ଦ କୁଇଭର ବ୍ୟୁରୋ :- ଆଜି ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟିଂ । ମକଡ୍ରିଲ ଶେଷ ହେବା ପରେ ସକାଳ 7ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହ ପହଞ୍ଚି ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ବହୁ ହେବିଓ୍ବେଟ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ମଧ୍ୟ ଭୋଟିଂ ପାଇଁ ସେମାନଙ୍କ ବୁଥରେ ପହଞ୍ଚିଥିବାର ଦୃଶ୍ୟ ଗଣମାଧ୍ୟମରେ ଆସିବାରେ ଲାଗିଛି ।
କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟାଦ୍ଦିରୁପ୍ପା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ଚଳିତଥର ଭାରତୀୟ ଜନତା ପାର୍ଟି 28ରୁ ପ୍ରାୟ 25 ଆସନ ଜିତିବାକୁ ଯାଉଥିବା ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ଶିବରାଜ ସିଂ ଚୌହାନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ଘରେ ପୁଜାପାଠ କରିବା ପରେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଥିବା ଶିବରାଜ ବହୁସଂଖ୍ୟାରେ ଲୋକଙ୍କୁ ଭୋଟ ଦେବା ପାଇଁ ଗଣମାଧ୍ୟମରେ ମଧ୍ୟ ଅନୁରୋଧ କରିଛନ୍ତି ।
ସେହିପରି ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ମଧ୍ୟ ଭୋଟ ଦେଇଛନ୍ତି ।ସକାଳୁ ଭୋଟିଂ ଆରମ୍ଭ ହେବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସକାଳୁ ମତାଦନ କେନ୍ଦ୍ର ଆଗରେ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି । ସମ୍ବେଦନଶୀଳ ସ୍ଥାନ ତଥା ପୂର୍ବରୁ ହିଂସାର ରେକର୍ଡ ଥିବା ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସଂଧ୍ୟା 5ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ହେଉଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହେବ । 4 ତାରିଖରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଭାରତର ଏହି ଜନାଦେଶ ଉପରେ ସମଗ୍ର ବିଶ୍ବର ନଜର ରହିଛି ।
No comments yet.
Sports,National
ରବିବାର ଆଇପିଏଲର ୧୭ତମ ସଂସ୍କରଣ ଶେଷ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍ ବନିଛି କୋଲକାତା ନାଇଟ୍ ରାଇଡର୍ସ ।ତେବେ ଏହି ବିଜୟ ପରେ IPL ଇତିହାସରେ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଛି କୋଲକାତା।ଚଳିତ ବର୍ଷ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା କୋଲକାତା। ଫାଇନାଲ ମ୍ୟାଚରେ ସୁନିଲ ନାରିନ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ବେଳେ ମିଚେଲ ଷ୍ଟାର୍କ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ରବିବାର ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯିବା ପରେ ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ପଡିଆକୁ ଓଲ୍ହାଇଥିଲା। ତେବେ ଦଳ ମାତ୍ର ୧୦.୩ ଓଭରରେ ୨ ୱିକେଟ୍ ହରାଇ ବିଜୟ ସ୍ଥଳରେ ପହଂଚି ଯାଇଥିଲା। ତେବେ ଏହି ମ୍ୟାଚ ପରେ ବିଜେତା କେକେଆର୍କୁ ଟ୍ରଫି ସହ ୨୦ କୋଟି ଓ ରନର୍ଅପ୍ ହାଇଦ୍ରାବାଦ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଅପରପକ୍ଷରେ ଚଳିତ ସଂସ୍କରଣରେ ସର୍ବାଧିକ ରନ୍ କରିଥିବା ଆରସିବିର ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ୍ ଓ ସର୍ବାଧିକ ୱିକେଟ୍ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍ଙ୍କୁ ପର୍ପଲ୍ କ୍ୟାପ୍ ପ୍ରଦାନ କରାଯାଇଛି। ଏହାସହ ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।
State,Business
