉଁ ଛାତ୍ରଛାତ୍ରୀ ମାନେ ଗୋଟିଏ ବିଷୟରେ ଫେଲ କିମ୍ବା ପରୀକ୍ଷା ଦେଇନାହାନ୍ତି ଓ ଏମପି ଛାତ୍ରଛାତ୍ରୀ ମାନେ SAMS-e-space ରୁ ସେମାନଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇ ପାରିବେ । ଯାହାକି ୨୦୨୫ ମସିହା ତତ୍କାଳ ପରୀକ୍ଷା ର ଫର୍ମ ଫିଲଅପ ପାଇଁ ସହାୟକ ହେବ ।

National,State

ପୁଣି କରୋନା ଭୟ

Blog Thumbnail

ଦ କୁଇଭର ବ୍ୟୁରୋ:- ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏନେଇ ମତ ରଖିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ।ସେ କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ।

Education

ଆସନ୍ତାକାଲି ପ୍ରକାଶ ପାଇବ ଯକ୍ତ ୨ ପରୀକ୍ଷା ଫଳ

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା-୨୦୨୫ ଫଳ ବୁଧବାର ପ୍ରକାଶ ପାଇବ। ଏହି ଫଳ ବୁଧବାର ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ।ଯୁକ୍ତ ୨ ପରୀକ୍ଷା ପ୍ରକାଶନ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ନିର୍ଦ୍ଧାରିତ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଘରୋଇ ବିଦ୍ୟାଳୟ ଗୁଡ଼ିକର ହୃଦ୍‌ସ୍ପନ୍ଦନ ବଢ଼ି ଯାଇଛି। ପିଲାମାନଙ୍କର ପରୀକ୍ଷା ଫଳ କେମିତି ‌ରହିବ ସେନେଇ ଚିନ୍ତା ବଢ଼ିଯାଇଛି।


ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in ଏବଂ http://orissaresults.nic.in ୱେବ୍‌ସାଇଟ୍‌ରେ ଦେଖିପାରିବେ। ପରୀକ୍ଷା ଫଳ ନେଇ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଘରୋଇ ବିଦ୍ୟାଳୟଗୁଡ଼ିକର ହୃଦ୍‌ସ୍ପନ୍ଦନ ବଢ଼ି ଯାଇଛି। ପିଲାମାନଙ୍କର ପରୀକ୍ଷା ଫଳ କେମିତି ‌ରହିବ ସେନେଇ ଚିନ୍ତା ବଢ଼ିଯାଇଛି l


ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ପୂର୍ବରୁସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ୱେବ୍‌ସାଇଟ୍‌ରେ ଏନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଥିଲେ।

International,National

ସତ ମାନିଲେ ଜ୍ୟୋତି ମାଲହୋତ୍ରା

Blog Thumbnail

ଦ କୁଇଭର ବ୍ୟୁରୋ:- ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି,ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା l ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ କରିଛନ୍ତି l ତେବେ ଜ୍ୟୋତି ଙ୍କର ଏହା 'ଟ୍ରାଭେଲ ୱିଥ୍ ଜୋ' ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି l ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ l ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି l ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା l ଦାନିଶ ସହ ଫୋନ୍‌ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି l ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି l ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ l ହ୍ବାଟ୍ସଆପ୍, ଟେଲିଗ୍ରାମ୍‌ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା l ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି l ତେବେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା ।


ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇ ଥିବା ବ୍ଲାକ୍‌ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରି ଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧିରେ ଧିରେ ଜ୍ୟୋତିଙ୍କ ସବୁ ଷଡ୍‌ଯନ୍ତ୍ର ଧରାପଡୁଛି ।

National,Politics,State

ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:-: ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଯୋଜନା ରହିଛି । ଆସନ୍ତା ଜୁନ 12 ତାରିଖରେ ବିଜେପି ସରକାରଙ୍କ ବର୍ଷେ ପୂର୍ତ୍ତି ସମାରୋହ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି । ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗରେ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ଚାଲିବ । ରାଜ୍ୟ, ଜିଲ୍ଲା ଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ବର୍ଷ କ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।


ତେବେ ୨୦୨୪ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ବିଜେପି । ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ ଶପଥ ନେଇଥିଲେ । ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଥିଲା ନୂଆ ମୁଖ୍ୟମନ୍ତ୍ରୀ ।

