ଚଳିତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଆସନ୍ତା ମେ’ ୨୦ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ସୁନ୍ଦରଗଡ଼, ବଲାଙ୍ଗିର, ବରଗଡ଼, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ସମେତ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ପାଇଁ ବଣାଇରେ ସକାଳ ୭ଟାରୁ ଆରମ୍ଭ ହୋଇ ୪ଟା ଯାଏଁ ଭୋଟ ଗ୍ରହଣ ମତଦାନ ଚାଲିବ। ତେବେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର (ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର) ରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।
ଅପରପକ୍ଷରେ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଏବଂ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ହେବ । କଣ୍ଟାବାଂଜିରେ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟ ହେବ । ତେବେ ଅନ୍ୟ ୫ ବିଧାନସଭା କ୍ଷେତ୍ର ବଲାଙ୍ଗିର, ଟିଟିଲାଗଡ଼, ବୀରମହାରାଜପୁର, ସୋନପୁର, ଲୋଇସିଂହାରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ ହେବ ।
ବରଗଡ଼ସ୍ଥିତ ପଦ୍ମପୁରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ। ଏହାସହ ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ଟି ବିଧାନସଭା କ୍ଷେତ୍ର (ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା)ରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ ।
ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭଂଜନଗରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ହେବାକୁ ଥିବା ବେଳେ ଦଶପଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା, ବୌଦ୍ଧ ଓ କଣ୍ଟାମାଳରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ । ତେବେ ବାଲିଗୁଡ଼ାର ୧୫ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଜି. ଉଦୟଗିରିର ୮ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ବୁଥରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ ହେବ । ଫୁଲବାଣୀରେ ୨୩ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ । ତେବେ ଆସିକା ଲୋକସଭା କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମତଦାନ ହେବ ।
No comments yet.
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।
National
ଉତ୍ତରପ୍ରଦେଶ ( ଦ କୁଇଭର ):- ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ଜଣେ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ, ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ । ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଶୋଇବାକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ l ହେଲେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାମଧ୍ୟରେ ସୀମାଙ୍କ ୬ ବର୍ଷୀୟ ପୁଅ ରୋହନର ଖୁବ ଜୋରରେ ପେଟରେ ଯନ୍ତ୍ରଣା ହୋଇଥିଲା । ରୋହନ ପାଣି ପିଇ ତଳେ ଶୋଇପଡିଥିଲା । କିଛି ସମୟ ପରେ ରୋହନର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ଶନିବାର ଦିନ ସେମାନଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।
State
ଭୁବନେଶ୍ୱର ( ଦ କୁଇଭର ):- ଆସନ୍ତା ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି l ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୭ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର କରିବ । ଗରିବ ଲୋକ ମୋଦିଙ୍କ ଯୋଜନାର ସୁବିଧା ପାଇବେ ।" ନିର୍ବାଚନ ପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ ସୋ' ପରେ ସେ ୩ଟି ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିଥିଲେ ।
Politics