ଭୁବନେଶ୍ୱର ( ଦ କୁଇଭର ):- ୭୬,୦୧୫ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ କମ୍ପାନୀ ଏନଟିପିସି ଲିମିଟେଡ୍ ମେ ୨୪ ତାରିଖ ୨୦୨୪ ପାଇଁ ଆର୍ଥିକ ବର୍ଷ ଫଳାଫଳ ଘୋଷଣା କରିଛି।ଏନଟିପିସି ଗ୍ରୁପ୍ ଆର୍ଥିକ ବର୍ଷ ୨୪ରେ ସର୍ବାଧିକ ୪୨୨ ବିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ରେକର୍ଡ କରିଛି, ଯାହା ଆର୍ଥିକ ବର୍ଷ ୨୩ରେ ୩୯୯ ବିଲିୟନ ୟୁନିଟ୍ ତୁଳନାରେ ~ ୬% ବୃଦ୍ଧି ପାଇଛି। ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ଏକକ ମୋଟ ଉତ୍ପାଦନ ୩୬୨ ବିଲିୟନ ୟୁନିଟ୍ ଥିଲା, ଯାହା ପୂର୍ବ ବର୍ଷ ୩୪୪ ବିଲିୟନ ୟୁନିଟ୍ ତୁଳନାରେ ~୫% ବୃଦ୍ଧି ରେକର୍ଡ କରିଛି। ଏନ୍ଟିପିସି କୋଲ୍ ଷ୍ଟେସନ୍ ଗୁଡ଼ିକ ୭୭.୨୫% ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର ହାସଲ କରିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଜାତୀୟ ହାରାହାରି ୬୯.୪୯% ରହିଥିଲା। ଏକକ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ମୋଟ ଆୟ ୧,୬୫,୭୦୭ କୋଟି ଟଙ୍କା ଥିବା ବେଳେ ଗତବର୍ଷ ଏହା ୧,୬୭,୭୨୪ କୋଟି ଟଙ୍କା ଥିଲା । ୨୦୨୪ ଆର୍ଥିକ ବର୍ଷରେ ଟିକସ ପରବର୍ତ୍ତୀ ଲାଭ ୧୮,୦୭୯ କୋଟି ଟଙ୍କା ଥିଲା , ଯାହା ଆର୍ଥିକ ବର୍ଷ ୨୦୨୩ରେ ୧୭,୧୯୭ କୋଟି ଟଙ୍କା ଥିଲା, ଯାହା କି ୫% ବୃଦ୍ଧି ପାଇଛି ।ସମନ୍ୱିତ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏହି ଗୋଷ୍ଠୀର ମୋଟ ଆୟ ୧,୮୧,୧୬୬ କୋଟି ଟଙ୍କା ଥିଲା , ଯାହା କି ପୂର୍ବ ବର୍ଷର ମୋଟ ଆୟ ୧,୭୭,୯୭୭ କୋଟି ଟଙ୍କା ତୁଳନାରେ ୨% ବୃଦ୍ଧି ପାଇଛି । ୨୦୨୪ ଆର୍ଥିକ ବର୍ଷରେ ଗ୍ରୁପର ଲାଭ ପରବର୍ତ୍ତୀ ଟିକସ ୨୧,୩୩୨ କୋଟି ଟଙ୍କା ଥିଲା , ଯାହା ପୂର୍ବ ବର୍ଷର ପିଏଟି ୧୭,୧୨୧ କୋଟି ଟଙ୍କା ତୁଳନାରେ ୨୪.୬୦% ବୃଦ୍ଧି ରେକର୍ଡ କରିଛି। ଆଗାମୀ ବାର୍ଷିକ ସାଧାରଣ ବୈଠକରେ ଅଂଶଧନଧାରୀଙ୍କ ଅନୁମୋଦନ ସାପେକ୍ଷରେ ୨୦୨୪ ଆର୍ଥିକ ବର୍ଷ ପାଇଁ ବୋର୍ଡ ଇକ୍ୱିଟି ସେୟାର ପିଛା ୩.୨୫ ଟଙ୍କା ରେ ଚୂଡ଼ାନ୍ତ ଲାଭାଂଶ ଦେବାକୁ ସୁପାରିସ କରିଛି। ନଭେମ୍ବର ୨୦୨୩ ଏବଂ ଫେବୃଆରୀ ୨୦୨୪ ମାସରେ ନିବେଶକଙ୍କୁ ଇକ୍ୱିଟି ସେୟାର ପିଛା ମୋଟ ୪.୫୦ ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଛି। ଚଳିତ ବର୍ଷ ର ମୋଟ ଲାଭାଂଶ ଇକ୍ୱିଟି ସେୟାର ପିଛା ୭.୭୫ ଟଙ୍କା ହେବ, ଯାହା କି ଗତବର୍ଷ ଇକ୍ୱିଟି ସେୟାର ପିଛା ୭.୨୫ ଟଙ୍କା ଥିଲା । କଂପାନି ପକ୍ଷରୁ ଡିଭିଡେଣ୍ଡ ପେମେଣ୍ଟର ଏହା କ୍ରମାଗତ ୩୧ତମ ବର୍ଷ।
Health & lifestyle,National
ଦ କୁଇଭର ବ୍ୟୁରୋ :-:ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ଆଜି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ବୈଠକ ଅନୁଷ୍ଠିତ ହୋଇଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଖେପୁପଡ଼ା (ବାଂଲାଦେଶ) ଠାରୁ ପ୍ରାୟ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ କାନିଂ (ପଶ୍ଚିମବଙ୍ଗ)ଠାରୁ ୮୧୦ କିଲୋମିଟର ଦକ୍ଷିଣରେ ଥିବା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ୨୫ ତାରିଖ ରାତି ବେଳକୁ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ୨୬ ତାରିଖ ମଧ୍ୟରାତ୍ରିରେ ସାଗର ଦ୍ୱୀପ ଏବଂ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ସନ୍ଧ୍ୟାରୁ ପବନର ବେଗ ଘଣ୍ଟା ପ୍ରତି ୧୧୦-୧୨୦ କିଲୋମିଟର ରହିବ।ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ଏବଂ ସମୁଦ୍ରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଡକାଯାଇଛି। ଜିଲ୍ଲା କଣ୍ଟ୍ରୋଲ ରୁମ୍ କୁ ମଧ୍ୟ ସକ୍ରିୟ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି। ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ, ବିଜୁଳି ଯୋଗାଣ, ଔଷଧ ଓ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ୧୨ଟି ଟିମ୍ ମୁତୟନ କରାଯାଇଥିବା ବେଳେ ୫ଟି ଅତିରିକ୍ତ ଟିମକୁ ପ୍ରସ୍ତୁତ ରଖାଯାଇଛି। ସେନା, ନୌସେନା ଓ ତଟରକ୍ଷୀ ବାହିନୀର ଉଦ୍ଧାର ଓ ରିଲିଫ ଟିମ୍ ସହ ଜାହାଜ ଓ ବିମାନକୁ ପ୍ରସ୍ତୁତ ରଖାଯାଇଛି। କୋଲକାତା ଓ ପାରାଦୀପ ବନ୍ଦରକୁ ଜାହାଜ ଚଳାଚଳ ଡିଜିଙ୍କ ପକ୍ଷରୁ ନିୟମିତ ସତର୍କ ସୂଚନା ଓ ପରାମର୍ଶ ପଠାଯାଉଛି। ତୁରନ୍ତ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ ଟିମ୍ ମୁତୟନ କରାଯାଇଛି।ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ, ଶକ୍ତି, ଟେଲିକମ୍, ବନ୍ଦର ଜାହାଜ ଚଳାଚଳ ଓ ଜଳପଥ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ମତ୍ସ୍ୟ ବିଭାଗର ସଚିବଙ୍କ ବ୍ୟତୀତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ, ସମନ୍ବିତ ପ୍ରତିରକ୍ଷା ମୁଖ୍ୟଙ୍କଠାରୁ ଆରମ୍ଭ କରି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଚେୟାରମ୍ୟାନ (ସିଆଇଏସସି), ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳର ମହାନିର୍ଦ୍ଦେଶକ, ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
State,Politics
ଭଦ୍ରକ ( ଦ କୁଇଭର ):- ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଘଣ୍ଟେଶ୍ୱର ଜୋନକୁ ଆସୁଥିବା ସମୟରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ଼କ୍ଟର ସୁବାଷ ସାହୁ ଏବଂ ତାଙ୍କ ୫ ସାଥିଙ୍କୁ ତୋଟାପଡା ଛକରେ ପୋଲିସ ଉପସ୍ଥିତରେ ବିଜେଡି ଗୁଣ୍ଡା ମାନେ ସଙ୍ଘ ବଦ୍ଧ ଆକ୍ରମଣ କରିବା ସହ ସଭାପତିଙ୍କର ଗାଡିଟିକୁ ସମ୍ପୂର୍ଣ ଭାଙ୍ଗି ଦେବା ଶହ ତାଙ୍କ ହାତକୁ ଇଟା ପଥରରେ ଛେଚି ଭାଙ୍ଗି ଦେଇଛନ୍ତି l ତା'ସହିତ ତାଙ୍କ ସମର୍ଥକ ମାନଙ୍କର କାହାର ହାତ ଭାଙ୍ଗିଛି ତ ପୁଣି କାହାର ମୁଣ୍ଡ ଫାଟି ଗୁରୁତ୍ୱର ହୋଇଥିବା ନେଇ ଥାନ ରେ ଅଭିଯୋଗ ହୋଇଛି।
Education
ଦ କୁଇଭର ବ୍ୟୁରୋ :-:ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମେ ୨୬ରେ ପ୍ରକାଶ ପାଇବ l ରବିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଶୁକ୍ରବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ଠାରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ମିଳିଛି। ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧ଟା ୩୦ ସୁଦ୍ଧା ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସଏମଏସରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣି ପାରିବେ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ମିଳିବ। ୫୬୭୬୭୫୦ କୁ ଏସଏମଏସ କରି ରେଜଲ୍ଟ ପାଇପାରିବେ। ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରି ପାରିବେ ଛାତ୍ରଛାତ୍ରୀ। ମଧ୍ୟମା ଓ ଏସଓଏସସି-୧ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ମେ ମାସ ଅର୍ଥାତ ଚଳିତ ମାସ ୨୯ ତାରିଖରୁ ଜୁନ ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଛାତ୍ରଛାତ୍ରୀ ଆବେଦନ କରି ପାରିବେ।
Politics,State
