ବଲାଙ୍ଗୀର(ଦ କୁଇଭର): ମନ୍ତ୍ରୀ ଟୁକୁନୀ ସାହୁଙ୍କ ପାୱାର କେତେ ତାହା ଏବେ ଜଣାପଡ଼ିଲା । ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍ ଦେଇଦେଲେ । ତାଙ୍କ ଟାଣପଣ ଆଗରେ ନବୀନ ବି ନୀରବ ହୋଇଗଲେ । ସେ ନବୀନଙ୍କୁ ତାଙ୍କ ପ୍ରତିଶୃତି ଭାଙ୍ଗିବାକୁ ବାଧ୍ୟ କରିଦେଲେ । ନବୀନଙ୍କୁ ପଦ୍ମପୁରକୁ ଜିଲ୍ଲା ନକରିବାକୁ ବାଧ୍ୟ କରାଇ ଦେଲେ ଟୁକୁନୀ । ଏକଥା ସେ ନିଜେ କହୁଛନ୍ତି । ଭୋଟ ପାଇଁ ବାୟା ବିଜେଡି ନେତ୍ରୀ ଟୁକୁନୀ ସାହୁ ନିଜ ମୁହଁରେ ବଖାଣୁଥିବା କଥା ନବୀନଙ୍କ ଅଶହାୟତା ବର୍ଣ୍ଣନା କରୁଛି ନା ତାଙ୍କ ପାୱାର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ବାସୀଙ୍କୁ କଥା ଦେଇଥିଲେ । ପଦ୍ମପୁରକୁ ଜିଲ୍ଲା କରିବାକୁ ଘୋଷଣା କରିଥିଲେ । ୨୦୨୩ ଫେବୃୟାରୀରେ କଥା ଦେଇ ଡିସେମ୍ବର ସୁଦ୍ଧା ଜିଲ୍ଲା ଘୋଷଣା କରିବେ ବୋଲି କହି ତାଙ୍କ ଝିଅ ତୁଲ୍ୟ କାନ୍ଦୁରୀ ବର୍ଷା ବା ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଥିଲେ । ଲୋକେ ନବୀନଙ୍କ ଉପରେ ଭରସା କରି କାନ୍ଦୁରୀ ବର୍ଷାଙ୍କୁ ଦେଲେ ଭୋଟ । ତା ପରେ କାନ୍ଦୁରୀ ବର୍ଷା ହୋଇଗଲେ ଏଙ୍ଗ୍ରି ବର୍ଷା । ଜିଲ୍ଲା ଫିଲ୍ଲା ଭୁଲିଗଲେ । ଲୋକେ ଚାହିଁ ରହିଲେ ପଦ୍ମପୁର କେବେ ଜିଲ୍ଲା ହେବ । ମାତ୍ର ନବୀନ ଘୋଷଣା କଲେ ନାହିଁ ।
ନବୀନ କାହିଁକି ପଦ୍ମପୁରକୁ ଜିଲ୍ଲା କଲେ ନାହିଁ ସେନେଇ ଚାଲିଲା ଘଣ୍ଟା ଚକଟା । ଏପରିକି ଏହି ବିବାଦକୁ କୋର୍ଟ ଆଡ଼କୁ ଠେଲି ଦେଇ ବିଜେଡି ଓ ନବୀନ ବାବୁ ଶାନ୍ତିରେ ନିର୍ବାଚନ ଲଢ଼ିବାକୁ ବାହାରିଲେ । ହେଲେ ନବୀନ ବାବୁଙ୍କ ଏହି ଚାଲାକିର ରାଜ ଖୋଲି ଦେଇଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ । ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ଟିଟିଲାଗଡ଼ରେ ହେଉଥିଲା । ସେଠାରେ ସେ ଯାହା କହିଲେ, ତାହା ଶୁଣି ପଦ୍ମପୁରକୁ ଜିଲ୍ଲା ନକରାଇ ଦେବାକୁ ନବୀନଙ୍କ ଉପରେ ସେ ଚାପ ପକାଇଥିବା ସ୍ପଷ୍ଟ ହେଉଛି । ପଦ୍ମପୁରକୁ ଜିଲ୍ଲା କରିଥିଲେ ସେ ଇସ୍ତଫା ଦେଇଥାନ୍ତେ । ହେଲେ ନବୀନ ତାହା କରାଇ ଦେଲେ ନାହିଁ । ପଦ୍ମପୁରକୁ ଜିଲ୍ଲା କରି ଟୁକୁନୀଙ୍କୁ ଇସ୍ତଫାର ସୁଯୋଗ ଦେଲେ ନାହିଁ ବୋଲି କହିଛନ୍ତି ।
ଏବେ କେବଳ ପଦ୍ମପୁର ବାସୀ ନୁହନ୍ତି, ରାଜ୍ୟବାସୀ ବୁଝନ୍ତୁ ରାଜ୍ୟବାସୀଙ୍କୁ ନବୀନ ଦେଉଥିବା କଥାକୁ କେମିତି ଭଙ୍ଗା ଯାଉଛି । ଯଦି ପଦ୍ମପୁର ବାସୀଙ୍କୁ ଏପରି ଧୋକା ଦେଇଛନ୍ତି, ତେବେ ଆଗକୁ କିଭଳି ସ୍ଥିତି ହେବ । ଦେଖାଯାଉ ବିଜେଡିର ପୋଲ ତାଙ୍କରି ମନ୍ତ୍ରୀ ଖୋଲିବା ପରେ ଦଳ କି ସଫେଇ ଦେଉଛି ।
No comments yet.
Education
ଦ କୁଇଭର ବ୍ୟୁରୋ :-:ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । CBSE ୱେବସାଇଟ୍ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଦିନ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୧୮ହଜାର ୪୧୭ ସ୍କୁଲର ଛାତ୍ରଛାତ୍ରୀ ୭୧୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ କରିଛନ୍ତି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ତେବେ CBSE ୱେବସାଇଟ୍ରେ ରେଜଲ୍ଟ ଜାଣିବା ପାଇଁ ହେଲେ, ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ରେଜଲ୍ଟ ଯାଞ୍ଚ ଓ ସ୍କୋରକାର୍ଡ ଡାଉନଲୋଡ କରିପାରିବେ । cbse.gov.in / cbseresults.nic.in / results.digitalocker.gov.in କିମ୍ବା umang.gov.in ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିପାରିବେ l