National

ଛତିଶଗଡରେ ୨୬ରୁ ଅଧିକ ନକ୍ସଲ ନିପାତ

Blog Thumbnail

ଦ କୁଇଭର ବ୍ୟୁରୋ:- ବୁଧବାର ସକାଳୁ ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର DRG ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି । ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହୋଇଛନ୍ତି ।ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ।ଏନକାଉଣ୍ଟରରେ ଯବାନମାନେ ୨୬ ରୁ ଅଧିକ ନକ୍ସଲଙ୍କୁ ନିହତ କରିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡିଆରଜି ଯବାନମାନେ ସାହସ ଦେଖାଇଛନ୍ତି । ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆହତ ହୋଇଥିବା ଜଣାପଡିଛି l ଅପରେସନ ପ୍ରାୟ ଶେଷ ହୋଇଛି କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପରେ ସମ୍ପୂର୍ଣ୍ଣ ଅପରେସନର ଖୁଲାସା କରାଯିବ ।

International,National

ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ : ଗଠନ ହେଲା ୭ଟି ସର୍ବଦଳୀୟ ପ୍ରତିନିଧି ଦଳ

Blog Thumbnail

ଦ କୁଇଭର ବ୍ୟୁରୋ:- ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ । ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି । ତେବେ କିରଣ ରିଜିଜୁ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ଆତଙ୍କବାଦ ବିରୋଧରେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଭାରତ ଏକାଠି ଠିଆ ହୋଇଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତା ବହନ କରି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ଏହି ଏକତା ରାଜନୀତିର ଉପରେ ଏବଂ ଭିନ୍ନତାର ଉପରେ ବୋଲି କିରଣ ରିଜିଜୁ କହିଛନ୍ତି ।

Sports,National

ଇତିହାସ ରଚିଲେ ଭାରତର ଗୋଲଡେନ ବୟ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତର ତାରକା ଆଥଲେଟ୍‌ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍‌ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି। ଚେକ୍‌ ରିପବ୍ଲିକର ଜାନ୍‌ ଜେଲେନ୍‌ଜୀଙ୍କଠାରୁ କୋଚିଂ ନେଉଥିବା ଏହି ୨୭ବର୍ଷୀୟ ଡବଲ ଅଲିମ୍ପିକ ପଦକ ବିଜେତା ତାଙ୍କ ତୃତୀୟ ପ୍ରଚେଷ୍ଟାରେ ୯୦.୨୩ ମିଟର ଜାଭେଲିନ୍‌ ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ୫ମ ରାଉଣ୍ଡ ସୁଦ୍ଧା ନୀରଜ ଅଗ୍ରଣୀ ରହିଥିଲେ। ତେବେ ଜର୍ମାନୀର ଜୁଲିଆନ ଓ୍ବେବର ୬ଷ୍ଠ ତଥା ଅନ୍ତିମ ପ୍ରଚେଷ୍ଟାରେ ୯୧. ୦୬ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୮୫.୬୪ମିଟର) ତୃତୀୟ ହୋଇଥିଲେ। କାତାର ସ୍ପୋଟର୍‌ସ କ୍ଲବଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନାଙ୍କ ସମେତ ସମଗ୍ର ବିଶ୍ୱରୁ ୧୧ଜଣ ଟପ୍‌ ଜାଭେଲିନ୍‌ ଥ୍ରୋୟର ଭାଗ ନେଇଥିଲେ। କିଶୋର ୭୮.୬୦ ମିଟର ସହ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