ଦ କୁଇଭର ବ୍ୟୁରୋ :- ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ପରେ ଆଜି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ବୁଥ ଗୁଡିକରେ ଆରମ୍ଭ ହୋଇଯିବ ମତଦାନ । 6 ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ମୋଟ 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 64 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 383 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ବୁଥଗୁଡିକରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 94,48,883 ଭୋଟର୍ ।10,881 ବୁଥ୍ରେ ମତଦାନ । ସେଥି ମଧ୍ୟରୁ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । 70 ହଜାର ପୋଲିଂ କର୍ମଚାରୀ, 121 CAPF ନିୟୋଜିତ । 42 ବିଧାନସଭା ଆସନରେ 383 ପ୍ରାର୍ଥୀ ରହିଥିବା ବେଳେ 6 ଲୋକସଭା ଆସନରେ 64 ପ୍ରାର୍ଥୀ ରହିଛନ୍ତି । ଓଡିଶାର 6 ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 64 ରହିଛନ୍ତି । ସେଥି ମଧ୍ୟରୁ 55ଜଣ ପୁରୁଷ ଓ 9 ଜଣ ମହିଳା ରହିଛନ୍ତି । ଆଉ କିଛି ସମୟ ପରେ 42 ବିଧାନସଭା ଆସନରେ ଭୋଟିଂ ଆରମ୍ଭ ହୋଇଯିବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 383 ରହିଛନ୍ତି । ସେଥି ମଧ୍ୟରୁ 339 ଜଣ ପୁରୁଷ ପ୍ରାର୍ଥୀ ରହିଥିବା ବେଳେ 44ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।ଆଜି ରାଜ୍ୟର 6 ଲୋକସଭା ଆସନ ଓ 42ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନରେ ପଡିବ ଭୋଟ ।
Education,State
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଏହି ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୬.୩୯% ରହିଛି। ଏବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ପରୀକ୍ଷାର୍ଥୀମାନେ ୧୧.୩୦ରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ। ସେଥିପାଇଁ OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ । ଅପରପକ୍ଷରେ ଅପରାହ୍ଣ ୪ଟାରୁ ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ଏଥିପାଇଁ ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ। ତେବେ ପରୀକ୍ଷା ଫଳକୁ ନେଇ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରି ଚେକିଂ ପାଇଁ ଅବେଦନ କରାଯାଇପାରିବ।
State
ବ୍ରହ୍ମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କନଫେରନ୍ସ ହଲ ଠାରେ ଆଜି (ଶୁକ୍ରବାର) ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀ ବାସୁଦେବ ପଣ୍ଡା (ଚେୟାରପରସନ, ପି.ଏଲ.ଏ ପି.ୟୁ.ଏସ, ବ୍ରହ୍ମପୁର ) , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁ, ଶ୍ରୀ ଆଶୀର୍ବାଦ ପରିଡା ( ଡେପୁଟି କମିଶନର, ବିଏମସି ), ଶ୍ରୀ ଟି.କେ ରେଡ୍ଡୀ (ମେମ୍ବର,ମନିଟରିଙ୍ଗ ଏବଂ ମେଣ୍ଟରିଙ୍ଗ, ଡି.ଏଲ.ଏସ.ଏ ଗଞ୍ଜାମ ), ଡ଼ଃ ମିନାକ୍ଷୀ ଦେବୀ ( ଡି.ଏଲ.ଏସ.ଏ ସଦସ୍ୟ ), ସବିତା ସାହୁକାର ( ଡି.ଏଲ.ଏସ.ଏ ସଦସ୍ୟ) ଉପସ୍ଥିତ ରହି " ସାଧାରଣ ଜନତାଙ୍କ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତ (PLA)ର କାର୍ଯ୍ୟକଳାପ ସାଧାରଣ ଜନତାଙ୍କ ନିକଟକୁ ଆଣିବା, PLA ଦ୍ୱାରା ନିଆଯାଇଥିବା ବିବାଦର ପ୍ରକୃତି ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ, 1987 ର ଅଧ୍ୟାୟ- VI(A) ଅଧୀନରେ ସ୍କିମର ଲାଭ ଏବଂ ବିକଳ୍ପ ବିବାଦର ସମାଧାନ ସହ ସଲିଡ଼ ୱେଷ୍ଟ ମେନେଜମେଣ୍ଟ " ଆଦି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମ୍ୟୁନିସିପାଲିଟିର ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର ଏବଂ ବିଏମସି ର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ l .