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।
National
ନିର୍ବାଚନୀ ପ୍ରଚାରକୁ ନେଇ ବିହାର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବିହାର ଗସ୍ତର ଦ୍ୱିତୀୟ ଦିନରେ ଆଜି ପାଟନା ସହରର ତାଖ ଶ୍ରୀ ହରମାନନ୍ଦ ସାହି ଗୁରୁଦ୍ୱାରରେ ପହଂଚିଥିଲେ ମୋଦି । ସେଠାରେ ପହଂଚି ବାବାଜିଙ୍କ ପାଖେ ମଥା ଟେକିଥିଲେ। ଗୁରୁଦ୍ୱାରରେ ମୁଣ୍ଡ ନୁଆଁଇ ପ୍ରାର୍ଥନା କରିବା ସହ ଲଙ୍ଗର ସେବା କରିଥିଲେ। ଲଙ୍ଗରରେ ଧାଡିରେ ବସିଥିବା ଲୋକଙ୍କୁ ଖାଦ୍ୟ ପରଷିବା ସହିତ ନିଜେ ମଧ୍ୟ ଲଙ୍ଗର ଖାଇଥିଲେ । ପ୍ରାୟ ୨୦ ମିନିଟ ଯାଏଁ ସେଠାରେ ରହିଥିଲେ ମୋଦି | ତାଙ୍କ ସହ ରବି ଶଙ୍କର ପ୍ରସାଦ ଏବଂ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଏହା ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ପାଟନା ସାହିବ ଗୁରୁଦ୍ୱାରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା। ଅସମ୍ଭାଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ଶିଖମାନଙ୍କର ଦ୍ୱିତୀୟ ବୃହତ୍ତମ ଗୁରୁଦ୍ୱାର ତାଖ ଶ୍ରୀ ହରମାନନ୍ଦ ଜୀ ପାଟନା ସାହିବଙ୍କ ନିକଟରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁଦ୍ୱାରରେ ପହଞ୍ଚିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଦଳ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଥିଲା । ଶିଖ ମର୍ଯ୍ୟାଦା ଅନୁଯାୟୀ ଗୁରୁଦ୍ୱାରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗୁରୁଦ୍ୱାର ନିୟମ ଅନୁଯାଇ ସେଠାରେ ମୋଦିଜୀଙ୍କୁ ପଗଡି ପିନ୍ଧାଯାଇଥିଲା | ପଗଡି ପିନ୍ଧିବାପରେ ମୋଦିଙ୍କୁ ଅଲଗା ରୂପରେ ଦେଖିବାକୁ ପାଇଥିଲେ ଜନତା | ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେଉଁଥିରେ ମୋଦିଜି ପଗଡି ପିନ୍ଧି ଭୋଜନ ତିଆରି କରୁଥିବାର ନଜର ଆସିଛନ୍ତି | ମୋଦିଜୀ ଏକ ବଡ ହଣ୍ଡାରେ ଲଂଗର ପ୍ରସ୍ତୁତ କରୁଥିବା ସହ ରନ୍ଧା ସରିବା ପରେ ଭୋଜନ ପରଷୁଥିବାର ମଧ୍ୟ ଦେଖାଯାଇଥିଲେ |
National
ଦ କୁଇଭର ବ୍ୟୁରୋ :- ଆସନ୍ତା ମେ’ ୧୫ରେ ଓଡ଼ିଶା ଦେଖିବା ହେଭିୱେଟ୍ଙ୍କ ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବାକୁ ଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ଆସନ୍ତା ମେ’ ୩ରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର ଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର ବିଗୁଲ ବଜାଇଥିଲେ ରାହୁଲ। ସଭା ମଂଚକୁ ଆସୁ ଆସୁ କରିଥିଲେ ଆଟାକ୍ । ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ହମଲା । ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ ରାହୁଲ ଗାନ୍ଧି। ତେବେ ମେ’ ୧୫ରେ ବଲାଙ୍ଗିରରେ ହେବାକୁ ଥିବା ଜନସଭାରେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହାକୁ ଅପେକ୍ଷା କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।ସେହିପରି ଆସନ୍ତା ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ।