ଦ କୁଇଭର ବ୍ୟୁରୋ :- ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଚାଲିଛି ମତଦାନ। ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଆଜି ହେଉଛି ଭାଗ୍ୟ ପରୀକ୍ଷା। ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର । ସେହିପରି ଯଦି ବିଧାନସଭାକୁ ଦେଖିବେ ତେବେ ୫ ଥରର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ପୁଣି ସୁଯୋଗ ଦେଇଛି ବିଜେଡି । ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁରରୁ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି ।ସେପଟେ ଦିଗପହଣ୍ଡିରେ ବିଜେପିରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ସେପଟେ ପାରଳାଖେମୁଣ୍ଡିରେ ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ।କୋରାପୁଟରେ ଗତ ନିର୍ବାଚନ ଭଳି ଏଥର ବି ସାଂସଦ ପ୍ରାର୍ଥୀ ଭାବେ ପୁଣି ମୁହାଁମୁହିଁ ହେଉଛନ୍ତି- କଂଗ୍ରେସର ସପ୍ତଗିରି ଉଲ୍ଲାକା ଏବଂ ବିଜେଡିର କୌଶଲ୍ୟା ହିକକା। ଗତଥର ଏମାନଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଥିବା ବେଳେ, ଏଥର କିନ୍ତୁ ଗେମ୍ ଚେଞ୍ଜର ହୋଇପାରନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝୀ। ୭ ବିଧାନସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ। ଯୁବ ଚେହେରା ଗୌତମ ସାମନ୍ତରାୟଙ୍କୁ ପୁଣି ଏଠି ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକରୁ ଲଢ଼ୁଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ରହିଛନ୍ତି ଅନେକ ହେଭିୱେଟ୍ । ନୂଆପଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିପକ୍ଷରେ ମନ୍ତ୍ରୀ ତଥା ୩ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ। ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ୪ ଥରର ବିଧାୟକ ପ୍ରଦୀପ୍ତ କୁମାର ନାୟକ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ନର୍ଲାରୁ ଭକ୍ତ ଚରଣ ଦାସ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଏବଂ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ । ନବରଙ୍ଗପୁର ଲୋକସଭା ସିଟ୍ ପାଇଁ ତିନି ମାଝୀ, ବଳଭଦ୍ର-ପ୍ରଦୀପ ଏବଂ ଭୂଜବଳଙ୍କମଧ୍ୟରେ କଡ଼ା ଟକ୍କର। ସେପଟେ ବିଜେଡି ସାଂସଦ ରମେଶ ମାଝୀ ଏଥର ଝରିଗାଁରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଉମରକୋଟରୁ ଲଢୁଛନ୍ତି ନିତ୍ୟାନନ୍ଦ ଗଣ୍ଡ। ଭାଗ୍ୟ ପରୀକ୍ଷାରେ କିଏ ପାସ କରୁଛି, ତାହା ଜୁନ ୪ ତାରିଖରେ ଜଣାପଡିବ l ଏହି ସବୁ ପ୍ରମୁଖ ଚେହେରା ରାଜ୍ୟ ରାଜନୀତିରେ ପତିଆରା ରଖିଆସିଛନ୍ତି ।ତେଣୁ ୨୪ ନିର୍ବାଚନ ଏହି ନେତାଙ୍କ ପାଇଁ ପାଲଟିଛି ବଡ଼ ପରୀକ୍ଷା ।
Politics
ଦ କୁଇଭର ବ୍ୟୁରୋ: ସୋମବାର ଗଣତନ୍ତ୍ରର ମହା ସମରରେ ସାମିଲ ହୋଇଛି ଓଡ଼ିଶା। ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ତେବେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମକ୍ ପୋଲ ହୋଇଥିଲା। ଅପରପକ୍ଷରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ପ୍ରକ୍ରିୟା ଚାଲିଛି। ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪ ଜଣ, କଳାହାଣ୍ଡିରେ ୧୧ ଜଣ, ବ୍ରହ୍ମପୁରରେ ୧୧ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଅପରପକ୍ଷରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ଥିବା ବେଳେ ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ୭୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ଏଥିମଧ୍ୟରୁ ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ହୋଇଥିବା ବେଳେ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୭୦୦୦ ପୋଲିସ ଫୋର୍ସ ଓ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସୀମା ଅଂଚଳରେ କଡ଼ାକଡ଼ି ଚେକିଂ କରୁଛି ପୋଲିସ । ଏଥିପାଇଁ ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ ହୋଇଥିବା ବେଳେ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି। ତେବେ ଭୋଟର ଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡା ରେ ଆଦିମ ଜନ ଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଚେତନତା ବାର୍ତ୍ତା ଲେଖା ଯାଇଛି। ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି EVM ଷ୍ଟ୍ରଙ୍ଗ୍ ରୁମ୍ ରହିଛି। ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାରେ ୧ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଥିବା ବେଳେ ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓ ଇଲାକା ପୋଲିସ୍ ଫୋକସ୍ରେ ରହିଥିବା ବେଳେ ୫୩୭ଟି ବୁଥ୍ ମାଓବାଦୀ ଇଲାକାରେ ଅନ୍ତର୍ଭୁକ୍ତ ଅଟେ।