State
ରାଜ୍ୟରେ ଗତ କିଛି ଦିନରୁ ଗ୍ରୀଷ୍ମପ୍ରବାହ କମ ଥିବା ବେଳେ ମଙ୍ଗଳବାରଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବ। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବାକୁ ଥିବା ବେଳେ ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବାତ୍ୟା ରେମାଲର ପ୍ରଭାବ ହ୍ରାସ ହେବାପରେ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଆସିଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ହିଟୱେଭ ସ୍ଥିତିର ସମ୍ଭାବନା ନାହିଁ। କିନ୍ତୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ସୋମବାର ୮ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ୪୨.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ସମ୍ୱଲପୁରରେ ୪୦.୭ ଡିଗ୍ରୀ, ନୂଆପଡାରେ ୪୦.୪ ଡିଗ୍ରୀ, ବଲାଙ୍ଗୀରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
National
ନୂଆଦିଲ୍ଲୀ ( ଦ କୁଇଭର ):- ଆଜି ସକାଳୁ ( ମଙ୍ଗଳବାର ) ଦିଲ୍ଲୀରୁ ଉତ୍ତରପ୍ରଦେଶର ବାରଣାସୀ ଯାଉଥିବା ବିମାନରେ ବୋମା ଥିବାର ଧମକ ମିଳିଛି । ଏହି ଖବର ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍ ଦେଇ ବାହାରକୁ ନିଆଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ଆଭିଏସନ ସୁରକ୍ଷା ଟିମ୍ ସହ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ବିମାନ ନିକଟରେ ପହଞ୍ଚି ଟିକନିକ୍ ଯାଞ୍ଚ କରୁଛନ୍ତି । ଦିଲ୍ଲୀ ଅଗ୍ନିଶମ ବାହିନୀ ଏବଂ କ୍ବିକ୍ ରେସପନ୍ସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।ସୂଚନା ମୁତାବକ, ଏହି ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୫ଟା ୩୫ ମିନିଟ୍ରେ ଉଡାଣ ଭରିବାର ଥିଲା । ହେଲେ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଏବେ ସର୍ଚ୍ଚ ଅପେରସନ ଜାରି ରହିଛି । ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନି ।
Politics,State,National
ଓଡ଼ିଶା ରାଜନୀତିକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ୪୦୦ ପାର ସହ ପ୍ରଚଣ୍ଡ ବହୁମତ ନେଇ ଓଡିଶାରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି ‘ଭାରତୀୟ ଜନତା ପାର୍ଟି’। ଏଥର ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି ବୋଲି ମୋଦି ପ୍ରକାଶ କରିଛନ୍ତି। ଜୁନ୍ ୪ ତାରିଖରେ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ ହୋଇଥିବା ବେଳେ ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ। ପରିବର୍ତ୍ତନ ହେବାକୁ ଯାଉଛି ଓଡିଶାର ଭାଗ୍ୟ । ଏ ନେଇ ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ବିଜେପିର ଶୀର୍ଷ ଚେହେରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜ ପୂର୍ବ ଦୃଢୋକ୍ତିକୁ ଦୋହରାଇଛନ୍ତି। ଏହାସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଅପରପକ୍ଷରେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ତଥା ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଓଡିଶାର ଭାଗ୍ୟ ବଦଳିବାକୁ ଯାଉଛି, ଏଥର ନିଶ୍ଚିତ ସରକାର ବଦଳୁଛି । ବର୍ତ୍ତମାନର ଓଡିଶା ସରକାରଙ୍କ କାର୍ଯ୍ୟକାଳ ଜୁନ ୪ ତାରିଖରେ ଏକ୍ସପାଏରୀ ହେବାକୁ ଯାଉଛି । ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।" ଆହୁରି ମଧ୍ୟ ମୋଦି ସାମ୍ପ୍ରଦାୟିକ ଆରକ୍ଷଣ ମାମଲାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସାମ୍ପ୍ରଦାୟିକ ତୁଷ୍ଟୀକରଣ ଦେଶକୁ ବରବାଦ କରିଦେବ ବୋଲି ମୋଦି ସାକ୍ଷାତକାର ସମୟରେ କହିଛନ୍ତି। ସେହିପରି "୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ରାଜ୍ୟର ପୂରା ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅଧୀନକୁ ନେଇ ଯାଇଛନ୍ତି। ସବୁଠୁ ଚିନ୍ତାର ବିଷୟ ଯେ, ପୂରା ବ୍ୟବସ୍ଥାକୁ ବନ୍ଧକ କରି ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ, ଏହା ଓଡ଼ିଶା ଅସ୍ମିତାର ପ୍ରଶ୍ନ" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ,"ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି, କିନ୍ତୁ ରାଜ୍ୟର ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟବାସୀ ସେମାନଙ୍କ ଅଧିକାର ପାଇବା ଉଚିତ୍।" ତେଣୁ ପରିବର୍ତ୍ତନ ପାଇଁ ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୋଦୀ।
Politics,State
( ପିପିଲି ) ଦ କୁଇଭର :- ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ । ବିଧାୟକଙ୍କ ଗାଡି ଭାଙ୍ଗିବା ସହ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ପଛରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ଓ ସମୀର ଦାଶଙ୍କ ହାତ ଥିବା ପ୍ରେସମିଟରେ ଅଭିଯୋଗ ଆଣିଛି ବିଜେଡି । ହାରିବା ଭୟରେ ବିଜେପି ଏଭଳି ଅମାନୁଷିକ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହିତ ଭୋଟର ଏହାର ଜବାବ ଦେବେ ବୋଲି କହିଛି ବିଜେଡି ।ଓଡିଶା ରାଜନୀତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଉଷ୍ମତାର ଶୀର୍ଷରେ ଥିବାବେଳେ ରବିବାର ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା ଘଟିଥିବା ଅଭିଯୋଗ ହୋଇଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରବିବାର ଦିନ ତମ୍ପାଳୋ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ସାରି ତେରୁଣ୍ଡିଆ ପଞ୍ଚାୟତ ଦେଇ ପିପିଲି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହିଠାରେ କିଛି ବ୍ୟକ୍ତି ତାଙ୍କ ଗାଡି ଆଗକୁ ଅଚାନକ ମାଡି ଆସିଥିଲେ । ଗାଡି ଚାଳକ ଗାଡି ଅଟକାଇବାରୁ ସେମାନେ ଗାଡିକୁ ଘେରିଯାଇ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଗାଡି ଭାଙ୍ଗିରୁଜି ଯାଇଥିଲା ।ବିଜେପି ନିର୍ବାଚନୀ ହାରିବା ଭୟରେ ଭୟଭୀତ ହୋଇ ଏଭଳି ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ କରିଛି ବିଜେଡି । ଏନେଇ ପ୍ରେସମିଟ କରି ଦଳ ପକ୍ଷରୁ ସୂଚନା ଦିଆଯାଇଛି l
Politics,State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଯୋଗଦେବେ । ପରେ ଦିନ ୧୨ଟାରେ ରାହାମ୍ବା ଏବଂ ୧୨ଟା ୫୫ମିନିଟରେ ଜଗତସିଂହପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ।ସେହିପରି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଦିନ ତମାମ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରିବା ସହ ବିଭିନ୍ନ ଜନସଭାରେ ଏବଂ ରୋଡ ସୋରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅପରାହ୍ନରେ ଭଦ୍ରକ ବାସୁଦେବପୁର ସହ ବାଲେଶ୍ୱେରର ସୋର ବାହାନଗାରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଭଦ୍ରକ, ଯାଜପୁର କେନ୍ଦ୍ରାପଡା ଓ ଜଗତସିଂହପୁରର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
State
ଦ କୁଇଭର ବ୍ୟୁରୋ: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ'। ଅଧିକ ଘନୀଭୂତ ହୋଇ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହି ମନ୍ଥର ଗତିରେ ଆଗକୁ ବଢୁଛି । ତେବେ ଏହା ଉତ୍ତର ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଆହୁରି ଶକ୍ତିଶାଳୀ ହେବ। ତେବେ ମଧ୍ୟରାତ୍ରିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ସାଗରଦ୍ବୀପ ଏବଂ ଖେପୁପାଡ଼ା ମଧ୍ୟରେ କୌଣସି ଏକ ସ୍ଥାନରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଛୁଇଁବା ସମୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କି.