State

ଟ୍ରାନ୍ସଜେଣ୍ଡର ବୋର୍ଡ ଗଠନ କଲେ ରାଜ୍ୟ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ:- ଓଡ଼ିଶା ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହା ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ । ବୋର୍ଡର ଅବଧି ୩ ବର୍ଷ ରହିବ। ୩ ବର୍ଷ ସମାପ୍ତି ପରେ ବୋର୍ଡ ପୁନର୍ଗଠନ ପାଇଁ ବିଭାଗ ପଦକ୍ଷେପ ଗ୍ରହଣ କରିବ । ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ଶିକ୍ଷା, ଚାକିରି, ଗୃହ ଓ ସ୍ୱାସ୍ଥ୍ୟ ସଂପର୍କୀୟ ଯୋଜନାକୁ ବୋର୍ଡ ଦେଖିବ ଓ ସେମାନଙ୍କର ସମ୍ବିଧାନିକ ଓ ମାନବିକ ଅଧିକାର ସୁରକ୍ଷା କରିବ। ସମୟ ସମୟରେ ସର୍ବେକ୍ଷଣ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଆବଶ୍ୟକତା ଓ ଆବଶ୍ୟକ ଚାହିଦା ବୁଝିବ। ପ୍ରଭାବଶାଳୀ ବିକାଶ ଯୋଜନା, କାର୍ଯ୍ୟକ୍ରମ ଓ ନୀତି ଗଠନ କରିବାକୁ ନିଶ୍ଚିତ କରିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିଶେଷ ଫୋକସ୍ ଯୋଜନା ମାଧ୍ୟମରେ ସମୁଦାୟର କୁଶଳତା ବୃଦ୍ଧି ନିଶ୍ଚିତ କରିବ। ବୋର୍ଡରେ ଅଧ୍ୟକ୍ଷଙ୍କ ସମେତ ୧୨ଜଣ ସଦସ୍ୟ ରହିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଧ୍ୟକ୍ଷ ରହିବେ । ବିଭାଗୀୟ ସଚିବ ବୋର୍ଡ ଉପାଧ୍ୟକ୍ଷ ରହିବେ । ବିଭାଗୀୟ ନିର୍ଦ୍ଦେଶକଙ୍କୁ ବୋର୍ଡ ସଚିବ ଦାୟିତ୍ବ ତୁଲାଇବେ । ବିଭିନ୍ନ ବିଭାଗରୁ ପ୍ରତିନିଧି ବୋର୍ଡରେ ରହିବେ । ୨ ଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ବୋର୍ଡରେ ସଦସ୍ୟ ରହିବେ ।

National,International

ମହଙ୍ଗା ପଡ଼ିଲା ପାକ୍ ପ୍ରୀତି : ଭାରତୀୟ ବଜାରରେ ବ୍ୟାନ୍ ହେଲାଣି ତୁର୍କୀ ଫଳ

Blog Thumbnail

ଦ କୁଇଭର ବ୍ୟୁରୋ :- ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଯେଉଁ ସାହାଯ୍ୟ କରିଥିଲା ତାର ଜବାବ ଦେଉଛି ଭାରତ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତ ଉପରେ ଡ୍ରୋନ ହମଲା କରିବାକୁ ୪୦୦ ଡ୍ରୋନ୍ ପଠାଇଥିଲା ତୁର୍କୀ । ଖାଲି ଡ୍ରୋନ୍ ସାହାଯ୍ୟ କରିନଥିଲା ବରଂ ତୁର୍କୀର ଡ୍ରୋନ୍ ଅପରେଟର ବି ପାକିସ୍ତାନରେ ରହି ଭାରତ ଉପରେ ହମଲା ପାଇଁ ସୀମା ପାର ପରିଚାଳନା କରୁଥିଲେ । ଯାହା ପ୍ରମାଣିତ ହେବା ପରେ ଏବେ ତୁର୍କୀ ଉପରେ ଆକ୍ସନ ନେବାକୁ ଭାରତ ଅଣ୍ଟା ଭିଡ଼ିଛି । କୂଟନୈତିକ ସ୍ତରରେ ତ ସରକାର ତୁର୍କୀ ଉପରେ ଆକ୍ସନ ନେବେ ହେଲେ ବୈବସାୟିକ କ୍ଷେତ୍ରରେ ଏବେ ବଡ଼ ପ୍ରହାର ଦେଇ ତୁର୍କୀର ଅଣ୍ଟା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଭାରତୀୟ ବ୍ୟବସାୟୀ । ତୁର୍କୀରୁ ଆସୁଥିବା ସବୁ ଫଳକୁ ଭାରତ ବଜାର୍ ବ୍ୟାନ୍ କରିବା ଆରମ୍ଭ କରିଛି । ଦୁଇ ତିନି ଦିନ ହେବ ଭାରତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବ୍ୟବସାୟୀ ତୁର୍କୀ ଫଳକୁ ବ୍ୟାନ୍ କରିଛନ୍ତି । ସେପଟେ ଗତକାଲି ଓଡ଼ିଶାର ଭଦ୍ରକ ସମେତ ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କରି ବିରୋଧ ପ୍ରଦର୍ଶନ କରାଯାଇଛି ।