State
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
National
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୧୨ ତାରିଖ ଅର୍ଥାତ୍ ରବିବାର ପାଳନ କରାଯାଉଛି।ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ। କେଉଁଟା ଠିକ୍ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’। ଚିର ବନ୍ଦିତା ସେ। ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି। ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ। ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି। କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ। ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। କୁହାଯାଏ, ସେ ନିଜେ ଏଥିରେ ଯୋଗ ଦେଇ ନ ଥିଲେ, ଉପସ୍ଥିତ ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି। ମା’ର ସ୍ନେହ ମମତାରେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ। ମା’ ଥରେ ମୁଣ୍ଡରେ ହାତ ରଖିଦେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରେନା। ଆଜିର ଦିନରେ ବିଶ୍ୱର ସମସ୍ତ ମା’ଙ୍କୁ କୋଟି କୋଟି ପ୍ରଣାମ।
Politics
ଭୁବନେଶ୍ୱର ( ଦ କୁଇଭର ):- ଆସନ୍ତା ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି l ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୭ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର କରିବ । ଗରିବ ଲୋକ ମୋଦିଙ୍କ ଯୋଜନାର ସୁବିଧା ପାଇବେ ।" ନିର୍ବାଚନ ପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ ସୋ' ପରେ ସେ ୩ଟି ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିଥିଲେ ।
Politics
ଦ କୁଇଭର ବ୍ୟୁରୋ :- ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଚାଲିଛି ମତଦାନ। ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଆଜି ହେଉଛି ଭାଗ୍ୟ ପରୀକ୍ଷା। ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର । ସେହିପରି ଯଦି ବିଧାନସଭାକୁ ଦେଖିବେ ତେବେ ୫ ଥରର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ପୁଣି ସୁଯୋଗ ଦେଇଛି ବିଜେଡି । ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁରରୁ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି ।ସେପଟେ ଦିଗପହଣ୍ଡିରେ ବିଜେପିରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ସେପଟେ ପାରଳାଖେମୁଣ୍ଡିରେ ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ।କୋରାପୁଟରେ ଗତ ନିର୍ବାଚନ ଭଳି ଏଥର ବି ସାଂସଦ ପ୍ରାର୍ଥୀ ଭାବେ ପୁଣି ମୁହାଁମୁହିଁ ହେଉଛନ୍ତି- କଂଗ୍ରେସର ସପ୍ତଗିରି ଉଲ୍ଲାକା ଏବଂ ବିଜେଡିର କୌଶଲ୍ୟା ହିକକା। ଗତଥର ଏମାନଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଥିବା ବେଳେ, ଏଥର କିନ୍ତୁ ଗେମ୍ ଚେଞ୍ଜର ହୋଇପାରନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝୀ। ୭ ବିଧାନସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ। ଯୁବ ଚେହେରା ଗୌତମ ସାମନ୍ତରାୟଙ୍କୁ ପୁଣି ଏଠି ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକରୁ ଲଢ଼ୁଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ରହିଛନ୍ତି ଅନେକ ହେଭିୱେଟ୍ । ନୂଆପଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିପକ୍ଷରେ ମନ୍ତ୍ରୀ ତଥା ୩ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ। ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ୪ ଥରର ବିଧାୟକ ପ୍ରଦୀପ୍ତ କୁମାର ନାୟକ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ନର୍ଲାରୁ ଭକ୍ତ ଚରଣ ଦାସ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଏବଂ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ । ନବରଙ୍ଗପୁର ଲୋକସଭା ସିଟ୍ ପାଇଁ ତିନି ମାଝୀ, ବଳଭଦ୍ର-ପ୍ରଦୀପ ଏବଂ ଭୂଜବଳଙ୍କମଧ୍ୟରେ କଡ଼ା ଟକ୍କର। ସେପଟେ ବିଜେଡି ସାଂସଦ ରମେଶ ମାଝୀ ଏଥର ଝରିଗାଁରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଉମରକୋଟରୁ ଲଢୁଛନ୍ତି ନିତ୍ୟାନନ୍ଦ ଗଣ୍ଡ। ଭାଗ୍ୟ ପରୀକ୍ଷାରେ କିଏ ପାସ କରୁଛି, ତାହା ଜୁନ ୪ ତାରିଖରେ ଜଣାପଡିବ l ଏହି ସବୁ ପ୍ରମୁଖ ଚେହେରା ରାଜ୍ୟ ରାଜନୀତିରେ ପତିଆରା ରଖିଆସିଛନ୍ତି ।ତେଣୁ ୨୪ ନିର୍ବାଚନ ଏହି ନେତାଙ୍କ ପାଇଁ ପାଲଟିଛି ବଡ଼ ପରୀକ୍ଷା ।

ଦ କୁଇଭର ବ୍ୟୁରୋ :- ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।
Health & lifestyle
ଉତ୍ତରପ୍ରଦେଶ ( ଦ କୁଇଭର ):- ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ଜଣେ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ, ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ । ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଶୋଇବାକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ l ହେଲେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାମଧ୍ୟରେ ସୀମାଙ୍କ ୬ ବର୍ଷୀୟ ପୁଅ ରୋହନର ଖୁବ ଜୋରରେ ପେଟରେ ଯନ୍ତ୍ରଣା ହୋଇଥିଲା । ରୋହନ ପାଣି ପିଇ ତଳେ ଶୋଇପଡିଥିଲା । କିଛି ସମୟ ପରେ ରୋହନର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ଶନିବାର ଦିନ ସେମାନଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।