ମି ରହିପାରେ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ କେନ୍ଦ୍ର। ଏହାସହ ସମୁଦ୍ରରେ ୧.୫ ମିଟର ଉଚ୍ଚରେ ଜୁଆର ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ଜାରି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଏବଂ ଭଦ୍ରକ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଘୂର୍ଣ୍ଣିଝଡ଼ ପ୍ରଭାବ ଯୋଗୁଁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ସୋମବାର ରାଜ୍ୟର କିଛି ଜିଲ୍ଲା (ପୁରୀ,ଜଗତସିଂହପୁର,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଖୋର୍ଦ୍ଧା) ଜିଲାରେ ପବନ ବହିବାର ଆଶଙ୍କା ରହିଛି। ଏହି ଅଂଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କି.ମି ଏବଂ ସମୟ ସମୟରେ ଘଣ୍ଟାପ୍ରତି ୬୦କି.ମି ଛୁଇଁପାରେ। ସେଥିପାଇଁ ସମ୍ପୃକ୍ତ ଜିଲାର ଜିଲାପାଳ ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଶନିବାର ନୂଆପଡାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୨.୧ ଡିଗ୍ରୀ, ଟିଟିଲାଗଡ ୪୧.୫ ଡିଗ୍ରୀ, ବୌଦ୍ଧ ୪୧ ଡିଗ୍ରୀ, ସମ୍ବଲପୁର ୪୦.୭ ଡିଗ୍ରୀ , ଝାରସୁଗୁଡା ୪୦.୬, ଭୁବନେଶ୍ବର ୩୮.୫ ଏବଂ କଟକରେ ୩୭.୫ ଡିଗ୍ରୀ ରେକର୍ଡ ହୋଇଛି। ତେବେ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
State,National,Politics
ଦ କୁଇଭର ବ୍ୟୁରୋ :- ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର କରି ଶେଷ ଚେଷ୍ଟା ଦେଉଛନ୍ତି ନେତା । ବିଜେପି ଦଳର ବଡ ବଡ ନେତାଙ୍କୁ ଆଣି ପ୍ରଚାର ମୈଦାନକୁ ସରଗରମ କରୁଛନ୍ତିି । ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରଚାରକୁ କରିବେ ଜୋରଦାର। ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଶାହ। ପୂର୍ବାହ୍ନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲି ଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ। ସେହିପରି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ଅମିତ ଶାହ। ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ଛାଡି ବିଜେପିର ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ, ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଏକାଧିକ ଥର ଓଡ଼ିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଶାହ। ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଆସି ମାରାଥନ୍ ପ୍ରଚାର ବି କରିଛନ୍ତି।
National
ନୂଆଦିଲ୍ଲୀ ( ଦ କୁଇଭର ):- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନ୍ତରୀଣ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି। କାରଣ ତାଙ୍କୁ ଡାକ୍ତରୀ ପରୀକ୍ଷା କରିବାକୁ ପଡିବ। କେଜ୍ରିୱାଲ ତାଙ୍କ ପିଟିସନରେ କହିଛନ୍ତି ଯେ, PET-CT ସ୍କାନ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବା ପାଇଁ ତାଙ୍କର ଅନ୍ତରୀଣ ଜାମିନକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଆମ୍ ଆଦମୀ ପାର୍ଟି କହିଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ, ମେ ୧୦ ତାରିଖରେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Politics,National