National
ଭୁବନେଶ୍ୱର ( ଦ କୁଇଭର ):- ଆସନ୍ତା ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି l ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୭ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର କରିବ । ଗରିବ ଲୋକ ମୋଦିଙ୍କ ଯୋଜନାର ସୁବିଧା ପାଇବେ ।" ନିର୍ବାଚନ ପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ ସୋ' ପରେ ସେ ୩ଟି ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲା ଓଡ଼ିଶା। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ପୂର୍ବରୁ ମକ୍ ପୋଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ।୨୪ ସିଂହାସନ ହାତେଇବା ପାଇଁ ପ୍ରଚାର ମଇଦାନରେ ଏଥର ବଳ କଷାକଷି ତୀବ୍ର ହୋଇଥିବା ବେଳେ ନିଜ ଦଳର ସଫଳତା ନେଇ ଆଗୁଆ ଆକଳନ କରିଛନ୍ତି ନେତା । ୨୮ ଆସନରୁ ବିଜେଡି ୨୪ ଆସନରେ ବାଜିମାତ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ୍ । ଏପଟେ ୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେପି ଆଶା ରଖିଥିବା ବେଳେ କଂଗ୍ରେସ ମଧ୍ୟ ଆଶାତୀତ ସଫଳତା ହାସଲ କରିବେ ବୋଲି ଦାବି କରିଛି ।ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଶୃଙ୍ଖଳିତ ମତଦାନଠୁ ଆରମ୍ଭ କରି ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୀମାରେ ଚେକିଂ କଡ଼ାକଡ଼ି କରୁଛି ପୋଲିସ । ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ କରାଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି ।
Politics
ଦ କୁଇଭର ବ୍ୟୁରୋ :- ଆସନ୍ତା ମେ’ ୧୫ରେ ଓଡ଼ିଶା ଦେଖିବା ହେଭିୱେଟ୍ଙ୍କ ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବାକୁ ଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ଆସନ୍ତା ମେ’ ୩ରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର ଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର ବିଗୁଲ ବଜାଇଥିଲେ ରାହୁଲ। ସଭା ମଂଚକୁ ଆସୁ ଆସୁ କରିଥିଲେ ଆଟାକ୍ । ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ହମଲା । ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ ରାହୁଲ ଗାନ୍ଧି। ତେବେ ମେ’ ୧୫ରେ ବଲାଙ୍ଗିରରେ ହେବାକୁ ଥିବା ଜନସଭାରେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହାକୁ ଅପେକ୍ଷା କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।ସେହିପରି ଆସନ୍ତା ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ।
National
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
Politics
ଦ କୁଇଭର ବ୍ୟୁରୋ :- ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

Education
ଦ କୁଇଭର ବ୍ୟୁରୋ :-:ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । CBSE ୱେବସାଇଟ୍ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଦିନ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୧୮ହଜାର ୪୧୭ ସ୍କୁଲର ଛାତ୍ରଛାତ୍ରୀ ୭୧୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ କରିଛନ୍ତି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ତେବେ CBSE ୱେବସାଇଟ୍ରେ ରେଜଲ୍ଟ ଜାଣିବା ପାଇଁ ହେଲେ, ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ରେଜଲ୍ଟ ଯାଞ୍ଚ ଓ ସ୍କୋରକାର୍ଡ ଡାଉନଲୋଡ କରିପାରିବେ । cbse.gov.in / cbseresults.nic.in / results.digitalocker.gov.in କିମ୍ବା umang.gov.in ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିପାରିବେ l
State
ଦ କୁଇଭର ବ୍ୟୁରୋ :- ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।
National
ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ' ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି । ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ଓଡ଼ିଶାରେ ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦେଶରେ ୪ର୍ଥ ପର୍ଯ୍ୟାୟରେ ହେବ ମତଦାନ । ଓଡ଼ିଶା ସମେତ ୧୦ ରାଜ୍ୟ ଓ କେନ୍ଦ୍ରଶାସନ ଅଞ୍ଚଳରେ ୯୬ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାରଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ । ସେପଟେ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ଟିମ୍ । କେଉଁ ବୁଥରେ ଟିମ୍ ପହଞ୍ଚି ସାରିଛନ୍ତି ତ ଆଉ କେଉଁଠି ବୁଥ ମୁହାଁ ।ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ନିମନ୍ତେ ଲମତାପୁଟରେ ପହଞ୍ଚିଛନ୍ତି ପୋଲିଂ ଟିମ । ନିଜ ନିଜ ବୁଥରେ ପହଞ୍ଚି ପହଞ୍ଚି ସାରିଛନ୍ତି ପୋଲିଂ ଟିମ । ଲମତାପୁଟ ବ୍ଲକ ୫୩ ବୁଥରେ ହେବାକୁ ଥିବା ଭୋଟ କେନ୍ଦ୍ରରେ ପୋଲିଂ ଟିମ ପହଞ୍ଚିସାରିଛନ୍ତି । ସେହିପରି ନିର୍ବାଚନ ପୂର୍ବରୁ ନୟାଗଡ ଦଶପଲ୍ଲା ଏବଂ ଗଣିଆ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ । ଶାନ୍ତି ଶୃଙ୍ଖଳା ସହ ଅବାଧ ନିର୍ବାଚନ ପାଇଁ ପାଇଁ ଲକ୍ଷ୍ୟ । ଆସନ୍ତା ମେ ୨୦ ତାରିଖରେ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ବିଭିନ୍ନ ସମୟରେ ହିଂସା, ଗୋଷ୍ଠୀ ସଂଘର୍ଷ, ବୁଥ ରାଗିଂ ଭଳି ଅନେକ ଘଟଣା ଦେଖିବାକୁ ମିଳିଥାଏ । ଏ ସବୁକୁ ଦୃଷ୍ଟିରେ ରଖି ଯବାନ ଓ ପୋଲିସ ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରିଛନ୍ତି ।
Politics
ଭୁବନେଶ୍ୱର ( ଦ କୁଇଭର ):- ଆସନ୍ତା ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି l ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୭ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର କରିବ । ଗରିବ ଲୋକ ମୋଦିଙ୍କ ଯୋଜନାର ସୁବିଧା ପାଇବେ ।" ନିର୍ବାଚନ ପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ ସୋ' ପରେ ସେ ୩ଟି ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିଥିଲେ ।
Politics
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।
State
ଦ କୁଇଭର ବ୍ୟୁରୋ: ସୋମବାର ଗଣତନ୍ତ୍ରର ମହା ସମରରେ ସାମିଲ ହୋଇଛି ଓଡ଼ିଶା। ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ତେବେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମକ୍ ପୋଲ ହୋଇଥିଲା। ଅପରପକ୍ଷରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ପ୍ରକ୍ରିୟା ଚାଲିଛି। ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪ ଜଣ, କଳାହାଣ୍ଡିରେ ୧୧ ଜଣ, ବ୍ରହ୍ମପୁରରେ ୧୧ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଅପରପକ୍ଷରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ଥିବା ବେଳେ ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ୭୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ଏଥିମଧ୍ୟରୁ ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ହୋଇଥିବା ବେଳେ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୭୦୦୦ ପୋଲିସ ଫୋର୍ସ ଓ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସୀମା ଅଂଚଳରେ କଡ଼ାକଡ଼ି ଚେକିଂ କରୁଛି ପୋଲିସ । ଏଥିପାଇଁ ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ ହୋଇଥିବା ବେଳେ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି। ତେବେ ଭୋଟର ଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡା ରେ ଆଦିମ ଜନ ଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଚେତନତା ବାର୍ତ୍ତା ଲେଖା ଯାଇଛି। ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି EVM ଷ୍ଟ୍ରଙ୍ଗ୍ ରୁମ୍ ରହିଛି। ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାରେ ୧ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଥିବା ବେଳେ ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓ ଇଲାକା ପୋଲିସ୍ ଫୋକସ୍ରେ ରହିଥିବା ବେଳେ ୫୩୭ଟି ବୁଥ୍ ମାଓବାଦୀ ଇଲାକାରେ ଅନ୍ତର୍ଭୁକ୍ତ ଅଟେ।
Health & lifestyle