ଦ କୁଇଭର ବ୍ୟୁରୋ: ରବିବାର ଦେଶରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ୬ ରାଜ୍ୟ ସମେତ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ ସଂସଦୀୟ ଆସନ ପାଇଁ ମତଦାନ ଗ୍ରହଣ ହୋଇଛି । ତେବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ସାମଗ୍ରିକ ଭୋଟିଂ ହାର ୬୧.୨୦% ରେକର୍ଡ କରାଯାଇଛି। ଚଳିତ ନିର୍ବାଚନରେ ଷଷ୍ଠ ପର୍ଯ୍ୟାୟରେ ୫୮ ଆସନରେ ସମୁଦାୟ ୮୮୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ସେଥିମଧ୍ୟରୁ ୭୯୧ ଜଣ ପୁରୁଷ, ୯୫ ଜଣ ମହିଳା ଓ ୩ ଜଣ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଥିଲେ । ତେବେ ହରିୟାଣାର କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ରହିଥିବାବେଳେ ବିହାରର ମହାରାଜଗଞ୍ଜରେ ସର୍ବନିମ୍ନ ୫ ପ୍ରାର୍ଥୀ ରହିଥିଲେ । ଦେଶରେ ସାମଗ୍ରିକ ଭୋଟିଂ ୬୧.୨୦% ରେକର୍ଡ ହୋଇଥିବା ବେଳେ ତେବେ ଏଥର ମଧ୍ୟ ପୂର୍ବ ପର୍ଯ୍ୟାୟ ପରି ସର୍ବାଧିକ ମତଦାନ ହାର ପଶ୍ଚିମବଙ୍ଗରେ ୭୯.୪୭% ରହିଛି । ସେହିପରି ବିହାରରେ ୫୫.୨୪%, ହରିୟାଣାରେ ୬୦.୪%, ଜମ୍ମୁ କାଶ୍ମୀରରେ ୫୪.୩୦%, ଝାଡଖଣ୍ଡରେ ୬୩.୭୬%, ଦିଲ୍ଲୀରେ ୫୭.୬୭ %, ଓଡ଼ିଶାରେ ପ୍ରାୟ ୬୯.୫୬%, ଉତ୍ତରପ୍ରଦେଶରେ ୫୪.୦୩% ମତଦାନ ରେକର୍ଡ ହୋଇଛି ।
National
ଦ କୁଇଭର ବ୍ୟୁରୋ :- ଆଜି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ୮ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ। ଏହି ପର୍ଯ୍ୟାୟରେ ହରିୟାଣା ଏବଂ ଦିଲ୍ଲୀ ଏନସିଟିରେ ମଧ୍ୟ ମତଦାନ ହେବ। ଏହି ପର୍ଯ୍ୟାୟରେ ବିହାର, ଝାଡ଼ଖଣ୍ଡ, ଜାମ୍ମୁ – କାଶ୍ମୀର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ହେବ। ଓଡ଼ିଶାରେ ୪୨ଟି ବିଧାନସଭା ଆସନ ନିମନ୍ତେ ମଧ୍ୟ ଏକା ସାଙ୍ଗରେ ମତଦାନ ହେବ। ଗରମ ପାଗ କିମ୍ବା ବର୍ଷାର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ ଏବଂ ସଂପୃକ୍ତ ରାଜ୍ୟ ପ୍ରଶାସନିକ କଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆରାମଦାୟକ ଓ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାୟା, ପାନୀୟ ଜଳ, ରାମ୍ପ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ଭୋଟରମାନଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ପୋଲିଂ ପାର୍ଟିଗୁଡ଼ିକୁ ନିଜ ନିଜ ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି। ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ମତଦାନ କରି ଦାୟିତ୍ୱ ଓ ଗର୍ବର ସହ ମତଦାନ କରିବାକୁ ନିର୍ବାଚନ ଆୟୋଗ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦିଲ୍ଲୀ, ଗୁରୁଗାଓଁ, ଫରିଦାବାଦ ଭଳି ସହରାଞ୍ଚଳରେ ବିଶେଷ ରୂପରେ ସଂସଦୀୟ କ୍ଷେତ୍ରର ଭୋଟରମାନଙ୍କୁ ମତଦାନ କରିବା ଏବଂ କର୍ତ୍ତବ୍ୟ ବିଷୟରେ ମନେ ପକାଯାଇଛି ଏବଂ ସହରୀ ଉଦାସୀନତାର ଧାରାକୁ ଭାଙ୍ଗି ଦିଆଯିବା ପାଇଁ ଆହ୍ବାନ କରାଯାଇଛି । ଅବଶିଷ୍ଟ ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ଶେଷ ପର୍ଯ୍ୟାୟ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ପହିଲାରେ ହେବ ଏବଂ ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ । ସାଧାରଣ ନିର୍ବାଚନର ପ୍ରଥମ ପାଞ୍ଚଟି ପର୍ଯ୍ୟାୟରେ ୨୫ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୨୮ଟି ସଂସଦୀୟ କ୍ଷେତ୍ର ପାଇଁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ମତଦାନ ଶେଷ ହୋଇଛି ।
State,Politics
ଭୁବନେଶ୍ୱର ( ଦ କୁଇଭର ):- ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ କଲୋନୀ ସ୍ଥିତ ୟୁପି ସ୍କୁଲ ୧୧୪ ବୁଥରେ ପହଞ୍ଚି ସେ ମତଦାନ କରିଛନ୍ତି । ନିଜେ ମତଦାନ କରିବା ସହ ସମସ୍ତ ନାଗରିକ ବିଶେଷକରି ଯୁବ ଭୋଟରମାନଙ୍କୁ ଆସି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ବିଜେଡି ସୁପ୍ରିମୋ । ଭୋଟ ଦେବା ପରେ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ''ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡିର ବଡ଼ ବିଜୟ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମେ ରାଜ୍ୟରେ ଏକ ସ୍ଥିର ସରକାର ଗଠନ କରିବୁ ।''